Advertisment

ମ୍ୟାଚ୍‌ ଜିତିବା ପରେ ରିଙ୍କୁଙ୍କ ଭିଡିଓ କଲ୍‌.. ପନ୍ତଙ୍କୁ କହିଲେ ଏମିତି କଥା..

କେକେଆର୍‌ ମ୍ୟାଚ୍‌ ଜିତିବା ପରେ ପ୍ରାୟ ଖେଳାଳି ତାଙ୍କ ପରିବାର ଲୋକଙ୍କୁ ଫୋନ୍‌ କରି ଖୁସିବ୍ୟକ୍ତ କରିଥିଲେ। ଏହି ସମୟରେ ରିଙ୍କୁ ସିଂ କିନ୍ତୁ ଟିମ୍‌ ଇଣ୍ତିଆର ୱିକେଟ୍‌ କିପର୍‌ ଋଷଭ ପନ୍ତକୁ କଲ୍‌ କରି ମ୍ୟାଚ୍‌ ଜିତିବାର ଖୁସି ଜଣାଇଥିଲେ।

author-image
Manoranjan Behera
ଅଦ୍ୟତନ ହୋଇଛି
Rinku Singh Rishabh Pant video call After IPL 2024 Final

Rinku Singh

ସନରାଇଜର୍ସ ହାଇଦ୍ରାବାଦଠାରୁ ଆଇପିଏଲ୍‌ ଟ୍ରଫି ଛଡାଇ ନେଲା କୋଲକାତା ନାଇଟ ରାଇଡର୍ସ। ହ୍ୟାଟ୍ରିକ୍‌ ମାରିଲା କେକେଆର୍। ତୃତୀୟ ଥର ଲାଗି ଆଇପିଏଲ ଟାଇଟଲ ହାତେଇଲା କୋଲକାତା ନାଇଟ୍ ରାଇଡର୍ସ। ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କରି କେକେଆର ଇଣ୍ଡିଆନ୍ ପ୍ରିମିଅର ଲିଗ୍ ୨୦୨୪ ଟ୍ରଫି ଉପରେ କବ୍‌ଜା କରିଛି। ଟିମ୍‌ ଜିତିବା ପରେ ଖେଳାଳିଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ। ମ୍ୟାଚ୍‌ ଜିତିବା ପରେ ରିଙ୍କୁ ସିଂଙ୍କ ଭିଡିଓ କଲ୍‌କୁ ନେଇ ଏବେ ବେଶ୍‌ ଚର୍ଚ୍ଚା।

Advertisment

ଅଧିକ ପଢ଼ନ୍ତୁ: କୋଲକାତାକୁ ୨୦ କୋଟି, ହାଇଦ୍ରାବାଦକୁ ୧୨.୫ କୋଟି; ଜାଣନ୍ତୁ ଅନ୍ୟମାନଙ୍କୁ ମିଳିଲା କେତେ...

କେକେଆର୍‌ ମ୍ୟାଚ୍‌ ଜିତିବା ପରେ ପ୍ରାୟ ଖେଳାଳି ତାଙ୍କ ପରିବାର ଲୋକଙ୍କୁ ଫୋନ୍‌ କରି ଖୁସିବ୍ୟକ୍ତ କରିଥିଲେ। ଏହି ସମୟରେ ରିଙ୍କୁ ସିଂ କିନ୍ତୁ ଟିମ୍‌ ଇଣ୍ତିଆର ୱିକେଟ୍‌ କିପର୍‌ ଋଷଭ ପନ୍ତକୁ କଲ୍‌ କରି ମ୍ୟାଚ୍‌ ଜିତିବାର ଖୁସି ଜଣାଇଥିଲେ। ଏହି ସମୟରେ ତାଙ୍କ ସହ ନୀତିଶ ରାଣା ମଧ୍ୟ ଥିଲେ। ଏହାର ଏକ ଭିଡିଓ କେକେଆର୍‌ ପକ୍ଷରୁ ସୋସିଆଲ ମିଡିଆରେ ସେୟାର କରାଯାଇଛି। ଯାହା ବେଶ୍‌ ଭାଇରାଲ ହେବାରେ ଲାଗିଛି।

Advertisment

ଭିଡିଓରେ ରିଙ୍କୁ ମ୍ୟାଚ୍‌ ଜିତିବା ନେଇ ବହୁତ ଖୁସି ଥିବା ଦେଖିବାକୁ ମିଳିଛି। ଏହି ଖୁସିକୁ ସେ ଋଷଭଙ୍କ ସହ ବାଣ୍ଟିଛନ୍ତି। ପନ୍ତ ରିଙ୍କୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରିଙ୍କୁ ପନ୍ତଙ୍କୁ କହୁଛନ୍ତି, ମୁଁ ବି ୨୮ ରେ ନ୍ୟୁୟର୍କରେ ପହଞ୍ଚିବି ୱାର୍ଲ୍ଡକପ୍‌ ପାଇଁ। ତେବେ ନୀତିଶ ମଧ୍ୟ ପନ୍ତଙ୍କ ସହ କଥା ହେଉଥିବାର ଦେଖିବାକୁ ମିଳିଛି।


ଅଧିକ ପଢ଼ନ୍ତୁ: ଛାଡପତ୍ର ଚର୍ଚ୍ଚା ଭିତରେ ଭାଇରାଲ୍ ହେଲା ହାର୍ଦ୍ଦିକ ପାଣ୍ଡ୍ୟା-ନତାଶାଙ୍କ ଏମିତି ଭିଡିଓ

ବିଶ୍ୱକପ୍‌ ପାଇଁ ପ୍ରଥମ ପର୍ଯ୍ୟାୟରେ ଯାଇଥିବା ଭାରତୀୟ ଦଳ ସୋମବାର ନ୍ୟୁୟର୍କରେ ପହଞ୍ଚି ଯାଇଛନ୍ତି। ଜୁନ୍‌ ୫ ତାରିଖରେ ଆୟର୍ଲାଣ୍ଡ ବିପକ୍ଷରୁ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ ଭାରତ। ନୂତନ ଭାବେ ନିର୍ମିତ ହୋଇଥିବା ନସାଉ କାଉଣ୍ଟି ଆନ୍ତର୍ଜାତିକ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଖେଳାଯିବ। ୯ ତାରିଖରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହିତ ଖେଳିବା ପରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ୧୨ ତାରିଖରେ ଆମେରିକା ଓ ୧୫ ତାରିଖରେ କାନାଡ଼ା ସହିତ ଗ୍ରୁପ୍‌ ଏ’ ମ୍ୟାଚ୍‌ଗୁଡ଼ିକ ଖେଳିବ। ଭାରତ ୨୦୦୭ ଉଦ୍‌ଘାଟନୀ ସଂସ୍କରଣରେ ବିଜେତା ହେବା ପରଠୁ ଆଉ ଏହି ଫର୍ମାଟ ବିଶ୍ୱକପ୍‌ ଜିତିପାରି ନାହିଁ। ‌ଏବେ ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ରେ ଅନୁଷ୍ଠିତ ହେବାକୁ ଥବା ବିଶ୍ୱକପ୍‌ ପାଇଁ ଭାରତ ପ୍ରଥମ ଦାବିଦାର ରହିଛି।

IPL Rishabh Pant Kolkata Knight Riders KKR
Advertisment
Advertisment