Advertisment

ନ୍ୟୁୟର୍କ ପରେ ପଞ୍ଜାବରେ ତିଆରି ହେଲା ଷ୍ଟାଚ୍ୟୁ ଅଫ୍ ଲିବର୍ଟି; ଦେଖନ୍ତୁ ଭିଡିଓ...

ଯେଉଁମାନଙ୍କର ପରିବାର ଲୋକ ଅଥବା ପୁଅ ବିଦେଶରରେ ରହି କାମ କରୁଥିଲେ, ସେମାନେ ବିମାନ, ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି, ବିଗ୍‌ ବେନ୍‌ ଆଦି ଆକୃତିର ପାଣିଟାଙ୍କି ନିଜ ନିଜର ଛାତ ଉପରେ ନିର୍ମାଣ କରୁଥିଲେ। ସେହିପରି ଆଉଜଣେ କମେଣ୍ଟ କରିଛନ୍ତି, ବର୍ତ୍ତମାନ ଲୋକମାନେ ନ୍ୟୁୟର୍କ ନ ଯାଇ ଷ୍ଟାଚ୍ୟୁ ଅଫ୍ ଲିବର୍ଟି ଦେଖିବାକୁ ଏହି ଘରକୁ ଯାଇପାରିବେ।

author-image
Sonali Ojha
ଅଦ୍ୟତନ ହୋଇଛି
Statue of Liberty Replica In Punjab

Statue Of Liberty Replica

ପୃଥିବୀର ବିଭିନ୍ନ ସ୍ଥାନରେ ଏଭଳି କିଛି ସ୍ଥାପତ୍ୟ ରହିଛି, ଯାହାକୁ ଦେଖିବା ଲାଗି ରାତି ପାହିଲେ ଜମେ ଦର୍ଶକଙ୍କ ଭିଡ଼।ଏଭଳି ଏକ ଆଶ୍ଚର୍ଯ୍ୟଜନକ କୀର୍ତ୍ତି ହେଉଛି ଆମେରିକାର ନ୍ୟୁୟର୍କ ସହରରେ ଥିବା ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି। ଦୁନିଆରେ ସାତୋଟି ଆଶ୍ଚର୍ଯ୍ୟ ମଧ୍ୟରୁ ଏହା ଅନ୍ୟତମ। ଷ୍ଟାଚ୍ୟୁ ଅଫ୍ ଲିବର୍ଟିର ଗୋଟିଏ ଝଲକ ଦେଖିବା ପାଇଁ ପର୍ଯ୍ୟଟକ ପାଗଳ। ଥରେ ଭାବିଲେ ଯଦି ନ୍ୟୁୟର୍କର ଏହି ଷ୍ଟାଚ୍ୟୁ ଭାରତକୁ ଚାଲିଆସେ ତେବେ କଣ ହେବ?

Advertisment

ଅଧିକ ପଢ଼ନ୍ତୁ: Viral Video: ଭାରତରେ ଏବେ ବି ଅଛି ‘ବଦଳ ବେପାର’; ଗହମ ଦେଲେ ମିଳୁଛି ଗୁପ୍‌ଚୁପ୍

ତେବେ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି ଯେଉଁଠି ଜଣେ ବ୍ୟକ୍ତି ନିଜ ଛାତ ଉପରେ ଏହି ଆଇକନ୍‌କୁ ଆଣି ସ୍ଥାପନ କରିଛନ୍ତି।ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ଭିଡିଓଟି ପଞ୍ଜାବର। ତରନତାରନ ଗାଁର ଲୋକେ ନ୍ୟୁୟର୍କ ସହରରେ ଥିବା ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି ଭଳି ଏକ ଅବିକଳ ପ୍ରତିକୃତି ନିର୍ମାଣ କରି ଏହାକୁ ଛାତ ଉପରେ ରଖିଛନ୍ତି। ସ୍ଥାନୀୟ ଲୋକମାନେ ଏକ ନିର୍ମାଣାଧୀନ କୋଠା ଉପରେ ଆଇକନିକ ପ୍ରତିମୂର୍ତ୍ତି ସ୍ଥାପନ କରୁଥିବା ଦେଖିବାକୁ ମିଳିଛି। ଏକ କ୍ରେନ ଯୋଗେ ଷ୍ଟାଚ୍ୟୁକୁ ଛାତ ଉପରକୁ ଉଠାଯାଉଛି।

Advertisment

ସୋସିଆଲ୍ ମିଡିଆ Xରେ ଏହି ଭିଡିଓଟି ସେୟାର କରିଛନ୍ତି ଆଲୋକ ଜୈନ। ଟ୍ୱିଟରରେ ଏହି ଭିଡିଓ ସେୟାର କରି ସେ ଲେଖିଛନ୍ତି ଯେ ପଞ୍ଜାବର କୌଣସି ସ୍ଥାନରେ ଆଉ ଏକ ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି ସ୍ଥାପନ କରାଯାଇଛି। ଭିଡିଓଟି ସେୟାର ହେବା ପରଠାରୁ ଏହା ୩.୧୬ଲକ୍ଷରୁ ଅଧିକ ଭ୍ୟୁ ହାସଲ କରିବା ସହିତ ୨୩୦୦ରୁ ଅଧିକ ଲାଇକ୍‌ ହାସଲ କରିଛି। ଏହାକୁ ନେଇ ୟୁଜର୍ସ ଅନେକ କମେଣ୍ଟ ଦେଇଛନ୍ତି।

ଅଧିକ ପଢ଼ନ୍ତୁ: କଟାମୁଣ୍ତ ଯୋଡ଼ିବ ରୋବୋଟ୍ ! ଭାଇରାଲ ହେଲା ଭିଡିଓ; ଦେଖନ୍ତୁ...

ଜଣେ ୟୁଜର୍ ଲେଖିଛନ୍ତି, ସେଠାରେ ଏକ ପାଣି ଟାଙ୍କି ରହିବାର ଥିଲା। ପଞ୍ଜାବରେ ଏତେ ପରିମାଣର ବିମାନ, ଏସୟୁଭି ଏବଂ ୱାଟର ଟ୍ୟାଙ୍କ ନିର୍ମାଣ କରାଯାଇଛି। ଅନ୍ୟ ଜଣେ ୟୁଜର କମେଣ୍ଟ ଦେଇଛନ୍ତି, "ଯେତେବେଳେ ଆପଣ ବୁଲିବାକୁ ଚାହୁଁଥିବା ଦେଶ ପାଇଁ ଭିସା ନ ପାଆନ୍ତି ସେତେବେଳେ କଣ ହେବ? ତୃତୀୟ ବ୍ୟକ୍ତି ଲେଖିଛନ୍ତି, ''୫ବର୍ଷ ପୂର୍ବେ ପଞ୍ଜାବରେ ଏକ ଟ୍ରେଣ୍ଡ ଚାଲିଥିଲା।

ଯେଉଁମାନଙ୍କର ପରିବାର ଲୋକ ଅଥବା ପୁଅ ବିଦେଶରରେ ରହି କାମ କରୁଥିଲେ, ସେମାନେ ବିମାନ, ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି, ବିଗ୍‌ ବେନ୍‌ ଆଦି ଆକୃତିର ପାଣିଟାଙ୍କି ନିଜ ନିଜର ଛାତ ଉପରେ ନିର୍ମାଣ କରୁଥିଲେ। ସେହିପରି ଆଉଜଣେ କମେଣ୍ଟ କରିଛନ୍ତି, ବର୍ତ୍ତମାନ ଲୋକମାନେ ନ୍ୟୁୟର୍କ ନ ଯାଇ ଷ୍ଟାଚ୍ୟୁ ଅଫ୍ ଲିବର୍ଟି ଦେଖିବାକୁ ଏହି ଘରକୁ ଯାଇପାରିବେ।

ଆମେରିକା ଏବଂ ଫ୍ରାନ୍ସ ମଧ୍ୟରେ ବନ୍ଧୁତାର ପ୍ରତୀକ ଭାବେ ୧୮୮୬ ମସିହା ଅକ୍ଟୋବର ୨୮ ତାରିଖରେ ଆମେରିକା ରାଷ୍ଟ୍ରପତି ଗ୍ରୋଭର କ୍ଲିଭ୍‌ଲାଣ୍ଡଙ୍କ ଉପସ୍ଥିତିରେ ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି ଉଦ୍‌ଘାଟନ ହୋଇଥିଲା। ଫ୍ରେଞ୍ଚ୍‌ ମୂର୍ତ୍ତି କାରିଗର ଫ୍ରେଡେରିକ୍‌ ଅଗଷ୍ଟ ବାର୍ଥୋଲ୍ଡି ଏହାକୁ ଡିଜାଇନ୍‌ କରିଥିବା ବେଳେ ଆଭ୍ୟନ୍ତରୀଣ ନିର୍ମାଣ କାର୍ଯ୍ୟ ଇଞ୍ଜିନିଅର ଗଷ୍ଟେଭ୍‌ ଇଫେଲ୍‌ ତଦାରଖ କରିଥିଲେ। ନିର୍ମାଣ କରିବା ଲାଗି ୩୦୦ ଭିନ୍ନଭିନ୍ନ ପ୍ରକାରର ହାତୁଡି ବ୍ୟବହାର କରାଯାଇଥିଲା।

ଅଧିକ ପଢ଼ନ୍ତୁ: Viral Video: ଏଠି ପାର୍କରେ ତିଆରି ହୋଇଛି କାଚର ଶୌଚାଳୟ, ବାହାରୁ ଦେଖାଯାଉଛି ଭିତରର ସବୁ ଜିନିଷ

ପୃଥିବୀର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ବି ଏଡା ସ୍ଥାନ ପାଇଥିଲା। ଏହାର ପ୍ରକୃତ ନାମ ହେଉଛି ଲିବର୍ଟି ଏନ୍‌ଲାଇଟେନିଂ ଦି ଓ୍ବାର୍ଲଡ। ମୂର୍ତ୍ତି ହାତରେ ଧରିଥିବା ମଶାଲ ଏବଂ ବହିରେ ଆମେରିକାର ସ୍ବତନ୍ତ୍ରତା ଘୋଷଣା ହେବା ଦିବସ ଜୁଲାଇ ୪, ୧୭୭୬ ଖୋଦିତ ହୋଇଛି। ଅକ୍ଟୋବର ୧୫ ତାରିଖରେ ଏହାକୁ ଆମେରିକାର ଜାତୀୟ କୀର୍ତ୍ତିର ମାନ୍ୟତା ମିଳିଥିଲା। ଷ୍ଟାଚ୍ୟୁର ରଙ୍ଗ ସବୁଜ ଦେଖାଯାଉଥିଲେ ମଧ୍ୟ ବାସ୍ତବରେ ଏହାକୁ ଏପରି ରଙ୍ଗ କରାଯାଇ ନାହିଁ ।

ଏହାକୁ ନିର୍ମାଣ କରିବା ଲାଗି ବ୍ୟବହାର କରାଯାଇଥିବା ପିତ୍ତଳ ପବନ ସଂସ୍ପର୍ଶରେ ଆସିବା ଦ୍ୱାରା ସମୟକ୍ରମେ ଏହାର ରଙ୍ଗ ପରିବର୍ତ୍ତିତ ହୋଇ ଏପରି ହୋଇଛି। ମୂର୍ତ୍ତିର ଉଚ୍ଚତା ୯୩ ମିଟର ହୋଇଥିବା ବେଳେ ଓଜନ ୨୦୪ ମେଟ୍ରିକ୍‌ ଟନ୍‌। ମୁକୁଟରେ ୨୫ଟି ଝରକା ରହିଛି। ସେଠାକୁ ଯିବାକୁ ହେଲେ ପର୍ଯ୍ୟଟକଙ୍କୁ ୩୫୪ ପାହାଚ ଚଢ଼ିବାକୁ ହୋଇଥାଏ। ମୁକୁଟରେ ଥିବା ୭ଟି କଣ୍ଟା ୭ଟି ମହାଦେଶକୁ ସୂଚାଇଥାଏ।

Viral Video Statue Of Liberty
Advertisment
Advertisment