ଭୁବନେଶ୍ୱର: ରୋଷେଇ ସମୟରେ ଆମେ ପିଆଜ ବ୍ୟବହାର କରିଥାଉ। ମୁଖ୍ୟତଃ ଏହାକୁ ଆମେ ମସଲା ଭାବେ ବ୍ୟବହାର କରିଥାଉ। ଏହାକୁ କଞ୍ଚା ମଧ୍ୟ ଖିଆଯାଏ। ପିଆଜ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ସହ ଶରୀରକୁ ମଧ୍ୟ ଅନେକ ଫାଇଦା ଦେଇଥାଏ। ଏଥିରେ ଭିଟାମିନ୍ ସି, ଫାଇବର୍, କ୍ୟାଲ୍ସିୟମ୍, ଆଇରନ୍, ଆଣ୍ଟିଅକ୍ସିଡାଣ୍ଟ ଭଳି ବିଭିନ୍ନ ପ୍ରକାର ଭିଟାମିନ୍ ରହିଥାଏ। ଏହାକୁ ପ୍ରତିଦିନ ଖାଦ୍ୟରେ ସାମିଲ୍ କଲେଅନେକ ଫାଇଦା ମିଳିଥାଏ। ତା’ହାଲେ ଜାଣନ୍ତୁ ଏହା ଆମ ଶରୀରର କେଉଁ ସବୁ ସମସ୍ୟା […]
ବଲାଙ୍ଗିର: ପାଟଣାଗଡ଼ର ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଦ୍ଧାର କରାଯାଇଛି। ନୂଆପଡ଼ା ଜିଲ୍ଲା ଖରିଆରରୁ ଉଦ୍ଧାର କରି ତାଙ୍କୁ ଘରେ ଛାଡ଼ିଥିବା ନେଇ ପାଟଣାଗଡ ପୁଲିସ୍ ସୂଚନା ଦେଇଛି। ନିମ୍ନମାନର ରାସ୍ତା କାମ ଯୋଗୁଁ ପାଟଣାଗଡ଼ ବିଧାୟକ ସରୋଜ ମେହେର କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍ବସ୍ କରାଇଥିଲେ। ବିଧାୟକଙ୍କ ଦବଙ୍ଗଗିରି ଦୃଶ୍ୟ ସୋଶାଲ୍ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ କନିଷ୍ଠ ଯନ୍ତ୍ରୀ ଜୟକାନ୍ତଙ୍କ ପତ୍ନୀ ଗତକାଲି ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ବିରୋଧରେ ଥାନାରେ ଏତଲା […]
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସାଙ୍ଗକୁ ବଜ୍ରପାତ ହେବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଦେଇଛି। ଏହି ସବୁ ଜିଲ୍ଲାଗୁଡ଼ିକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଟ୍ୱିନ୍ସିଟି କଟକ ଓ ଭୁବନେଶ୍ୱରରେ […]
ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଲୱାମାରେ ଏନ୍କାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆଜି ଭୋର ସମୟରେ ଏହି ଏନ୍କାଉଣ୍ଟର ହୋଇଛି। ଦକ୍ଷିଣ କଶ୍ମୀରର ପୁଲୱାମାର ଲାସିପୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀମାନେ ସୂଚନା ପାଇବା ପରେ ମିଳିତ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଏହି ସମୟରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲେ। ଏଥିରେ ଲୁଚି ରହିଥିବା ୪ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେନା, ପୁଲିସ୍ ଓ ଯବାନଙ୍କ ପକ୍ଷରୁ ମିଳିତ ଭାବରେ […]
ଭୁବନେଶ୍ୱର: ଗୋଆ ଓ ଆଣ୍ଡାମାନ୍ ଭଳି ଚିଲିକାରେ ଚାଲିବ କ୍ରୁଜ୍। ଏଥିସହ କେରଳ ଭଳି ବୋଟ୍ ହାଉସ୍ ତଥା ଫ୍ଲୋଟିଂ ରେଷ୍ଟୁରାଷ୍ଟର ମଜା ମଧ୍ୟ ନେଇ ପାରିବେ ଚିଲିକାକୁ ଆସୁଥିବା ପର୍ଯ୍ୟଟକ। ଏଥିପାଇଁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛି। ଇଣ୍ଟିଗ୍ରେଟେଡ୍ କୋଷ୍ଟାଲ୍ ଜୋନ୍ ମ୍ୟାନେଜ୍ମେଣ୍ଟ୍(ଆଇସିଜେଡ୍ଏମ୍ପି) ଦ୍ୱାରା ନିଯୁକ୍ତ କନ୍ସଲଟିଂ ଫାର୍ମ ପ୍ରସ୍ତୁତ କରିଥିବା ଏହି ମାଷ୍ଟର ପ୍ଲାନ୍ ସମ୍ପର୍କରେ ସଚିବାଳୟରେ ବିସ୍ତୃତ ଆଲୋଚନା ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ରମ୍ଭାରେ ୩୨ ଏକର […]
କୋରାପୁଟ: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ନିକଟସ୍ଥ କାଉଗୁଣ୍ଠା ଗାଁ ଠାରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ‘ନଡ଼ିଆରାଣୀ’ ବସ୍ ଓଲଟି ପଡ଼ିବା ଫଳରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କିଛି ମହିଳା ଅଛନ୍ତି ବୋଲି ସୂଚନା ମିଳିଛି। ତେବେ ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଦୁର୍ଘଟଣାରେ ବସ୍ କଣ୍ଡକ୍ଟର ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଘର ଆଠଗଡ଼ରେ ବୋଲି ଜଣାପଡ଼ିଛି। ସମସ୍ତ ଆହତଙ୍କୁ ପଟାଙ୍ଗି ସ୍ୱାସ୍ଥ୍ୟ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପାକିସ୍ତାନ ପ୍ରତିପକ୍ଷ ଇମ୍ରାନ୍ ଖାନ୍ଙ୍କୁ ସାଂଘାଇ କୋଅପରେସନ୍ ଅର୍ଗାନାଇଜେସନ୍ (ଏସ୍ସିଓ) ସମ୍ମିଳନୀରେ ଭେଟ ହେବାର ସମ୍ଭାବନା କମିବାର ଲାଗିଛି। ପୂର୍ବରୁ କିର୍ଗିଜ୍ସ୍ତାନର ରାଜଧାନୀ ବିଶ୍କେକ୍ଠାରେ ଉଭୟ ରାଷ୍ଟ୍ରନେତା ଭେଟ ହେବା ନେଇ ଚର୍ଚ୍ଚା ହେଉଥିଲା। କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି, ମୋ ଜାଣିବାରେ ବିଶ୍କେକ୍ଠାରେ ଆୟୋଜିତ ଏସ୍ସିଓ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କର ଭେଟ ହେବନି। ଆସନ୍ତା ୧୩ […]
ଭୁବନେଶ୍ୱର: ଜନ୍ତୁ-ମଣିଷ ବିବାଦର ସମାଧାନ ପାଇଁ ବନ ବିଭାଗର ନୂଆ ଯୋଜନା। ଏଣିକି କୁମ୍ଭୀରଙ୍କୁ ଟ୍ରାକିଂ କରିବ ବନ ବିଭାଗ। ରାଜ୍ୟରେ ପ୍ରଥମ ଥର ପାଇଁ କୁମ୍ଭୀରଙ୍କ ଦେହରେ ଲଗାଯିବ ରେଡିଓ କୋଲାର। ସାତକୋଶିଆର ଟିକରପଡ଼ାରେ ଚଳିତମାସ ଏହି କାର୍ଯ୍ୟର ଶୁଭାରମ୍ଭ କରାଯିବ। ପୂର୍ବରୁ ମଧ୍ୟପ୍ରଦେଶର ଚମ୍ବଲରେ କୁମ୍ଭୀରଙ୍କ ଦେହରେ ଏଭଳି ରେଡିଓ କଲାର ଲଗାଯାଇଛି। ସେଠାକାର ବିଶେଷଜ୍ଞଙ୍କ ସହାୟତାରେ ଓଡ଼ିଶାରେ ଏହି ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ ହେବ ବୋଲି ରାଜ୍ୟ ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ […]
ଯାଜପୁର: ଥାନା ସାମ୍ନାରୁ ଲୁଟ୍। ଯାଜପୁର ଥାନା ଆଗରେ ଥିବା ଏକ ବାଇକ୍ ଡିକିରୁ ସାଢ଼େ ୩ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଥାନାକୁ ନିଜ ପାସ୍ପୋର୍ଟ କଥା ବୁଝିବାକୁ ଆସିଥିବା ବେଳେ ଏହି ଲୁଟ୍ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଝିଅ ବାହାଘର ପାଇଁ ଜଣେ ବ୍ୟକ୍ତି ଯାଜପୁର SBIରୁ ଟଙ୍କା ଉଠାଇ ଥିଲେ। ସେ ସେହି ଟଙ୍କାଙ୍କୁ ବାଇକ୍ ଡିକିରେ ରଖି ଥାନାକୁ ପାସ୍ପୋର୍ଟ କଥା ବୁଝିବାକୁ ଯାଇଥିଲେ। ତେବେ ଏହି […]