• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

train
ଏଣିକି ଟ୍ରେନ୍‌ରେ ମସାଜ୍ ସେବା ପାଇବେ ଯାତ୍ରୀ

ନୂଆଦିଲ୍ଲୀ: ମୋଦିଙ୍କ ଦ୍ୱିତୀୟ ସରକାର ଟ୍ରେନ୍‌ ଯାତ୍ରୀଙ୍କ ଯାତ୍ରାକୁ ଆହୁରି ଆରାମଦାୟକ କରିବାକୁ ଯାଉଛନ୍ତି। ପ୍ରଥମଥର ପାଇଁ ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କୁ ଟ୍ରେନରେ ମସାଜ ସେବା ଦେବାକୁ ବ୍ୟବସ୍ଥା କରୁଛନ୍ତି। ଯାତ୍ରୀ ଉଭୟ ପାଦ ଓ ମୁଣ୍ଡର ମସାଜ୍ ସେବା ପାଇବେ। ଏଥିପାଇଁ ୧୦୦ ଟଙ୍କାର ଟିକେଟ୍‌ ବ୍ୟତୀତ ଅତିରିକ୍ତ ଦେୟ ଦେବାକୁ ପଡ଼ିବ ବୋଲି ଜଣାପଡ଼ିଛି। କିନ୍ତୁ ଏହି ସେବା ବୋର୍ଡିଂ ଟିକେଟ୍‌ ଧାରୀଙ୍କ ପାଇଁ କେବଳ ଉପଲବ୍ଧ ହେବ। ପ୍ରାଥମିକ ଭାବରେ ୩୯ଟି […]

tik tok
ଡକାୟତି ମାମଲାରେ ‘ଟିକ୍‌ ଟକ୍‌’ ଷ୍ଟାର୍ ଗିରଫ

ମୁମ୍ବାଇ: ଏକ ଡକାୟତି ମାମଲାରେ ସମ୍ପୃକ୍ତି ଥିବା ସନ୍ଦେହରେ ଜଣେ ଟିକ୍‌ ଟକ୍‌ ଷ୍ଟାରଙ୍କୁ ଗିରଫ କରାଯାଇଛି। ଟିକ୍‌ ଟକ୍‌ରେ ତାଙ୍କର ୯ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋୟର୍ସ ଅଛନ୍ତି। ଏହି ଟିକ୍‌ ଟକ୍‌ ଷ୍ଟାରଙ୍କ ନାମରେ ଆଗରୁ ୪ରୁ ୫ଟି ମାମଲା ରହିଥିଲା। ଏକ ବୃଦ୍ଧ ଦମ୍ପତି ପୂର୍ବରୁ ଅଭିଯୋଗ କରିଥିଲେ ଯେ କେହି ଜଣେ ତାଙ୍କ ଘରୁ ୧୫୦ ଗ୍ରାମ୍‌ର ସୁନା ଏବଂ ୪.୫୭ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ ଫୋନ ନେଇଯାଇଛି। ମୁମ୍ବାଇ ପୁଲିସ୍‌ […]

snake bite
ସାପ କାମୁଡ଼ାରେ ମା’ପୁଅଙ୍କ ମୃତ୍ୟୁ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍‌ କୁର୍ସି ପଞ୍ଚାୟତ ମାଳପାରା ଗାଁରେ ସାପ କାମୁଡ଼ି ଦେବାରୁ ଜଣେ ମହିଳା ଓ ତାଙ୍କ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମୃତକ ମହିଳାଙ୍କ ନାଁ ଲକ୍ଷ୍ମୀ ଗଣ୍ଡ। ତାଙ୍କ ପୁଅ ନାଁ ଭାଗିରଥୀ ଗଣ୍ଡ (୫)। ଗତକାଲି ରାତିରେ ଏ ଦୁଇ ଜଣ ପରିବାର ଲୋକଙ୍କ ସହିତ ଘରେ ଶୋଇଥିଲେ। ଶୋଇଥିବା ଅବସ୍ଥାରେ ମା’ପୁଅଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଉଭୟଙ୍କୁ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ […]

police station
ହାତୁଡ଼ିରେ ପିଟି ପିଟି ବୋହୂକୁ ହତ୍ୟା!

ଆସିକା (ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଜଣେ ମହିଳାଙ୍କୁ ତାଙ୍କ ଶାଶୂ ଘର ଲୋକେ ହାତୁଡ଼ିରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ପିଙ୍କି ସ୍ୱାଇଁ। ତାଙ୍କ ବାପଘର ମଧ୍ୟ ସେହି ଗାଁରେ। ଆଜି ସକାଳେ ପିଙ୍କିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ  ତାଙ୍କ ଶାଶୂ ଘରୁ ଉଦ୍ଧାର କରାଯାଇଥିଲା। ଏହି ଘଟଣା ପରେ ତାଙ୍କ ଶାଶୂ ଘର ଲୋକେ ଫେରାର ହୋଇଯାଇଛନ୍ତି। ପିଙ୍କି ଦୁଇ ବର୍ଷ […]

patnagarh
ଜେଇଙ୍କୁ ଉଠ୍‌ବସ୍‌ ଘଟଣା: ପରିବାର ପ୍ରତି ବିପଦ ଥିବା ‌ଆଶଙ୍କା କଲେ ଜେଇଙ୍କ ପତ୍ନୀ

ବଲାଙ୍ଗିର: ପାଟଣାଗଡ଼ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ(ଜେଇ)ଙ୍କୁ ଉଠ୍‌ବସ୍‌ କରିବା ଘଟଣାରେ ବିଧାୟକ ସରୋଜ ମେହେରଙ୍କ ବିରୋଧରେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଜେଇଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ତାଙ୍କ ପରିବାର ସଦସ୍ୟଙ୍କ ଜୀବନ ପ୍ରତି ବିପଦ ଥିବା କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କ ପତ୍ନୀ ଆଶଙ୍କା କରିଛନ୍ତି।  ଗତ ୬ ତାରିଖରୁ ଏତଲା ଦେଇଥିଲେ ବି ଏଯାଏ ପୁଲିସ୍‌ କାହିଁକି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି ବୋଲି ସେ ପ୍ରଶ୍ନ କରିଛନ୍ତି। ଜୟକାନ୍ତଙ୍କୁ ବିଧାୟକ ସରୋଜ […]

sbi
ଜୁଲାଇ ୧ରୁ ବଦଳିବ ଏସ୍‌ବିଆଇର ନିୟମ

ନୂଆଦିଲ୍ଲୀ: ଜୁଲାଇ ୧ ତାରିଖରୁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସ୍‌ବିଆଇ) ତା’ର କିଛି ନିୟମ ପରିବର୍ତ୍ତନ କରିବାକୁ ଘୋଷଣା କରିଛି। ଏହା ଦ୍ୱାରା ବ୍ୟାଙ୍କର ୪୨ କୋଟି ଗ୍ରାହକ ସିଧାସଳଖ ଭାବେ ପ୍ରଭାବିତ ହେବେ। ଏସ୍‌ବିଆଇ ପକ୍ଷରୁ କୁହାଯାଇଛି ଯେ, ଜୁଲାଇ ୧ରୁ ରେପୋ ରେଟ୍‌ ଅନୁସାରେ ଗୃହ ଋଣ ଦିଆଯିବ। ଏହାର ଅର୍ଥ ହେଉଛି, ଆସନ୍ତା ମାସରୁ ଏସ୍‌ବିଆଇର ଗୃହ ଋଣର ସୁଧ ହାର ରେପୋ ରେଟ୍‌ ଉପରେ ଆଧାରିତ ହେବ। ଏହାକୁ ଆହୁରି […]

kerala
କେରଳ ଛୁଇଁଲା ମୌସୁମୀ; ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ

ନୂଆଦିଲ୍ଲୀ/ଭୁବନେଶ୍ୱର: କେରଳ ଛୁଇଁଲା ମୌସୁମୀ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଉପକୂଳ ଛୁଇଁଥିବା ନେଇ ଭାରତୀୟ ପାଣିପାଗ ବିଭାଗରର ନବ ନିଯୁକ୍ତ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।  ଏହାର ପ୍ରଭାବରେ କେରଳର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ଆଶଙ୍କା ଦୃଷ୍ଟିରୁ କେରଳର ବିଭିନ୍ନ ସ୍ଥାନରେ ରେଡ୍ ଆଲର୍ଟ ଜାରି କରାଯାଇଛି। ସେହିପରି ଆଉ କିଛି ଜିଲ୍ଲାରେ ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ ଜାରି […]

sitalasashthi
ସରିଲା ଦେବ ଦମ୍ପତିଙ୍କ ବିବାହ

ସମ୍ବଲପୁର: ଭୋଳାବାବାଙ୍କ ବିବାହ ଗତକାଲି ବିଳମ୍ବିତ ରାତିରେ ସମ୍ପନ୍ନ ହୋଇଛି। ଆଜି ରାତିରେ ଦେବ ଦମ୍ପତିଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା ଆରମ୍ଭ ହେବ। ସବୁ ରୀତିନୀତି ସରିବା ପରେ ଗତକାଲି ବରଯାତ୍ରୀଙ୍କୁ ସାଥିରେ ନେଇ କନ୍ୟାଘର ଅଭିମୁଖେ ବାହାରିଥିଲେ ମହାଦେବ। ଏଥିଲାଗି ଚଳଚଞ୍ଚଳ ସମ୍ବଲପୁର ସହର ହୋଇ ପଡ଼ିଥିଲା। ସହରର ଝାଡୁଆପଡ଼ା, ମୋଦିପଡ଼ା, ବଡବଜାର, ବୁଢାରାଜା ଓ ଠାକୁରପଡ଼ା ସମେତ ଅନ୍ୟାନ୍ୟ ଶିବ ମନ୍ଦିରରୁ ବିଶାଳ ଶୋଭାଯାତ୍ରା ବାହାରିଥିଲା। ଭୋଳାବାବାଙ୍କୁ ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ସଜ୍ଜିତ […]

pm modi..
‘ଭାଙ୍ଗିବ କଂଗ୍ରେସ ରେକର୍ଡ, ୨୦୪୭ ପର୍ଯ୍ୟନ୍ତ କ୍ଷମତାରେ ରହିବ ବିଜେପି’

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ଲଗାତାର ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ବିଜେପି ମହାସଚିବ ରାମ ମାଧବ ଦାବି କରିଛନ୍ତି ଯେ, ତାଙ୍କ ଦଳ ୨୦୪୭ ପର୍ଯ୍ୟନ୍ତ ଦେଶରେ ଶାସନ କରିବ। ତ୍ରିପୁରାର ରାଜଧାନୀ ଅଗରତାଲାରେ ଏକ ରାଲିରେ ଯୋଗ ଦେବା ଅବସରରେ ସେ ଏହିକଥା କହିଛନ୍ତି। ସେ କହିଛନ୍ତି,“୨୦୪୭ରେ ଯେତେବେଳେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବ ସେତେବେଳେ ବିଜେପି କ୍ଷମତାରେ ଥିବ। ଏଯାବତ୍‌ ଦେଶରେ କଂଗ୍ରେସ ସବୁଠୁ ଅଧିକ ସମୟ ଧରି […]

rain
୯ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଆଜି ରାଜ୍ୟର କିଛି ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ବାଲେଶ୍ୱର, ଭଦ୍ରକ,କେନ୍ଦ୍ରାପଡ଼ା, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର। ଦିନ ୨ଟା ପର୍ଯ୍ୟନ୍ତ ଏହି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ, ଗତ କିଛିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳୁଛି।

ojee
ଆଜି ଓଜେଇଇ ଅନ୍‌ଲାଇନ୍ ଟେଷ୍ଟ

ଭୁବନେଶ୍ୱର: ଏମ୍‌ବିଏ,ଏମ୍‌ସିଏ, ଏମ୍‌.ଟେକ୍‌, ଏମ୍‌.ଆର୍କ, ଏମ୍‌.ପ୍ଲାନ୍‌, ଏମ୍‌.ଫାର୍ମା ଓ ଲାଟେରାଲ ଏଣ୍ଟ୍ରି, ଏମ୍‌ସିଏ ପାଠ୍ୟକ୍ରମରେ ନାମ ଲେଖା ପାଇଁ  ଓଜେଇଇ ପକ୍ଷରୁ ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଅନ୍‌ଲାଇନ୍‌ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମଥର ଲାଗି ପିଜି ସ୍ତରର କୋର୍ସ ପାଇଁ ଓଜେଇଇ ପକ୍ଷରୁ ଅନ୍‌ଲାଇନ୍‌ ପରୀକ୍ଷା କରାଯାଉଛି। ଏମ୍‌.ପ୍ଲାନ୍‌, ଏମ୍‌ସିଏ, ଏମ୍‌.ଆର୍କ, ଏମ୍‌.ଫାର୍ମା ଓ ଲାଟେରାଲ ଏଣ୍ଟ୍ରି ଏମ୍‌ସିଏ ପାଠ୍ୟକ୍ରମ ଲାଗି  ଆଜି  ୩ଟି ସିଫ୍ଟରେ ପରୀକ୍ଷା ହେବ। ପ୍ରଥମ ସିଟିଂ ସକାଳ ୯ଟାରୁ ଆରମ୍ଭ […]

bbsr
ଅପହରଣ ଉଦ୍ୟମ ପଣ୍ଡ; କାର୍‌, ବନ୍ଧୁକ ଜବତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ୨ଟି କାର୍ ଭିତରୁ ୨ଟି ବନ୍ଧୁକ ଜବତ ହେବା ଘଟଣା ନୂଆ ମୋଡ଼ ନେଇଛି। ଅପହରଣ ଉଦ୍ୟମବେଳେ କାର୍‌ ଦୁଇଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ନୟାପଲ୍ଲୀ ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ୪ ଜଣ ଦୁର୍ବୃତ୍ତ ବନ୍ଧୁକ ମୁନରେ ଅପହରଣ ଉଦ୍ୟମ କରିଥିଲେ। ଏନେଇ ସଂପୃକ୍ତ ବ୍ୟକ୍ତି ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ଗତ ରାତିରେ ବ୍ୟବସାୟୀ ଜଣକ କାର୍ ଯାଉଥିବାବେଳେ ୪ ଦୁର୍ବୃତ୍ତ ତାଙ୍କୁ ଅଟକାଇ ବନ୍ଧୁକ ଲଗାଇ ଅପହରଣ ଉଦ୍ୟମ କରିଥିଲେ। ତାଙ୍କୁ […]

lesbian couple
ଚୁମ୍ବନ ପାଇଁ ମନା କରିବାରୁ ସମଲିଙ୍ଗୀ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ

ଲଣ୍ଡନ: ଜଣେ ମହିଳା ବିମାନ କର୍ମଚାରୀ ଏବଂ ତାଙ୍କ ସମଲିଙ୍ଗୀ ପାର୍ଟନରଙ୍କୁ କିଛି ଦୃର୍ବୃତ୍ତ ସର୍ବସାଧାରଣରେ ପରସ୍ପରକୁ ଚୁମ୍ବନ ଦେବା ପାଇଁ ବାଧ୍ୟ କରିଥିଲେ। ହେଲେ ଏଥିରେ ସେମାନେ ଅମଙ୍ଗ ହେବାରୁ ସେମାନଙ୍କୁ ମାଡ଼ ମାରି ରକ୍ତାକ୍ତ କରିଦିଆଯାଇଥିବା ଅଭିଯୋଗ ହୋଇଛି। ପରେ ପୁଲିସ୍‌ କିଛି ସନ୍ଦିଗ୍ଧଙ୍କୁ ଏହି ମାମଲାରେ ଗିରଫ କରିଥିବା ମଧ୍ୟ ଜଣାପଡ଼ିଛି। ସୂଚନା ଅନୁସାରେ, ଘଟଣା ଦିନ ସେମାନେ ବୁଲାବୁଲି ସାରି ଏକ ବସ୍‌ରେ ଫେରୁଥିଲେ। ସେମାନଙ୍କ ପଛରେ ବସିଥିବା କିଛି ବ୍ୟକ୍ତି […]