ନୂଆଦିଲ୍ଲୀ: ଦକ୍ଷିଣପୂର୍ବ, ଲାକ୍ଷାଦ୍ୱୀପ ଓ ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଛି। ଆସନ୍ତା ୪୨ ଘଣ୍ଟା ମଧ୍ୟରେ ଏହା ସିଭିୟର୍ ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ବାତ୍ୟାର ନାଁ ‘ବାୟୁ’ ରହିଛି। ଆସନ୍ତା ୭୨ ଘଣ୍ଟାରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଏହା ଗତି କରିବ। ଆସନ୍ତା ୧୩ ତାରିଖ ସକାଳେ ଏହି ସାମୁଦ୍ରିକ ଝଡ଼ ଗୁଜରାଟ ଉପକୂଳ ଅତିକ୍ରମ କରିବ ବୋଲି […]
ଲଣ୍ଡନ: ଆଜି କ୍ରିକେଟ୍ ବିଶ୍ୱକପ୍ ମ୍ୟାଚ୍ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହାଇଭୋଲଟେଜ୍ ମୁକାବିଲା ହେବ। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବ ବୋଲି ନିଷ୍ପତ୍ତି ନେଇଛି। ଲଣ୍ଡନର କେନିଙ୍ଗଟନ ଓଭାଲରେ ଏହି ମ୍ୟାଚ୍ ଖେଳାଯାଉଛି। ଏଯାଏ ବିଶ୍ୱକପରେ ଅଷ୍ଟ୍ରେଲିଆ ୨ଟି ମ୍ୟାଚ୍ ଖେଳିଥିବା ବେଳେ ଭାରତ ମାତ୍ର ଗୋଟିଏ ମ୍ୟାଚ୍ ଖେଳିଛି। ଗତ ବିଶ୍ୱକପ୍ରେ ଭାରତ ଓ ଅଷ୍ଟ୍ରେଲିଆ ପରସ୍ପରକୁ ସେମି ଫାଇନାଲରେ ଭେଟିଥିଲେ। ଏଥିରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା। ଆଜି ଅଷ୍ଟ୍ରେଲିଆ ପେସ୍ […]
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବେ ଇଂଲଣ୍ଡରେ ଅଛନ୍ତି। ସେ ବିଶ୍ୱକପ୍ ଖେଳିବାକୁ ଟିମ୍ ସହିତ ସେଠାକୁ ଯାଇଛନ୍ତି। ପ୍ରଥମ ମ୍ୟାଚ୍ରେ ଦଳ ଦକ୍ଷିଣ ଆଫ୍ରିକାକୁ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଆଜି ଅଷ୍ଟ୍ରେଲିଆ ସହିତ ମୁହାଁମୁହିଁ ହେବ। ତେବେ ଏହା ଭିତରେ ହରିୟାଣାର ଗୁରୁଗ୍ରାମ ମ୍ୟୁନିସିପାଲିଟି ବିରାଟଙ୍କ ଉପରେ ୫୦୦ ଟଙ୍କା ଫାଇନ୍ କରିଛି। ପିଇବା ପାଣିରେ କାର୍ ଧୋଇବାକୁ ନେଇ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ତାଙ୍କ ଉପରେ ଏହି ଫାଇନ୍ କରିଛନ୍ତି। ଅବଶ୍ୟ […]
କୋଲକାତା: ନିର୍ବାଚନ ପରେ ବି ପଶ୍ଚିମବଙ୍ଗରେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ବିବାଦ ଥମୁନାହିଁ। ଗତକାଲି ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ହୋଇଥିବା ସଂଘର୍ଷରେ ୨ ଜଣ ବିଜେପି କର୍ମୀ ଓ ଜଣେ ଟିଏମସି କର୍ମୀ ହତ୍ୟାର ଶିକାର ହୋଇଥିବା ଜଣାପଡ଼ିଛି। ତେବେ ଆଉ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ବିଜେପି କର୍ମୀ ନିଖୋଜ ଥିବା ଦଳ କହିଛି। ଉତ୍ତର ୨୪ ପ୍ରଗଣା […]
ଓଭାଲ୍: ଚଳିତ ବିଶ୍ୱକପ୍ରେ ଆଜି ଭାରତ ତା’ର ଦ୍ୱିତୀୟ ମ୍ୟାଚ୍ ଖେଳିବ। ଦୁଇଥର ବିଶ୍ୱବିଜେତା ଭାରତ ୫ଥର ବିଶ୍ୱକପ୍ ଜିତିଥିବା ତଥା ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆକୁ ଭେଟିବ। ଲଣ୍ଡନର ଐତିହାସିକ ଓଭାଲ୍ ପଡ଼ିଆରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଭାରତୀୟ ସମୟାନୁସାରେ ଅପରାହ୍ଣ ୩ଟାରୁ ଆରମ୍ଭ ହେବ। ପ୍ରଥମଥର ପାଇଁ ୫୦-ଓଭର୍ ବିଶ୍ୱକପ୍ରେ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ଭେଟିବ। ଏହି ମ୍ୟାଚ୍ରେ ବିରାଟ ବାହିନୀ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିବାକୁ ନିଶ୍ଚୟ ପ୍ରୟାସ […]
ଭୁବନେଶ୍ୱର: ଏହା ସତ ଯେ, ଆପଣଙ୍କର ଦରମା ଯେତେ ଅଧିକ ହେଲେ ବି ତାହା କମ୍ ଲାଗିଥାଏ। ସତରେ ଯଦି ଆପଣଙ୍କୁ ଲାଗୁଛି କି, ଆପଣ କାମ କମ୍ କରୁଛନ୍ତି କିମ୍ବା ବସ୍ ଆପଣଙ୍କ ଉପରେ ଖୁସି ନାହାନ୍ତି ବୋଲି ଦରମା ବଢ଼ୁନାହିଁ ତେବେ ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ। ଏହାକୁ ଆପଣାଇଲେ କାମର ଗୁଣବତ୍ତା ବଢ଼ିବ ଏବଂ ଆପଣ ଅଫିସରେ ଜଣେ ଭଲ କର୍ମଚାରୀ ହୋଇ ପାରିବେ। ତା ସହ ଦରମା ମଧ୍ୟ ଭଲ […]
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ଅତଳାଗଡ଼ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ କମିଶନରେଟ ପୁଲିସ୍ ଗିରଫ କରିଛି। ଅଭିଯୁକ୍ତର ନାଁ ମାମୁଲୁ ଓରଫ ସ୍ରଷ୍ଟା ରାଉତରାୟ। ଆଜି ସକାଳୁ ପୁଲିସ୍ ସ୍ରଷ୍ଟାକୁ କଟକର ଫୁଲନଖରା ଅଞ୍ଚଳରୁ ଗିରଫ କରିଛି। ପାରିବାରିକ ଗଣ୍ଡଗୋଳକୁ ନେଇ ବଡ଼ଭାଇ ସ୍ରଷ୍ଟା ସାନଭାଇ ପ୍ରୀତମକୁ ହତ୍ୟା କରିଥିଲା। ସିସିଟିଭି ଫୁଟେଜ ଦେଖିବା ପରେ ହତ୍ୟାକାରୀ ସ୍ରଷ୍ଟା ଚିହ୍ନଟ କରାଯାଇଥିଲା। ଏହାପରେ ତାକୁ ଧରିବା ପାଇଁ ପୁଲିସ୍ ଛାନ୍ଭିନ୍ ଆରମ୍ଭ କରିଥିଲା। […]
ଢେଙ୍କାନାଳ : ଢେଙ୍କାନାଳ ସହର ସ୍ଥିତ ଅଳସୁଆ ହାଟ ନିକଟରେ ଥିବା ଏକ ପରିତ୍ୟକ୍ତ ରାଇସ୍ ମିଲ୍ର କାନ୍ଥ ଭୁଶୁଡ଼ି ପଡ଼ିବାରୁ ୪ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୭ ଜଣ ଗୁରୁତର ଭାବେ ଆହତ ହୋଇଛି। ଆଜି ସକାଳେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ପରିଚୟ ଜଣାପଡ଼ି ନଥିବା ବେଳେ ଆହତଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ଚାଇଁପୁରର ସଂଗ୍ରାମ ସାହୁ, ଗେଙ୍ଗୁଟିଆର ରାମଚନ୍ଦ୍ର ସାହୁ, ଗୁରୁଜଙ୍ଗର ଅଭିମନ୍ୟୁ ବିଶ୍ୱାଳ ଓ […]
ସମ୍ୱଲପୁର/ଭୁବନେଶ୍ୱର: ଚାଲିଛି ଶିବ-ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ଦର୍ଶନର ଶୋଭାଯାତ୍ରା। ସେଥିପାଇଁ ଦୁଲୁକୁଛି ସମ୍ବଲପୁର ସହର। ନାଚ, ଗୀତ ଓ ବାଜାର ତାଳରେ ପୂରା ପରିବେଶ କମ୍ପୁଛି। ବିବାହ ସଂପନ୍ନ ହେବା ପରେ ଶିବ-ପାର୍ବତୀ ମନ୍ଦିରକୁ ଫେରୁଛନ୍ତି। ସାଙ୍ଗରେ ବିରାଟ ପଟୁଆର ରହିଛି। ଗତ ରାତିରୁ ହିଁ ଏହି ଶୋଭାଯାତ୍ରା ବାହାରିଛି। ଏଥିରେ ହଜାର ହଜାର ଭକ୍ତ ତା’ ସାଙ୍ଗକୁ ବିଭିନ୍ନ ପାରମ୍ପରିକ ଓ ଆଧୁନିକ ନାଚ ଗୀତର ଦର୍ଶକ ମଜା ଉଠାଉଛନ୍ତି। ପୌରାଣିକ ବିଶ୍ୱାସ ଅନୁସାରେ, ଶିବ-ପାର୍ବତୀଙ୍କ […]