• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

police
ଭର୍ଜିନିଆ ବିଚ୍‌ରେ ଗୁଳିମାଡ଼: ୧୨ ମୃତ, ୬ ଆହତ

ୱାଶିଂଟନ୍‌: ଆମେରିକାର ଭର୍ଜିନିଆ ବିଚ୍‌ରେ ଗୁଳିମାଡ଼ରେ ୧୨ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଗୁଳିମାଡ଼ କରିଥିବା ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ସେ ଭର୍ଜିନିଆ ବିଚ୍‌ରେ କାର୍ଯ୍ୟ କରୁଥିଲେ। ଭର୍ଜିନିଆ ବିଚ୍‌ରେ ଥିବା ମ୍ୟୁନିସିପାଲିଟି ଅଫିସ୍‌ରେ ଗତକାଲି ଅପରାହ୍ଣ ୫ଟାରେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତ ତାଙ୍କ ସହକର୍ମୀମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ସେତେବେଳେ ସେଠାରେ ସେମାନେ ନିଜ ନିଜ କାମରେ ବ୍ୟସ୍ତ ଥିଲେ। ଖବର […]

surya
ସୂର୍ଯ୍ୟ ନାରାୟଣ ପାତ୍ର ହେବେ ରାଜ୍ୟର ୨୨ତମ ବାଚସ୍ପତି

ଭୁବନେଶ୍ୱର: ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବିଧାନସଭା ଅଧିବେଶନ ଆରମ୍ଭ ହୋଇଯାଇଛି। ଏବେ କାମଚଳା ବାଚସ୍ପତି ବିଧାନସଭା ଚଳାଉଥିବା ବେଳେ ଆଜି ହେବ ବାଚସ୍ପତି ନିର୍ବାଚନ। ବରିଷ୍ଠ ନେତା ତଥା ସାତ ଥର ବିଧାୟକ ହୋଇଥିବା ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଶାସକ ବିଜେଡି ବାଚସ୍ପତି ପ୍ରାର୍ଥୀ କରିଛି। ଗତ ଗୁରୁବାର କାମଚଳା ବାଚସ୍ପତି ଅମର ଶତପଥୀ ବିଧାୟକମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଷୋଡ଼ଶ ବିଧାନସଭାର ବାଚସ୍ପତି ତଥା ରାଜ୍ୟର ୨୨ତମ ବାଚସ୍ପତି ଭାବେ […]

injured
ଖଣ୍ଡିଆ ଭଲ ହେଲା ପରେ ଦାଗ ରହିଯାଇଛି କି? ଆପଣାନ୍ତୁ ଏହିସବୁ ଘରୋଇ ଉପଚାର

ଭୁବନେଶ୍ୱର: ଛୋଟବେଳେ ଆପଣ ସାଇକେଲ୍‌ ଶିଖିଲା ବେଳେ ହେଉ ବା ଖେଳିଲା ବେଳେ ପଡ଼ି ଯାଇ ଖଣ୍ଡିଆ ହୋଇଥିବେ ନିଶ୍ଚୟ। ତେବେ ଖଣ୍ଡିଆ ହୋଇ ଶରୀରରେ ଏହି ଦାଗ ରହିଲେ ଏହା ସୁନ୍ଦର ଦେଖାଯାଇନଥାଏ। ଫଳରେ ଆମେ ବିଭିନ୍ନ ଉପାୟ ମାଧ୍ୟମରେ ଦାଗ ଲିଭାଇବା ପାଇଁ ଚେଷ୍ଟା କରିଥାଉ। କିଛି ଲୋକ ଏହି ଖଣ୍ଡିଆ ପାଇଁ ସର୍ଜରୀ କରାଇବା ସହ ଆହୁରି ଅନେକ ଚିକିତ୍ସା ମଧ୍ୟ କରାଇଥାନ୍ତି। କିନ୍ତୁ ଏହା ବ୍ୟୟବହୁଳ ହୋଇଥିବାରୁ  ସବୁ ଲୋକ ଏପରି […]

farmer
ଏବେ ସବୁ ଚାଷୀଙ୍କ ପାଇଁ ପିଏମ୍‌-କିଷାନ୍‌ ଯୋଜନା, ବର୍ଷକୁ ମିଳିବ ୬ ହଜାର ଟଙ୍କା

ନୂଆଦିଲ୍ଲୀ: ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ଦେଇଥିବା ପ୍ରତିଶ୍ରୁତି ପୂରଣ କରି ସମସ୍ତ ଚାଷୀଙ୍କ ପାଇଁ ବାର୍ଷିକ ୬ ହଜାର ଟଙ୍କାର ସହାୟତା ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ ପିଏମ୍‌-କିଷାନ୍‌ ଯୋଜନାରେ ଆଉ ଜମି ପରିମାଣକୁ ନେଇ ରହିଥିବା କଟକଣା ରହିବ ନାହିଁ। ଏଥିରେ ପ୍ରାୟ ୧୫ କୋଟି ଚାଷୀ ପରିବାରକୁ ସିଧାସଳଖ ସହାୟତା ପହଞ୍ଚିବ ବୋଲି ଆକଳନ କରାଯାଉଛି। ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ୩୫୦ ଆସନରେ […]

monsoon
ରଜ ସରିଲେ ଆସିବ ମୌସୁମୀ!

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶର ଚାଷୀକୁଳ ନିର୍ଭର କରୁଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳରେ କେବେ ପହଞ୍ଚିବ, ତାକୁ ନେଇ ସସପେନ୍ସ ଜାରି ରହିଛି। ଆସନ୍ତା ୬ ତାରିଖରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ନେଇ ଭାରତୀୟ ପାଣିପାଗ ବିଭାଗ କହୁଥିବା ବେଳେ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ୭ ତାରିଖରେ ମୌସୁମୀ କେରଳ ଛୁଇଁବ ବୋଲି କହିଛି। ଏଥିରେ ଗୋଟିଏ ବା ଦୁଇଦିନ ଆଗ ପଛ ମଧ୍ୟ ହୋଇପାରେ ବୋଲି ସଂସ୍ଥା ଅନୁମାନ କରିଛି। ଅନ୍ୟପକ୍ଷରେ କେରଳ ଛୁଇଁବାର ୧୦ରୁ ୧୨ […]

akshaya mohanty wife
ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ପତ୍ନୀଙ୍କ ପରଲୋକ

ଭୁବନେଶ୍ୱର: ଲୋକପ୍ରିୟ ସଂଗୀତଜ୍ଞ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ପତ୍ନୀ ପ୍ରବୀଣା ମହାନ୍ତିଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଗତକାଲି ରାତିରେ ପ୍ରବୀଣା ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ। ସେଠାରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ହସ୍‌ପିଟାଲ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।  ତାଙ୍କ ମରଶରୀରକୁ କଟକ ଶେଖବଜାର ସ୍ଥିତ ତାଙ୍କ ବାସଭବନକୁ ଅଣାଯାଇଛି।

encounter
ବ୍ରହ୍ମପୁରରେ ଏନ୍‌କାଉଣ୍ଟର; ୨ ଅପରାଧୀ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଏନ୍‌କାଉଣ୍ଟର। ବ୍ରହ୍ମପୁର ଗୋଳନ୍ଥରା ଅଞ୍ଚଳରେ ପୁଲିସ୍‌ର ଏନ୍‌କାଉଣ୍ଟରରେ ୨ ଜଣ ଅପରାଧୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଗଣେଶ ନାୟକ ଓ ହୃଷି ପାତ୍ର। ସେମାନଙ୍କ ନିକଟରୁ ୨ ଟି ପିସ୍ତଲ ସହିତ ଅଫୁଟା ଗୁଳି, ଗୋଟିଏ ବାଇକ୍‌ ପୁଲିସ୍‌ ଜବତ କରିଛି। ଘଟଣାସ୍ଥଳରୁ ଅନ୍ୟ ୩ ଜଣ ଖସି ପଳାଇଥିବା ନେଇ ବ୍ରହ୍ମପୁର ଅତିରିକ୍ତ ଏସ୍‌ପି ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ଆସିକା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ […]

dharmendra
ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୨ ଓଡ଼ିଆଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟର ଦାୟିତ୍ୱ

ଭୁବନେଶ୍ୱର: ଗୁରୁବାର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ନରେନ୍ଦ୍ର ମୋଦି ଆଜି ତାଙ୍କ ଟିମ୍‌ରେ କାହାକୁ କେଉଁ ବିଭାଗ ମିଳିଛି, ତାହା ଘୋଷଣା କରିଛନ୍ତି। ମୋଦିଙ୍କ ସମେତ ଏନଡିଏ-୨ ସରକାରରେ ୫୮ ଜଣ ସଦସ୍ୟ ରହିଛନ୍ତି। ମୋଦିଙ୍କୁ ମିଶାଇ ୨୫ ଜଣ କ୍ୟାବିନେଟ ମନ୍ତ୍ରୀ ଥିବା ବେଳେ ୨୪ ଜଣ ରାଷ୍ଟ୍ରମନ୍ତ୍ରୀ ଓ ୯ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ ଦାୟିତ୍ୱ ମିଳିଛି। ତେବେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଦୁଇ ଓଡ଼ିଆଙ୍କୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟର […]

monsoon
ଜୁନ୍ ପ୍ରଥମ ସପ୍ତାହ ସୁଦ୍ଧା ମୌସୁମୀ କେରଳ ଛୁଇଁବା ସମ୍ଭାବନା

ଭୁବନେଶ୍ୱର: ଚଳିତ ବର୍ଷ ମୌସୁମୀ ଆସିବାରେ ବିଳମ୍ବ ହେଉଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ଏହି ସୂଚନା ଦେଇଛି। ପରିବେଶ ଅନୁକୂଳ ନ ଥିବାରୁ ମୌସୁମୀ ବାୟୁ ଆଣ୍ଡାମାନ ଉପକୂଳରେ ସ୍ଥିର ରହିଛି। ଜୁନ୍ ପ୍ରଥମ ସପ୍ତାହ ସୁଦ୍ଧା ଏହା କେରଳ ଉପକୂଳ ଛୁଇଁବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ବର୍ତ୍ତମାନ ପାଇଁ ତାତିରୁ ନିସ୍ତାର ନାହିଁ। ପଶ୍ଚିମ ଓଡ଼ିଶାରେ ଆହୁରି ଦୁଇ ତିନି ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି। […]

bjp..
ଦିଲ୍ଲୀରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ୨ ମନ୍ତ୍ରୀ

ଭୁବନେଶ୍ୱର/ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ପରେ ଆଜି ଦିଲ୍ଲୀର ହଜ୍‌ଖାସ୍‌ରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଆଜି ସକାଳେ ସେମାନେ ମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କ ସହିତ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇଥିଲେ। ମୋଦି ସରକାରର ଦ୍ୱିତୀୟ ପାଳିରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଓ ଇସ୍ପାତ ମନ୍ତ୍ରୀ […]

pm modi
ଟିମ୍ ମୋଦି: ଅମିତ ଶାହ ଗୃହମନ୍ତ୍ରୀ, ନିର୍ମଳା ସୀତାରମଣ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ମୋଦି-୨ ସରକାର ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି କ୍ରମାଗତ ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୫୭ ଜଣ ସଦସ୍ୟ ସ୍ଥାନ ପାଇଛନ୍ତି। ଗତକାଲି ଶପଥ ଗ୍ରହଣ ଉତ୍ସବ ପରେ ଆଜି ମନ୍ତ୍ରୀମାନଙ୍କୁ ସେମାନଙ୍କ ବିଭାଗ ମିଳିଛି। ମୋଦିଙ୍କ ଏହି ନୂଆ ମନ୍ତ୍ରିମଣ୍ଡଳରେ ଅମିତ ଶାହଙ୍କୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ଦାୟିତ୍ୱ ମିଳିଥିବା ବେଳେ ରାଜନାଥ ସିଂଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାୟିତ୍ୱ ମିଳିଛି। ସେହିପରି ନିର୍ମଳା ସୀତାରମଣଙ୍କୁ ଅର୍ଥମନ୍ତ୍ରଣାଳୟ ଦାୟିତ୍ୱ ମିଳିଛି। […]

jual oram
ଜୁଏଲ୍‌ଙ୍କୁ ଭେଟିଲେ ଧର୍ମେନ୍ଦ୍ର ଓ ପ୍ରତାପ

ନୂଆଦିଲ୍ଲୀ: ମୋଦି-୨ ସରକାରରେ ମନ୍ତ୍ରୀ ଭାବେ ସ୍ଥାନ ପାଇବା ପରେ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କୁ ଭେଟିଛନ୍ତି। ଆଜି ସକାଳେ ମନ୍ଦିରରେ ପୂଜାର୍ଚ୍ଚନା ପରେ ଧର୍ମେନ୍ଦ୍ର ଏବଂ ପ୍ରତାପ, ଜୁଏଲଙ୍କ ନୂଆଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ପହଞ୍ଚିଥିଲେ। ଦୁଇ ମନ୍ତ୍ରୀ ପହଞ୍ଚିବା ପରେ ଜୁଏଲ୍ ସେମାନଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇଥିଲେ। ଏହି ସାକ୍ଷାତବେଳେ ଓଡ଼ିଶା ବିଜେପି ପ୍ରଭାରୀ ଅରୁଣ ସିଂହ, ରାଜ୍ୟ ବିଜେପିର ବରିଷ୍ଠନେତା ମନମୋହନ […]

rakhi
ଦୀପକଙ୍କ ସହ ବିଗ୍‌ବସ୍‌ରେ ଏଣ୍ଟ୍ରି କରିବେ ରାକ୍ଷୀ!

ମୁମ୍ବାଇ: ବିଗ୍‌ବସ୍‌ର ନୂଆ ସିଜିନ୍‌ ବହୁତ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ବିଗ୍‌ବସ୍‌ରେ କେଉଁ କେଉଁ ମାନେ ଭାଗ ନେବେ ତାକୁ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଛି। ଚଳିତ ଥର ବିଗ୍‌ବସ୍‌ରେ ସେଲିବ୍ରିଟି ପ୍ରତିଯୋଗୀଙ୍କ ମଧ୍ୟରେ ରାକ୍ଷୀ ସାୱନ୍ତ-ଦୀପକ କଲାଲଙ୍କ ପରି ଚର୍ଚ୍ଚିତ ଯୋଡ଼ି, ମିଥୁନ୍‌ ରକ୍ରବର୍ତ୍ତୀଙ୍କ ପୁଅ ମହାଅକ୍ଷୟ, ନେହା କକ୍କରଙ୍କ ଏକ୍ସ ବୟଫ୍ରେଣ୍ଡ ହିମାଂଶ କୋହଲିଙ୍କ ନାମ ଶୁଣିବାକୁ ମିଳୁଛି। ସେମାନଙ୍କ ମଧ୍ୟରୁ ରାକ୍ଷୀ ଓ ଦୀପକ ବିଗ୍‌ବସ୍‌ ଯିବା ନିଶ୍ଚିନ୍ତ ହୋଇଯାଇଥିବା ଜଣାପଡ଼ିଛି। ରାକ୍ଷୀ […]

labourer
ଦୁବାଇରେ ଫସିଛନ୍ତି ୧୦ ଦାଦନ ଶ୍ରମିକ; ଫେରାଇ ଆଣିବାକୁ ପ୍ରଶାସନକୁ କଲେ ନିବେଦନ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ପୁଣି ସାମନାକୁ ଆସିଲା ଦାଦନ ଦୁଃଖ। ପରିବାର ପୋଷଣ ପାଇଁ ଯାଇ ଦୁବାଇରେ ଫସି ରହିଛନ୍ତି ୧୦ଦାଦନ ଶ୍ରମିକ। ୧୧ମାସ ହେଲା ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ଲାଗି ପରିବାର ଲୋକେ ସରକାରଙ୍କ ପାଖରେ ନେହୁରା ହୋଇଛନ୍ତି। ନୟାଗଡ଼ ଜିଲ୍ଲା ଗୋଡ଼ିପଡ଼ା କୁରୁଡାଙ୍ଗିର ୨ ଜଣ ଶ୍ରମିକ ଥିବାବେଳେ ରାଜ୍ୟର ଅନ୍ୟ ଅଞ୍ଚଳର ୮ଜଣ ଶ୍ରମିକ ଅଛନ୍ତି। ନୟାଗଡ଼ର ୨ ଶ୍ରମିକ ହେଲେ ପ୍ରକାଶ ମହାରଣା ଓ ଗୁମାନ ମହାରଣା। ଏହି ଶ୍ରମିକଙ୍କୁ ଦଲାଲ […]

fire
ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୫୦ରୁ ଅଧିକ ବଖରା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଜାଲକଣା ଗାଁରେ ୩୩ଟି ପରିବାରର ୫୦ରୁ ଅଧିକ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଦୁଇ ଶିଶୁ ଗୁରୁତର ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମହାକାଳପଡ଼ା, କେନ୍ଦ୍ରାପଡା ଓ ମାର୍ଶାଘାଇ ସମେତ ୬ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସ୍ଥାନୀୟ ବାସିନ୍ଦା ଅଜୟ ପ୍ରଧାନଙ୍କ ପାଳ ଗଦାରେ ନିଆଁ ଲାଗି ପୂରା ଗାଁକୁ ବ୍ୟାପି ଯାଇଥିଲା […]

man killed wife
ସ୍ତ୍ରୀକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ

ଜଳେଶ୍ୱର(ଅଜିତ କୁମାର ଦାସ): ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ସ୍ତ୍ରୀକୁ ସ୍ୱାମୀ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ୍‌ ସ୍ୱାମୀ କମଳାକାନ୍ତଙ୍କୁ ଗିରଫ କରିଛି। କମଳାକାନ୍ତଙ୍କ ଘର ପଶ୍ଚିମବଙ୍ଗର ରାମନଗରରେ। ସୂଚନା ଅନୁସାରେ, କମଳାକାନ୍ତ କମର୍ଦ୍ଦା ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ। ଗତକାଲି ରାତି ପ୍ରାୟ ୧ଟା ସମୟରେ କମଳାକାନ୍ତ ନିଜ ସ୍ତ୍ରୀକୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଥିଲେ। ସ୍ତ୍ରୀର […]