ନୂଆଦିଲ୍ଲୀ: ଆଘାତ କାରଣରୁ ବିଶ୍ୱକପ୍ର ପରବର୍ତ୍ତୀ ମ୍ୟାଚ ଖେଳିପାରିବେ ନାହିଁ ଓପନର ଶିଖର ଧାଓ୍ୱନ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ବେଳେ ଶିଖର ଗୁରୁତର ଆହତ ହୋଇଥିଲେ। ଶିଖରଙ୍କ ବାମ ହାତର ଅଙ୍ଗୁଳିରେ ଆଘାତ ଲାଗିଛି। ଧାଓ୍ୱନ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ କୁଲଟର ନାଇଲଙ୍କ ବାଉନ୍ସ ବଲ୍କୁ ସାମ୍ନା କରିବା ବେଳେ ବାମ ହାତର ଅଙ୍ଗୁଳିରେ ଆଘାତ ପାଇଥିଲେ। କିନ୍ତୁ ବିଶ୍ରାମ ନନେଇ ସେ ଦମଦାର ଶତକ ମାରିଥିଲେ। ଅବଶ୍ୟ ଏହାପରେ ସେ ଫିଲ୍ଡିଂ ପାଇଁ ଓହ୍ଲାଇ ନଥିଲେ। […]
ଭୁବନେଶ୍ୱର: ରାଜ୍ୟରେ ଖୋଲିବ ବିଦେଶ ପୋଷ୍ଟ ଅଫିସ। ବିଦେଶରେ ରହୁଥିବା ସଂପର୍କୀୟଙ୍କ ପାଖକୁ ରାଜ୍ୟବାସୀ ଯେପରି ଶୀଘ୍ର ଓ ସହଜରେ ପାର୍ସଲ ପଠାଇ ପାରିବେ, ତାହାର ସୁବିଧା କରିବା ଲାଗି ଡାକ ବିଭାଗ ଏ ପଦକ୍ଷେପ ନେଇଛି। ପୂର୍ବରୁ ବିଦେଶକୁ ପାର୍ସଲ ପଠାଇବାକୁ ରାଜ୍ୟରେ ଡାକ ବିଭାଗର କୌଣସି ବ୍ୟବସ୍ଥା ନଥିଲା। ଏଠାରୁ ପାର୍ସଲଗୁଡ଼ିକ କୋଲକାତା ଯାଉଥିଲା। ସେଠାରେ ଥିବା ଫରେନ୍ ପୋଷ୍ଟ ଅଫିସରେ ସର୍ଟିଂ କରାଯାଇ ବିଦେଶ ପଠାଯାଉଥିଲା। ତେଣୁ ଏହି ସୁବିଧା ରାଜ୍ୟରେ ଉପଲବ୍ଧ […]
ପୁରୀ: ସମସ୍ତ ଚ୍ୟାନେଲ୍କୁ ମିଳିବ ପୁରୀ ରଥଯାତ୍ରାର ସିଧା ପ୍ରସାରଣ ଅଧିକାର। ସ୍ନାନଯାତ୍ରାଠୁ ଆରମ୍ଭ କରି ରଥଯାତ୍ରା, ବାହୁଡ଼ା, ସୁନାବେଶ, ଅଧରପଣା ଓ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ସବୁର ସିଧା ପ୍ରସାରଣ ସମସ୍ତ ଚ୍ୟାନେଲ୍ କରିପାରିବେ। ଏଥିପାଇଁ ଚ୍ୟାନେଲ୍ମାନଙ୍କୁ ଶ୍ରୀମନ୍ଦିର ପାଣ୍ଠିକୁ କିଛି ଅର୍ଥ ଦେବାକୁ କୁହାଯିବ। ରଥଯାତ୍ରା ସିଧା ପ୍ରସାରଣ ବିଡିଂ ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି। ପୂର୍ବରୁ ରଥଯାତ୍ରାର ସିଧାପ୍ରସାରଣ ନେଇ […]
ଚୀନ୍: ଚୀନର ଜଣେ ଧନୀ ଚାଷୀଙ୍କୁ BMW ଚଲାଇବାକୁ ବହୁତ ସଉକ୍ ଥିଲା। ଏଥିପାଇଁ ସେ ଏହି ଦାମିକା ଗାଡ଼ି ତ କିଣିଦେଲେ ହେଲେ ଅଧିକା ଦିନ ପର୍ଯ୍ୟନ୍ତ ଚଲାଇପାରିଲେ ନାହିଁ। କାହିଁକି ନା ସେହି ଗାଡ଼ି ପାଇଁ ପୁଲିସ୍ ତାଙ୍କୁ ଗିରଫ କରିଛି। ଆପଣ ଭାବୁଥିବେ ସେ ସେହି ଗାଡ଼ି ଚୋରି କରି ଆଣିଥିବେ। ନା ଏପରି କିଛି ହୋଇନାହିଁ। ତାହାଲେ ଜାଣନ୍ତୁ ପୂରା ଘଟଣା କ’ଣ ଥିଲା। ଚୀନ୍ର ସିଚୁଆନ୍ ନାମକ ସ୍ଥାନରେ ରହୁଥିବା […]
କାଠମାଣ୍ଡୁ/ଭୁବନେଶ୍ୱର: ନେପାଳରେ ଦୁଇ ଓଡ଼ିଆ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ନେପାଳର ରାଜଧାନୀ କାଠମାଣ୍ଡୁ ବୁଲିବାକୁ ଯାଇଥିବାବେଳେ ଦୁର୍ଘଟଣାରେ ଏହି ୨ ଓଡ଼ିଆ ପ୍ରାଣ ହରାଇଛନ୍ତି। ମୃତକ ହେଲେ ଖୋର୍ଦ୍ଧା ଜିଲ୍ଲା ମଳିପଡ଼ା ଅଞ୍ଚଳର ଚରଣ ବିଶ୍ୱାଳ ଓ ଅରଗୁଳ ଯମୁନା ଗାଁର ବିଜୟ କୁମାର ଜେନା। ଦୁର୍ଘଟଣାରେ ଅନ୍ୟ ୩ ପର୍ଯ୍ୟଟକଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କ ମଧ୍ୟରେ ୨ଜଣ ଓଡ଼ିଆ ଅଛନ୍ତି। ସେମାନେ ହେଲେ ସର୍ବେଶ୍ୱର ଜେନା ଏବଂ ସହଦେବ ଜେନା। ସେମାନଙ୍କୁ ବିରଜଙ୍ଗ ହସ୍ପିଟାଲରେ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ୭ ଲୋକକଲ୍ୟାଣ ମାର୍ଗରେ ଏହି ସାକ୍ଷାତ ହୋଇଛି। ମୋଦି ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ଉଭୟ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ। ବାତ୍ୟା ‘ଫୋନି’ କ୍ଷୟକ୍ଷତି ନେଇ ୫ ହଜାର କୋଟି ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି। ଏହାସହ ବାତ୍ୟା ବିପନ୍ନଙ୍କ ପାଇଁ ୫ ଲକ୍ଷ ପକ୍କା ଘର ପ୍ରଦାନ […]
ଗୁରୁଗ୍ରାମ: ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ ଅସୁସ୍ଥ। ସୋମବାର ରାତିରେ ଏକ ଚାର୍ଟାଡ ବିମାନରେ ମୁଲାୟମଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ ନିଆଯାଇଛି। ରବିବାର ଦିନ ମୁଲାୟମ ପ୍ରଥମେ ଦୁର୍ବଳ ଅନୁଭବ କରିବାରୁ ଲକ୍ଷ୍ନୌ ସ୍ଥିତ ଲୋହିଆ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଡାକ୍ତର ଚିକିତ୍ସା କରି ବ୍ଲଡ୍ ସୁଗାର ଓ ରକ୍ତଚାପ ଅଧିକ ବଢ଼ିଯାଇଥିବା ଜାଣିବାକୁ ପାଇଥିଲେ। କିନ୍ତୁ ସୋମବାର ସକାଳେ ମୁଲାୟମ ସିଂ ଯାଦବ ଡାକ୍ତରଖାନାରୁ ଡିସଚାର୍ଜ […]
ମୁମ୍ବାଇ: ବି-ଟାଉନ୍ରେ ଏବେ ସଲମାନ ଖାନଙ୍କ ଫିଲ୍ମ ‘ଭାରତ’କୁ ନେଇ ଚର୍ଚ୍ଚା। ଭାଇଜାନଙ୍କ ଫିଲ୍ମ ବକ୍ସ ଅଫିସ୍ରେ କମାଲ କରୁଛି। ମାତ୍ର ୪ ଦିନରେ ଫିଲ୍ମ ୧୧୮ କୋଟି ଟଙ୍କା ଆୟ କରିସାରିଲାଣି।ଭାଇଜାନଙ୍କ ଏହି ଫିଲ୍ମକୁ ଦର୍ଶକଙ୍କ ଜବରଦସ୍ତ ରେସପନ୍ସ ମିଳୁଛି। ଏବେ ପୁଣି ସଲମାନ ଆଉ ଏକ ସରପ୍ରାଇଜ୍ ନେଇ ଆସୁଛନ୍ତି। ଏହାର ସୂଚନା ସେ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଦେଇଛନ୍ତି। ଯାହାକି ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ଫ୍ୟାନଙ୍କ ରିଆକ୍ସନ ମଧ୍ୟ […]
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ୭ ଲୋକକଲ୍ୟାଣ ମାର୍ଗରେ ଏହି ସାକ୍ଷାତ ହୋଇଛି। ମୋଦି ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ଉଭୟ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ। ଏହି ସାକ୍ଷାତ ବେଳେ ଉଭୟଙ୍କ ମଧ୍ୟରେ ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ବାତ୍ୟା ‘ଫୋନି’ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା ସହ କେନ୍ଦ୍ରର ସହାୟତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀଙ୍କ […]
ଇସଲାମାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ପାକିସ୍ତାନ ଆକାଶମାର୍ଗରେ ଉଡ଼ିବ। ଏଥିପାଇଁ ପାକିସ୍ତାନ ସରକାର ଭାରତ ହାଇକମିଶନରଙ୍କ ଅନୁରୋଧ କ୍ରମେ ଏହି ଅନୁମତି ଦେଇଛନ୍ତି। ୧୩ ତାରିଖରେ ବିଶ୍କେକ୍ରେ ଆୟୋଜିତ ହେଉଛି ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକ। ଏହି ବୈଠକରେ ଭାରତ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦି ଯୋଗଦେବେ। ବିଶ୍କେକ୍ ଯିବା ପାଇଁ ଏବେ ଦୁଇଟି ରାସ୍ତା ରହିଛି। ଯେଉଁଥିରୁ ଦକ୍ଷିଣ ପାକିସ୍ତାନର କିର୍ଗିସ୍ଥାନ ଆକଶମାର୍ଗ ଅନ୍ୟତମ। ଫେବୃଆରୀ ୨୬ ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ […]
ଚଣ୍ଡିଗଡ: ମୃତ୍ୟୁ ସହ ୧୦୯ ଘଣ୍ଚାର ସଂଘର୍ଷ ପରେ ଶେଷରେ ଜୀବନ ଯୁଦ୍ଧରେ ହାରି ଗଲା ୩ ବର୍ଷର ଶିଶୁ ଫତେହବୀର ସିଂହ। ଯେଉଁ ଜୁନ ୧୦ ତାରିଖରେ ଫତେହବୀର ପ୍ରଥମେ ଦୁନିଆକୁ ଦେଖିଥିଲା ପୁଣି ଠିକ୍ ଦୁଇ ବର୍ଷ ପରେ ସେଇ ଦିନ ସେ ସବୁ ଦିନ ପାଇଁ ଆଖି ବନ୍ଦ କରିଦେଲା। ଜୁନ୍ ୬ରେ ଘର ପାଖରେ ଖେଳୁଥିବା ବେଳେ ଫତେବୀର ଅପରାହ୍ନ ୪ଟା ସମୟରେ ୧୫୦ ଫୁଟ୍ ବୋରଓ୍ୱେଲ ଭିତରକୁ ଖସି ପଡ଼ିଥିଲା। ଏନଡିଆରଏଫ୍ ଟିମ୍, […]
ସମ୍ୱଲପୁର: ସମ୍ୱଲପୁରର ଅଇଁଠାପାଲି ଥାନା ଅନ୍ତର୍ଗତ ଭାଲୁପାଲି ତିଲେଇମାଲରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ଦୁର୍ବୃତ୍ତ ତାଙ୍କ ମୁଣ୍ଡ କାଟି ନେଇଯାଇ ଫେରାର ହୋଇଯାଇଛନ୍ତି। ମୃତକଙ୍କ ନାଁ ସତ୍ୟନାରାୟଣ ମୁଣ୍ଡା। ପରିବାର ଲୋକେ ମୁଣ୍ଡବିହୀନ ମୃତଦେହ ପଡିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ସୂଚନା ଅନୁସାରେ, ଗତକାଲି ରାତିରେ ଅସହ୍ୟ ଗୁଳୁଗୁଳି ହେଉଥିବାରୁ ସତ୍ୟନାରାୟଣ ଘର ବାହାରେ ଖଟିଆରେ ମାଶାରୀ ଟାଙ୍ଗି ଶୋଇଥିଲେ। ହେଲେ ଆଜି ଭୋରୁ ତାଙ୍କ ମୁଣ୍ଡ ବିହୀନ ମୃତଦେହ ପଡ଼ିଥିବା ପରିବାର ଲୋକେ ଦେଖିବାକୁ […]
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ତାଙ୍କର ସରକାରୀ ବାସଭବନ ହରାଇ ପାରନ୍ତି। ନୂଆଦିଲ୍ଲୀ ସ୍ଥିତ ୧୨ ତୁଗଲକ ଲେନ୍ରେ ଥିବା ଏହି ସରକାରୀ ବାସଭବନ ଏଥର ଆଉ ରାହୁଲଙ୍କୁ ମିଳିନପାରେ ବୋଲି ଜଣାପଡ଼ିଛି। ଲୋକସଭା ସଚିବାଳୟ ସାଂସଦଙ୍କ ପାଇଁ ଖାଲି ପଡ଼ିଥିବା ବଙ୍ଗଳାକୁ ନେଇ ଏକ ଲିଷ୍ଟ୍ ଜାରି କରିଛି। ଏହି ଲିଷ୍ଟ୍ରେ ରାହୁଲ ଗାନ୍ଧିଙ୍କ ୧୨ ତୁଗଲକ ଲେନ୍ ବଙ୍ଗଳା ମଧ୍ୟ ରହିଛି। ଯାହାକୁ ନେଇ ବିବାଦ ଦେଖାଦେଇଛି। ୨୦୦୪ରେ ଆମେଠି ଲୋକସଭା ଆସନ […]