ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ସଡ଼କ ପରିବହନ ବିଭାଗର ମନ୍ତ୍ରୀ ଭାବେ ସେ କାର୍ଯ୍ୟ ଆରମ୍ଭ କରିଛନ୍ତି। କାର୍ଯ୍ୟାଳୟରେ ପହଞ୍ଚିବା ପରେ ବିଭାଗୀୟ ଅଧିକାରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଏହା ସହିତ ସେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ମନ୍ତ୍ରଣାଳୟର କ୍ୟାବିନେଟ୍ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେହିପରି ବାଲେଶ୍ୱରର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଆଜି ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ତ୍ରିମଣ୍ଡଳ ଗଠନ କରି ସାରିଛନ୍ତି। ମନ୍ତ୍ରୀମାନଙ୍କୁ ସେମାନଙ୍କ ବିଭାଗ ଦିଆ ସରିଛି। ଅନେକ ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରି କାମ ଆରମ୍ଭ କରି ଦେଇଛନ୍ତି। ଆଉ ଏବେ ଲୋକସଭାର ବାଚସ୍ପତି ପଦକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିବା ଦଳର ବରିଷ୍ଠ ସାଂସଦଙ୍କ ମଧ୍ୟରୁ କେହି ଜଣେ ଲୋକସଭାର ବାଚସ୍ପତି ହେବେ ବୋଲି କୁହାଯାଉଛି। ଲୋକସଭା ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା […]
ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମହିଳା ଜଣଙ୍କ ହେଲେ ଆକୁଳ ଗାଁର ରବି ରଣାସିଙ୍ଗଙ୍କ ସ୍ତ୍ରୀ କଦଳୀ ରଣାସିଙ୍ଗ। ଆଜି ସକାଳେ ସେ ମହୁଲ ଗୋଟାଇବାକୁ ମଲଣ୍ଡା ଗ୍ରାମ ନିକଟ ଜଙ୍ଗଲକୁ ଯାଇଥିଲେ। ସେହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ବଣୁଆ ହାତୀଟି ତାଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ଭୁବନେଶ୍ୱର: ଆଜି ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି ପବନ ମଧ୍ୟ ବହିବ। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି। ଦିନ ୧୨ଟା ୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ଏହି ସବୁ ଜିଲ୍ଲାଗୁଡ଼ିକୁ ପରାମର୍ଶ ଦିଆଯାଇଛି। ସୂଚନାଥାଉ କି, ଚଳିତ ବର୍ଷ ମୌସୁମୀ ଆସିବାରେ ବିଳମ୍ବ ହେଉଛି। ଆସନ୍ତା […]
ଭୁବନେଶ୍ୱର: ଓଡ଼ିଆ ହାସ୍ୟ ଅଭିନେତା ସଲିଲ୍ ମିତ୍ରଙ୍କ ପରଲୋକରେ ଓଡ଼ିଆ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି। ଗତକାଲି ରାତିରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସଲିଲ୍ଙ୍କ ମୃତ୍ୟୁକୁ ନେଇ ବର୍ଷୀୟାନ୍ ଅଭିନେତା ଅଜିତ୍ ଦାସ କହିଛନ୍ତି, ‘ସଲିଲ୍ ଜଣେ ଭଲ ମଣିଷ ଓ ଅଭିନେତା ଥିଲେ। ତାଙ୍କର କେହି ଶତ୍ରୁ ନଥିଲେ। ସେ କେବେବି କାହା ବିଷୟରେ ଖରାପ କଥା କୁହନ୍ତି ନାହିଁ।’ ଅଭିନେତା ଦେବୁ ବ୍ରହ୍ମା କହିଛନ୍ତି, ‘ସଲିଲ୍ ସମସ୍ତଙ୍କୁ ହସାଇ […]
କୋଲକାତା: ସାଧାରଣ ନିର୍ବାଚନ ପାଇଁ ବ୍ୟବହୃତ ହୋଇଥିବା ଇଭିଏମ୍ ମେସିନ୍ ହଟାଇବା ଦାବିରେ ପୁଣି ଏକ ହେବା ପାଇଁ ୨୩ ବିରୋଧୀ ଦଳକୁ ଆହ୍ୱାନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଇଭିଏମ୍ ବଦଳରେ ବ୍ୟାଲଟ୍ ପେପର ବ୍ୟବହୃତ ଦାବି କରି ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ତୃଣମୂଳ କଂଗ୍ରେସ ଅଧ୍ୟକ୍ଷ ମମତା ବାନାର୍ଜୀ କହିଛନ୍ତି। ସୂଚନାଯୋଗ୍ୟ ଯେ, ନିର୍ବାଚନ ବେଳେ ଟିଏମସି ସମେତ ୨୩ ବିରୋଧୀ ନିର୍ବାଚନରେ ଇଭିଏମ୍ ହଟାଇବା ଦାବି କରି ଆନ୍ଦୋଳନ କରିଥିଲେ। […]
ବେଙ୍ଗାଲୁରୁ: ଚରମ ଆର୍ଥିକ ଦୁଃସ୍ଥିତି ଯୋଗୁ ଜଣେ ବାପା ତା’ର ନିଜର ୧୨ ବର୍ଷର ପୁଅକୁ ଫ୍ୟାନ୍ରେ ଟଙ୍ଗାଇ ହତ୍ୟା କରିଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୁଅକୁ ହତ୍ୟା କରିବା ବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କ ଝିଅ ମୋବାଇଲ୍ ଫୋନ୍ରେ ଏହାକୁ ରେକର୍ଡିଂ ମଧ୍ୟ କରିଛି। ବ୍ୟକ୍ତି ଜଣଙ୍କ ତାଙ୍କ ପତ୍ନୀଙ୍କୁ ମଧ୍ୟ ହତ୍ୟା କରିଛନ୍ତି। ଘଟଣାଟି ହାଲର ବିଭୂତିନଗର ଠାରେ ଘଟିଛି। ଉକ୍ତ ବ୍ୟକ୍ତି ଜଣଙ୍କ ନାଁ ସୁରେଶ ବାବୁ। ଏହି ଘଟଣାରେ ପୁଲିସ୍ […]
କଟକ: ଦୀର୍ଘ ଅଢ଼େଇ ବର୍ଷ ପରେ କଟକ ବାରବାଟୀ ଷ୍ଟାଡିୟମକୁ ଫେରିଲା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍ ମ୍ୟାଚ୍। ବାରବାଟୀରେ ଆଗାମୀ ଭାରତ-ୱେଷ୍ଟ୍ଇଣ୍ଡିଜ୍ ସିରିଜର ତୃତୀୟ ମ୍ୟାଚ୍ ଖେଳାଯିବ ନେଇ ଓସିଏ ପରିଚାଳନା କମିଟି ଅଧ୍ୟକ୍ଷ ଧୀରେନ୍ ପଲେଇ ସୂଚନା ଦେଇଛନ୍ତି। ବିସିସିଆଇ ପକ୍ଷରୁ ସମ୍ପୂର୍ଣ୍ଣ ଘରୋଇ ଅନ୍ତର୍ଜାତୀୟ ସୂଚୀ ପ୍ରକାଶ ପାଇଛି। ଏଥିରେ ଆଗାମୀ ଭାରତ-ୱେଷ୍ଟ୍ଇଣ୍ଡିଜ୍ ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ ପାଇଁ ବାରବାଟୀକୁ ଚୟନ କରାଯାଇଛି। ଡିସେମ୍ବର ୨୨ରେ ଏହି ଦିବାରାତ୍ର ମ୍ୟାଚ୍ ଖେଳାଯିବ। […]
ଭୁବନେଶ୍ୱର: ଓଡ଼ିଆ ହାସ୍ୟ ଅଭିନେତା ସଲିଲ୍ ମିତ୍ରଙ୍କ ପରଲୋକ। ଗତକାଲି ରାତିରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଗତ ୧୨ ତାରିଖରେ କେନ୍ଦୁଝର ଘଟଗାଁ କଲେଜ ଛକ ନିକଟରେ ସଲିଲଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ଓ ପରେ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସଲିଲ୍ ଜଣେ ଲୋକପ୍ରିୟ ହାସ୍ୟ […]
ଭୁବନେଶ୍ୱର: ଚଳିତ ବର୍ଷ ମୌସୁମୀ ଆସିବାରେ ବିଳମ୍ବ ହେଉଛି। ଓଡ଼ିଶାରେ ମୌସୁମୀ ବାୟୁ ବିଳମ୍ବରେ ପହଞ୍ଚିବ। ଆସନ୍ତା ୬ ତାରିଖରେ ମୌସୁମୀ କେରଳରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମୌସୁମୀ ଏବେ ଆଣ୍ଡାମାନକୁ ପ୍ରଭାବିତ କରି ଆଗକୁ ବଢ଼ୁଛି। ୬ରେ କେରଳ ଛୁଉଁଥିବାରୁ ଓଡ଼ିଶାକୁ ଆସିବାରେ ବିଳମ୍ବ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗର ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ଓଡ଼ିଶାରେ ଆସନ୍ତା ୩-୪ ଦିନ ପର୍ଯ୍ୟନ୍ତ ପ୍ରାକ୍-ମୌସୁମୀ ଜନିତ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ବାଲେଶ୍ୱରର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ନେଇ ଏବେ ଦେଶ ସାରା ଚର୍ଚ୍ଚା ଚାଲିଛି। ବିଶେଷ କରି ତାଙ୍କ ସରଳ ଜୀବନଯାପନ ସମସ୍ତଙ୍କୁ ଆକୃଷ୍ଟ କରିଥିବା ବେଳେ ଜାତୀୟ ଗଣମାଧ୍ୟମଗୁଡ଼ିକ ତାଙ୍କୁ ‘ଓଡ଼ିଶାର ମୋଦି’ ବୋଲି କହୁଛନ୍ତି। ଉଭୟ ଗଣମାଧ୍ୟମ ଓ ସୋଶାଲ୍ ମିଡିଆରେ ତାଙ୍କୁ ନେଇ ପ୍ରତିଦିନ କିଛି ନା କିଛି ଖବର ଆସୁଥିବା ବେଳେ ଆଜି ମଧ୍ୟ ଏକ ରୋଚକ କଥା ସାମ୍ନାକୁ ଆସିଛି। ପ୍ରତାପ ଷଡ଼ଙ୍ଗୀଙ୍କୁ ମନ୍ତ୍ରୀ ପଦ ଦେବାକୁ ଦଳ […]
ଭୁବନେଶ୍ୱର: ଆଜି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ମୋଟ ୯୭, ୭୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୦,୭୦୬ ଜଣ ପାସ୍ କରିଛନ୍ତି। ଚଳିତ ବର୍ଷ ୭୨.୩୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି। ଯାହା ଗତବର୍ଷ ତୁଳନାରେ ୪.୬୫% କମ୍। ଚଳିତ ବର୍ଷ ୨୦, ୮୦୬ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ୨୩, ୯୦୪ ଜଣ ୨ୟ ଶ୍ରେଣୀରେ ଓ ୨୫, ୩୬୦ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ସେହିପରି ୪୦, […]
ଭୁବନେଶ୍ୱର: ଆଜି ରାଜ୍ୟର ୭ଟି ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି କନ୍ଧମାଳ, ଗଜପତି ଏବଂ ଗଞ୍ଜାମ। ତେଣୁ ଏହି ସବୁ ଜିଲ୍ଲାଗୁଡ଼ିକୁ ଅପରାହ୍ନ ୩ଟା ୧୫ ପର୍ଯ୍ୟନ୍ତ ସତର୍କ ରହିବାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ, ଘଡ଼ଘଡ଼ି ଓ ବର୍ଷା ନେଇ ଆଜି ଦିନ ୧୨ଟା ୧୫ ପର୍ଯ୍ୟନ୍ତ ସତର୍କ ରହିବାକୁ ୧୩ଟି ଜିଲ୍ଲାକୁ ପାଣିପାଗ […]
ଭୁବନେଶ୍ୱର: ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ୯ଟି କଲେଜରେ ରେଜଲ୍ଟ ଶୂନ ରହିଥିବା ବେଳେ ୨୯ଟି କଲେଜରେ ଶହେ ପ୍ରତିଶତ ରେଜଲ୍ଟ ହୋଇଛି। ଫଳାଫଳ ପ୍ରକାଶ ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ଯେଉଁ ଯେଉଁ କଲେଜରେ କୌଣସି ଛାତ୍ରଛାତ୍ରୀ ପାସ୍ କରିନାହାନ୍ତି, ସେହି କଲେଜ ଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’। ପ୍ରଥମେ ଅନୁଧ୍ୟାନ କରାଯିବ, ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣଶିକ୍ଷା […]