• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

students
ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ରେଜଲ୍ଟ; ପାସ୍‌ ହାର ୭୨.୩୩ ପ୍ରତିଶତ

ଭୁବନେଶ୍ୱର: ପ୍ରକାଶ ପାଇଲା ଚଳିତ ବର୍ଷର ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ। ଆଜି ମଧ୍ୟାହ୍ନ ୧୨ଟାରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନର ଗୀତଗୋବିନ୍ଦ ଅଡିଟୋରିୟମରେ ରେଜଲ୍ଟ ପ୍ରକାଶିତ ହୋଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ରେଜଲ୍ଟ ଘୋଷଣା କରିଛନ୍ତି। ଚଳିତ ବର୍ଷ ୭୨.୩୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ ହୋଇଛନ୍ତି। ଯାହା ଗତବର୍ଷ ତୁଳନାରେ ୪.୬୫% କମ୍। ଛାତ୍ରଛାତ୍ରୀମାନେ www.chseodisha.nic.in, www.orissaresults.nic.in  ୱେବ୍‌ସାଇଟ୍‌ରେ ରେଜଲ୍ଟ ଦେଖିପାରିବେ। ବାଲେଶ୍ୱରରେ ପାସ୍‌ ହାର ସର୍ବାଧିକ ରହିଛି। ବାଲେଶ୍ୱରରେ ପାସ୍ ହାର ୮୬.୫୬ ପ୍ରତିଶତ […]

rain
୧୩ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ରାଜ୍ୟର ୧୩ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗିର, ବରଗଡ଼, ସୋନପୁର, ବୌଦ୍ଧ, ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି ଓ ଗଞ୍ଜାମ। ଦିନ ୧୨ଟା ୧୫ ପର୍ଯ୍ୟନ୍ତ ସତର୍କ ରହିବାକୁ ଏହି ସବୁ ଜିଲ୍ଲାଗୁଡ଼ିକୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ […]

pratap
ପୁଣି ଚର୍ଚ୍ଚାରେ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ; ଅନର୍ଗଳ ସଂସ୍କୃତରେ ଦେଲେ ସାକ୍ଷାତକାର

ନୂଆଦିଲ୍ଲୀ/ଭୁବନେଶ୍ୱର: ଗତ କିଛି ଦିନ ଧରି ସୋଶାଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ଥିବା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ନେବାପରେ ତାଙ୍କୁ ନେଇ ଚର୍ଚ୍ଚା କମିବାର ନାଁ ଧରୁନି। ସାରା ଦେଶରେ ତାଙ୍କ ନିଆରା ଜୀବନଶୈଳୀର ପ୍ରଶଂସକଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ସେଥିରେ ଆଉ ଗୋଟିଏ ଫର୍ଦ୍ଦ ଯୋଡ଼ିଛି ଡିଡି ନ୍ୟୁଜ୍‌କୁ ସେ ଅନର୍ଗଳ ଏବଂ ସ୍ପଷ୍ଟ ସଂସ୍କୃତ ଭାଷାରେ ଦେଇଥିବା ସାକ୍ଷାତକାର। ପୂର୍ବରୁ ସ୍ପଷ୍ଟ ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ […]

bomb explosion
କାର୍ ବୋମା ବିସ୍ଫୋରଣରେ ୧୪ ମୃତ, ୨୦ରୁ ଅଧିକ ଆହତ

ଡାମାସ୍‌କସ୍‌: ସିରିଆର ଉତ୍ତରପଶ୍ଚିମରେ ଥିବା ଅଜାଜ୍‌ ସହରରେ ଗତକାଲି ଏକ କାର୍ ବୋମା ବିସ୍ଫୋରଣରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୨୦ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ସହରର ଏକ ମସଜିଦ ନିକଟରେ ଏହି ବିସ୍ଫୋରଣ ହୋଇଥିଲା। ଲୋକମାନେ ମସଜିଦରେ ପ୍ରାର୍ଥନା ସାରି ଫେରୁଥିବା ବେଳେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ମସଜିଦ ପାଖ ବଜାରରେ ଥିବା ୬ଟି ଦୋକାନ ପୂରା ଜଳି ଯାଇଛି। […]

accident
ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ କପୁରମାଲ ନିକଟସ୍ଥ ରଜାମୁଣ୍ଡା ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳ ପ୍ରାୟ ୬ଟା ବେଳେ ଏହି ଦୁର୍ଘଟଣା ଘଟିଛି। ‘ପ୍ରଧାନ’ ନାମକ ଏହି ଘରୋଇ ବସ୍‌ଟି ସାସ୍ତୁଗୁଡ଼ାରୁ କେସିଙ୍ଗା ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆହତମାନଙ୍କୁ ଉଦ୍ଧାର […]

Lightning
ବଜ୍ରପାତ ନେଲା ୪ ମହିଳାଙ୍କ ଜୀବନ

ଭୁବନେଶ୍ୱର: ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍‌ ଅନ୍ତର୍ଗତ ଭଦ୍ରା ଗାଁରେ ବଜ୍ରପାତରେ ୨ଜଣଙ୍କ ମୃତ୍ୟୁ ହୋଇଛି। ସଂପର୍କରେ ଏ ଦୁଇ ଜଣ ଯାଆ ବୋଲି ଜଣାପଡ଼ିଛି। ସେମାନେ ହେଲେ ରାଧା ଓ ସୁନୀତା। ଏହି ଘଟଣାରେ ଜଣେ ଶିଶୁ ଓ ୨ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ନାହାଗଣା ଗାଁରେ […]

bjd
ଚତୁର୍ଥ ସିଟ୍‌ ପାଇଁ ଘୋଡ଼ା ବେପାର କରିବ କି ବିଜେଡି?

ଭୁବନେଶ୍ୱର: ସାଧାରଣ ନିର୍ବାଚନରେ ନିଜ ଦଳର ୬ଜଣ ରାଜ୍ୟସଭା ସାଂସଦଙ୍କୁ ପ୍ରାର୍ଥୀ କରିଥିବା ବିଜେଡି ଏବେ ପୁଣିଥରେ ଏହି ସମସ୍ତ ସିଟ୍‌କୁ ନିଜ ଅକ୍ତିଆରରେ ରଖିବା ପାଇଁ ଅଙ୍କକଷା ଆରମ୍ଭ କରିଦେଇଛି। ବିଜେଡିର ୬ଜଣ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ୪ଜଣ ସାଧାରଣ ନିର୍ବାଚନରେ ବିଜୟୀ ହୋଇଥିବାରୁ ଉକ୍ତ ୪ଟି ରାଜ୍ୟସଭା ସିଟ୍‌କୁ ହାତେଇବା ପାଇଁ ଦଳ ରଣକୌଶଳ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ବିଜେଡି ୨୦୧୯ର ସାଧାରଣ ନିର୍ବାଚନରେ ଦଳର ୬ ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି, ସରୋଜିନୀ […]

Savitri Brata
ସ୍ୱାମୀଙ୍କ ମଙ୍ଗଳ କାମନା କରି ମହିଳା‌ଙ୍କ ସାବିତ୍ରୀ ବ୍ରତ ପାଳନ

ଭୁବନେଶ୍ୱର: ଆଜି ସାବିତ୍ରୀ ଅମାବାସ୍ୟା। ସ୍ୱାମୀଙ୍କ ଦୀର୍ଘାୟୁ ଓ ମଙ୍ଗଳ କାମନା କରି ବିବାହିତ ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି। ଏଥିପାଇଁ ସକାଳୁ ସକାଳୁ ମନ୍ଦିର ଗୁଡିକରେ ମହିଳାଙ୍କ ଭିଡ ଦେଖିବାକୁ ମିଳିଛି। ନୂଆ ଶାଢୀ, ଚୁଡ଼ି, ସିନ୍ଦୂର ଓ ଫଳ ମୂଳ ଇତ୍ୟାଦି ଧରି ମହିଳାମାନେ ପୂଜାର୍ଚ୍ଚନା କରୁଛନ୍ତି। ସ୍ୱାମୀଙ୍କ ଦୀର୍ଘାୟୁ ଓ ମଙ୍ଗଳ କାମନା କରି ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି। ପୌରାଣିକ କଥା ଅନୁସାରେ, ଏହି ଦିନ ମହାସତୀ ସାବିତ୍ରୀ […]

accident
ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ସଦର ଥାନା ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ନିବେଦିତା ଦାଶ ଓ ପଙ୍କଜିନୀ ଦାଶ। ସେମାନଙ୍କ ଘର ରାଇସୁଆଁ ଗାଁରେ। ପ୍ରତିଦିନ ଭଲି ଆଜି ସକାଳେ ଦୁଇ ଭଉଣୀ ମର୍ଣ୍ଣିଂ ୱାକ୍‌ରେ ବାହାରିଥିଲେ। ହେଲେ ସଦର ଥାନା ନିକଟରେ ପଛ ପଟୁ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା।  ଘଟଣାସ୍ଥଳରେ ହିଁ ଦୁଇ ଭଉଣୀଙ୍କ ମୃତୁ ଘଟିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ […]

ufo
ଚାଇନା ଆକାଶରେ ଉଡ଼ନ୍ତା ଥାଳିଆ!

ବେଜିଂ: ଚାଇନାର ସୋଶାଲ ମିଡିଆରେ ଉଡ଼ନ୍ତା ଥାଳିଆକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଜାରି ରହିଛି। କୁହାଯାଉଛି ଯେ, ଚାଇନାର ବିଭିନ୍ନ ପ୍ରଦେଶର ବାସିନ୍ଦା କୁଆଡ଼େ ଆକାଶରେ ଉଡ଼ନ୍ତା ଥାଳିଆ ଭଳି କିଛି ବସ୍ତୁ ଦେଖିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ଶନିବାର ଓ ରବିବାର ଦୁଇ ଦିନ ଧରି ଚାଇନା ନୌବାହିନୀ ପକ୍ଷରୁ ବୋହାଇ ସମୁଦ୍ରରେ କେତେକ ମିସାଇଲ ଓ ଅନ୍ୟାନ୍ୟ ଗୁଳିଗୋଳା ପରୀକ୍ଷଣ କରାଯାଉଥିଲା। ସମ୍ଭବତଃ ଏହାକୁ ନେଇ ଲୋକେ ଏପରି କଥା କହୁଛନ୍ତି ବୋଲି ଅନୁମାନ […]

results
ଆଜି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ରେଜଲ୍ଟ

ଭୁବନେଶ୍ୱର: ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ ଆଜି ମଧ୍ୟାହ୍ନ ୧୨ଟାରେ ପ୍ରକାଶ ପାଇବ। ଭୁବନେଶ୍ୱର ସ୍ଥିତ ଜୟଦେବ ଭବନର ଗୀତଗୋବିନ୍ଦ ଅଡିଟୋରିୟମରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଛାତ୍ରଛାତ୍ରୀ www.chseodisha.nic.in କିମ୍ବା www.orissaresults.nic.in ୱେବସାଇଟ୍‌ରେ ରେଜଲ୍ଟ ଜାଣିପାରିବେ। ଚଳିତ ବର୍ଷ ୩ ଲକ୍ଷ ୬୯ ହଜାର ୫୩୭ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୯୯ହଜାର ୧୮ଜଣ ଛାତ୍ରଛାତ୍ରୀ ବିଜ୍ଞାନ ପରୀକ୍ଷା ଦେଇଛନ୍ତି। ଗତବର୍ଷ ତୁଳନାରେ ଏଥର ୧୫ ଦିନ ବିଳମ୍ବରେ ରେଜଲ୍ଟ ପ୍ରକାଶ […]