ଚଣ୍ଡୀଗଡ଼: ସାଧାରଣତଃ ଲୋକମାନେ ସେମାନଙ୍କ ନିର୍ବାଚିତ ପ୍ରତିନିଧିଙ୍କ ସହ ସାକ୍ଷାତ ଓ ଫଟୋ ଉଠାଇବା ପାଇଁ ଉତ୍ସାହିତ ଥାଆନ୍ତି। ନେତାମାନେ ବି ସେମାନଙ୍କର ସମର୍ଥକ ତଥା ପ୍ରଶଂସକଙ୍କୁ ନିରାଶ କରିନଥାନ୍ତି। ହେଲେ ହରିୟାଣାର କର୍ଣ୍ଣଲରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯେଉଁଠି ସେଲ୍ଫି ନେବାକୁ ପହଞ୍ଚି ଥିବା ଜଣେ ସମର୍ଥକଙ୍କୁ ମୁଖ୍ୟମନ୍ତ୍ରୀ ଠେଲି ପକାଉଛନ୍ତି। ସୂଚନା ଅନୁସାରେ, କର୍ଣ୍ଣଲରେ ଏକ କାର୍ଯ୍ୟକ୍ରମରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ଯୋଗ ଦେବାକୁ ଯାଇଥିଲେ। ଏହି ସମୟରେ ଭିଡ଼ ଭିତରରୁ […]
ପାଟନା: ଦେଶର ଅନ୍ୟାନ୍ୟ ରାଜ୍ୟ ଭଳି ବିହାରରେ ମଧ୍ୟ ଏବେ ପ୍ରଚଣ୍ଡ ଖରା ହେଉଛି। ଲୋକେ ତ ଲୋକେ, ଏବେ ସେଠି କୁଆଡ଼େ ଭଗବାନ ବି ଗରମରେ ଅସ୍ତବ୍ୟସ୍ତ ହୋଇଗଲେଣି। ଶୁଣିବାକୁ ମିଳିଛି, ସେଠାକାର ଗୟା ଜିଲ୍ଲାର ରାମଶିଲା ଠାକୁରବାଡ଼ିରେ ଥିବା ଭଗବାନ ଗଣେଶଙ୍କ ମୂର୍ତ୍ତିରୁ ଝାଳ ବାହାରୁଛି। ମନ୍ଦିରର ପୂଜକ ଏହି ଦାବି କରିଛନ୍ତି। ମନ୍ଦିରର ପୂଜକ କହିଛନ୍ତି, ଭଗବାନ ଗଣେଶଙ୍କୁ ପ୍ରବଳ ଗରମରୁ ରକ୍ଷା କରିବା ପାଇଁ ତାଙ୍କ ଶରୀରରେ ଚନ୍ଦନର ପ୍ରଲେପ ଦିଆଯାଉଛି। […]
କଟକ: ମାଟ୍ରିକ୍ ପରୀକ୍ଷାରେ ଶୂନ ରେଜଲ୍ଟ ହୋଇଥିବା ସ୍କୁଲକୁ ନୋଟିସ୍ କରାଯାଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସଂପୃକ୍ତ ୮୨ଟି ସ୍କୁଲକୁ ନୋଟିସ୍ ଜାରି କରାଯାଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଆଜି ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟକୁ ଗସ୍ତ କରିଥିଲେ। ଏହି ଅବସରରେ ସେ କହିଛନ୍ତି,“ ଶୂନ ରେଜଲ୍ଟ କରିଥିବା ସ୍କୁଲକୁ ମୁଁ ନିଜେ ଗସ୍ତ କରିବି। କ’ଣ ଅସୁବିଧା ରହିଛି ସେ ନେଇ ସମୀକ୍ଷା କରାଯିବ ଓ ଆବଶ୍ୟକ ପଦକ୍ଷେପ […]
ନୂଆଦିଲ୍ଲୀ: ଧିମେଇ ଯାଇଥିବା ଅର୍ଥନୀତିକୁ ଟ୍ରାକ୍କୁ ଫେରାଇବା ଲାଗି ପ୍ରୟାସ। ବଜାରରେ ଚଳନ୍ତି ରାଶି ବା ଲିକ୍ୟୁଡିଟି ବଢାଇବା ଲାଗି ରିଜର୍ଭ ବ୍ୟାଙ୍କ ପଦକ୍ଷେପ ନେଇଛି। ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା କରି ରିଜର୍ଭ ବ୍ୟାଙ୍କ୍ ରେପୋ ରେଟ୍କୁ ଆଉ .୨୫ ପ୍ରତିଶତ କମାଇ ଦେଇଛି। ଫଳରେ ରେପୋ ରେଟ୍ ୬ରୁ ୫.୭୫ ପ୍ରତିଶତକୁ ଖସି ଆସିଛି। କ୍ରମାଗତ ତୃତୀୟ ଥର ଲାଗି ରେପୋ ରେଟ୍କୁ ହ୍ରାସ କରାଯାଇଛି। ରେପୋ ରେଟ୍ ହ୍ରାସ ଦ୍ୱାରା ଖାଉଟିଙ୍କ ଉପରେ ଏହାର […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଲୋକସଭାରେ ଉପବାଚସ୍ପତି ପଦବୀକୁ ନେଇ ବଢ଼ିଲା ରେସ୍। ବିଜେଡି ପ୍ରାର୍ଥୀଙ୍କ ନାଁକୁ ନେଇ ହେଉଥିବା ଚର୍ଚ୍ଚାକୁ ନେଇ ଶିବସେନା ପ୍ରଶ୍ନ ଉଠାଇଛି। ବିଜେଡିକୁ ଏହି ପଦବୀ କିପରି ମିଳିବ ବୋଲି ଶିବସେନାର ମୁଖପାତ୍ର ସଞ୍ଜୟ ରାଉତ ପ୍ରଶ୍ନ କରିଛନ୍ତି। ଓଡ଼ିଶାରେ ବିଜେପି ବିରୋଧରେ ବିଜେଡି ନିର୍ବାଚନ ଲଢ଼ିଛି। ତେଣୁ ବିଜେଡିକୁ ଏହି ପଦବୀ ମିଳିବ ନାହିଁ। ଖାଲି ଏତିକି ନୁହେଁ, ଲୋକସଭାର ଉପବାଚସ୍ପତି ପଦବୀ କେବଳ ଶିବସେନାର। ଏହା ତାଙ୍କର ଦାବି ନୁହେଁ ଅଧିକାର। କାରଣ […]
ବଲାଙ୍ଗିର: ବିଧାୟକଙ୍କ କଙ୍ଗାରୁ କୋର୍ଟ! ରାସ୍ତା ଉପରେ ସରକାରୀ ଅଧିକାରୀଙ୍କୁ ଦଣ୍ଡିତ କଲେ ବିଧାୟକ। ନବ ନିର୍ବାଚିତ ପାଟଣାଗଡ଼ ବିଧାୟକ ସରୋଜ ମେହେର ଜଣେ ସରକାରୀ ଅଧିକାରୀଙ୍କୁ ଉଠ୍ବସ୍ କରାଉଥିବା ଭିଜୁଆଲ ସୋଶାଲ ମିଡିଆରେ ଭାଇରାଲ ହୋଇଛି । ନିମ୍ନମାନର ରାସ୍ତା କାମ ହୋଇଥିବାରୁ ଏଥିପାଇଁ ସଂପୃକ୍ତ ଅଧିକାରୀଙ୍କୁ ଦାୟୀ କରି ବିଧାୟକ ଶହେ ଥର ଉଠ୍ବସ୍ ହେବାକୁ କହୁଥିବା ଭିଜୁଆଲରେ ଦେଖିବାକୁ ମିଳିଛି। ସଂପୃକ୍ତ ଅଧିକାରୀ ବିଧାୟକଙ୍କ କଥା ମାନି ଉଠ୍ବସ୍ ମଧ୍ୟ ହେଉଛନ୍ତି। ପୁଣି […]
ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ସୁନାଖଳା ନିକଟରେ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ମୃତାହତଙ୍କ ପରିଚୟ ମିଳିପାରିନାହିଁ। ସୂଚନା ଅନୁସାରେ, ବିଷମକଟକରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏକ ବୋଲେରୋ ସୁନାଖଳା ଛକରେ ଛିଡ଼ା ହୋଇଥିବା ଟ୍ରକ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ବୋଲେରୋରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିଲା। ସେମାନଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। […]
ଭୁବନେଶ୍ୱର: ଧନିଆ ଏକ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ। ଆମ ରୋଷଇ ଘରେ ଏହା ସବୁ ସମୟରେ ଉପଲବ୍ଧ ରହିଥାଏ। ଧନିଆର ଗଛ ସହ ଏହାର ମଞ୍ଜି ମଧ୍ୟ କାମରେ ଆସିଥାଏ। ଆର୍ୟୁବେଦ ଶାସ୍ତ୍ର ଅନୁଯାୟୀ ଏହା ବିଭିନ୍ନ ରୋଗ ମଧ୍ୟ ଭଲ କରିଥାଏ। ଧନିଆ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ। ଏହାର ମଞ୍ଜି ମଧ୍ୟ ଆମେ ବିଭିନ୍ନ ଖାଦ୍ୟରେ ବ୍ୟବହାର କରିଥାଉ। ଏହା ମଧ୍ୟ ଶରୀରକୁ ଅନେକ ଫାଇଦା ଦେଇଥାଏ। ଆସନ୍ତୁ ଜାଣିବା ଏହାକୁ ଖାଇବା […]
ଭୁବନେଶ୍ୱର: ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆଜିଠୁ ଆରମ୍ଭ ହେଉଛି। ଛାତ୍ରଛାତ୍ରୀମାନେ ଆଜିଠୁ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଦିନ ୧୧ଟାରୁ ଛାତ୍ରଛାତ୍ରୀମାନେ www.samsodisha.gov.in ୱେବ୍ସାଇଟ୍ରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ଜୁନ୍ ୨୦ ରହିଛି । ଏଥର ୨ ହଜାର ୪୧ଟି ଜୁନିଅର୍ କଲେଜ ପାଇଁ ୪ ଲକ୍ଷ ୫୧ ହଜାର ସିଟ୍ ରହିଛି। ଚଳିତ ବର୍ଷ ମୋଟ ୩ ଲକ୍ଷ ୯୭ ହଜାର ୧୨୫ ଜଣ ମାଟ୍ରିକ୍ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଜାଣନ୍ତୁ ଯୁକ୍ତ ୨ରେ […]
ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଫ୍ଲାଗସିପ୍ ଯୋଜନା ‘ଆୟୁଷ୍ମାନ ଭାରତ’ କାର୍ଯ୍ୟକାରୀ କରିବାକୁ କେନ୍ଦ୍ରର ଚିଠି। ଏହି ଯୋଜନା କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଓଡ଼ିଶା, ଦିଲ୍ଲୀ, ତେଲଙ୍ଗାନା ଏବଂ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଦେଶର ସମସ୍ତ ପ୍ରକାର ଲୋକଙ୍କ ପାଖରେ ଏଭଳି ଯୋଜନା ପହଞ୍ଚିବା ଦରକାର ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଆୟୁଷ୍ମାନ ଭାରତ ଯୋଜନା ଅନୁସାରେ, ଦେଶର ୧୦ କୋଟି ୭୪ ଲକ୍ଷ ପରିବାର ଉପକୃତ ହୋଇପାରିବେ। ଏହି ଯୋଜନାରେ ପ୍ରତି ପରିବାରକୁ […]
ସୋର(ଶଶିକାନ୍ତ ବେହେରା): ମୃତ ଶିଶୁ କନ୍ୟାକୁ ଡାକ୍ତରଖାନାରୁ ଝାମ୍ପି ନେଇ ଝୁଣି ଖାଇଲା କୁକୁର। ବାଲେଶ୍ୱର ଜିଲ୍ଲା ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଗରେ ଏଭଳି ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଦୁଇ ଜଣ ଯୁବକ ଡାକ୍ତରଖାନାରୁ ଘରକୁ ଯାଉଥିବା ବେଳେ ରାସ୍ତା ଉପରେ କୁକୁରଟି ଶିଶୁ କନ୍ୟାର ମୃତଦେହ ଖାଉଥିବା ଦେଖିବାକୁ ପାଇଥିଲେ। ପରେ ସେମାନେ କୁକୁରକୁ ଗୋଡ଼ାଇବାରୁ କୁକୁରଟି ଶିଶୁ କନ୍ୟାର ଗୋଡ଼ ନେଇ ପଳାଇ ଯାଇଥିଲା। ଏହାପରେ ସ୍ଥାନୀୟ ଲୋକେ ଏବଂ ଡାକ୍ତରଖାନାର କର୍ମଚାରୀମାନେ […]
ଭୁବନେଶ୍ୱର: ସାଧାରଣ ନିର୍ବାଚନରେ ବିଜେଡିର ୩ ଛାମୁଆ ସଂଗଠନ (ମହିଳା,ଯୁବ ଓ ଛାତ୍ର)ର ମୁଖିଆଙ୍କ ଦୁର୍ବଳ ସାଂଗଠନିକ କାର୍ଯ୍ୟକ୍ରମ ଓ ନୈରାଶ୍ୟଜନକ ପ୍ରଦର୍ଶନ ଏବେ ସେମାନଙ୍କ ପାଇଁ ସମସ୍ୟା ପାଲଟିଛି। ଦଳର ଏହି ୩ ଛାମୁଆ ସଂଗଠନରେ ବଢ଼ି ଚାଲିଥିବା ଗୋଷ୍ଠୀ କନ୍ଦଳ ଓ ଛକାପଞ୍ଝା ଯୋଗୁ ବିଜେଡି ନେତୃତ୍ୱ ଖୁବଶୀଘ୍ର ଦଳର ୩ ଛାମୁଆ ସଂଗଠନର ମୁଖିଆଙ୍କୁ ପରିବର୍ତ୍ତନ କରିବେ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି। ନିକଟରେ ବିଜେଡି ମହିଳା ସାମ୍ମୁଖ୍ୟର ସଭାନେତ୍ରୀ ମିନତୀ […]
ବଲାଙ୍ଗିର: ବଲାଙ୍ଗିର ଯୁବୋଦୟ କଲେଜର ଯୁକ୍ତ ୨ ଛାତ୍ର ଆଶୁତୋଷ ପଣ୍ଡା NEET ପରୀକ୍ଷାରେ ଓଡ଼ିଶା ଟପ୍ପର ହୋଇଛନ୍ତି। ମୋଟ୍ ୭୨୦ ନମ୍ବରରୁ ୬୮୨ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ଆଶୁତୋଷ ୭୩ ରାଙ୍କ୍ରେ ଅଛନ୍ତି। ସେହିପରି ଓଡ଼ିଶାର ସଙ୍ଗୀତା ଅଗ୍ରୱାଲ୍ ୬୮୦ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ୯୧ ରାଙ୍କ୍ରେ ଅଛନ୍ତିା ଓଡ଼ିଶାର ୩୨ ହଜାର ୩୭୮ ଜଣ ପିଲା NEET ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୯ ହଜାର ୨୪୪ ପିଲା ପରୀକ୍ଷାରେ କୃତକାର୍ଯ୍ୟ […]
ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଅର୍ଥମନ୍ତ୍ରୀ ପ୍ରକାଶ ପନ୍ତ ଗତକାଲି ଆମେରିକାରେ ମୃତ୍ୟୁବରଣ କରିଛନ୍ତି।ସେଠାରେ ସେ ଫୁସ୍ଫୁସ୍ ଜନିତ ରୋଗ ପାଇଁ ଚିକିତ୍ସାଧୀନ ଥିଲେ। ତାଙ୍କ ମୃତ୍ୟୁ ପରେ ଉତ୍ତରାଖଣ୍ଡରେ ୩ ଦିନ ପାଇଁ ଶୋକ ପାଳନ କରାଯିବ। ଆଜି ଛୁଟି ଦିବସ ଭାବରେ ମଧ୍ୟ ଘୋଷଣା କରାଯାଇଛି। ସେ ଗତ ମେ’ ମାସ ଶେଷରେ ଚିକିତ୍ସା ପାଇଁ ଆମେରିକା ଯାଇଥିଲେ। ଏହା ପୂର୍ବରୁ ପ୍ରକାଶ ଦିଲ୍ଲୀ ସ୍ଥିତ ରୋହିଣୀ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ତେଣୁ ଦଳ ପାଇଁ ଲୋକସଭା ନିର୍ବାଚନରେ ପ୍ରଚାର […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ବିଏସ୍ପି ଏକାକୀ ନିର୍ବାଚନ ଲଢ଼ିବ। ଏବେ ପାଇଁ ମହାମେଣ୍ଟର ବ୍ରେକ୍ ଲାଗିଛି ବୋଲି ଉତ୍ତର ପ୍ରଦେଶ ମହାମେଣ୍ଚରେ ସାମିଲ ଥିବା ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଗତକାଲି କହିଥିଲେ। ଏବେ ଏହାର ଜବାବ ରଖିଛନ୍ତି ମହାମେଣ୍ଟର ଅନ୍ୟତମ ଦଳ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଲେଶ ଯାଦବ। ଆଜମଗଡ଼ରେ ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ ଅଖିଲେଶ କହିଛନ୍ତି ୨୦୨୨ ବିଧାନସଭା ନିର୍ବାଚନ ପରେ ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି […]
ଭୁବନେଶ୍ୱର: ଯାଜପୁରରେ ମର୍ଡର, କେରଳରୁ ଅଭିଯୁକ୍ତ ଗିରଫ। ଗତ କିଛିଦିନ ତଳେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଦେଉଳି ପାହାଡରୁ ଜଣେ ମହିଳାଙ୍କ ମୃତଦେହ ସହ ତାଙ୍କ ଝିଅକୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ୍ କେରଳରୁ ଗିରଫ କରିଛି। ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ନାଁ ବିଜୟ କୁମାର ବେହେରା। ତା’ର ଘର ଦେଉଳି ଗାଁରେ। ଗତ ମାସରେ ଅଭିଯୁକ୍ତ ବିଜୟ ଏହି କାଣ୍ଡ ଘଟାଇ ଫେରାର ହୋଇଯାଇଥିଲା। ସୂଚନା […]
ମୁମ୍ବାଇ: ଟିକ୍ ଟକ୍କୁ ନେଇ ଏବେ ଯୁବପିଢ଼ିଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳୁଛି। ଟିକ୍ ଟକ୍ରେ ଷ୍ଟାର ହେବାପାଇଁ ଆଜିକାଲି ଯୁବପିଢ଼ି ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି। କିଏ ବିପଦପୂର୍ଣ୍ଣ ଷ୍ଟଣ୍ଟ୍ କଲାଣି ତ ଆଉ କିଏ ଦିନରାତି ଟିକ୍ ଟକ୍ରେ ଭିଡିଓ କରିବାରେ ମଗ୍ନ ରହିଲାଣି। ହେଲେ ଆମେ ଏଠି ଆପଣଙ୍କୁ ଏମିତି ଜଣକ ବିଷୟରେ କହିବୁ, ଯାହାକୁ ଶୁଣିଲେ ଆଚମ୍ବିତ ହୋଇଯିବେ ! ମୁମ୍ବାଇର ଜଣେ ୧୪ ବର୍ଷର ଝିଅ ଘର ଛାଡ଼ି ପଳାଇଥିଲେ। […]
ନୂଆଦିଲ୍ଲୀ: ଦିନକ ପରେ ଅର୍ଥାତ୍ ୬ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ। ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମୌସୁମୀ ଆସିବା ପୂର୍ବରୁ ତାମିଲନାଡୁର ରାମେଶ୍ୱରମ୍ରେ ସମୁଦ୍ର ଅଶାନ୍ତ ହୋଇଛି। ବହୁ ଉଚ୍ଚରେ ଜୁଆର ଉଠୁଥିବା ଦେଖିବାକୁ ମିଳିଛି। ଫଳରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ବାରଣ କରାଯାଇଛି। ସୂଚନାଥାଉ କି, ଚଳିତ ବର୍ଷ ମୌସୁମୀ ଆସିବାରେ ବିଳମ୍ବ ହେଉଛି। ମୌସୁମୀ ୬ରେ କେରଳ ଛୁଉଁଥିବାରୁ ଓଡ଼ିଶାକୁ ଆସିବାରେ ବିଳମ୍ବ ହୋଇପାରେ […]