• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

lesbian couple
ଚୁମ୍ବନ ପାଇଁ ମନା କରିବାରୁ ସମଲିଙ୍ଗୀ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ

ଲଣ୍ଡନ: ଜଣେ ମହିଳା ବିମାନ କର୍ମଚାରୀ ଏବଂ ତାଙ୍କ ସମଲିଙ୍ଗୀ ପାର୍ଟନରଙ୍କୁ କିଛି ଦୃର୍ବୃତ୍ତ ସର୍ବସାଧାରଣରେ ପରସ୍ପରକୁ ଚୁମ୍ବନ ଦେବା ପାଇଁ ବାଧ୍ୟ କରିଥିଲେ। ହେଲେ ଏଥିରେ ସେମାନେ ଅମଙ୍ଗ ହେବାରୁ ସେମାନଙ୍କୁ ମାଡ଼ ମାରି ରକ୍ତାକ୍ତ କରିଦିଆଯାଇଥିବା ଅଭିଯୋଗ ହୋଇଛି। ପରେ ପୁଲିସ୍‌ କିଛି ସନ୍ଦିଗ୍ଧଙ୍କୁ ଏହି ମାମଲାରେ ଗିରଫ କରିଥିବା ମଧ୍ୟ ଜଣାପଡ଼ିଛି। ସୂଚନା ଅନୁସାରେ, ଘଟଣା ଦିନ ସେମାନେ ବୁଲାବୁଲି ସାରି ଏକ ବସ୍‌ରେ ଫେରୁଥିଲେ। ସେମାନଙ୍କ ପଛରେ ବସିଥିବା କିଛି ବ୍ୟକ୍ତି […]

lightening
ଏହିସବୁ ଜିଲ୍ଲାରେ ଝଡ଼ବର୍ଷା ଓ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ଆଜି ରାଜ୍ୟର କିଛି ଜିଲ୍ଲାରେ ଝଡ଼ବର୍ଷା ଓ ବଜ୍ରପାତ ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି  ନୂଆପଡ଼ା, ନବରଙ୍ଗପୁର ଓ କଳାହାଣ୍ଡି। ଆଜି ସକାଳ ୧୦ଟା ୪୫ ପର୍ଯ୍ୟନ୍ତ ସତର୍କ ରହିବାକୁ ଏହି ସବୁ ଜିଲ୍ଲା ଗୁଡ଼ିକୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ, ଉତ୍ତର-ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟ ଘୂର୍ଣ୍ଣିବଳୟ ଯୋଗୁ ରାଜ୍ୟରେ କୋହଲା ପାଗ ରହିଛି। ଉପକୂଳ ଓଡ଼ିଶା ସମେତ ରାଜ୍ୟର […]

murder
ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର; ସିସିଟିିଭିରେ ହତ୍ୟାକାରୀର ଫଟୋ କଏଦ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ହତ୍ୟା। ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ଅତଳାଗଡ଼ାରେ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ପ୍ରୀତମ ରାଉତରାୟ। ସେ ଲକ୍ଷ୍ମୀସାଗର ଶବର ସାହିରେ କିଛି ଦିନ ତଳେ ରହୁଥିବା ସୂଚନା ମିଳିଛି। ତାଙ୍କୁ କିଏ ଓ କାହିଁକି ହତ୍ୟା କଲା ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ଅନ୍ୟପକ୍ଷେ, ହତ୍ୟାକାରୀର ଫଟୋ ସିସିଟିଭିରେ କଏଦ ହୋଇଥିଲେ ମଧ୍ୟ ତାହାକୁ ଚିହ୍ନଟ କରାଯାଇ ପାରୁନି। ଅଭିଯୁକ୍ତ  ହାତରେ ମାରଣାସ୍ତ୍ର ଧରିଥିବା ସିସିଟିଭିରେ ଦେଖାଯାଉଛି।  […]

monsoon
ଓଡ଼ିଶାରେ ବିଳମ୍ବରେ ପହଞ୍ଚିବ ମୌସୁମୀ

ଭୁବନେଶ୍ୱର: ମୌସୁମୀ ପହଞ୍ଚିବାରେ ପୁଣି ବିଳମ୍ବ ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଆସନ୍ତାକାଲି ମୌସୁମୀ କେରଳ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ହେଲେ ମୌସୁମୀ ଓଡ଼ିଶାରେ ପହଞ୍ଚିବାରେ ବିଳମ୍ବ ହେବା ସହ ନିର୍ଦ୍ଦିଷ୍ଟ ତାରିଖ ଆକଳନ ହୋଇନି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ସୋମା ସେନ୍ ରାୟଙ୍କ ସୂଚନା ମୁତାବକ ଓଡ଼ିଶାରେ ଯେଉଁ ବର୍ଷା ହେଉଛି ତାହା ପ୍ରାକ୍ ମୌସୁମୀ ନୁହେଁ  ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ […]

ap cm..
ଆନ୍ଧ୍ରରେ ରହିବେ ପାଞ୍ଚ ଉପମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶରେ ରହିବେ ପାଞ୍ଚ ଜଣ ଉପମୁଖ୍ୟମନ୍ତ୍ରୀ। ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନମୋହନ ରେଡ୍ଡୀ ଏଭଳି ନିଷ୍ପତ୍ତି ନେଇଛନ୍ତି। ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ, ସଂଖ୍ୟାଲଘୁ ଏବଂ କାପୁ ସମାଜରୁ ଜଣେ ଲେଖାଏ ଉପମୁଖ୍ୟମନ୍ତ୍ରୀ କରାଯିବ। ଅମରାବତୀରେ ଆୟୋଜିତ ଦଳର ନବ ନିର୍ବାଚିତ ସଦସ୍ୟଙ୍କ ସହ ଆଜି ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଖାଲି ସେତିକି ନୁହେଁ, ଅଢ଼େଇ ବର୍ଷରେ କାମର ଅନୁଧ୍ୟାନ କରିବା ପରେ […]

dead body
ଘରୁ ଡାକି ନେଇ ଟ୍ରକ୍‌ ମାଲିକଙ୍କୁ ହତ୍ୟା!

ଆନନ୍ଦପୁର (ମୁନା ସିଂହ): ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ଜନିନ୍ଦାପାଳରେ ଜଣେ ଟ୍ରକ୍‌ ମାଲିକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ନିରଞ୍ଜନ ସାହୁ। କେହି ଜଣେ ତାଙ୍କୁ ଫୋନ୍ କରି ଘରୁ ଡାକିବା ପରେ ହତ୍ୟା କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଗତକାଲି ରାତିରେ କେହି ଜଣେ ଫୋନ୍‌ କରି ନିରଞ୍ଜନଙ୍କୁ ଡାକିଥିଲେ। ଏହାପରେ ନିରଞ୍ଜନ ଘରୁ ବାହାରିଥିଲେ। ହେଲେ ଦୀର୍ଘ ସମୟ ଯାଏ ଘରକୁ ନ ଫେରିବାରୁ ପରିବାର ଲୋକେ ଫୋନ୍ କରିଥିଲେ। […]

mla
କନିଷ୍ଠ ଯନ୍ତ୍ରୀଙ୍କ ସାଂଘାତିକ ଅଭିଯୋଗ: ବିଧାୟକଙ୍କ ନିର୍ଦ୍ଦେଶରେ ଚାପୁଡ଼ା ମାରିଥିଲେ ନିର୍ବାହୀ ଯନ୍ତ୍ରୀ

ବଲାଙ୍ଗିର: ପାଟଣାଗଡ଼ର ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଦ୍ଧାର କରାଯିବା ପରେ ଆଜି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି।  ବିଧାୟକଙ୍କ ନିର୍ଦ୍ଦେଶରେ ନିର୍ବାହୀ ଯନ୍ତ୍ରୀ ଚାପୁଡ଼ା ମାରିଥିବା କନିଷ୍ଠ ଯନ୍ତ୍ରୀ ଜୟକାନ୍ତ କାନ୍ଦିକାନ୍ଦି କୋହଭରା କଣ୍ଠରେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି, ‘ଘଟଣାସ୍ଥଳରେ ଉପସ୍ଥିତ ନିର୍ବାହୀ ଯନ୍ତ୍ରୀ ତାଙ୍କୁ ଚାପୁଡ଼ା ମାରିଥିଲେ। ଆକ୍ରମଣ ଭୟରେ ମୁଁ ବାଧ୍ୟ ହୋଇ ଉଠ୍‌ବସ୍‌ ହୋଇଥିଲି। ଲଜ୍ଜାଜନକ ପରିସ୍ଥିତି ଦେଖି ସେତେବେଳେ ମୁଁ କିଛି କହିପାରିନଥିଲି’। […]

yami
ଆଜି ଭୁବନେଶ୍ୱର ଆସୁଛନ୍ତି ୟମି; ‘ଫୋନି’ ପ୍ରଭାବିତଙ୍କୁ ବଢ଼ାଇବେ ସହାୟତାର ହାତ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଆସୁଛନ୍ତି ବଲିଉଡ୍ ଅଭିନେତ୍ରୀ ୟମି ଗୌତମ। ଭୁବନେଶ୍ୱର ଜନପଥ ରୋଡ୍‌ରେ ଥିବା ଏକ ଶୋ’ରୁମ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ୟମି ଯୋଗଦେବେ। ଆଜି ଅପରାହ୍ନ ୩ଟାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ବାତ୍ୟା ‘ଫୋନି’ରେ ହୋଇଥିବା କ୍ଷୟକ୍ଷତି ଏବଂ ଏଥିରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ବହୁ ସଂଖ୍ୟାରେ ଭାଗ ନେବା ପାଇଁ ୟମି ଲୋକଙ୍କୁ ଅନୁରୋଧ ଦେଇଛନ୍ତି। ଏହି କାର୍ଯ୍ୟକ୍ରମର ନାଁ ‘ଗୋ-ରନ୍‌‘ ଚ୍ୟାଲେଞ୍ଚ ରହିଛି। […]