• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

carona
କରୋନା ଭୟ: ମୃତକଙ୍କ ସଂଖ୍ୟା ଲୁଚଉଛି ଚୀନ !

ନୂଆଦିଲ୍ଲୀ:ଚୀନ୍‌ରେ ଘାତକ କରୋନା ଭାଇରସ୍‌ରେ ବୁଧବାର ୭୩ ଜଣଙ୍କର ଜୀବନ ଯାଇଛି। ଏଥିସହିତ ମୃତ୍ୟୁ ସଂଖ୍ୟା ୫୬୩ରେ ପହଞ୍ଚିଛି। ପ୍ରାୟ ୨୮,୦୧୮ ଜଣ ଏହି ବିଷାକ୍ତ ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଚୀନ୍‌ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବୁଧବାର ପ୍ରାଣ ହରାଇଥିବା ୭୩ ଜଣଙ୍କ ମଧ୍ୟରୁ ୭୦ ଜଣ ବୁହାନ୍‌ର। ତେବେ ତାଇବାନ୍‌ର ଏକ ସମାଚାର ପତ୍ର ତାଇବାନ୍‌ ନ୍ୟୁଜ୍‌ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଚୀନ୍‌ କରୋନା ଭାଇରସ୍‌ରେ ମୃତ ବ୍ୟକ୍ତିଙ୍କ ସଂଖ୍ୟା […]

money
ଫୁଲ ବିକାଳିଙ୍କ ପତ୍ନୀଙ୍କ ଆକାଉଣ୍ଟରେ ୩୦ କୋଟି ଟଙ୍କା !

ବେଙ୍ଗାଲୁର: ଫୁଲବିକି ପରିବାର ଚଳାଉଥିଲେ। କଷ୍ଟମଷ୍ଟେ ଗୁଜରାଣ ମେଣ୍ଟୁଥିଲା। ଟଙ୍କା ସଞ୍ଚିବା, ଭବିଷ୍ୟତକୁ ନେଇ ସ୍ୱପ୍ନ ଦେଖିବାର ସ୍ୱପ୍ନ ତାଙ୍କ ଆଖିରେ ନ ଥିଲା। କାରଣ ସେମାନଙ୍କ ଆକାଉଣ୍ଟରେ ଟଙ୍କା ହିଁ ନ ଥିଲା। ପତ୍ନୀଙ୍କ ଆକାଉଣ୍ଟରେ ଥିଲା ମାତ୍ର ୬୦ ଟଙ୍କା। ହେଲେ ହଠାତ୍‌ ଏକ ଖବର ସେମାନଙ୍କୁ ସ୍ୱପ୍ନ ଦେଖିବାକୁ ବାଧ୍ୟ କଲା। ସେମାନେ ଜାଣିବାକୁ ପାଇଲେ ତାଙ୍କ ପତ୍ନୀଙ୍କ ଆକାଉଣ୍ଟରେ ଅଛି ୩୦ କୋଟି ଟଙ୍କା। ହଁ, ଗପ ନୁହେଁ, ଏକ୍‌ ଦମ […]

ayodhya
ମସ୍‌ଜିଦ୍‌ ପାଇଁ ଅଯୋଧ୍ୟାରେ ଜମି ଚହ୍ନଟ କଲେ ସରକାର

ନୂଆଦିଲ୍ଲୀ: ସୁପ୍ରିମ ନିର୍ଦ୍ଦେଶ ଅନୁସାରେ ସୁନ୍ନି ଓ୍ୱାକଫ ବୋର୍ଡ଼କୁ ପାଞ୍ଚ ଏକର ଜମି ଦେବା ପାଇଁ ସହମତି ପ୍ରକାଶ ପାଇସାରିଛି। ଉତ୍ତର ପ୍ରଦେଶ ସରକାର ଏଥିପାଇଁ ଜମି ଦେଇ ସାରିଛନ୍ତି। ମସଜିଦ ନିର୍ମାଣ ପାଇଁ ଉତ୍ତର ପ୍ରଦେଶ ସରକାର କେନ୍ଦ୍ରକୁ ତିନୋଟି ଜମି ବାବଦରେ ପ୍ରସ୍ତାବ ଦେଇଥିଲେ। ହେଲେ କେନ୍ଦ୍ର ସରକାର ତା ମଧ୍ୟରୁ ଗୋଟିଏ ବାଛିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲୋକସଭାରେ ଅଯୋଧ୍ୟାରେ ପ୍ରସ୍ତାବିତ ରାମ ମନ୍ଦିରର ଟ୍ରଷ୍ଟ ‘ଶ୍ରୀରାମଜନ୍ମ ଭୂମି ତୀର୍ଥ କ୍ଷେତ୍ର’ […]

sara-1
ଭଲ ହୋଇଛି, ମୋ ବାପା-ମା’ ଅଲଗା ରହୁଛନ୍ତି-ସାରା

ମୁମ୍ବାଇ:ସାରା ଅଲ୍ଲି ଖାନ୍‌। ବଲିଉଡରର ବେଫିକର, ବେଧଡକ ଆଉ ଜଣେ ଚମକ୍‌ଦାର ତାରକା। ଯାହା କୁହନ୍ତି, ମନ ଖୋଲି କୁହନ୍ତି। କେଦାରନାଥ ଏବଂ ସିମ୍ବା ଫିଲ୍ମ ପରେ ତାଙ୍କର ଫିଲ୍ମ ‘ ଲଭ ଆଜ କଲ’ ରିଲିଜ ଅପେକ୍ଷାରେ। ବାପା-ମା’ ଏମାନଙ୍କ ମଧ୍ୟରୁ କାହାର ପ୍ରଭାବ ଆପଣଙ୍କ ଉପରେ ବେଶି ପଡ଼ିଛି ? ଏପରି ଏକ ପ୍ରଶ୍ନର ସ୍ପଷ୍ଟ ଉତ୍ତର ଦେଇ ସାରା ଇମୋଶନାଲ ହୋଇ ଯାଇଥିଲେ। କହିଥିଲେ, ‘ମୁଁ ମୋ ବାପାଙ୍କୁ ବହୁତ୍‌ ଭଲ ପାଏ। […]

kareena-1
ଭାଇଙ୍କ ରିସେପ୍‌ସନ ପାର୍ଟିରେ କରିସ୍ମା-କରୀନାଙ୍କ ଜବରଦସ୍ତ ଡ୍ୟାନ୍ସ

ନୂଆଦିଲ୍ଲୀ:କରୀନା କାପୁରଙ୍କ ଭାଇ ତଥା ବଲିଉଡ ଆକ୍ଟର ଅରମାନ ଜୈନଙ୍କ ବିବାହ ଗତ ୩ ତାରିଖରେ ଶେଷ ହୋଇ ଯାଇଛି। ସେ ଅନିଶା ମାଲ୍‌ହୋତ୍ରାଙ୍କୁ ବିବାହ କରିଛନ୍ତି। ରିସେପ୍‌ସନ ପାର୍ଟି ଥିଲା ବେଶ ଚମକ୍‌ଦାର। ଅରମାନ-ଅନିଶା ଯେତିକି ଚମକୁଥିଲେ, ତା’ଠଶରୁ ବେଶ  ଚମକୁ ଥିଲେ ବଲିଉଡ୍‌ର ତାରକାମାନେ। ତେବେ କରୀନା-କରିସ୍ମାଙ୍କ ନାଚ ସମସ୍ତଙ୍କ ଆଖି ଟାଣି ନେଇଥିଲା। ରିମା ଜୈନ, ରଣଧିର କପୁର(କରୀନା-କରିସ୍ମାଙ୍କ ବାପା) ଏବଂ ଋଷି କାପୁର ଭାଇ ଭଉଣୀ। ଅରମାନ ରିମାଙ୍କ ପୁଅ। ତେଣୁ […]

122333
ରାମ ମନ୍ଦିର ଟ୍ରଷ୍ଟକୁ ମିଳିଲା କ୍ୟାବିନେଟ ମଂଜୁରୀ

ନୂଆଦିଲ୍ଲୀ: ରାମମନ୍ଦିର ନିର୍ମାଣ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା । ରାମ ମନ୍ଦିର ନିର୍ମାଣ ପାଇଁ ଗଠନ କରାଗଲା ଏକ ଟ୍ରଷ୍ଟ। ଏହାକୁ ଆଜି କେନ୍ଦ୍ର କ୍ୟାବିନେଟର ମଂଜୁରୀ ମିଳିଛି। ଏସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଜି ଲୋକସଭାରେ ଘୋଷଣା କରିଛନ୍ତି। ନୂତନ ଟ୍ରଷ୍ଟର ନାଁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ରଖାଯାଇଛି। ଏହି ଟ୍ରଷ୍ଟ ଅଯୋଧ୍ୟାରେ ଭବ୍ୟ ଓ ଦିବ୍ୟ ରାମ ମନ୍ଦିର ନିର୍ମାଣ ସମ୍ପର୍କରେ ନିଷ୍ପତ୍ତି ନେବା ସହ ମନ୍ଦିର ସମ୍ପର୍କିତ ଅନ୍ୟ ବିଷୟରେ ମଧ୍ୟ ଚୂଡାନ୍ତ ନିଷ୍ପତ୍ତି […]

election
ଦିଲ୍ଲୀ ନିର୍ବାଚନ: ୩ ଦଳଙ୍କ ମଧ୍ୟରେ ଚାଲିଛି ଏମିତି ଟକ୍କର

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର ଲଢେଇ। ଆସନ୍ତାକାଲି ସରୁଛି ପ୍ରଚାର । ପ୍ରଚାର ପାଇଁ ସମୟ ସରି ସରି ଆସୁଥିବାରୁ ସବୁ ପ୍ରମୁଖ ଦଳମାନେ ପ୍ରଚାରକୁ ଜୋରଦାର କରିଛନ୍ତି । ଦିଲ୍ଲୀରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ୩ ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ଆପ୍ ମଧ୍ୟରେ ଚାଲିଛି ଜୋରଦାର ଟକ୍କର । ପ୍ରଚାର ମଇଦାନରେ ବେଶ କସରତ କରୁଛିି ବିଜେପି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୨୪୦ ଏମ୍ପି ବିଜେପି […]

delhi
ନିିର୍ଭୟା ମାମଲା:ଡେଥ୍ ୱାରେଣ୍ଟ ସ୍ଥଗିତ ଉପରେ ଆଜି ଶୁଣାଣି

ନୂଆଦିଲ୍ଲୀ: ନିିର୍ଭୟା ମାମଲାରେ କେନ୍ଦ୍ର ସରକାର ଓ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ଆବେଦନ ଉପରେ ଆଜି ରାୟ ଶୁଣାଇବେ ଦିଲ୍ଲୀ ହାଇକୋର୍ଟ । ତଳକୋର୍ଟରେ ୪ ଦୋଷୀଙ୍କ ଡେଥ୍ ୱାରେଣ୍ଟ ସ୍ଥଗିତ କରାଯିବା ନେଇ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିଲା ।ତଳକୋର୍ଟଙ୍କ ସ୍ଥଗିତାଦେଶ ଉପରେ ଚାଲେଞ୍ଜ କରିଥିଲେ କେନ୍ଦ୍ର ସରକାର।  ତିହାର ଜେଲ କର୍ତ୍ତୃପକ୍ଷ ମଧ୍ୟ ସ୍ଥଗିତାଦେଶ ଉଠାଇ ଦୋଷୀଙ୍କୁ ତତ୍କାଳ ଫାଶି ପାଇଁ ଆବେଦନ କରିଥିଲେ। ଦୋଷୀଙ୍କୁ ଅଲଗା ଅଲଗା ଫାଶି ଦିଆଯାଉ। ୪ ଦୋଷୀଙ୍କ ମଧ୍ୟରୁ […]

Capture
କେବଳ ଟ୍ୱିଟର ପାଇଁ ମୃତ୍ୟୁ ମୁହଁରୁ ଫେରି ଆସିଲା ଜୀବନ

ମୁମ୍ବାଇ:ସୋଶାଲ ମିଡିଆ ଯୋଗାଯୋଗ ପାଇଁ, ଭାବର ଆଦାନପ୍ରଦାନ ପାଇଁ…ସାଧାରଣତଃ ଏମିତି କିଛି ଧାରଣା ଅଧିକାଂଶ ଲୋକଙ୍କ ମନରେ ଥାଏ।  ହେଲେ ସୋଶାଲ ମିଡିଆ ଜୀବନକୁ ମୃତ୍ୟୁ ମୁହଁରୁ ଟାଣିଆଣେ। ଏମିତି ଏକ ଘଟଣା ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ। ରବିବାର ଦିନର ଘଟଣା। ମୁମ୍ବଇ ପୋଲିସର ସୋଶାଲ ମିଡିଆ ୱିଙ୍ଗରେ କାମ କରୁଥିବା ଜଣେ କନ୍‌ଷ୍ଟେବଲ ସମୀର ସାଲୱେ ଟ୍ୱିଟରରେ ଏକ ପୋଷ୍ଟ ଦେଖିଲେ। ପୋଷ୍ଟଟିକୁ ପଢି  ପ୍ରଥମେ ଚମକି ଉଠିଲେ। ପୋଷ୍ଟରେ ଲେଖା ଯାଇଥିଲା, ‘ଯଦି […]

corona
କରୋନା ଭାଇରସରୁ ମୁକ୍ତ ଅଛନ୍ତି କନ୍ଧମାଳ ଡାକ୍ତରୀ ଛାତ୍ର

ଭୁବନେଶ୍ୱର: କନ୍ଧମାଳ ଡାକ୍ତରୀ ଛାତ୍ର କରୋନା ଭାଇରସ୍‌ ଆକ୍ରାନ୍ତ ହୋଇ ନାହାନ୍ତି। ଯାଞ୍ଚ ପରେ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଛି। ଏ ବିଷୟରେ ସୂଚନା ଦେଇଛନ୍ତି DMET ଡାକ୍ତର ସିବିକେ ମହାନ୍ତି। ସୂଚନାଯୋଗ୍ୟ, ସମ୍ପୃକ୍ତ ଛାତ୍ରଜଣକ ଚୀନ୍‌ରେ ରହି ଡାକ୍ତରୀ ପାଠ ପଢ଼ୁଥିଲେ। ସେଠାରେ ସେ ୫ ବର୍ଷ ହେବ ରହି ଆସୁଥିବା ବେଳେ ଏବେ ସେ ଶେଷ ବର୍ଷର ଛାତ୍ର। ଚୀନରେ କରୋନା ବ୍ୟାପିବା ପରେ ସେ ଭାରତ ପଳାଇ ଆସିଥିଲେ। ଏଠାରେ ସେ ଥଣ୍ଡା, […]

21_01_2019-13hts_court_symble_18874980
ଖାକି ବର୍ଦ୍ଦି ତଳେ ହତ୍ୟାକାରୀ ଲୁଚିଥିଲେ ୧୯ ବର୍ଷ

ବରେଲି: ହତ୍ୟାକାଣ୍ଡ ପରି ଜଘନ୍ୟ ଅପରାଧରୁ ବର୍ତ୍ତିବା ଏତେ ସହଜ ନୁହେଁ। ଯେଉଁଠି ଲୁଚିଲେ ବି ପୋଲିସ ଆଖିରୁ ଖସିଯିବା ଏତେ ସହଜ ନୁହେଁ। ହେଲେ ଯଦି ଜଣେ ଅପରାଧୀ ପୋଲିସ ପୋଷାକ ତଳେ ଲୁଚିବ, କେଉଁ ପୋଲିସ ତାକୁ ଖୋଜିବ ? ଉତ୍ତରପ୍ରଦେଶ ବରେଲିର ଜଣେ ହତ୍ୟା ଅପରାଧୀ ଦୀର୍ଘ ୧୯ ବର୍ଷ ଧରି ଖାକି ବର୍ଦ୍ଦି ଭିତରେ ନିଜକୁ ଲୁଚାଇ ରଖିଲେ, ହେଲେ ଶେଷରେ ଧରା ପଡ଼ିଛନ୍ତି। ମୁକେଶ କୁମାର ନାମକ ଏହି ଅପରାଧୀ […]

madhu-babu
ଦିନେ ମଧୁବାବୁଙ୍କ ଚୁଟି କାଟି ଦେଇଥିଲେ ଦୁଷ୍ଟ ସହପାଠୀ: ତା ପରେ...

ଉତ୍କଳର ବର ପୁତ୍ର ଉତ୍କଳ ଗୌରବ ମଧୁସୂଦନ ଦାସ। ଯାହାଙ୍କୁ ସାରା ଓଡ଼ିଶା ମଧୁବାବୁ ଓ ମଧୁବାରିଷ୍ଟର ନାମରେ ଜାଣିଛି। ଓଡ଼ିଆ ଜାତିର ଅସ୍ମିତାର ବାର୍ତ୍ତାବହ ଏହି ସ୍ୱାଭିମାନି ପୁରୁଷଙ୍କ ପାଇଁ ରାଜ୍ୟ ସବୁବେଳେ ଗର୍ବ କରେ। ଆଜି ସେହି ମହାନ ଆତ୍ମାଙ୍କର ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କରି ସ୍ମରଣାର୍ଥେ ମିହିର୍‌ ପଟ୍ଟନାୟକଙ୍କର ଏହି ସ୍ୱତନ୍ତ୍ର ଆଲେଖ୍ୟ ପଢ଼ନ୍ତୁ। ଓଡ଼ିଆ ଘରେ କଥାଟାଏ ଅଛି, “ବୋପା ତେଲ ସାଥିରେ ନଣ୍ଡା, ପୁଅ ବେଣ୍ଟେଇ ବାଳ ରଖୁଛି।” ପିଲାବେଳେ ଏହି […]

kidney
ଭୁବନେଶ୍ୱରରୁ ଆସିଲା କିଡ୍‌ନୀ, କଟକରେ ଦେଲା ଜୀବନ

କଟକ: ରାତିର ଅନ୍ଧକାର ଭିତରେ ଜୀବନ ବଞ୍ଚାଇବା ପାଇଁ ଚାଲିଥିଲା ପ୍ରୟାସ। ଭୁବନେଶ୍ୱରରୁ କଟକ ଏସିସିବି ପର୍ଯ୍ୟନ୍ତ ଲାଗିଥିଲା ଧାଁ ଧଉଡ। ଭୁବନେଶ୍ୱରରୁ କୀଡ୍‌ନି ଯିବ ଏସ୍‌ସିବି ଏବଂ ଟ୍ରାନ୍ସପ୍ଲାଣ୍ଟ ହେବ ଆଉ ଜଣଙ୍କ ଶରୀରରେ।  କଟକରେ ଗତକାଲି ହୋଇଛି ଏମିତି ଏକ ବିରଳ ଅସ୍ତ୍ରୋପଚାର।   ଦୀର୍ଘ ୭ଘଣ୍ଟାର ଚେଷ୍ଟା ପରେ ପ୍ରଥମଥର ପାଇଁ ସଫଳ ହୋଇଛି କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟ । ସାଧାରଣତଃ ଜଣେ ମୃତବ୍ୟକ୍ତିଙ୍କଠାରୁ ଅଣାଯାଇଥିବା ଅଙ୍ଗକୁ ଅନ୍ୟ ଜଣଙ୍କଠାରେ ପ୍ରତିରୋପଣ କରାଯିବା ବ୍ୟବସ୍ଥାକୁ ଡାକ୍ତରୀ […]

ctc-2
ଆରମ୍ଭ ହେଲା ଏସ୍‌ସିବି ଚାରିପାଖରୁ ଉଚ୍ଛେଦ କାମ

କଟକ: କଟକର ପରିଚୟ ବଡ଼ ମେଡିକାଲର ସଂପ୍ରସାରିତ ହେବ। ଏଥିପାଇ ଆଜିଠୁ ଆରମ୍ଭ ହୋଇଛି ଅଭିଯାନ। ବଡ଼ ଡାକ୍ତରଖାନା ଚାରିପାଖରୁ ଆଜିଠୁ ଆରମ୍ଭ ହୋଇଛି ଉଚ୍ଛେଦ କାମ। ପ୍ରଥମ ପର୍ଯ୍ୟାୟରେ ବଡ଼ ମେଡିକାଲ ପାଖ ଯୋବ୍ରା ମାଛ ମାର୍କେଟ ଅଞ୍ଚଳରେ ଉଚ୍ଛେଦ କରାଯାଉଛି । ଥାନା ପାଖରେ ଥିବା ମାଛ ମାର୍କେଟ ଅଞ୍ଚଳରେ ଥିବା ଦୋକାନ ଘର, ଝୁପୁଡ଼ି ସବୁ ଭଙ୍ଗା ଯାଉଛି। ଭଙ୍ଗା କାର୍ଯ୍ୟ ଚାଲିଥିବା ସ୍ଥାନରେ ଜିଲ୍ଲା ଓ ପୋଲିସ ପ୍ରଶାସନ ସହ ସିଏମ୍‌ସି […]

baragada
ସିଟି ହସ୍ପିଟାଲ୍ ଦାବି ତେଜିଲା, ଆଜି ବି ବରଗଡ଼ରେ ଦୋକାନ, ବଜାର ବନ୍ଦ

ବରଗଡ଼: ବରଗଡ଼ରେ ସିଟି ହସ୍ପିଟାଲ୍ ପାଇଁ ଦାବି ତେଜୁଛି। ଏ ନେଇ ଆଜି ପୁଣି ବନ୍ଦ ଡାକରା ଦେଇଛି ନାଗରିକ ଏକତା ମଞ୍ଚ।   ସକାଳୁ ସକାଳୁ ଆଜି ମଞ୍ଚ ପକ୍ଷରୁ ସହରରେ ପିକେଟିଂ କରାଯିବା ସହ ଦୋକାନ ବଜାର ବନ୍ଦ କରାଯାଇଥିଲା। ପରେ ବିଭିନ୍ନ ଛକରେ ଆନ୍ଦୋଳନ କରାଯିବା ସହ ଯାନବାହାନ ଚଳାଚଳକୁ ବନ୍ଦ କରାଯାଇଥିଲା। ସୂଚନାଥାଉ କି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଟୁକୁର୍ଲାକୁ ଉଠାଇ ନିଆଯିବା ପରେ ପୁରୁଣା ହସ୍ପିଟାଲ୍କୁ ସିଟି ହସ୍ପିଟାଲ୍ କରାଯାଉ ବୋଲି […]

siachin-facts-india
ଏମିତି ଦୟନୀୟ ସ୍ଥିତିରେ ସୀମାନ୍ତ ଜଗିଛନ୍ତି ଭାରତୀୟ ଯବାନ

ନୂଆଦିଲ୍ଲୀ: ଭାରତୀୟ ସେନାର ଦୟନୀୟ ଜୀବନଯାତ୍ରାର ଏକ କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ହିମାଳୟ ସିଆଚେନ୍ ଅଞ୍ଚଳରେ ମୁତୟନ ଯବାନମାନେ ଅତି ଦୟନୀୟ ସ୍ଥିତିରେ ରହି ନିଜର ଦାୟିତ୍ୱ ନିର୍ବାହ କରୁଛନ୍ତି। ନା ମିଳୁଛି ଆବଶ୍ୟକ ପରିମାଣ ଖାଦ୍ୟ, ନା ପୋଷାକ…। ତଥାପି କର୍ତ୍ତବ୍ୟରେ ଅବହେଳା କରୁନାହାନ୍ତି, ଦେଶମାତୃକାର ସେବା କରିବାରେ କେବେ ଆନମନା ହୋଇ ନାହାନ୍ତି। ସିଆଚେନ ଭଳି ବରଫାଞ୍ଚଳରେ ମୁତୟନ ଥିବା ଯବାନଙ୍କୁ ଉପଯୁକ୍ତ ପରିମାଣର ଖାଦ୍ୟ ଯୋଗାଇ ଦିଆଯାଉନାହିଁ । ଶତ୍ରୁର […]

mug-1
ଆତଙ୍କବାଦୀଙ୍କ କବ୍‌ଜାରୁ ବନ୍ଧକଙ୍କୁ ଏମିତି ଉଦ୍ଧାର କଲା କମିଶନରେଟ୍‌ ପୋଲିସ

ଭୁବନେଶ୍ୱର: ଅଚାନକ ଖବର ଆସିଲା ଭୁବନେଶ୍ୱରରେ ଥିବା ଏକ କେନ୍ଦ୍ରୀୟ ପ୍ରତିଷ୍ଠାନରେ କିଛି ବ୍ୟକ୍ତିଙ୍କୁ ଆତଙ୍କବାଦୀମାନେ ବନ୍ଧକ କରି ରଖିଛନ୍ତି। ସମସ୍ତେ ସତର୍କ। କାହାକୁ ଅଟକ ରଖିଛନ୍ତି, କେମିତି ଉଦ୍ଧାର କରାଯିବ ସେ ନେଇ ଚାଲିଲା ତନାଘନା। ତୁରନ୍ତ  କମିଶନରେଟ ପୋଲିସ ଆରମ୍ଭ କରି ଦେଇଥିଲା ରେସକ୍ୟୁ ଅପରେସନ। ତିନୋଟି ଟିମ୍‌ ଖେଦିଗଲେ । ପ୍ରଥମେ ଯେଉଁ  ଅନୁଷ୍ଠାନରେ ଆତଙ୍କବାଦୀମାନେ ଥିଲେ ତାହାରକୁ ଘେରାବନ୍ଦୀ କରିଦେଲେ। ଏଥିସହ ଆରମ୍ଭ ହୋଇଥିଲା ଅପରେସନ।  ପ୍ରଥମେ ଲୋକାଲ ପୋଲିସ ଫୋର୍ସ […]

corana
ଡରାଉଛି କରୋନା; ମୃତ୍ୟୁ ସଂଖ୍ୟା ୪୨୫ ଛୁଇଁଲା

ନୂଆଦିଲ୍ଲୀ: ଚୀନ୍‌ରେ ଚିନ୍ତା ବଢାଇଛି କରୋନା ଭାଇରସ୍ । ବର୍ତ୍ତମାନ ସୁଦ୍ଧା ଚୀନ୍‌ରେ କରୋନାରେ ୪୨୫ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ରବିବାର ଗୋଟିଏ ଦିନରେ ୬୪ଜଣଙ୍କ ମୃତ୍ୟୁ ଘଟିଥିଲା। ଏ ଯାଏ ୨୦ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହେବାପରେ ସାରା ଚୀନବାସୀଙ୍କ ନିଦ ହଜିଯାଇଛି। ଭାରତ ସମେତ ୨୫ରୁ ଅଧିକ ଦେଶକୁ ଡେଇଁଲାଣି ଏହି ଭୂତାଣ॥ କେରଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ପରିସ୍ଥିତିକୁ ଦେଖି ମୁକାବିଲା ପାଇଁ ଗୃହ, ବେସାମରିକ ବିମାନ ଚଳାଚଳ […]

Anubhav-Mohanty-1
କଂଗ୍ରେସର ଦାବି, ଜାଲ୍‌ ସାର୍ଟିଫିକେଟ୍‌ ଅଭିଯୋଗକୁ ସ୍ୱୀକାର କରିଛନ୍ତି ଅନୁଭବ

ଭୁବନେଶ୍ୱର: ଶିକ୍ଷାଗତ ଯୋଗ୍ୟତା ପ୍ରସଙ୍ଗକୁ ନେଇ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ପୁଣି ଥରେ ଟାର୍ଗେଟ କରିଛି କଂଗ୍ରେସ। ୨୦୧୪ ରାଜ୍ୟସଭା ନିର୍ବାଚନରେ ସାଂସଦ ଦାଖଲ କରିଥିବା ସାର୍ଟିଫିକେଟ୍ ଜାଲ ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ନେତା ନିଶିକାନ୍ତ ମିଶ୍ର କହିଥିଲେ, ଅନୁଭବ ୨୦୧୪ ରାଜ୍ୟସଭା ନିର୍ବାଚନ ସତ୍ୟପାଠରେ ମିରଟର ଶୋଭିତ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜିରୁ +୩ ପାସ୍‌ କରିଥିବା ଉଲ୍ଲେଖ କରିଛନ୍ତି। କିନ୍ତୁ ଉତ୍କଳ ବିଶ୍ୱବିଦ୍ୟାଳୟରୁ RTI ରୁ ମିଳିଥିବା ତଥ୍ୟ ଅନୁସାରେ ଅନୁଭବ […]