• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

nepal-6
ଏକ ନିଆରା ପ୍ରେମ କାହାଣୀ-ନେପାଳରୁ ଆସି ବଲାଙ୍ଗିରରେ ହେଲେ ସୁନା ବୋହୂ

ବଲାଙ୍ଗିର: ପ୍ରେମ ମାନେନା ସୀମା ସରହଦ। ପ୍ରେମ ବି ଦେଖିପାରେନି ଧନି-ଗରିବର ଭେଦଭାବ। ସେ ଦେଖେ ମନ ପରି ମନଟିଏ। ଯେଉଁଠି ମିଳିଯାଏ ସେଠାରେ ବସାବାନ୍ଧେ। ପ୍ରେମର ଏହି ଯାତ୍ରାପଥରେ ପାହାଡ଼ ପରି ଦିଶୁଥିବା ପ୍ରତିବନ୍ଧକକୁ ଶୁଖିଲା ପତ୍ରଟିଏ ପରି ଆଡ଼ାଇ ଦିଅନ୍ତି ପ୍ରେମୀଯୁଗଳ। ଏବେ ପ୍ରେମ ସପ୍ତାହ ଚାଲିଥିବାବେଳେ ଆମେ ଏମିତି ଏକ ପ୍ରେମୀଯୁଗଳଙ୍କ କାହାଣୀ କହିବୁ ଯିଏ ନିଜ ପ୍ରେମ ପାଇଁ ନେପାଳରୁ ଧାଇଁ ଆସିଛନ୍ତି ବଲାଙ୍ଗିର ଜଲ୍ଲାର ଲୁହୁରାପାଲି ଗାଁକୁ। ଏକ ପ୍ରାଚୁର୍ଯ୍ୟପୂର୍ଣ୍ଣ ଜୀବନକୁ […]

13242566
ଗୋଟିଏ ଶରୀର, ଦୁଇଟି ହୃଦୟ- ଶିବରାମ ଓ ଶିବନାଥ

ରାୟପୁର: ଜୀବନ ସେମାନଙ୍କ ପାଇଁ ଥିଲା ଏକ ଚ୍ୟାଲେଞ୍ଜ। ହସି ହସି ଗ୍ରହଣ କରି ନେଇଥିଲେ। ଆଉ ଆଜି ଏଇ ଜୀବନ ଯୁଦ୍ଧରେ ଜିତି ଯାଇଛନ୍ତି ଦୁଇ ଭାଇ ଶିବନାଥ ଓ ଶିବରାମ। ଛୋଟ ପିଲା, ହେଲେ ଦମ୍‌ କମ୍‌ ନୁହେଁ। ଭାଗବାନ ତାଙ୍କ ପ୍ରତି ନିର୍ଦ୍ଦୟ ହୋଇଗଲେ। କିନ୍ତୁ ସେମାନଙ୍କ ମନରେ ଦୁଃଖ, କ୍ଷୋଭ କି ଅଭିମାନ-ଅଭିଯୋଗ କିଛି ନାହିଁ। ହସି ହସି ଜୀବନକୁ ଉପଭୋଗ କରୁଛନ୍ତି। ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଏଇ […]

prpose
ଏମିତି ଗିପ୍ଟ ଦେଇ ପ୍ରପୋଜ କରନ୍ତୁ...

ଚାଲିଛି ପ୍ରେମ ସପ୍ତାହ। ଗୋଲାପର ସୁଗନ୍ଧରୁ ଆରମ୍ଭ ହୋଇଥିବା ଏହି ସପ୍ତାହର ଦ୍ୱିତୀୟ ଦିନ ଆଜି-ପ୍ରପୋଜ ଡେ’।  ଏକଥା ସତ ଯେ, ପ୍ରେମକୁ ଜାହିର କରିବାକୁ ପଡେନାହିଁ। ଆଖିରେ ଆଖି ମିଶିଲେ ପଢି ହୋଇଯାଏ ପ୍ରେମର ଭାଷା। ତଥାପି ଏଇ ପ୍ରେମ ସପ୍ତାହକୁ ଟିକେ special କରିବା ପାଇଁ ପ୍ରେମୀ ଯୁଗଳ ଅପେକ୍ଷା କରିଥାନ୍ତି। ପ୍ରେମ ସପ୍ତାହର ଏଇ ଦ୍ୱିତୀୟ ଦିନଟି ବେଶ ମହତ୍ୱପୂର୍ଣ୍ଣ। ପ୍ରଥମ ଥର ପାଇଁ ନିଜର ମନର କଥା ମନର ମଣଷକୁ ଜଣାଇବ। […]

manoj dash
ପଦ୍ମ ଭୂଷଣ ମନୋଜ ଦାସ ପାଇବେ କଳିଙ୍ଗ ସାହିତ୍ୟ ସମ୍ମାନ-୨୦୨୦

ଭୁବନେଶ୍ୱର: କଥାକାର ମନୋଜ ଦାସ ପାଇବେ କଳିଙ୍ଗ ସାହିତ୍ୟ ସମ୍ମାନ ୨୦୨୦। ଫେବ୍ରୁଆରୀ ୮ ତାରିଖରେ ହେବାକୁ ଥିବା ଅଲୌକିକ କଳିଙ୍ଗ ମହୋତ୍ସବର ଚତୁର୍ଥ ସଂସ୍କରଣରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଫେବ୍ରୁଆରୀ ୮ ତାରିଖରେ ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମ ହୋଟେଲରେ ହେବାକୁ ଥିବା ଏହି ମହୋତ୍ସବରେ ପଦ୍ମଭୂଷଣ ମନୋଜ ଦାସ ମହୋତ୍ସବର ମୁଖ୍ୟ ବିଷୟବସ୍ତୁ ‘ ଦିବ୍ୟ ଆନନ୍ଦ : ପ୍ରଜ୍ଞାନ, ଉନ୍ମାଦ ଓ ରୂପାନ୍ତରଣ’ ଶୀର୍ଷକରେ ମୁଖ୍ୟ ସମ୍ଭାଷଣ ମଧ୍ୟ ପ୍ରଦାନ କରିବେ […]

bmpur
ପାର୍କିଂକୁ ନେଇ ସଂଘବଦ୍ଧ ଆକ୍ରମଣ : ବ୍ୟାଟ୍‌ରେ ଯୁବକଙ୍କୁ ପିଟିଲେ

ବ୍ରହ୍ମପୁର: ବାଇକ ପାର୍କିଂକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ୪ ଜଣ  ଯୁବକ ସଂଘବଦ୍ଧ ଭାବେ ଜଣେ ଯୁବକଙ୍କୁ ପିଟି ପିଟି ଗୁରୁତର କରି ଦେଇଛନ୍ତି। ଏପରିକି ତାଙ୍କ ମା’ ମଧ୍ୟ ଦୁର୍ବୃତ୍ତଙ୍କ ଆକ୍ରମଣରୁ ବର୍ତ୍ତି ନାହାନ୍ତି। ଘଟଣା ଘଟିଛି ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପଣ୍ଡା କଲୋନିରେ । ଘଟଣାର ସିସିଟିଭି ଭିଜୁଆଲ ଏବେ ଭାଇରାଲ ହୋଇଛି। ଘଟଣା ଘଟିଛି ଗତ ୨୮ ତାରିଖରେ । ଅଭିଯୋଗ ଅନୁସାରେ, କଲ୍ୟାଣ ମଣ୍ଡପ ନିକଟରେ ବାଇକ ରଖିଥିଲେ ସୁନୀଲ […]

cabinety-1
ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ପରିବାରର ଜଣଙ୍କୁ ମିଳିବ ଚାକିରୀ

ଭୁବନେଶ୍ୱର: ଚାକିରିରେ ଥାଇ କର୍ମଚାରୀଙ୍କ ମୃତ୍ୟୁ ହେଲେ ପରିବାର ଜଣଙ୍କୁ ଗ୍ରୁପ୍‌ ଡି‘ ପଦବୀ ଚାକିରି ମିଳିବ।  ଓଡ଼ିଶା ସିଭିଲ ସର୍ଭିସ୍ ରୁଲରେ ଆଜି ସଂଶୋଧନ କରାଯାଇ ଏପରି ନିୟମ ଲାଗୁ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏହି ବୈଠକରେ ପଞ୍ଚମ ଅର୍ଥ କମିଶନଙ୍କ ରିପୋର୍ଟକୁ ମଞ୍ଜୁରୀ ମିଳିଛି। ଏଥିସହିତ  ସିଭିଲ୍ ରିହାବିଲିଟେସନ୍ ସ୍କିମ୍‌ରେ ବିଭିନ୍ନ ଗ୍ରୁପର କର୍ମଚାରୀଙ୍କ ମୃତ୍ୟୁ ପରେ ପରିବାରଲୋକଙ୍କୁ ଅନ୍ୟୂନ ଗ୍ରୁପ ଡି ଚାକିରୀ ମିଳିବା […]

kartik
ଅର୍ଚ୍ଚନାଙ୍କୁ କୋଳରେ ଉଠାଉଥିଲେ..ସେଟ୍‌ ଉପରେ ଏମିତି ଟଳି ପଡ଼ିଲେ କାର୍ତ୍ତିକ

ନୂଆଦିଲ୍ଲୀ:କାର୍ତ୍ତିକ ଆର୍‌ୟନ ଆଜିକାଲି ସାରା ଅଲି ଖାନ୍‌ଙ୍କ ସହ ତାଙ୍କର ଅପ୍‌ କମିଙ୍ଗ ଫିଲ୍ମ ଲଭ୍ ଆଜ କଲ୍‌ର ପ୍ରମୋଶନକୁ ନେଇ ଖୁବ୍‌ ବ୍ୟସ୍ତ। ଆଉ ବେଶି ଡେରି ନାହିଁ। ଭାଲେଣ୍ଟାଇନ୍ସ ଡେ’ ଅବସରରେ ରିଲିଜ୍‌ ହେବାକୁ ଯାଉଛି ଏହି ଫିଲ୍ମ। ଫିଲ୍ମର ପ୍ରମୋଶନ ପାଇଁ ସାରା ଓ କାର୍ତ୍ତିକ ପହଞ୍ଚିଥିଲେ ‘ଦ କପିଲ ଶର୍ମା ସୋ’ରେ। ଶୋର କଳାକାରଙ୍କ ସହ ଖୁବ୍‌ ମଜାମସ୍ତି କରିଥିଲେ ଦୁହେଁ । ଏହି ସମୟରେ କପିଲ ଶର୍ମା କାର୍ତ୍ତିକଙ୍କୁ ଏକ […]

adhir
କଶ୍ମୀର ମାନସିକ ଭାବେ ଭାରତ ସହିତ ନାହିଁ -ଅଧୀର ରଞ୍ଜନ

ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଶୁକ୍ରବାର ପୁଣିଥରେ କଶ୍ମୀର ପ୍ରସଙ୍ଗରେ ସରକାରକୁ ସମାଲୋଚନା କରିଛନ୍ତି। କଶ୍ମୀରରେ ଦୁଇ ବରିଷ୍ଠ ନେତାଙ୍କୁ ଅଟକ ରଖିବା ନେଇ ସେ ସରକାରଙ୍କ ଉପରେ ବର୍ଷିବା ସହ କହିଛନ୍ତି, କାଶ୍ମୀରରେ ସରକାର ଯେଉଁଭଳି ଶାସନ ଚଳାଇଛନ୍ତି, ତାହା କେବେ ଗ୍ରହଣୀୟ ନୁହେଁ। କାଶ୍ମୀର ଭୌଗଳିକଭାବେ ଭାରତ ସହ ମିଶି ରହିଛି ହେଲେ ମାନସିକ ଭାବେ ଆମ ସହିତ ନାହିଁ ବୋଲି ଅଧୀର ରଞ୍ଜନ କହିଛନ୍ତି। ଗୁରୁବାର ରାତିରେ ଜମ୍ମୁ […]

lotery
୭ କୋଟିର ମାଲିକ ହେଲେ ବର୍ଷକର ଶିଶୁ

ନୂଆଦିଲ୍ଲୀ:ବର୍ଷକର ଶିଶୁ ଏବେ ୭ କୋଟି ଟଙ୍କାର ମାଲିକ। ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା ! କଥାଟା ସତ। ଏହି ଭାଗ୍ୟବାନ ଶିଶୁଙ୍କ ନାଁରେ ତାଙ୍କ ବାପା ୟୁଏଇ(ୟୁନାଇଟେଡ୍‌ ଆରବ ଏମିରେଟ୍‌)ରେ ଏକ ଲଟେରୀ ଟିକେଟ କିଣିଥିଲେ। ଆଉ ଏହି ଲଟେରୀରେ ସେ ୭ ଲକ୍ଷ ଟଙ୍କା ଜିତିଛନ୍ତି। ୟୁଏଇ ମିଡିଆ ରିପୋର୍ଟ ଅନୁସାରେ, ଭାରତର ରସିମ ରେହମାନଙ୍କ ଏକ ବର୍ଷର ଶିଶୁପୁତ୍ର ମୋହମ୍ମଦ ସଲାହ।  ପ୍ରାୟ ବର୍ଷେ ହେବ ରସିମ୍‌ ଦୁବାଇ ଡ୍ୟୁଟି ଫ୍ରି ପ୍ରମୋଶନରେ […]

traffic
ଖୁବ୍‌ଶୀଘ୍ର ଦୂର ହେବ ରାଜଧାନୀର ପାର୍କିଂ ସମସ୍ୟା

ଭୁବନେଶ୍ୱର:ରାସ୍ତା ଉପରୁ ଗାଡ଼ି ସଂଖ୍ୟା କମିବ।  ରାଜଧାନୀର ପାର୍କିଂ ସମସ୍ୟା ଦୂର କରାଯିବ। ଏଥିପାଇଁ  ଖୁବଶୀଘ୍ର ଆସିବ ସ୍ମାର୍ଟ ପାର୍କିଂ ନୀତି।  ଆସନ୍ତା ୩ ମାସ ମଧ୍ୟରେ ସ୍ମାର୍ଟ ପାର୍କିଂ ପଲିସି ଆଣ୍ଡ ମ୍ୟାନେଜମେଣ୍ଟ ଷ୍ଟାଟ୍ରେଜୀ ଆଣିବାକୁ ଯୋଜନା ରହିଛି । ଭୁବନେଶ୍ୱରରେ ବିଏମସି, ବିଡିଏ,ସ୍ମାର୍ଟ ସିଟି ଲିମିଟେଡ ଏବଂ କମିଶନରେଟ୍ ପୋଲିସକୁ ନେଇ ଏକ କର୍ମଶାଳାର ଆୟୋଜନ ହୋଇଥିଲା।  ଏହି କର୍ମଶାଳାରେ ସ୍ମାର୍ଟ ପାର୍କିଂ ଷ୍ଟ୍ରାଟେଜୀରେ ଲୋ କାର୍ବନ ମୋବିଲିଟି ପ୍ଲାନ ଉପର ଗୁରୁତ୍ୱ ଦିଆଯିବ। […]

china
କରୋନାର ପ୍ରତିଷେଧକ ବାହାର କଲେ ପ୍ରବାସୀ ଭାରତୀୟ ଡାକ୍ତର

ନୂଆଦିଲ୍ଲୀ:ଚୀନରେ ଭୟଙ୍କର ଭାବେ କାୟା ବଢାଇ ଚାଲିଛି କରୋନା ଭାଇରସ। ଗୁରୁବାର ୭୩ ଜଣଙ୍କର ମୃତ୍ୟୁ ଘଟିବା ପରେ ଏବେ ଦେଶରେ ମୃତ୍ୟୁ ସଂଖ୍ୟା ୬୩୬ରେ ପହଞ୍ଚିଛି। ୩୧ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । କରୋନା ଉତ୍ପତ୍ତିସ୍ଥଳ ୟୁହାନରେ ପରିସ୍ଥିତି ଅଧିକ ସଙ୍ଗୀନ ହୋଇଛି । ଏଠାରେ ସ୍କୁଲ କଲେଜ, ଅଫିସ, ସପିଂ ମଲ ଆଦି ବନ୍ଦ ରହିଥିବା ଦେଖିବାକୁ ମିଳୁଛି । ଲୋକଙ୍କୁ ଅତ୍ୟାବଶ୍ୟକ କ୍ଷେତ୍ରରେ ଘରୁ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । […]

sisidiya
ଲାଞ୍ଚ ନେବାବେଳେ ଧରାପଡ଼ିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଅଫିସର ସ୍ୱତନ୍ତ୍ର ଅଧିକାରୀ

ନୂଆଦିଲ୍ଲୀ: ଦିନକ ପରେ ଅନୁଷ୍ଠିତ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ। ହେଲେ ତା ପୂର୍ବରୁ ଆପ୍‌ ପାର୍ଟିକୁ ଲାଗିଛି ବଡ ଝଟ୍‌କା। ସିବିଆଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଫିସର ଜଣେ ସ୍ୱତନ୍ତ୍ର ଅଧିକାରୀ (ଓଏସଡି)ଙ୍କୁ ଗୁରୁବାର ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି। ସଂପୃକ୍ତ ଅଧିକାରୀଙ୍କ ନାମ ଗୋପାଳ କୃଷ୍ଣ ମାଧବ। ଟାକ୍ସ ଛାଡ଼ ସମ୍ପର୍କିତ କୌଣସି ମାମଲାରେ ସେ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ତାଙ୍କୁ ଗିରଫ କରିଛି। […]

nirbhaya
ନିର୍ଭୟା ମାମଲା: ନୂଆ ଡେଥ୍‌ ୱାରେଣ୍ଟ ଜାରି ପାଇଁ ଆବେଦନ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା ଦୋଷୀଙ୍କୁ ପୃଥକ ପୃଥକ ଭାବେ ଫାଶୀ ଖୁଣ୍ଟରରେ ଝୁଲାଇବା ଦାବି କରି କେନ୍ଦ୍ର ଓ ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ଏହି ଆବେଦନର ଜରୁରୀ ଶୁକ୍ରବାର ଏହାର ଶୁଣାଣି ହେବ। ହେଲେ ନିର୍ଭୟା ଘଟଣାର ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରରେ ଝୁଲାଇବା ପାଇଁ ନୂଆ ଡେଥ ୱାରେଣ୍ଟ ବା ମୃତ୍ୟୁ ପରୱାନା ଜାରି କରିବାକୁ ତିହାର ଜେଲ୍‌ କର୍ତ୍ତୃପକ୍ଷ ଆଜି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ପୂର୍ବରୁ […]

pm
ରାହୁଲ୍‌ଙ୍କୁ ଟ୍ୟୁବ୍‌ ଲାଇଟ ସହ ତୁଳନା କଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଲୋକସଭାରେ ଏକ ଭିନ୍ନ ଅନ୍ଦାଜରେ ଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଦେବା ଅବସରରେ ନିଜର ମତ ରଖିଥିଲେ। ମତ ରଖି ନ ଥିଲେ ତ, ଯେମିତି ବିରୋଧୀଙ୍କୁ ଉତ୍ତର ଦେବାକୁ ଏକ ମୌକା ପାଇଥିଲେ। ଉଦବୋଧନ ଦେବା ବେଳେ ଏକ ଭିନ୍ନ ଅନ୍ଦାଜରେ ବିରୋଧୀଙ୍କୁ ଉତ୍ତର ଦେଇଥିଲେ ମୋଦି ।  ନିଜ ସରକାରଙ୍କ ସଫଳତା ବକ୍ଷାଣିବା ସହ ଏକଦମ୍‌ ମଜାଳିଆ ଢଙ୍ଗରେ ବିରୋଧୀଙ୍କୁ ସମାଲୋଚନା କରିଥିଲେ। […]

dg
ଡ୍ରଗ୍ସ ବେପାରୀଙ୍କ ସମ୍ପତ୍ତି ବ୍ୟାଜାପ୍ତ ହେବ

ସମ୍ବଲପୁର: ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଅପରାଧୀଙ୍କ ସମ୍ପତ୍ତି ବ୍ୟାଜାପ୍ତି ହେବ । କେଉଁ ପରିସ୍ଥିତିରେ ଏବଂ କିଭଳି ସମ୍ପତ୍ତି ବାଜ୍ୟାପ୍ତି କରାଯିବ, ଏହାର ସମସ୍ତ ଆଇନଗତ ଦିଗକୁ ନେଇ ସମ୍ବଲପୁରରେ ସମୀକ୍ଷା କରୁଛନ୍ତି ଖୋଦ ପୋଲିସ ଡିିଜି ଅଭୟ। ଏହାସହ ରାଜ୍ୟରେ ବେଆଇନ ଭାବେ ଗଞ୍ଜେଇ, କଫ ସିରଫ ଚୋରାଚାଲାଣ ନେଇ କେଉଁ କେଉଁ ପଦକ୍ଷେପ ନିଆଯିବ ସେ ନେଇ ଗୁରୁତ୍ୱାରୋପ କରିଛନ୍ତି ଡିଜିପି । ଅନେକ ସମୟରେ ରାଜ୍ୟ ବାହାରୁ ନିଶା ମାଫିଆମାନେ ମାଦକଦ୍ରବ୍ୟ ଚୋରାଚାଲାଣ […]

kendujhar
ପୋଲିସ ଭୟରେ ଗାଁ ଛାଡ଼ି ପଳେଇଲେ ଲୋକେ

କେନ୍ଦୁଝର:କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ କରଗୋଳା ଗାଁରେ ପୋଲିସ-ଗ୍ରାମବାସୀ ଛକାପଞ୍ଝା ଅବସ୍ଥାରେ ଅଛନ୍ତି। ଏପରିକି ପୋଲିସ ଭୟରେ ଶତାଧିକ ଗ୍ରାମବାସୀ ଗାଁ ଛାଡ଼ି ପଳାଇଛନ୍ତି। ଗ୍ରାମବାସୀ କିଛି କରି ନ ଥିବାବେଳେ ପୋଲିସ ଶତାଧିକ ଗ୍ରାମବାସୀଙ୍କ ନାଁରେ ମାମଲା ରୁଜୁ କରିବା ସହ ୫ ଜଣଙ୍କୁ ଗିରଫ କରିଛି। ପୂରା ଘଟଣା ଏମିତି। ଗତ ୨୮ ତାରିଖ ଘଟଣା। ବୈତରଣୀ ନଦୀର ଆମ୍ବୋ ବାଲିଘାଟ ବିବାଦକୁ କେନ୍ଦ୍ର କରି ପୋଲିସ ଓ କରଗୋଳା ଗ୍ରାମବାସୀଙ୍କ ମଧ୍ୟରେ […]

murder-1
ବନ୍ଧୁଙ୍କ ସହ ଆଣ୍ଡାମାନ ବୁଲି ଯାଇଥିଲେ, ଇଞ୍ଜିନିୟରଙ୍କୁ ବାନ୍ଧିନେଲା ପୋଲିସ..

ବେଙ୍ଗାଲୁରୁ: ମା’ର ତୁଳନା ନାହିଁ। ସ୍ୱର୍ଗଠାର ମା’ ମହିଆନ୍‌। ହେଲେ ପିଲା ବଡ଼ ହୋଇଗଲେ କ’ଣ ଏସବୁର ମାନେ କିଛି ରୁହେନା ?  ଯଦି ଏହାକୁ ଅନୁଭବ କରୁଥାନ୍ତେ ତେବେ ଅମ୍ରିତା ଚନ୍ଦ୍ରଶେଖର କ’ଣ ଏପରି କରିପାରିଥାନ୍ତେ ? ନିଜ ମା’ଙ୍କୁ ହତ୍ୟା କରି, ସାନ ଭାଇକୁ ରକ୍ତାକ୍ତ ଅବସ୍ଥାରେ ଛାଡ଼ି ଆଣ୍ଡାମାନ୍‌ ବୁଲିବାକୁ ଯାଇଥାନ୍ତେ ? ଅମ୍ରିତା ବେଙ୍ଗାଲୁରୁର ଜଣେ ସଫ୍ଟଓୟାର ଇଞ୍ଜିନିୟର। ସେ ତାଙ୍କ ମା’ଙ୍କୁ ହତ୍ୟା କରିବା ସହ ସାନ ଭାଇକୁ ରକ୍ତାକ୍ତ […]

kerala
ଟ୍ୟାପ୍‌ ଖୋଲିଲେ ପାଣି ନୁହେଁ, ବାହାରୁଛି ମଦ

ଥିରୁଅନନ୍ତପୁରମ୍‌: ଟ୍ୟାପ୍‌ ଖୋଲିଲେ ପାଣି ନୁହେଁ, ବାହାରିବ ମଦ। ସତରେ ଯଦି ଏମିତି ହୁଅନ୍ତା, ମଦପ୍ରେମୀମାନେ କେତେ ଖୁସି ନ ହୁଅନ୍ତେ ! ତେବେ କେରଳରେ ଏମିତି ଏକ ଘଟଣା ଘଟିଛି। ତ୍ରିସୁର ଜିଲ୍ଲାର ସୋଲମନ ଏଭିନ୍ୟୁର ଫ୍ଲାଟରେ ଟ୍ୟାପ୍‌ ଖୋଲିଲେ ଆସୁଛି ମଦ। ସବୁଠାରୁ ମଜା କଥା ହେଉଛି ଏଥିପାଇଁ ସେମାନଙ୍କୁ ପଇସା ଦେବାକୁ ପଡ଼ୁନି। ଏହି ଖବର ଗୋଟିଏ ମୁହୂର୍ତ୍ତରେ ପ୍ରଚାର ହୋଇଗଲା। ସମସ୍ତେ ଆଶ୍ଚର୍ଯ୍ୟ । ରାତିରେ ଆସୁଥିଲା ପାଣି। ସକାଳୁ ମଦ […]

bjp
ରାଜ୍ୟ ସରକାର ଗରିବଙ୍କ ତଣ୍ଟି ଚିପୁଛନ୍ତି, ଧନୀଙ୍କୁ ପୋଷୁଛନ୍ତି-ବିଜେପି

ଭୁବନେଶ୍ୱର: ରାଜ୍ୟରେ ବିଜୁଳି ସେବା କ୍ଷେତ୍ରରେ ଝିଣ୍ଟିକା ମାରି ବଣି ପୋଷୁଛନ୍ତି ରାଜ୍ୟ ସରକାର। ବଡ଼ ବଡ଼ ଶିଳ୍ପସଂସ୍ଥା ଏବଂ ବିଦ୍ୟୁତ୍‌ ବିତରକ କମ୍ପାନୀ ଗୁଡ଼ିକୁ ୧୨ ହଜାର କୋଟି ଛାଡ଼ କରୁଛନ୍ତି। ଅପରପକ୍ଷେ ଗରୀବ ଳୋକଙ୍କ ବିଜୁଳି କାଟିବାକୁ ଯୋଜନା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୩୩୨ କମ୍ପାନୀ ଉପରେ ଜଳକର ବାବଦକୁ ୫୧୫ କୋଟି ବାକିଥିବାବେଳେ ଶିଳ୍ପସଂସ୍ଥା ଗୁଡ଼ିକ ଉପରେ ବାକି ଅଛି ୧୮୭୪ କୋଟି। ସେହିପରି ବିଦ୍ୟୁତ୍‌ ବିତରକ କମ୍ପାନୀ ଉପରେ ବାକି ଅଛି […]

bhagirathi
୪ର୍ଥ ଶ୍ରେଣୀ ପାସ୍‌ କଲେ ଦେଶର ସବୁଠାରୁ ବୟସ୍କ ଶିକ୍ଷାର୍ଥୀ

ନୂଆଦିଲ୍ଲୀ:ଦେଶର ସବୁଠାରୁ ବୟସ୍କ ଛାତ୍ରୀ କିଏ ? ଜାଣନ୍ତି କି ଏହି ପ୍ରଶ୍ନର ଉତ୍ତର ? ଉତ୍ତର ହେଉଛି ଭଗୀରଥି ଅମ୍ମା। ସେ ନିକଟରେ ପାସ୍‌ କରିଛନ୍ତି ୪ର୍ଥ ଶ୍ରେଣୀ। ତାଙ୍କର ବୟସ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ବୟସ ତାଙ୍କର ୧୦୫ ବର୍ଷ। ଗତବର୍ଷ ସେ ରାଜ୍ୟ ସାକ୍ଷରତା ଅଭିଯାନ ପକ୍ଷରୁ କୋଲ୍ଲମରେ ଆୟୋଜିତ ପରୀକ୍ଷାରେ ସାମିଲ୍‌ ହୋଇଥିଲେ। ଏହି ପରୀକ୍ଷାର ଫଳ ଗତ ବୁଧବାର ବାହାରିଛି। ଭଗୀରଥୀଙ୍କର ପିଲାବେଳୁ ପାଠପଢିବାକୁ ଚାହୁଁଥିଲେ। ହେଲେ ତାଙ୍କର ସ୍ୱପ୍ନ […]

123145
ଜନଗଣନାରେ ଓବିସିଙ୍କର ସ୍ୱତନ୍ତ୍ର ଗଣନା କରାଯିବ ନାହିଁ

ଭୁବନେଶ୍ୱର: ୨୦୨୧ ଜନଗଣନା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । କେନ୍ଦ୍ର ସରକାରଙ୍କ ରେଜିଷ୍ଟ୍ରାର ଜେନେରାଲ ଓ ସେନ୍ସସ କମିଶନର ବିବେକ ଯୋଶୀଙ୍କ ସୂଚନା ଅନୁସାରେ, ଏପ୍ରିଲ ପହିଲାରୁ ସେପ୍ଟେମ୍ବର ୩୦ ମଧ୍ୟରେ ହାଉସ୍ ଲିଷ୍ଟିଙ୍ଗ ବା ଘରଗଣନା କରାଯିବ। ଏଥିପାଇଁ ୩୧ଟି ପ୍ରଶ୍ନ ରହିଛି । ସମ୍ପୃକ୍ତ ଅଧିକାରୀ ସର୍ଭେରେ ଜଣଙ୍କ ଘରକୁ ଗଲେ, ଏହି ପ୍ରଶ୍ନ ଗୁଡିକ ପଚାରି ତଥ୍ୟ […]