• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

disastar
ଓଡ଼ିଶାକୁ ବଜ୍ର ବିପତ୍ତି: ଗୋଟିଏ ବର୍ଷରେ ୧୨ ଲକ୍ଷ

ଭୁବନେଶ୍ୱର: ଓଡ଼ିଶାର ବଢି ଚାଲିଛି ବଜ୍ର ବିପତ୍ତି। ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି। ଏକ ସର୍ଭେରୁ ଜଣାଯାଇଛି, ୨୦୧୯ରେ ସର୍ବାଧିକ ବଜ୍ରପାତ ଓଡ଼ିଶାରେ ହୋଇଛି । ଗତବର୍ଷ ଓଡ଼ିଶାରେ ପ୍ରାୟ ୧୨ଲକ୍ଷ ଥର ବଜ୍ରପାତ ହୋଇଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା। ରିଲିଫ କମିଶନର କହିଛନ୍ତି, ବର୍ତ୍ତମାନ ସମୟରେ ବଜ୍ରପାତ ଅନ୍ୟତମ ବିପର୍ଯ୍ୟୟ ରୂପେ ମୁଣ୍ଡ ଟେକିଛି। ତେଣୁ ବଜ୍ରପାତ ସମେତ ସହରାଞ୍ଚଳରେ ହେଉଥିବା କୃତ୍ରିମ ବନ୍ୟା, ସମୁଦ୍ର ପତ୍ତନ […]

touching-feet-2-v1
ଗୁରୁଜନଙ୍କୁ ପ୍ରଣାମ କରି ଘରୁ ବାହାରନ୍ତୁ

ଆଜି ୨୦୨୦ ମସିହା, ଫେବ୍ରୁଆରୀ ମାସ ୧୧ ତାରିଖ, ମଙ୍ଗଳବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…

trump
୨୪-୨୫ରେ ଭାରତ ଗସ୍ତରେ ଆସିବେ ଟ୍ରମ୍ପ

ନୂଆଦିଲ୍ଲୀ:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପତ୍ନୀ ମେଲାନିଆ ଚଳିତ ମାସ ୨୪ରୁ ୨୫ ଭିତରେ ଭାରତ ଆସିବେ। ଏନେଇ ସୋମବାର ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ଗସ୍ତବେଳେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିବେ ବୋଲି ହ୍ୱାଇଟ୍‌ ହାଉସ ପକ୍ଷରୁ  ଟ୍ୱିଟ୍‌ରେ ସୂଚନା ଦିଆଯାଇଛଇ। ଏହାଛଡ଼ା ଟ୍ରମ୍ପଙ୍କ ଗସ୍ତ ଦୁଇ ଦେଶ ମଧ୍ୟରେ ସଂପର୍କ ଓ ସହଭାଗିତା ବୃଦ୍ଧିରେ ସହାୟକ ହେବ […]

TOPSHOT-CHINA-HEALTH-VIRUS
ଅଣାୟତ୍ତ ହେଉଛି କରୋନା; ୧୦୦୦ ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ:ଅଣାୟତ୍ତ ହେଉଛି କରୋନା। ଦିନକୁ ଦିନ ବଢିଚାଲିଛି ମୃତକଙ୍କ ସଂଖ୍ୟା। ଚୀନ୍‌ରେ  କରୋନା ମୃତ୍ୟୁ ସଂଖ୍ୟା ୧୦୦୦ ଟପିଛି । ହୁବେଇ ଓ ଉହାନରେ ସ୍ଥିତି ଅଣାୟତ୍ତ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୮୦୦ରେ ପହଞ୍ଚିଛି। ଗତକାଲି ହୁବେଇରେ ୧୦୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।  ଏହାଛଡ଼ା ଗୋଟିଏ ଦିନରେ ଗତକାଲି ୨ ହଜାର ୯୭ ଜଣ ନୂଆକରି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଅନ୍ୟପକ୍ଷରେ ୨୪ଟି ଦେଶରେ ୩୧୯ ଜଣଙ୍କଠାରେ ନବୋଲେ କରୋନା […]

mla
ମହିଳାଙ୍କୁ କାନ୍ଧରେ ବୋହି ଡାକ୍ତରଖାନା ଆଣିଲେ ବିଧାୟକ

ନବରଙ୍ଗପୁର: ରାସ୍ତା ନାହିଁ। ଆମ୍ବୁଲାନ୍ସ ଆସିପାରୁନି। କାନ୍ଧରେ ବୁହା ହେଉଛନ୍ତି ରୋଗୀ..ଏପରି ଘଟଣା ଦୃଶ୍ୟ ଓଡ଼ିଶାର ଦୁର୍ଗମ ଇଲାକାରେ ଅଧିକାଂଶ ସମୟରେ ଦେଖିବାକୁ ମିଳୁଛି । ରୋଗୀଙ୍କୁ କେତେବେଳେ ପରିବାର ଲୋକ ବୋହି ଆଣୁଛନ୍ତି ତ କେତେବେଳେ ଗାଁ ଲୋକ। ହେଲେ ନିକଟରେ ଜଣେ ଗର୍ଭବତୀଙ୍କୁ କାନ୍ଧରେ ବୋହି ଆଣିଛନ୍ତି ବିଧାୟକ। ଆଉ ସେ ହେଉଛନ୍ତି ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀ। ପାପଡ଼ାହାଣ୍ଡିର ଉପାନ୍ତ ଜଙ୍ଗଲ ଭିତରକୁ ଯାଇଥିଲେ ବିଧାୟକ। ତେବେ ସ୍ଥାନୀୟ ଅଞ୍ଚଳରେ ଜଣେ ମହିଳା […]

Coro660
ଦିଲ୍ଲୀରେ କରୋନା; ୩ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ଚାଇନାରେ ଜୀବନ ନେଉଥିବା ପ୍ରାଣଘାତୀ କରୋନା ଭାଇରସର ଭୟ ଭାରତର ଦିଲ୍ଲୀରେ ଦେଖିବାକୁ ମିଳିଛି। ଆଜି ଏହି ଭୟଙ୍କର ଭାଇରସରେ ସଂକ୍ରମଣ ହୋଇଥିବା ସନ୍ଦେହରେ ୩ ଜଣଙ୍କୁ ଦିଲ୍ଲୀର ରାମ ମନୋହର ଲୋହିଆ(ଆରଏମଏଲ) ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ୩ ଜଣଙ୍କ ମଧ୍ୟରୁ ୨ ଜଣ ଚାଇନା ନାଗରିକ। ଏହି ଚାଇନିଜ ନାଗରିକ ଦ୍ୱୟ ଜାନୁଆରୀ ୧ ଓ ଜାନୁଆରୀ ୨୯ରେ ଭାରତ ଆସିଥିଲେ। ସେହିପରି ତୃତୀୟ ସନ୍ଦିଗ୍ଧ ଜଣଙ୍କ ବୟସ ୩୪ ବର୍ଷ। ସେ ଗତବର୍ଷ ନଭେମ୍ବରରୁ […]

note
ଭାରତକୁ ନକଲି ନୋଟ ପଠାଉଥିଲା ପାକିସ୍ତାନ, ଧରିଲା କ୍ରାଇମ୍‌ବ୍ରାଞ୍ଚ

ମୁମ୍ୱାଇ: ମୁମ୍ୱାଇରୁ ଜବତ ହେଲା ନକଲି ନୋଟ। କ୍ରାଇମ ବ୍ରାଞ୍ଚ ଟିମ୍ ଆଜି ମୁମ୍ବାଇ ବିମାନ ବନ୍ଦରରୁ  ୨୪ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିଛି। ଦୁବାଇରୁ ଆସୁଥିବା ଜଣେ ବ୍ୟକ୍ତି ଏହି ନକଲି ନୋଟ ନେଇ ଆସିଥିଲେ। ସେ  ମୁମ୍ୱାଇ ବିମାନ ବନ୍ଦରର ବସ ଷ୍ଟପରେ ଛିଡ଼ା ହୋଇଥିବା ବେଳେ ତାଙ୍କ ବ୍ୟବହାର ଦେଖି କ୍ରାଇମବ୍ରାଞ୍ଚ ଟିମ୍ ସନ୍ଦେହ ପ୍ରକାଶ କରି ଧରିଥିଲା।  କ୍ରାଇମ ବ୍ରାଞ୍ଚ ତାଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ମୁମ୍ୱାଇର […]

1234567
ମାଓବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ; ୨ ଯବାନ ସହିଦ

ବିଜାପୁର: ଛତିଶଗଡ଼ର ବିଜାପୁରରେ ଆଜି ମାଓବଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ  ଗୁଳି ବିନିମୟ ହୋଇଛି। ଏଥିରେ ସିଆରପିଏଫ୍‌ କୋବ୍ରା ବାଟାଲିୟନର ୨ ଯବାନ ସହିଦ ହୋଇଛନ୍ତି। ତେବେ ପାଲଟା ଆକ୍ରମଣରେ ଜଣେ ନକ୍ସଲ ନିହତ ହୋଇଛି। ସିଆରପିଏଫ ଯବାନଙ୍କ ପକ୍ଷରୁ ଇରାପାଲ୍ଲି ଗାଁରେ ଆଜି ସକାଳେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସେଠାରେ ଲୁଚି ରହିଥିବା ମାଓବାଦୀମାନେ ସୁରକ୍ଷାକର୍ମୀଙ୍କୁ ଦେଖିବା କ୍ଷଣି ହଠାତ୍ ଗୁଳି ମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ଦୀର୍ଘ ସମୟ […]

sc-1
ବିକ୍ଷୋଭ ପାଇଁ ରାସ୍ତା ବନ୍ଦ କରିପାରିବନି-ଶାହୀନ ବାଗ ମାମଲାରେ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଶାହୀନ ବାଗ ମାମଲାର ଶୁଣାଣି ସୁପ୍ରିମ୍‌ କୋର୍ଟ ଫେବ୍ରୁଆରୀ ୧୭ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ତେବେ ଶାହୀନବାଗରେ ଗତ ଦୁଇ ମାସ ହେଲା ନାଗରିକତା ସଂଶୋଧନ ଆଇନ ଏବଂ ନ୍ୟାଶନାଲ ରେଜିଷ୍ଟର ଫର୍ ସିଟିଜେନ (ଏନଆରସି) ବିରୋଧରେ ଚାଲିଥିବା ଆନ୍ଦୋଳନକୁ ନେଇ ଆଜି ସୁପ୍ରିମକୋର୍ଟ କୌଣସି ନିର୍ଦ୍ଦେଶ ତ ଦେଇ ନାହାନ୍ତି ତେବେ ଏହା ଉପରେ ଟୀପ୍ପଣି ଦେଇ କହିଛନ୍ତି କୌଣସି ସାବଜନୀନ ସ୍ଥାନ ବିକ୍ଷୋଭ ପାଇଁ ବନ୍ଦ କରିପାରିବ ନାହିଁ। ହେଲେ ଆନ୍ଦୋଳନକାରୀଙ୍କୁ […]

suicide
ଦୁଇ ଛୁଆଙ୍କୁ ମାରି ମେଟ୍ରୋ ଟ୍ରେନ୍ ସାମ୍ନାକୁ ଡେଇଁ ପଡ଼ିଲେ ବ୍ୟବସାୟୀ

ନୂଆଦିଲ୍ଲୀ:ଦିଲ୍ଲୀର ଶାଲିମାରବାଗ୍‌ରେ ୪୪ବର୍ଷୀୟ ଜଣେ ବ୍ୟକ୍ତି ନିଜ ପୁଅ ଓ ଝିଅକୁ ହତ୍ୟା କରିବା ପରେ ନିଜେ ମେଟ୍ରୋ ଟ୍ରେନ୍‌ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମଧୂର ମଲାନୀ ନାମକ ଏହି ବ୍ୟକ୍ତି ଜଣକ ଗଭୀର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିଲେ। ଏ ନେଇ ସେ ବହୁତ୍‌ ଡିପ୍ରେସନ୍‌ରେ ଥିଲେ। ସଂଯୋଗ ବଶତଃ ତାଙ୍କର ପତ୍ନୀ ଘରେ ନ ଥିବାରୁ ବର୍ତ୍ତି ଯାଇଛନ୍ତି। ହେଲେ କିଛି ସମୟ ପରେ ଘରକୁ ଫେରି ନିଜର ଉଜୁଡ଼ା ସଂସାରକୁ […]

rahul
ବିଜେପି ଦେଶରୁ ସଂରକ୍ଷଣ ଶେଷ କରିବାକୁ ଚାହୁଁଛି-ରାହୁଲ

ନୂଆଦିଲ୍ଲୀ: ପଦୋନ୍ନତିରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟ ଗତ ସପ୍ତାହରେ ରାୟ ଶୁଣାଇବା ପରେ ତାତିଛନ୍ତି ବିରୋଧୀ । ଏ ନେଇ ମୋଦି ସରକାରକୁ ଘେରିବା ଆରମ୍ଭ କରିଛନ୍ତି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି ମୋଦି ସରକାର ସଂରକ୍ଷଣ ବା କୋଟା ବ୍ୟବସ୍ଥା ବିରୋଧୀ । ଦେଶରୁ ସଂରକ୍ଷଣ ‍ବ୍ୟବସ୍ଥା ଉଠାଇ ଦେବାକୁ ଚାହୁଁଛି ବିଜେପି। ସରକାର ପୁଣିଥରେ ସୁପ୍ରିମ କୋର୍ଟଙ୍କ ରାୟ ବିରୋଧରେ ଆବେଦନ କରନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି। ରାହୁଲ […]

sesu
ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିଲେ ଉପଭୋକ୍ତା ଦେବେ କ୍ଷତିପୂରଣ-ସେସୁ

ଭୁବନେଶ୍ୱର: ବିଦ୍ୟୁତ୍‌ ଆଘାତରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ, ଉପଭୋକ୍ତା ମିଳିମିଶି ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବେ।  OERC ନିକଟରେ ଏଭଳି ଆବେଦନ କରିଛି ସେସୁ। ଗତକାଲି ଗଂଜାମରେ ଏକ ବସ୍‌ରେ ୧୧ କେଭି ତାର ଲାଗି ୧୦ଜଣଙ୍କ ମୃତ୍ୟୁ ଘଟିବା ପରେ  OERC ନିକଟରେ ସେସୁର ଏଭଳି ପ୍ରସ୍ତାବକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଆଜି  OERCରେ ସେସୁର ଶୁଣାଣି ଥିବା ବେଳେ ବିଜୁଳି ଆଘାତରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ […]

opreg lady
ଭାରାରେ ଗର୍ଭବତୀଙ୍କୁ ବୋହି ଭରାନଦୀ ପାର କଲେ ପରିବାର ଲୋକେ

କୋରାପୁଟ:ଉପାନ୍ତରେ ଥମୁନି ଜନନୀ ଯନ୍ତ୍ରଣା।  ରାସ୍ତା ଅଭାବରୁ ଆସି ପାରିଲାନି ଆମ୍ବୁଲାନ୍ସ। ଭାରରେ ବୁହା ହୋଇ ମେଡ଼ିକାଲ୍ ଗଲେ ଆସନ୍ନ ପ୍ରସବା। ବଣ ଜଙ୍ଗଲ ରାସ୍ତା ତ ଅଲଗା କଥା, ଭାରରେ ଭରା ନଈ ପାର କରାଇ ଡାକ୍ତରଖାନା ଆଣିଲେ ପରିବାର ଲୋକେ । ଏମିତି ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଘାଟଗୁଡ଼ା ଗାଁରେ। ସୂଚନା ଅନୁଯାୟୀ,  ଗାଁର ଧବେନ୍ ମୁଦୁଲି ଗତକାଲି କାଲି ଅପରାହ୍ନରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ପରିବାର […]

sc
କାଏମ ରହିଲା ସଂଶୋଧିତ ଏସସି/ଏସଟି ଆଇନ

ନୂଆଦିଲ୍ଲୀ: ଶୁକ୍ରବାର ସୁପ୍ରିମ୍‌କୋର୍ଟଙ୍କ ରାୟ କେନ୍ଦ୍ର ସରକାରଙ୍କୁ ଏକପ୍ରକାର ଆଶ୍ୱସ୍ତି ଦେଇଛି। ୨୦୧୮ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ସଂଶୋଧିତ ଏସ୍‌ସି/ଏସ୍‌ଟି ଆଇନକୁ ସୁପ୍ରିମ କୋର୍ଟ କାଏମ ରଖିଛନ୍ତି।  ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ନିର୍ଯାତନା ନିବାରଣ) ସଂଶୋଧନ ଆଇନ ୨୦୧୮କୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ।  ଜଷ୍ଟିସ୍‌ ଅରୁଣ ମିଶ୍ରା, ଜଷ୍ଟିସ ବୀନୀଶ ଶରଣ ଏବଂ ଜଷ୍ଟିସ ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ ଏହି ଆବେଦନର ରାୟ ୨-୧ରେ ଶୁଣାଇଛନ୍ତି। ସୁପ୍ରିମ୍‌ […]

Propose-Day-Images-with-Quo
ସାହାଯ୍ୟ କରିବା ନାଁରେ ମହିଳାଙ୍କୁ ଦୁଷ୍କର୍ମ

ଧର୍ମଗଡ଼: କଳାହାଣ୍ଡି ଧର୍ମଗଡ଼ରେ ମହିଳାଙ୍କ ସହ ଦୁଷ୍କର୍ମ ଅଭିଯୋଗ। ଦୁଇ ଦିନ ଧରି ଦୁଷ୍କର୍ମ କରିବା ପରେ ମହିଳା ଜଣକ କୌଣସି ପ୍ରକାରେ ଖସି ଆସିଛନ୍ତି। ଏ ନେଇ ଗତକାଲି ଧର୍ମଗଡ଼ ଥାନାରେ ଅଭିଯୋଗ କରିବା ପରେ ଖୋଳତାଡ଼ ଆରମ୍ଭ ହୋଇଛି। ସ୍ୱାମୀଙ୍କ ସହ ବିବାଦକୁ ନେଇ ଏକ  ମାମଲା କୋର୍ଟରେ ଚାଲିଥିଲା। ସେ  ସ୍ଥାନୀୟ ଏକ ଓକିଲଙ୍କ ସହାୟତାରେ କେସ୍ ଲଢୁଥିଲେ। ତେବେ ଏନେଇ ତାଙ୍କୁ ସହଯୋଗ କରିବାକୁ କହି ଓକିଲଙ୍କ ପାଖରେ କାମ କରୁଥିବା […]

smitarani
ସ୍ମିତାରାଣୀ ହତ୍ୟାର ପ୍ରମାଣ ନଷ୍ଟ ପାଇଁ ଭଙ୍ଗାଗଲା ରଙ୍ଗଶାଳା-ଲେଖାଶ୍ରୀ

ଭୁବନେଶ୍ୱର:ଯାଜପୁର ଜିଲ୍ଲାର ବହୁ ଚର୍ଚ୍ଚିତ ରଙ୍ଗଶାଳା ଭାଙ୍ଗିବା ଘଟଣାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ରଙ୍ଗଶାଳାକୁ ଭାଙ୍ଗି ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାର ତଥ୍ୟ ପ୍ରମାଣ ନଷ୍ଟ କରି ଦେଇଛି ଜିଲ୍ଲା ପ୍ରଶାସନ।  ଏନେଇ ପ୍ରେସମିଟରେ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ଉଚ୍ଛେଦ ନାଁରେ ଜିଲ୍ଲା ପ୍ରଶାସନ ରଙ୍ଗଶାଳାରେ ଥିବା ସିସିଟିଭିକୁ  କାଢିନେଲା। ରଙ୍ଗଶାଳାରୁ ମିଳିଥିବା ସାମଗ୍ରୀକୁ ଜବତ କରିବା ପରିବର୍ତ୍ତେ ସେ ଏହାକୁ ଅଭିଯୁକ୍ତ ରୁପେଶ ଭଦ୍ରଙ୍କ ସ୍ତ୍ରୀଙ୍କୁ ହସ୍ତାନ୍ତର […]

police-1
ଘଞ୍ଚ ଜଙ୍ଗଲରେ ପଡ଼ିଥିବା ଶବକୁ କାନ୍ଧଦେଲା ପୋଲିସ

ବାରିପଦା: ମୃତଦେହକୁ କାନ୍ଧରେ ବୋହିଲେ ପୋଲିସ୍। ମୟୂରଭଞ୍ଜ ଖୁଣ୍ଟା ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ। ସ୍ଥାନୀୟ ଶିମିଳିପାଳ ଜଙ୍ଗଲରେ ଏକ ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ କରିବା ପରେ ମୃତଦେହକୁ ଉଦ୍ଧାର କରିଥିଲା। ତେବେ ମୁଖ୍ୟ ରାସ୍ତାରୁ ପ୍ରାୟ ୬ କିଲୋମିଟର୍ ଦୂରରେ ମୃତଦେହ ଥିବାରୁ ଏହାକୁ ଆଣିବାକୁ ନେଇ ସମସ୍ୟା ସୃଷ୍ଟି ହୋଇଥିଲା।ଏହାପରେ ଖୋଦ୍ ପୋଲିସ୍ କର୍ମଚାରୀ ମୃତଦେହକୁ କାନ୍ଧରେ ବୋହି ଆଣିଥିଲେ। ଏହି ସମୟର ଭିଡିଓ ଏବେ […]

corona
ଚୀନ୍‌ରେ ୭୦୦ଙ୍କ ଜୀବନ ନେଲାଣି କରୋନା

ବେଜିଂ: ଦିନକୁ ଦିବ ଭୟଙ୍କର ହେଉଛି କରୋନା ଭାଇରସ । ଆତଙ୍କ ଖେଳାଇ ଦେଇଛି ଚାଇନାରେ । ଟଳି ପଡ଼ୁଛି ଗୋଟିଏ ପରେ ଗୋଟିଏ ଜୀବନ। ଶୁକ୍ରବାର ସୁଦ୍ଧା କରୋନା ଭାଇରସ ୬୩୬ ଜଣଙ୍କ ଜୀବନ ନେଇଥିବା ବେଳେ ଆଜି ଏହିସଂଖ୍ୟା ୭୦୦ ଅତିକ୍ରମ କରିଛି।  ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୩୪,୫୪୬ରେ ପହଞ୍ଚି ଯାଇଛି। ପ୍ରତିକାର କରାଯାଇ ପାରୁ ନ ଥିବାରୁ ଚୀନରେ ନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି  ଡିସେମ୍ବର ମାସରୁ ଚାଇନାରେ […]

aap-9
ବରଯାତ୍ରୀଙ୍କୁ ନେଇ ଭୋଟ ଦେବାକୁ ଆସିଲେ ବର

ନୂଆଦିଲ୍ଲୀ:ସକାଳୁ ସକାଳୁ ଆରମ୍ଭ ହୋଇ ଯାଇଛି ଦିଲ୍ଲୀ ବିଧାନସଭା ପାଇଁ ଭୋଟ ଗ୍ରହଣ। ସକାଳ ୮ଟାରୁ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ମତଦାନ ସାବ୍ୟସ୍ତ କରୁଛନ୍ତି ଦିଲ୍ଲୀବାସୀ। ନିଜ ମନ ପସନ୍ଦର ନେତାଙ୍କୁ ବାଛୁଛନ୍ତି। ନୂଆଦିଲ୍ଲୀ ସମେତ ଦିଲ୍ଲୀର ଅନ୍ୟ ଅଞ୍ଚଳରେ ସୁରଖୁରେ ଭୋଟ୍ ଗ୍ରହଣ ଚାଲିଛି ।  ବିଭିନ୍ନ ବୁଥ୍‌ରେ ଚଳିତ ଥର ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ଦିଲ୍ଲୀର ୭୦ଟି ଆସନର ୧୩ ହଜାର ୭୫୦ଟି ବୁଥରେ ୬୭୨ ପ୍ରାର୍ଥୀଙ୍କ […]

bajrakapta-111
ବଜ୍ରକାପ୍ତା ପାଇଁ ବ୍ୟାପୁଛି କରୋନା ଭାଇରସ !

ବେଜିଂ:ଭୟଙ୍କର ହେଉଛି କରୋନା। ଚୀନରେ ୭୦୦ ଜଣଙ୍କ ଜୀବନ ନେଲାଣି କରୋନା। ତେବେ କରୋନା ବ୍ୟାପିବା ପଛର କାରଣ ଖୋଜି ପାଇଛନ୍ତି ବୈଜ୍ଞାନିକ।  ଶୁକ୍ରବାର ଏ ନେଇ ବୈଜ୍ଞାନିକ ସୂଚନା ଦେଇ କହିଛନ୍ତି, ମରଣାନ୍ତକ ଭାଇରସ୍‌ କରୋନା ବ୍ୟାପିବା ପଛରେ ବଜ୍ରକାପ୍ତାର ଭୂମିକା ରହିଥିବା ଆଶଙ୍କା କରାଯାଉଛି। ଏମାନଙ୍କୁ ହିଁ ଏହି ଭୟଙ୍କର ଭୂତାଣୁ ବାହକ ବୋଲି କହିଛନ୍ତି ବୈଜ୍ଞାନିକ। ଏହାର ଅନ୍ୟତମ କାରଣ ସ୍ୱରୂପ କୁହାଯାଉଛି,  ପ୍ରତିବର୍ଷ ହଜାର ହଜାର ବଜ୍ରକାପ୍ତାଙ୍କୁ ସେମାନଙ୍କ ଔଷଧୀୟ ଗୁଣ […]