• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

oitv
ରାଜ୍ୟର ଆଉ ୨ ହସ୍‌ପିଟାଲରେ ହେବ କୋଭିଡ୍-୧୯ ପରୀକ୍ଷା

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅଧିକରୁ ଅଧିକ ନମୁନା ପରୀକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଆଉ ୨ଟି ହସ୍ପିଟାଲରେ କରୋନା ଟେଷ୍ଟ ଆରମ୍ଭ ହୋଇଛି। ଏହି ଦୁଇଟି ହସ୍ପିଟାଲ ହେଲା ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ ଓ ଭୁବନେଶ୍ୱର ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ୍ ସାଇନ୍ସ। ଗତକାଲିଠାରୁ ଏହି ୨ ହସ୍‌ପିଟାଲରେ କୋଭିଡ୍-୧୯ ଟେଷ୍ଟ ଆରମ୍ଭ ହୋଇଛି । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଥାଉ […]

pic_1586774388-(1)
ବାହାରେ ଛେପ ପକାଇଲେ ଗଣିବେ ଫାଇନ

ବ୍ରହ୍ମପୁର: କରୋନା ଭାଇରସର ମୁକାବିଲା ପାଇଁ ୨ୟ ପର୍ଯ୍ୟାୟ ଲକ୍‌ଡାଉନ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଦେଶବାସୀଙ୍କୁ ସମ୍ବୋଧନ କରି ମେ’ ୩ ତାରିଖ ପର୍ଯ୍ୟନ୍ତ ଏହି ଲକ୍‌ଡାଉନ ଅବଧି ବୃଦ୍ଧି କରିଛନ୍ତି। ଏଥିସହିତ ଆଗାମୀ ଏକ ସପ୍ତାହ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ତେଣୁ ଘରୁ ବାହାରିବା ନିୟମ, ଲକ୍ ଡାଉନ କଟକଣାକୁ ଆହୁରି କଡ଼ାକଡି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ଲକ୍‌ ଡାଉନ ନିୟମକୁ କଡାକଡି କରିଛନ୍ତି। ଏପରିକି […]

f-3
ବଦଳିଲା ମୋଦିଙ୍କ ଟ୍ୱିଟର୍ ପ୍ରୋଫାଇଲ ଫଟୋ

ନୂଆଦିଲ୍ଲୀ: ବଦଳିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୋସିଆଲ୍ ମିଡିଆ ଫଟୋ । ମୋଦି  ତାଙ୍କ ଟ୍ୱିଟର୍ ଆକାଉଣ୍ଟ ପ୍ରୋଫାଇଲ ଫଟୋକୁ ଆଜି ବଦଳାଇ଼ଛନ୍ତି। ମୋଦି ଏଥିରେ କାନ୍ଧରେ ପକାଇଥିବା ଗାମୁଛାରେ ନାକ ଓ ପାଟିକୁ ଢାଙ୍କିଥିବା ଦେଖିବାକୁ ମିିଳିଛି। କରୋନା କବଳରୁ ବର୍ତ୍ତିବାକୁ ଦେଶବାସୀଙ୍କୁ ମାସ୍କ ପିନ୍ଧିବାକୁ ସଚେତନ କରାଯାଉଛି । ମାସ୍କ ଉପଲବ୍ଧ ନଥିଲେ ରୁମାଲ, ଗାମୁଛା, ଶାଢ଼ୀ, ଓଢ଼ଣୀ ଆଦିକୁ ମଧ୍ୟ ପରସ୍ତ ପରସ୍ତ କରି ପାଟି ଓ ନାକକୁ ଢାଙ୍କି ହେବ । […]

cm-meeting
ଭିଡିଓ କନ୍‌ଫରେନ୍ସିଂରେ କରୋନା ସ୍ଥିତି ସମୀକ୍ଷା କଲେ ନବୀନ

ଭୁବନେଶ୍ୱର:ରାଜ୍ୟରେ କରୋନା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରୁ ଭିଡିଓ କନଫରେନ୍ସିଂରେ  ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି, ଚାଷୀଙ୍କ ସମସ୍ୟା ଓ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ।  ମଙ୍ଗଳବାର ଦିନ ହୋଇଥିବା ସମୀକ୍ଷା ବୈଠକର ନିଷ୍ପତ୍ତି କେତେଦୂର କାର୍ଯ୍ୟକାରୀ ହୋଇଛି, ସେନେଇ ପଚାରି ବୁଝିଥିଲେ । ସଂକ୍ରମଣ ନିୟନ୍ତ୍ରଣରେ […]

1586723678-2898
ମେ’ ୩ ଯାଏ ଟ୍ରେନ ଚଳାଚଳ ବାତିଲ୍‌

ନୂଆଦିଲ୍ଲୀ: ଲକଡାଉନ ଅବଧି ମେ ୩ ଯାଏ ବୃଦ୍ଧି ହେବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ରେଲୱେ ବୋର୍ଡ ପକ୍ଷରୁ ସମସ୍ତ ଟ୍ରେନ ବାତିଲ ପାଇଁ ନିଷ୍ପତ୍ତି ନିଆଯାଇଛି। ଦେଶରେ ମେ ୩ ଯାଏ ସମସ୍ତ ଯାତ୍ରୀବାହୀ ଟ୍ରେନ ବାତିଲ କରିବାକୁ ରେଲୱେ ବୋର୍ଡ ନିଷ୍ପତ୍ତି ନେବା ସହ ବିଜ୍ଞପ୍ତି ପ୍ରକାଶ କରିଛି। ଏନେଇ କଟାଯାଇଥିବା ଟିକେଟର ମୂଲ୍ୟ ଯାତ୍ରୀଙ୍କୁ ଫେରସ୍ତ ମିଳିବ ବୋଲି ବୋର୍ଡ ଜଣାଇଛି । ପରବର୍ତ୍ତୀ ଆଦେଶ ଯାଏ […]

jajpur
ଯାଜପୁରରୁ ଚିହ୍ନଟ ୨ୟ କରୋନା ଆକ୍ରାନ୍ତ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର:ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ ସାଇଟ୍‌ରେ ସୂଚନା ଦିଆଯିବା  ପରେ ଏହି ସଂଖ୍ୟା ୫୬କୁ ବୃଦ୍ଧି ପାଇଛି। ଏହି ଆକ୍ରାନ୍ତଙ୍କର ପରିଚୟ ମିଳି ପାରି ନ ଥିଲା। ତେବେ ଆକ୍ରାନ୍ତଜଣକ  ଯାଜପୁର ଜିଲ୍ଲାର ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ରଞ୍ଜନ କୁମାର ଦାସ । ଏହାପରେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୨ରେ […]

pak-cricket
କରୋନାରେ ପୂର୍ବତନ ପାକ୍‌ କ୍ରିକେଟରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପାକିସ୍ତାନର ପ୍ରଥମଶ୍ରେଣୀର ପୂର୍ବତନ କ୍ରିକେଟର ଜାଫର ସରଫରାଜଙ୍କର କରୋନା ଭାଇରସରେ ମୃତ୍ୟୁ ଘଟିଛି। ଜାଫର କୋଭିଡ-୧୯ ନମୁନା ପଜେଟିଭ ଆସିଥିଲା। ୫୦ ବର୍ଷ ବୟସ୍କ ସରଫରାଜ ଭେଣ୍ଟିଲେଟରରେ ଥିଲେ। ତାଙ୍କୁ ତିନି ଦିନ ତଳେ ପେଶବାର ର ଏକ ଘରୋଇ କ୍ଲିନିକ୍‌ରେ ଆଇସିୟୁରେ ରଖାଯାଇଥିଲା। ୧୯୮୮ରେ  ସର୍ଫରାଜ କ୍ରିକେଟରେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ସେ ଜଣେ ବାମହାତୀ ମଧ୍ୟମକ୍ରମ ବ୍ୟାଟ୍‌ସମ୍ୟାନ ଭାବେ ୬ଟି ଅନ୍ତରାଷ୍ଟ୍ରିୟ ୱାନ୍‌ଡେ ମ୍ୟାଚ୍‌ରେ ୯୬ ରନ୍‌ ସଂଗ୍ରହ କରିଥିଲେ। ୧୯୯୪ରେ […]

pm modi
ଏପ୍ରିଲ ୨୦ ପରେ ଲକଡାଉନ ନିୟମ କୋହଳ କରିବା ପାଇଁ ମୋଦି ରଖିଲେ ଏମିତି ସର୍ତ୍ତ

ନୂଆଦିଲ୍ଲୀ: କରୋନା ମହାମାରୀ ସହ ଲଢିବା ପାଇଁ ହେଲେ ଲକ୍‌ଡାଉନ ଅବଧିକୁ ଆହରି ବଢାଇବାକୁ ପଡ଼ିବ। ସେଥିପାଇଁ ଲକଡାଉନ ଅବଧି ୩ ତାରିଖ ପର୍ଯ୍ୟନ୍ତ ବଢାଇବା ସହ ଗାଇଡଲାଇନ କଡକଡି ପାଳନ କରିବାକୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଆଜି ପୂର୍ବାହ୍ନ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି କହିଥିଲେ, କରୋନା ମୁକାବିଲା ପାଇଁ ଦେଶବାସୀ ୨୧ ଲକ୍‌ଡାଉନ୍‌କୁ ବହୁତ୍‌ ସଂଯମତାର ସହ ପାଳନ କରିଛନ୍ତି। ଦେଶବାସୀଙ୍କ ଏହି ତ୍ୟାଗ […]

pm modi .
ବଢିଲା ଲକ୍‌ଡାଉନ୍‌ ଅବଧି, ଘୋଷଣା କଲେ ମୋଦି

ନୂଆଦିଲ୍ଲୀ: ୨୧ ଦିନିଆ ଲକଡାଉନ୍‌ ଅବଧି ଶେଷ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନ ୧୦ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଏହି ଲକ୍‌ଡାଉନ ଅବଧି ସମୟରେ ସମସ୍ତେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। କଷ୍ଟ ସହିଛନ୍ତି। ସେଥିପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଧନ୍ୟବାଦ ଦେଇଥିଲେ। ଲକଡାଉନ ନିୟମକୁ ପାଳନ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ। ମୋଦି କହିଥିଲେ, ଏହି ଲକ୍‌ ଡାଉନ ସମୟରେ ଆପଣମାନେ ବହୁତ କଷ୍ଟ ସହିଛନ୍ତି। ଆଉ ସେଥିପାଇଁ ଦେଶ […]

sanatana
ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସନାତନ ବିଶିଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସନାତନ ବିଶିଙ୍କର ଆଜି ପରଲୋକ ହୋଇଯାଇଛି। ସମ୍ବଲପୁର ହୀରାକୁଦ କଲୋନୀ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।  କିଛିଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କ ଚିକିତ୍ସା ଚାଲିଥିବାବେଳେ ଆଜି ସକାଳୁ ପରଲୋକ ହୋଇଯାଇଛି । ସନାତନ ୧୯୯୪ରୁ ୨୦୦୦ ମସିହା ଯାଏ ରାଜ୍ୟସଭା ସଦସ୍ୟ ଥିଲେ । ୨୦୦୦ ମସିହାରେ ବିଜେଡି ପକ୍ଷରୁ ସମ୍ବଲପୁର ରେଢ଼ାଖୋଲ ଆସନରୁ ବିଜୟୀ ହୋଇଥିଲେ। ଏହାପରେ ପୁଣି ୨୦୦୪ ନିର୍ବାଚନରେ ବିଧାନସଭାକୁ […]

nijamuddin
ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ୫୬ ଛୁଇଁଲା ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହେଲେ । ଗତକାଲି ପରୀକ୍ଷା କରାଯାଇଥିବା ନମୁନା ମଧ୍ୟରୁ ଜଣଙ୍କଠାରେ କରୋନା ପଜିଟିଭ୍ ଆସିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟରେ ସୂଚନା ଦିଆଯାଇଛି।  ଏହାକୁ ମିଶାଇ  ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୬ରେ ପହଞ୍ଚିଲା । ତେବେ ଆକ୍ରାନ୍ତ ଜଣକ କେଉଁଠାର ତାହା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ତେବେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଥିବାବେଳେ ୧୮ […]

america
ଆମେରିକା; ଦିନକରେ ୧୫୦୦ରୁ ଅଧିକ ମୁଣ୍ଡ ନେଲା କରୋନା

ୱାଶିଂଟନ: ସାରା ବିଶ୍ୱରେ ଏବେ ସାଂଘାତିକ ସ୍ଥିତି।  କରୋନା ସଂକ୍ରମଣ ଏବେ ବିଶ୍ୱର ୨୧୦ ଦେଶରେ ତାର କାୟା ବିସ୍ତାର କଲାଣି। ସବୁଠୁ ଅଧିକ ପ୍ରଭାବିତ ହୋଇଛି ବିଶ୍ୱର ସବୁଠୁ ଧନୀ ରାଷ୍ଟ୍ର ଆମେରିକା।  ଗତକାଲି ପୁଣି ଥରେ ଗୋଟିଏ ଦିନରେ ୧୫ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏହାଫଳରେ ମୃତ୍ୟ ସଂଖ୍ୟା ସାଢ଼େ ୨୩ ହଜାରରେ ପହଞ୍ଚିଛି। କେବଳ ନ୍ୟୁୟର୍କରେ ଏବେ ସୁଦ୍ଧା ୧୦ ହଜାର ଲୋକ କରୋନା ଯୋଗୁ ପ୍ରାଣ ହରାଇଲେଣି।  ଆମେରିକାରେ […]

corona-update
ମହାରାଷ୍ଟ୍ରରେ କରୋନା; ଗୋଟିଏ ଦିନରେ ୧୧ ମୃତ

ମୁମ୍ବାଇ: ଦେଶର ବାଣିଜ୍ୟିକ କ୍ୟାପିଟାଲ୍‌ରେ କାୟା ବିସ୍ତାର କରି ଚାଲିଛି କରୋନା। ମୁମ୍ବାଇ ସମେତ ପୁରା ମହାରାଷ୍ଟ୍ରରେ ଏବେ କରୋନା ସ୍ଥିତି ଭୟଙ୍କର ରୂପ ନେଇଛି। ଦେଶର ସବୁଠୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର।  ଗତକାଲି ରାଜ୍ୟରେ ୩୫୨ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାପରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୩୩୪ରେ ପହଞ୍ଚିଛି। ଗତକାଲି ଗୋଟିଏ ଦିନରେ ମହାରାଷ୍ଟ୍ରରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି।  ରାଜ୍ୟରେ ଏବେ ଯାଏ ୧୬୦ ଜଣଙ୍କ ପ୍ରାଣ […]

Untitled-1
ପରଲୋକରେ ଟ୍ରେଡ ୟୁନିୟନ ନେତା ସୌରିବନ୍ଧୁ କର

ଭୁବନେଶ୍ୱର: ବରିଷ୍ଠ ଟ୍ରେଡ ୟୁନିୟନ ନେତା ସୌରିବନ୍ଧୁ କର ଆଉ ନାହାନ୍ତି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଜି ପରଲୋକ ହୋଇ ଯାଇଛି।  ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା।  ଗତ କିଛି ଦିନ ତଳେ ହିଁ ସେ ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। ଟ୍ରେଡ ୟୁନିୟନ ସଂଗଠନ AITUCର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଗତ ୨୦୦୫ ମସିହାରୁ ଦାୟିତ୍ୱ ତୁଲାଇ ଆସୁଥିଲେ ।ସୌରୀବନ୍ଧୁ ରାଜ୍ୟରେ ଶ୍ରମିକଙ୍କ ଦାବି ନେଇ ଅନେକ ଆନ୍ଦୋଳନର ନେତୃତ୍ୱ […]

lockdown-infection-disease-concept-black-green-177880612
ଓଡ଼ିଶା ପରେ ଏସବୁ ରାଜ୍ୟରେ ବଢିଲା ଲକ୍‌ଡାଉନ ଅବଧି

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀଙ୍କ ୨୧ ଦିନିଆ ଲକ୍‌ଡାଉନ୍‌ ଅବଧି ଏପ୍ରିଲ ୧୪ ତାରିଖ ଅର୍ଥାତ ଆଜି ଶେଷ ହେଉଛି। ହେଲେ ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଲକ୍‌ଡାଉନ ଅବଧି ଏପ୍ରିଲ ୩୦ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ନବୀନଙ୍କ ଏପରି ପଦକ୍ଷେପକୁ ଅନ୍ୟରାଜ୍ୟମାନେ ମଧ୍ୟ ଆପଣେଇଛନ୍ତି। ଆଜି ସକାଳ ୧୦ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି । ଲକ୍‌ଡାଉନକୁ ନେଇ କିଛି ବଡ ଘୋଷଣା କରିପାରନ୍ତି।  ହେଲେ ତା‘ ପୂର୍ବରୁ କରୋନା ସଂକ୍ରମଣ […]

sonia
ମୋଦିଙ୍କ ସମ୍ବୋଧନ ପୂର୍ବରୁ ଦେଶବାସୀଙ୍କୁ ସୋନିଆଙ୍କ ବାର୍ତ୍ତା

ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନା ମୁକାବିଲା ପାଇଁ ଘୋଷଣା ହୋଇଥିବା ୨୧ ଦିନିଆ ଲକଡାଉନର ଆଜି ଶେଷ ଦିନ। ତେଣୁ ଏହା ବଢ଼ିବ ନା ନାହିଁ ସେ ନେଇ ସ୍ପଷ୍ଟ କରିପାରନ୍ତି ପ୍ରଧାନମନ୍ତ୍ରୀ। ହେଲେ ମୋଦିଙ୍କ ସମ୍ବୋଧନର ଠିକ୍‌ ୩ ଘଣ୍ଟା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦେଶବାସୀଙ୍କୁ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି। ଏହି ଭିଡିଓ କଂଗ୍ରେସର ଟ୍ୱିଟର ହାଣ୍ଡେଲ୍‌ରେ ସେୟାର କରାଯାଇଛି। ଭିଡିଓରେ ସୋନିଆ କହିଛନ୍ତି,“କରୋନା […]

pm modi
ମୋଦିଙ୍କ ବାର୍ତ୍ତାକୁ ସାରାଦେଶର ଅପେକ୍ଷା, ଲକ୍‌ଡାଉନ୍‌କୁ ନେଇ କରିପାରନ୍ତି କି ଏମିତି ଘୋଷଣା ?

ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନା ମୁକାବିଲା ପାଇଁ ଘୋଷଣା ହୋଇଥିବା ୨୧ ଦିନିଆ ଲକଡାଉନର ଆଜି ଶେଷ ଦିନ। ତେଣୁ ଏହା ବଢ଼ିବ ନା ନାହିଁ ସେ ନେଇ ସ୍ପଷ୍ଟ କରିପାରନ୍ତି ପ୍ରଧାନମନ୍ତ୍ରୀ। ଆଜି ସକାଳ ୧୦ଟା ବେଳେ ସାରା ଦେଶକୁ ସମ୍ଭୋଧନ କରିବେ ପ୍ରଧାନମନ୍ତ୍ରୀ। ତେଣୁ ମୋଦିଙ୍କ ବାର୍ତ୍ତାକୁ ଏବେ ସାରା ଦେଶବାସୀ ଅପେକ୍ଷା କରିଛନ୍ତି। କୋଭିଡ୍ ବିରୋଧୀ ମହାସଂଗ୍ରାମରେ ମୋଦିଙ୍କ ପରବର୍ତ୍ତୀ ରଣନୀତି ଏବଂ ଘୋଷଣାକୁ ନେଇ […]