• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

centre
ଏପ୍ରିଲ ୧୪ ପରେ ବଢିବ କି ଲକ୍‌ଡାଉନ ଅବଧି ?

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଅନ୍ୟପଟେ ଏପ୍ରିଲ ୧୪ରେ ପ୍ରଥମ ୨୧ ଦିନିଆ ଲକଡାଉନ୍ ଅବଧି ଶେଷ ହେଉଛି। ସୂଚନା ଅନୁସାରେ ସରକାର ସର୍ତ୍ତମୂଳକ ଭାବେ ପ୍ରଥମ ଦଫା ତାଲାବନ୍ଦ ଉଠେଇଦେବେ। କିନ୍ତୁ ମେ ୧୫ ତାରିଖରୁ ଦ୍ୱିତୀୟ ଥର ତାଲାବନ୍ଦ ଘୋଷଣା କରିପାରନ୍ତି। ଯଦଓ ଏ ନେଇ ସରକାରଙ୍କ ତରଫରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ, ତେବେ ଦେଶର ପ୍ରମୁଖ ଗଣମାଧ୍ୟମରେ ଏ ନେଇ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଛି। ଏପ୍ରିଲ ୩ ତାରିଖରେ […]

bbsr
ରାଜଧାନୀରେ ସିଜ୍‌ ହେଲା ୬୩୭ ଗାଡ଼ି

ଭୁବନେଶ୍ୱର: ରାଜଧାନୀରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତଥାପି ଲୋକେ ଲକ୍‌ଡାଉନ ଗାଇଡ୍‌ଲାଇନ ମାନୁନାହାନ୍ତି। ସାମାଜିକ ଦୂରତା ରକ୍ଷା ପାଇଁ ପୋଲିସକୁ ନାକେଦମ୍‌ ହେବାକୁ ପଡ଼ୁଛି। ଦୁଇଦିନିଆ ସଟ୍‌ଡାଉନ୍ ରବିବାର ରାତି ୮ଟାରେ ହଟିବା ପରେ ରାଜଧାନୀରେ ପୁଣି ଅମାନିଆମାନ ମନମାନି ଆରମ୍ଭ କରି ଦେଇଛନ୍ତି। ସରକାରଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ବାହାରେ ବିନା କାରଣରେ ବୁଲୁଛନ୍ତି ଏହି ଅମାନିଆ ଗୋଷ୍ଠୀ। ତେବେ ପୋଲିସ ଏଭିଳି ଲୋକଙ୍କ ଗାଡ଼ି ସିଜ କରିବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ […]

kalahandi
ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସିଲ୍‌ ହେଲା କଳାହାଣ୍ଡିର ଏସବୁ ଅଞ୍ଚଳ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକରେ ପ୍ରଥମ କୋରନା ରୋଗୀ ଚିହ୍ନଟ ପରେ ସଂକ୍ରମଣ ନବ୍ୟାପିବାକୁ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ।  ଜିଲ୍ଲା ପ୍ରଶାସନ ତିନିଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଏରିଆ ଭାବେ ଘୋଷଣା କରିଛି । ଏହି ଅଞ୍ଚଳସବୁ ହେଲା  ରାଗୁଡ଼ା, ପାଞ୍ଜିଆ ଓ ଖମାରହଳଦୀ।  ସେହିଭଳି ସୋସିଆ, ଆମ୍ବଗୁଡ଼ା ଓ ଘୋଟିଆ ଅଞ୍ଚଳକୁ ବଫର ଜୋନ୍ ଭାବେ ଘୋଷଣା କରିଛି ପ୍ରଶାସନ । ଏସବୁ ଅଞ୍ଚଳରେ କେବଳ ମେଡିକାଲ ଏମର୍ଜେନ୍ସିକୁ ବାଦ ଦେଇ କୌଣସି ସରକାରୀ […]

hata
ଅତ୍ୟାବଶ୍ୟକ ସାମଗ୍ରୀ ଘରେ ପହଞ୍ଚାଇବ BMC

ଭୁବନେଶ୍ୱର: ଭୁବନେଶ୍ୱରରେ ୩୨ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ପରେ ଅନେକ ଅଞ୍ଚଳକୁ ଆବଦ୍ଧ କରାଯାଇଛି। ସାରା ସହରରେ ପୋଲିସ ପକ୍ଷରୁ ଯାଞ୍ଚ କଡାକଡି କରାଯାଇଛି। ତଥାପି ମାନୁ ନାହାନ୍ତି ଲୋକେ। ତେଣୁ ଲୋକ କିପରି ଘରୁ ନ ବାହାରିବେ  ସେଥିପାଇଁ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ରିଛି BMC। ଲୋକଙ୍କ ଘରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବ BMC ।  ବିଭିନ୍ନ ସଂସ୍ଥା ଦ୍ୱାରା ମୋବାଇଲ୍ ଭ୍ୟାନ୍ ଓ […]

maobadi
କରୋନା ପାଇଁ ଅସ୍ତ୍ର ଛାଡ଼ିଲେ ମାଓବାଦୀ

ମାଲକାନଗିରି: ସାରା ବିଶ୍ୱ ମହାମାରୀକୁ ନେଇ ଚିନ୍ତାରେ ଥିବା ବେଳେ ମାଓବାଦୀମାନେ ମଧ୍ୟ ଅସ୍ତ୍ରବିରତି ଘୋଷଣା କରିଛନ୍ତି।ଦେଶରେ କରୋନା ମହାମାରୀ ଲାଗିଥିବାରୁ ମାଓବାଦୀଙ୍କ ପକ୍ଷରୁ କୌଣସି ଇନଫର୍ମର ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହଁ।  ଏହାସହ ପୋଲିସ ବାହିନୀ ଉପରେ ମଧ୍ୟ ଆକ୍ରମଣ କରାଯିବ ନାହିଁ ବୋଲି ମାଓନେତା କୈଳାଶ କହିଛନ୍ତି। ସରକାରୀ କର୍ମଚାରୀମାନେ ଆସି ନିର୍ଭୟରେ ଲୋକଙ୍କ ପାଇଁ କାର୍ଯ୍ୟ କରନ୍ତୁ ବୋଲି ଅଡିଓ ଟେପ୍ ଜାରି କରିଛନ୍ତି ମାଓନେତା। ସରକାର ଦେଉଥିବା ଭତ୍ତା ଓ ଚାଉଳ […]

corona
ଦେଶରେ ୧୦୯ ମୁଣ୍ଡ ନେଲା କରୋନା

ନୂଆଦିଲ୍ଲୀ:ଦେଶରେ ୧୦୯ଜଣଙ୍କ ମୁଣ୍ଡ ନେଲା କରୋନା। ଆଜି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଶହେ ଟପିଛି। ଏଥି ସହ ଦେଶରେ ମୋଟ୍ ୪ ହଜାର ୬୭ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ ୩ ହଜାର ୬ଶହ ୬୬ ଚିକିତ୍ସାଧୀନ ଅଛନ୍ତି। ଦେଶରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ୨୯୧ଡିସ୍‌ଚାର୍ଜ ହେଲେଣି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, କେରଳ, ଉତ୍ତର […]

naveen-patnaik_video_647_062417015756
ଏଣିକି ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଲୋକେ ଭୟଭୀତ ହାଇପଡ଼ିଛନ୍ତି। ହେଲେ ବର୍ତ୍ତମାନ ସ୍ଥିତିକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ ବୋଲି ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ନବୀନ ଟ୍ବିଟ୍ କରି ଜଣାଇଛନ୍ତି ଯେ ସବୁ ସଂକ୍ରମିତ ଭୁବନେଶ୍ୱରର କଣ୍ଟେନମେଣ୍ଟ ଅଞ୍ଚଳର । ଏଠାରୁ କେହି ବାହାରକୁ ନଯାଇ ଲକଡାଉନ ନିୟମକୁ ସମ୍ମାନ ଦେବାକୁ ସେ ନିବେଦନ କରିଛନ୍ତି। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ […]

india
ଭୁବନେଶ୍ୱରରେ କରୋନା ସ୍ଥିତି; ଅଧିକାଂଶ ଆକ୍ରାନ୍ତଙ୍କର ସୂର୍ଯ୍ୟନଗର ଓ ବମିଖାଲ ଲିଙ୍କ୍‌ ରହିଛି

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ ରେ ପହଞ୍ଚିଛି । ଗତକାଲି ଗୋଟିଏ ଦିନରେ ଭୁବନେଶ୍ୱରରେ ନୂଆ ୧୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ଭିତରୁ କେବଳ ବମିଖାଲରୁ ୧୫ଜଣ ନୂଆ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏସବୁକୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୩୦ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ୩୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶଙ୍କର ଭୁବନେଶ୍ୱରର ସୂର୍ଯ୍ୟନଗରରେ ପ୍ରଥମ […]

99999999 (1)
ହାତୀ ନେଇଗଲା ୩ ଜୀବନ

ପଦମପୁର : ବରଗଡ଼ ଜିଲ୍ଲା ପଦମପୁର ଅଞ୍ଚଳରେ ହାତୀ ଆକ୍ରମଣ  ୩  ଜଣଙ୍କର ମୃତ୍ୟୁ ଘଟିଛି।  ୩ ଜଣଯାକ ଗୋଟିଏ ପରିବାରର।ମୃତକମାନେ ହେଲେ ପଦମପୁର ସହର ରଜାପଡ଼ା ସାହିର ହାତୀ ୭୫ ବର୍ଷୀୟ ବୃଦ୍ଧ ଦ୍ୱାରିକାନାଥ ପାଣ୍ଡେ, ତାଙ୍କର ବଡପୁଅ ମଲ୍ଲାଇ ପାଣ୍ଡେ (୪୫ ବର୍ଷ ) ଓ ୧୨ ବର୍ଷର ନାତି ଚିଣ୍ଟୁ ପାଣ୍ଡେ। ମଲାଇ ଓ ତାଙ୍କ ପୁଅ ଚିଣ୍ଟୁ ଶୌଚ ପାଇଁ ଯାଇଥିବାବେଳେ ଦନ୍ତା ସାମ୍ନାରେ ପଡି ଯାଇଥିଲେ। ଫଳରେ ହାତୀ ସେମାନଙ୍କୁ […]

trump
କରୋନା ମୁକାବିଲା: ଔଷଧ ଯୋଗାଇବା ପାଇଁ ଭାରତକୁ ଅନୁରୋଧ କଲେ ଟ୍ରମ୍ପ

ନୂଆଦିଲ୍ଲୀ:କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରିଛନ୍ତି । ଆଲୋଚନା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ମୁ୍‌କାବିଲା ହାଇଡ୍ରୋକ୍ଲୋରକୁଇନ୍‌ ଔଷଧ ଆମେରିକାକୁ ସପ୍ଲାଏ ପାଇଁ ମୋଦିଙ୍କୁ ଅନୁରୋଧ କରିଛନ୍ତି । ଏହାଦ୍‌ ରା କରୋନା ରୋଗୀଙ୍କ ଚିକିତ୍ସା କରାଯାଇ ପାରିବ । ଯାହାକୁ ସେ  ନିଜେ ମଧ୍ୟ ଖାଇବେ ବୋଲି କହିଛନ୍ତି। କରୋନା ଭାଇରସ ଯୋଗୁ ସାରା ବିଶ୍‌:ରେ ଯେପରି […]

raveena
ଗଳିରେ ପଶିବା କ୍ଷଣି ଏମାନଙ୍କ ଉପରେ ଲୋକେ ଫୁଲବର୍ଷା କଲେ...ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ବଲିଉଡ ଆକ୍ଟ୍ରିସ ରବିନା ଟଣ୍ଡନ ତାଙ୍କର ସ୍ୱତନ୍ତ୍ର ବିଚାର, ଚିନ୍ତାଧାରାକୁ ନେଇ ପପୁଲାର । ସମସାମୟିକ ସମସ୍ୟା ଉପରେ ସେ ଖୁବ୍‌ ଭାବିଚିନ୍ତି ସୋଶାଲ ମିଡିଆରେ ନିଜର ମତାମତ ଦିଅନ୍ତି ଯାହାକୁ ତାଙ୍କର ଫ୍ୟାନମାନେ ପ୍ରଶଂସା କରନ୍ତି । ନିକଟରେ ସେ ଗୋଟିଏ ଭିଡିଓ ସେୟାର କରିଛନ୍ତି ଯାହାକୁ ନେଇ ବେଶ ଚଚ୍ଚା ହେଉଛି । ଏହି ଭିଡିଓରେ ଦେଖିବାକୁ ମିଳୁଛି, ଲୋକେ ସଫେଇ କର୍ମଚାରୀଙ୍କ ଉପରେ ଫୁଲ ବର୍ଷା କରୁଛନ୍ତି । ଏହି ଲୋକମାନେ […]

mask
ଅସାମ ସରକାରଙ୍କ ଚିନ୍ତା ବଢାଇଲେ କରୋନା ଆକ୍ରାନ୍ତ ବ୍ୟବସାୟୀ, ଏତେ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି ....

ଗୁଆହାଟୀ: ଅସାମରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇ ସାରିଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । କେବଳ ଶୁକବ୍ରାର ୧୬ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଶନିବାର ରାତିରେ ଏହି ସଂଖ୍ୟାବୃଦ୍ଧି ପାଇ ୨୬ରେ ପହଞ୍ଚିଛି । ଏହି ସଂକ୍ରମିତଙ୍କ ମଧ୍ୟରେ ଜଣେ ବ୍ୟବସାୟୀ ରହିଛନ୍ତି ଯିଏ ଅସାମ […]

army
୫ ଆତଙ୍କୀଙ୍କୁ ନିପାତ କଲା ଭାରତୀୟ ସେନା

ଶ୍ରୀନଗର: ଜମ୍ମୁ-କଶ୍ମୀରର କୁପ୍‌ୱାଡା ଜିଲ୍ଲାରେ ରବିବାର ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦେଇଛନ୍ତି ଭାରତୀୟ ଜବାନ । ଏଥସହିତ ୫ ଆତଙ୍କୀଙ୍କୁ ନିପାତ କରିଛନ୍ତି । ଏହାକୁ ମିଶାଇ ଗତ ୨୪ ଘଣ୍ଟା ମଧ୍ୟରେ ଭାରତୀୟ ଯବାନ ୯ ଆତଙ୍କୀଙ୍କୁ ନିପାତ କରିସାରିଛନ୍ତି । ଶନିବାର ଗୁଲଗାମ ନିକଟରେ ଆଉ ୪ ଆତଙ୍କୀଙ୍କୁ ମାରିବାରେ ସକ୍ଷମ ହୋଇଥିଲେ ଭାରତୀୟ ସେନା । କୁପ୍‌ୱାଡାର କେରନ ସେକ୍ଟର ଏଲଓସି ନିକଟରେ ଏହି ଆତଙ୍କୀମାନେ ଭାରତ ମଧ୍ୟକୁ ପଶିବାକୁ […]

kanika
କନିକା କପୁରଙ୍କ ପଞ୍ଚମ ଟେଷ୍ଟ ରିପୋର୍ଟ ବିଷୟରେ ଏମିତି କହିଲେ ଡାକ୍ତର

ମୁମ୍ବଇ: କରୋନା ସଂକ୍ରମିତ ବଲିଉଡ ସିଙ୍ଗର କନିକା କପୁରଙ୍କୁ ନେଇ ଏକ ଭଲ ଖବର । କନିକାଙ୍କର ପଞ୍ଚମ କୋଭିଡ ୧୯ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି । ତେବେ ପରବର୍ତ୍ତୀ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପର୍ଯ୍ୟନ୍ତ ସେ ଡାକ୍ତରଖାନାରେ ରହିବେ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ଏଠି କହି ରଖିବୁ, ୪ ଥର ଟେଷ୍ଟ ପରେ ବି କନିକାଙ୍କ ରିପୋର୍ଟ ପଜିଟିଭ ଆସୁଥିଲା`। ସେ ତାଙ୍କ ଇନଷ୍ଟ୍ରାଗ୍ରାମ୍ ଆକାଉଣ୍ଟରେ ତାଙ୍କ […]