ମୁମ୍ୱାଇ: କରୋନା ମୁକାବିଲା ପାଇଁ ବଲିଉଡ୍ କଳାକାର ହୃଦୟ ଖୋଲି ସହାୟତା ଅଜାଡି ଦେଉଛନ୍ତି। କୋଟି କୋଟି ଟଙ୍କା ପିଏମ୍ କେୟାର୍ସ ଫଣ୍ଡକୁ ଦେଉଛନ୍ତି ଅନେକ ନାମୀ ଦାମୀ ବଲିଉଡ କଳାକାର। ଏଥିରୁ ବାଦ ପଡ଼ିନାହାନ୍ତି ବଲିଉଡ ବାଦଶାହ ଶାହରୁଖ ଖାନ୍। କରୋନା ସଙ୍କଟ ବେଳେ ସେ ଯେଉଁ ସାହାଯ୍ୟ କରିଛନ୍ତି ସେଥିପାଇଁ ସମସ୍ତେ ତାଙ୍କର ପ୍ରଶଂସାରେ ଶତମୁଖ। ଶାହରୁଖ ଏବଂ ତାଙ୍କ ପତ୍ନୀ ଗୌରୀ ତାଙ୍କର ୪ ମହଲା ବିଶିଷ୍ଟ କୋଠା ବିଏମସି (BMC)କୁ ଦେଇଛନ୍ତି। […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିବା ବ୍ଲାକ ଆଉଟ ସମୟରେ ଯେ କୌଣସି ସମସ୍ୟାର ସମାଧାନ ପାଇଁ ଲୋଡ ଡେସ୍ପାଚ୍ ସେଣ୍ଟର ପ୍ରସ୍ତୁତ ଅଛନ୍ତି । ଗ୍ରୀଡ୍ ଉପରେ ଆସିବାକୁ ଥିବା ଯେ କୌଣସି ପ୍ରତିକୂଳ ପରିସ୍ଥିତିର ସେମାନେ ମୁକାବିଲା କରିପାରିବେ ବୋଲି ଶନିବାର Union Ministry of Power ପକ୍ଷରୁ କୁହାଯାଇଛି । ଏପ୍ରିଲ ୫ ତାରିଖ ରାତି ୯ଟାରେ ୯ ମିନିଟ୍ ପାଇଁ ଘରର ସମସ୍ତ ଲାଇଟ ବନ୍ଦ କରି ଦୀପ, ମହମବତୀ, ଟର୍ଚ୍ଚ କିମ୍ବା […]
ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟା ପାଇଁ ଭୁବନେଶ୍ୱର ଓ ଭଦ୍ରକ ସହରକୁ ପୂରା ଶଟ୍ ଡାଉନ୍ ଘୋଷଣା କରାଯିବା ପରେ କଟକ ସହରକୁ ଏଥିରେ ସାମିଲ କରାଯାଇଛି। ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ। ଏ ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ କହିଛନ୍ତି, ରାଜ୍ୟରୁ ୬ ଟି କରୋନା ପଜିଟିଭ ମିଳିଥିବାରୁ ୪୮ ଘଣ୍ଟା ଶଟ୍ ଡାଉନ୍ ଘୋଷଣା […]
ଭୁବନେଶ୍ୱର: ଓଡିଶାରେ ଆଜି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ କଟକର ବୋଲି ଜଣାପଡ଼ିଛି। ଏନେଇ ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ଦିଲ୍ଲୀରୁ ଫେରିଥିବା ସୂଚନା ମିଳିଛି। ଏହି ଘଟଣା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ତେବେ ସେ କେବେ ଦିଲ୍ଲୀରୁ ଫେରିଲେ ତାହା ସ୍ପଷ୍ଟ ହୋଇନାହିଁ। ଏପରିକି ସେ କାହା କାହା […]
ଇସଲାମବାଦ- ଆମେରିକା ସାମ୍ବାଦିକ ଡେନିଅଲ ପର୍ଲଙ୍କ ହତ୍ୟା ମାମଲାରେ ଗତ ୧୮ ବର୍ଷ ଧରି ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଖ୍ୟାତ ଆତଙ୍କବାଦୀ ଅହମ୍ମଦ ଉମର ଶେଖ ସଇଦ ଖୁବ୍ର ଶିଘ୍ର ମୁକ୍ତି ପାଇବ । ପାକିସ୍ତାନର ଏକ ଅଦାଲତ ସଇଦଙ୍କ ଫାଶୀ ଦଣ୍ଡକୁ ଜେଲ୍ ଦଣ୍ଡରେ ପରିଣତ କରି ଦେଇଛନ୍ତି । ଏଠି ମନେ ପକେଇ ଦେବୁ, ସଇଦ ସେଇ ଆତଙ୍କବାଦୀ, ଯାହାକୁ ଅପହୃତ କାନ୍ଦାହାର ବିମାନକୁ ଛାଡ଼ିବା ପାଇଁ ୧୯୯୯ ମସିହାରେ ଭାରତ ମୁକ୍ତି […]
ଭୁବନେଶ୍ୱର: ସାରା ରାଜ୍ୟରେ ତାପମାତ୍ର ବଢିବାରେ ଲାଗିଛି। ସ୍ୱାଭାବିକ ତାପମାତ୍ରାଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହୁଛି ତାପମାତ୍ରା। ଆସନ୍ତା ୪ରୁ ୫ ଦିନ ଯାଏ ଉପକୂଳ ଓଡ଼ିଶାରେ ଏଭଳି ସ୍ଥିତି ଲାଗି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଉପକୂଳ ଓଡିଶା ଏବଂ ଆଖପାଖ ଅଞ୍ଚଳରେ ବିକ୍ଷିପ୍ତ ଭାବେ ଘଡଘଡି ସହ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେପଟେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ […]
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ନେଲେ କଠୋର ପଦକ୍ଷେପ। ୨୧ ଦିନିଆ ଲକ୍ଡାଉନ ଚାଲିଥିବାବେଳେ ଆଜି ସରକାର ପୁଣି ଲାଗୁ କରିଛନ୍ତି ୪୮ ଘଣ୍ଟିଆ ଶଟ୍ଡାଉନ। ତେବେ କ’ଣ ଏହି ଶଟ୍ଡାଉନର ଅର୍ଥ ? ଏମିତି ତ ସବୁ ବନ୍ଦ ଥିଲା, ପୁଟି କ’ଣ ବନ୍ଦ ହେବ ? ଏମିତି ପ୍ରଶ୍ନ ମନକୁ ଆସୁଛି। ଲକ୍ଡାଉନ ଠାରୁ ଆହୁରି କଡାକଡି ହେବ ଶଟ୍ଡାଉନର ଗାଇଡଲାଇନ। ଲକ୍ଡାଉନବେଳେ ଗ୍ରୋସରୀ, ପରିବା, କ୍ଷୀର, ମାଛ, ମାଂସ ଆଦି […]
ଭୁବନେଶ୍ୱର: ଲକ୍ଡାଉନ୍ ମଧ୍ୟରେ ରାଜ୍ୟ ସରକାର ଆଜି ଏକ ବଡ଼ ଘୋଷଣା କରିଛନ୍ତି। ଆଗାମୀ ୪୮ ଘଣ୍ଟା ପାଇଁ ଭୁବନେଶ୍ୱରକୁ ପୂରା ଶଟ୍ ଡାଉନ୍ କରାଯାଇଛି। ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ସେହିପରି ଭଦ୍ରକ ସହରକୁ ମଧ୍ୟ ୪୮ ଘଣ୍ଟା ପାଇଁ ଶଟ୍ ଡାଉନ୍ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ମୁଖ୍ୟ ଶାସନ […]
ଭୁବନେଶ୍ୱର: ଲକ୍ଡାଉନ୍ ବେଳେ କଣ କଣ ଖୋଲା ରହିବ ? କେଉଁ ସବୁ ଦୋକାନକୁ ବନ୍ଦରୁ ବାଦ୍ ଦିଆଯିବ ? ଏହାର ପୁଣି ଏକ ତାଲିକା ପ୍ରସ୍ତୁତ କଲା ପ୍ରଶାସନ। ଏ ନେଇ ପୁଣି ଥରେ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି କରିଛନ୍ତି ଗୃହ ସଚିବ ଅଜୟ ଭଲ୍ଲା। ଏହି ତାଲିକା ଅନୁଯାୟୀ, ଅଙ୍ଗନବାଡ଼ି କର୍ମୀଙ୍କ ଦ୍ୱାରା ଗରିବ ହିତାଧିକାରୀ, ମହିଳା ଏବଂ ଶିଶୁଙ୍କ ପାଇଁ ଖାଦ୍ୟ ସାମଗ୍ରୀ ପ୍ରତି ୧୫ ଦିନରେ ପହଞ୍ଚାଇବା […]
ଭୁବନେଶ୍ୱର: ଓଡ଼ିଶା ପାଇଁ ଖୁସିର ଖବର। କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ୨ୟ ବ୍ୟକ୍ତି ଦୁଇଦିନ ତଳେ ଡାକ୍ତରଖାନାରୁ ଡିସ୍ଚାର୍ଜ ହୋଇଥିବାବେଳେ ଆଜି ପ୍ରଥମ ଆକ୍ରାନ୍ତଙ୍କୁ ଡିସ୍ଚାର୍ଜ କରାଯାଇଛି। ପ୍ରଥମ ଆକ୍ରାନ୍ତ ଜଣକ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ନମୁନା ନେଗେଟିଭ ଆସିବା ପରେ ତାଙ୍କୁ ଡାକ୍ତରଖାନରୁ ଡିସ୍ଚାର୍ଜ କରାଯାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ଏଥିସହ ବିଭାଗ କ୍ୟାପିଟାଲ୍ ହସ୍ପିଟାଲ୍ […]