ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜାରି ହୋଇଛି ୨ୟ ପର୍ଯ୍ୟାୟ ଲକଡାଉନ୍। ଲକ୍ଡାଉନ ସମୟରେ ପିଲାଙ୍କ ପାଠପଢା ପ୍ରଭାବିତ ହେଉଛି। ତେଣୁ ଏହି ସମୟରେ ହ୍ୱାଟସ୍ଆପ୍ ଜରିଆରେ ପାଠ ପଢ଼ିବେ ରାଜ୍ୟର ଛାତ୍ରଛାତ୍ରୀ । ଶିକ୍ଷା ସଂଯୋଗ ନାମକ ଏକ ହ୍ୱାଟସ୍ଆପ୍ ଗ୍ରୁପ୍ ଜରିଆରେ ଦ୍ୱିତୀୟ ଶ୍ରେଣୀରୁ ମାଟ୍ରିକ୍ ଯାଏଁ ଛାତ୍ରଛାତ୍ରୀ ପାଠ ପଢ଼ିବେ। ଖୋର୍ଦ୍ଧା ଜିଲ୍ଲାର ୧୦ଟି ବ୍ଲକ ଏବଂ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ସବୁ ସ୍କୁଲରେ ଏହି ଶିକ୍ଷା ସଂଯୋଗ ଯୋଜନା […]
ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ୨ୟ ପର୍ଯ୍ୟାୟ ଲକ୍ ଡାଉନ ଘୋଷଣା କରାଯାଇଛି। ସାରା ଦେଶରେ ମେ’ ୩ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ ଲାଗି ରହିବ। ଏଥିପାଇଁ ସରକାରୀ, ବେସରକାରୀ ସ୍ତରରେ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିଛି। ବିଶେଷକରି କୋର୍ଟ କାମ ପାଇଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ତଳକୋର୍ଟ କାର୍ଯ୍ୟ ଅବଧି ପରିବର୍ତ୍ତନ କରାଯାଇଛି । ଆସନ୍ତା ୨୦ ତାରିଖରୁ ଦିନକୁ ଏକ ଘଣ୍ଟା ପାଇଁ କୋର୍ଟ ଖୋଲିବାକୁ […]
ଭୁବନେଶ୍ୱର: ସାରା ବିଶ୍ୱ ଏପରିକି ସମଗ୍ର ଦେଶରେ କରୋନା ସଂକ୍ରମଣ ହାର ମାର୍ଚ୍ଚ ୨୫ତାରିଖ ପରଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଆମେରିକା ପରି ଶକ୍ତିଶାଳୀ ରାଷ୍ଟ୍ର ବି କରୋନା ପାଖରେ ଯେମିତି ହାର ମାନି ଯାଇଛି। ଦିନକୁ ଦିନ ଏଠାରେ ମୃତକଙ୍କ ସଂଖ୍ୟା ବଢି ଚାଲିଛି। ଏପରିକି ଗତ ୨୪ ଘଣ୍ଟାରେ ପ୍ରାୟ ୨୫ ଶହ ଲୋକଙ୍କ ଜୀବନ ଯାଇଛି। ଏପରି ପରିସ୍ଥିତିରେ ଓଡ଼ିଶା ପାଇଁ ଆଶ୍ୱାସନାର ଖବର ଯେ, ଆମ ରାଜ୍ୟରେ କୋଭିଡ-୧୯ […]
ବେଜିଂ: କରୋନା ଭାଇରସର ଉତ୍ପତିସ୍ଥଳ ଚାଇନା । ହେଲେ ଏହି ଭାଇରସ ଆଜି ବିଶ୍ୱରେ ମୃତ୍ୟୁର ତାଣ୍ଡବ ସୃଷ୍ଟି କରୁଛି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଚୀନର ଉହାନରେ ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ଉହାନ ସହରରୁ ଲକଡାଉନ ହଟିଛି । ଜୀବନଯାତ୍ରା ସ୍ୱାଭାବିକ ହୋଇଛି । ହେଲେ ପୁଣି ଖବର ମିଳିଛି, ଚାଇନାକୁ ଫେରିଛି କରୋନା ଭାଇରସ । ଆଉ ଏହାର କାରଣ ହେଉଛି ଚୀନକୁ ଆସୁଥିବା ବିଦେଶୀ ନାଗରିକ। ଚୀନରେ ୪୦ଟି ନୂଆ କରୋନା […]
ନୂଆଦିଲ୍ଲୀ: ଦେଶରେ ଚଳିତବର୍ଷ ସ୍ୱାଭାବିକ ରହିବ ମୌସୁମୀ। ଜୁନରୁ ସେପ୍ଟେମ୍ବର ଯାଏ ମୌସୁମୀ ସକ୍ରିୟ ରହିବ ଓ ବର୍ଷା ସ୍ୱାଭାବିକ ହେବ। ହେଲେ ଓଡ଼ିଶାକୁ ସାତ ଦିନ ବିଳମ୍ୱରେ ଆସିବ ମୌସୁମୀ। ଏ ନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ୧୩ରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗ ଅନୁମାନ କରିଥିବାବେଳେ ଚଳିତ ବର୍ଷ ବର୍ଷାର ପରିମାଣ ୯୬%ରୁ ୧୦୪% ମଧ୍ୟରେ ରହିବ ବୋଲି ପାଣିପାଗ ବିଭାଗ କହିଛି। ପ୍ରେସମିଟରେ […]
ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି । ଗତକାଲି ଆଉ ୫ ଜଣ କରୋନା ପଜିଟିଭ ଚିହ୍ନଟ ପରେ ଏହି ସଂଖ୍ୟା ବୃଦ୍ଧି ପାଇଛି। ଗତକାଲି ୫୬୪ ଜଣଙ୍କ ସାମ୍ପଲ ଟେଷ୍ଟରୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ୫ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ଗତକାଲି ସୂଚନା ଦେଇଥିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ୫ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୪ ଜଣ ଓ ଯାଜପୁରରେ ଜଣେ ରହିଛନ୍ତି। ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ୪ ପଜିଟିଭଙ୍କ ମଧ୍ୟରୁ ୩ […]
ଭୁବନେଶ୍ୱର:ଆଜି ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ। ଆକାଶରେ ଚନ୍ଦ୍ର କ୍ରମାନ୍ୱୟରେ ବୃହଷ୍ପତି, ଶନି ଓ ମଙ୍ଗଳ ଗ୍ରହର ଖୁବ ପାଖରେ ରହିବ। ଏହି ଦୃଶ୍ୟ ଆସନ୍ତାକାଲି ଅର୍ଥାତ୍ ୧୬, ୧୭ ଏବଂ ୨୫ ଓ ୨୭ ତାରିଖ ମଧ୍ୟ ଦୃଶ୍ୟ ହେବ। ଏହି ତିନିଟ ଗ୍ରହ ଏପ୍ରିଲ ମାସ ସାରା ପାଖାପାଖି ରହିବେ । ପ୍ରତ୍ୟେକ ଦିନ ଭୋର ସମୟରେ ଉତ୍ତର-ପୂର୍ବ ଦିଗବଳୟ ଉପରେ ଏକ ଘଣ୍ଟା ଧରି ଏହି ଦୃଶ୍ୟ ଦେଖାଯିବ। ସେହିପରି ଶୁକ୍ରଗ୍ରହ […]
ପୁରୀ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି। ପରିସ୍ଥିତିକୁ ଦେଖି ସାରା ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ ଘୋଷଣା କରିସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ୨ୟ ପର୍ଯ୍ୟାୟ ଲକଡାଉନର ଗାଇଡଲାଇନ ମଧ୍ୟ ଜାରି କରାଯାଇଛି। ଏହି ଗାଇଡ ଲାଇନ ଅନୁଯାୟୀ, ଧାର୍ମିକ, ସାଂସ୍କୃତିକ କାର୍ଯ ଉପରେ କଟକଣା ଜାରି କରାଯାଇଛି। ଏପରି ପରିସ୍ଥିତିରେ କାଳିଆର ଚନ୍ଦନଯାତକୁ ନେଇ ଭକ୍ତଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖା ଦେଇଛି। ଆସନ୍ତା ୨୬ ତାରିଖରେ ପଡ଼ୁଛି ଚନ୍ଦନ ଯାତ୍ରା […]
ନୂଆଦିଲ୍ଲୀ:ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ ଘୋଷଣା ପରେ ଜାରି ହୋଇଛି ଗାଇଡ ଲାଇନ୍। କରୋନା ମୁକାବିଲାକୁ ନେଇ କଟକଣା କଡାକଡି କରାଯାଇଛି। ଗତକାଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରି ଲକ୍ଡାଉନ ଅବଧି ବଢାଇବା ସମୟରେ ଏ ନେଇ ସୂଚନା ଦେଇଥିଲେ। ଆଜି ଜାରି ହୋଇଥିବା ଗାଇଡ ଲାଇନରେ ମୋଦି ଦେଇଥିବା ସୂଚନା ସ୍ପଷ୍ଟ ହୋଇଛି। ଏହି ଗାଇଡ ଲାଇନ୍ରେ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଆଯାଇଛି। ତେବ ସମସ୍ତ ଖାଇବା-ପିଇବା ଦୋକାନ ଖୋଲା ରହିବ ବୋଲି ଗାଇଡ ଲାଇନରେ କୁହାଯାଇଛି […]
ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ବିଶେଷକରି କରି ଭୁବନେଶ୍ୱରରେ କରୋନା ସ୍ଥିତି ସବୁଠାରୁ ଖରାପ। ରାଜ୍ୟରେ ମୋଟ ୬୦ ଆକ୍ରାନ୍ତଙ୍କୁ ଚିହ୍ନଟ କରା ଯାଇଥିବାବେଳେ କେବଳ ଭୁବନେଶ୍ୱରରେ ଅଛନ୍ତି ୪୬। ଏହାକୁ ଦଷ୍ଟିରେ ରଖି ଭୁବନେଶ୍ୱର ମହାନଗର ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରକୁ ୩ ଜୋନ୍ରେ ବିଭକ୍ତ କରାଯାଇଛି। ଏହି ତିନି ଜୋନ୍ର ଦାୟିତ୍ୱ ୬ଜଣ ବରିଷ୍ଠ ଅଧିକାରୀଙ୍କୁ ଦିଆଯାଇଛି। ବିଏମ୍ସି ଅଞ୍ଚଳରେ ସଂକ୍ରମଣ ରୋକିବା ପାଇଁ ଏହି […]
ୱାଶଂଟନ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଉପରେ କଟକଣା ଲଗାଇଛି ଆମେରିକା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚୀନ୍କୁ ସମର୍ଥନ କରୁଥିବା ଅଭିଯୋଗ ଆଣିବା ପରେ ଏବେ ଏହି ସଂଗଠନକୁ ପାଣ୍ଠି ଯୋଗାଣ ସ୍ଥଗିତ ରଖିବ ବୋଲି ଆମେରିକା ଘୋଷଣା କରିଛି। ଏ ନେଇ ଆମେରିକା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)କୁ ବାର୍ଷିକ ୪୦୦ ମିଲିୟନରୁ ୫ଶହ ମିଲିୟନ ଡଲାର ସହାୟତା ଦେଉଥିବା ବେଳେ ଚୀନ ମାତ୍ର ୪୦ […]