କଟକ: କଟକ ସିଡିଏ ସେକ୍ଟର-୧୩ରେ ଏନ୍କାଉଣ୍ଟର। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ବୁଧିଆ ଦାସ ଆହତ ହୋଇଛି। ତାର ଡାହାଣ ଗୋଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ ଏସ୍ସିବିରେ ଭର୍ତ୍ତି କରାଯାଇଛି। ବୁଧିଆକୁ ଧରିବା ପାଇଁ ଗତକାଲି ବିଳମ୍ବିତ ରାତିରେ ଚାଉଳିଆଗଞ୍ଜ ପୁଲିସ୍ ସିଡିଏ ସେକ୍ଟର-୧୩ ଅଞ୍ଚଳରେ ଚଢାଉ କରିଥିଲା। ଏହି ସମୟରେ ବୁଧିଆ ପୁଲିସ୍ ଦେଖି ଗୁଳି ଚଳାଇଥିଲା। ଯାହାର ପାଲଟା ଜବାବରେ ପୁଲିସ୍ ତାକୁ ଏନ୍କାଉଣ୍ଟର କରିଥିଲା। ପୁଲିସ୍ […]
ଭୁବନେଶ୍ୱର: ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାରେ ସ୍କୁଲ୍ ପିଲାଙ୍କ ବ୍ୟାଗ୍ ଓଜନ ପରଖିବାକୁ ସ୍ପେଶାଲ ସ୍କ୍ୱାଡ୍ ଟିମ୍ ଗଠନ ହୋଇଛି। ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ୩ଟି ଜିଲ୍ଲା ସ୍ତରୀୟ ସ୍କ୍ୱାଡ୍ ଗଠନ କରିଛନ୍ତି। ଏହି ସ୍କ୍ୱାଡ୍ର ସଦସ୍ୟମାନେ ଅଚାନକ ବିଭିନ୍ନ ସ୍କୁଲକୁ ପରିଦର୍ଶନରେ ଯାଇ ପିଲାମାନଙ୍କ ବ୍ୟାଗ୍ ଓଜନ ପରଖିବେ। ଯାଞ୍ଚ ସମୟରେ ଯଦି ଛାତ୍ରଛାତ୍ରୀଙ୍କ ବ୍ୟାଗ୍ ନିର୍ଦ୍ଧାରିତ ଓଜନ ଠାରୁ ଅଧିକ ଓଜନ ଥାଏ କିମ୍ବା ଆଇନ ଉଲ୍ଲଂଘନ ହୋଇଥାଏ, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। […]
ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏଥିସହ ଘଡ଼ଘଡ଼ି ବି ମାରିବ। ଏନେଇ ଦିନ ୧୦ଟା ୪୫ ଯାଏ ସତର୍କ ରହିବାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ ନୟାଗଡ଼ । ଗତକାଲି ରାତିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି।
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ତାତିଲେ ଲୋକେ। ଜରିମାନା ଆଦାୟ ନ କରାଯାଇ ସରକାରୀ ଗାଡ଼ିକୁ ଛାଡ଼ି ଦିଆଯାଉଥିବା ଅଭିଯୋଗ କରି ଲୋକମାନେ ତାତିଛନ୍ତି। ଆଜି ରାଜମହଲ ଛକରେ ଉତ୍ତ୍ୟକ୍ତ ଲୋକେ ୩ଟି ସରକାରୀ ଗାଡ଼ି ଅଟକାଇ ହୋହଲ୍ଲା କରିଛନ୍ତି। ଉତ୍ତ୍ୟକ୍ତ ଲୋକେ ମୋ ବସ୍, ବିଏମ୍ସି ଗାଡ଼ି ଓ ପୁଲିସ୍ ଗାଡ଼ି ଅଟକାଇଛନ୍ତି। ମୋ ବସ୍ରେ ଓଭରଲୋଡ୍ ଓ ଡ୍ରାଇଭର ସିଟ୍ ବେଲ୍ଟ ବାନ୍ଧି ନ ଥିବା ଅଭିଯୋଗ ହୋଇଥିବା ବେଳେ ବିଏମ୍ସି ଗାଡ଼ି ଓ ପୁଲିସ୍ […]
କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ପାଟୁଳିଡିହି ଗାଁରେ ଜଣେ ମହିଳାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମହିଳାଙ୍କ କଟାମୁଣ୍ଡ ବିଲରୁ ଉଦ୍ଧାର କରାଯାଇଥିବା ବେଳେ ମହିଳାଙ୍କ ବାକି ଶରୀର ନିଜ ଘର ପାଖରେ ପଡ଼ିଛି। ଆଜି ମହିଳାଙ୍କ ମୁଣ୍ଡ ବିଲରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ମହିଳା ଜଣଙ୍କ ଏକୁଟିଆ ରହୁଥିଲେ। […]
ଭୁବନେଶ୍ୱର: ରାଜ୍ୟରେ ଥିବା ଘରୋଇ କ୍ଲିନିକ୍ ଲାଗି ଅନଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି।ଏହାଦ୍ୱାରା ପ୍ରାୟ ୧୮ ଶହ ଘରୋଇ କ୍ଳିନିକ୍ ଉପକୃତ ହେବେ। ରାଜ୍ୟରେ କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ୍ ୧୯୯୦ ମସିହାରେ ଆରମ୍ଭ ହୋଇ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୮୦୦ଟି କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟକୁ ପଞ୍ଜୀକୃତ କରାଯାଇଛି। ଅନଲାଇନ୍ ବ୍ୟବସ୍ଥା ଦ୍ୱାରା ନୂଆ ପଞ୍ଜୀକରଣ, ନବୀକରଣ ଏବଂ ଫାୟାର ସେଫ୍ଟି ସାର୍ଟିଫିକେଟ୍ ପାଇବାରେ ସୁବିଧା ହେବ। ୩୦ ଶଯ୍ୟାରୁ କମ୍, ଆଇସିୟୁ ନ ଥିବା, ୩ ମହଲାରୁ କମ୍ […]
ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ର ଅବତରଣର ଶେଷ ମୁହୁର୍ତ୍ତରେ ଇସ୍ରୋ ସହ ଲ୍ୟାଣ୍ଡର ବିକ୍ରମରୁ କୌଣସି ପ୍ରକାର ସିଗନାଲ୍ ମିଳୁ ନ ଥିଲେ ମଧ୍ୟ ଅର୍ବିଟର ତା’ର କାର୍ଯ୍ୟ ଜାରି ରଖିଛି। ଚନ୍ଦ୍ରଯାନ-୨ ଅର୍ବିଟର ଏବେବି ଚନ୍ଦ୍ରକୁ ସଫଳତାର ସହ ପରିକ୍ରମା କରୁଛି। ଏହି ମିଶନ ୧ ବର୍ଷ ଧରି ଚାଲିବ। ଏହି ସମୟ ମଧ୍ୟରେ ଚନ୍ଦ୍ରପୃଷ୍ଠର ଅନେକ ତଥ୍ୟ ପଠାଇବ ଅର୍ବିଟର୍। ଏହି ଅର୍ବିଟର ଲ୍ୟାଣ୍ଡର ବିକ୍ରମର ମଧ୍ୟ ଫଟୋ ପଠାଇ ପାରିବ ବୋଲି ଜଣାପଡ଼ିଛି। ଏହାପରେ […]
ଭୁବନେଶ୍ୱର: ରାଜ୍ୟରେ ଦୁର୍ଘଟଣା ରୋକିବାକୁ ଯାନବାହାନକୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଉଛି। ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କୁ ଧରିବା ପାଇଁ ଟୋଲ୍ଗେଟ୍ରେ ଚେକିଂ ଆରମ୍ଭ ହୋଇଛି। ରାଜ୍ୟର ୧୪ଟି ଟୋଲ୍ଗେଟ୍ରେ ଏହି ଚେକିଂ ବ୍ୟବସ୍ଥା ଆରମ୍ଭ ହୋଇଛି। ଯେଉଁ ଗାଡ଼ି ଚାଳକମାନେ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଲାଉଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ପୁଲିସ୍ ଡିଜି ନିର୍ଦ୍ଦେଶ ଦେଇଛନ୍ତି। ପୁଲିସ୍ ଡିଜିଙ୍କ ଏହି ନିର୍ଦ୍ଦେଶ ପରେ ଗତକାଲି କଟକ ମଙ୍ଗୁଳି ଟୋଲ୍ଗେଟ୍ରେ ୪ ଜଣ ନିଶାସକ୍ତ […]
ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅଞ୍ଚଳ ବୈତରଣୀ ନଦୀରେ ନେଢ଼ୁଆଳି ଗାଁର ଜଣେ ଯୁବକଙ୍କୁ କୁମ୍ଭୀର ଟାଣି ନେଇଛି। ମୃତ ଯୁବକଙ୍କ ନାଁ ହେମନ୍ତ ମାଝୀ। ତାଙ୍କ ଘର ନେଢ଼ୁଆଳି ଗାଁରେ। ଗତକାଲି ସକାଳେ ହେମନ୍ତ ନଦୀ ପାଖ ବିଲକୁ ଧାନ ରୋଇବା ପାଇଁ ଯାଇଥିଲେ। ହେଲେ ବିଳମ୍ୱ ଯାଏ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ମାତ୍ର ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ଏପରିକି ନଦୀରେ ମଧ୍ୟ ଖୋଜାଖୋଜି ହୋଇଥିଲା। […]
ନୂଆଦିଲ୍ଲୀ: ଚନ୍ଦ୍ର ଅଭିଯାନରେ ଯାଇଥିବା ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଶେଷ ମୁହୂର୍ତ୍ତରେ ଲ୍ୟାଣ୍ଡର ବିକ୍ରମ୍ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଇସ୍ରୋର ବୈଜ୍ଞାନିକମାନେ ନିରାଶ ହୋଇପଡ଼ିଛନ୍ତି। ଏପରିକି ଇସ୍ରୋ ମୁଖ୍ୟ କେ ସିବନ ବି ଭାଙ୍ଗି ପଡ଼ିଛନ୍ତି। ଗତକାଲି ଲ୍ୟାଣ୍ଡର ବିକ୍ରମ୍ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ନେଇ ଘୋଷଣା କରିବା ବେଳେ ସେ ତାଙ୍କ କୋହ ସମ୍ଭାଳି ନ ପାରି କାନ୍ଦ କାନ୍ଦ ହୋଇଯାଇଥିଲେ। ସେହିପରି ଆଜି ବେଙ୍ଗାଲୁରୁ ଇସ୍ରୋ ମୁଖ୍ୟାଳୟରୁ ପ୍ରଧାନମନ୍ତ୍ରୀ […]
ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ର ଅବତରଣର ଶେଷ ମୁହୁର୍ତ୍ତରେ ହିଁ ଇସ୍ରୋ ସହ ଲ୍ୟାଣ୍ଡର ବିକ୍ରମର ସମ୍ପର୍କ ଛିନ୍ନ ହେବାପରେ ଇସ୍ରୋ ବୈଜ୍ଞାନିକମାନଙ୍କୁ ଆଶା ଓ ଆଶଙ୍କାରେ ଦେଖିବାକୁ ମିଳିଥିଲା। ଏହା ପରେ କିଛି ସମୟ ପାଇଁ ଇସ୍ରୋ ମୁଖ୍ୟାଳୟରେ ନିରାଶ ଖେଳି ଯାଇଥିଲା। ଚନ୍ଦ୍ରପୃଷ୍ଠରୁ ୨.୧ କିଲୋମିଟର ଦୂରତା ଯାଏ ଲ୍ୟାଣ୍ଡର ସ୍ୱାଭାବିକ ଭାବେ କାର୍ଯ୍ୟ କରିଥିଲା। ତା’ ପରେ ଲ୍ୟାଣ୍ଡର ପାଖରୁ ଇସ୍ରୋ କଣ୍ଟ୍ରୋଲ ରୁମ୍କୁ କୌଣସି ସୂଚନା ମିଳିନଥିଲା। ତେବେ ଚନ୍ଦ୍ରଯାନ-୨କୁ ନେଇ ରାଷ୍ଟ୍ରପତି, […]
ଭୁବନେଶ୍ୱର: ପ୍ରାୟ ୨ ବର୍ଷ ପରେ ଆଜି ଓଡ଼ିଶା ଫେରିବେ ଜଗା-କାଳିଆ। ଅପରାହ୍ନରେ ସେମାନେ କଟକରେ ପହଞ୍ଚିବା ପରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଉଭୟଙ୍କୁ ଏସ୍ସିବିକୁ ନିଆଯିବ। ଏସ୍ସିବିରେ ଜଗା,କାଳିଆଙ୍କ ପାଇଁ ଆଇସିୟୁ ସୁବିଧା ଥିବା ଦୁଇ ଶଯ୍ୟା ବିଶିଷ୍ଟ କୋଠରୀର ବ୍ୟବସ୍ଥା ହୋଇଛି। ଚିକିତ୍ସା ପାଇଁ ୧୬ ଜଣିଆ ଟିମ୍ ଗଠନ କରାଯାଇଛି। ଆବଶ୍ୟକ ହେଲେ ଅଧିକ ଡାକ୍ତରଙ୍କୁ ଟିମ୍ରେ ସାମିଲ କରାଯିବ ବୋଲି ମେଡିକାଲ୍ ଅଧିକ୍ଷକ କହିଛନ୍ତି। ଗତକାଲି ଦିଲ୍ଲୀରୁ ରାଜଧାନୀ ଏକ୍ସପ୍ରେସରେ କଟକ […]
ବେଙ୍ଗାଲୁରୁ: ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ ଅବତରଣର ଶେଷ ମୁହୁର୍ତ୍ତରେ ହିଁ ଇସ୍ରୋ ସହ ଲ୍ୟାଣ୍ଡର ବିକ୍ରମର ସମ୍ପର୍କ ଛିନ୍ନ ହୋଇଛି। ଇସ୍ରୋ ଅଧ୍ୟକ୍ଷ କେ. ଶିବନଙ୍କ ସୂଚନା ଅନୁସାରେ ଚନ୍ଦ୍ର ପୃଷ୍ଠରୁ ୨.୧ କିଲୋମିଟର ଦୂରତା ଯାଏ ଲ୍ୟାଣ୍ଡର ସ୍ୱାଭାବିକ ଭାବେ କାର୍ଯ୍ୟ କରିଥିଲା। ତା’ ପରେ ଲ୍ୟାଣ୍ଡର ପାଖରୁ ଇସ୍ରୋ କଣ୍ଟ୍ରୋଲ ରୁମ୍କୁ କୌଣସି ସୂଚନା ମିଳିନଥିଲା। ଫଳରେ ବୈଜ୍ଞାନିକମାନେ ସାରାରାତି ତଥ୍ୟ ପାଇବା ପାଇଁ ଅପେକ୍ଷା କରିଥିଲେ। ସଫ୍ଟ ଲ୍ୟାଣ୍ଡିଂର ଶେଷ ସମୟରେ ହିଁ ଇସ୍ରୋ […]