
ଖୋର୍ଦ୍ଧା: କାଶ୍ମୀର ନୀତି ପାଇଁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍ ନେହରୁ ଅପରାଧୀ। ଏଭଳି କିଛି ବିବାଦୀୟ ବୟାନ ଦେଇଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ନେହରୁଙ୍କ ଭୁଲ୍ ପାଇଁ କାଶ୍ମୀରବାସୀ ଦଶା ଭୋଗୁଛନ୍ତି ବୋଲି ଶିବରାଜ କହିଛନ୍ତି। ୟୁପିଏ ଶାସନ ବେଳେ ପ୍ରଧାନମନ୍ତ୍ରୀ ବିଦେଶ ଗଲେ ସମ୍ମାନ ପାଉ ନ ଥିଲେ। ମାତ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତ ବେଳେ ୧୩୦ କୋଟି ଭାରତୀୟ ସମ୍ମାନ ପାଉଛନ୍ତି ବୋଲି ଶିବରାଜ ଦୋହରାଇଛନ୍ତି। […]
ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର।ଦିନ ୧୦ଟା ୩୦ ଯାଏ ୬ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ନୂଆଦିଲ୍ଲୀ: ପୁଣି ଥରେ ଗାନ୍ଧି ପରିବାର ହାତରେ କଂଗ୍ରେସ। ଗତକାଲି ବସିଥିବା କଂଗ୍ରେସ ୱାର୍କିଂ କମିଟିର ଘନ ଘନ ବୈଠକ ପରେ ପୁଣି ଥରେ ସୋନିଆ ଗାନ୍ଧି ଦଳର ଅଧ୍ୟକ୍ଷା ହୋଇଛନ୍ତି।ଏଥର ଦଳର ଅନ୍ତରୀଣ ଅଧ୍ୟକ୍ଷା ଭାବେ ସେ ଦାୟିତ୍ୱ ସମ୍ଭାଳିଛନ୍ତି। ନୂଆ ଅଧ୍ୟକ୍ଷ ନିଯୁକ୍ତି ହେବା ଯାଏ ସୋନିଆ ଏହି ଦାୟିତ୍ୱରେ ରହିବେ। କଂଗ୍ରେସ ୱାର୍କିଂ କମିଟି ବୈଠକରେ ରାହୁଲ ଗାନ୍ଧିଙ୍କୁ ପୁଣି ଥରେ ଦଳର ଅଧ୍ୟକ୍ଷ ପଦ ସମ୍ଭାଳିବାକୁ ବରିଷ୍ଠ ନେତାମାନେ ନିବେଦନ କରିଥିଲେ ବୋଲି ସୂଚନା ମିଳିଛି। ତେବେ ଏନେଇ […]
ଭୁବନେଶ୍ୱର: ସ୍ୱାଧୀନତା ଦିବସରେ ରାଜ୍ୟସ୍ତରୀୟ ପରେଡ୍ ପାଇଁ ସ୍ଥାନ ପରିବର୍ତ୍ତନକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି ପ୍ରଶ୍ନ କରିଛି। ଭୁବନେଶ୍ୱରର ମହାତ୍ମା ଗାନ୍ଧି ମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆରେ ପରେଡ଼ କରିବା ପ୍ରସ୍ତାବକୁ ନେଇ ଦଳ ଆପତ୍ତି ଉଠାଇଛି। କ’ଣ ପାଇଁ ରାଜ୍ୟ ସରକାର ପରମ୍ପରା ଭାଙ୍ଗିବାକୁ ଯାଉଛନ୍ତି, ସେନେଇ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ପ୍ରଶ୍ନ କରିଛନ୍ତି। ଏହାଛଡ଼ା ସ୍କୁଲ ପିଲାଙ୍କୁ ପରେଡ୍ରୁ ବାଦ୍ ଦିଆଯିବା ପ୍ରସ୍ତାବକୁ ନେଇ ମଧ୍ୟ ସେ ପ୍ରଶ୍ନ କରିଛନ୍ତି। […]
ଖୋର୍ଦ୍ଧା: ଟ୍ରେନ୍ରେ ଏକ ବଡ଼ ଧରଣର ଲୁଟ୍ କରିବା ପୂର୍ବରୁ ୪ଜଣ ଲୁଟେରା ଧରା ପଡ଼ିଛନ୍ତି। ଖୋର୍ଦ୍ଧା ଷ୍ଟେସନର ୭ ନମ୍ବର ପ୍ଲାଟଫର୍ମରୁ ଏହି ସମସ୍ତ ଲୁଟେରାଙ୍କୁ ଜିଆରପି ଏବଂ ଆରପିଏଫ୍ର ଟିମ୍ ଧରିଛନ୍ତି। ସେମାନଙ୍କ ନିକଟରୁ ବହୁ ମାରଣାସ୍ତ୍ର ଜବତ ହୋଇଛି। ଛୁରୀ, ଖୁର, ଖେଳନା ବନ୍ଧୁକ, ଲଙ୍କାଗୁଣ୍ଡ ଏବଂ ୧୫ଟି ମୋବାଇଲ ଫୋନ୍ ଜବତ କରାଯାଇଛି। ଗିରଫ ହୋଇଥିବା ଡକାୟତମାନେ ଟ୍ରେନରେ ଯାତ୍ରୀମାନଙ୍କୁ ଭୟ ଦେଖାଇ ଲୁଟପାଟ୍ କରିବାକୁ ଯୋଜନା କରିଥିଲେ।
ପଟ୍ଟାମୁଣ୍ଡାଇ: ଟ୍ରିପଲ୍ ତଲାକ ବେଆଇନ୍। ଏନେଇ କେନ୍ଦ୍ର ସରକାର ଆଇନ ପ୍ରଣୟନ କରିଛନ୍ତି। ହେଲେ ଏହି ଆଇନ୍ ପ୍ରଣୟନ ହେବାର ମାତ୍ର ଦିନ କେଇଟା ପରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଫୋନ୍ରେ ଟ୍ରିପଲ୍ ତଲାକ ଦେଇଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରୁ ଏଭଳି ଅଭିଯୋଗ ଆସିଛି। ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଫୋନ୍ରେ ତଲାକ ଦେଇଥିବା ଅଭିଯୋଗ ହୋଇଛି। ମହିଳାଙ୍କ ସ୍ୱାମୀ ହାଇଦ୍ରାବାଦ୍ରେ ରୁହନ୍ତି। ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଆସିକ୍ ନାମକ ଜଣେ ବ୍ୟକ୍ତିଙ୍କୁ ସେ ବିବାହ […]
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବର୍ଷା କମିଥିଲେ ମଧ୍ୟ ଦୁର୍ଦ୍ଦଶା କମିନି। ସାବେରୀ ନଦୀର ଜଳସ୍ତର ହ୍ରାସ ପାଇନାହିଁ। ଗୋଦାବରୀ ନଦୀରେ ଜଳ ନିଷ୍କାସନ ଠିକ୍ ଭାବରେ ହୋଇପାରୁ ନ ଥିବାରୁ ସାବେରୀ ନଦୀର ଜଳ ନିଷ୍କାସନ ହୋଇପାରୁନି। ସାବେରୀ ନଦୀ ଉପରେ ଥିବା ପୋଲ ଉପରେ ୫ ଫୁଟର ପାଣି ଚାଲୁ ଥିବାରୁ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ମୋଟୁ ଅଞ୍ଚଳରେ ବି ଯୋଗାଯୋଗ ଏକ ପ୍ରକାର ବିଛିନ୍ନ ହୋଇଛି। ଏପରିକି ମାଲକାନଗିରି ଜିଲ୍ଲାର ଅନେକ ଗାଁ ଜଳମଗ୍ନ ହୋଇଥିବା […]
ସମ୍ୱଲପୁର(ସଞ୍ଜୟ ଜେନା): ହୀରାକୁଦ ଡ୍ୟାମ୍ର ପ୍ରଥମ ବନ୍ୟାଜଳ ଆସନ୍ତା ୧୪ ତାରିଖରେ ନିଷ୍କାସନ। ଦିନ ୧୧ଟା ପରେ ଯେ କୌଣସି ମୁହୂର୍ତ୍ତରେ ବନ୍ୟାଜଳ ଛଡାଯିବ ବୋଲି ହୀରାକୁଦ ଡ୍ୟାମ୍ର ମୁଖ୍ୟଯନ୍ତ୍ରୀ ସୁନୀଲ କୁମାର ନାୟକ ସୂଚନା ଦେଇଛନ୍ତି। ବର୍ଷା ସ୍ଥିତିକୁ ଦେଖି କେତେଟା ଗେଟ୍ ଖୋଲାଯିବ ତାହା ଉକ୍ତ ଦିନ ସ୍ଥିର କରାଯିବ। ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଥିବାରୁ ଡ୍ୟାମ୍ର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ହୀରାକୁଦର ଡ୍ୟାମର ଜଳପତ୍ତନ ୬୩୦ ଫୁଟ୍ ରହିଥିବା ବେଳେ ୬୧୫ […]
ଭୁବନେଶ୍ୱର: ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆସନ୍ତାକଲି ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ୱଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୧୨ ତାରିଖ ପରେ ଲଘୁଚାପ ପ୍ରଭାବରେ ବର୍ଷାର ପରିମାଣ ବଢ଼ିବ ବୋଲି […]
କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗିରେ ଥିବା ଏକ ଦେଶୀ ମଦ ଭାଟି ଭିତରେ ପଶି କିଛି ଦୁର୍ବୃତ୍ତ ଲଙ୍କାକାଣ୍ଡ କରିଛନ୍ତି। ଗତକାଲି ରାତିରେ ଏହି ଘଟଣା ଘଟିଛି। ରାତି ୨ଟା ସମୟରେ ୧୦ରୁ ୧୫ଜଣ ଦୁର୍ବୃତ୍ତ ମଦ ଭାଟି ପରିସରେ ଥିବା କ୍ୟାମ୍ପସ ଭିତରେ ପଶି ଲଙ୍କାକାଣ୍ଡ ରଚିଥିଲେ। ଦୁର୍ବୃତ୍ତମାନେ ଗୋଟିଏ ଭ୍ୟାନ୍, ଜେନେରେଟର ଓ ବାଇକ୍କୁ ଜାଳିଦେଇଛନ୍ତି। ଏଥିସହ ଘଟଣାସ୍ଥଳରେ ଏକ ଧମକପୂର୍ଣ୍ଣ ବ୍ୟାନର୍ ଲଗାଇଛନ୍ତି। ତୁରନ୍ତ ମଦଭାଟିକୁ ବନ୍ଦ କରିବା ପାଇଁ ଏହି ବ୍ୟାନର୍ରେ ଉଲ୍ଲେଖ ରହିଛି। ଲାଲ୍ […]
ଢେଙ୍କାନାଳ (ରାଜଶ୍ରୀ ଶତପଥୀ ): ଶାଶୂ ଉପରେ ବୋହୂର ଅମାନୁଷିକ ଅତ୍ୟାଚାର। ଗାଁ ଦାଣ୍ଡରେ ଶାଶୂଙ୍କୁ ଘୋଷାଡ଼ି ଘୋଷାଡ଼ି ଟାଣିବା ସହ ଲହୁଲୁହାଣ କଲା ବୋହୂ। ଶାଶୂଙ୍କ ଉପରେ ବୋହୂର ଏଭଳି ନିର୍ଯାତନାର ଦୃଶ୍ୟ ଏବେ ଭାଇରାଲ ହୋଇଛି। ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଗେଲେହି କାଟାଣିରେ ଏହି ଅମାନବୀୟ ତଥା ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ଭାଇରାଲ୍ ଭିଡିଓରେ ୮୨ ବର୍ଷର ଶାଶୂଙ୍କୁ ବୋହୂ ନିିର୍ଯାତନା ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏପରିକି ବୋହୂ, ଶାଶୂଙ୍କୁ ଅଶ୍ରାବ୍ୟ ଭାଷାରେ […]