ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନବନିଯୁକ୍ତ ଉପଦେଷ୍ଟାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି। ମିଶନ ଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି। ସେହିପରି ସୁଧୀର ଦାସ ଓ ମୁନ୍ନା ଖାଁଙ୍କୁ ମଧ୍ୟ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି। ଅନୁଭବ ପଟ୍ଟନାୟକ, କୃତିବାସ ପାତ୍ର, ରାମଚନ୍ଦ୍ର ପଣ୍ଡାଙ୍କୁ ବି ମିଳିଛି ରାଷ୍ଟ୍ରମନ୍ତ୍ରୀ ପାହ୍ୟା। ସୁଜିତ କୁମାରଙ୍କୁ ମୁଖ୍ୟ ସଚିବ ଏବଂ ଉତ୍କଳ ପରିଡ଼ା ଓ ସୁଲତା ଦେଓଙ୍କୁ ପ୍ରମୁଖ ସଚିବ ପାହ୍ୟା ମିଳିଛି। ଜନ୍ମେଜୟ ଲେଙ୍କା […]
ଭୁବନେଶ୍ୱର: ଦେଶରେ ନୂଆ ମୋଟରଯାନ ଆଇନ୍ ଲାଗୁ ହେବା ପରେ ରାଜ୍ୟରେ ଜୋରଦାର ଚେକିଂ ଚାଲିଛି। ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ କଡ଼ାକଡ଼ି ଭାବେ ଏହାକୁ ପାଳନ କରାଯାଉଛି ଅନ୍ୟପକ୍ଷରେ ଏହି ସଂଶୋଧିତ ଆଇନ୍କୁ ମନ୍ତ୍ରୀ ସୁଶାନ୍ତ ସିଂ ନାପସନ୍ଦ କରିଛନ୍ତି। ସେ କହିଛନ୍ତି,‘୨ ଚକିଆ ଯାନରେ ଗଲେ ଯେତିକି ଫାଇନ୍ ଦେବାକୁ ପଡୁଛି ୫୦ ଲକ୍ଷ ଟଙ୍କାର ଗାଡ଼ିରେ ଗଲେ ବି ସେତିକି ଫାଇନ ଦେବାକୁ ପଡୁଛି। ଲୋକ ସାଥିରେ ଯେତିକି ଟଙ୍କା ଧରି ଯାଉନାହାନ୍ତି, […]
ଭୁବନେଶ୍ୱର: ନୂଆ ମୋଟରଯାନ ଆଇନ୍ ଲାଗୁ ହେବାପରେ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି କରାଯାଇଛି। ଚାରିଆଡ଼େ ଜୋରଦାର ଚେକିଂ ଚାଲିଛି। ତେବେ ଏସବୁ ଭିତରେ ଗାଡ଼ି ଚାଳକଙ୍କ ପାଇଁ ଏକ ଖୁସି ଖବର ଆସିଛି। ମାସେ ଯାଏ ପଲ୍ୟୁସନ୍ ଚେକିଂ କୋହଳ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଆଜି ବିଧିବଦ୍ଧ ଭାବେ ପରିବହନ ସଚିବ ଜି. ଶ୍ରୀନିବାସନ ସୂଚନା ଦେଇଛନ୍ତି। ଯେଉଁମାନଙ୍କର ପଲ୍ୟୁସନ୍ ଚେକିଂ ସାର୍ଟିଫିକେଟ୍ ନାହିଁ, ସେମାନେ ଏହାକୁ ମାସକ ମଧ୍ୟରେ ବାହାର କରିବେ। […]
ବାଲିଗୁଡ଼ା(ଅଜିତ ନାୟକ): ଏକ ଦୁଷ୍କର୍ମ ଘଟଣାକୁ ଚପାଇବାକୁ ଗାଁର ଖାପ୍ ପଞ୍ଚାୟତରେ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଲଜ୍ଜାକର ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ । ଅଭିଯୋଗକୁ ଭିତ୍ତି କରି ରାଇକିଆ ଥାନା ପୁଲିସ୍ ଅଭିଯୁକ୍ତଙ୍କ ସମେତ ୧୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାଁ ଶିବାନୀ ପ୍ରଧାନ। ଗତ ୨୭ ତାରିଖରେ ରାଇକିଆ ଥାନା ଅଞ୍ଚଳର ଜଣେ ନାବାଳିକା ଘରେ ଏକୁଟିଆ ଥିବାର ସୁଯୋଗ ନେଇ ପଡ଼ୋଶୀ ଯୁବକ ସମ୍ପୃକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା […]
ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଲମତାପୁଟ ଅଞ୍ଚଳରେ ଥିବା ମାଛକୁଣ୍ଡ ନଦୀର ଜଳସ୍ତର ବିପଦ ସଙ୍କେତ ଟପିଛି। ମାଛକୁଣ୍ଡର ଜଲାପୁଟ ଡ୍ୟାମ୍ର ୮ଟିରୁ ୩ଟି ଗେଟ୍ ଖୋଲା ଯାଇଛି। ଏବେ ୨୨ରୁ ୨୩ ହଜାର କ୍ୟୁସେକ୍ ଜଳ ଡ୍ୟାମ୍ ଭିତରକୁ ପ୍ରବେଶ କରୁଥିବା ବେଳେ ୧୨ ହଜାର କ୍ୟୁସେକ୍ ପାଣି ନିଷ୍କାସିତ ହେଉଛି। ଇନ୍ଦ୍ରାବତୀ ଡ୍ୟାମ୍ର ୨ଟି ଓ ମୁରାନ୍ ଡ୍ୟାମ୍ର ୨ଟି ଗେଟ୍ ଖୋଲା ଯାଇଛି। ସେହିପରି […]
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ନୁନମାଠ ଗାଁ ଛକରେ ଜଣେ ନାବାଳିକାଙ୍କ ଉପରେ ଟ୍ରକ୍ ଚଢ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ସସ୍ମିତା ସାହୁ। ତାଙ୍କ ଘର କେସିଙ୍ଗା ଥାନା ଅନ୍ତର୍ଗତ ବୋଗାଡ଼ରେ। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ସସ୍ମିତା ତାଙ୍କ ବାପାଙ୍କ ସହିତ ନୁନମାଠ ଗାଁକୁ ଆସିଥିଲେ। ତାଙ୍କ ବାପା ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ସେ ରାସ୍ତା ପାର ହୋଇ ବିସ୍କୁଟ୍ କିଣିବାକୁ ଯାଉଥିଲେ। ଏହି ସମୟରେ ଏକ […]
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ଟି ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ନୂଆପଡ଼ା, ବଲାଙ୍ଗିର, ବରଗଡ଼, ନବରଙ୍ଗପୁର, ସୋନପୁର, କଳାହାଣ୍ଡି ଓ ବୌଦ୍ଧ। ଏହାସହ ପ୍ରବଳ ବର୍ଷା ନେଇ ୭ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା- କୋରାପୁଟ, କନ୍ଧମାଳ, ଗଞ୍ଜାମ, ନୟାଗଡ଼, […]
ବ୍ରହ୍ମପୁର/ଫୁଲବାଣୀ: ଲଗାଣ ବର୍ଷାରେ ବେହାଲ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା। କେଉଁଠି ପୋଲ ଭାଙ୍ଗି ଯାଇଛି ତ ଆଉ କେଉଁଠି ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି। ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଗଞ୍ଜାମ ଜିଲ୍ଲାର ସବୁ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଜିଲ୍ଲାପାଳ ବନ୍ଦ ଘୋଷଣା କରିଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ, ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ପିଲା ଯିବେନି, କିନ୍ତୁ ଶିକ୍ଷକମାନେ ଯିବେ। ସେହିପରି କନ୍ଧମାଳ ଜିଲ୍ଲାର ମଧ୍ୟ ସବୁ ସ୍କୁଲକୁ ଆଜି […]
ଭୁବନେଶ୍ୱର: ବନୀକରଣର ନୂଆ ଉପାୟ। ଏବେ ଆଉ ଗାତ ଖୋଳି ଚାରା ରୋପଣ ନୁହେଁ, ବରଂ ବଲ୍ ଫିଙ୍ଗି ହେବ ବୃକ୍ଷରୋପଣ। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଆଧୁନିକ ସମୟରେ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରି ଗଛ ସଂଖ୍ୟା ବଢ଼ାଇବା ଲକ୍ଷ୍ୟରେ ଏଭଳି ନୂଆ ପଦ୍ଧତି ଆରମ୍ଭ ହୋଇଛି। ଏହି ନୂଆ ପଦ୍ଧତିରେ ଆଠଗଡ଼ ବନଖଣ୍ଡ ବନୀକରଣ କାର୍ଯ୍ୟ ଆରମ୍ଭ କରିଛି। ଉର୍ବର ମାଟି, ବାଲି ଓ ଗୋବରର ମିଶ୍ରଣ କରାଯାଇ […]
ଆଜି ୨୦୧୯ ମସିହା, ସେପ୍ଟେମ୍ବର ମାସ ୬ ତାରିଖ, ଶୁକ୍ରବାର, ସିଂହ ୨୧ଦିନ, ଭାଦ୍ରବ ମାସ, ଶୁକ୍ଳ ପକ୍ଷ। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
ଭୁବନେଶ୍ୱର: ଏସ୍ସିବିରୁ ଯାଇଥିବା ୨ ଜଣିଆ ଡାକ୍ତରୀ ଟିମ୍ଙ୍କ ସହ ଦିଲ୍ଲୀରୁ ଆଜି ଓଡ଼ିଶା ଅଭିମୁଖେ ଯାତ୍ରା କରିବେ ଜଗା, କାଳିଆ। ନୂଆଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଦିଲ୍ଲୀରୁ ଆଜି ସନ୍ଧ୍ୟାରେ ସେମାନେ ବାହାରିବେ। ଜଗା କାଳିଆ ଓଡ଼ିଶାରେ ପହଞ୍ଚିବା ପରେ କଟକ ଏସ୍ସିବି ମେଡିକାଲ୍ରେ ସେମାନଙ୍କର ଚିକିତ୍ସା ହେବ। ଏଥିପାଇଁ ୬ ଜଣିଆ ଡାକ୍ତରଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି। ଆବଶ୍ୟକ ପଡ଼ିଲେ ଚିକିତ୍ସା ପାଇଁ ୧୬ ଜଣ ଡାକ୍ତରଙ୍କ […]
ଭୁବନେଶ୍ୱର: ଆଲର୍ଜି ଗମ୍ଭୀର ରୂପ ଧାରଣ କଲେ ଏହା ଆଜ୍ମାରେ ପରିବର୍ତ୍ତିତ ହୋଇଥାଏ। ଋତୁ ପରିବର୍ତ୍ତନ ସଙ୍ଗେ ସଙ୍ଗେ ଏହି ରୋଗ କ୍ଷତିକାରକ ହୋଇଥାଏ। ଏହାର କାରଣ ଋତୁ ବଦଳିବା ସହିତ ବାୟୁମଣ୍ଡଳରେ ଧୂଳିକଣା ଓ ବ୍ୟାକ୍ଟେରିଆର ବୃଦ୍ଧି। କେବଳ ଏତିକି ନୁହେଁ, ପ୍ରଦୂଷଣ ଆଜ୍ମାର ଏକ ବଡ଼ କାରଣ। ଘରର ପରଦା, ଗାଲିଚା ଓ କାର୍ପେଟ୍ରେ ଧିବା ଧୂଳି ଯୋଗୁ ମଧ୍ୟ ଆଜ୍ମା ସମସ୍ୟା ଅଧିକ ବଢ଼ିଥାଏ। ଯେ କୌଣସି ବୟସର ବ୍ୟକ୍ତିଙ୍କୁ ଆଜ୍ମା ରୋଗ […]
ନୟାଗଡ଼: ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ପ୍ରସୂତିଙ୍କୁ ଲାଞ୍ଚ ମାଗିବା ଘଟଣାରେ ସମ୍ପୃକ୍ତ ନର୍ସଙ୍କୁ ନିଲମ୍ବନ କରାଯାଇଛି। ଗତ ୩ ତାରିଖରେ ଜଣେ ପ୍ରସୂତିଙ୍କ ଷ୍ଟିଚ୍ ଖୋଲିବାକୁ ସମ୍ପୃକ୍ତ ନର୍ସ ଜଣକ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଲାଞ୍ଚ ମାଗିବା ବେଳର ଭିଜୁଆଲ ସୋଶାଲ୍ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାଛଡ଼ା ପ୍ରସୂତିଙ୍କ ପରିବାର ପକ୍ଷରୁ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା।