
ମାଲକାନଗିରି: ମାଲକାନଗିରିରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସହିଦ ଯବାନଙ୍କ ନାଁ ଜୟରାମ କବାସୀ। ଆଜି ବଣ୍ଡାଘାଟି ପାକନାଗୁଡ଼ା ଜଙ୍ଗଲରେ ମାଓବାଦୀମାନେ ଥିବା ନେଇ ସୂଚନା ମିଳିବା ପରେ ଏସ୍ଓଜି ଓ ଡିଭିଏଫ୍ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀମାନେ ଗୁଳିମାଡ଼ କରିବାରୁ ସୁରକ୍ଷାକର୍ମୀମାନେ ଏହାର ପାଲଟା […]
ଆଜି ୨୦୧୯ ମସିହା, ଅଗଷ୍ଟ ମାସ ୨୮ ତାରିଖ, ବୁଧବାର, ସିଂହ ମାସ ୧୨ ଦିନ, ଭାଦ୍ରବ ମାସ କୃଷ୍ଣପକ୍ଷ। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଡ୍ରୋନ୍ କ୍ୟାମେରାରେ ଚାଲିଛି ଟ୍ରାଫିକ୍ ନିୟନ୍ତ୍ରଣ। ଯେଉଁମାନେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କୁ ଆକାଶର୍ମାଗରୁ ଡ୍ରୋନ୍ କ୍ୟାମେରା ଠାବ କରୁଛି। ଗତକାଲି ଗୋଟିଏ ଦିନରେ ୨୭ଟି ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଧରିଛି ଡ୍ରୋନ୍ କ୍ୟାମେରା। ସମ୍ପୃକ୍ତ ଗାଡ଼ି ଚାଳକମାନଙ୍କ ନିକଟରୁ ୧୩ ହଜାର ୫ଶହ ଟଙ୍କା ଜରିମାନା ଆଦାୟ ହୋଇଛି। ଅନ୍ୟପକ୍ଷରେ ଡ୍ରୋନ୍ କ୍ୟାମେରା ପରିଚାଳନା ନେଇ ଟ୍ରାଫିକ କର୍ମଚାରୀଙ୍କୁ ଅବଗତ କରାଯାଉଥିବା ଜଣାପଡ଼ିଛି।
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନିକଟ ଗଡ଼ଖୋର୍ଦ୍ଧା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କୃଷ୍ଣଚନ୍ଦ୍ର ପାତାଳସିଂହ ଓ ତାଙ୍କର ୨ ପୁଅ ବିକ୍ରମ ପାତାଳସିଂହ ଓ ସଂଜୟ ପାତାଳସିଂହ। ସେମାନଙ୍କ ଘର ଖୋର୍ଦ୍ଧା ମଳିପଡ଼ା ଅଞ୍ଚଳରେ। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, କୃଷ୍ଣଚନ୍ଦ୍ର ତାଙ୍କ ୨ ପୁଅଙ୍କ ସହ ଭୁବନେଶ୍ୱରରୁ ଏକ ବାଇକ୍ ଯୋଗେ […]
ରାଉରକେଲା (ସତ୍ୟାନନ୍ଦ ମହାନ୍ତି ): ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ପରେ ମାନସିକ ଭାରସାମ୍ୟ ହରାଇ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଯୁବକ ଜଣକ ହେଲେ ବଲାଙ୍ଗିରର ଅରବିନ୍ଦ ପୁଟେଲ(୨୨)। ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଉରକେଲା ଏରୋଡ୍ରମ ନିକଟ ପଡ଼ିଆରେ ଆଜି CISF ଅର୍ଦ୍ଧ ସାମରିକ ବାହିନୀ ନିଯୁକ୍ତି ଲାଗି ଶାରୀରିକ ପରୀକ୍ଷା ଚାଲିଥିଲା। ଏଥିରେ ଅରବିନ୍ଦ ଯୋଗ ଦେଇଥିଲେ ମଧ୍ୟ ଅକୃତକାର୍ଯ୍ୟ ହୋଇଥିଲେ। ଫଳରେ ସେ ଇଲେକ୍ଟ୍ରିକ୍ […]
କଟକ: କଟକ ସ୍ଥିତ ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ୍ ଇଞ୍ଜିନିୟରିଂ ତଥା ‘ବୋଷ୍’ରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଗତକାଲିଠାରୁ ହଷ୍ଟେଲ କ୍ୟାଣ୍ଟିନରେ ଖାଇବାକୁ ନ ମିଳିବାରୁ ଛାତ୍ରମାନେ ଅଭିଯୋଗ ଆଣିଛନ୍ତି। ଏହାର ପ୍ରତିବାଦ କରି ଆଜି ଛାତ୍ରମାନେ ‘ବୋଷ୍’ ଗେଟ୍ ସମ୍ମୁଖରେ ତାଲା ପକାଇବା ସହ ଟାୟାର ଜାଳି ବିକ୍ଷୋଭ କରିଛନ୍ତି। ଏଥିପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଛାତ୍ରମାନେ ଦାୟୀ କରିଛନ୍ତି। କ୍ୟାଣ୍ଟିନରେ ଖାଇବାକୁ ନ ମିଳିବାରୁ ସେମାନେ ଭୋକ ଉପାସରେ ରହିବାକୁ ବାଧ୍ୟ ହେଉଥିବା କହିଛନ୍ତି। ଏଥିସହ […]
ନୂଆଦିଲ୍ଲୀ: ଖୁବ୍ଶୀଘ୍ର ବଦଳି ପାରେ ଉଭୟ ଲୋକସଭା ଓ ରାଜ୍ୟସଭାର ବିଲ୍ଡିଂ। ଏଥିସହ ପୁରୁଣା ସଂସଦ ବିଲଡିଂର ମଧ୍ୟ ନବୀକରଣ କରାଯିବ। ଏଥିପାଇଁ ବିଚାର ଚାଲିଥିବା ନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି। ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ବିର୍ଲା କହିଛନ୍ତି, “ବର୍ତ୍ତମାନ ସ୍ଥିତିରେ ନୂଆ ସଂସଦ ବିଲଡିଂର ଆବଶ୍ୟକତା ରହିଛି। ଏଥିପାଇଁ ଏକାଧିକ ଗ୍ରୁପ୍ ଗଠନ ହୋଇଛି। ସେମାନେ ବିଭିନ୍ନ ବ୍ୟକ୍ତି ବିଶେଷ ଓ ସାଂସଦଙ୍କ ସହ ଏ ସମ୍ପର୍କରେ […]
ସୋର: ସ୍ତ୍ରୀକୁ ପୋଡ଼ି ମାରିବା ପରେ ନିଜେ ବିଷ ପିଇଲା ସ୍ୱାମୀ। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ମୃତ ମହିଳା ହେଲେ ଗୋପାଳପୁର ଫାଣ୍ଡି ଅଧୀନସ୍ଥ ନୂଆପୁର ଗାଁର ନୀଳାମ୍ବର ବାରିକଙ୍କ ପତ୍ନୀ ସାବିତ୍ରୀ ବାରିକ। ଅଭିଯୋଗ ଅନୁସାରେ, ନୀଳାମ୍ବର ଓ ସାବିତ୍ରୀ ଅରଳା ସ୍ଥିତ ତାଙ୍କ ଚାଷ ଜମିରେ ଥିବା ବେଳେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ନୀଳାମ୍ବର, ସାବିତ୍ରୀଙ୍କୁ ପାଳଗଦାରେ ପକାଇ ନିଆଁ ଲଗାଇ […]