• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

water tank
ପାରା ଧରିବାକୁ ଯାଇ ପାଣି ଟାଙ୍କିରେ ଖସି ପଡ଼ିଲେ ନାବାଳକ

ରାଉରକେଲା: କଥାରେ ଅଛି, ରଖେ ହରି ତ ମାରେ କିଏ।। ପାରାକୁ ଧରିବା ପାଇଁ ଜଣେ ନାବାଳକ ଅଜାଣତରେ ୨ ଦିନ ପୂର୍ବେ ପାଣି ଟାଙ୍କି ଭିତରେ ଖସି ପଡ଼ିଥିଲେ। ଶେଷରେ ନାବାଳକଙ୍କୁ ସୁରକ୍ଷିତ ଭାବରେ ଉକ୍ତ ପାଣି ଟାଙ୍କିରୁ ଉଦ୍ଧାର କରାଯାଇଛି। ଏବେ ନାବାଳକଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବାବେଳେ ପରିବାର ଲୋକଙ୍କୁ ଥାନାକୁ ଡକାଯାଇ ତାଙ୍କୁ ହସ୍ତାନ୍ତର କରାଯାଇଛି। ରାଉରକେଲା ବନ୍ଧମୁଣ୍ଡାର ସେକ୍ଟର-Bରେ ଏହି ଘଟଣା ଘଟିଛି। ଉଦ୍ଧାର ନାବାଳକଙ୍କ ଘର ବନ୍ଧୁମଣ୍ଡା ଡୁମେର୍ତ୍ତା ଅଞ୍ଚଳରେ। […]

delhi cm
କେଜ୍ରିୱାଲ୍‌ଙ୍କ ପୁଅଙ୍କ ସହ ପାଠ ପଢ଼ିବେ ଦର୍ଜୀଙ୍କ ପୁଅ

ନୂଆଦିଲ୍ଲୀ: ଜଣେ ଦର୍ଜୀ(ଟେଲର୍‌)ଙ୍କ ପୁଅ ସହ ମିଶିକି ପାଠ ପଢ଼ିବେ ମୁଖ୍ୟମନ୍ତ୍ରୀଙ୍କ ପୁଅ। କଥାଟା ଶୁଣିକି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏକଥା ଆମେ କହୁନୁ ଖୋଦ୍‌ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଏହା କହିଛନ୍ତି। ଗରିବ ଶ୍ରେଣୀର ପିଲାମାନଙ୍କୁ ମାଗଣାରେ କୋଚିଂ ଦେବାପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏକ ଫ୍ରି କୋଚିଂ ସ୍କିମ୍‌ ଆରମ୍ଭ ହୋଇଛି। ଏହି ସ୍କିମ୍‌ ଅନୁସାରେ ଜଣେ ଗରିବ ଶ୍ରେଣୀର ପିଲା ବି ମାଗଣାରେ ପାଠ ପଢ଼ିପାରିବେ। ଫଳରେ ଧନୀ […]

astrology
ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ

ଆଜି ୨୦୧୯ ମସିହା, ଅଗଷ୍ଟ ମାସ ୨୯ ତାରିଖ, ଗୁରୁବାର, ସିଂହ ମାସ ୧୩ ଦିନ, ଭାଦ୍ରବ ମାସ କୃଷ୍ଣପକ୍ଷ। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…

traffic
ରାସ୍ତାକଡ଼ରେ ମନଇଚ୍ଛା ଗାଡ଼ି ପାର୍କିଂ କରୁଥିଲେ ସାବଧାନ!

ଭୁବନେଶ୍ୱର: ରାସ୍ତାକଡ଼ରେ ମନଇଚ୍ଛା ଗାଡ଼ି ପାର୍କିଂ କରୁଥିଲେ ସାବଧାନ! ଏଣିକି ପାର୍କିଂ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣକୁ କମିଶନରେଟ୍ ପୁଲିସ୍‌ କଡ଼ାକଡ଼ି କରିଛି। ଗତକାଲି ଭୁବନେଶ୍ୱର ଓ କଟକରେ ନୋ ପାର୍କିଂ ସ୍ଥାନରେ ଗାଡ଼ି ରଖିଥିବା ୭୫୭ ଜଣ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ କମିଶନରେଟ୍ ପୁଲିସ୍‌ ୧ ଲକ୍ଷ ୮୨ ହଜାର ୮ଶହ ଟଙ୍କା ଜରିମାନା ଆଦାୟ କରିଛି। ଏନେଇ କମିଶନରେଟ୍ ପୁଲିସ୍‌ ପକ୍ଷରୁ ଏକ ଟ୍ୱିଟ୍‌ରେ ସୂଚନା ଦିଆଯାଇଛି। ଏଥିସହ ବ୍ୟସ୍ତବହୁଳ ରାସ୍ତାରେ ଗାଡ଼ି […]

bhadrak
ଭଦ୍ରକରେ ୨୪ ଘଣ୍ଟିଆ ଲୋକାଲ ବସ୍‌ ଚଳାଚଳ ବନ୍ଦ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ଓ ବ୍ଲକ ଅଞ୍ଚଳକୁ ୨୪ ଘଣ୍ଟିଆ ଲୋକାଲ୍‌ ବସ୍‌ ଚଳାଚଳ ବନ୍ଦ ରହିଛି। ଆଜି ସକାଳ ୬ଟାରୁ ଏହି ବନ୍ଦ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ସକାଳ ୬ଟା ଯାଏ ଏହା ଲାଗୁ ରହିବ। ଭଦ୍ରକ ବସ୍‌ ସିଣ୍ଡିକେଟ୍‌ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବସ୍‌ ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀମାନଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ବିଭିନ୍ନ ଗ୍ରାମାଞ୍ଚଳ ଓ ବ୍ଲକ୍‌ ଅଞ୍ଚଳକୁ […]

coal mining
କୋଲ୍ ମାଇନିଂରେ ୧୦୦ ପ୍ରତିଶତ ଏଫ୍‌ଡିଆଇକୁ ମଞ୍ଜୁରୀ

ନୂଆଦିଲ୍ଲୀ: ଏଫ୍‌ଡିଆଇ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ବୁଧବାର ସରକାର କୋଲ୍‌ ମାଇନିଂ ଏବଂ କଣ୍ଟ୍ରାକ୍ଟ ମାନ୍ୟୁଫାକ୍‌ଚରିଂ କ୍ଷେତ୍ରରେ ୧୦୦ ପ୍ରତିଶତ ବିଦେଶୀ ନିବେଶ ପାଇଁ ଅନୁମତି ଦେଇଛନ୍ତି। ଏତଦ୍‌ବ୍ୟତୀତ ସିଙ୍ଗିଲ୍‌ ବ୍ରାଣ୍ଡ୍‌ ରିଟେଲର୍ସ କ୍ଷେତ୍ରରେ ନିବେଶ ପାଇଁ ମଧ୍ୟ ନିୟମ କୋହଳ କରିଛନ୍ତି। ସେହିଭଳି ଡିଜିଟାଲ ମିଡିଆ କ୍ଷେତ୍ରରେ ୨୬% ବିଦେଶୀ ନିବେଶ ପାଇଁ ମଧ୍ୟ ଅନୁମତି ଦିଆଯାଇଛି। ଅର୍ଥନୀତିକ ଅଭିବୃଦ୍ଧି ପାଇଁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ଗତକାଲି ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ […]

ctc
ଦବିଲା କାଠଯୋଡ଼ି ବ୍ରିଜ୍

କଟକ: ପଳାଶୁଣୀ ଓଭର ବ୍ରିଜ୍‌ ଦବିବାର ୩ ଦିନ ପରେ ଦବିଛି କାଠଯୋଡ଼ି ବ୍ରିଜ୍ । ଆଜି ସକାଳୁ ଲୋକେ କଟକ  ଲିଙ୍କରୋଡ୍-ଗୋପାଳପୁର ରାସ୍ତାରେ ଥିବା କାଠଯୋଡ଼ି ବ୍ରିଜ୍‌ ଦବି ଯାଇଥିବା ଦେଖିବାକୁ ପାଇଥିଲେ। କଟକରୁ ଭୁବନେଶ୍ୱର ପଟୁ ଆସିବାବେଳେ  ବ୍ରିଜ୍‌ର ଆରମ୍ଭରୁ ସାମାନ୍ୟ ଦବିଯାଇଥିବା ଦେଖିବାକୁ ମିଳିଛି। ଏନେଇ ଲୋକେ ପ୍ରଶାସନକୁ ଖବର ଦେବାପରେ  NHAI ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦବିଥିବା ସ୍ଥାନକୁ କର୍ଡନ କରି ଯାଇଛି। ବର୍ତ୍ତମାନ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିବା […]

odisha
ଦୁର୍ଦ୍ଦାନ୍ତ ମାଓ ନେତା ରାକେଶ ସୋଢି ନିହତ

ମାଲକାନଗିରି: ମାଲକାନଗିରିରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ମାଓନେତା ରାକେଶ ସୋଢି ନିହତ ହୋଇଛନ୍ତି। ରାକେଶ ଆନ୍ଧ୍ର- ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ କମିଟର ମୁଖ୍ୟ ଥିଲେ। ଏହା ପୂର୍ବରୁ ସେ କାଲିମେଳା ଆକ୍ସନ କମିଟିର ମୁଖ୍ୟ ଥିଲେ। ମାଲକାନଗିରି ଜିଲ୍ଲାରେ ଏକାଧିକ ମାଓ ହିଂସାକାଣ୍ଡରେ ମାଓନେତା ରାକେଶ ସାମିଲ ଥିଲେ। ଅନ୍ୟପକ୍ଷରେ ଗୁଳି ବିନିମୟ ବେଳେ ଜଣେ ଯବାନ ସହିଦ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଥିବା ସୂଚନା […]

odisha
ମାତିଛନ୍ତି ମାଫିଆ; ରାତି ଅଧରେ ଉଠାଇ ନେଉଛନ୍ତି ଗୋରୁ

ଖୋର୍ଦ୍ଧା: ଘର ବାହାରକୁ ଗୋରୁଗାଈ ଛାଡ଼ୁଛନ୍ତି କି? ତେବେ ସାବଧାନ ରୁହନ୍ତୁ। କାହିଁକି ନା ନିମିଷକ ମଧ୍ୟରେ ଉଭାନ୍ ହୋଇପାରେ ଆପଣଙ୍କ ଗୃହପାଳିତ ପଶୁ। କାରଣ ଏବେ ରାଜ୍ୟରେ ଗୋରୁ ମାଫିଆ ମାତିଛନ୍ତି। ମଧ୍ୟ ରାତ୍ରରେ ଏହି ଗୋରୁ ମାଫିଆମାନେ ବେଧଡକ୍‌ ଭାବେ ସେମାନଙ୍କ ଅପରେସନ୍‌ ଚଳାଇଛନ୍ତି। ଏଭଳି କିଛି ଘଟଣାକୁ ନେଇ ଏକ ଏକ୍ସକ୍ଲୁସିଭ୍ ସିସିଟିଭି ଫୁଟେଜ୍ ଓଟିଭି ହାତରେ ଲାଗିଛି। ଜଟଣୀ କୁଦିଆରୀ ନିକଟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁଠି ଏକ […]

ctc
କଟକରେ ନକଲି ତେଲ କାରଖାନା ଠାବ

କଟକ: କଟକରେ ଏକ ନକଲି ତେଲ କାରଖାନା ଠାବ ହୋଇଛି। ସଦର ଥାନା ଅନ୍ତର୍ଗତ ଫୁଲନଖରାର ବମ୍ଫକୁଦ ଅଞ୍ଚଳରୁ ପୁଲିସ୍‌ ଆଜି ଏକ ନକଲି ତେଲ କାରଖାନାକୁ ଠାବ କରିଛି। ଆଜି ସକାଳେ ଉକ୍ତ କାରଖାନାରେ ପୁଲିସ୍‌ ଚଢାଉ କରି ୩୦ହଜାର ଲିଟର ନକଲି ଖାଇବା ତେଲ ଜବତ କରିଛି। ବିଭିନ୍ନ କମ୍ପାନୀର ଲୋଗ ଲଗାଯାଇ ଏଠାରୁ ନକଲି ତେଲ ବଜାରକୁ ଛଡାଯାଉଥିବା ସୂଚନା ମିଳିଛି। କାରଖାନାରେ ନକଲି ଖାଇବା ତେଲ ତିଆରି କରାଯାଉଥିବା ଜଣାପଡ଼ିଛି। ଅନୁଗୁଳ, […]

rainfall
ଆସନ୍ତାକାଲି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା; ୪ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆସନ୍ତାକାଲି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା- କେନ୍ଦୁଝର, ସୁନ୍ଦରଗଡ଼, ବରଗଡ଼, ମୟୂରଭଞ୍ଜ, ଝାରସୁଗୁଡା, ଢେଙ୍କାନାଳ, କଟକ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି ୩୦, ୩୧ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ […]