ନାରାୟଣପାଟଣା (ପି.ଗୋବିନ୍ଦରାଜୁ ସୁବୁଦ୍ଧି/ଓଟିଭି ପ୍ରତିନିଧି) : କରୋନା ଲକ୍ଡାଉନ ଡାକି ଆଣିଛି ଅନେକ ବିପତ୍ତି। କିଏ ବାହାରେ ଫସି ରହିଛି, ଘରକୁ ଆସିବ ବୋଲି ଛଟପଟ ହେଉଛି। କିଏ ଘରେ ରହିବି ବାହାରକୁ ଯାଇ ନ ପାରି ଛଟପଟ ହେଉଛନ୍ତି। ଏପରି ବିପଦକାଳୀନ ପରିସ୍ଥିତିରେ ଅନେକ ବଦାନ୍ୟ ବ୍ୟକ୍ତି ସେମାନଙ୍କର ସହଯୋଗର ହାତ ବଢାଇଛନ୍ତି। ଏହି ମହାନ ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ଜଣେ ହେଉଛନ୍ତି କୋରାପୁଟର ସଲାମୀ ଶଶାଙ୍କର। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ତୋୟାପୁଟ ଗାଁର ସଲାମୀ। […]
ଅବଧିର ଢେର୍ ଦିନ ବିତିଥିଲେବି ସରିପାରୁନି ରାସ୍ତାକାମ । ଖୋର୍ଦ୍ଧା-ନୟାଗଡ଼ ରାଜପଥ ସମ୍ପ୍ରସାରଣ କାମରେ ଯାବତୀୟ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଟେଣ୍ଡର ନେଇଥିବା ଠିକାସଂସ୍ଥା ବିରୋଧରେ ଅସନ୍ତୋଷ ଜାହିର୍ କରିଛନ୍ତି ଲୋକେ । ରଣପୁର ବ୍ଲକ ରାଜସୁନାଖଳା ବଜାର ଅଂଚଳରେ ଡ୍ରେନ୍ କାମ ସଠିକ୍ ଭାବେ ହୋଇନଥିବାବେଳେ ମାସେ ଭିତରେ କିଛି ଭାଙ୍ଗିଯାଇଥିବା ଲୋକେ କହିଛନ୍ତି ।
ଝାରସୁଗୁଡ଼ା: ଝାରସୁଗୁଡ଼ାର ଏକ କ୍ୱାରେଣ୍ଟିନ ସେଣ୍ଟରରୁ ଚମ୍ପଟ ମାରିଥିବା ଜଣେ ଅପରାଧୀକୁ ପୋଲିସ ଗିରଫ କରିଛି। ଗିରଫ ବ୍ୟକ୍ତିଜଣକ ଗତକାଲି ରାତିରେ ସ୍ଥାନୀୟ ବିଟିଏମ ସ୍କୁଲ ପରିସରରେ ଥିବା କ୍ୱରେଣ୍ଟାଇନ ସେଣ୍ଟରରୁ ଫେରାର ହୋଇଯାଇଥିଲା । ୧୦ଦିନ ତଳେ ରାଉରକେଲା ନାଲାରୋଡ ଅଞ୍ଚଳର ସମ୍ପୃକ୍ତ ଅପରାଧୀ ଜଣକ ଆସି ଝାରସୁଗୁଡା ସହରାଞ୍ଚଳର ସରବେର୍ଣ୍ଣାରେ ଲୁଚି ରହିଥିଲା । ସ୍ଥାନୀୟ ଲୋକଙ୍କ ବିରୋଧ ପରେ ବିଟିଏମ ଫାଣ୍ଡି ପୋଲିସ ସମ୍ପୃକ୍ତ ଯୁବକକୁ ଧରିନେଇ କ୍ୱାରେଣ୍ଟିନ ସେଣ୍ଟରରେ ରଖିଥିଲା । […]
ନୂଆଦିଲ୍ଲୀ: ଦୀର୍ଘଦିନ କଟକଣା ପରେ ମଦ ଦୋକାନ ଖୋଲିବାକୁ ଗତକାଲି ଅନୁମତି ମିଳିବା ପରେ ମଦପାଇଁ ଲମ୍ବାଧାଡ଼ି ଦେଖିବାକୁ ମିଳିଥିଲେ। ମଦ କିଣିବା ପାଇଁ ଏତେ ଭିଡ ଜମିଥିଲା ଯେ, ଲୋକେ କରୋନା ଗାଇଡ୍ଲାଇନ ବି ଭୁଲି ଯାଇଥିଲେ। କେତେକ ଜାଗାରେ ପୋଲିସ ହସ୍ତକ୍ଷେପ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଯାହା ବି ହେଉ, ମଦ ଦୋକାନ ଖୋଲିବା ପାଇଁ ଅନୁମତି ମିଳିବା ପରେ ନିୟମିତ ମଦ୍ୟପାନ କରୁଥିବା ଲୋକେ ଖୁସି ହୋଇ ଯାଇଥିଲେ। ତେବେ ଆଜି […]
ଖୋର୍ଦ୍ଧା: ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ପୁଣି ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ମଙ୍ଗଳବାର ପ୍ରତ୍ୟୁଷରେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣାରେ ବସ୍ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ତେଲଙ୍ଗାନା ହାଇଦ୍ରାବାଦରୁ ୪୦ ଜଣ ଓଡ଼ିଆଙ୍କୁ ନେଇ AP02-TA 0954 ନମ୍ବର ବସଟିି ବାଙ୍କି ଫେରୁଥିଲା। ବସ୍ଟି ଦ୍ରୁତଗତିରେ ଆସୁଥିଲା। ଭୋର ପ୍ରାୟ ୪ଟା ବେଳେ ଖୋର୍ଦ୍ଧା ଜିଲ୍ଲା କୁହୁଡ଼ି ପାଖରେ ବସ୍ଟି ପୂର୍ବରୁ ଛିଡ଼ା […]
ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ ନୂଆ କରୋନା ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟରେ ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି। ସୂଚନାଥାଉ କି, ଗତକାଲି ଯାଜପୁର ଜିଲ୍ଲାରୁ ୪ ଜଣ, ଭଦ୍ରକ ଜିଲ୍ଲାରୁ ୨ ଜଣ ଓ ସୁନ୍ଦରଗଡ଼ ଜିଲ୍ଲାର ଜଣେ ଆକ୍ରନ୍ତ ଚିହ୍ନଟ ହୋଇଥିଲେ। ଯାଜପୁରର ନୂଆ ୪ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାର କୋରନା ରୋଗୀଙ୍କ ସଂଖ୍ୟା ୫୨କୁ […]
ଭୁବନେଶ୍ୱର: ରିଲାଏନ୍ସ ଜିଓର ସଦ୍ୟ ସମାପ୍ତ ହୋଇଥିବା ୨୦୧୯-୨୦ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ (ଜାନୁଆରି-ମାର୍ଚ୍ଚ ୨୦୨୦) ନିଟ୍ ଲାଭ ୧୭୭.୫ ପ୍ରତିଶତ ବୃଦ୍ଧି ପାଇ ୨୩୩୧ କୋଟିରେ ପହଞ୍ଚିଛି। ଏ ନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଗ୍ରାହକ ସଂଖ୍ୟାରେ ଘଟିଥିବା ଦ୍ରୁତ ବୃଦ୍ଧି କାରଣରୁ କଂପାନି ଏଭଳି ସଫଳତା ହାସଲ କରିଛି। ଏହି ତିନି ମାସରେ ଜିଓର ନିଜସ୍ୱ ରାଜସ୍ୱ ୧୪,୮୩୫ କୋଟି ଟଙ୍କା ହୋଇଛି ଯାହା ଗତ ବର୍ଷ ତୁଳନାରେ ୨୬.୬ ପ୍ରତିଶତ […]
ନୂଆଦିଲ୍ଲୀ: ଦୀର୍ଘଦିନ ପରେ ଆଜି ଦେଶର ବିଭିନ୍ନ ସ୍ଥାନରେ ମଦ ଦୋକାନ ଖୋଲିଛି। କେତେକ ରାଜ୍ୟ କେନ୍ଦ୍ରର ଗାଇଡଲାଇନ ଅନୁଯାୟୀ, ମଦ ଦୋକାନା ଖୋଲିବା ପାଇଁ ଅନୁମତି ଦେଇଛନ୍ତି। ଏହି କଥା ଜାଣିବା ପରେ ମଦ କିଣିବା ପାଇଁ ଆଜି ସକାଳୁ ବିଭିନ୍ନ ଦୋକାନ ସାମ୍ନାରେ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। ବିଶେଷ କରି ଦିଲ୍ଲୀ, କର୍ଣ୍ଣାଟକା ଓ ଛତିଶଗଡ଼ରେ ଲୋକମାନେ ମଦ ପାଇଁ ପ୍ରବଳ ଭିଡ଼ ଜମାଇଥିଲେ। କେତେକ ସ୍ଥାନରେ ମଦ ପାଇଁ ଦେଢ କିଲୋମିଟରର […]
ଭୁବନେଶ୍ୱର: କରୋନା ସଂକ୍ରମଣର ଭୟାବହତା ବଢିବାରେ ଲାଗିଛି। ଏପରି ପରିସ୍ଥିତିରେ ଘର ବାହୁଡା ପ୍ରବାସୀ ଓଡ଼ିଆ କରୋନା ଆଶଙ୍କାକୁ ଆହୁରି ବଢାଇ ଦେଇଛନ୍ତି । ପ୍ରବାସରୁ ଫେରିଲେ କ୍ୱାରେଣ୍ଟାଇନରେ ରହିବା ପାଇଁ ନିୟମ ହୋଇଛି। ହେଲେ ସେମାନେ ଏହି ନିୟମ ମାନୁ ନାହାନ୍ତି। ତେଣୁ ଏହି ଅମାନିଆଙ୍କୁ ସାବାଡ କରିବା ପାଇଁ କଡା ଚେତାବନୀ ଦେଇଛନ୍ତି ପୋଲିସ ଡିଜି ଅଭୟ। ନିୟମ ଉଲ୍ଲଂଘନ କରୁଥିବା ପ୍ରବାସୀଙ୍କୁ କଡା ଚେତାବନୀ ଦେଇ ଟୁଇଟ୍ କରି ଡିଜିପି । କହିଛନ୍ତି, […]
ନୂଆଦିଲ୍ଲୀ: ଘରକୁ ଫେରୁଥିବା ଶ୍ରମିକମାନଙ୍କ ସମସ୍ତ ରେଳଖର୍ଚ୍ଚ କଂଗ୍ରେସ ବହନ କରିବ ବୋଲି କହିବା ପରେ ଏ ନେଇ ପ୍ରତିକ୍ରିୟା ରଖିଛି ରେଳ ମନ୍ତ୍ରାଳୟ । ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଶ୍ରମିକଙ୍କ ଠାରୁ ଟିକେଟ୍ ବାବଦରେ କୌଣସି ଟଙ୍କା ଆଦାୟ କରାଯାଉନାହିଁ। କେବଳ ଯାହା ଯାତ୍ରୀଙ୍କ ସମୁଦାୟ ଯାତ୍ରା ଖର୍ଚ୍ଚର ୧୫ ପ୍ରତିଶତ ଟଙ୍କା ରାଜ୍ୟ ସରକାରଙ୍କଠାରୁ ନିଆ ଯାଉଛି। ରାଜ୍ୟ ଯେଉଁ ଶ୍ରମିକଙ୍କ ତାଲିକା ଦେଉଛି, ସେହି ତାଲିକା ଅନୁଯାୟୀ ରେଳ ବିଭାଗ ଶ୍ରମିକମାନଙ୍କୁ […]
ନୂଆଦିଲ୍ଲୀ:ଝିଅକୁ ବହୁତ ଭଲ ପାଉଥିଲେ। ଝିଅ ଥିଲା ତାଙ୍କର ଦିଲ୍, ଧଡକନ୍….ସବୁକିଛି। ସହକର୍ମୀଙ୍କ ସହ କଥା ହେଲାବେଳେ ଆଉ କିଛି ନୁହେଁ, କେବଳ ଝିଅ କଥା ହିଁ କୁହନ୍ତି କର୍ଣ୍ଣଲ ଆଶୁତୋଷ। ଅନେକ କଥା ଥିଲା ଅଲିଅଳି ଝିଅକୁ କହିବା ପାଇଁ। ଝିଅର ବି ଅନେକ ବରାଦ ଥିଲା ବାପାଙ୍କ ପାଖରେ । ହେଲେ ସବୁକିଛି ଅଧା ରହିଗଲା….। ହିନ୍ଦୱାରା ଏନ୍କାଉଣ୍ଟରରେ ସହୀଦ ହୋଇଥିବା ବାହାଦୁର କର୍ଣ୍ଣଲ ଆଶୁତୋଷ ଶର୍ମା (Colonel Ashutosh Sharma) ଙ୍କୁ ମନେ […]
ନୂଆଦିଲ୍ଲୀ: ଦେଶରେ କରୋନା ବିପତ୍ତି ବଢି ବଢି ଚାଲିଛି। ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସମସ୍ତେ ନିଜ ନିଜ ସ୍ତରରେ ଉଦ୍ୟମ କରୁଛନ୍ତି। ଏବେ ବିଳମ୍ବରେ ହେଉ ପଛେ କଂଗ୍ରସ କରୋନା ବିପତ୍ତିର ମୁକାବିଲା ପାଇଁ ସହଯୋଗର ହାତ ବଢାଇଛି। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ସୋମବାର ଘୋଷଣା କରିଛନ୍ତି, ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଶ୍ରମିକମାନଙ୍କୁ ଘରକୁ ପଠାଇବା ପାଇଁ ରେଳଯାତ୍ରାର ସମସ୍ତ ଖର୍ଚ୍ଚ କଂଗ୍ରେସ ବହନ କରିବ। ଏ ନେଇ କଂଗ୍ରେସ ପକ୍ଷରୁ […]
ୱାଶିଂଟନ: କରୋନା ଭାଇରସର ଉତ୍ପତି କେଉଁଠି ହେଲା ଏବଂ କିପରି ହେଲା ତାକୁ ନେଇ ଏ ଯାଏ କୌଣସି ସ୍ପଷ୍ଟ ତଥ୍ୟ ମିଳିନି। ତେବେ ଚୀନର ଉହାନରୁ ଏହି ଭାଇରସରୁ ସୃଷ୍ଟି ଏବଂ ଏହା କୃତ୍ରିମ ବୋଲି ଆମେରିକା ଅଭିଯୋଗ କରି ଆସୁଛି ଆମେରିକା । ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଖଣ୍ଡନ କରିଛି। WHOର ଡାକ୍ତର ମାଇକେଲ ରାୟନ କହିଛନ୍ତି, କରୋନା ଭାଇରସ ସମ୍ପୂର୍ଣ୍ଣ ପ୍ରାକୃତିକ ଭାବେ ସୃଷ୍ଟି ହୋଇଛି। ନିକଟରେ ଆମେରିକା ରାଷ୍ଟ୍ରପତି […]
ପୁରୀ: ରଥଯାତ୍ରା ହେବ କି ନାହିଁ ଏ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଏଯାଏ ଦୂର ହୋଇ ପାରିନାହିଁ। ଏ ନେଇ ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ସହ ଗତକାଲି ଆଲୋଚନା କରିଛନ୍ତି ବରିଷ୍ଠ ଦଇତାପତି ସେବାୟତ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ଆଲୋଚନାରେ ରଥଯାତ୍ରା କରିବା ପାଇଁ ଦଇତାପତି ଗଜପତିଙ୍କୁ ଅନୁରୋଧ କରିଛନ୍ତି । ପୁରୀ ଗ୍ରୀନ୍ ଜୋନ୍ରେ ଥିବାରୁ ସରକାରକଙ୍କ ଗାଇଡଲାଇନ୍ ଅନୁଯାୟୀ ପଦକ୍ଷେପ ନେବା ସପକ୍ଷରେ ମତ ଦେଇଛନ୍ତି ସେବାୟତ। ଅନ୍ୟପଟେ ନନ୍ଦିଘୋଷ ରଥର […]
ଭୁବନେଶ୍ୱର:ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। କରୋନା ମୁକାବିଲା ପାଇଁ ସମସ୍ତେ ବ୍ୟସ୍ତ ଥିବାବେଳେ ଅନ୍ୟ ରୋଗୀମାନେ ଅବେହଳାର ଶିକାର ହେଉଛନ୍ତି। ଏପରିକି ଅନ୍ୟ ରୋଗୀମାନଙ୍କୁ ଘରୋଇ ହସ୍ପିଟାଲ ଗୁଡିକୁ ଫେରାଇ ଦେଉଥିବା ଦେଖିବାକୁ ମିଳୁଛି। ହେଲେ ଏପରି ନ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ। ବିଭିନ୍ନ ରୋଗରେ ଆକ୍ରାନ୍ତ ରୋଗୀଙ୍କୁ କିଛି ଘରୋଇ ହସ୍ପିଟାଲ ଚିକିତ୍ସା ସେବା ଯୋଗାଇ ଦେବାରେ ଦ୍ୱିଧା ପ୍ରକାଶ କରୁଛନ୍ତି। ଏମିତି କିଛି ଘଟଣା ସାମ୍ନାକୁ […]
ଭୁବନେଶ୍ୱର: କରୋନାର ହଟସ୍ପଟ ପାଲଟିଛି ଯାଜପୁର ଜିଲ୍ଲା। ଆଜି ସକାଳେ ଏଠାରୁ ୫ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏବେ ଆଉ ଦୁଇ କରୋନା ରୋଗୀ ଏଠାରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୪୭ ଛୁଇଁଲା। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ୱେବସାଇଟ୍ରେ ସୂଚନା ଦିଆଯାଇଛି। ଏହି ଦୁଇ କରୋନା ଆକ୍ରାନ୍ତଙ୍କର କୋଲକାତା ଲିଙ୍କ ରହିଛି। ଏମାନଙ୍କ ଘର ବରୀ ବ୍ଲକରେ । ଉଭୟ ପୁରୁଷ […]
ଭୁବନେଶ୍ୱର: ରାଜ୍ୟରେ ବଟଲିଙ୍ଗ ପ୍ଲାଣ୍ଟ ଓ ବିୟର ଫ୍ୟାକ୍ଟ୍ରି ଖୋଲିବା ନେଇ ବିଚାର କରିବାକୁ ଅନୁରୋଧ କରିଛନ୍ତି ଅବକାରୀ କମିଶନର। ଏ ନେଇ ସେ ଅବକାରୀ ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି, ଲକଡାଉନ ନିୟମ କୋହଳ ପରେ ଗ୍ରୀନ୍ ଜୋନ୍ରେ ମଦ ଦୋକାନ ଗୁଡିକ ଖୋଲିବ । ମଦ ଦୋକାନ ଆଉ ଗୋଦାମରେ ଯେତିକି ଷ୍ଟକ୍ ଉପଲବ୍ଧ ଅଛି ସେସବୁ ବହୁତ ଶୀଘ୍ର ସରିଯିବ । ତେଣୁ ଦୋକାନ ଗୁଡିକର ଚାହିଦା […]
ଅମ୍ରିତସର: ଚିନ୍ତା ବଢାଉଛି କରୋନା। କରୋନା ସଂକ୍ରମଣ ରୋକିବା ପାଇଁ ୨ୟ ପର୍ଯ୍ୟାୟ ଳକ୍ଡାଉନ ଅବଧି ଶେଷ ହେବା ପୂର୍ବରୁ ସାରାଦେଶରେ ଜାରି କରି ଦିଆଯାଇଛି ୧୪ ଦିନିଆ ୩ୟ ପର୍ଯ୍ୟାୟ ଲକ୍ଡାଉନ। ହେଲେ ଅମାନିଆ ଲୋକଙ୍କର ସେଥିକି ଖାତିର ନାହିଁ। ସେମାନଙ୍କ ସ୍ୱାସ୍ଥ୍ୟ ଚିନ୍ତା ଯେମିତି ପୋଲିସକୁ ଘାରିଛି। ସେଥିପାଇଁ ଏହି ଲକ୍ଡାଉନ ନିୟମ ପାଳନ କରିବାକୁ ପୋଲିସକୁ ନାକେଦମ ହେବାକୁ ପଡ଼ୁଛି। ପଞ୍ଜାବର ଜଳନ୍ଧର ଇଲାକାରେ ଅମାନିଆ ଲୋକଙ୍କ ଜଗିଛି ପୋଲିସ। ତଥାପି ଲୋକେ […]
ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରୁଛି କରୋନା। ୨ ପର୍ଯ୍ୟାୟ ଲକ୍ଡାଉନ ଅବଧି ଦିନକ ପରେ ଶେଷ ହେବାକୁ ଯାଉଥିବାବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି। ଗତ ୨୪ ଘଣ୍ଟାରେ ଦେଶରେ ୧୯୯୩ ନୂଆ କରୋନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫ ହଜାର ୪୩ରେ ପହଞ୍ଚିଛ ଏବଂ ୧୧ ଶହ ୫୨ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୫୬୪ […]
ୱାଶିଂଟନ: ଆମେରିକାରେ କରୋନା ଆକ୍ରାନ୍ତଙ୍କୁ ଦିଆଯିବ ରେମଡ୍ସିଭିର୍। ଆମେରିକା ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନଷ୍ଟ୍ରେସନ୍-FDA ଗତକାଲି ଏହାକୁ ମଞ୍ଜୁରୀ ଦେଇଛି ଏହାକୁ ଲାଗୁ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ପରୀକ୍ଷା ପରେ ଜଣାଯାଇଛି, କମ୍ ସମୟରେ କରୋନା ରୋଗୀଙ୍କୁ ଭଲ କରିବାରେ ଏହି ଔଷଧ ଫଳପ୍ରଦ ହୋଇ ପାରିଛି। ପ୍ରଥମ ଥର ପାଇଁ କୌଣସି ଔଷଧ ଫଳପ୍ରଦ ହୋଇଥିବାରୁ କରୋନା ବିରୋଧରେ ଲଢିବା ପାଇଁ ଏହା ଚିକିତ୍ସକମାନଙ୍କୁ ସାହସ ଯୋଗାଇଛି। […]
ୱାଶିଂଟନ: ଆମେରିକା ଓ ୟୁରୋପେରେ ଥମୁନି କରୋନା ମୃତ୍ୟୁର ତାଣ୍ଡବ। ଗତ ୨୪ ଘଣ୍ଟାରେ ଆମେରିକାରେ ୨୨ଶହରୁ ଅଧିକ ଲୋକଙ୍କ ଜୀବନ ନେଇଛି କୋଭିଡ୍-୧୯ । ଏଥିସହିତ ଦେଶରେ ମୃତ୍ୟୁସଂଖ୍ୟା ୬୫ ହଜାର ୭୨୪ରେ ପହଞ୍ଚିଛି । ୟୁରୋପର ସବୁଠୁ ଅଧିକ ପ୍ରଭାବିତ ଦେଶ ଇଟାଲୀରେ ମୃତ୍ୟୁ ସଂଖ୍ୟା ୨୮ ହଜାର ଟପି ଥିବା ବେଳେ ବ୍ରିଟେନ, ସ୍ପେନ, ଓ ଫ୍ରାନସରେ ସ୍ଥିତି ପୂର୍ବପରି ଅତି ସଂଗୀନ ରହିଛି। ବ୍ରିଟେନରେ ମୃତ୍ୟୁ ସଂଖ୍ୟା ୨୭ ହଜାର ପାଖାପାଖି […]