ନୂଆଦିଲ୍ଲୀ:ବୁଦ୍ଧ କୌଣସି ପରିସ୍ଥିତିରେ ସୀମିତ ନୁହଁନ୍ତି, କୌଣସି ପ୍ରସଙ୍ଗରେ ସୀମିତ ନୁହଁନ୍ତି। ଆଜି ସମୟ ବଦଳିଛି। ସ୍ଥିତି ବି ବଦଳିଛି। ସମାଜର ବ୍ୟବସ୍ଥା ବଦଳିଛି। କିନ୍ତୁ ଭଗବାନ ବୁଦ୍ଧଙ୍କ ସନ୍ଦେଶ ବା ବାର୍ତ୍ତା ଆମ ଜୀବନରେ ନିରନ୍ତର ପ୍ରବାହିତ ହେଉଛି। କାରଣ ବୁଦ୍ଧ କେବଳ ଏକ ନାମ ନୁହେଁ ବରଂ ଏକ ପବିତ୍ର ବିଚାର। ଆଜି ବୁଦ୍ଧ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବୁଦ୍ଧଙ୍କ ପବିତ୍ର […]
ବିଶାଖାପଟନମ୍: ଆନ୍ଧ୍ର ପ୍ରଦେଶ ବିଶାଖାପଟନମ୍ ସ୍ଥିତ ଏକ ପ୍ଲାଣ୍ଟରେ ହଠାତ୍ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଛି। ଏହି ଗ୍ୟାସ୍ ପ୍ରଭାବରେ ଜଣେ ଶିଶୁ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି। ୧୦୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଛନ୍ତି। ଅସୁସ୍ଥମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଗ୍ୟାସ ଯୋଗୁ ଲୋକଙ୍କର ଆଖି ପୋଡ଼ିବା, ମୁଣ୍ଡ ବିନ୍ଧିବା ସହ ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖା ଦେଉଛି। ଘଟଣାସ୍ଥଳରେ ଏନଡିଆରଏଫ ଏବଂ ଏସଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପ୍ଲାଣ୍ଟ […]
ବେଙ୍ଗାଲୁରୁ: କରୋନା ଲକଡାଉନ ଯୋଗୁ ଗରିବ, ଶ୍ରମିକ, ଦିନମଜୁରିଆମାନେ ନାହିଁ ନ ଥିବା ଅସୁବିଧାର ସମ୍ମଖୀନ ହେଉଛନ୍ତି। ଏପରି ପରିସ୍ଥିତିରେ କର୍ଣ୍ଣାଟକ ସରକାର ୧୬୧୦ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ସହାୟତା ସବୁଠାରୁ ଅଧିକ ପ୍ରଭାବିତ ହେଉଥିବା ସେଲୁନ ବ୍ୟବସାୟୀ ବା ବାରିକ, ଲୁଗାସଫାକାରୀ ବା ଧୋବା, ବୁଣାକାର ଓ ଅଟୋ ଡ୍ରାଇଭରଙ୍କୁ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି ଚାଷୀ, ଫୁଲ ବ୍ୟବସାୟୀ, ଟ୍ୟାକ୍ସ ଡ୍ରାଇଭର, ଏମଏସଏମଇ, ବଡ଼ ଶିଳ୍ପସଂସ୍ଥା, […]
ୱାଶିଂଟନ: କରୋନ ଭାଇରସ ଆମେରିକା କାହିଁକି ଏତେ ଭୟଙ୍କର ରୂପ ନେଲା ? ଟ୍ରମ୍ପ ପ୍ରଶାସନ ଏ ନେଇ କ’ଣ ପ୍ରତିକାର କରିଥିଲା ? ଏ ନେଇ ତଥ୍ୟ ସାମ୍ନାକୁ ଆସିଛି। ଆମରିକାର ବରଖାସ୍ତ ହୋଇଥିବା ଜଣେ ବୈଜ୍ଞାନିକ କହିଛନ୍ତି, ଟ୍ରମ୍ପ ସରକାଙ୍କ ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ କରୋନା ଭାଇରସର ଭୟବହତା ସମ୍ପର୍କରେ ଅନେକ ବାର ଚେତାବନୀ ଦିଆଯାଇଥିଲା। ଏପରିକି ଭାରତ ଓ ପାକିସ୍ତାନରୁ ଆସିଥିବା ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ଲୋରକ୍ୱିନ୍ର ଗୁଣବତ୍ତା ବିଷୟରେ ମଧ୍ୟ କୁହାଯାଇଥିଲା। ହେଲେ […]
ଅୱନ୍ତିପୁରା:ପୁଲୱାମା ଜିଲ୍ଲା ବେଗପୋରାଠରେ ଆଜି ସୁରକ୍ଷାକର୍ମୀଙ୍କର ଏକ ଏନକାଉଣ୍ଟରରେ କାଶ୍ମୀରର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ତଥା ହିଜବୁଲ ମୁଜାହିଦ୍ଦିନର ଟପ୍ କମାଣ୍ଡର ରିୟାଜ ନାୟକୁ (Riyaz Naikoo) ନିହତ ହୋଇଛି। ଆତଙ୍କୀ ରିୟାଜ A++ ଶ୍ରେଣୀର ଆତଙ୍କୀ ଥିଲା। ଦୀର୍ଘଦିନ ଧରି ସେନା ରିୟାଜକୁ ଖୋଜୁଥିଲା ଏବଂ ଏହା ଉପରେ ୧୨ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ଘୋଷଣା କରିଥିଲା। ରିୟାଜକୁ ଧରିବା ପାଇଁ ସେନା ବାହିନୀ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ରିୟାଜ ଖୁବ୍ ଚାଲାକ […]
କୋରାପୁଟ: କୋରାପୁଟ ଜିଲ୍ଲାରେ ମାଟି ଅତଡ଼ା ଖସି ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ଠିକା ଶ୍ରମିକ ଅଛନ୍ତି। ଅନ୍ୟ ଜଣେ ରେଳ ବିଭାଗର ଶ୍ରମିକ ବୋଲି ଜଣାପଡ଼ିଛି । ମୃତ ଶ୍ରମିକ ଦ୍ୱୟ ହେଲେ ଭିରା ସ୍ୱାମୀ ଓ ଓଚୁକା ସୁରି। ଉଭୟ ଠିକା ଶ୍ରମିକ । ଅନ୍ୟ ଜଣେ ହେଲେ ଭି. ସୁରେଶ କୁମାର । ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ବୋରାରୁ ଚିମିଡ଼ିପାଲି ମଧ୍ୟରେ ଥିବା ରେଳ […]
ଯାଜପୁର:ମାତ୍ର କିଛି ଘଣ୍ଟାର ବ୍ୟବଧାନରେ ଯାଜପୁର ଜିଲ୍ଲାରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ। ଆଜି ମଧ୍ୟାହ୍ନରେ ଜଣେ ଆକ୍ରାନ୍ତ ଯାଜପୁରରୁ ଚିହ୍ନଟ ହୋଇଥିଲେ। ଏହାର କେଇ ଘଣ୍ଟା ପରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫କୁ ବୃଦ୍ଧି ପାଇଛି। ଯାଜପୁରରେ ଆକ୍ରାନ୍ତ ହୋଇଥିବା ଏଇ ଆକ୍ରାନ୍ତଙ୍କ ବୟସ ୫୭ ବର୍ଷ। ସେ କୋଲକାତାରୁ ଫେରଥିଲେ। ଏହା ପରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮୦ରେ ପହଞ୍ଚିଛି। ଏନେଇ ରାଜ୍ୟ […]
ପୁରୀ:ପୁରୀ ରଥଯାତ୍ରା ହେବ କି ନାହିଁ ଏଯାଏ ସ୍ପଷ୍ଟ କରି ନାହାନ୍ତି ରାଜ୍ୟ ସରକାର। ଏବେ ବି ଦ୍ୱନ୍ଦ୍ୱରେ ରହିଛନ୍ତି ଭକ୍ତ, ସେବାୟତ ..। ସତରେ କ‘ଣ ଏଥର ବଡଦାଣ୍ଡରେ ରଥ ଗଡ଼ିବନି ? ଏକାଠି ହେବେନି ରଥ..ପଥ..ଭକ୍ତ..? ଏମିତି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ। ଆଜିକୁ ମିଶାଇ ୧୧ ଦିନ ବିତି ଗଲାଣି। କିନ୍ତୁ ରଥକାମ ଆରମ୍ଭ ହେଲାନି। ଆଜି ନୃସିଂହ ଜନ୍ମ ଅବସରରେ ରଥର କୋଣଗୁଜ ଅନୁକୂଳ ହେବା କଥା। ସେ ନୀତି ମଧ୍ୟ […]
ନିଆଁରେ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର।ଆଜି ତାଙ୍କର ମୃତ୍ୟୁ ଘଟିଛି। ୬ ମାସ ତଳେ ବିବାହ କରିଥିବା ବନ ଅଧିକାରୀ କିପରି ନିଆଁରେ ପୋଡି ହେଲେ ତାହାର କାରଣ ଏ ଯାଏ ଅସ୍ପଷ୍ଟ ରହିଛି।
ଭୁବନେଶ୍ୱର: ବାଲେଶ୍ୱରରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି । ଏହାକୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫କୁ ବୃଦ୍ଧି ପାଇଥିବାବେଳେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧୭୮କୁ ଛୁଇଁଛି। ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ଏହି ନୂଆ ଆକ୍ରାନ୍ତଙ୍କର କୋଲକାତା ଲିଙ୍କ ରହିଛି। ସେ ଅନେକ ଲୋକଙ୍କ ସହ ମିଶିଥିବା କୁହା ଯାଉଛି। ଏ ନେଇ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ […]
ନୂଆଦିଲ୍ଲୀୱ: କୋଭିଡ୍-୧୯ ଭାଇରସ ପ୍ରସ୍ତୁତି ପାଇଁ ସାରା ବିଶ୍ୱ ଲାଗି ପଡ଼ିଥିବାବେଳେ ଭାରତ ମଧ୍ୟ ଏ ନେଇ ଗବେଷଣା ଚଲାଇଛି। ଏହି ଟୀକା ପ୍ରସ୍ତୁତିକରଣ କ୍ଷେତ୍ରରେ ଭାରତ କେତେବାଟ ଆଗେଇଛି, ଏହି କାର୍ଯ୍ୟକ୍ରମ ବର୍ତ୍ତମାନ କେଉଁ ସ୍ଥିତିରେ ରହିଛି ତାହା ଉପରେ ଜାଣିବା ପାଇଁ ପ୍ରଧାନମନ୍ତ୍ରୀ ସମୀକ୍ଷା ବୈଠକ କରିଥିଲେ। ନୂଆଦିଲ୍ଲୀରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଭାକ୍ସିନକୁ ନେଇ ଏବେ ଦେଶରେ ସ୍ଥିତି କଣ ରହିଛି ସେନେଇ ବିସ୍ତୃତ ଭାବେ ତର୍ଜମା କରିଛନ୍ତି ପ୍ରଧାନମନ୍ତ୍ରୀ । […]
ନୂଆଦିଲ୍ଲୀ: କରୋନା ଭାଇରସର ପ୍ରଭାବକୁ ଦେଖି ସାରା ବିଶ୍ୱ ଭୟଭୀତ। ଦିନକୁ ଦିନ ଏହାର ପ୍ରକୋପ ବଢିବାରେ ଲାଗିଛି। ନିଜକୁ ଶକ୍ତିଶାଳୀ ବୋଲି କହୁଥିବା ଆମେରିକା ବି ହାର ମାନିଛି କରୋନା ପାଖରେ। ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାବେଳେ କିଛି ପ୍ରତିକାର କରାଯାଇ ପାରୁନାହିଁ। ଗତ କିଛି ଦିନ ଧରି ୟୁରୋପୀୟ ଦେଶରେ ମୃତ୍ୟୁ ସଂଖ୍ୟା ସାମାନ୍ୟ ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଉଥିଲାବେଳେ ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ବଢିଥିବା […]
ଭୁବନେଶ୍ୱର: କରୋନାକୁ ଦୃଷ୍ଟିରେ ରଖି ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଜାରି କରାଯାଇଛି। ବାହାରେ ଫସିରହିଥିବା ପ୍ରବାସୀମାନଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି। କିନ୍ତୁ ପ୍ରବାସ ଫେରନ୍ତାଙ୍କୁ ଅଧା ବାଟରେ ଛାଡ଼ି ପଳାଇଛି। ଏନେଇ କିଛି ଲୋକ ବସରେ ସୁରତରୁ ଆସି ରାଜଧାନୀ ରାଜରାସ୍ତାରେ ବୁଲୁଛନ୍ତି ୫ ପ୍ରବାସୀ ଓଡ଼ିଆ। ସେମାନଙ୍କ ଘର ଯାଜପୁର ଓ ଭଦ୍ରକ ଜିଲ୍ଲାରେ ବୋଲି ଜଣାପଡିଛି । ଚାଲି ଚାଲି ସେମାନେ ନିଜ ଜିଲ୍ଲାକୁ ଫେରୁଛନ୍ତି। ଆଜି […]
ଭୁବନେଶ୍ୱର: କ୍ୱାରେଣ୍ଟିନରେ ନ ରହିଲେ ହେବ କାର୍ଯ୍ୟାନୁଷ୍ଠାନ । ପ୍ରବାସୀ ଓଡ଼ିଆଙ୍କୁ ଏଭଳି କଡା ଚେତାବନୀ ଦେଇଛନ୍ତି ସ୍ୱସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ପରେ ଅମାନିଆଙ୍କୁ ଏମିତି ତାଗିଦ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଅନେକ ସ୍ଥାନରେ କ୍ୱାରେଣ୍ଟିନରୁ ଖସି ପଳାଉଛନ୍ତି ରୋଗୀ। ଯାହାକି ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରବାସୀଙ୍କ ପାଇଁ କ୍ୱାରେଣ୍ଟିନ ରହିବା ବାଧ୍ୟତାମୂଳକ କରାଯାଇଛି। ସମସ୍ତ […]
ରେଢାଖୋଲ: ସମ୍ବଲପୁର ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ଥାନା ଅଞ୍ଚଳରେ ଆଜି ଏକ ହତ୍ୟାକାଣ୍ଡ ଘଟିଯାଇଛି। ଯୁବକଙ୍କୁ ଗୋଡାଇ ଗୋଡାଇ ଗାଁ ଦାଣ୍ଡରେ ସଂଘବଧ ଭାବେ ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ଜଣକ ହେଲେ ସାଲେଭଟା ପଞ୍ଚାୟତର ତାଲବଣିଆ ଗାଁର ଦୁଃଶାସନ ଦେହୁରୀ। ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, କୌଣସି ଏକ କାରଣକୁ ନେଇ ଦୁଃଶାସନଙ୍କ ସହ ଗାଁର କିଛି ଲୋକଙ୍କର ବାରମ୍ବାର ପାଟିତୁଣ୍ଡ ହୋଉଥିଲା। ଆଜି ଦୁଃଶାସନ ତାଙ୍କ ଝିଅ ଘରକୁ ଯାଉଥିବା ବେଳେ ଗାଁର […]
ଭୁବନେଶ୍ୱର: ଚାରିଆଡ଼େ ଲକଡାଉନ୍। ତାହାରି ଭିତରେ ସରକାର ଜାରି କରିଛନ୍ତି ନା ନା କଟକଣା। ହେଲେ ଅମାନିଆଙ୍କ ପାଇଁ କିନ୍ତୁ କିଛି ଫରକ୍ ପଡ଼ୁନି। ସ୍ୱାର୍ଥ ପାଇଁ କିଏ ଗଳାବାଟର ଆଶ୍ରା ନେଉଛନ୍ତି, ତ ଆଉ କିଏ ଆଇନ ଆଖିରେ ଧୂଳି ଦେଉଛନ୍ତି। କଳାଧନ୍ଧାର ବେପାର ଲମ୍ବିଛି ଗାଁଠୁ ସହର ଯାଏଁ। ଲକ୍ ଡାଉନ୍ ସମୟରେ ବେଧଡ଼କ ଚାଲିଛି ମଦ ବେପାର। ସରକାର ଅନୁମତି ଦେଇଥିବା ବହି ଦୋକାନରେ ବିକ୍ରି ହେଉଛି ମଦ। ନୟାଗଡ଼ରେ ଏପରି ଚାଲିଛି […]
ଭୁବନେଶ୍ୱର: ଚଳିତ ସପ୍ତାହରେ ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ର ପୂର୍ବାନୁମାନ କରିଥିଲା। ଗତକାଲି ଏ ନେଇ ସୂଚନା ଦେଇ କୁହାଯାଇଥିଲା, ବର୍ତ୍ତମାନ ଯେଉଁ ସ୍ଥିତି ଅଛି, ଯଦି ଆସନ୍ତା ୩-୪ ଦିନ ଏଭଳି ସ୍ଥିତି ଜାରି ରହିବ ଓ ଏଥିରେ କୌଣସି ପରିବର୍ତ୍ତନ ନ ହୁଏ ତା’ହେଲେ ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ପ୍ରଦେଶରେ ହିଟ୍ କରିପାରେ । ହେଲେ ଆଜି ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ଅଇଏମଡି […]
ନାରାୟଣପାଟଣା (ପି.ଗୋବିନ୍ଦରାଜୁ ସୁବୁଦ୍ଧି/ଓଟିଭି ପ୍ରତିନିଧି) : କରୋନା ଲକ୍ଡାଉନ ଡାକି ଆଣିଛି ଅନେକ ବିପତ୍ତି। କିଏ ବାହାରେ ଫସି ରହିଛି, ଘରକୁ ଆସିବ ବୋଲି ଛଟପଟ ହେଉଛି। କିଏ ଘରେ ରହିବି ବାହାରକୁ ଯାଇ ନ ପାରି ଛଟପଟ ହେଉଛନ୍ତି। ଏପରି ବିପଦକାଳୀନ ପରିସ୍ଥିତିରେ ଅନେକ ବଦାନ୍ୟ ବ୍ୟକ୍ତି ସେମାନଙ୍କର ସହଯୋଗର ହାତ ବଢାଇଛନ୍ତି। ଏହି ମହାନ ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ଜଣେ ହେଉଛନ୍ତି କୋରାପୁଟର ସଲାମୀ ଶଶାଙ୍କର। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ତୋୟାପୁଟ ଗାଁର ସଲାମୀ। […]
ଅବଧିର ଢେର୍ ଦିନ ବିତିଥିଲେବି ସରିପାରୁନି ରାସ୍ତାକାମ । ଖୋର୍ଦ୍ଧା-ନୟାଗଡ଼ ରାଜପଥ ସମ୍ପ୍ରସାରଣ କାମରେ ଯାବତୀୟ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଟେଣ୍ଡର ନେଇଥିବା ଠିକାସଂସ୍ଥା ବିରୋଧରେ ଅସନ୍ତୋଷ ଜାହିର୍ କରିଛନ୍ତି ଲୋକେ । ରଣପୁର ବ୍ଲକ ରାଜସୁନାଖଳା ବଜାର ଅଂଚଳରେ ଡ୍ରେନ୍ କାମ ସଠିକ୍ ଭାବେ ହୋଇନଥିବାବେଳେ ମାସେ ଭିତରେ କିଛି ଭାଙ୍ଗିଯାଇଥିବା ଲୋକେ କହିଛନ୍ତି ।
ଝାରସୁଗୁଡ଼ା: ଝାରସୁଗୁଡ଼ାର ଏକ କ୍ୱାରେଣ୍ଟିନ ସେଣ୍ଟରରୁ ଚମ୍ପଟ ମାରିଥିବା ଜଣେ ଅପରାଧୀକୁ ପୋଲିସ ଗିରଫ କରିଛି। ଗିରଫ ବ୍ୟକ୍ତିଜଣକ ଗତକାଲି ରାତିରେ ସ୍ଥାନୀୟ ବିଟିଏମ ସ୍କୁଲ ପରିସରରେ ଥିବା କ୍ୱରେଣ୍ଟାଇନ ସେଣ୍ଟରରୁ ଫେରାର ହୋଇଯାଇଥିଲା । ୧୦ଦିନ ତଳେ ରାଉରକେଲା ନାଲାରୋଡ ଅଞ୍ଚଳର ସମ୍ପୃକ୍ତ ଅପରାଧୀ ଜଣକ ଆସି ଝାରସୁଗୁଡା ସହରାଞ୍ଚଳର ସରବେର୍ଣ୍ଣାରେ ଲୁଚି ରହିଥିଲା । ସ୍ଥାନୀୟ ଲୋକଙ୍କ ବିରୋଧ ପରେ ବିଟିଏମ ଫାଣ୍ଡି ପୋଲିସ ସମ୍ପୃକ୍ତ ଯୁବକକୁ ଧରିନେଇ କ୍ୱାରେଣ୍ଟିନ ସେଣ୍ଟରରେ ରଖିଥିଲା । […]
ନୂଆଦିଲ୍ଲୀ: ଦୀର୍ଘଦିନ କଟକଣା ପରେ ମଦ ଦୋକାନ ଖୋଲିବାକୁ ଗତକାଲି ଅନୁମତି ମିଳିବା ପରେ ମଦପାଇଁ ଲମ୍ବାଧାଡ଼ି ଦେଖିବାକୁ ମିଳିଥିଲେ। ମଦ କିଣିବା ପାଇଁ ଏତେ ଭିଡ ଜମିଥିଲା ଯେ, ଲୋକେ କରୋନା ଗାଇଡ୍ଲାଇନ ବି ଭୁଲି ଯାଇଥିଲେ। କେତେକ ଜାଗାରେ ପୋଲିସ ହସ୍ତକ୍ଷେପ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଯାହା ବି ହେଉ, ମଦ ଦୋକାନ ଖୋଲିବା ପାଇଁ ଅନୁମତି ମିଳିବା ପରେ ନିୟମିତ ମଦ୍ୟପାନ କରୁଥିବା ଲୋକେ ଖୁସି ହୋଇ ଯାଇଥିଲେ। ତେବେ ଆଜି […]