• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

violence-in-wb
ଭୋଟ୍‌ ପୂର୍ବରୁ ଲଗାତାର ହିଂସା ହେଉଛି ପଶ୍ଚିମବଙ୍ଗରେ

ନିର୍ବାଚନ ପାଖେଇବା ସହ, ବଙ୍ଗରେ କେବଳ ପ୍ରଚାର ଲଢ଼େଇ ଦେଖିବାକୁ ମିଳୁନି, ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସୁଛି ରାଜନୈତିକ ହିଂସାର ଚିନ୍ତାଜନକ ଖବର। ଗତରାତିରେ ଉତ୍ତର ୨୪ ପ୍ରଗଣାରେ ବିଜେପି ସାଂସଦଙ୍କ ଘର ପାଖରେ ସିରିଜ ବୋମାମାଡ଼ ହୋଇଥିବା ବେଳେ, ଆଜି ନନ୍ଦିଗ୍ରାମରେ ବିଜେପି କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି।

corona--in-country
କରୋନା କଡ ଲେଉଟାଉଛି? ୨୪ ଘଣ୍ଟାରେ ୩୫ ହଜାର ଡେଇଁଲା ସଂକ୍ରମିତଙ୍କ ସଂଖ୍ୟା

କଡ଼ ଲେଉଟାଇଲା କରୋନା? ଦେଶରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି। ଗତ ୭ ଦିନ ହେଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ୨୦ ହଜାର ଉପରେ ରହୁଥିଲା। ହେଲେ ଆଜି ଏହି ସଂଖ୍ୟା ୩୫ ହଜାର ଡେଇଁଛି।

Bjp-2
୨୦ରେ ବିଧାନସଭା ଘେରାଉ କରିବ ବିଜେପି, ହେଲେ କାହିଁକି?

ଆସନ୍ତା ୨୦ ତାରିଖରେ ବିଧାନସଭା ଘେରାଉ କରିବ ବିଜେପି। ମାହାଙ୍ଗାର କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ନ୍ୟାୟ ପ୍ରଦାନ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାବାସୀଙ୍କୁ ଘର ଦାବିରେ ବିଧାନସଭା ଘେରାଉ କରାଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ

Bjp-1
ବଙ୍ଗରେ ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ଦ୍ୱିତୀୟ ପର୍ଯ୍ୟାୟରେ ଆଜି ମୋଟ ୧୪୮ ଜଣଙ୍କ ନାଁ ଘୋଷଣା କରାଯାଇଛି। ଘୋଷିତ ପ୍ରାର୍ଥୀ ତାଲିକାରେ ପ୍ରମୁଖ ଚେହେରା ରହିଛନ୍ତି ମୁକୁଲ ରାୟ। ସେ କ୍ରିଷ୍ଣାନଗର ଆସନରୁ ନିର୍ବାଚନ ଲଢିବେ ବୋଲି ସୂଚନା ରହିଛି

5pm-vegetble
ବିନା ମାଟିରେ ଚାଷ ହେଉଛି, ପ୍ରବଳ ମାତ୍ରାରେ ପରିବା ବି ଫଳୁଛି...

ସାଧାରଣତଃ ଚାଷ କଥା କହିଲେ ଆମ ମନକୁ ପ୍ରଥମେ ଆସେ, ଉର୍ବର ମାଟି ତଥା ଜଳସେଚନ ବ୍ୟବସ୍ଥା। ତେବେ ଆଧୁନିକ ପଦ୍ଧତିରେ ବିନା ମାଟିରେ ବି ହୋଇପାରିବ ପନିପରିବା ଚାଷ। ଏହାକୁ କରି ଦେଖାଇଛନ୍ତି ବାଲେଶ୍ୱର ଜିଲ୍ଲା ରେମୁଣାର ସଂଜୟ ଦାସ

puri
ମନ୍ତ୍ରୀ ଓ ମନ୍ଦିର ପ୍ରଶାସନ କଥାରେ ରହୁନାହିଁ ତାଳମେଳ !

ବିକ୍ରି ହେବ କାଳିଆ ଜମି? ଏକରେ କି ଦି ଏକର ନୁହେଁ, ପୁରା ୩୫ ହଜାର ଏକର ବିକିବାକୁ କିଛି ଏଭଳି ଯୋଜନା କରିଛନ୍ତି ରାଜ୍ୟ ସରକାର। ଖୋଦ୍ ଆଇନ ମନ୍ତ୍ରୀ ବିଧାନସଭାରେ ଏ ବାବଦରେ ସୂଚନା ଦେବାପରେ କ୍ଷୁବ୍ଧ ହୋଇଛନ୍ତି ଜଗନ୍ନାଥ ପ୍ରେମୀ। ରାଜନୈତିକ ସ୍ତରରେ ବି ଏହାକୁ ବିରୋଧ କରାଗଲାଣି।

farmer
ବଜାରରେ ବିକ୍ରି ହେଲା ନାହିଁ, ମାଗଣାରେ ଲୋକଙ୍କୁ ପରିବା ବାଣ୍ଟିଦେଲା ଚାଷୀ

ଗୋଟିଏ ପଟେ ମଣ୍ଡି ଅବ୍ୟବସ୍ଥା ପାଇଁ ବିଧାନସଭା ଅଚଳ, ଅନ୍ୟପଟେ ଦୁର୍ବଳ ବଜାର ବ୍ୟବସ୍ଥା ସାଙ୍ଗକୁ ଶୀତଳ ଭଣ୍ଡାର ନାହିଁ। ଫଳରେ ଚାଷୀ ନାକେଦମ୍  ହେଉଛନ୍ତି। ପରିଣାମ ସ୍ୱରୂପ ଅଭାବୀ ବିକ୍ରି କରିବାକୁ ଚାଷୀ ବାଧ୍ୟ ହେଉଛି। ଖାସ୍ କରି ଲକଡାଉନ ବେଳେ ରୋଜଗାର ହରାଇବା ପରେ ବହୁ ଲୋକ ପରିବା ଚାଷକୁ ଆପଣାଇ ନେଲେ।

modi--mamta
ଦିଦିଙ୍କ ଗଡ଼ରେ ଆଜି ପୁଣି ବାଘ ପରି ଗର୍ଜନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ମୋଦିଙ୍କ ମାରାଥନ ନିର୍ବାଚନ ପ୍ରଚାର ଚାଲିଛି। ପଶ୍ଚିମବଙ୍ଗ ପୁରୁଲିଆ ଓ ଆସାମ କରିମଗଞ୍ଜରେ ସାଧାରଣ ସଭାରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ। ପୁରୁଲିଆରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଥିବା ବେଳେ ଆସାମରେ କଂଗ୍ରେସ ଉପରେ ବର୍ଷିଛନ୍ତି ମୋଦି। ସେପଟେ ଖଡଗପୁର ନିର୍ବାଚନ ରାଲିରେ ମୋଦିଙ୍କୁ ଜବାବ ଦେଇଛନ୍ତି ଦିଦି।

corona
ପୁଣି ଥରେ ଟେନସନ୍‌ ଦେବ କି କରୋନା?

ପୁଣି କାୟା ମେଲାଉଛି କରୋନା। ମହାରାଷ୍ଟ୍ରରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରେ ଲାଗିଛି। ଗୋଟିଏ ଦିନରେ ଏଠାରେ ୨୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଉଦବେଗ ପ୍ରକାଶ ପାଇଛି। ସେପଟେ ମୁମ୍ବାଇ ସମେତ ସୁରତ ଓ ଅନ୍ୟ ସହରରେ ସଂକ୍ରମଣ ବଢୁଥିବାରୁ ଓଡ଼ିଶାରେ ବି ସତର୍କତା ବଢିଛି

rajniti
ରାଜନୀତିର ରୋଚକ ଦୃଶ୍ୟ, ବିଜେପି ବିଧାୟକଙ୍କ ସହ ଆଲୋଚନା ପାଇଁ ନବୀନ ନିବାସରୁ ରାସ୍ତାକୁ ଚାଲି ଚାଲି ଆସିଲେ ମୁଖ୍ୟମନ୍ତ୍ରୀ

ବିଧାନସଭାରୁ ନବୀନ ନିବାସ। ଆଜି ରାଜଧାନୀରେ ରାଜ୍ୟ ଦେଖିଲା ରାଜନୀତିର ହାଇଡ୍ରାମା। ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗରେ ୬ ଦିନ କାଳ ଅଚଳାବସ୍ଥା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବାକୁ ଗୃହ ବାହାରକୁ ଆସିଥିଲା ବିରୋଧୀ ବିଜେପି

puri
ମହାପ୍ରଭୁ ଜଗନ୍ନାଥଙ୍କ ଜମି ବିକ୍ରି ଯୋଜନା ପ୍ରସଙ୍ଗକୁ ଖଣ୍ଡନ କଲା ଶ୍ରୀମନ୍ଦିର ପ୍ରଶାସନ

ମହାପ୍ରଭୁ ଜଗନ୍ନାଥଙ୍କ ୩୫ ହଜାର ଏକର ଜମିକୁ ବିକ୍ରି କରିବା ଲାଗି ହୋଇଥିବା ଯୋଜନା ସଂପର୍କିତ ଖବରକୁ ଶ୍ରୀମନ୍ଦିର ପ୍ରଶାସନ ଖଣ୍ଡନ କରିଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟୀକରଣ ଦେଇ କହିଛି ଯେ, ଜମି ବିକ୍ରି ଯୋଜନା ଖବର ତଥ୍ୟହୀନ, ମିଥ୍ୟା ଓ ଉଦ୍ଦେଶ୍ୟ ପ୍ରଣୋଦିତ।

redhakhol-murder-case
ବଚନସୁଧା ହତ୍ୟା ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଭୁବନେଶ୍ୱରର ବଚନସୁଧା ହତ୍ୟା ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍ ମାମଲାର ରାୟ ଶୁଣାଇ ଦୋଷୀ ଦିପ୍ତୀରଞ୍ଜନ ପଟ୍ଟନାୟକକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୧୩ ସେପଟେମ୍ବର ୧୩ରେ ରସୁଲଗଡ଼ ଘରେ ବଚନସୁଧାଙ୍କୁ ହତ୍ୟା କରାଯାଇଥିଲା। ପରେ ପୋଲିସର ତଦନ୍ତରେ ଘରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ଦିପ୍ତୀରଞ୍ଜନ ପଟ୍ଟନାୟକ ବଚନସୁଧାଙ୍କୁ ହତ୍ୟା କରିଥିବା ଜଣାପଡ଼ିଥିଲା। ଏନେଇ ତାକୁ ଗିରଫ କରାଯାଇଥିଲା ମଧ୍ୟ। ତେବେ […]

IGNOU
IGNOU ରେ ପାଠ ପଢିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ଲାଗି ବଡ଼ଖବର, ବୟସକୁ ନେଇ ନିଆଯାଇଛି ବଡ଼ ନିଷ୍ପତ୍ତି

IGNOU ଆଡମିଶନ ପାଇଁ ସମୟସୀମା କୁ ଘୁଞ୍ଚାଇ ଦିଆଯାଇଛି , ବିବରଣୀ ଯାଞ୍ଚ କରନ୍ତୁ … ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ୍ ୟୁନିଭରସିଟି (IGNOU) ଜାନୁଆରୀ ୨୦୨୧ ସେସନ ପାଇଁ ଆବେଦନ ଦାଖଲ ସମୟସୀମାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଦୁଇ-ତିନି ବର୍ଷର ଅବଧିରେ ସ୍ନାତକୋତ୍ତର / ସ୍ନାତକୋତ୍ତର / ସେମିଷ୍ଟାର-ଆଧାରିତ କାର୍ଯ୍ୟକ୍ରମରେ ପଞ୍ଜୀକୃତ / ନାମଲେଖା ହୋଇଥିବା ପ୍ରାର୍ଥୀମାନେ ପୂର୍ବ ସେମିଷ୍ଟାରର ଟର୍ମ-ଏଣ୍ଡ ପରୀକ୍ଷାରେ ଉପସ୍ଥିତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ବର୍ଷ / ସେମିଷ୍ଟାର […]

Railway-Jobs
ରେଳ ବିଭାଗରେ ଚାକିରୀ କରିବାକୁ ଚାହୁଁଛନ୍ତି କି?

NCR ଭାରତୀୟ ରେଳ ନିଯୁକ୍ତି ୨୦୨୧ ପାଇଁ ଯୋଗ୍ୟତା…. ବୟସ ସୀମା: ପ୍ରାର୍ଥୀ ନିଶ୍ଚିତ ଭାବରେ ୧୫ ବର୍ଷ ପୂରଣ କରିଥିବେ ଏବଂ ୧୭ ମାର୍ଚ୍ଚ ୨୦୨୧ ସୁଦ୍ଧା ୨୪ ବର୍ଷରୁ ଅଧିକ ହୋଇ ନଥିବ । SC / ST ପ୍ରାର୍ଥୀଙ୍କ କ୍ଷେତ୍ରରେ ଉପର ବୟସ ସୀମା ପାଞ୍ଚ ବର୍ଷ ଏବଂ OBC ପ୍ରାର୍ଥୀଙ୍କ କ୍ଷେତ୍ରରେ ତିନି ବର୍ଷ କୋହଳ ହୋଇପାରେ।  ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ, ବୟସ ସୀମା ୧୦ ବର୍ଷ ପର୍ଯ୍ୟନ୍ତ କୋହଳ […]

corona-khabar
ପୁଣି ଡରାଇଲା କରୋନା: ଜାଣନ୍ତୁ ମାତ୍ର ୨୪ ଘଂଟାରେ କେତେ ଆକ୍ରାନ୍ତ ହେଲେ ଚିହ୍ନଟ...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୮୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୯ ଜଣ ସଂଗରୋଧ କେନ୍ଦ୍ରରୁ ଅର୍ଥାତ୍‌ କ୍ୱାରେଣ୍ଟାଇନ୍‌ ସେଂଟରରୁ ଚିହ୍ନଟ ହୋଇଥିବା ବେଳେ ୩୫ ଜଣ ସ୍ଥାନୀୟ ସଂକ୍ରମିତ ଅର୍ଥାତ୍‌ ଲୋକାଲ କେସ ବୋଲି ସୂଚନା ରହିଛି

pandian-naveen
କାହିଁକି ନବୀନ ନିବାସରୁ ଆଲୋଚନା ଲାଗି ବାହାରି ଆସିଲେ ନବୀନ? ସେପଟେ ସାଙ୍ଗରେ ଆସିଥିଲେ ପାଣ୍ଡିଆନ୍‌

ବିଧାନସଭା ଅଚଳକୁ ନେଇ ନବୀନ ନିବାସ ସମ୍ମୁଖରେ ଆଜି ଦେଖିବାକୁ ମିଳିଥିଲା ହାଇଡ୍ରାମା। ରାଜ୍ୟ ରାଜନୀତିରେ ପ୍ରଥମ ଥର ପାଇଁ ଘଟିଛି ଏଭଳି କିଛି ଘଟଣା ଯାହାକୁ ନେଇ ଆଜି ଚର୍ଚ୍ଚା ଚାଲିଛି। ନବୀନ ନିବାସ ସମ୍ମୁଖରେ ବିଜେପି ବିଧାୟକଙ୍କ ଧାରଣା ଓ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନାକୁ ସରଗରମ ହୋଇଛି ରାଜ୍ୟ ରାଜନୀତି