Advertisment

International No Diet Day 2024: ଆପଣ ଡାଏଟିଂ କରୁଛନ୍ତି କି, ହୋଇପାରେ ମୁଣ୍ଡ ବିନ୍ଧା-କିଡ୍‌ନୀ ଷ୍ଟୋନ୍; ଜାଣନ୍ତୁ କାରଣ...

ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ ଠିକ୍ ଭାବେ ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଭଳି ପରିସ୍ଥିତିରେ ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ଫିଟ୍ ରହିବା ପାଇଁ ସେମାନଙ୍କର ଖାଦ୍ୟକୁ ନିୟନ୍ତ୍ରଣ କରନ୍ତି। ଏହା ବେଳେବେଳେ ସେମାନଙ୍କ ପାଇଁ କାଳ ହୋଇଥାଏ।

author-image
Pramod Behera
ଅଦ୍ୟତନ ହୋଇଛି
International No Diet Day 2024

Over dieting can cause serious health problem

ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ ଠିକ୍ ଭାବେ ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଭଳି ପରିସ୍ଥିତିରେ ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ଫିଟ୍ ରହିବା ପାଇଁ ସେମାନଙ୍କର ଖାଦ୍ୟକୁ ନିୟନ୍ତ୍ରଣ କରନ୍ତି। ସେମାନେ ନିଜର ଅନେକ ପ୍ରିୟ ଜିନିଷ ଖାଇବା ଛାଡି ଦିଅନ୍ତି।

Advertisment

ବିଶ୍ୱରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଓଜନ ହ୍ରାସ କରିବାକୁ, ଫିଟ୍ ରହିବାକୁ କିମ୍ବା କୌଣସି ପ୍ରକାର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାକୁ ଡାଏଟ୍ ପାଳନ କରନ୍ତି। ଏମାନେ ମନ ଖୋଲା ଖାଆନ୍ତି ନାହିଁ। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ମେ ମାସରେ ‘ଆନ୍ତର୍ଜାତୀୟ ନୋ ଡାଏଟ୍ ଦିବସ’ ପାଳନ କରାଯାଏ।

ଅଧିକ ପଢ଼ନ୍ତୁ: ମାନନ୍ତୁ ୭ ଦିନିଆ ଏହି ଡାଏଟ୍ ପ୍ଲାନ୍, ହେଇଯିବ ମୋଟାପଣ ଗାଏବ...

ଏହି ଦିନ ସେହି ଲୋକମାନଙ୍କ ପାଇଁ ଉତ୍ସର୍ଗୀକୃତ, ଯେଉଁମାନେ ଓଜନ ହ୍ରାସ କରିବାକୁ ଡାଏଟରେ ରୁହନ୍ତି। ଏହି ଦିନର ଉଦ୍ଦେଶ୍ୟ ହେଉଛି ସେହି ଲୋକଙ୍କୁ ଡାଏଟିଂର କଠୋର ନିୟମରୁ ମୁକ୍ତ କରିବା ଏବଂ ସେମାନଙ୍କୁ ନିଜ ପସନ୍ଦର ଜିନିଷ ଖାଇବାକୁ ଉତ୍ସାହିତ କରିବା। ପ୍ରତିବର୍ଷ ସମଗ୍ର ବିଶ୍ୱରେ ମେ’ ୬ରେ ‘ଆନ୍ତର୍ଜାତୀୟ ନୋ ଡାଏଟ୍ ଦିବସ’ ପାଳନ କରାଯାଏ।

Advertisment

ଇତିହାସ:

୧୯୯୨ ମସିହାରେ ବ୍ରିଟିଶ ମହିଳା ମେରୀ ଇଭାନ୍ସଙ୍କ ଦ୍ୱାରା ‘ଆନ୍ତର୍ଜାତୀୟ ନୋ ଡାଏଟ୍ ଦିବସ’ ଆରମ୍ଭ ହୋଇଥିଲା। ମେରୀ ଇଭାନ୍ସ ୧୯୯୨ରେ ଏହି ଦିନ ଡାଏଟ୍ ବ୍ରେକର୍ସ ନାମକ ଏକ ଗୋଷ୍ଠୀ ପ୍ରତିଷ୍ଠା କରିଥିଲେ। ଏହି ଗୋଷ୍ଠୀ ପ୍ରତିଷ୍ଠା କରିବାର ଉଦ୍ଦେଶ୍ୟ ଥିଲା ଲୋକଙ୍କ ମଧ୍ୟରେ ବାର୍ତ୍ତା ବିସ୍ତାର କରିବା ଯେ ସେମାନଙ୍କ ଶରୀର ଯେମିତି ଅଛି ସେମିତି ହିଁ ଭଲ, ସେମାନେ ନିଜ ଶରୀରରକୁ ଆପଣେଇବା ଉଚିତ।

ମେରୀ ଇଭାନ୍ସ ନିଜେ ଆନୋରେକ୍ସିଆ ଭଳି ରୋଗରେ ପୀଡିତ ଥିଲେ। ତେବେ ଏହି ରୋଗରେ ଶରୀରର ଓଜନ ବୃଦ୍ଧି ହେବାର ଆଶଙ୍କା ବଢିଥାଏ। ସେହିଭଳି, ଆନୋରେକ୍ସିଆରେ ପୀଡିତ ଲୋକମାନେ ସେମାନଙ୍କର ଓଜନ ହ୍ରାସ କରିବା ପାଇଁ ବିଭିନ୍ନ ପଦ୍ଧତି ଅବଲମ୍ବନ କରନ୍ତି। ଏପରି ପରିସ୍ଥିତିରେ, ମେରି ଇଭାନ୍ସ ଏହି ବିଶେଷ ଦିନ ଅର୍ଥାତ ‘ଆନ୍ତର୍ଜାତୀୟ ନୋ ଡାଏଟ୍ ଦିବସ’ ଆୟୋଜନ କରିଥିଲେ। ସେବେଠାରୁ ଏହି ଦିନ ପ୍ରତିବର୍ଷ ପାଳନ କରାଯାଏ।

ଉଦ୍ଦେଶ୍ୟ:

ଆଜିର ଯୁଗରେ, ଡାଏଟିଂର ଆବେଗ ଲୋକଙ୍କୁ ଅନେକ ରୋଗର ଚକ୍ରବ୍ୟୁହକୁ ଟାଣିନେଉଛି। ଆବଶ୍ୟକତାରୁ ଅଧିକ କ୍ୟାଲୋରୀ ହ୍ରାସ କରିବାର ଏହି ପ୍ରୟାସରେ ନିମ୍ନ ରକ୍ତଚାପ, ହୃଦ୍‌ରୋଗ, ଟାଇପ୍-୨ ମଧୁମେହ ଭଳି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ଏପରି ପରିସ୍ଥିତିରେ ‘ଆନ୍ତର୍ଜାତୀୟ ନୋ ଡାଏଟ୍ ଡେ’ ମାଧ୍ୟମରେ ଲୋକଙ୍କୁ ବାର୍ତ୍ତା ଦିଆଯାଏ ଯେ ସେମାନେ ନିଜର ପ୍ରକୃତିଦତ୍ତ ଶରୀରକୁ ଭଲ ପାଇବା ଉଚିତ।

ଧୀମା ମେଟାବୋଲିଜିମ୍:

ଆମେରିକାର ସ୍ୱାସ୍ଥ୍ୟ ଏଜେନ୍ସି ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହେଲ୍‌ଥ୍ ଦ୍ୱାରା କରାଯାଇଥିବା ଅନୁସନ୍ଧାନ ଅନୁଯାୟୀ, ଅତ୍ୟଧିକ ଡାଏଟିଂ ମେଟାବୋଲିକ୍ ସିଷ୍ଟମ ଉପରେ ଖରାପ ପ୍ରଭାବ ପକାଇଥାଏ। ଏହି କାରଣରୁ ଆମର ମେଟାବୋଲିଜିମ୍ ମନ୍ଥର ହୋଇଯାଏ।

ମୁଣ୍ଡବିନ୍ଧା:

ମାସ ମାସ ଧରି ଡାଏଟିଂ କରିବା ମଧ୍ୟ ମୁଣ୍ଡବିନ୍ଧାର କାରଣ ହୋଇପାରେ। ତେଣୁ ସତର୍କ ହେବା ଆବଶ୍ୟକ। ଡାଏଟିଂ ଦ୍ୱାରା ଶୀଘ୍ର ଓଜନ ହ୍ରାସ ହୁଏ ସତ କିନ୍ତୁ ପୋଷକ ତତ୍ତ୍ୱର ଅଭାବ ହୋଇଥାଏ।

ହଜମ ଶକ୍ତିରେ ପ୍ରଭାବ:

ଖାଦ୍ୟରେ କ୍ୟାଲୋରୀ ପରିମାଣ ହ୍ରାସ ହେତୁ ହଜମ ପ୍ରକ୍ରିୟା ଖରାପ ହେବାକୁ ଲାଗେ। ଶରୀରରେ ଯଦି ଫାଇବରର ଅଭାବ ହୁଏ ତେବେ କୋଷ୍ଠକାଠିନ୍ୟ, ଏସିଡିଟି ଏବଂ ଗ୍ୟାସ୍ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ।

କିଡ୍‌ନୀ ଷ୍ଟୋନ୍:

ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକରେ ରହିବା ହେତୁ କୋଲେଷ୍ଟ୍ରଲ କ୍ଷରଣ ହେବା ଆରମ୍ଭ ହୁଏ। ଏହି କାରଣରୁ, ଗଲ୍ ବ୍ଲାଡର୍‌ରେ କୋଲେଷ୍ଟ୍ରୋଲର ପରିମାଣ ବଢିବାରେ ଲାଗେ, ଫଳରେ ଷ୍ଟୋନ ହେବାର ଆଶଙ୍କା ମଧ୍ୟ ବଢିଯାଏ। ଏନେଇ ଜଣେ ବ୍ୟକ୍ତି ପେଟର ଉପର ଭାଗରେ ଏବଂ ପିଠିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

Healthy Diet Diets
Advertisment
Advertisment