• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

picnic-spot
'ପିକ୍‌ନିକ୍ ସ୍ପଟ୍‌ରେ ବଣଭୋଜି ଓ ମ୍ୟୁଜିକ୍ ବଜାଇବା ମନା'

ବ୍ରହ୍ମପୁର: କରୋନାର ଦ୍ୱିତୀୟ ପ୍ରବାହକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ବୈଠକ। ଦ୍ୱିତୀୟ ପ୍ରବାହ ରୋକିବାକୁ ସତର୍କତା ଅବଲମ୍ବନ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। କରୋନା ନିୟମ ମାନିବାକୁ ପ୍ରଥମେ ସଚେତନତା ଓ ପରେ ଚଢାଉ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଏଥିରେ କଣ ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ:- ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ପହିଲା ଯାଏଁ ସମସ୍ତ ମନ୍ଦିର ବନ୍ଦ ରହିବ। ପିକନିକ୍ ସ୍ପଟଗୁଡ଼ିକ ଲାଗି ମଧ୍ୟ ଗାଇଡ୍ ଲାଇନ୍ ଜାରି। ପିକ୍‌ନିକ୍ ସ୍ପଟରେ ବଣଭୋଜି […]

kjhh
ଆବୁ ଧାବିରେ ଆଜି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌, ଟସ୍‌ ଜିତି ଦିଲ୍ଲୀର ଫିଲ୍ଡିଂ ନିଷ୍ପତ୍ତି

ଆବୁ ଧାବି: ଚଳିତ ଆଇପିଏଲର ୫୫ତମ ମ୍ୟାଚ୍‌ରେ ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆରସିବି ଟିମ୍ ପ୍ରଥମେ ବ୍ୟାଟିଂଭାର ସମ୍ଭାଳିବ। ପ୍ଲେଅଫରେ ସ୍ଥାନ ପକ୍କା କରିବା ପାଇଁ ଉଭୟ ଟିମ୍ ମଧ୍ୟରେ ଆଜି ଜୋରଜାର ଟକ୍କର ହେବ ବୋଲି ଆଶା କରାଯାଉଛି। ଏହି ମ୍ୟାଚ୍‌ରେ ଯେଉଁ ଟିମ୍‌ ଜିତିବ, ସେହି ଟିମ୍ […]

kjhhh
ପିଆଜ ପରେ ଏବେ ଆଳୁ ଚଡ଼କ ! ନିଇତି ବଜାରରେ ନୂଆ ନୂଆ ରେଟ୍

ଭୁବନେଶ୍ୱର: ବଜାରରେ ପରିବା ଦର ଆକାଶଛୁଆଁ ହୋଇଛି। ପିଆଜ ଦର ଖସୁନଥିବା ବେଳେ ଏବେ ଆଳୁ ଦରରେ ଲାଗିଲାଣି ନିଆଁ। ନିଇତି ବଜାରରେ ନୂଆ ନୂଆ ରେଟ୍‌ ମଧ୍ୟ ସ୍ଥିର ହେଉଛି। ଦେଢ଼ ମାସେ ତଳେ କିଲୋ ପିଛା ୨୦ରୁ ୨୫ଟଙ୍କା ଥିଲା, ଦୁଇ ଦିନ ତଳେ ୩୮ରୁ ୪୦ ହେଲେ ଆଜି କିଣିଲା ବେଳକୁ କେଉଁଠି ୪୨ ତ କେଉଁଠି ୪୫ ଟଙ୍କା। ଏବେ କାର୍ତ୍ତିକ ମାସ ଘରେ ଆମିଷ ପଶିବନି। ତେଣୁ ପରିବା ଉପରେ […]

vote-dam
ଭୋଟ୍ ଟକ୍କର: ୨୦୧୯ରେ କାହାର ଥିଲା କେତେ ଦମ୍ ?

ଭୁବନେଶ୍ୱର: ଏଥର ବାଲେଶ୍ୱରରେ ମୁଖ୍ୟତଃ ବିଜେଡିର ସ୍ୱରୂପ ଦାସ, ବିଜେପିର ମାନସ ଦତ୍ତ ଓ କଂଗ୍ରେସ୍‌ର ମମତା କୁଣ୍ଡୁଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଛି। ସେହିପରି ତିର୍ତ୍ତୋଲରେ ବିଜେଡିର ବିଜୟ ଶଙ୍କର ଦାସ, ବିଜେପିର ରାଜକିଶୋର ବେହେରା ଓ କଂଗ୍ରେସ୍‌ର ହିମାଂଶୁ ମଲ୍ଲିକଙ୍କ ମଧ୍ୟରେ ହେଉଛି ଲଢ଼େଇ। ୨୦୧୯ ନିର୍ବାଚନରେ ବାଲେଶ୍ୱରରେ ବିଜେପିର ମଦନ ମୋହନ ଦତ୍ତ ୧୩ ହଜାର ୪୦୬ ଭୋଟ୍‌ରେ ବିଜେଡିର ଜୀବନ ପ୍ରଦୀପ ଦାସଙ୍କୁ ହରାଇଥିଲେ। ଅନ୍ୟପକ୍ଷରେ ତିର୍ତ୍ତୋଲରେ ବିଜେଡିର ବିଷ୍ଣୁ ଦାସ ୪୦ […]

Konark
କ’ଣ ହେବ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ଦ୍ୱିତୀୟ କୋଣାର୍କର ସ୍ୱପ୍ନ ?

ଭୁବନେଶ୍ୱର: କ’ଣ ହେବ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ଦ୍ୱିତୀୟ କୋଣାର୍କର ସ୍ୱପ୍ନ ? କରୋନା ପୁରା ପରିବାରକୁ ଶୋକାକୂଳ ଅବସ୍ଥାକୁ ଠେଲି ଦେଇଛି । ଏଭଳି କଠିନ ସମୟରେ ଜେଜେଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ଦେବାକୁ ମନୋବଳ ଦୃଢ କରି ଆଗକୁ ଆସିଛନ୍ତି…

election
ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ଭୋଟ୍

ବାଲେଶ୍ୱର : ଉପନିର୍ବାଚନ ପାଇଁ ଆଜି ଭୋଟ୍ ଗ୍ରହଣ। ବାଲେଶ୍ୱର ଓ ତିର୍ତ୍ତୋଲରେ କୋଭିଡ୍ କଟକଣା ଭିତରେ ସକାଳ ୭ରୁ ସଂଧ୍ୟା ୬ଟା ଭିତରେ ମତଦାନ ହେବ। ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ସହ କୋଭିଡ୍ ଗାଇଡ୍‌ଲାଇନ୍ ଅନୁସାରେ ଭୋଟ୍ ଗ୍ରହଣ ହେବ। ପ୍ରତ୍ୟେକ ଭୋଟର୍‌ଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ମତଦାନ ପାଇଁ ଗୋଟିଏ ଲେଖାଏଁ ହ୍ୟାଣ୍ଡ ଗ୍ଲୋବସ୍ ପ୍ରଦାନ କରାଯିବ। ବାଲେଶ୍ୱରରେ ୩୪୬ ଓ ତିର୍ତ୍ତୋଲରେ ୩୭୩ଟି ବୁଥ୍ କରାଯାଇଛି।  ଏଥିପାଇଁ ୩ ହଜାର […]

election-1
୧୦ଟି ରାଜ୍ୟର ୫୪ଟି ବିଧାନସଭା ଆସନରେ ଆଜି ହେଉଛି ଉପନିର୍ବାଚନ

ନୂଆଦିଲ୍ଲୀ: ବିହାରରେ ନିର୍ବାଚନ ବ୍ୟତୀତ ଦେଶରେ ୧୦ଟି ରାଜ୍ୟର ୫୪ଟି ବିଧାନସଭା ଆସନରେ ଆଜି ଉପନିର୍ବାଚନ ହେଉଛି। ଏହା ମଧ୍ୟରୁ କେବଳ ମଧ୍ୟପ୍ରଦେଶରେ ୨୮ଟି ଆସନ ରହିଛି। କରୋନା ମହାମାରୀ ଭିତରେ ନିର୍ବାଚନ ହେଉଥିବାରୁ ଏଥି ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ସକାଳ ୭ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ଭୋଟ୍‌ଗ୍ରହଣ ପାଇଁ ସମୟ ଧାର୍ଯ୍ୟ ହୋଇଛି। ଛତିଶଗଡ଼, ନାଗାଲାଣ୍ଡ ଓ ଝାଡ଼ଖଣ୍ଡରେ ମତଦାନ ସମୟ ଭିନ୍ନ ରହିଛ॥ ତେବେ ମତଦାନର ଶେଷ ଘଣ୍ଟାଏରେ କରୋନା ପଜିଟିଭ୍ ଭୋଟର […]

donald
ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ: ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ। ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ଡେମୋକ୍ରାଟିକ ପାର୍ଟିର ଜୋ ବାଇଡେନ।  ନିର୍ବାଚନ ପୂର୍ବରୁ ଉଭୟ ପ୍ରାର୍ଥୀଙ୍କ ମଧ୍ୟ ପ୍ରେସିଡେନ୍ସିଆଲ ଡିବେଟ ହୋଇଥିଲା। ଭୋଟରଙ୍କୁ ମନାଇବାକୁ ଉଭୟ ଭରପୁର ଉଦ୍ୟମ କରିଛନ୍ତି। ତେବେ ଆସନ୍ତା ବର୍ଷ ଜାନୁଆରୀ ୬ ତାରିଖରେ ଆମେରିକୀୟ କଂଗ୍ରେସର ବୈଠକ ହେବ। ଏଥିରେ ବିଦ୍ଧିବଦ୍ଧ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ନାଁ ଘୋଷଣା କରାଯିବ। ଭୋଟ ପୂର୍ବରୁ କରାଯାଇଥିବା ଜନମତ ସର୍ଭେରେ ବାଇଡେନ ଟ୍ରମ୍ପଙ୍କଠାରୁ  ବହୁ ଆଗରେ […]

pic-1
ମାଗଣାରେ ଯୁବପିଢିଙ୍କୁ ତାଲିମ ଦେଉଛନ୍ତି ଅବସରପ୍ରାପ୍ତ ସିଆଇଏସଏଫ୍ ଅଫିସର

ଯାଜପୁର: ଦୀର୍ଘଦିନ ଧରି ଦେଶର ସେବା କରିବା ପରେ ଏବେ ଯୁବପିଢିଙ୍କୁ ତାଲିମ ଦେବାରେ ବ୍ୟସ୍ତ ରହିଛନ୍ତି ଅବସରପ୍ରାପ୍ତ ସିଆଇଏସଏଫ୍ ଅଫିସର ଅଖତର ହୁସେନ ଖାଁ। ସେ ପ୍ରତିଦିନ ଯାଜପୁରର ବ୍ରହ୍ମବରଦା କଲେଜରେ ପ୍ରାୟ ୪୦ରୁ ସ୍ଥାନୀୟ ଯୁବକଙ୍କୁ ଫିଟନେସ ଟ୍ରେନିଂ ଦେଉଛନ୍ତି।  ଏଥିପାଇଁ କିନ୍ତୁ ସେ ଟଙ୍କାଟିଏ ବି ପାରଶ୍ରମିକ ନିଅନ୍ତି ନାହିଁ।  କେବଳ ଏତିକି ନୁହେଁ ସପ୍ତାହକୁ ୪ଦିନ ଯୁବକମାନଙ୍କୁ ଫିଟନେସ୍ ଟ୍ରେନିଂ ସହ ଗୋଟିଏ ଦିନ ଯୋଗ, ପ୍ରାଣାୟାମ ଶିଖାଇଥାନ୍ତି। ରବିବାର କିମ୍ବା […]

america
କେମିତି ହୋଇଥାଏ ଆମେରିକା ରାଷ୍ଟ୍ରପତି ନିବାର୍ଚନ ?

ୱାଶିଂଟନ: ସବୁଠୁ ଶକ୍ତିଶାଳୀ ଓ ବିକଶିତ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଉପରେ ସାରା ବିଶ୍ୱର ନଜର ରହିଥାଏ। ଆମେରିକାରେ କେଉଁ ଦଳ କ୍ଷମତା ହାତେଇବ ଏବଂ କିଏ ରାଷ୍ଟ୍ରପତି ହେବ ସମସ୍ତେ ଚାହିଁ ବସିଥାନ୍ତି। କାରଣ ତା ଉପରେ ଆମେରିକାର ଭବିଷ୍ୟତ ଏବଂ ଅନ୍ୟ ଦେଶ ପ୍ରତି ଆଭିମୁଖ୍ୟ କିଭଳି ରହିବ, ତାହା ନିର୍ଭର କରିଥାଏ । ତେବେ ଆମେରିକାବାସୀ ସିଧାସଳଖ ନିଜ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିନଥାନ୍ତି । ସେଠାରେ ପରୋକ୍ଷ ନିର୍ବାଚନ ହୋଇଥାଏ । […]

cricket
ଦିନେ ଆତଙ୍କୀ ଗଡ଼ ଥିଲା ହଣ୍ଡଓ୍ୱାରା, ହେଲେ ଆଜି ହିଂସା ବଦଳରେ ଶାନ୍ତି ଖୋଜୁଛନ୍ତି ଯୁବଗୋଷ୍ଠୀ

ଶ୍ରୀନଗର: ଧାରା ୩୭୦ ଉଚ୍ଛେଦ ହେବା ପରେ ବିକାଶ ଦିଗରେ ଆଗେଇ ଚାଲିଛି ଜାମ୍ମୁ ଓ କାଶ୍ମୀର । ଦିନେ ଆତଙ୍କବାଦୀଙ୍କ ଗଡ଼ ଥିଲା ହଣ୍ଡଓ୍ୱାରା। ହେଲେ ଆଜି ସେଠି ସ୍ଥିତି ବଦଳିଛି । ଯୁବ ପିଢ଼ିଙ୍କ ନିକଟତର ହେବା ପାଇଁ ଉଦ୍ୟମ ଜାରି କରିଛି ସେନା। ବିଭିନ୍ନ ଉନ୍ନୟନମୂଳକ କାମ ସହ ଏଠାରେ ସେନା ପକ୍ଷରୁ ୟୁନିଟ୍ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ କରାଯାଇଛି। ଏଥିରେ ଆଖପାଖର ୨୪ଟି ଟିମ୍ ଅଂଶଗ୍ରହଣ କରିଥିଲେ। ଏହା ଫଳରେ ସେନା […]

fir
ମାଲକାନଗିରି ଜିଲ୍ଲାପାଳଙ୍କ ବିରୋଧରେ ଏସଡିଜେଏମ କୋର୍ଟରେ ମାମଲା ରୁଜୁ

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳଙ୍କ ନାଁରେ ଏକ  ମାମଲା ରୁଜୁ ହୋଇଛି। ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ ତାଙ୍କ ନାମରେ ଏହି କେସ୍‌ ରୁଜୁ କରାଯାଇଛି। ଦେବ ନାରାୟଣ ପଣ୍ଡାଙ୍କ ପତ୍ନୀ ବନଜା ପଣ୍ଡା ମାଲକାନଗିରି ଏସଡିଜେଏମ…

vote
ଦେଶରେ ୫୪ଟି ବିଧାନସଭା ଆସନରେ ଚାଲିଛି ଉପନିର୍ବାଚନ

ପାଟ୍‌ନା: ବିହାର ନିର୍ବାଚନ ବ୍ୟତୀତ ଦେଶରେ ୧୦ଟି ରାଜ୍ୟର ୫୪ଟି ବିଧାନସଭା ଆସନରେ ଆଜି ଉପନିର୍ବାଚନ ହେଉଅଛି ।ଏହା ମଧ୍ୟରୁ କେବଳ ମଧ୍ୟପ୍ରଦେଶରେ ୨୮ଟି ଆସନ ରହିଛି । କରୋନା ମହାମାରୀ ଭିତରେ ନିର୍ବାଚନ ହେଉଥିବାରୁ ଏଥି ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ସକାଳ ୭ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ପାଇଁ ସମୟ ଧାର୍ଯ୍ୟ ହୋଇଛି । ଛତିଶଗଡ଼, ନାଗାଲାଣ୍ଡ ଓ ଝାଡ଼ଖଣ୍ଡରେ ମତଦାନ ସମୟ ଭିନ୍ନ ରହିଛି । ତେବେ ମତଦାନର […]

hati-pic
ହାତୀ ପାଇଁ ନାହିଁ ପାଣ୍ଠି

ଭୁବନେଶ୍ୱର: ହାତୀ-ମଣିଷ ବିବାଦର ସମାଧାନ ସହ ହାତୀ ଉପଦ୍ରବ ରୋକିବାକୁ ବନ ବିଭାଗ କରିଥିବା ଯୋଜନା ପୂର୍ଣ୍ଣକ୍ଷମ ହେବାରେ ପାଣ୍ଠି ସାଜିଛି ବାଧକ। ବିଶେଷ କରି ପଡ଼ୋଶୀ ରାଜ୍ୟରୁ ଓଡିଶାକୁ ପଶି ଆସୁଥିବା ହାତୀ ଅନେକ ସ୍ଥାନରେ ଧନ ଜୀବନ ହାନିର ପ୍ରମୁଖ କାରଣ ସାଜୁଛନ୍ତି।  ତେବେ ରାଜ୍ୟର ସ୍ଥିତି ଏଥର କୌଣସି ନୂଆ ନୁହେଁ, ବରଂ ପୂର୍ବ ବର୍ଷ ଭଳି ସମାନ ରହିଥିବା କହିଛନ୍ତି ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ। କେତେବେଳେ ଗାଁରେ ତ କେତେବେଳେ […]

money
ଟଙ୍କା ବାଣ୍ଟୁଥିବାବେଳେ ମହିଳାଙ୍କୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ

ବାଲେଶ୍ୱର: ବାଲେଶ୍ୱରରେ ଆଜି ଭୋଟ୍ ଚାଲିଥିବା ବେଳେ ଭୋଟରଙ୍କୁ  ଟଙ୍କା ବାଣ୍ଟିବା ଅଭିଯୋଗ ହୋଇଛି।  ଜଣେ ମହିଳାଙ୍କୁ ଅଟକ ରଖି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ। ମହିଳା ଜଣକ ୧ ନଂ ଓ୍ୱାର୍ଡ ଆଦିବାସୀ ସାହିରେ ଟଙ୍କା ବାଣ୍ଟୁଥିବା ଅଭିଯୋଗ କରାଯାଇଛି। କିଛି ସମର୍ଥକଙ୍କ ସହ ଆସି ଜଣେ ମହିଳା ଟଙ୍କା ବାଣ୍ଟିଥିବା ଅଭିଯୋଗ ହୋଇଥିଲା। ସ୍ଥାନୀୟ ଲୋକେ ମହିଳାଙ୍କୁ ଧରି ସଦର ଥାନା ପୋଲିସ ଜିମା ଦେଇଥିଲେ। ମହିଳା ଜଣକ ମୟୂରଭଞ୍ଜରୁ ଆସିଥିବା ସୂଚନା ମିଳିଛି।

amitabh-bachan
ବାଘ ସହ ଲଢିଥିଲେ ବିଗ୍‌ ବି

ମୁମ୍ବାଇ: ହିନ୍ଦୀ ସିନେମାରେ ଦୀର୍ଘ ୫୦ ବର୍ଷ ପୂରଣ କରିଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ଅନେକ ସମୟରେ ଏହି ଦୀର୍ଘ ଦିନର ଅଭିନୟର ଯାତ୍ରା ମଧ୍ୟରେ ଘଟିଥିବା ଖଟା ମିଠା ଅନୁଭୂତିକୁ ବାଣ୍ଟନ୍ତି ବିଗ୍‌ ବି। ପ୍ରଶଂସକଙ୍କୁ ପୁରୁଣା କାହାଣୀ ଶୁଣାଇବାକୁ ସେ ଭଲ ପାଆନ୍ତି। ନିକଟରେ ଅମିତାଭ ୧୯୭୭ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଖୁନ୍‌ ପସିନା’ର ଶୁଟିଂ ସମୟରେ ଏକ ଫଟୋ ଶେଆର କରିଥିଲେ। ଫଟୋରେ ଅମିତାଭ ବଚ୍ଚନ ଏକ ଜ୍ୟାକେଟ ପିନ୍ଧିଥିବାର ଦେଖିବାକୁ […]

rd
ପ୍ରକାଶ ପାଇଲା ରମାଦେବୀ ବିଶ୍ୱବିଦ୍ୟାଳୟ ଟପ୍ପର ତାଲିକା

ଭୁବନେଶ୍ୱର: ବିବାଦ ପରେ  ରମାଦେବୀ ବିଶ୍ୱବିଦ୍ୟାଳୟ ଟପ୍ପର ତାଲିକା ପ୍ରକାଶ ପାଇଛି। UG ଓ PG ବର୍ଗର ଟପ୍ପର ତାଲିକା  ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି। UGରେ ସୁଶ୍ରୀ ଶୁଭସ୍ମିତା ନାୟକ ବେଷ୍ଟ ଗ୍ରାଜୁଏଟ ହୋଇଛନ୍ତି। ସୂଚନାଥାଉ କି, ଅକ୍ଟୋବର ୩୦ରେ UG ଓ PG ରେଜଲ୍ଟ ପ୍ରକାଶ ପାଇଥିଲା। ତେବେ ଟପ୍ପର ତାଲିକା ପ୍ରକାଶ ପାଇ ନଥିବାରୁ ଛାତ୍ର ସଂଗଠନ ପ୍ରତିବାଦ କରିଥିଲେ।

corona
୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୨୦୧ କରୋନା ପଜିଟିଭ

ଭୁବନେଶ୍ୱର:ରାଜ୍ୟରେ ୨୪ ଘଣ୍ଟାରେ ୧୨୦୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରୁ ୬୯୭ କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବାବେଳେ ୫୦୪ ଲୋକାଲ କେସ ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ୨୯୪,୪୧୫ ରେ ପହଞ୍ଚିଥିବାବେଳେ ୨,୭୯,୦୯୧ଜଣ ସୁସ୍ଥ ହୋଇ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ଆକ୍ଟିଭ କେସ ଅଛି ୧୩, ୯୧୯। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୩୨ […]

ankita-lokhande
ବୟଫ୍ରେଣ୍ଡ ବିକିଙ୍କୁ କ୍ଷମା ମାଗିଲେ ଅଙ୍କିତା

ମୁମ୍ବାଇ: ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍‌ ତଥା ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ପୂର୍ବତନ ପ୍ରେମିକ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଅଙ୍କିତା ସୋଶାଲ୍‌ ମିଡିଆରେ ସୁଶାନ୍ତଙ୍କୁ ନ୍ୟାୟ ଦାବିରେ ଅନେକ ପୋଷ୍ଟ କରିଛନ୍ତି। କେତେବେଳେ ସୁଶାନ୍ତଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଇ ତ କେତେବେଳେ ସୁଶାନ୍ତଙ୍କ ଇଚ୍ଛା ପୁରଣ କରିବାକୁ ଯାଇ ଅଙ୍କିତା ଗଛ ଲଗାଇ ଖବର ପରିସରକୁ ଆସିଛନ୍ତି। ଏବେ ଅଙ୍କିତା ତାଙ୍କ ଇନ୍‌ଷ୍ଟାଗ୍ରାମ ପୋଷ୍ଟକୁ ନେଇ ଚର୍ଚ୍ଚାରେ […]

corona 1
ରାଜ୍ୟରେ ଆଖି ବୁଜିଲେ ୧୨ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଗତକାଲି କମିବା ପରେ ଆଜି ପୁଣି ବଢିଛି। ଗତ କାଲି ୯ ଆକ୍ରାନ୍ତଙ୍କ ମୃତ୍ୟ ଘଟିଥିବାବେଳେ  ରାଜ୍ୟରେ ୧୨ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧, ୩୫୨ ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ସୂଚନାଥାଉ କି, ଆଜି ରାଜ୍ୟରେ ନୂଆ ପଜିଟିଭଙ୍କ ସଂଖ୍ୟା ହ୍ରାସ ପାଇଛି। ଆଜି […]

Child-Tika
୧୨ରୁ ୧୮ ବୟସ୍କଙ୍କ ପାଇଁ ଲାଗିବ ବିନା ଛୁଞ୍ଚି ବାଲା କରୋନା କବଚ

ନୂଆଦିଲ୍ଲୀ: ୧୨ରୁ ୧୮ ବୟସ୍କଙ୍କ ପାଇଁ ଲାଗିବ ବିନା ଛୁଞ୍ଚି ବାଲା କରୋନା କବଚ । ଭାରତୀୟ କମ୍ପାନି ଜାଇଡସ୍ କାଡିଲା ଏହାର ତିନି ଡୋଜ୍ ବିଶିଷ୍ଟ ଜାଇକୋଭ୍-ଡି ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ଆଜି DCGIର ଅନୁମତି ମାଗିଛି ।…