ଭୁବନେଶ୍ୱର: ଦୀପାବଳି କଟକଣା ତଦାରଖ କରିବାକୁ ପର୍ଯ୍ୟବେକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପର୍ଯ୍ୟବେକ୍ଷକମାନଙ୍କୁ ଜିଲ୍ଲା ଗସ୍ତ କରି କଟକଣା ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କୋଭିଡ ପରିଚାଳନା ସମୀକ୍ଷା ଅବସରରେ ପର୍ଯ୍ୟବେକ୍ଷକମାନଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି। କଟକଣା କଡ଼ାକଡ଼ି କାର୍ଯ୍ୟାକାରୀ ପାଇଁ ଜିଲ୍ଲାପାଳ ଓ ଏସ୍ପିମାନଙ୍କୁ ନିର୍ଦ୍ଦେଶ ହୋଇଛି। ରାଜ୍ୟରେ ଡିସେମ୍ବର ୨ୟ ସପ୍ତାହ ପରେ ୨ୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ରହିଛି। ଏଥିପାଇଁ ଆମକୁ ଏବେଠାରୁ ସତର୍କ ରହିବାକୁ ପଡ଼ିବ ବୋଲି […]
ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୧୫୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୮୨୦୭୩ ରେ ପହଞ୍ଚିଛି। ଆଜି ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୮୫ ଜଣ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ ୧୧୩, କଟକ ୧୦୨, ଜଗତସିଂହପୁର ୯୪, ଅନଗୁଳ ୮୯, ନୂଆପଡ଼ାରୁ ୭୦, ଝାରସୁଗୁଡ଼ା ୬୮, ସୁନ୍ଦରଗଡ଼ରୁ ୬୫, ବଲାଙ୍ଗୀର […]
ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ଲୁଟେରା। ଏଥର କିନ୍ତୁ ଔଷଧ ଦୋକାନରେ ପଶି କଳା କନା ବୁଲାଇଛନ୍ତି ଏହି ଲୁଟେରା। ଯାହାର ପୁରା ଭିଜୁଆଲ୍ ସିସିଟିଭିରେ କଏଦ ହୋଇଛି। ଭୁବନେଶ୍ୱର ବାଲିଅନ୍ତାରେ ଥିବା ଏକ ମେଡିସିନ୍ ଦୋକାନରେ ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ଲୁଟେରାମାନେ ପଶି ଲୁଟ୍ କରିଛନ୍ତି। ସିସିଟିଭିରେ କଏଦ ହୋଇଥିବା ଭିଜୁଆଲ୍ରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ, ଦୁଇ ଜଣ ଦୁବୃର୍ତ୍ତ ବାଇକ୍ରେ ଆସି ଦୋକାନ ବାହାରେ ପହଞ୍ଚିଥିଲେ। ପରେ ଏଥିରୁ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଏକାମ୍ର ଉଦ୍ୟାନ ନିକଟରେ ଥିବା ୨୦ ଏକର ଜଙ୍ଗଲ ଜମିରେ କଂକ୍ରିଟ ଜଙ୍ଗଲ ନିର୍ମାଣ ଯୋଜନାକୁ ବିରୋଧ କରିଛି ବିଜେପି। ଏହି ଉଦ୍ୟାନ ପରିସରରେ ଥିବା ୨୬ ଏକର ଜମିରୁ ୨୦ ଏକରରୁ ଅଧିକ ଜମି ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର ପାଇଁ ଉଦ୍ୟାନ ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇଛି। ତେବେ ଏହି ଜମିରେ ୧୧ ଶହ ଆମ୍ବଗଛକୁ ମିଶାଇ ୮ ହଜାରରୁ ଅଧିକ ଗଛ ଥିବାରୁ ଏସବୁ ଗଛ ବଳିପଡ଼ିଯିବା ନିଶ୍ଚିତ […]
ଭୁବନେଶ୍ୱର: ପରୀକ୍ଷା ସରିଲା, ଫଳ କେମିତି ହୋଇଛି, ସେ ନେଇ ଆରମ୍ଭ ହୋଇଗଲାଣି ଅଙ୍କ କଷା। ବାଲେଶ୍ୱର ଓ ତିର୍ତ୍ତୋଲରେ ଭୋଟ୍ ସରିବା ପରେ ଫଳାଫଳକୁ ନେଇ ଜୋର୍ ଧରିଛି ଚର୍ଚ୍ଚା। ଯଦିଓ ଉପନିର୍ବାଚନ ଫଳ ସେଭଳି କୌଣସି ଫରକ୍ ପକାଇବ ନାହିଁ, ତଥାପି ଆଗକୁ ରାଜ୍ୟ ରାଜନୀତି କେଉଁ ଦିଶା ନେବ ସେନେଇ ସଂଙ୍କେତ ଦେଇପାରେ। ଉଭୟ ବିଜେଡି ଓ ବିଜେପି ଦୁଇଟି ଯାକ ସିଟ୍ ଜିତିବେ ବୋଲି ଦାବି କରୁଥିବା ବେଳେ କଂଗ୍ରେସ୍ କିନ୍ତୁ […]
ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ନଭେମ୍ବର ୨୦ରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ଅଧିବେଶନର ପ୍ରଥମ ଦିନରେ ଅର୍ଥାତ ନଭେମ୍ବର ୨୦ ତାରିଖରେ ଆଗତ ହେବ ଚଳିତ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ। ଏହାପରେ ନଭେମ୍ବର ୨୬, ୨୭, ୨୮ ଯାଏଁ ତିନିଦିନ ଧରି ଅତିରିକ୍ତ ବଜେଟ ଖର୍ଚ୍ଚଦାବି ଉପରେ ଆଲୋଚନା ହେବ। ଏହାପରେ ଅର୍ଥାତ […]
ଭୁବନେଶ୍ୱର: ଗୋଟିଏ କି ଦୁଇଟି ନୁହେଁ, ନବୀନ ସରକାର ଅମଳରେ ପାଞ୍ଚ ପାଞ୍ଚଟି ମେଗା ଜମି ଦୁର୍ନୀତିର ଅଭିଯୋଗ ଆସିଛି। ତଥ୍ୟ ଭିତ୍ତିକ ପ୍ରମାଣ ସହ ଏଭଳି ସଂଗୀନ ଅଭିଯୋଗ ଆଣି ଆଜି ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ। ପ୍ରଦୀପ କହିଛନ୍ତି-ଟ୍ୱିନସିଟିରେ ଇଚ୍ଛାଧୀନ କୋଟାରେ ଘର ଓ ପ୍ଳଟ୍ ସ୍କାମରୁ ଗୋଟିଏ ବି ଜମି ସରକାରୀ ଖାତାକୁ ଫେରିନି। ପ୍ରାୟ ୨୦ ହଜାର କୋଟିର ଜମି ଦୁର୍ନୀତିକୁ ଚାପି […]
ଭୁବନେଶ୍ୱର: ରାଜଧାନୀରେ ଜଣେ ଓଏଏସ ଅଧିକାରୀଙ୍କ ଘରେ କାମ କରୁଥିବା ଆଦିବାସୀ ନାବାଳିକା ଅନ୍ତଃସତ୍ତ୍ୱା ହେବା ଅଭିଯୋଗରେ ପୋଲିସର ତନାଘନା ଆରମ୍ଭ କରିଛି। ଯାଜପୁର ବାଲିଚନ୍ଦ୍ରପୁର ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ପୀଡ଼ିତାଙ୍କ ଡାକ୍ତରୀ ମାଇନା ସହ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ବୟାନ ରେକର୍ଡ କରିଛି ପୋଲିସ। ପୀଡିତା ଜଣଙ୍କ ପ୍ରଶାସନିକ ଅଧିକାରୀଙ୍କ ଘରେ ଘରୋଇ ସହାୟିକା ଭାବେ କାମ କରୁଥିଲେ। ତେବେ ସଂପୃକ୍ତ ଅଧିକାରୀଙ୍କ ଶ୍ୱଶୁରଙ୍କ ଦ୍ୱାରା […]
ନୂଆଦିଲ୍ଲୀ: କରୋନା କାରଣରୁ ଏବେ ବିଭିନ୍ନ କମ୍ପାନୀର କର୍ମଚାରୀ ହୁଅନ୍ତୁ ବା ଘରେ ରହୁଥିବା ବ୍ୟକ୍ତି, ସମସ୍ତେ ଇଣ୍ଟରନେଟ୍ର ବହୁଳ ବ୍ୟବହାର କରୁଛନ୍ତି। ଯାହା ଫଳରେ ସାଧାରଣ ରିଚାର୍ଜରେ ଡାଟା ଖୁବ୍ କମ୍ ମିଳୁଥିବାରୁ ବ୍ୟବହାରକାରୀ ଅସନ୍ତୁଷ୍ଟ ହେଉଛନ୍ତି। ଏହାଛଡ଼ା ଓଟିଟି ପ୍ଲାଟଫର୍ମର ଅଧିକ ବ୍ୟବହାର କାରଣରୁ ଡାଟା ସରିଯାଉଛି। ତେଣୁ ଗ୍ରହାକଙ୍କ ସୁବିଧା ପାଇଁ ସ୍ପୀଡ୍ ଇଣ୍ଟରନେଟ୍ ସହ ଅଧିକ ଡାଟା ଖୁବ୍ କମ୍ ଦାମ୍ରେ ଯୋଗାଇ ଦେଉଛନ୍ତି କିଛି ବଡ଼ ବଡ଼ କମ୍ପାନୀ। ସେମାନଙ୍କ […]
ରାଜ୍ୟରେ କୋଭିଡ୍ ମୃତ୍ୟୁ ସଂଖ୍ୟାକୁ ନେଇ ବିବାଦ ଲାଗି ରହିଥିବାବେଳେ ବିଜେଡି ଉପସଭାପତି ସୌମ୍ୟରଂଜନ ପଟ୍ଟନାୟକଙ୍କ ସଂପାଦକୀୟ ଲେଖା ସରକାରଙ୍କ କୋଭିଡ୍ ପରିଚାଳନାର ଗୁମର ଖୋଲିଛି
କଟକ: କଟକ ତ୍ରିଶୁଳିଆ ନେତାଜୀ ସେତୁ ଉପରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଡମ୍ଫର ଓ କାର୍ ମୁହାଁମୁହିଁ ଧକ୍କା ହେବାରୁ କାର୍ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି। କଟକରୁ ଭୁବନେଶ୍ୱର ଯାଉଥିବା ଏକ ଡମ୍ଫର ସହ ବାରଙ୍ଗରୁ କଟକ ଆସୁଥିବା ଏକ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଖବରପାଇ କଟକ ଓ ବାରଙ୍ଗରୁ ଦୁଇଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। କାର୍ର କିଛି ଅଂଶ ଡମ୍ଫର ଭିତରେ ପଶି […]
ମୁମ୍ବାଇ: ରିପବ୍ଲିକ୍ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଓ ଆଉ ୨ ଜଣଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇର ଏକ କୋର୍ଟରେ ଅର୍ଣ୍ଣବ ଓ ଅନ୍ୟ ୨ଜଣଙ୍କୁ ହାଜର କରାଯାଇଥିଲା। ୫୩ ବର୍ଷୀୟ ଇଣ୍ଟେରିଅର୍ ଡିଜାଇନରଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ମାମଲାରେ ପୋଲିସ୍ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗତକାଲି ଗିରଫ କରିଥିଲା। ୨୦୧୮ରେ ଏହି ଆତ୍ମହତ୍ୟା ଘଟଣା ଘଟିଥିଲା। ଜାମିନ […]
ଭୁବନେଶ୍ୱର: ଡିସେମ୍ବର ଦ୍ୱିତୀୟ ସପ୍ତାହ ପରେ ଓଡ଼ିଶାକୁ ପୁଣି କରୋନା ସଂକ୍ରମଣ ଡର। ଏହି ସମୟ ବେଳକୁ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ଥିବାରୁ ଏବେଠୁ ସତର୍କ ରହିବାକୁ ପଡ଼ିବ ବୋଲି କୋଭିଡ୍ ମୁକାବିଲା କାର୍ଯ୍ୟକ୍ରମର ସମୀକ୍ଷା ବେଳେ ସତର୍କ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ଦ୍ୱିତୀୟ ସଂକ୍ରମଣକୁ ରୋକିବାକୁ ହେଲେ ମାସ୍କ, ସାମାଜିକ ଦୂରତା, ସାନିଟାଇଜେସନ୍ ଆଦି ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଗକୁ ଦୀପାବଳି ଆସୁଥିବାରୁ ଶୃଙ୍ଖଳା […]
ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ଏକ ଛୋଟ ଛୁଆର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଆପଣ ମଧ୍ୟ ଭିଡିଓଟି ଦେଖିଲେ ଚକିତ ହୋଇଯିବେ। ଚଳନ୍ତା ଟ୍ରେନ୍ ଭିତରେ ଏହି ଛୋଟ ଛୁଆଟି ସମସ୍ତଙ୍କୁ ଚକିତ କରିଦେଲା ଭଳି ଷ୍ଟଣ୍ଟ୍ ମାରୁଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି। ଛୁଆଟି ଚମତ୍କାର ଭାବେ ବ୍ୟାକ୍ଫ୍ଲିପ୍ (Backflip) ମାରୁଥିବା ନଜର ଆସୁଛି। ଭିଡିଓକୁ ଦେଖିବା ପରେ ସମସ୍ତେ ଛୁଆଟିର ଟ୍ୟାଲେଣ୍ଟକୁ ବେଶ୍ ପ୍ରଶଂସା କରିଛନ୍ତି। ଏହି ଷ୍ଟଣ୍ଟ୍ ଇନ୍ଷ୍ଟାଗ୍ରାମ ୟୁଜର ଆରିଫ୍ […]
ମୁମ୍ବାଇ: ଉଦିତ ନାରାୟଣଙ୍କ ପୁଅ ତଥା ଇଣ୍ଡିଆନ୍ ଆଇଡଲ୍ ହୋଷ୍ଟ ଆଦିତ୍ୟ ନାରାୟଣଙ୍କ ଘରେ ବିବାହ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଅଭିନେତ୍ରୀ ଶ୍ୱେତା ଅଗ୍ରୱାଲଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଆଦିତ୍ୟ। ନିକଟରେ ଦୁହିଁଙ୍କର ନିର୍ବନ୍ଧ ହୋଇଛି। ଯାହାର ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଫଟୋରେ ଆଦିତ୍ୟ ଧୂସର ସାର୍ଟ ଏବଂ ଡେନିମ୍ ପ୍ୟାଣ୍ଟ ପିନ୍ଧିଥିବାର ନଜର ଆସିଛନ୍ତି। ଶ୍ୱେତା ଗୋଲାପୀ ରଙ୍ଗର ସାଲୱାର ସୁଟରେ ବେଶ୍ ସୁନ୍ଦର ଦେଖାଯାଉଛନ୍ତି। ଆଦିତ୍ୟଙ୍କ ପାଖରେ […]
ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ୍ ଅନ୍ତର୍ଗତ ଭେଜନପାଲୀ ଗାଁରେ ଅଜଣା ରୋଗ ଆତଙ୍କ ଦେଖାଦେଇଛି। ଗତ ଦେଢ଼ ମାସ ମଧ୍ୟରେ ୫ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏବେ ବି ୧୦ରୁ ଅଧିକ ଲୋକ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ଅଛନ୍ତି। ରୋଗରେ ଆକ୍ରାନ୍ତ ଥିବା ଲୋକଙ୍କ ହାତଗୋଡ଼ ଫୁଲିବା ସହ ଶରୀର ଦୁର୍ବଳ ହୋଇ ପଡ଼ୁଛି। ଶେଷରେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଥିବା […]
ଭୁବନେଶ୍ୱର: ନ୍ୟୁଜ୍ ୧୮ ଓଡ଼ିଆର ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରଲୋକ ହୋଇଯାଇଛି। ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ କରୋନାରେ ଆକ୍ରାନ୍ତ ଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସା ପରେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ଘଟିନଥିଲା। ଶେଷରେ ଚିକିତ୍ସାଧିନ ଅବସ୍ଥାରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। କିଛି ଦିନ ତଳେ ପ୍ରବୀରଙ୍କ ବାପାଙ୍କର ପରଲୋକ ହୋଇଥିଲା।
ମୁମ୍ବାଇ: ବଲିଉଡ୍ର ଦକ୍ଷ ଅଭିନେତ୍ରୀ ତବୁ। ଦୀର୍ଘ ୪୦ବର୍ଷ ଧରି ହିନ୍ଦୀ ସିନେମା ଜଗତରେ କାମ କରି ଆସିଛନ୍ତି। ପ୍ରେମ୍, ଫିତୁର, ଭାରତ, ବିର୍ସାତ୍, ବିଜୟ ପଥ ଆଜି ଫିଲ୍ମରେ କାମ କରିଥିବା ତବୁ ଆଜି ଯାଏ ଅବିବାହିତ ଅଛନ୍ତି। ବ୍ୟକ୍ତିଗତ ଜୀବନକୁ ନେଇ କମ୍ ଆଲୋଚନା କରୁଥିବା ତବୁ କିନ୍ତୁ ତାଙ୍କ ବିବାହ ନକରିବା ପାଇଁ ବଲିଉଡ୍ ଅଭିନେତା ଅଜୟ ଦେବଗନକୁ ଦାୟୀ କରନ୍ତି। ଥରେ ଏକ ସାକ୍ଷାତକାରରେ ତବୁ କହିଥିଲେ, ଅଜୟ ଓ ସେ […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୩୮୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ରୁ ସର୍ବାଧିକ ୧୫୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୩୮୫ ଆକ୍ରାନ୍ତଙ୍କ ମଧ୍ୟରୁ ୭୯୮ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୫୮୭ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୯୭,୨୭୪ରେ ପହଞ୍ଚିଛି। Covid-19 Report […]
ଭୁବନେଶ୍ୱର: କରୋନା ନେଲା ଆଉ ୧୪ ଜଣଙ୍କ ଜୀବନ। ଗତକାଲି ୧୨ ଜଣ କରୋନାରେ ପ୍ରାଣ ହରାଇଥିବାବେଳେ ଆଜି ଏହି ସଂଖ୍ୟା ବୃଦ୍ଧି ପାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧, ୩୭୮ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ମୟୂରଭଞ୍ଜ ଓ ଭୁବନେଶ୍ୱରର ୩ ଜଣ ଲେଖାଏ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ସୂଚନାଥାଉକି, ଆଜି ରାଜ୍ୟରେ ନୂଆ ପଜିଟିଭଙ୍କ […]
ଭୁବନେଶ୍ୱର: କରୋନା ସ୍ଥିତିରେ ଦୀର୍ଘ ୭ ମାସରୁ ଅଧିକ ସମୟ ଧରି ବନ୍ଦ ରହିଛି ଯାତ୍ରା ପରିବେଷଣ। ଏହି ସମୟରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଅନେକ କଳାକାର। ରୋଜଗାର ଅଭାବରୁ ଯାତ୍ରା ଜଗତ ବୁଡ଼ିବାକୁ ବସିଲାଣି। ତେଣୁ ଆଗକୁ ଯାତ୍ରା ପରିବେଷଣ ପାଇଁ ସରକାର ଅନୁମତି ଦେବାକୁ ଧାରଣା ଦେଇଛନ୍ତି ଯାତ୍ରା ଜଗତର କଳାକାର। ଯାତ୍ରା କଳାକାର ରାନୀ ପଣ୍ଡାଙ୍କ ନେତୃତ୍ୱରେ କଳାକାରମାନେ ଭୁବନେଶ୍ୱର ପିଏମ୍ଜି ଛକରେ ଧାରଣା ଦେଇଥିଲେ। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ମଧ୍ୟ […]
ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ସୁଦ୍ଧା ଭାରତରେ ଉପଲବ୍ଧ ହୋଇପାରେ କରୋନା ଟିକା କୋଭାସିଲ୍ଡ । ଏହି ଟିକା ଅପେକ୍ଷାକୃତ କମ୍ ଦାମରେ ମିଳିପାରିବ ବୋଲି ଏହାର ପ୍ରସ୍ତୁତକର୍ତ୍ତା କମ୍ପାନୀ ସେରମ୍ ଇନଷ୍ଟିଚ୍ଯୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦର ପୁନାଓ୍ୱାଲା କହିଛନ୍ତି । ପୁଣେସ୍ଥିତ ଏହି ଫାର୍ମା କମ୍ପାନୀର ସିିିିିଇଓ ଏକ ସାକ୍ଷାତକାର ଅବସରରେ କହିଛନ୍ତି ଯଦି ଟିକା ଭୂତାଣୁ ବିରୋଧୀ ଓ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୁଏ ଏବଂ ନିୟନ୍ତ୍ରକ ସଂସ୍ଥା ଅନୁମତି ଦିଏ, ତେବେ ଏହା […]