• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

chora
ଦୁଇ ଗୁଣା ଟଙ୍କା ଦେବେ କହି ଠକୁଥିଲେ, ଶେଷରେ ଧରାପଡିଲେ

ଭୁବନେଶ୍ୱର: ଦୁଇ ଗୁଣା ଟଙ୍କା ଦେବେ କହି ଲୋକଙ୍କୁ ଠକୁଥିବା ଗୋଟିଏ ଗ୍ୟାଙ୍ଗର ୨ଜଣଙ୍କୁ ଭଦ୍ରକ ଜିଲ୍ଲା ବାସୁଦେବପୁର ପୋଲିସ ଗିରଫ କରିଛି। ଏହି ୨ ଜଣ ହେଲେ କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳର ପ୍ରିୟରଞ୍ଜନ ନାୟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅଞ୍ଚଳର ବିଜୟ ଦାସ। ଦୁହିଁଙ୍କ ପାଖରୁ ନଗଦ ଶହେ ଟଙ୍କିଆ ହିସାବରେ ୭୨ ହଜାର ୨୦୦ ଟଙ୍କା ଓ ୪୧୦୦ ଟଙ୍କାର ନକଲି ଶହେ ଟଙ୍କିଆ ନୋଟ୍ ଜବତ ହୋଇଛି। […]

covaxin
୨୦୨୧ ମଧ୍ୟଭାଗ ଆଡ଼କୁ ଆସିପାରେ କୋଭାକ୍ସିନ

ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନକୁ ବାହାର କରିବା ପାଇଁ ବିଶ୍ୱର ଅନେକ ଦେଶ ଲାଗିଛନ୍ତି। ଭାରତରେ ମଧ୍ୟ କୋଭାକ୍ସିନର ପରୀକ୍ଷଣ ଏବଂ ପ୍ରସ୍ତୁତି ଆଗେଇ ଚାଲିଛି। ଏହାକୁ ଭାରତ ବାୟୋଟେକ ନାମକ କମ୍ପାନୀ ବିକଶିତ କରୁଛି। ଭାରତ ବାୟୋଟେକ୍‌ ଏହି ଭ୍ୟାକ୍ସିନ୍‌କୁ ୨୦୨୧ର ମଧ୍ୟଭାଗ ଆଡ଼କୁ ବଜାରକୁ ଛାଡ଼ିବା ପାଇଁ ଯୋଜନା କରୁଥିବା ଜଣାପଡ଼ିଛି। ଯଦି ସରକାରଙ୍କ ତରଫରୁ ଅନୁମତି ମିଳେ ତେବେ ଏହା ଯୋଜନା ମୁତାବକ ସମୟ ମଧ୍ୟରେ ବଜାରକୁ ଛଡ଼ାଯାଇ ପାରିବ ବୋଲି ଭାରତ ବାୟୋଟେକ୍‌ର […]

crackers in diwali
‘କଟକରେ ବାଣ ଦୋକାନ ଖୋଲିବାକୁ ମିଳିବ ଅନୁମତି’

କଟକ: କଟକରେ ବାଣ ଦୋକାନ ଖୋଲିବାକୁ ମିଳିବ ଅନୁମତି। ଏନେଇ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ପୂର୍ବବର୍ଷ ଭଳି ଏଥର ମଧ୍ୟ କଟକରେ ବାଣ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ବୋଲି ଡିସିପି କହିଛନ୍ତି। କରୋନା କଟକଣାରେ ବାଣ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ। ଦୋକାନ ସାମ୍ନାରେ ସାମାଜିକ ଦୂରତା ଓ ମାସ୍କ ବାଧ୍ୟତାମୂଳକ ହେବ। କଟକରେ ଦୁର୍ଗାପୂଜା ଭଳି କାଳୀପୂଜା କୋଭିଡ୍‌ କଟକଣା ମଧ୍ୟରେ ହେବ। ଶାନ୍ତିଶୃଙ୍ଖଳା ପାଇଁ ୧୫ ପ୍ଲାଟୁନ୍‌ ଫୋର୍ସ ଓ […]

ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ ହୋଇଯାଇଛି। ଜଟଣୀ ସ୍ଥିତ ଘରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ରାଜୁ ମିଶ୍ରଙ୍କ ପରଲୋକ ନେଇ ପତ୍ନୀ ପ୍ରତିମା ମଞ୍ଜରୀ ମିଶ୍ର ସୂଚନା ଦେଇଛନ୍ତି। ଘରେ ବସି ଥିବାବେଳେ ହୃଦ୍‌ଘାତରେ ଟଳି ପଡ଼ିଥିଲେ ରାଜୁ ମିଶ୍ର। ସେ ଅନେକ ସୁପର ହିଟ୍ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶନା ଦେଇଛନ୍ତି। ‘ମମତା ମାଗେ ମୂଲ’, ‘ପୁଅ ମୋର କଳା ଠାକୁର’, ‘ସାଗର […]

beggar
କୋଟିପତି ମହିଳା ଭିକାରୀ: ୫ଟି ଘରର ମାଲିକାଣୀ, ବ୍ୟାଙ୍କ୍‌ ଆକାଉଣ୍ଟରେ ଦେଢ଼ କୋଟି ଟଙ୍କା

କାଇରୋ: ଆପଣ କେବେ ଭାବି ପାରିବେ ଜଣେ ଭିକାରୀ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇପାରିବେ।  ଇଜିପ୍ଟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ଭିକାରୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରେ ୧ କୋଟି ୪୨ ଲକ୍ଷ ଟଙ୍କା ଥିବା ଜଣାପଡ଼ିଛି। ୫୭ ବର୍ଷୀୟ ଏହି ମହିଳା ଭିକାରୀଙ୍କ ନାଁରେ ୫ଟି ଘର ମଧ୍ୟ ରହିଛି। gulfnews.com ରିପୋର୍ଟ ଅନୁସାରେ, ବ୍ୟାଙ୍କରେ ପ୍ରାୟ ଦେଢ କୋଟି ଟଙ୍କା ଥିବା ଏହି ମହିଳା ଭିକାରୀଙ୍କୁ ଗିରଫ କରାଯାଇ […]

hjk
ହାଥରସ ଘଟଣାରେ ଆସିଲା ଏସ୍‌ଆଇଟି ରିପୋର୍ଟ, ମାଜିଷ୍ଟ୍ରେଟ୍‌ଙ୍କ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

ଲକ୍ଷ୍ନୌ: ଗତ ସେପ୍ଟେମ୍ୱର ମାସରେ ଘଟିଥିବା ବହୁଚର୍ଚ୍ଚିତ ହାଥରସ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଏସ୍‌ଆଇଟି ଏହାର ରୋପର୍ଟ ଦେଇଛି। ଏହି ରିପୋର୍ଟ ୟୁପି ସରକାରଙ୍କୁ ଦିଆଯାଇଛି। ଯାହାକୁ କି ଆହ୍ଲାବାଦ ହାଇକୋର୍ଟରେ ଶୁଣାଣୀ ସମୟରେ ଦାଖଲ କରିଯିବାର ସମ୍ଭବନା ରିହିଛି। ହାଇକୋର୍ଟରେ ସୋମବାର ଏହି ଘଟଣାକୁ ନେଇ ଶୁଣାଣୀ କରାଯିବାର ଅଛି। ଯେଉଁଥିରେ କି ୟୁପି ସରକାର ନିଜ ପକ୍ଷ ରଖିବେ। କିନ୍ତୁ ବର୍ତ୍ତମାନ ଏସ୍‌ଆଇଟି ରିପୋର୍ଟକୁ ଆଧାର କରି ସ୍ଥାନୀୟ ଡିଏମ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ […]

salman
ରାତି ୩ଟାରେ ଐଶ୍ୱର୍ଯ୍ୟାଙ୍କ ଘର ବାହାରେ ଆତ୍ମହତ୍ୟା କରିବେ କହୁଥିଲେ ସଲମାନ୍‌

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ସଲମାନ ଖାନଙ୍କ ପ୍ରେମ କାହାଣୀ ବିଷୟରେ ପ୍ରାୟ ଲୋକ ଜାଣନ୍ତି। ଏକଦା ଦୁହିଁଙ୍କ ପ୍ରେମ କାହାଣୀକୁ ନେଇ ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚା ହେଇଥିଲା। ଦୁହିଁଙ୍କ ଯୋଡିକୁ ଲୋକମାନେ ପସନ୍ଦ କରୁଥିଲେ। କିନ୍ତୁ ଏହି ଯୋଡି କମ୍‌ ଦିନ ମଧ୍ୟରେ ଭାଙ୍ଗିଯାଇଥିଲା। ୧୯୯୯ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ସଲମାନ ଖାନ ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ ‘ହମ୍‌ ଦିଲ୍ଲ ଦେ ଚୁକେ ସନମ’ ପାଇଁ ଶୁଟିଂ କରୁଥିଲେ। ଏହି ଫିଲ୍ମର […]

ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା: ମେଡିକାଲ କଲେଜ ଅଧୀକ୍ଷକଙ୍କୁ ଠେଲାପେଲା ସହ ମାଡ଼ ମାରିଲେ ଲୋକେ

ବାରିପଦା: ରୋଗୀ ମୃତ୍ୟୁକୁ ନେଇ ବାରିପଦା ମେଡିକାଲ କଲେଜ ଅଧୀକ୍ଷକ ବୈକୁଣ୍ଠନାଥ ମହାପାତ୍ରଙ୍କୁ ଠେଲାପେଲା ସହ ମାଡ଼ ମରାଯାଇଥିବା ସୂଚନା ମିଳିଛି। ଚିକିତ୍ସାରେ ଅବହେଳା ଅଭିଯୋଗ ଆଣି ମେଡିକାଲ କଲେଜ ଅଧୀକ୍ଷକଙ୍କୁ ଉତ୍ତ୍ୟକ୍ତ ଲୋକେ ଠେଲାପେଲା କରିବା ସହ ମାଡ଼ ମାରିଛନ୍ତି। ଜଣେ ନାବାଳିକା ରୋଗୀଙ୍କ ମୃତ୍ୟୁରୁ ଏହି ଉତ୍ତେଜନା ସୃଷ୍ଟି ହୋଇଥିଲା। ଗତ ୩୦ ତାରିଖରେ ଶ୍ୟାମାଖୁଣ୍ଟା ବ୍ଲକର ସମ୍ପୃକ୍ତ ନାବାଳିକାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଥାଲାସେମିଆରେ ପୀଡ଼ିତ ନାବାଳିକାଙ୍କ ଆଜି ମୃତ୍ୟୁ ହୋଇଥିଲା। […]

deepa-op
୨୪ ରୁ ୪୦ ଘଣ୍ଟା ଜଳୁଛି ମାଟି ଦୀପ

ନୂଆଦିଲ୍ଲୀ: ଛତିଶଗଡର କୋଣ୍ଡାଗାଓନରେ ରହୁଥିବା କାରିଗର ଅଶୋକ ଚକ୍ରଧାରୀ ଏକ ମାଟି ଦୀପ ତିଆରି କରିଛନ୍ତି। ଯାହାକି ୨୪ ରୁ ୪୦ ଘଣ୍ଟା ପର୍ଯ୍ୟନ୍ତ ଲଗାତାର ଜଳୁଛି। ଏଥିପାଇଁ ତାଙ୍କୁ ଜାତୀୟ ମେରିଟ୍ ଆୱାର୍ଡ ସାଇଟେସନ୍ ମଧ୍ୟ ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ, ଅଶୋକ ଚକ୍ରଧାରୀ ବୃତ୍ତିରେ ଜଣେ କାରିଗର। ସେ ଏମିତି ଏକ ମାଟିର ଦୀପ କରିଛନ୍ତି ଯାହା ୨୪ ରୁ ୪୦ ଘଣ୍ଟା ପର୍ଯ୍ୟନ୍ତ ଲଗାତାର ଜଳୁଛି। ଅଶୋକଙ୍କ କହିବା ଅନୁଯାୟୀ, ୩୫ ବର୍ଷ […]

kjh
୧୬ ହଜାର ଫୁଟ୍‌ ପାହାଡ଼ ଉପରେ ଯବାନଙ୍କ ହେଲା ସର୍ଜରୀ; ସଫଳତା ପାଇଲେ ସେନା ଡାକ୍ତର

ନୂଆଦିଲ୍ଲୀ: ୧୬ ହଜାର ଫୁଟ୍‌ ଉଚ୍ଚରେ ଜଣେ ଯବାନଙ୍କର ଆପେଣ୍ଡିକ୍ସ ସର୍ଜରୀ କରି ଭାରତୀୟ ସ୍ଥଳ ସେନାର ଡାକ୍ତର ସଫଳତା ହାସଲ କରିଛନ୍ତି। ପୂର୍ବ ଲଦାଖର ଏକ ଫରୱାର୍ଡ ସର୍ଜିକାଲ ସେଣ୍ଟରରେ ଏହି ଅସ୍ତ୍ରୋପଚାର କରିଯାଇଥିଲା। ଖରାପ ପାଗ କାରଣରୁ ଅସୁସ୍ଥ ଯବାନଙ୍କୁ ଲଦାଖରୁ ଲେହକୁ ସ୍ଥାନାନ୍ତର କରାଯାଇ ପାରିନଥିଲା। ତେଣୁ ଫରୱାର୍ଡ ସେଣ୍ଟରରେ ତିନିଜଣିଆ ଡାକ୍ତରୀ ଦଳର ଗଠନ କରାଯାଇ ସଫଳତାର ସହ ଏହି ଅସ୍ତ୍ରୋପଚାର କରାଯାଇଛି। ଆପାତଃକାଳୀନ ଭାବେ ଏହି ସର୍ଜରୀ କରାଯାଇଥିଲା। ୧୬ […]

ten
ମହାପ୍ରସାଦ ସେବନକୁ ନେଇ ଜଗନ୍ନାଥପ୍ରେମୀ ଅସନ୍ତୋଷ

ପୁରୀ: ମହାପ୍ରସାଦ ଯୋଗାଣ ବ୍ୟବସ୍ଥାରେ ଅବ୍ୟବସ୍ଥା ହୋଇଥିବା ଅଭିଯୋଗ ହୋଇଛି। ଶ୍ରୀମନ୍ଦିରରେ ମହାପ୍ରସାଦ ବଣ୍ଟନ ହେଉଥିଲେ ମଧ୍ୟ ସେବନର କୌଣସି ବ୍ୟବସ୍ଥା ନଥିବାରୁ ଲୋକେ ଚେୟାର ଉପରେ ବସି ପ୍ରସାଦ ସେବନ କରୁଛନ୍ତି। କାର୍ତ୍ତିକ ମାସ ସାରା ସୁବିଧାରେ ମହାପ୍ରସାଦ ଯୋଗାଇ ଦେବାକୁ ପୁରୀ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ସୁଆର ଏବଂ ମହାସୁଆର ନିଯୋଗ ସହ ଆଲୋଚନା କରାଯାଇ ଶ୍ରୀମନ୍ଦିରର ଉତ୍ତର ଓ ଦକ୍ଷିଣଦ୍ୱାରରେ ୨ଟି ଅସ୍ଥାୟୀ ଟେଣ୍ଟ ନିର୍ମାଣ କରାଯାଇଛି। ଏହି ଟେଣ୍ଟରେ କେବଳ […]

khj
ଆଜିର ତାରିଖରେ ରୋହିତ କରିଥିଲେ ବିରଳ ରେକର୍ଡ

ନୂଆଦିଲ୍ଲୀ: ୨୦୧୩ ମସିହା ଆଜିର ଦିନ ଅର୍ଥାତ ନଭେମ୍ୱର ୨ ତାରିଖରେ ଭାରତର ଆଗଧାଡ଼ିର କ୍ରିକେଟ ତାରକା ରୋହିତ ଶର୍ମା ନିଜ ନାଁରେ ଏକ ରେକର୍ଡ ଯୋଡ଼ିଥିଲେ। ସେ ତୃତୀୟ ବ୍ୟାଟ୍ସମ୍ୟାନ ଭାବେ ଏହି ରେକର୍ଡ କରିଥିଲେ। ଜୁନ୍ ୧୮,୨୦୧୯ ପର୍ଯ୍ୟନ୍ତ ଯାହା ରେକର୍ଡ ରହିଛି, ୭ ବର୍ଷ ପୂର୍ବେ ଏହି ଦିନରେ ରୋହିତ ଶର୍ମା ଏକ ଓଡିଆଇ ଇନିଂସରେ ୧୬ ଟି ଛକା ମାରି ଅଷ୍ଟ୍ରେଲିଆ ବିପକ୍ଷରେ ୨୦୯ ସ୍କୋର କରିଥିଲେ। ମ୍ୟାଚ୍‌ଟି ବାଙ୍ଗାଲୋରରେ ଖେଳାଯାଇଥିଲା। […]

election
‘ସମସ୍ତ ଭୋଟରଙ୍କ ହେବ ଥର୍ମାଲ ସ୍କ୍ରିନିଂ’

ଭୁବନେଶ୍ୱର: ଆସନ୍ତାକାଲିର ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ସବୁ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ। ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି ପ୍ରେସମିଟରେ କହିଛନ୍ତି, ଆସନ୍ତାକାଲି ସକାଳ ୭ରୁ ସଂଧ୍ୟା ୬ଟା ଯାଏଁ ଭୋଟିଂ ହେବ। ବୁଥ୍ ସଂଖ୍ୟା ବଢ଼ିଛି, ଗୋଟିଏ ବୁଥ୍‌ରେ ୧ ହଜାର ଭୋଟର ଭୋଟ୍ ଦେବେ ବୋଲି ସେ ସୂଚନା ଦେଇଛନ୍ତି। ଭୋଟିଂ ପୂର୍ବରୁ ସମସ୍ତ ପୋଲିଂ ବୁଥ୍ ସାନିଟାଇଜ କରାଯିବ। ସମସ୍ତ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ ହେବ, ତାପମାତ୍ରା ଅଧିକ […]

birju
୨୫ ବର୍ଷ ଧରି ପାକିସ୍ତାନ‌ ଜେଲ୍‌ରେ ଥିଲେ ସୁନ୍ଦରଗଡ଼ର ବିରଜୁ

ରାଉଲକେଲା: ପ୍ରାୟ ୨୫ ବର୍ଷ ଧରି ନିଖୋଜ ଥିବା ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଜଙ୍ଗାଟୋଲି ଗାଁର ବିରଜୁ କୁଲୁ ପାକିସ୍ତାନରେ ଜେଲରେ ଥିଲେ ବୋଲି ଜଣାପଡ଼ିଛି। ସେ ଏବେ ପଞ୍ଜାବ ଅମୃତସରର ଏକ ହସ୍ପିଟାଲରେ ଅଛନ୍ତି କ୍ୱାରେଣ୍ଟିନ୍ ସମୟ ସାରିବା ପରେ ଘରକୁ ଫେରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ୨୫ ବର୍ଷ ପୂର୍ବରୁ ବିରଜୁ ରାଞ୍ଚିର ଏକ ହୋଟେଲରେ କାମ କରୁଥିବା ବେଳେ ହଠାତ କେଉଁଆଡେ ନିଖୋଜ ହୋଇଯାଇଥିଲେ ତେବେ ମାନସିକ ଅନଗ୍ରସର […]

vaccine
ଟିକା ପାଇଁ ନାଁ ଦେଲେଣି ୯୮ ପ୍ରତିଶତ

ଭୁବନେଶ୍ୱର: ଟିକା ପାଇଁ ସ୍ୱାସ୍ଥ୍ୟ ଓ ଅଙ୍ଗନବାଡ଼ି କର୍ମୀଙ୍କ ଡାଟା ଆହ୍ୱାନ ପ୍ରସଙ୍ଗରେ ଏଯାବତ ୯୮% ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡ଼ି କର୍ମୀ ତଥ୍ୟ ଦେଲେଣି। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ୩୬୮୩ ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟ ସଂସ୍ଥାରୁ ଡାଟା ମଗାଯାଇଥିଲା। ୩୪୬୩ ସଂସ୍ଥା ସେମାନଙ୍କ କର୍ମଚାରୀଙ୍କ ସଂପର୍କରେ ଡାଟା ଦେଇଛନ୍ତି। ମୋଟ ୩ ଲକ୍ଷ ୨୭୦୮ ଲୋକଙ୍କ ଡାଟା ଟାର୍ଗେଟ ରହିଛି। ଅକ୍ଟୋବର ୩୧ ସୁଦ୍ଧା ୨ […]