ଭୁବନେଶ୍ୱର: ରାଜଧାନରେ ବଢୁଛି ଡ୍ରଗ୍ସ କାରବାର। ରାଜଧାନୀଭୁବନେଶ୍ୱରରୁ ପୁଣି ଧରାପଡ଼ିଛି ବିପୁଳ ପରିମାଣର ଧଳା ଜହର। ବିଳମ୍ବିତ ରାତିରେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଚଢ଼ାଉ କରି ଏହି ବ୍ରାଉନସୁଗର ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ପ୍ରେସମିଟରେ କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ଦେଇ କହିଛନ୍ତି, ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ହେଉଛି ସେକ୍ ହସିମ ବକ୍ସ। ତାଙ୍କ ଠାରୁ ୧୧୭୦ […]
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ଲକ୍-୬ ଗାଇଡ୍ଲାଇନ୍ ଆଜି ଜାରି କରାଯାଇଛି। ନଭେମ୍ବର ପାଇଁ ଏହି ଅନ୍ଲକ୍-୬ ଗାଇଡ୍ଲାଇନ୍ ଜାରି ହୋଇଛି। ଏହି ଗାଇଡ ଲାଇନ ଅନୁସାରେ ରାଜ୍ୟରେ ନଭେମ୍ବର ୧୬ରୁ ସ୍କୁଲ୍ ଖୋଲିବ ବୋଲି କୁହାଯାଇଛି । ରାଜ୍ୟ ସରକାର ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ସ୍କୁଲ ଖୋଲିବା ପାଇଁ ଘୋଷଣା କରବା ପରେ BMC କମିଶନର ଭୁବନେଶ୍ୱରରେ ସ୍କୁଲ ଖୋଲିବା ନେଇ ସ୍ପଷ୍ଟ ସୂଚନା […]
ନୂଆଦିଲ୍ଲୀ: ଆସନ୍ତାକାଲି ଏଲ୍ପିଜି ସିଲିଣ୍ଡର ବୁକିଂଠୁ ଆରମ୍ଭ କରି ରେଲ୍ୱେ ଟାଇମ୍ ଟେବଲ୍ ପର୍ଯ୍ୟନ୍ତ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। କାଲିଠୁ ଏହିସବୁ ନିୟମ ବଦଳିବ…. ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ବୁକିଂ ଯଦି ଆପଣ Indane ଗ୍ୟାସ୍ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତା’ହେଲେ ଏଣିକି ବୁକିଂ ପାଇଁ ଆପଣଙ୍କୁ ନୂଆ ନମ୍ବର ବ୍ୟବହାର କରିବାକୁ ପଡ଼ିବ। ଇଣ୍ଡିଆନ୍ ଅଏଲ୍ ଇଣ୍ଡେନ୍ ଗ୍ୟାସ୍ ବୁକିଂ ନମ୍ବରରେ ପରିବର୍ତ୍ତନ କରିଛି। ଏବେ ଗ୍ରାହକମାନେ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ବୁକିଂ […]
ଭୁବନେଶ୍ୱର: ରାଜ୍ୟରେ ଧାର୍ମିକ ପୀଠ ଖୋଲିବା ନେଇ ଦାବି ଜୋର ଧରିଛି। ଏହି ପରୀପ୍ରେକ୍ଷୀରେ ରାଜ୍ୟ ସରକାର କେବେ ମନ୍ଦିର ଖୋଲିବ ସେ ନେଇ ସ୍ପଷ୍ଟ କରିଛନ୍ତି। ଆଜି ଅନଲକ୍-୬ ଗାଇଡଲାଇନ ଘୋଷଣା କରି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି, ସ୍ଥାନୀୟ ପ୍ରଶାସନର ଅନୁମତି ମିଳିବା ପରେ ମନ୍ଦିର, ମସଜିଦ, ଚର୍ଚ୍ଚ ଆଦି ଧାର୍ମିକପୀଠ ଖୋଲି ପାରିବ। ଏଥିପାଇଁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କ ଅନୁମତି ଜରୁରୀ । କରୋନା ପରିସ୍ଥିତିକୁ ଦେଖି ଆବଶ୍ୟକ କଟକଣା ସହିତ […]
ଭୁବନେଶ୍ୱର: ରାଜ୍ୟରେ ସ୍କୁଲ୍, କଲେଜ ଖୋଲିବା ନେଇ ଯେଉଁ ନିର୍ଦ୍ଦେଶନାମା ଜାରି କରାଯିବାର କିଛି ସମୟ ପରେ ସେଥିରେ ସଂଶୋଧନ କରାଯାଇଛି। ନୂଆ ଗାଇଡ୍ଲାଇନ୍ ଅନୁସାରେ, ନଭେମ୍ବର ୧୫ ପରେ ନବମରୁ ଦ୍ୱାଦଶ ଯାଏ ସ୍କୁଲ ଖୋଲିବ କି ନାହିଁ ସେ ନେଇ ଆଲୋଚନା ପରେ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ। ଏଥିପାଇଁ ନୂଆ SOP ମଧ୍ୟ ଜାରି କରାଯିବ। ନଭେମ୍ବର ୩୦ ଯାଏ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି SRCଙ୍କ ପକ୍ଷରୁ ଜାରି ହୋଇଥିବା […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୋଲିସର ଜୁଲୁମ ଅଭିଯୋଗ । ଫାଇନ୍ ଆଦାୟ ବେଳେ ଜଣେ ଯୁବକଙ୍କୁ ପୋଲିସ ମାଡ଼ ମାରି ଗୁରୁତର ଆହତ କରିିଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ଯୁବକଙ୍କ ନାଁ ଅନନ୍ତ ବେହେରା ବୋଲି ଜଣାପଡ଼ିଛି। ସେ ନୂଆ ଏୟାରପୋର୍ଟ ରାସ୍ତା କଡ଼ରେ ନିଜ ଗାଡ଼ି ପାର୍କିଂ କରି ବସିଥିବା ବେଳେ ପୋଲିସ ତାଙ୍କୁ ଶହେ ଟଙ୍କା ଫାଇନ୍ ମାଗିଥିଲା ।ମାତ୍ର ସେ ଇ-ଚାଲାଣ ଜରିଆରେ ଟଙ୍କା ଦେବେ ବୋଲି କହିଥିଲେ । ମାତ୍ର […]
ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ପ୍ରଥମ ସି ପ୍ଲେନ୍ ସର୍ଭିସର ଉଦ୍ଘାଟନ କରିଛନ୍ତି। ଏହି ପ୍ଲେନ୍ କେଓ୍ୱାଡ଼ିଆଠାରୁ ସାବରମତି ମଧ୍ୟରେ ଚଳାଚଳ କରି ଗୁଜୁରାଟର ଦୁଇଟି ପ୍ରୋଜେକ୍ଟକୁ ସଂଯୋଗ କରିବ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ଙ୍କ ୧୪୫ତମ ବାର୍ଷିକୀ ଏବଂ ରାଷ୍ଟ୍ରିୟ ଏକତା ଦିବସ ଅବସରରେ ଏହି ସେବାର ଶୁଭାରମ୍ଭ କରାଯାଇଛି। ସାବରମତି ରିଭରଫ୍ରଣ୍ଟରୁ କେଓ୍ୱାଡ଼ିଆସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟି ପର୍ଯ୍ୟନ୍ତ ଏହି ସି-ପ୍ଲେନ୍ ସେବା ଚାଲୁ ରହିବ। ଫଳରେ ୨୦୦ କିଲୋମିଟରର ରାସ୍ତାକୁ […]
ଭୁବନେଶ୍ୱର: ଏଣିକି ବିଧାନସଭାରେ କାଗଜର ବ୍ୟବହାର ହେବନି। ଆଗକୁ ହେବ ଇ-ବିଧାନସଭା । ଇ-ବିଧାନସଭା ପାଇଁ ଶେଷ ହୋଇଛି ପ୍ରସ୍ତୁତି । ଏଥିପାଇଁ ଭିତ୍ତିଭୂମି ପ୍ରସ୍ତୁତ ହୋଇ ସାରିଲାଣି ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବିଧାନସଭା କାମ ବିନା କାଗଜରେ ସମ୍ପନ୍ନ କରିବା ପାଇଁ ସମସ୍ତ ବିଧାୟକ ଓ କର୍ମଚାରୀଙ୍କୁ ପ୍ରଦାନ କରାଯାଇଛି କମ୍ପ୍ୟୁଟର ।ବିଧାନସଭାରେ WiFi ବ୍ୟବସ୍ଥା କରାଯାଇଛି। ଖୁବ ଶୀଘ୍ର କର୍ମଚାରୀଙ୍କୁ ଟ୍ରେନିଂ ଦିଆଯିବ । ଇ-ବିଧାନସଭା ପାଇଁ କେନ୍ଦ୍ର ସରକାର […]
ନୂଆଦିଲ୍ଲୀ: ଭାରତୀୟ ବିମାନ ଇତିହାସରେ ପ୍ରଥମଥର ପାଇଁ ଜଣେ ମହିଳାଙ୍କୁ ଆଲିଆନ୍ସ ଏୟାରର ସିଇଓ ଭାବେ ନିଯୁକ୍ତ କରିଯାଇଛି। ହରପ୍ରିତ ଏ ଡେ ସିଂହ ନାମକ ଜଣେ ମହିଳାଙ୍କୁ ଏହି ପଦବୀରେ ସରକାର ନିଯୁକ୍ତି ଦେଇଛନ୍ତି। ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମର ରିପୋର୍ଟ ମୁତାବକ ଏୟାର ଇଣ୍ଡିଆର ଅଧ୍ୟକ୍ଷ ରଜୀବ ବନସଲ ଶୁକ୍ରବାର ଏନେଇ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ହରପ୍ରିତ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏୟାରଲାଇନ୍ସ ଏୟାରର ସିଇଓ ପଦ ସମ୍ଭାଳିବେ। ତେବେ ହରପ୍ରିତଙ୍କୁ ଏୟାର […]
ମୁଜାଫରପୁର: ବିହାରରେ ନିର୍ବାଚନୀ ମାହୋଲ ବେଶ ସରଗରମ ହୋଇଛି। ଏପରି ସମୟରେ ଜଣେ ବାହୁବଳୀ ନେତା ମଞ୍ଚାରୁ ଗଳିପଡ଼ିବା ଘଟଣା ବେଶ ଚର୍ଚ୍ଚାର ଖୋରାକ ଯୋଗାଇଛି ଲୋକଙ୍କୁ। ଶନିବାର ଜନ ଅଧିକାର ପାଟିର ଅଧ୍ୟକ୍ଷ ପପ୍ପୁ ଯାଦବ ମୁଜାଫରପୁର ଜିଲ୍ଲା ମୀନାପୁରରେ ଏକ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ସେଠାରେ ସ୍ଥାନୀୟ ପ୍ରାର୍ଥୀ ବୀନା ଯାଦବଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଥିଲେ। ମଞ୍ଚ ଉପରେ ପପ୍ପୁଙ୍କ ସମେତ ଅନେକ ନେତା ଉପସ୍ଥିତ ଥିଲେ। ଏହି ସମୟେର […]
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଦୀର୍ଘ ୫୮ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଏନେଇ ତଥ୍ୟ ଜାରି କରିଛି। ଆଇଏମ୍ଡି ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ଅକ୍ଟୋବର ମାସରେ ଏତେ ଶୀତ କେବେ ବି ହୋଇ ନ ଥିଲା। ଦୀର୍ଘ ୫୮ ବର୍ଷ ଅର୍ଥାତ ୧୯୬୨ ମସିହା ପରଠାରୁ ଅକ୍ଟୋବର ମାସରେ ଦିଲ୍ଲୀର ତାପମାତ୍ରା ହାରାହାରୀ ୧୭.୨ ଡିଗ୍ରୀ ସେଲ୍ସିୟସ୍ ରହୁଥିଲା । କିନ୍ତୁ ଏହି ବର୍ଷ ଦିଲ୍ଲୀରେ ଶୀତ ରେକର୍ଡ ଭାଙ୍ଗିଛି। […]
ଲଣ୍ଡନ: ପଞ୍ଜାବର ମହାରାଜା ରଣଜୀତ ସିଂହଙ୍କ ଶେଷ ପତ୍ନୀ ମହାରାଣୀ ଜିନ୍ଦନ କୌରଙ୍କ ଦାମୀ ଆଭୂଷଣ ଲଣ୍ଡନରେ ନିଲାମ ହୋଇଛି। ଏହି ଆଭୂଷଣ ଜିନ୍ଦନଙ୍କ ଜ୍ୟେଷ୍ଠ ନାତୁଣୀ ପ୍ରିନ୍ସ ବାମ୍ବା ସୁଥରଲେଣ୍ଡଙ୍କ ପାଖରେ ଥିଲା। ମହାରାଣୀଙ୍କ ଏହି ଆଭୂଷଣ ମଧ୍ୟରେ ସୁନା ଏବଂ ରତ୍ନ ଖଚିତ ଏକ ଚାନ୍ଦର ଟିକା, ମୋତି ହାର ଏବଂ ଅନ୍ୟ ଦୁର୍ଲଭ ଗହଣା ରହିଛି । ଏହି ସମସ୍ତ ଗହଣା ୬୨, ୫୦୦ ପାଉଣ୍ଡ ଅର୍ଥାତ୍ ୬୦ ଲକ୍ଷ ଟଙ୍କାରୁ ଅଧିକରେ […]
ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାର ଅଞ୍ଚଳରେ ଏକ ସୁନା ଦୋକାନରୁ ବଡ଼ ଧରଣର ଚୋରି ହୋଇଯାଇଛି। ବଡ଼ବଜାର ମୁଖ୍ୟ ରାସ୍ତାରେ ଥିବା ବିନୋଦ ଜୁଏଲର୍ସରେ କଳାକନା ବୁଲାଇଛନ୍ତି ଚୋର । ଦୋକାନର ଆଇରନ୍ ଚେଷ୍ଟରେ ଥିବା ୨କିଲୋ ୮ଶହ ଗ୍ରାମ ଓଜନର ସୁନା ଅଳଙ୍କାର ଲୁଟେରା ମାନେ ଚୋରି କରିନେଇଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହୋଇଛି । ଖବରପାଇ ବଡ଼ବଜାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଇରନ୍ ଚେଷ୍ଟକୁ ସାମାନ୍ୟ ତାଡ଼ି ସେଥିରେ […]
ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଦ୍ୱାରା ପ୍ରାୟ ୪.୫ କୋଟି ଲୋକ ଆକ୍ରାନ୍ତ ହେଲେଣି । ୧୧ ଲକ୍ଷ ଲୋକ ପ୍ରାଣ ହରାଇଲେଣି ।ସଂକ୍ରମଣ ବୃଦ୍ଧି ପାଉଥିବାବେଳେ, ଏଥିରୁ ରକ୍ଷା ପାଇବା ଲାଗି ଗୋଷ୍ଠୀ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ଆବଶ୍ୟକ । ଏଥିପାଇଁ କରୋନା ଟିକାକୁ ବିଶ୍ୱବାସୀ ଅପେକ୍ଷା କରିଛନ୍ତି । ତେବେ କରୋନା ଟିକାର ଦର କେତେ ହେବ ସେନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ପୂର୍ବରୁ ସରକାର କରୋନା ଟିକା ଲାଗି ୫୧ ହଜାର […]
ଦୁବାଇ: ଚଳିତ ଆଇପିଏଲ୍ର ୫୧ତମ ମ୍ୟାଚ୍ରେ ଆଜି ମୁମ୍ୱାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେଇଛନ୍ତି। ମୁମ୍ବାଇର ଅଧିନାୟକ କାଏରନ ପୋଲାର୍ଡ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ମୁମ୍ୱାଇ ବୋଲରଙ୍କ ସମ୍ନା କରିବାକୁ ସେତେଟା ସକ୍ଷମ ହୋଇନଥିଲା। ଯାହା ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୧୦ରନ୍ କରିପାରିଥିଲା। ଦିଲ୍ଲୀ ପକ୍ଷରୁ ଶ୍ରେୟସ ୨୯ଟି ବଲ୍ ଖେଳି ସର୍ବାଧିକ […]
ଆଜି ଆକାଶରେ ଦେଖାଯିବ ନୀଳ ଜହ୍ନ। ରାତିର ଆକାଶରେ ଆଜି ଚନ୍ଦ୍ର ଅଧିକ ଉଜ୍ୱଳ ଦେଖାଯିବ। ନୀଳଜହ୍ନ ବିଶ୍ୱର ପ୍ରାୟ ଅଧିକାଂଶ ଅଞ୍ଚଳକୁ ଦୃଶ୍ୟମାନ ହେବ। ଭାରତରେ ରାତି ୮ଟା ୧୯ରେ ନୀଳଜହ୍ନ ଦୃଶ୍ୟମାନ ହେବ। ଇଂରାଜୀ କ୍ୟାଲେଣ୍ଡର ମାସରେ ଦୁଇଟି ପୂର୍ଣ୍ଣିମା ପଡ଼ିଲେ ଦ୍ୱିତୀୟ ପୂର୍ଣ୍ଣିମାର ପୂର୍ଣ୍ଣଚନ୍ଦ୍ରକୁ ନୀଳଜହ୍ନ ବୋଲି କୁହାଯାଏ। ଯାହାର ଚନ୍ଦ୍ରର ରଙ୍ଗ ସହ କୌଣସି ସମ୍ପର୍କ ନାହିଁ। ତେବେ ଏହି ଘଟଣା ଅତ୍ୟନ୍ତ ବିରଳ। ଏହା ପୂର୍ବରୁ ୨୦୦୭ ମସିହା ଜୁନ୍ […]
ଲଣ୍ଡନ: ହଲିଉଡ୍ର ବହୁ ଚର୍ଚ୍ଚିତ ଜେମ୍ସ ବଣ୍ଡ୍ ଫିଲ୍ମର ପ୍ରଥମ ଅଭିନେତା ସାର୍ ସିନ୍ କୋନ୍ନେରୀଙ୍କ ପରଲୋକ ହୋଇଯାଇଛି। ଦୀର୍ଘ ଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ସେ ଶୋଇ ଥିବାବେଳେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଜେମ୍ସ ବଣ୍ଡ୍ ସିରିଜ ଫିଲ୍ମରେ ସେ ପ୍ରଥମ ଅଭିନେତା ଭାବେ ଅଭିନୟ କରିଥିଲେ। ସେ ଜେମ୍ସ ବଣ୍ଡ୍ ଚରିତ୍ରରେ ଅଭିନୟ କରି ରାତାରାତି ଷ୍ଟାର […]
ଅଣ୍ଡା ସିଝାଇବା ପରେ ସାଧାରଣତଃ ସମସ୍ତେ ବଳକା ପାଣିକୁ ଫିଙ୍ଗି ଦିଅନ୍ତି। ଯଦି ଆପଣ ବି ଏମିତି କରୁଥିବେ, ତା’ହେଲେ ଏ ଅଭ୍ୟାସ ବଦଳାଇ ଦିଅନ୍ତୁ। କାରଣ ଏହି ପାଣି ବହୁତ ଉପକାରୀ। ବିଶେଷ କରି ଗଛ ପାଇଁ ସାର ଭାବେ ଏହା କାର୍ଯ୍ୟ କରିଥାଏ। ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଅଣ୍ଡା ସିଝାଇବା ପରେ ଆପଣ ବଳକା ପାଣିକୁ ଥଣ୍ଡା ହେବା ପରେ ଚାରା ଗଛ ମୂଳରେ ଦେଇ ପାରିବେ। ଏଥିରେ ଏପରି ପୋଷକ ତତ୍ତ୍ୱ […]
ଲମତାପୁଟ: ଗୋଟିଏ ରାତିରେ ଦେଢ଼ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରୁ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ମାଛକୁଣ୍ଡ ଓ ପାଡୁଆ ପୋଲିସ୍। ପାଖାପାଖି ୪୦ଟି ଗଞ୍ଜେଇ ଭର୍ତ୍ତି ବସ୍ତା ଜବତ କରିଛି ପୋଲିସ୍। କୋରାପୁଟ ଏସ୍ପିଙ୍କ ନିର୍ଦ୍ଦେଶରେ ନନ୍ଦପୁର ଏସ୍ଡିପିଓଙ୍କ ନେତୃତ୍ୱରେ ଲମତାପୁଟ, ମାଛକୁଣ୍ଡ ଓ ଜଲାପୁଟ ପୋଲିସ୍ କୋରାପୁଟ-ମାଲକାନଗିରି ଜିଲ୍ଲା ସୀମାନ୍ତବର୍ତ୍ତୀ ହନୁମାଲ ଗାଁର ଜଣେ ଘରେ ଗଞ୍ଜେଇ ରହିଥିବା ସୂଚନା ପାଇଥିଲେ। ଘରେ ସର୍ଚ୍ଚ କରିବାରୁ ପୋଲିସ୍ ୨୭ ବସ୍ତାରୁ ଊର୍ଦ୍ଧ୍ୱ ଗଞ୍ଜେଇ ବସ୍ତା […]
ଚେନ୍ନାଇ: ତାମିଲନାଡୁ କୃଷି ମନ୍ତ୍ରୀ ଆର୍ ଦୋରାଇକ୍କାନ୍ନୁଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ୧୧ଟା ୧୫ ମିନିଟ୍ରେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲ୍ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତଞ୍ଜାଭୁର୍ ଜିଲ୍ଲା ପାପନାସମ୍ରୁ ୩ ଥର ବିଧାୟକ ହୋଇଥିବା ଆର. ଦୋରାଇକ୍କାନ୍ନୁ ଅକ୍ଟୋବର ୧୩ ରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ତାଙ୍କ ଫୁସ୍ଫୁସ୍ର ୯୦% ସଂକ୍ରମିତ ହୋଇଥିବା ସିଟି ସ୍କାନ୍ରୁ ଜଣାପଡ଼ିଥିଲା। […]