ନୂଆଦିଲ୍ଲୀ: କରୋନା ସହ ସାରା ବିଶ୍ୱ ଲଢୁଛି। ଭାକ୍ସିନକୁ ନେଇ ସେପରି କୌଣସି ସଫଳତା ମିଳିନାହିଁ। ଯଦିଓ ଋଷ ପ୍ରଥମ କରୋନା ଟିକା ବାହାର କରିପାରିଛି ବୋଲି ଦାବି କରୁଛି ତେବେ ଏହାର ସାଇଡ୍ ଇଫେକ୍ଟ ନେଇ ପ୍ରଶ୍ନ ଉଠିଛି। ଇତିମଧ୍ୟରେ ଆମେରିକା ସବୁଠାରୁ ପ୍ରଭାବଶାଳୀ ଭାକ୍ସିନ ବାହାର କରିଛି ବୋଲି ଦାବି କରିଛି। ଏଇ ଭାକ୍ସିନର ପ୍ରୟୋଗ ପଶୁମାନଙ୍କ ଶରୀରରେ ହୋଇ ସାରିଲାଣି। ଏହି ଭାକ୍ସିନ ପ୍ରସ୍ତୁତ କରୁଥିବା ଗବେଷକଙ୍କ ମଧ୍ୟରେ ୟୁନିଭର୍ସିଟି ଅଫ ୱାଶିଂଟନର […]
ମୁମ୍ୱାଇ: ରିପବ୍ଲିକ୍ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଆତ୍ମହତ୍ୟା କରିଥିବା ଅନଭୟଙ୍କ ପତ୍ନୀ ଅକ୍ଷିତା ନାୟକ। ବିଳମ୍ବରେ ହେଲେ ବି ଏବେ ତାଙ୍କୁ ନ୍ୟାୟ ମିଳିବ ବୋଲି ଆଶା ରଖିଛନ୍ତି ଅନଭୟ ନାୟକଙ୍କ ପତ୍ନୀ। ୨୦୧୮ ମସିହାରେ ଇଣ୍ଟେରିୟର ଡିଜାଇନର ଓ ତାଙ୍କ ମାଆଙ୍କ ମୃତ୍ୟୁ ହୋଇଥିଲା। ସେହି ସମୟରେ ଅର୍ଥ ପ୍ରଦାନରେ ବିଳମ୍ବ ହେବାରୁ ମାନସିକ ଚାପରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। ସେହି […]
ଆବଶ୍ୟକ ଉପକରଣ: ଚିକେନ୍, ଲୁଣ, ଲଙ୍କା ଗୁଣ୍ଡ, ଗରମ ମସଲା, ହଳଦି, ତେଲ, ଅଦା ଓ ରସୁଣ ପେଷ୍ଟ, ଦହି, ଲେମ୍ବୁ ରସ ଏବଂ ଗୋଲମରିଚ ଗୁଣ୍ଡ। ଏହାବ୍ୟତୀତ ଆଲମୁନିୟମ୍ ଫଏଲ୍, ଶାଳ ପତ୍ର ଓ କାଠି ଷ୍ଟିକ୍ ମଧ୍ୟ ଏହି ଆଇଟମ୍ ଲାଗି ଦରକାର। How to Make Kathi Chicken ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍ରେ ଦହି ଓ ଲେମ୍ବୁ ରସ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ମନେ ରଖନ୍ତୁ, ୫୦୦ ଗ୍ରାମ୍ ଚିକେନ୍ରେ ତିନି […]
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣାରେ ପୀଡ଼ିତା ଡାକ୍ତର ଓ ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି ବିଜେପି ଓ କଂଗ୍ରେସ ପ୍ରତିନିଧି ଦଳ । ଆଜି ଡକ୍ଟର୍ସ ଡେ’ରେ ପୀଡ଼ିତା ଡାକ୍ତରଙ୍କୁ ଭେଟି ବିଜେପି…
ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ଭୋଟଦାନ ହାର କମିଛି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ। ସେ କହିଛନ୍ତି, ବାଲେଶ୍ୱରରେ ୭୦ ଦଶମିକ ୬୯ ପ୍ରତିଶତ ଏବଂ ତିର୍ତ୍ତୋଲରେ ୬୯ ଦଶମିକ ୬୬ ପ୍ରତିଶତ ମତଦାନ ହୋଇଛି। ଯାହା ପୂର୍ବ ସାଧାରଣ ନିର୍ବାଚନରେ ଭୋଟଦାନ ହାର ଠାରୁ ସାମାନ୍ୟ କମିଛି। ସୂଚନା ଅନୁସାରେ, ଗତ ସାଧାରଣ ନିର୍ବାଚନରେ ଭୋଟ୍ ହାର ବାଲେଶ୍ୱରରେ ୭୧ ଦଶମିକ ୨୯ ପ୍ରତିଶତ ଏବଂ […]
ପୁରୀ: ଶ୍ରୀମନ୍ଦିର ବାଇଶି ପାହାଚର ସ୍ଥିତି ଅନୁଧ୍ୟାନ କରିଛି ପ୍ରତ୍ନତତ୍ତ୍ୱ ବିଭାଗ। ଏଏସ୍ଆଇ ସୁପରିଟେଣ୍ଡଣ୍ଟ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ଆଜି ବାଇଶି ପାହାଚର ଅବସ୍ଥା ଓ ସ୍ଥିତିକୁ ଅନୁଧ୍ୟାନ କରିଛି ଏଏସ୍ଆଇର ଏକ ଟିମ୍। ଆବଶ୍ୟକ ପଡ଼ିଲେ ଦୁର୍ବଳ ଓ ବହୁ ପୁରୁଣା ପଥର ହଟାଯାଇ ନୂଆ ପଥର ଯୋଡ଼ା ଯିବା ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି। ଏନେଇ ଆଜି ବାଇଶି ପାହାଚର ମାପଚୁପ୍ କରାଯାଇଛି। ସେହିପରି ମହାଲକ୍ଷ୍ମୀ ମନ୍ଦିର ମରାମତି ନେଇ ବି ଯାଞ୍ଚ ହୋଇଛି। […]
ଭୁବନେଶ୍ୱର: ଏକାମ୍ର ଉଦ୍ୟାନ ପରିସରରେ ଥିବା ଜମି ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର ନିଷ୍ପତ୍ତିକୁ ବିରୋଧ କରି ବିଜେପି ପକ୍ଷରୁ ଫାର୍ମ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗୋଟିଏ ଗଛ କାଟିଲେ ନବୀନ ନିବାସ ସମ୍ମୁଖରେ ସତ୍ୟାଗ୍ରହ କରିବାକୁ ଚେତାବନୀ ଦେବା ସହ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ। ତେବେ ଗତକାଲି ଏସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ ଭୁବନେଶ୍ୱର ଏକାମ୍ର କାନନ ଫାର୍ମ ଜମିକୁ ସାଧାରଣ […]
କାଠମାଣ୍ଡୁ: ନେପାଳର ୧୫୦ ହେକ୍ଟରରୁ ଅଧିକ ଜମି ମାଡ଼ି ବସିଛି ଚୀନ୍। ବ୍ରିଟେନ୍ର ଏକ ପ୍ରମୁଖ ଖବରକାଗଜରେ ଏ ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇଛି। ତେବ ଚୀନ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଏପରି ଅଭିଯୋଗ ଭିତ୍ତିହୀନ ବୋଲି ଚୀନ କହିଛି। ଅନ୍ୟପକ୍ଷେ ଭାରତୀୟ ସେନାମୁଖ୍ୟ ଜନରାଲ ଏମ ଏମ ନରୱଣେ ବୁଧବାର ତିନିଦିନିଆ ନେପାଳ ଗସ୍ତରେ ଯାଇଛନ୍ତି। ଏହି ଗସ୍ତ ସମୟରେ ଭାରତ-ନେପାଳ ସୀମା ବିବାଦ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। […]
ନୂଆଦିଲ୍ଲୀ: ଗତ କିଛି ସପ୍ତାହ ଧରି ସାରା ବିଶ୍ୱରେ ଚାଲୁଥିବା ଷ୍ଟକ ମାର୍କେଟ୍ରେ ଏକ ବଡ଼ ପରିବର୍ତ୍ତନ ହେବା ନେଇ ଆଶା କରାଯାଉଥିଲା। କିନ୍ତୁ ଏହି ଆଶାକୁ ଚୀନ ଧୂଳିସାତ କରିଦେଇଛି। ଚୀନ୍ର ସବୁଠାରୁ ଧନୀ ବ୍ୟକ୍ତି ଏବଂ ଅଲିବାବା ଗ୍ରୁପ୍ର ସହ-ସଂସ୍ଥାପକ ଜ୍ୟାକ୍ମାଙ୍କୁ ଚୀନ୍ ଏବେ ଝଟକା ଦେଇଛି। ଜ୍ୟାକ୍ମାଙ୍କ କମ୍ପାନୀ କରିବାକୁ ଥିବା ବିଶ୍ୱର ସବୁଠାରୁ ବଡ଼ ଇନିସିଆଲ୍ ପବ୍ଲିକ୍ ଅଫର (ଆଇପିଓ)କୁ ଚୀନ ନିୟାମକ ସିଧାସଳଖ ମନା କରିଦେଇଛି। ଏହି ଆଇପିଓ ଜରିଆରେ ଜ୍ୟାକ୍ମା […]
ମୁମ୍ବାଇ: ମହାରାଷ୍ଟ୍ରର ଔରଙ୍ଗାବାଦର ଜଣେ ୟୁରୋଲୋଜିଷ୍ଟଙ୍କର ଆଜିକାଲି ଢେର୍ ପ୍ରଶଂସା ହେଉଛି। ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତେ ଏହି ଡାକ୍ତରଙ୍କ ନିଆରା କାର୍ଯ୍ୟପାଇଁ ତାଙ୍କୁ ସାଧୁବାଦ ଜଣାଉଛନ୍ତି। ଦେଶ ପାଇଁ ଜୀବନ ଦେଇଥିବା ଜଣେ ଯବାନଙ୍କ ମାଆଙ୍କର ମାଗଣାରେ ଚିକିତ୍ସା କରୁଥିଲେ ଡାକ୍ତର। ନିକଟରେ ଉକ୍ତ ମହିଳାଙ୍କର ଚିକିତ୍ସା ସରିବା ପରେ ସେ ଡାକ୍ତରଙ୍କୁ ଧରି କାନ୍ଦିବାରେ ଲାଗିଲେ। ଯାହାର ଭିଡ଼ିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ […]
ଭୁବନେଶ୍ୱର: ବାଣ ଫୁଟା ବନ୍ଦ ପରେ ଏବେ ଦୀପ ଦୋକାନ ଉପରେ ବି କଟକଣା ଲଗାଇଲା ବିଏମ୍ସି। ରାସ୍ତା କଡ଼ରେ ଅସ୍ଥାୟୀ ଦୀପ ଦୋକାନକୁ ବାରଣ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଦୀପାବଳିରେ ବାଣ ବିକ୍ରି ଏବଂ ବାଣ ଫୁଟାଇବା ବ୍ୟାନ୍ କରିଛନ୍ତି ରାଜ୍ୟ ସରକାର। ତେବେ ଦୀପାବଳି ପାଇଁ ଅସ୍ଥାୟୀ ଦୋକାନୀ ଦୀପ ବିକ୍ରି କରିଥାନ୍ତି। ତେଣୁ ଏଥର ଭିଡ଼ ଏଡ଼ାଇବାକୁ ରାସ୍ତା କଡ଼ରେ ଅସ୍ଥାୟୀ ଦୀପ […]
ୱାଶଂଟନ: ଆମେରିକା କଂଗ୍ରେସର ହାଉସ୍ ଅଫ ରିପ୍ରେଜଣ୍ଟେଟିଭ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାରତୀୟ ମୂଳ ଡେମୋକ୍ରାଟିକ ସାଂସଦ ରାଜା କ୍ରିଷ୍ଣମୂର୍ତ୍ତି ଲଗାତାର ତୃତୀୟ ଥର ପାଇଁ ଜିତିଛନ୍ତି। ନୂଆଦିଲ୍ଲୀରେ ଜନ୍ମିତ ୪୭ ବର୍ଷୀୟ କୃଷ୍ଣମୂର୍ତ୍ତି ଲିବରଟେରିଆନ ପାର୍ଟିର ପ୍ରତିନ୍ଦ୍ୱନ୍ଦ୍ୱୀ ପ୍ରେଷ୍ଟନ ନେଲସନ୍ଙ୍କ ଅତି ସହଜରେ ହରାଇଛନ୍ତି। ମିଳିଥିବା ଶେଷ ଖବର ଅନୁଯାୟୀ, ଗଣା ସରିଥିବା ଭୋଟର ୭୧ ପ୍ରତିଶତ ଭୋଟ ତାଙ୍କୁ ମିଳିଛି। କୃଷ୍ଣମୂର୍ତ୍ତିଙ୍କ ମାତା-ପିତା ତାମିଲନାଡୁ ବାସିନ୍ଦା। କୃଷ୍ଣମୂର୍ତ୍ତି ୨୦୧୬ରୁ ଆମେରିକା ସଂସଦର ନିମ୍ନ ସଦନ […]
ନୂଆଦିଲ୍ଲୀ: ଦିଲ୍ଲୀ ଇନ୍ଧିରାଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରକୁ ଆତଙ୍କବାଦୀ ଆକ୍ରମଣ ଧମକ ମିଳିଛି। ଖଲିସ୍ତାନ ଆତଙ୍କବାଦୀ ସଂଗଠନ ପକ୍ଷରୁ ଆକ୍ରମଣର ଧମକ ଦିଆଯାଇଛି। ଆସନ୍ତାକାଲି ଦୁଇଟି ଏୟାର ଇଣ୍ଡିଆ ବିମାନକୁ ଲଣ୍ଡନରେ ପହଞ୍ଚିବାକୁ ଦିଆଯିବ ନାହିଁ ବୋଲି ଧମକ ଦେଇଛି ଆତଙ୍କୀ ସଂଗଠନ। ଦିଲ୍ଲୀ ପୋଲିସର ସୂଚନା ଅନୁସାରେ, ଖଲିସ୍ତାନ କମାଣ୍ଡୋ ଫୋର୍ସ ଏହି ଆକ୍ରମଣ ଧମକ ଦେଇଛି। ଏନେଇ ଏୟାରପୋର୍ଟ ଡିସିପି ରାଜୀବ ରଞ୍ଜନ କହିଛନ୍ତି, କଲିସ୍ତାନ ସହିତ ସମ୍ପୃକ୍ତ ଥିବା ଗୁରୁପଚଭନ୍ତ ସିଂହ ନାମକ ଆତଙ୍କବାଦୀ […]
ନୂଆପଡ଼ା: ରାସ୍ତା ମଝିରେ ୨ ଯୁବତୀଙ୍କୁ ଛୁରାମାଡ଼ କଲା ରକ୍ତମୁଖା ଯୁବକ। ବୋଡେନ୍ ବଜାର ରାସ୍ତାରେ ଯୁବତୀଙ୍କ ଅଣ୍ଟା, ବେକ, ହାତକୁ ଛୁରାମାଡ଼ କରାଯାଇଛି। ଯୁବକର ଛୁରାମାଡ଼ରେ ୨ ଯୁବତୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ବୋଡେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ସହିତ ଛୁରାମାଡ଼ କରିଥିବା ଯୁବକଙ୍କୁ ଅଟକ ରଖି ଜେରା କରୁଛି। ଏକତରଫା ପ୍ରେମକୁ ନେଇ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି।
ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦ ଠାରେ ଥିବା ଏକ ଟେକ୍ସଟାଇଲ୍ ଗୋଦାମରେ ନିଆଁ ଲାଗି ୯ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହେଲେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବେଲି କୁହାଯାଉଛି। ଘଟଣା ମୁତାବକ ଅହମ୍ମଦାବାଦ ପିରାନା ପିପ୍ଲାଜ ରୋଡ୍ ସ୍ଥିତ ଏକ ଟେକ୍ସଟାଇଲ ବିଲ୍ଡିଂରେ ନିଆଁ ଲାଗିଥିଲା। ଏହି ବିଲ୍ଡିଂରେ ଏକ ଗୋଦାମ ରହିଥିଲା। ଯେଉଁଥିରେ ନିଆଁ ଲାଗିଯିବା ଫଳରେ ସେଠାରେ କାମ କରୁଥିବା ବ୍ୟକ୍ତି ବାହାରକୁ ବାହାରି ପାରିନଥିଲେ। ତେବେ ଏହି ଗୋଦାମରେ ରହିଥିବା ଏକ […]
ମୁମ୍ବାଇ:ବଲିଉଡ ଅଭିନେତା ସୁଶାନ୍ତ ସଂହ ରାଜପୁତ୍ ମୃତ୍ୟୁ ଘଟଣା ଉପରୁ ଏବେ ବି ରହସ୍ୟ ଉଠିନି। ଇତିମଧ୍ୟରେ ସିବିଆଇ ତଦନ୍ତ ସାରି ଫେରିଥିବାବେଳେ ମୁମ୍ବାଇ ପୋଲିସ ଦିନକୁ ଦିନ ପ୍ରତିଶୋଧ ପରାୟଣ ହୋଇପଡ଼ୁଛି। ତେବେ ସୁଶାନ୍ତଙ୍କ ମୃତ୍ୟୁର ମୁଖ୍ୟ ଅଭିଯୁକ୍ତ ତାଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ଏକ ବଡ ଖୁଲାସା ସାମ୍ନାକୁ ଆସିଛି। ରିୟାଙ୍କ ଓକିଲ ଏହି ରହସ୍ୟର ଉନ୍ମୋଚନ କରିଛନ୍ତି। ସୁଶାନ୍ତଙ୍କ ଫ୍ଲାଟ୍ରେ ରହୁଥିବା ରିୟା କାହିଁକି ଜୁନ୍ ୮ରେ ତାଙ୍କ ଘର ଛାଡ଼ି […]
ନୂଆଦିଲ୍ଲୀ: ଭାରତ ସରକାରଙ୍କ ଚାପରେ ନରମିଲା ୟୁରୋପୀୟ ସଂଘ । ୟୁରୋପୀୟ ସଂଘର ୭ଟି ଦେଶ ଅଷ୍ଟ୍ରୀଆ, ଜର୍ମାନୀ, ସ୍ଲେଭେନିଆ, ଗ୍ରୀସ, ଆଇସଲ୍ୟାଣ୍ଡ, ଆର୍ୟଲାଣ୍ଡ, ସ୍ପେନ୍ ଏବଂ ସ୍ୱୀଜରଲାଣ୍ଡ ପକ୍ଷରୁ କୋଭିସିଲ୍ଡ ଟିକାକୁ ସବୁଜ ସଙ୍କେତ ଦିଆଯାଇଛି । ଏଣିକି କୋଭିସିଲ୍ଡ…
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ହାର କମୁଥିବା ବେଳେ ରାଜଧାନୀ ଦିଲ୍ଲୀରେ କିନ୍ତୁ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିଲ୍ଲୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି। ପ୍ରତିଦିନ ଦିଲ୍ଲୀରେ କରୋନା ରେକର୍ଡ ଭାଙ୍ଗୁଥିବାରୁ ଏହା କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ତେବେ ଏଥିପାଇଁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ସରକାର ଏହାର […]
ମୁମ୍ବାଇ: ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ଙ୍କ ପୁଅ ଇବ୍ରାହିମ୍ ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଝିଅ ସାରା ଅଲ୍ଲୀ ଖାନ୍ କେଦାରନାଥ ଫିଲ୍ମ ମାଧ୍ୟମରେ ବଲିଉଡ୍ରେ ଡେବ୍ୟୁ କରିବା ପରେ ଏବେ ସାନ ଭାଇ ବଲିଉଡ୍ରେ ପାଦ ଥାପିବା ନେଇ ଚର୍ଚ୍ଚା ହେଉଛି। ନିକଟରେ ସ୍ପଟ୍ ବୟକୁ ଦେଇଥିବା ଏକ ସାକ୍ଷାତକାରରେ ସୈଫ୍ ଅଲ୍ଲୀ ଖାନ୍ ଇବ୍ରାହିମ୍ ଏବେ ପୁରା ବଲିଉଡ୍ ପାଇଁ ଫିଟ୍ ଅଛନ୍ତି। ସେ ଏବଂ ସାରା ଦୁହେଁ ଫିଲ୍ମ ଜଗତରେ କାମ […]
ଫିଟିଲା ତାଲା, ଚଳଚଞ୍ଚଳ ହେଲା ହାଟବଜାର। ଉଠା ଦୋକାନଠୁ ସାଲୁନ୍ ଯାଏଁ, ଜମିଲାଣି ବେପାର। ପାଖାପାଖି ୨ ମାସର ବ୍ୟବଧାନ ପରେ ଆଶ୍ୱସ୍ତି ଆଣିଛି ଆଂଶିକ ଲକଡାଉନ୍।