ଚେନ୍ନାଇ: ସରକାରୀ ଚାକିରି ପାଇବା ପରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ତାମିଲନାଡୁର କନ୍ୟାକୁମାରୀରେ ଏହି ଅଭାବନୀୟ ଘଟଣା ଘଟିଛି। ଆତ୍ମହତ୍ୟା ପଛର କାରଣ ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ। ସୂଚନା ଅନୁସାରେ, କନ୍ୟାକୁମାରୀ ଜିଲ୍ଲା ନାଗରକୋଇଲ୍ରେ ରହୁଥିବା ଏହି ୩୨ ବର୍ଷୀୟ ଯୁବକଙ୍କୁ କୌଣସି ଚାକିରି ନ ମିଳିବାରୁ ସେ ପୂରା ଭାଙ୍ଗି ପଡ଼ିଥିଲେ। ଗୋଟିଏ ଦିନ ସେ ଭଗବାନଙ୍କ ନିକଟରେ ମାନସିକ ରଖିଲେ ଯେ, ଯଦି ତାଙ୍କୁ ଚାକିରି ମିଳିବ ତା’ହେଲେ ସେ […]
ବାରିପଦା: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ। ଗତ ମାର୍ଚ୍ଚରେ କରୋନା କଟକଣା ପରେ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା। ପ୍ରତିଥର ଭଳି ବାରିପଦା ପିଠାବଟା ଗେଟ୍ ପଟୁ ପ୍ରଥମେ ପହଞ୍ଚିଥିବା ଗାଡ଼ି ଏବଂ ଯଶିପୁରର କଳିଆଣି ପଟୁ ସର୍ବାଧିକ ୩୫ଟି ଗାଡ଼ିକୁ ଅନୁମତି ମିଳୁଛି। ସେହିପରି ପ୍ରତିଦିନ ସକାଳ ୬ଟାରୁ ୯ ଟା ମଧ୍ୟରେ ପର୍ଯ୍ୟଟକମାନେ ପ୍ରବେଶ ଫାଟକରୁ ଅନୁମତି ନେଇ ପାରିବେ। ଯାତ୍ରା ସମୟରେ ପର୍ଯ୍ୟଟକମାନେ ମାସ୍କ ପିନ୍ଧିବା ସହ କୋଭିଡ୍ […]
ପଶା ବା ଦ୍ୟୁତ ଖେଳ କଥା ଶୁଣିଲେ ସମସ୍ତଙ୍କ ମନରେ ଏକ ନକାରାତ୍ମକ ଚିନ୍ତାଧାରା ସୃଷ୍ଟି ହୋଇଥାଏ। କାରଣ ଏହି ଖେଳ କେତେ ବଡ ବିପର୍ଯ୍ୟୟକୁ ଡାକି ଆଣିପାରେ ତାହା ଆମେ ମହାଭାରତରୁ ଜାଣୁ। ତଥାପି ପଶା ଖେଳ ହୁଏ। ପଶା ଖେଳୁଥିବା ଲୋକଙ୍କ ଯୁକ୍ତି- ମହାପ୍ରଭୁ ଜଗନ୍ନାଥ ତ ଖେଳନ୍ତି, ଆମେ ଖେଳିଲେ କ’ଣ ହେଲା ? ସତେ ତ, ମହାପ୍ରଭୁ ବି ପଶା ଖେଳିବାର ପରମ୍ପରା ଶ୍ରୀମନ୍ଦିରରେ ରହିଛି। ତେବେ କାହିଁକି ? ମହାପ୍ରଭୁ […]
ଭୁବନେଶ୍ୱର: ଓଟିଭି ସିଏଫ୍ଓଙ୍କୁ ଉଠାଇ ନେଲା କ୍ରାଇମ୍ବ୍ରାଞ୍ଚ। ଖୋର୍ଦ୍ଧା ଜିଲ୍ଲା ସାରୁଅ ଜମି କିଣାବିକା ମାମଲାରେ ଓଟିଭି ସିଏଫ୍ଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ କ୍ରାଇମ୍ବ୍ରାଞ୍ଚ ଉଠାଇ ନେଇଛି। କୌଣସି ନୋଟିସ୍ ନ ଦେଇ ତାଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି। ବହୁ ସମୟ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କ ପରିବାରକୁ ମଧ୍ୟ ସୂଚନା ଦିଆଯାଇ ନାହିଁ। ଏହା ଆଗରୁ ମଧ୍ୟ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଓଟିଭି ଅଫିସ୍ରେ ପଚରାଉଚରା କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନାକୁ ଡାକି ମଧ୍ୟ […]
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ସାରୁଅ ଜମି କିଣାବିକା ମାମଲାରେ ଓଟିଭି ସିଏଫ୍ଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ କ୍ରାଇମ୍ବ୍ରାଞ୍ଚ ଉଠାଇ ନେଇଛି। ବିନା ନୋଟିସ୍ରେ ଭୋର୍ରୁ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଉଠାଇ ନେଇଥିବା ତାଙ୍କ ଝିଅ ଗାୟତ୍ରୀ କହିଛନ୍ତି। ସେ କହିଛନ୍ତି, ଭୋର୍ ସମୟରେ ୪-୫ ଜଣ ଅଧିକାରୀ ଘରେ ପଶି ବାପାଙ୍କୁ ଜୋର ଜବରଦସ୍ତି ଉଠାଇ ନେଇଗଲେ। ବାପା ଡାଇବେଟିକ୍ ପେସେଣ୍ଟ, ଖାଦ୍ୟ କି ଔଷଧ ଖାଇ ନାହାନ୍ତି। ତାଙ୍କୁ ମେଡିସିନ ଖାଇବାକୁ ମଧ୍ୟ ସୁଯୋଗ ଦେଲେ ନାହିଁ। ଏପରିକି […]
ଫୁଲବାଣୀ: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା IICଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ଜୁଆ ଆଡ୍ଡାରେ ଚଢାଉ କରି ଫେରିବା ବେଳେ ବ୍ରାହ୍ମଣୀଗାଁ ଥାନା IIC ରଞ୍ଜିତ କୁମାର ମୁନିଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ମେରାମାହା ଛକରେ ଗାଁ ଲୋକେ ଏହି ଆକ୍ରମଣ କରିଥିବା ସୂଚନା ମିଳିଛି । ଆକ୍ରମଣ ଯୋଗୁ IIC ରଂଜିତ ମୁନିଙ୍କ ମୁହଁରେ ଗଭୀର ଆଘାତ ଲାଗିଛି। ଅନ୍ୟ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । କାଠ ଓ ପଥର […]
ଭୁବନେଶ୍ୱର: ଓଟିଭି ସିଏଫ୍ଓଙ୍କୁ କ୍ରାଇମବ୍ରାଞ୍ଚ ଉଠାଇନେବା ପ୍ରସଙ୍ଗକୁ ନେଇ ବିଭିନ୍ନ ସ୍ତରରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ସମସ୍ତେ ଘଟଣାର ନିନ୍ଦା କରିବା ସହ ଏପରି ଉଦ୍ଦେଶ୍ୟ ପ୍ରଣୋଦିତ ପଦକ୍ଷେପକୁ ସମାଲୋଚନା କରିଛନ୍ତି। ଏହି ଘଟଣାକୁ କଂଗ୍ରେସ ମଧ୍ୟ ତୀବ୍ର ନିନ୍ଦା କରିଛି । ସରକାର ମନ୍ଦ ଉଦ୍ଦେଶ୍ୟ ରଖି ଗଣମାଧ୍ୟମର କଣ୍ଠରୋଧ ଲାଗି ପ୍ରଚେଷ୍ଟା ଚଳାଇଛନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମାଝି କହିଛନ୍ତି, ଏହା ମିଡ଼ିଆ ଉପରେ […]
ଶାରଜାହ: ଗତକାଲି ଶାରଜାହରେ ଖେଳାଯାଇଥିବା ଚଳିତ ଆଇପିଏଲ୍ର ୫୨ତମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦର ଦ୍ରୁତ ବୋଲର୍ ସନ୍ଦୀପ ଶର୍ମା ନିଜ ନାମରେ ଏକ ରେକର୍ଡ ଯୋଡ଼ିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର କ୍ୟାପ୍ଟେନ୍ ବିରାଟ କୋହଲିଙ୍କୁ ଆଉଟ୍କରି ସେ ଏହି ରେକର୍ଡ କରିଛନ୍ତି। ସନ୍ଦୀପ ଆଇପିଏଲରେ କୋହଲିଙ୍କୁ ସାତଥର ଆଉଟ୍କରି ଏହି ରେକର୍ଡ କରିଛନ୍ତି। ଶନିବାର ଶାରଜାହ ଗ୍ରାଉଣ୍ଡରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଥିଲେ। ପ୍ରଥମେ ବ୍ୟାଟିଂ କରି ଆରସିବି ନିର୍ଦ୍ଧାରିତ ୨୦ […]
ଭୁବନେଶ୍ୱର: OTV ସିଏଫ୍ଓଙ୍କୁ କ୍ରାଇମବ୍ରାଞ୍ଚ ଉଠାଇନେବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଭିନ୍ନ ସ୍ତରରେ ତୀବ୍ର ସମାଲୋଚନା କରାଯାଉଛି। ଏହି ଘଟଣାକୁ ବିଜେପି ନେତ୍ରୀ ସୁରମା ପାଢ଼ୀ ତୀବ୍ର ସମାଲୋଚନା କରିବା ସହ ଆଇନ ତା ବାଟରେ ଯାଉ ବୋଲି କହିଛନ୍ତି। ଆଇନ ବାଟବଣା ନହେଉ । ରାଜ୍ୟ ସରକାର ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚେଷ୍ଟା କରୁଛନ୍ତି । ଏହା ପୂର୍ବରୁ ଜଣେ ଓଟିଭି କର୍ମଚାରୀଙ୍କୁ ପୋଲିସ ଉଠାଇ ନେଇଥିଲା। ଏବେ ଆଉ ଜଣେ କର୍ମଚାରୀଙ୍କୁ ଉଠାଇ ନେଇଛି […]
ନିୟୁର୍କ : ଆମେରିକା ନିର୍ବାଚନ ପ୍ରଚାରକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ନାକୁ ଆସିଛି। ଆମେରିକାର ରାଷ୍ଟ୍ରପତି ପାର୍ଥୀ ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ପ୍ରଚାର ପାଇଁ କରିଥିବା ୧୮ଟି ରାଲିରେ ୩୦ ହଜାର ଲୋକ କରୋନାରେ ଆକ୍ରନ୍ତ ହେବା ସହ ୭ ଶହ ମରିଛନ୍ତି। ଏ ନେଇ ଷ୍ଟାନଫୋର୍ଡ ୟୁନିଭର୍ସିଟି ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ୟୁନିଭର୍ସିଟି ଗବେଷକମାନେ କିଛି ଦିନ ପୂର୍ବରୁ ସାମୂହିକ ଲୋକଙ୍କୁ ନେଇ କରାଯାଉଥିବା ସଭାରେ କୋଭିଡ୍ର ପ୍ରଭାବ ଶୀର୍ଷକ […]
ଭୁବନେଶ୍ୱର: OTV ସିଏଫ୍ଓଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। CFO ମନୋରଂଜନ ଷଡ଼ଙ୍ଗୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ସାରୁଅ ଜମି କିଣାବିକା ମାମଲାରେ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏନେଇ ସୂଚନା ଦେଇଛି କ୍ରାଇମବ୍ରାଞ୍ଚର ଇଓଡବ୍ଲୁ। ସକାଳେ ମନୋରଂଜନଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିଲା। ଦଫା ୪୨୦, ୪୨୩, ୪୬୭, ୪୬୮, ୪୭୧, ୧୨୦ ବିର ସେକ୍ସନ ୩(୧) (ଜି, କ୍ୟୁ) SC/ST ଆଇନରେ ଗିରଫ କରାଯାଇଥିବା ଜଣାପଡ଼ିଛି। ପ୍ରକାଶଥାଉକି ଆଜି ସକାଳେ କୌଣସି ନୋଟିସ୍ ନ ଦେଇ ମନୋରଞ୍ଜନଙ୍କୁ ଉଠାଇ […]
ବିହାର: ମୁଙ୍ଗେର ଗୁଳିକାଣ୍ଡରେ ମୃତ ଯୁବକ ଅନୁରାଗ ପୋଦ୍ଦାରଙ୍କ ପିତା ଦେଇଥିବା ବୟାନକୁ ନେଇ ପୋଲିସ୍ ବିରୋଧରେ କେସ୍ ରୁଜୁ କରାଯାଇଛି। ତାଙ୍କ ପିତା ପୋଲିସ୍ ଉପରେ ହତ୍ୟାର ଆରୋପ ଲଗାଇଛନ୍ତି। ସେ କହିଛନ୍ତି ଯେ ପୋଲିସ୍ ଚଳାଇଥିବା ଗୁଳି କାରଣରୁ ତାଙ୍କ ପୁଅର ମୃତ୍ୟୁ ହୋଇଛି। ଏ ନେଇ କୋତୱାଲି ଥାନାରେ ବିସର୍ଜନବେଳେ ଲାଠି ଚାଳନା କରିଥିବା ୨୦ରୁ ୨୫ ପୋଲିସ୍ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହେଇଛି। ଘଟଣା ମୁତାବକ ୨୬ ଅକ୍ଟୋବର ରାତିରେ […]
ଶ୍ରୀନଗର: ଜାମ୍ମୁ କାଶ୍ଣୀରର ରାଜଧାନୀ ଶ୍ରୀନଗରରେ ହିଜ୍ବୁଲ୍ ମୁଜାହିଦୀନ ଆତଙ୍କୀ ସଙ୍ଗଠନର ମୁଖ୍ୟ କମାଣ୍ଡର ସୌଫୁଲ୍ଲାହ ନିହତ ହୋଇଛି। ଭାରତୀୟ ସେନା, ଜାମ୍ମୁ କାଶ୍ମୀର ପୋଲିସ୍ ଓ ସିଆରପିଏଫ ଯବାନଙ୍କ ମିଳିତ ଅପରେସନ୍ରେ ଏହି ସଫଳତା ମିଳିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଜାମ୍ମୁ କାଶ୍ମୀର ପୋଲିସ୍ ଏବଂ ସେନାକୁ ଶ୍ରୀନଗରର ରଙ୍ଗରେଥ ଅଞ୍ଚଳରେ ଦୁଇଜଣ ଆତଙ୍କବାଦୀ ଲୁଚିଥିବା ସୂଚନା ମିଳିଥିଲା। ଏହାକୁ ଆଧାର କରି ସେନାର ରାଷ୍ଟ୍ରୀୟ ରାଇଫଲ, ଜାମ୍ମୁ କାଶ୍ମୀର ପୋଲିସ୍ର ଏସ୍ଓଜି ଏବଂ ସିଆରପିଏଫ […]
ଭୁବନେଶ୍ୱର: ଆକ୍ରୋଶ! ଅମାନବୀୟ! ଓଟିଭି ବିରୋଧରେ କେତେ ଚରମ ସରକାରଙ୍କ ରାଗ? ଇଏ ତାର ଆଉ ଏକ ବଡ଼ ଉଦାହରଣ ବିନା ନୋଟିସ୍ କି ସୂଚନାରେ ସାରୁଅ ଜମି କିଣାବିକା ମାମଲାରେ ଅତି ଅମାନବୀୟ ଢଙ୍ଗରେ ଓଟିଭିର ଚିଫ୍ ଫାଇନାନ୍ସିଆଲ୍ ଅଫିସର ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ତେବେ ଗିରଫ ପୂର୍ବର ପୁରା ପ୍ରକ୍ରିୟାକୁ ଦେଖିଲେ ବାରି ହୋଇ ପଡିଛି କିଭଳି ଆଇନ୍ର ବ୍ୟବସ୍ଥାକୁ ଦଳିମକଚି ଦେଇଛି କ୍ରାଇମବ୍ରାଞ୍ଚ। ମନୋରଞ୍ଜନଙ୍କ ଝିଅଙ୍କ ସୂଚନା ଅନୁସାରେ ଆଜି […]
ଆବୁ ଧାବି: ଚଳିତ ଆଇପିଏଲ୍ର ୫୩ତମ ମ୍ୟାଚ୍ରେ ଆଜି କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା ହୋଇଛି। ଶେଖ ଜାଏଦ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍କୁ ଚେନ୍ନାଇ ଜିତି ନେଇଛି। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୧୫୩ ରନ୍ କରି ପାରିଥିଲା। ଦଳ ପକ୍ଷରୁ ଦୀପକ ହୁଡା ୩୦ ବଲ୍ ଖେଳି ବିସ୍ପୋରକ ୬୨ ରନ୍ କରି ଅପରାଜିତ ଥିଲେ। ତାଙ୍କ ପରେ […]