• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

corona 22
ଖୋର୍ଦ୍ଧାରେ କମୁଛି କରୋନା ସଂକ୍ରମଣ‌, ଦିନକରେ ଚିହ୍ନଟ ହେଲେ ୨୦୦ରୁ କମ୍ ଆକ୍ରାନ୍ତ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶା ରେ ୧,୫୪୭ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୫୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୫୪୭ ଆକ୍ରାନ୍ତଙ୍କ ମଧ୍ୟରୁ ୮୯୧  ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୬୫୬ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୮,୬୪୬ରେ ପହଞ୍ଚିଛି। Covid-19 Report […]

୧୫ ଡିଗ୍ରୀ ତଳେ ଓଡ଼ିଶାର ୪ ସହରର ତାପମାତ୍ରା

ଭୁବନେଶ୍ୱର: ମୌସୁମୀ ଫେରିଯିବା ପରେ ରାଜ୍ୟରେ ପଡ଼ିଲାଣି ଶୀତ। ବିଭନ୍ନ ସ୍ଥାନରେ ଶୀତ ଅନୁଭୂତ ହେଲାଣି। ଆଜି ଓଡ଼ିଶାରେ ୧୫ ଡିଗ୍ରୀ କିମ୍ବା ତା ତଳକୁ ୪ଟି ସହରର ତାପମାତ୍ରା ରହିଛି। ସୋନପୁରରେ ୧୨.୮ ଡିଗ୍ରୀ, ଅନୁଗୁଳରେ ୧୩.୮ ଡିଗ୍ରୀ, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୧୪ ଡିଗ୍ରୀ, କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ରେକର୍ଡ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ୧୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ କଟକରେ ୨୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। […]

icmr
ରାଜ୍ୟରେ ୨୪ ଘଣ୍ଟାରେ ୧୧  କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୧  କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧, ୩୦୮ ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଭୁବନେଶ୍ୱରରୁ,୨ ଜଣ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି। ସେହିପରି ଅନୁଗୋଳ, ଝାରସୁଗୁଡ଼ା, କଟକ, ଗଞ୍ଜାମ, ଖୋର୍ଦ୍ଧା, କନ୍ଧମାଳ ଓ ନୂଆପଡ଼ାରୁ ଜଣେ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି। ସୂଚନାଥାଉ କି, ଗତ […]

moish
ଦିନେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ଏହି କ୍ରିକେଟର, ଏବେ....

ନୂଆଦିଲ୍ଲୀ: ଗୁରୁବାର ଭାରତ ବିପକ୍ଷ ODI ଏବଂ ଟି-୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ ସେମାନଙ୍କ ଦଳ ଘୋଷଣା କରିଛି। ଏହି ୧୮ ସଦସ୍ୟ ବିଶିଷ୍ଟ ଦଳରେ ଅଲରାଉଣ୍ଡର ମୋଇସ୍ ହେନରିକ୍ସଙ୍କୁ ସାମିଲ କରାଯାଇଛି। ୩ ବର୍ଷ ପରେ ଦଳକୁ ଫେରିଛନ୍ତି ମୋଇସ୍ । ଗୋଡ ଆଘାତରୁ ବର୍ତ୍ତମାନ ପର୍ଯ୍ୟନ୍ତ ସୁସ୍ଥ ହୋଇ ନ ଥିବା ମିଚେଲ ମାର୍ଶଙ୍କ ସ୍ଥାନରେ ମୋଇସ୍ ହେନରିକ୍ସଙ୍କୁ ଏହି ସୁଯୋଗ ମିଳିଛି। ଏଠି କହିରଖିବୁ, ମୋଇସ୍ ହେନରିକ୍ସ ୨୦୧୭ରେ ତାଙ୍କର ଶେଷ ଅନ୍ତର୍ଜାତୀୟ […]

phone
ଦିୱାଲିରେ ଏହିସବୁ ସ୍ମାର୍ଟଫୋନ୍‌ ଉପରେ ମିଳୁଛି ବମ୍ପର ଅଫର୍‌

ନୂଆଦିଲ୍ଲୀ: ଶପିଂ ପ୍ଲାଟ୍‌ଫର୍ମ ଫ୍ଲିପ୍‌କାର୍ଟରେ(Flipkart) ବିଗ୍‌ ଦିୱାଲି ସେଲ୍ ‌(Big Diwali Sale) ଗୁରୁବାର ଦିନଠୁ ଆରମ୍ଭ ହୋଇଯାଇଛି। ଏହା ନଭେମ୍ବର ୪ ପର୍ଯ୍ୟନ୍ତ ଚାଲିବ। ଫେଷ୍ଟିଭ୍‌ ସିଜନ୍‌କୁ ଦୃଷ୍ଟିରେ ରଖି ଫ୍ଲିପ୍‌କାର୍ଟ ଗ୍ରାହକଙ୍କ ପାଇଁ ଜବରଦସ୍ତ ଅଫର ଆଣିଛି। ଜାଣନ୍ତୁ ଫ୍ଲିପ୍‌କାର୍ଟର Big Diwali Saleରେ କେଉଁ ସବୁ ସ୍ମାର୍ଟଫୋନ୍‌ରେ କ’ଣ ସବୁ ଅଫର ରହିଛି… iPhone SE iPhone SE ର ସବୁଠୁ ଅଧିକ ଡିମାଣ୍ଡ ଦେଖିବାକୁ ମିଳିଛି। ଫ୍ଲିପ୍‌କାର୍ଟର ନୂଆ ସେଲ୍‌ରେ ଏହି […]

dhoni
IPL 2020, ଧୋନିଙ୍କ ବିଜୟରୁ ଫାଇଦା ନେଲା ମୁମ୍ବାଇ

ଆବୁଧାବି: ଆଇପିଏଲ୍‌ରେ ଗତକାଲି ଖେଳାଯାଇଥିବା ଏକ ମ୍ୟାଚରେ ଚେନ୍ନାଇର ଚମକପ୍ରଦ ବିଜୟ ହାସଲ କରିଛି । କୋଲକତା ନାଇଟ୍ ରାଇଡର୍ସ(KKR) କୁ ୬ ୱିକେଟରେ ମାତ୍ ଦେଇଛି ଚେନ୍ନାଇ ସୁପର କିଙ୍ଗସ।  ଶେଷ ଓଭରର ଶେଷ ୨ ବଲ୍‌ରେ ୨ଟି ଛକା ମାରି କେକେଆରଠୁ ମ୍ୟାଚ ଛଡାଇ ନେଇଥିଲେ ରବୀନ୍ଦ୍ର ଜାଡେଜା । ଶେଷ ୨ ଓଭରରେ ବିଜୟ ପାଇଁ ୩୦ ରନ୍ ଆବଶ୍ୟକ ଥିବା ବେଳେ ଜାଡେଜା ୧୧ ବଲ୍‌ରେ ଧୂଆଁଧାର ୩୧ ରନ୍ କରି […]

school
ଦୀପାବଳି ପରେ ସ୍କୁଲ ଖୋଲିବା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଦୀପାବଳି ପରେ ସ୍କୁଲ ଖୋଲିବା କଳ୍ପନା ଜଳ୍ପନା ପ୍ରସଙ୍ଗକୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି। OTVକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ସମୀର ଦାଶ କହିଛନ୍ତି, କେବେ ସ୍କୁଲ ଖୋଲିବ, ସେନେଇ ନିର୍ଦ୍ଦିଷ୍ଟ ଭାବେ ନିଷ୍ପତ୍ତି ହୋଇନାହିଁ। ମୁଖ୍ୟମନ୍ତ୍ରୀ କହିଥିଲେ ପୂଜା ଛୁଟି ଯାଏ ସ୍କୁଲ କଲେଜ ବନ୍ଦ ରହିବ। ତେବେ କେବେ ସ୍କୁଲ ଖୋଲିବ ସେନେଇ ବିଚାରବିମର୍ଷ ଜାରି ରହିଛି। ଚଳିତ ମାସ କୋଭିଡ଼ ଗାଇଡଲାଇନ୍ସ ଆସିଲେ ସେନେଇ […]

IPL betting
ବ୍ରହ୍ମପୁରରୁ ଦୁବାଇକୁ ଲମ୍ବିଛି IPL ବେଟିଂ, ଜବତ ହେଲା ଲକ୍ଷାଧିକ ଟଙ୍କା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରୁ ଧରାପଡ଼ିଥିବା ଆଇପିଏଲ୍ ବେଟିଂ ଗ୍ୟାଙ୍ଗର ବିଦେଶ ଲିଙ୍କ୍‌ ଥିବା ଜଣାପଡ଼ିଛି। ଏ ନେଇ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବେଟିଂ ଗ୍ୟାଙ୍ଗର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍‌। ଏହାସହ ସେମାନଙ୍କ ନିକଟରୁ ନଗଦ ୩୩ ଲକ୍ଷ ୬୧ ହଜାର ଟଙ୍କା ଜବତ ହୋଇଛି। ସହରର ବିଭିନ୍ନ ଅଞ୍ଚଳରେ ରେଡ୍ ବେଳେ ପୋଲିସ ସେମାନଙ୍କ ଧରିଛି। ଗ୍ୟାଙ୍ଗରେ ଆହୁରି ଅନେକ ଲୋକ ସାମିଲ […]

Guru-pkg
ସେକ୍ସ ଗୁରୁଙ୍କୁ ମିଳିଲା ସଜା, ଜେଲରେ ରହିବେ ୧୨୦ ବର୍ଷ

ସେକ୍ସ କଲ୍ଟ ଗୁରୁ କିଥ୍ ରୋନିଏରିକୁ ଆମେରିକାର ଏକ କୋର୍ଟ ୧୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ସେ ବହୁ ମହିଳାଙ୍କୁ ନିଜର କ୍ରୀତଦାସ କରି ରଖିଥିଲେ । ସେମାନଙ୍କ ସହିତ ଶାରୀରିକ ସଂପର୍କ ରଖୁଥିଲେ । ସେ ନେକ୍ସିଅମ୍ ସେକ୍ସ କଲ୍ଟ ନାମରେ ଏକ ସଂଗଠନ ଗଢି ଅନୈତିକ କାର୍ଯ୍ୟରେ ଲିପ୍ତ ଥିଲେ । ସେ ଠକେଇ, ଯୁବତୀ ଚାଲାଣ, ଶିଶୁ ପର୍ଣ୍ଣୋଗ୍ରାଫି ଓ ଅନ୍ୟ ଅପରାଧ କରିଥିବା ଆମେରିକା ଗଣମାଧ୍ୟମରେ ପ୍ରକାଶ ପାଇଛି […]

corona 1
‘ଓଡ଼ିଶାରେ କରୋନା ରି-ଇନ୍‌ଫେକ୍‌ସନ୍ ହେଉଛି ’

ଭୁବନେଶ୍ୱର: ଓଡ଼ିଶା ରେ କରୋନା ସ୍ଥିତିକୁ ନେଇ ILS ନିର୍ଦ୍ଦେଶକ ଅଜୟ ପରିଡ଼ା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶୀତରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। କାରଣ ଶୀତ ସଂକ୍ରମଣ ବ୍ୟାପିବାରେ ସହାୟକ ହେବ। ତେଣୁ ସଜାଗ ନ ରହିଲେ ସଂକ୍ରମଣ ବଢ଼ିପାରେ। ସେ ଆହୁରି କହିଛନ୍ତି, ‘ବର୍ତ୍ତମାନ ସଂକ୍ରମଣ କମିଛି ଓ ଦୈନିକ ୧୫ଶହ ପାଖାପାଖି ରହିଛି। ପୂଜାରେ ସଂକ୍ରମଣ ବଢ଼ିବାର ଆଶଙ୍କା ଥିଲା, ତେବେ ଲୋକଙ୍କ ସହଯୋଗ ଯୋଗୁ ଏହା କମିଛି। […]

pm modi
ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର: କାଶ୍ମୀରରେ ବିଜେପି କର୍ମୀଙ୍କୁ ହତ୍ୟା ମାମଲାକୁ ନେଇ ତେଜୁଛି ରାଜନୀତି।  ପ୍ରଧାନମନ୍ତ୍ରୀ ମୋଦି ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ତିନି ଜଣ କର୍ମୀ କାଶ୍ମୀର ଉପତ୍ୟକାରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଏହି କଠିନ ସମୟରେ ମୃତକଙ୍କ ପରିବାର ସହ ସେ ଛିଡ଼ା ହୋଇଥିବା ଟ୍ୱିଟ୍ କରି କହିଛନ୍ତି। ଆଜି ଶ୍ରୀନଗର, ଜମ୍ମୁ ସମେତ ଅନ୍ୟ ଅଞ୍ଚଳରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆତଙ୍କବାଦୀ ମାନେ କିଭଳି ଏହି ବର୍ବରକାଣ୍ଡ ଭିଆଇଲେ ତାକୁ ନେଇ […]

son killed father
ବାପାଙ୍କୁ ହତ୍ୟା କରିବା ପରେ କ୍ରାଇମ୍‌ ଶୋ’ରୁ ଆଇଡିଆ ନେଇ ପ୍ରମାଣ ନଷ୍ଟ କଲା ପୁଅ

ମଥୁରା: କ୍ରାଇମ୍‌ ଶୋ’ ଦେଖି ଜଣେ ନାବାଳକ ତାଙ୍କ ବାପାଙ୍କୁ ହତ୍ୟା କରିବା ସହ ପ୍ରମାଣ ନଷ୍ଟ କରିବାକୁ ମଧ୍ୟ ପଛାଇ ନଥିଲେ। ଉତ୍ତରପ୍ରଦେଶ ମଥୁରାରେ ଏହି ଘଟଣା ଘଟିଥିବା ଗୁରୁବାର ଦିନ ପୋଲିସ୍‌ ସୂଚନା ଦେଇଛି। ୨୦୨୦ ମେ’ରେ ନାବାଳକ ଜଣକ ତାଙ୍କ ବାପାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ମୃତକଙ୍କ ନାଁ ମନୋଜ ମିଶ୍ରା। ପୋଲିସ୍ ସୂଚନା ଅନୁଯାୟୀ, ‘ମନୋଜ ବହୁତ୍‌ ରାଗୀ ସ୍ୱଭାବର ଥିଲେ। ମେ’୨ରେ ସେ ସମ୍ପୃକ୍ତ ନାବାଳକଙ୍କୁ ବାଡ଼େଇ ଥିଲେ। […]

facebook-love
ଫେସବୁକ୍‌ରେ ପ୍ରେମ ନିବେଦନ କରି ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ, ତା' ପରେ...

ଭଦ୍ରକ: ମହଙ୍ଗା ପଡ଼ିଲା ବିବାହିତା ମହିଳାଙ୍କୁ ପ୍ରେମ ନିବେଦନ। ଫେସବୁକରେ ବାରମ୍ବାର ମହିଳାଙ୍କୁ ପ୍ରେମ ନିବେଦନ କରି ନିର୍ଧୁମ ଛେଚା ଖାଇଲେ ଯୁବକ ବିଚ୍ ରାସ୍ତାରେ ଯୁବକଙ୍କୁ ଘୋଷାରି ଘୋଷାରି ବାଡ଼େଇଲେ ମହିଳା ଓ ତାଙ୍କ ସଂପର୍କୀୟ। ଭଦ୍ରକ ଅଞ୍ଚଳରୁ ଏପରି ଏକ ଭାଇରାଲ୍ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ମହିଳା ଓ କିଛି ଯୁବକ ମିଶି କାର୍‌ରେ ଥିବା ଜଣେ ଯୁବକଙ୍କୁ ଘୋଷାରି ଆଣି ମାଡ଼ ମାରୁଛନ୍ତି। ଅଭିଯୋଗ ଅନୁଯାୟୀ, କାର୍‌ରେ ଥିବା ଯୁବକ […]

ଘର ତିଆରି ପାଇଁ ୧୫ ହଜାର ଟଙ୍କାରେ ବିକିଥିଲେ ଶିଶୁ କନ୍ୟା 

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଚାରମାଲ କେଉଟିବାହାଳି ଗାଁରେ ଶିଶୁକନ୍ୟା ବିକ୍ରି ଘଟଣାରେ ଏକ ସ୍ପର୍ଶକାତରତା ବିଷୟ ଲୋକଲୋଚନକୁ ଆସିଛି। ଦାରିଦ୍ର୍ୟର ତାଡ଼ନାରେ ପେଶି ହୋଇ ନିଜ ମାଆ ଏକ ମାସ ସାତଦିନର ପିଲାଟିକୁ ବିକ୍ରି କରି ସେହି ଟଙ୍କାରେ ଘର ତିଆରି କରିଥିବା ଜଣାପଡିଛି। ଏପଟେ ସମ୍ବଲପୁରସ୍ଥିତ ସ୍ୱତନ୍ତ୍ର ପୌଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ଶିଶୁକୁ ଉଦ୍ଧାର କରି ରଖାଯାଇଛି। ଶିଶୁ କନ୍ୟାର ମାଆ ନଳିନୀ କର୍ଣ୍ଣଙ୍କ କହିବାନୁଯାୟୀ, ତାଙ୍କ ବୁଢିମା ଓ ୩ ବର୍ଷର ଗୋଟିଏ […]

tirtol
ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

ତିର୍ତ୍ତୋଲ: ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଇନ ଶୃଙ୍ଖଳା ସ୍ଥିତିକୁ ପରଖିଛନ୍ତି ପୋଲିସ୍ ଡିଜି ଅଭୟ। ସେ ଜଗତସିଂହପୁରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପୁଲିଂ ବୁଥ୍‌କୁ  ତିନି ସ୍ତରରେ ବିଭକ୍ତ କରାଯାଇଛି। ଅଣ ସମ୍ବେଦନଶୀଳ, ସମ୍ବେଦନଶୀଳ, ଅତି ସମ୍ବେଦନଶୀଳ ଭାବେ ଭାଗ କରାଯାଇଛି। କଡ଼ା ସୁରକ୍ଷା ମଧ୍ୟରେ ସମ୍ବେଦନଶୀଳ, ଅତି ସମ୍ବେଦନଶୀଳ ବୁଥ୍‌ରେ ଫୋର୍ସ ମୁତୟନ କରାଯିବ। ୨୧ ପ୍ଲାଟୁନ୍ ଫୋର୍ସ, ୩ ଫ୍ଲାଟୁନ୍ ସେଣ୍ଟ୍ରାଲ ଫୋର୍ସ, ଏସ୍‌ପି ସ୍ତରୀୟ ବରିଷ୍ଠ ଅଧିକାରୀଙ୍କୁ […]

rmrc
ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ଭୁବନେଶ୍ୱର: ୫୦ ପ୍ରତିଶତ ଲୋକଙ୍କ ଦେହରେ ହେଲାଣି ଆଣ୍ଟିବଡ଼ି। ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ସ୍ଥିତିର ତଥ୍ୟ ଦେବା ଅବସରରେ ଏହା କହିଛନ୍ତି ଡାକ୍ତର ପତି। ତାଙ୍କ କହିବା ଅନୁସାରେ ଭୁବନେଶ୍ୱରର ୫୦% ଲୋକଙ୍କୁ ଛୁଇଁଗଲାଣି କରୋନା। କରୋନା ସଂସ୍ପର୍ଶରେ ଆସିବା ପରେ ଦେହରେ ବିକଶିତ ହୋଇଛି ଆଣ୍ଟିବଡ଼ି। ଜୁଲାଇ ୧୧ ପ୍ରଥମ ସର୍ଭେରେ ମାତ୍ର ୧.୪୨% ଲୋକଙ୍କ ଆଣ୍ଟିବଡି ଥିଲା। ଅଗଷ୍ଟ ୨୮ […]

abhada
ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ପୁରୀ: କାର୍ତ୍ତିକ ମାସରେ ହବିଷ୍ୟାଳୀ ଓ ଶ୍ରଦ୍ଧାଳୁଙ୍କ ପାଇଁ ସହଜରେ ମିଳିବ ମହାପ୍ରସାଦ। ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ୱାରରେ ଏନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ବିଶେଷ କାଉଣ୍ଟର କରି ମହାପ୍ରସାଦ ବିକ୍ରି ହେବ। ଉତ୍ତର ଦ୍ୱାରରେ ଏକ ବଡ଼ କାଉଣ୍ଟର ହେବ। ଲୋକେ କିପରି ସାମାଜିକ ଦୂରତା ମାନିବା ସହ କରୋନା କଟକଣା ଭିତରେ ଅବଢ଼ା ନେବେ ସେ ନେଇ ବି ବ୍ୟବସ୍ଥା ହୋଇଛି। ଏ ନେଇ ସୁଆର, ମହାସୁଆର ନିଯୋଗ, ଶ୍ରୀମନ୍ଦିର ପ୍ରଶାସନ ସହ […]