• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

assemblyu
ବିଧାନସଭାରେ ପାରିତ ହେଲା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍; କଂଗ୍ରେସ କହିଲା 'କଳାଦିନ'

ଭୁବନେଶ୍ୱର: ବିଧାନସଭାରେ ପାରିତ ହେଲା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍-୨୦୨୦। ବିରୋଧୀଙ୍କ ହୋହଲ୍ଲା ଭିତରେ ଏହି ବିଲ୍ ପାରିତ ହୋଇଛି। ୪ ଦିନର ଆଲୋଚନା ପରେ ଗୃହରେ ବିଲ୍ ପାରିତ ହୋଇଛି। କିନ୍ତୁ ବିଲ୍‌କୁ କଳା ଆଇନ କହି ନରସିଂହ ମିଶ୍ର ବିରୋଧ କରିଥିଲେ। ଆଜିର ଆଲୋଚନାରେ  ବିଜେପି ଭାଗ ନେଇ ନଥିଲା। ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ପାସ୍ ନେଇ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଆଜିର ଦିନ ବିଧାନସଭା ଇତିହାସରେ ଅମାବାସ୍ୟାର ଦିନ।  ଆଜିର […]

cricket
ଆଖି ବୁଜିଲେ ଆନ୍ତର୍ଜାତିକ କ୍ରିକେଟର

ନୂଆଦିଲ୍ଲୀ: ଆଫଗାନସ୍ଥାନ ଓପନର୍‌ ନଜୀବ ତାରକାଇ (Najeebullah Tarakai)ଙ୍କର ମଙ୍ଗଳବାର ମୃତ୍ୟୁ ଘଟିଛି। କିଛି ଦିନ ତଳେ ନଜୀବ କାର ଦୁର୍ଘଟଣାର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଅବସ୍ଥା ଗୁରୁତର ଥିଲା। ସେ କାରରେ ରାସ୍ତା ପାର ହେଉଥିବାବେଳେ ଅନ୍ୟ ଏକ କାର ତାଙ୍କୁ ଧକ୍କା ଦେଇଥିଲା। ଆଫଗାନ କ୍ରିକେଟ ବୋର୍ଡ ସୋଶାଲ ମିଡିଆ ଜରିଆରେ ଏହି ସୂଚନା ଦେଇଛି। ୨୯ ବର୍ଷୀୟ ନଜୀବ ଆଇସିୟୁରେ ଥିଲେ। […]

1
ରାଜ୍ୟରେ କେବେ ଖୋଲିବ ସ୍କୁଲ ? ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ସ୍କୁଲ ଖୋଲିବା ନେଇ କେନ୍ଦ୍ର ସରକାର ତାଙ୍କର ଗାଇଡ ଲାଇନ ଜାରି କରିବା ପରେ ରାଜ୍ୟ ସରକାର ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ରାଜ୍ୟରେ ସ୍କୁଲ ଖୋଲିବ କି ନାହିଁ ସେ ନେଇ  ଅକ୍ଟୋବର  ଶେଷ ସପ୍ତାହରେ  ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ। ମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,  ସ୍କୁଲ ଖୋଲିବା ନେଇ ଅକ୍ଟୋବର ଶେଷ ସପ୍ତାହରେ ବିଚାର ହେବ। ଅକ୍ଟୋବରର କରୋନା ସ୍ଥିତି ଦେଖି […]

smasan
କରୋନା ସମୟରେ ମହତକାମ, ୪୦୦ରୁ ଅଧିକ କରୋନା ମୃତକଙ୍କ ଅନ୍ତିମ ସଂସ୍କାର କରିଛନ୍ତି ଏହି ବ୍ୟକ୍ତି

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଅନେକ କାହାଣୀ ସାମ୍ନାକୁ ଆସିଛି। ଲକ୍‌ଡାଉନ୍‌ରେ କିଏ ହଜାରରୁ ଉର୍ଦ୍ଧ୍ୱ କିଲୋମିଟର ଚାଲିଛି ତ କିଏ ଘର ପାଖରେ ପହଞ୍ଚି ପ୍ରାଣ ହରାଇଛି। ଅନେକ ଛୋଟ ଶିଳ୍ପ ବନ୍ଦ ହୋଇଯାଇଛି। ଆଶାଠୁ ଅଧିକ ଲୋକ ବୃତ୍ତି ହରେଇଛନ୍ତି। ଏହି ପ୍ରତିକୂଳ ପରିସ୍ଥିତିରେ ଯେତେବେଳେ ସରକାର ପରସ୍ପରଠୁ ଦୂରେଇ ରହି ସାମାଜିକ ଦୂରତା ରଖିବାକୁ କହୁଛନ୍ତି। ସେତେବେଳେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯେ, ନିଜ ବିଷୟରେ ଚିନ୍ତା ନକରି କରୋନା ମୃତକଙ୍କ […]

minati
‘ଗଣଦୁଷ୍କର୍ମ ତଦନ୍ତ କରୁନୁ’

ଭୁବନେଶ୍ୱର: କାର୍ଯ୍ୟକ୍ଷେତ୍ରରେ ଜଣେ ମହିଳା କର୍ମଚାରୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ଆଜି ରାଜ୍ୟ ମହିଳା କମିଶନ୍‌ଙ୍କ ନିକଟରେ ଆବଶ୍ୟକ କାଗଜପତ୍ର ଦାଖଲ କରିଛନ୍ତି ଓଟିଭି କର୍ତ୍ତୃପକ୍ଷ। କମିଶନ୍‌ଙ୍କ ନିର୍ଦ୍ଦେଶ ମୁତାବକ ଆଜି ନିର୍ଦ୍ଧାରିତ ସମୟରେ ଓଟିଭି ଏମ୍‌ଡିଙ୍କ ପ୍ରତିନିଧି ସମସ୍ତ କାଗଜପତ୍ର ଦାଖଲ କରିଥିଲେ। ଏସବୁ ନଥିପତ୍ରକୁ ମହିଳା କମିଶନଙ୍କ ଦ୍ୱାରା ଗଠିତ ଏକ ସ୍ୱତନ୍ତ୍ର କମିଟି ଯାଞ୍ଚ କରିବ। ଯାଞ୍ଚ ପରେ ମାମଲାର ଶୁଣାଣି ଲାଗି ପରବର୍ତ୍ତୀ ତାରିଖ ଧାର୍ଯ୍ୟ ହେବ ବୋଲି କହିଛନ୍ତି ମହିଳା […]

01
କୋଭିଡ୍-୧୯ ଟ୍ରାଇବାଲ୍ ଫିଲ୍ମ ଫେଷ୍ଟିଭାଲରେ ଚମକିଲା 'କୋରୋନା ତୁ ଫେରିଯା’

ନୂଆଦିଲ୍ଲୀ/ଭୁବନେଶ୍ୱର: ଆନ୍ତର୍ଜାତିକ ସ୍ତରରେ ପୁଣି ଚମକିଲା ଓଡ଼ିଆ ଫିଲ୍ମ।   ଇଣ୍ଟରନାଶନାଲ୍ କୋଭିଡ୍-୧୯ ଟ୍ରାଇବାଲ୍ ସିନେମା ଫେଷ୍ଟିଭାଲରେ ଗଞ୍ଜାମର କ୍ଷୁଦ୍ର ଚଳଚ୍ଚିତ୍ର ‘କୋରୋନା ତୁ ଫେରିଯା ‘ ଶ୍ରେଷ୍ଠ ୫୦ତମ ସ୍ଥାନରେ ପ୍ରଦର୍ଶିତ ହୋଇଛି। ୩୬ଟି ଦେଶର ୪୫୦ଟି ସିନେମା ଏହି ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା। ଜୁରି ମାନଙ୍କ ଦ୍ୱାରା ବେଷ୍ଟ ରିଜିଓନାଲ ଫିଲ୍ମ ଓ ବେଷ୍ଟ ଷ୍ଟୋରୀ ଭାବରେ ଉକ୍ତ ଚଳଚ୍ଚିତ୍ର ମନୋନୀତ ହୋଇଛି।  କରୋନା ସାରା ବିଶ୍ୱରେ ତା’ର ତାଣ୍ଡବଲୀଳା ରଚିଛି। କରୋନା କବଳରେ […]

salman
ଦୀର୍ଘ ଦିନ ପରେ ଫେରିଲେ ସଲମାନ୍

ମୁମ୍ବାଇ: ଦୀର୍ଘ ଦିନର ବିରତି ପରେ ଫେରିଛନ୍ତି ଦବଙ୍ଗ ବୟ ସଲମାନ୍‌ ଖାନ୍‌। ପ୍ରାୟ ୬ମାସ ପରେ ସେ ପୁଣି ଥରେ ଫିଲ୍ମ ଶୁଟିଂରେ ବାହାରିଛନ୍ତି। ନିକଟରେ ସେ ‘ରୋଧେ- ଇୟୋର ମୋଷ୍ଟ୍‌ ୱାଣ୍ଟେଡ୍‌ ଭାଇ’ ଚଳଚ୍ଚିତ୍ରର ଶୁଟିଂରେ ଯୋଗ ଦେଇଛନ୍ତି। ଯାହାର ଏକ ଫଟୋ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଶେଆର କରିଛନ୍ତି। ଫଟୋ ଶେଆର କରି ସଲମାନ୍‌ ଲେଖିଛନ୍ତି, ପ୍ରାୟ ସାଢ଼େ ୬ ମାସ ପରେ ଶୁଟିଂକୁ ଫେରିଲି। ବହୁତ ଭଲ ଅନୁଭବ କରୁଛି। […]

r
ଡ୍ରଗ୍ସ ମାମଲା: ବଢ଼ିଲା ରିଆଙ୍କ ରିମାଣ୍ଡ ଅବଧି

ମୁମ୍ୱାଇ: ସୁଶାନ୍ତ ସିଂ ରାଜୁପୁତ୍ ମୃତ୍ୟୁ  ମାମଲାରେ ଛନ୍ଦି ହୋଇଥିବା ବଲିଉଡ୍ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଏବେ ଡ୍ରଗ୍ସ କାରବାର ମାମଲାରେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ଆଜି ମୁମ୍ୱାଇର ଏନଡିପିଏସ (ନାର୍କୋଟିକ୍ ଡ୍ରଗ୍ସ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ) କୋର୍ଟ ତାଙ୍କ ଆଇନ ଗତ ରିମାଣ୍ଡ ଅବଧି ଅକ୍ଟୋବର ୨୦ ପର୍ଯ୍ୟନ୍ତ ବଢ଼ାଇଦେଇଛନ୍ତି। ସୁଶାନ୍ତଙ୍କୁ ଡ୍ରଗ୍ସ ଯୋଗାଉଥିବାରୁ ସେପ୍ଟେମ୍ବର ୯ ତାରିଖରେ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ ରିୟାଙ୍କୁ ଗିରଫକରି ରିମାଣ୍ଡକୁ ନେଇଥିଲା। ରିଆଙ୍କ ସହ ତାଙ୍କ ଭାଇ […]

soumitra-chatrjee
ପ୍ରଖ୍ୟାତ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କୁ କରୋନା

ନୂଆଦିଲ୍ଲୀ: ବଙ୍ଗଳା ଫିଲ୍ମର କିମ୍ବଦନ୍ତି ଅଭିନେତା ସୌମିତ୍ର ଚାଟାର୍ଜୀ କରୋନା ପଜିଟିଭ୍‌ ହୋଇଛନ୍ତି। ତାଙ୍କୁ କୋଲକାତାର ବେଲେ ଭ୍ୟୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ବେଳେ ସାମାନ୍ୟ ଜ୍ୱର ଛଡ଼ା ଅନ୍ୟ କୌଣସି ଲକ୍ଷଣ ନାହିଁ। ୮୫ ବର୍ଷୀୟ ସୌମିତ୍ର କରୋନାର ସାମାନ୍ୟ ଲକ୍ଷଣ ଦେବା ପରେ ସୋମବାର କରୋନା ଟେଷ୍ଟ କରାଇଥିଲେ। ଆଜି ସକାଳେ ସେ ପଜିଟିଭ୍ ଜଣାପଡ଼ିବା ପରେ ଡାକ୍ତରଖାନାରେ ଭର୍ତ୍ତି ହେବା ପାଇଁ ନିଷ୍ପତ୍ତି ନେଇଥିଲେ। […]

ipl
ଆଜି ମୁମ୍ୱାଇ, ରାଜସ୍ଥାନ ଟକ୍କର; ହ୍ୟାଟ୍ରିକ୍‌ ବିଜୟ ଲକ୍ଷ୍ୟରେ ରୋହିତ ବାହିନୀ‌

ଦୁବାଇ: ଆଜି ଆଇପିଏଲ୍‌ର ୨୦ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଟକ୍କର ହେବ। ପଏଣ୍ଟ ଟେବୁଲରେ ଶୀର୍ଷକୁ ଉଠିବା ସହ ହ୍ୟାଟ୍ରିକ୍ ବିଜୟ ହାସଲ କରିବା ପାଇଁ ଚେଷ୍ଟା କରିବ ମୁମ୍ୱାଇ। ଅନ୍ୟପଟେ ପରାଜୟର ଧାରାରେ ରୋକ୍ ଲାଗାଇବା ପାଇଁ ପ୍ରାଣପ୍ରଣେ ଚେଷ୍ଟା କରିବ ରାଜସ୍ଥାନ ରୟାଲ୍ସ। ଆଜି ସନ୍ଧ୍ୟା ୭ଟା ସମୟରେ ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ଏହି ଦମ୍‌ଦାର ମ୍ୟାଚ୍ ଖେଳାଯିବ। ଶାରଜା ଷ୍ଟାଡିୟମ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ପରାସ୍ତ କରି […]

bhubneswar-coronavirus
ଭୁବନେଶ୍ୱରରୁ ୩୬୫ କରୋନା ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ...

ଭୁବନେଶ୍ୱର: ମହାନଗର ନିଗମ ଅଞ୍ଚଳରୁ ଆଜି ୩୬୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ  ୩୨୯ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି। ୩୬୫ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୧୬, ଲୋକାଲ କଣ୍ଟାକ୍ଟ କେସ୍- ୨୪୯ ରହିଛି ବୋଲି ବିଏମ୍‌ସି କହିଛି। ନୟାପଲ୍ଲୀ- ୩୧, ପଟିଆ- ୨୧, ସହିଦନଗରରୁ ୧୯ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଲକ୍ଷ୍ମୀସାଗର-୯, ପାତ୍ରପଡ଼ା- ୮, ସତ୍ୟନଗରରୁ ୭ ଚିହ୍ନଟ ହୋଇଛନ୍ତି। ସେହିପରି ୟୁନିଟ-୮ ଓ […]

politically
ଗଞ୍ଜାମ ଗ୍ରାସିମ କମ୍ପାନିରେ ବଡ଼ ଧରଣର ଅଘଟଣ; ଫାଟିଲା ପ୍ଲାଣ୍ଟ ଗ୍ୟାସ୍‌ ପାଇପ୍‌

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗ୍ରାସିମ କମ୍ପାନିରେ ବଡ଼ ଧରଣର ଅଘଟଣ ଘଟିଛି। ପ୍ଲାଣ୍ଟର ଗ୍ୟାସ୍ ପାଇପ୍ ଫାଟି ଯିବାରୁ ୪ ଜଣ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି। ଏଥିରେ ଜଣେ ଇଂଜିନିୟର ଓ ଅନ୍ୟ ୩ ଜଣ କର୍ମଚାରୀ ଅଛନ୍ତି। ସମସ୍ତ ଗୁରୁତରଙ୍କୁ ପ୍ରଥମେ ବ୍ରହ୍ମପୁର MKCGରେ ଭର୍ତ୍ତି କରାଯାଇଥିବାବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ଅନ୍ୟ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ମଧ୍ୟ ଭୁବନେଶ୍ୱର ସ୍ଥାନାନ୍ତର […]

kartikeswara-patra
ପୂର୍ବତନ ସାଂସଦ କାର୍ତ୍ତିକେଶ୍ୱର ପାତ୍ରଙ୍କ ପରଲୋକ

ବାଲେଶ୍ୱର: ପୂର୍ବତନ ସାଂସଦ ଡକ୍ଟର. କାର୍ତ୍ତିକେଶ୍ୱର ପାତ୍ରଙ୍କ ୮୧ ବର୍ଷ ବୟସରେ ପରଲୋକ ହୋଇଛି। ବାଲେଶ୍ୱରରୁ ଥରେ ସାଂସଦ ସହ ଭୋଗରାଇରୁ ତିନି ତିନିଥର ବିଧାୟକ ଥିଲେ କାର୍ତ୍ତିକେଶ୍ୱର ପାତ୍ର। ଏହା ସହିତ ଓଡ଼ିଆ ସାହିତ୍ୟ ଜଗତ ପ୍ରତି ମଧ୍ୟ ତାଙ୍କର ଅନେକ ଅବଦାନ ରହିଛି। ୫୦ରୁ ଅଧିକ ନାଟକ, ଗଳ୍ପ ସଂକଳନ ଓ ଗବେଷଣାମୂଳକ ପୁସ୍ତକର ଲେଖକ ଭାବେ ସେ ବେଶ୍ ପରିଚିତ। ଡକ୍ଟର ପାତ୍ରଙ୍କ ବିୟୋଗରେ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। କେନ୍ଦ୍ର […]

assembly
ପଦାର୍ଥ ବିଜ୍ଞାନରେ ଏହି ୩ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା ହୋଇଛି। ଯୁଗ୍ମ ଭାବେ ୩ ଜଣଙ୍କ ନାଁ ଘୋଷଣା କରିଛି ନୋବେଲ କମିଟି। ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ରୋଜର ପେନରୋଜ, ରେନହାଡ୍ ଗେନଜେଲ ଓ ଆଣ୍ଡ୍ରେଆ ଗେଜ୍‌ଙ୍କ ନାଁ ଘୋଷଣା ହୋଇଛି। BREAKING NEWS: The Royal Swedish Academy of Sciences has decided to award the 2020 #NobelPrize in Physics with one half to Roger Penrose and […]

suara
ଶ୍ରୀମନ୍ଦିର ଖୋଲିବାକୁ ଧାରଣାରେ ବସିଲେ ସେବାୟତ

ପୁରୀ: ଶ୍ରୀମନ୍ଦିର ଖୋଲିବାକୁ ଧାରଣା ବସିଲେ ସେବାୟତ। ଶ୍ରୀମନ୍ଦିର ଖୋଲିବା ନେଇ ସିଂହଦ୍ୱାର ସମ୍ମୁଖରେ ଧାରଣାରେ ବସିଲେ ସୁଆର ମହାସୁଆର ନିଯୋଗର ପୂର୍ବତନ ସଭାପତି ଦାମୋଦର ମହାସୁଆର। ବର୍ତ୍ତମାନର ସ୍ଥିତିରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରି ଶ୍ରୀମନ୍ଦିର ଖୋଲିବାକୁ ସେ କହିଛନ୍ତି। ମନ୍ଦିର ଚାରି ଦ୍ୱାରରେ ଡାକ୍ତର ନିୟୋଜିତ କରି ଥରକୁ ୫୦ ଜଣ ଲେଖାଏଁ ଭକ୍ତ ଦର୍ଶନ ପାଇଁ ଛାଡ଼ିବାକୁ ସେ କହିଛନ୍ତି। ସେବାୟତଙ୍କୁ ଦିଆଯାଉଥିବା ସହାୟତା ଅର୍ଥ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ସୁଆରମହାସୁଆର […]

bihar-election
ବିହାର ନିର୍ବାଚନ: NDAରେ କାହାକୁ ମିଳିଲା କେତେ ସିଟ୍‌ ?

ପାଟନା: ବିହାର ନିର୍ବାଚନରେ NDA ପକ୍ଷରୁ ଆସନ ଭାଗବଣ୍ଟା ଘୋଷଣା ହୋଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଆସନ ଭାଗବଣ୍ଟା ନେଇ ଘୋଷଣା କରିଛନ୍ତି ନୀତୀଶ କୁମାର। ବିହାର ବିଧାନସଭାର ୨୪୩ ସିଟ୍‌ରୁ  JDUକୁ ୧୨୨ ଟି ଆସନ ମିଳିଛି। ଜେଡିୟୁ ଭାଗରୁ ୭ଟି ଆସନ ଜିତନ ରାମ ମାଂଝୀଙ୍କ ଦଳ “ହିନ୍ଦୁସ୍ଥାନୀ ଆୱାମୀ ମୋର୍ଚ୍ଚା”କୁ ଦିଆଯିବ। ଅନ୍ୟପଟେ ବିଜେପିକୁ ମିଳିଥିବା ୧୨୧ଟି ଆସନ ମଧ୍ୟରୁ ଦଳ ୫ଟି ଆସନ ମୁକେଶ ସାହାଣୀଙ୍କ ଦଳ ଭିଆଇପି(ବିକାଶଶୀଳ ଇନ୍‌ସାନ୍ […]