ପାରାଦୀପ: ଏକ କୋଷ୍ଟଗାର୍ଡ ଜାହାଜରେ ଜଣେ ନାବିକଙ୍କ ଆତ୍ମହତ୍ୟା। ରେଜିୟା ସୁଲତାନା ନାମକ ଜାହାଜରେ ଜଣେ ନାବିକ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ନାବିକଙ୍କ ନାଁ ଗୌତମନ୍ ଏ. କେ। କୋଷ୍ଟଗାର୍ଡ ଅଧିକାରୀଙ୍କ ରିପୋର୍ଟ ପରେ ମେରାଇନ୍ ଥାନାର ତଦନ୍ତ ଆରମ୍ଭ କରିଛି। ଜାହାଜରୁ ମୃତଦେହକୁ ନେଇ ବ୍ୟବଚ୍ଛେଦ ଲାଗି ପୋଲିସ୍ ପଠାଇଛି।
ନୂଆଦିଲ୍ଲୀ: ଆଇପିଏଲର ୧୯ତମ ମୁକାବିଲାରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (RCB) ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ପରାସ୍ତ ହୋଇଛି। ଏହା ସତ୍ତ୍ୱେ RCB କ୍ୟାପ୍ଟେନ ବିରାଟ କୋହଲିଙ୍କ ନାଁରେ ଯୋଡ଼ି ହୋଇଛି ବଡ ରେକର୍ଡ। ସୋମବାର ଦୁବାଇ ଇଣ୍ଟରନାଶନାଲ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ବିରୋଧରେ ଖେଳି ବିରାଟ ୩୯ ବଲରେ ୪୩ ରନ୍ କରିଛନ୍ତି। ଆଇପିଏଲ ଇତିହାସରେ ତାଙ୍କର ବ୍ୟକ୍ତିଗତ ରନ୍ ସ୍କୋର ୯୦୦୦ ଛୁଇଁଛି। ଏହି ମ୍ୟାଚ୍ରେ ୧୦ ରନ୍ କରିବା ପରେ ଭାରତୀୟ କ୍ୟାପ୍ଟେନ ବିରାଟ […]
ଭୁବନେଶ୍ୱର: ପ୍ରକାଶ ପାଇଛି ଜେଇଇ ଆଡଭାନ୍ସ ରେଜଲ୍ଟ। ଏଥିରେ ବଲାଙ୍ଗିର ଜିଲ୍ଲାର ନାଁ ଉଜ୍ଜ୍ୱଳ କରିଛନ୍ତି ଦୁଇଭାଇ। କଂଟାବାଞ୍ଜି ଅଞ୍ଚଳର ଦୁଇ ଭାଇ ପରୀକ୍ଷାରେ ରେକର୍ଡ କରିଛନ୍ତି । ବଡ଼ ଭାଇ ରୌନକ ଡାଲମିୟା ସର୍ବ ଭାରତୀୟ ସ୍ତରରେ ୫୨ତମ ରାଙ୍କ ହାସଲ କରିଛନ୍ତି। ସେହିପରି ସାନ ଭାଇ ମନ୍ଥନ ଡାଲମିୟା ୧୦୦ତମ ରାଙ୍କ ହାସଲ କରିଛନ୍ତି । ବଡ଼ଭାଇ ରୌନକ IIT Kharagpur ଜୋନ୍ର ୪ର୍ଥ ସ୍ଥାନରେ ଅଛନ୍ତି। ଦୁଇ ଭାଇଙ୍କ ସଫଳତା ପାଇଁ ପରିବାରର […]
ଭୁବନେଶ୍ୱର: ଓଲିଉଡ୍ ଅଭିନେତା ସବ୍ୟସଚୀ ମିଶ୍ରଙ୍କର ଆଜି ଜନ୍ମଦିନ। ୧୯୮୫ ମସିହା ଅକ୍ଟୋବର ୬ତାରିଖରେ ତାଙ୍କର ଜନ୍ମ ହୋଇଥିଲା। ଓଡିଆ, ବେଙ୍ଗଲୀ ଏବଂ ତେଲୁଗୁ ଫିଲ୍ମରେ ସବ୍ୟସଚୀ ଅଭିନୟ କରିଛନ୍ତି। ୨୦୦୭ରେ ରିଲିଜ୍ ହୋଇଥିବା ଫିଲ୍ମ ‘ପାଗଳ ପ୍ରେମୀ’ ମାଧ୍ୟମରେ ସେ ଓଲିଉଡ୍ରେ ଡେବ୍ୟୁ କରିଥିଲେ। ତା ପୂର୍ବରୁ ସବ୍ୟ ଆଲବମ୍ ଜଗତର ଜଣେ ଲୋକପ୍ରିୟ ଚେହେରା ଥିଲେ। ଅନେକ ହିଟ୍ ଆଲବମ୍ ଦେଇ ସେ ସମୟରେ ଢେର୍ ପ୍ରଶଂସା ସାଉଁଟୁଥିଲେ ସବ୍ୟ। ତେବେ ସବ୍ୟସତୀ ଜଣେ […]
ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସର ତଥାକଥିତ ଗଣଦୁଷ୍କର୍ମ ଘଟଣା ସଂପର୍କିତ ଏକ ମାମଲାର ଆଜି ଶୁଣାଣି ହେବ। ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଘଟଣାର ସିବିଆଇ କିମ୍ବା ଏସଆଇଟି ତଦନ୍ତ କରିବା ଦାବି ନେଇ ହୋଇଥିବା ଜନିସ୍ୱାର୍ଥ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ। ଉତ୍ତରପ୍ରଦେଶ ପୋଲିସର ଅବହେଳା ଯୋଗୁ ଏଭଳି ଏକ ଘଟଣା ଘଟିଲା । ଏଣୁ ଏହାର ନିରପେକ୍ଷ ତଦନ୍ତ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ କରାଯିବାର ଆବଶ୍ୟକତା ରହିଛି ବୋଲି ସାମାଜିକ କର୍ମୀ […]
ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ କେନ୍ଦ୍ର ସରକାର ନିୟମାବଳୀ ଜାରି କରିଛନ୍ତି। ଅକ୍ଟୋବର ୧୫ରୁ ସ୍କୁଲ କଲେଜ ଖୋଲିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବାରୁ ଏଥିଲାଗି ଗୃହ ମନ୍ତ୍ରାଳୟ ନିୟମାବଳୀ ଜାରି କରିଛି। ଶିକ୍ଷାନୁଷ୍ଠାନର କର୍ମକର୍ତ୍ତାଙ୍କ ସହ ବିଚାର ବିମର୍ଶ ଆଧାରରେ ଏଗୁଡ଼ିକ ଖୋଲାଯିବ। ତେବେ ନୂଆ ନିୟମାବଳୀ ଅନୁସାରେ:- ପିତାମାତା ବା ଅଭିଭାବକଙ୍କ ଲିଖିତ ଅନୁମତି ପରେ ପିଲାମାନେ ସ୍କୁଲ ଆସିପାରିବେ। ଏହାସହ ସ୍କୁଲରେ ଉପସ୍ଥାନ ନେଇ ନିୟମ କୋହଳ […]
ବାଲିଗୁଡ଼ା (ଅଜିତ୍ ନାୟକ): ପୂରଣ ହେଲା ଦିବ୍ୟାଙ୍ଗ ଝିଅ ସୁନେଲିର ଆଶା। ନିକଟରେ କନ୍ଧମାଳର ଦିବ୍ୟାଙ୍ଗ ଝିଅ ସୁନେଲିଙ୍କର ନାଚ ଭିଡ଼ିଓ ଓଟିଭିରେ ପ୍ରସାରଣ ହୋଇଥିଲା। ଏହି ଭିଡ଼ିଓରୁ ଅର୍ଥ ଅଭାବ ପାଇଁ ସୁନେଲି ସ୍କୁଲ୍ ଯାଇପାରୁନଥିବା ଜଣା ପଡିଥିଲା। ଭିଡିଓ ଦେଖିବା ପରେ ପ୍ରଶାସନ ସହାୟତାର ହାତ ବଢାଇଛି। ଗାଁ ସ୍କୁଲରେ ତାର ନାଁ ଲେଖାଯିବା ସହ ନିୟମିତ ସେ ସ୍କୁଲ୍ ଯିବାର ନିଷ୍ପତ୍ତି ହୋଇଛି। ଏଥିପାଇଁ ସୁନେଲିଙ୍କ ପାଇଁ ଗୋଟିଏ ଟ୍ରାଇସାଇକେଲ, ସ୍କୁଲ ପୋଷାକ […]
ନୂଆଦିଲ୍ଲୀ: ଚୀନ୍ ସହ ଦ୍ୱିମୁଖୀ ସମ୍ମୁଖ ଯୁଦ୍ଧ ପାଇଁ ଆମେ ପ୍ରସ୍ତୁତ। ଯଦିଓ ଆକାଶମାର୍ଗରେ ଆକ୍ରମଣର ସେଭଳି ସମୟ ଆସିନାହିଁ, ତଥାପି ଆମ ସେନା ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ବାୟୁସେନା ମୁଖ୍ୟ ଆର.କେ. ଭଦୌରିଆ। ଶ୍ରୀନଗର ଏୟାରବେସ୍ରେ ଗତକାଲି ବାଲାକୋଟ୍ ଏୟାରଷ୍ଟ୍ରାଇକର ପ୍ରଥମ ବାର୍ଷିକୀ ପାଳନ ଅବସରରେ ସାମ୍ବାଦିକ ସମ୍ମିଳନୀରେ ଭଦୌରିଆ ଏଭଳି ବୟାନ ଦେଇଛନ୍ତି। ଭାରତ-ଚୀନ୍ ସୀମା ବିବାଦକୁ ନେଇ ଲାଗି ରହିଥିବା ଉତ୍ତେଜନା ସମୟରେ ଭଦୌରିଆଙ୍କ ଏଭଳି ବୟାନ ବେଶ୍ ମହତ୍ତ୍ୱପୂର୍ଣ୍ଣ […]
ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାକୁ ମୁହାଁଇବ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ପରବର୍ତ୍ତୀ ୨ରୁ ୩ ଦିନ ମଧ୍ୟରେ ଡିପ୍ରେସନରେ ପରିଣତ ହୋଇପାରେ। ଏହାର ପ୍ରଭାବରେ ୧୧ରୁ ୧୩ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ନଜର ରଖିବାକୁ […]
ଭୁବନେଶ୍ୱର: ସାତ ସାତ ଥରର ବିଧାୟକ, ପଞ୍ଚାୟତିରାଜ ଓ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ। ଓଡ଼ିଶା ରାଜନୀତିରେ ଦୀର୍ଘ ୪ ଦଶନ୍ଧିର ଯାତ୍ରା । ହେଲେ ଏହି ଯାତ୍ରାରେ ଏବେ ପଡ଼ି ଯାଇଛି ଯବନିକା । ରାଜନୀତିର ମହାରଥୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ସହ ସରି ଯାଇଛି ଏହି ଯାତ୍ରା। ପ୍ରଦୀପ ମହାରଥୀ କେବଳ ଯେ ରାଜନୀତିର ମହାରଥୀ ଥିଲେ ତା ନୁହେଁ, ଯାତ୍ରା ଜଗତର ମହାରଥୀ ବି ଥିଲେ । ସେ ପ୍ରତିଷ୍ଠା କରିଥିଲେ […]
ମୁମ୍ବାଇ: ବଲିଉଡ୍ର ଲୋକପ୍ରିୟ କଳାକାର ସଞ୍ଜୟ ମିଶ୍ର ଦମ୍ଦାର ଅଭିନୟ କରନ୍ତି। ସେ କମେଡି ହେଉ କିମ୍ବା ସିରିଅସ୍, ସଞ୍ଜୟ ସମସ୍ତ ଚରିତ୍ରକୁ ବେଶ୍ ସୁନ୍ଦର ଭାବେ ସ୍କ୍ରିନ୍ରେ ଆଣିପାରନ୍ତି। ପରଦାରେ ଦମ୍ଦାର୍ ଅଭିନୟ କରି ଲୋକମାନଙ୍କ ମନରେ ଏକ ନିଆରା ଛାପ ଛାଡିଥିବା ଏହି କଳାକାର କିନ୍ତୁ ବାସ୍ତବ ଜୀବନରେ ବେଶ୍ ଲାଜକୁଳା। ୧୯୬୩ ମସିହା ଅକ୍ଟୋବର ୬ତାରିଖରେ ଜନ୍ମଗ୍ରହଣ କରିଥିଲେ ସଞ୍ଜୟ। ଛୋଟବେଳେ ବେଶ୍ ଲାଜକୁଳା ଥିଲେ। ପାଠ ପଢା ପ୍ରତି ତାଙ୍କର ଆଦୌ […]
ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ପଜିଟିଭ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨,୬୭୩ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୧,୫୫୪ ଓ ଲୋକାଲ କେସ୍ ୧,୧୧୯ ଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ କହିଛି । ଖୋର୍ଦ୍ଧାରୁ ସର୍ବାଧିକ ୪୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ଚିହ୍ନଟ ହୋଇଛନ୍ତି ୨୧୪। ଆଜିର ନୂଆ ଆକ୍ରାନ୍ତଙ୍କ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ରୋଗୀଙ୍କ ସଂଖ୍ୟା […]
ଭୁବନେଶ୍ୱର: କୋଲ୍ ସ୍କାମ୍ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମଙ୍ଗଳବାର ମାମଲାର ବିଚାର କରି ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ପ୍ରଥମ ମନ୍ତ୍ରୀ ଭାବେ ଦିଲୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀ ସ୍ପେଶାଲ କୋର୍ଟ ଜଜ ପରାଶର। ଅକ୍ଟୋବର ୧୪ରେ ଦଣ୍ଡ ଘୋଷଣା କରାଯିବ। ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ସୂଚନାଥାଉ କି, ୧୯୯୯ରେ ଝାଡଖଣ୍ଡ କୋଲ ବ୍ଲକର ଆବଣ୍ଟନରେ ଅନିୟମିତତା ହୋଇଥିବା ନେଇ […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ୧୬ ନମ୍ୱର ଜାତୀୟ ରାଜପଥ ସେରଗଡ଼ ଟୋଲ୍ ଗେଟ୍ ନିକଟରେ ଗତକାଲି(ସୋମବାର) ବିଳମ୍ବିତ ରାତ୍ରରେ ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀକୁ ଖନ୍ତାପଡ଼ା ପୋଲିସ୍ ଗିରଫ କରିଛି। ଖବର ନେବାରୁ ଜଣାପଡ଼ିଛି ଯେ ଗତକାଲି ରାତିରେ ଗୋଟିଏ ସ୍କର୍ପିଓରେ ନାଲିବତୀ ଲଗାଇ ଭୁବନେଶ୍ୱର ଆଡୁ ଆସୁଥିବା ବେଳେ ଖନ୍ତାପଡ଼ା ଥାନା ସେରଗଡ଼ ଟୋଲ ଗେଟ୍ ନିକଟରେ ପୋଲିସ୍ ଏହି ଗାଡ଼ିକୁ ଅଟକାଇଥିଲା। ଏହା ନକଲି ପୋଲିସ ଗାଡ଼ି ବୋଲି ଜଣାପଡିଥିଲା। ତେବେ […]
ଭୁବନେଶ୍ୱର:ରାଜ୍ୟରେ ୨୪ ଘଣ୍ଟାରେ ଆଖି ବୁଜିଲେ ୧୬ କରୋନା ରୋଗୀ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୪ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ କଟକରୁ ୨ ଜଣ ଆଖି ବୁଜିଛନ୍ତି। ସେହିପରି ଖୋର୍ଦ୍ଧାରୁ ୨ ଜଣ ଓ ଭୁବନେଶ୍ୱରରୁ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାବ୍ୟତୀତ ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ପୁରୀ, ସୁବର୍ଣ୍ଣପୁର, ଅନୁଗୁଳ ଓ ବୌଦ୍ଧରୁ ଜଣେ ଲେଖାଏଁ କରୋନା […]
ମୁମ୍ବାଇ: ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତଙ୍କ କିଛି ଫଟୋ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ସଞ୍ଜୟ ବହୁତ ଦୁର୍ବଳ ଦେଖାଯାଉଛନ୍ତି। ଫଟେରେ ସେ ହସ୍ପିଟାଲ୍ରେ ନୀଳ ରଙ୍ଗର ସାର୍ଟ ଏବଂ ଜିନ୍ସ ପିନ୍ଧି ଡାକ୍ତରଙ୍କ ପାଖରେ ଛିଡ଼ା ହୋଇଥିବା ଦେଖାଯାଇଛି। ଫଟୋଟି ଇନ୍ଷ୍ଟାଗ୍ରାମରେ ‘ସିନେମା ଫଲୋଅର୍ସ’ ପେଜ୍ରେ ଶେଆର କରାଯାଇଛି। ଏହି ଫଟୋରେ ସଞ୍ଜୟଙ୍କର ପ୍ରଶଂସକମାନେ ନିଜର ପ୍ରତିକ୍ରିୟା ଦେଇଛନ୍ତି ଏବଂ ସେ ଶୀଘ୍ର ଭଲ ହୋଇଯଆନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି। ସଞ୍ଜୟ ଦତ୍ତଙ୍କ […]
ମାଲକାନଗିରି: ମାଲକାନଗିରିରେ ଆଜିଠୁ ଆରମ୍ଭ ହେଲା ସେରୋ ସର୍ଭେ। RMRCର ଏକ ଟିମ ମାଲକାନଗିରିରେ ସେରୋ ସର୍ଭେ କାମ ଆରମ୍ଭ କରିଛନ୍ତି। ଆସନ୍ତା ତିନିଦିନ ଯାଏ ଧରି ସେରୋ ସର୍ଭେ କରାଯିବ। ଜିଲ୍ଲାରେ କେତେ ପ୍ରତିଶତ ଲୋକଙ୍କ କରୋନାକୁ ନେଇ ରୋଗ ପ୍ରତିରୋଧକ ଶକ୍ତି ବଢିଛି ଅର୍ଥାତ କେତେ ଲୋକଙ୍କ ଆଣ୍ଟିବଡି ଡେଭଲପ ହୋଇଛି ତାହା ଚେକ୍ କରାଯିବ। ଏଥିପାଇଁ ଏକ ତାଲିକା ପ୍ରସ୍ତୁତ ହୋଇଛି। ଏହି ସର୍ଭେ ବର୍ତ୍ତମାନ କେବଳ ମାଲକାନଗିରିର ସଦର ମହକୁମାରେ କରାଯିବ। […]
ଭୁବନେଶ୍ୱର: ଜେଇଇ ଆଡ୍ଭାନ୍ସଡ (JEE Advanced)ଫଳାଫଳ ସୋମବାର ପ୍ରକାଶ ପାଇଛି। ଏଥିରେ ରାଉରକେଲାର ସମର୍ଥ ଅଗ୍ରୱାଲ IIT-Kharagpur zoneର ଟପ୍ପର ହୋଇଛନ୍ତି। ସେ ସର୍ବଭାରତୀୟ ରାଙ୍କରେ ୨୫ ସ୍ଥାନରେ ରହିଛନ୍ତି। ଏଥିସହ ସମର୍ଥ ଓଡ଼ିଶା ଟପ୍ପର ମାନ୍ୟତା ମଧ୍ୟ ପାଇଛନ୍ତି। JEE Advancedରେ ମୁଁ ଭଲ କରିଥିଲି। ହେଲେ ସର୍ବଭାରତୀୟ ରାଙ୍କରେ ୨୫ତମ ସ୍ଥାନରେ ରହିବି ବୋଲି ଭାବି ନ ଥିଲି ବୋଲି ଟାଇମ୍ସ ଅଫ ଇଣ୍ଡିଆକୁ ସାକ୍ଷାତ ଦେଇ କହିଛନ୍ତି। ସେ କମ୍ପ୍ୟୁଟର ସାଇନ୍ସ ଏବଂ […]
ଭୁବନେଶ୍ୱର: ଘରେ କିଛି ମିଠା ଜାତୀୟ ଖାଦ୍ୟ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି କି? ତେବେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ସିମେଇ ବାର୍ଡ ନେଷ୍ଟ। ଏହି ମିଠା ଖାଦ୍ୟ ଦେଖିବାକୁ ଯେତିକି ସୁନ୍ଦର ସ୍ୱାଦରେ ମଧ୍ୟ ସେତିକି ଅତୁଳନୀୟ। ତେବେ ଏହି ସିମେଇ ବାର୍ଡ ନେଷ୍ଟ କେମିତି ପ୍ରସ୍ତୁତ କରିବେ ଆସନ୍ତୁ ଜାଣିବା। ଆବଶ୍ୟକ ସାମଗ୍ରୀ: ମିଲ୍କମେଡ୍, କ୍ଷୀର, ସିମେଇ, ବାସୁମତୀ ଚାଉଳ, ଚିନି, କାଜୁ, କିସ୍ମିସ୍, ଗୁଜରାତି ଗୁଣ୍ଡ ଓ ଘିଅ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବାସୁମତୀ […]