• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

delhi metro
କୋଲକତାରେ ପୁଣି ଗଡିଲା ମେଟ୍ରୋ ଟ୍ରେନ୍

କୋଲକାତା: ୫ ମାସ ପରେ ଆଜିଠୁ କୋଲକତାରେ ପୁଣି ଆରମ୍ଭ ହେଲା ମେଟ୍ରୋ ଟ୍ରେନ୍ ଚଳାଚଳ। ଆଜି ସକାଳ ୮ଟାରେ ପ୍ରଥମ ଟ୍ରେନରେ ପାଖାପାଖି ୩ ହଜାର ଲୋକ ଯାତାୟାତ କରିଥିବା ସୂଚନା ମିଳିଛି। ତେବେ ଏହା ପୂର୍ବରୁ ପରିସରକୁ ସଂପୂର୍ଣ୍ଣ ରୂପେ ସାନିଟାଇଜ୍ କରାଯାଇଥିଲା। ଏହାସହିତ ଯାତ୍ରୀ ଯେପରି ସାମାଜିକ ଦୂରତା, ମାସ୍କ , ଥର୍ମାଲ ସ୍କ୍ରିନିଂ, ହାତ ସାନିଟାଇଜ୍ କରିବେ, ତାଉପରେ ଗୁରୁତ୍ୱ ଦିଆଯାଇଛି।  ଏହାସହିତ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଇ-ଟିକେଟ୍, ଇ […]

parliament
୨୬ ସାଂସଦଙ୍କୁ କରୋନା

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ତେବେ ପ୍ରଥମ ଦିନରେ ହିଁ ଟେନସନ୍ ବଢ଼ିଯାଇଛି। କାରଣ ୨୬ଜଣ ସାଂସଦ କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି। ସେଥିମଧ୍ୟରୁ ଲୋକସଭାର ୨୧ ଏବଂ ରାଜ୍ୟସଭାର ୯ ସାଂସଦଙ୍କୁ କରୋନା ହୋଇଛି। ଏହି ସାଂସଦଙ୍କର ୧୩ ଓ ୧୪ ତାରିଖରେ ସଂସଦ ଭବନରେ ଟେଷ୍ଟ କରାଯାଇଥିଲା। କରୋନା ପଜିଟିଭ୍ ଆସିଥିବା ୧୭ଜଣ ଲୋକସଭା ସଦସ୍ୟଙ୍କ ମଧ୍ୟରୁ ସର୍ବାଧିକ ୧୨ ସାଂସଦ ବିଜେପିରୁ ହୋଇଥିବା ବେଳେ ବାକି ୱାଇଆରଏସ୍ […]

corona
'ଟିଏମସି ଓ ସିସିଏଚକୁ ତୁରନ୍ତ ବନ୍ଦ କର'

ଭୁବନେଶ୍ୱର: ରାଜ୍ୟରେ ବନ୍ଦ ହେବ ଟିଏମସି ଓ ସିସିଏଚ। ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ସମସ୍ତ ଅସ୍ଥାୟୀ ମେଡିକାଲ ସେଣ୍ଟର(ଟିଏମସି) ଓ କୋଭିଡ୍ କେୟାର ହୋମ(ସିସିଏଚ)କୁ ତୁରନ୍ତ ବନ୍ଦ କରିବା ପାଇଁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରମାନଙ୍କୁ ରାଜ୍ୟ ସରକାର ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଯେଉଁସବୁ କୋଭିଡ୍ କେୟାର ସେଣ୍ଟର(ସିସିସି)ରେ ରୋଗୀ ନାହାନ୍ତି ସେଗୁଡ଼ିକ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟସଚିବ ପ୍ରଦୀପ୍ତ […]

ashirbad-behera
ଆଶୀର୍ବାଦ ବେହେରାଙ୍କୁ କ୍ଲିନ୍ ଚିଟ୍

କଟକ: କଟକ ବାରବାଟୀ ପ୍ୟାଲେସ୍‌ ମାମଲାରେ ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ (OOA)ର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କୁ କ୍ଲିନ ଚିଟ୍ ମିଳିଛି। ସୁପ୍ରିମକୋର୍ଟରେ ଚାଲିଥିବା ମାମଲାରେ CBI ତା’ର ଫାଇନାଲ ରିପୋର୍ଟ ଦାଖଲ କରିଛି। ଯେଉଁଥିରେ କୌଣସି ବିଚାରଯୋଗ୍ୟ ତଥ୍ୟ ନଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ସେହିପରି ଏହି ମାମଲାରେ ଇନ୍‌କନ୍‌ ଆସୋସିଏଟସ୍‌କୁ ସୁପ୍ରିମକୋର୍ଟ ଦୋଷମୁକ୍ତ କରିଛନ୍ତି। ତତ୍କାଳୀନ OOA ସଂପାଦକ ଆଶୀର୍ବାଦ ବେହେରା ତ୍ରୁଟି କରିନଥିବା ସୁପ୍ରିମକୋର୍ଟ କହିଛନ୍ତି। ଇନ୍‌କନ୍‌ ଆସୋସିଏଟସ୍‌ ମଧ୍ୟ କୌଣସି ତ୍ରୁଟି […]

elephant
ହାତୀ ଓ ବ୍ୟାଘ୍ର ପ୍ରକଳ୍ପ ପାଇଁ ଓଡ଼ିଶାକୁ ମିଳିଛି ୩୬ କୋଟି

ଭୁବନେଶ୍ୱର: ବାଘ ଓ ହାତୀଙ୍କ ଭଳି ବିଲୁପ୍ତ ପ୍ରଜାତିର ପ୍ରାଣୀଙ୍କ ପୁନରୁଦ୍ଧାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିରନ୍ତର ଉଦ୍ୟମ କରୁଛନ୍ତି। ସେଥିପାଇଁ ଓଡ଼ିଶାରେ ଏହି ପ୍ରଜାତିର ପ୍ରାଣୀଙ୍କ ସଂରକ୍ଷଣ ପାଇଁ ୨୦୧୯-୨୧ ବର୍ଷରେ ଭାରତ ସରକାର ୩୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଦେଇଛନ୍ତି। ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ […]

kangan
ବ୍ୟଥିତ ମନରେ ମୁମ୍ବାଇ ଛାଡ଼ିଲେ କଙ୍ଗନା ରଣାୱତ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାୱତ ଆଜି ମୁମ୍ବାଇରୁ ମନାଲିକୁ ଫେରିଯାଇଛନ୍ତି। ଚଣ୍ଡିଗଡ଼ ଏୟାରପୋର୍ଟରେ ପହଞ୍ଚିବା ପରେ ସେ ମନାଲି ଯାଇଥିଲେ। ତେବେ ମୁମ୍ବାଇରୁ ଯିବାବେଳେ ସେ ଦୁଇଟି ଟ୍ୱିଟ୍ କରି ନିଜ ମନର କଥା ବର୍ଣ୍ଣନା କରିଛନ୍ତି। ପ୍ରଥମ ଟ୍ୱିଟ୍‌ରେ ସେ ଲେଖିଛନ୍ତି, ଯେ ସେ ବ୍ୟଥିତ ମନରେ ମୁମ୍ବାଇ ଛାଡି ଚାଲିଯାଉଛନ୍ତି। ଗଲା କିଛିଦିନ ହେଲା ଯେଉଁଭଳି ଭାବେ ତାଙ୍କୁ ଆତଙ୍କିତ କରାଯାଉଛି, ଧମକ ଦିଆଯାଉଛି, ଅଫିସ୍ ପରେ ଘରକୁ ଭାଙ୍ଗିବାକୁ ଚେଷ୍ଟା କରାଯାଉଛି, ତାକୁ […]

cure2
ଦିନକରେ ସୁସ୍ଥ ହେଲେ ୩୩୮୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଦିନକରେ ସୁସ୍ଥ ହେଲେ ୩୩୮୨ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଏଯାବତ ରାଜ୍ୟରେ କରୋନା ଆରୋଗ୍ୟଙ୍କ  ସଂଖ୍ୟା ୧୨୨୦୨୪ରେ ପହଞ୍ଚିଛି । ଏନେଇ ଟ୍ୱିଟ୍‌ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ ? ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୩ ଜଣ ଅଛନ୍ତି। ସେହିପରି କଟକରୁ ୩୪୪, ବରଗଡ଼ରୁ ୨୬୨, ଯାଜପୁରରୁ ୧୭୭, ମୟୂରଭଞ୍ଜରୁ ୧୭୫, ଭଦ୍ରକରୁ ୧୬୭, ବାଲେଶ୍ୱରରୁ ୧୫୬, ଢେଙ୍କାନାଳରୁ ୧୪୬, ପୁରୀରୁ ୧୧୨, ଜଗତସିଂହପୁରରୁ ୧୦୨, […]

manish
ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କରୋନା

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଖୋଦ୍ ସିସୋଦିଆ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ମନୀଷ ସିସୋଦିଆ ଲେଖିଛନ୍ତି, ହାଲୁକା ଜ୍ୱର ହେବାରୁ ମୁଁ ନିଜର କରୋନା ଟେଷ୍ଟ କରାଇଥିଲି, ଯାହାର ରିପୋର୍ଟ ପଜିଟିଭ୍ ଆସିଛି। ଏଥିପାଇଁ ମୁଁ ନିଜକୁ କ୍ୱାରେଣ୍ଟିନ୍ କରିଛି। ବର୍ତ୍ତମାନ ଜ୍ୱର କିମ୍ବା ଅନ୍ୟ କୌଣସି ସମସ୍ୟା ନାହିଁ ଏବଂ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଆପଣମାନଙ୍କ ଆଶୀର୍ବାଦରେ ଶୀଘ୍ର ସୁସ୍ଥ ହୋଇ କର୍ମକ୍ଷେତ୍ରକୁ ଫେରିବି। हल्का […]

Kushok-Bakula-Rimpochee-Airport-Leh-1
ବିଶ୍ଵ ସ୍ତରରେ ଚମକିବ ଭାରତର ଲେହ ବିମାନ ବନ୍ଦର

ଲଦାଖ: ସମ୍ପ୍ରସାରଣ ହେଉଛି ଲେହ ବିମାନ ବନ୍ଦର। ୧୮ ହଜାର ୯୮୫ ବର୍ଗ ମିଟର୍ ଅଞ୍ଚଳରେ ନୂତନ ଭାବେ ମଲ୍ଟି ଲେଭଲ  ଟର୍ମିନାଲ୍ ନିର୍ମାଣ କାର୍ଯ ଜୋରସୋରରେ ଚାଲିଛି।  ପ୍ରତିବର୍ଷ ୨୦ ଲକ୍ଷ ଲୋକେ ଏହି ବିମାନ ବନ୍ଦର ବ୍ୟବହାର କରିପାରିବେ।  ମୁଖ୍ୟତଃ ଶୀତ ଋ଼ତୁରେ ଯେପରି ଅଧିକରୁ ଅଧିକରୁ ବିମାନ ଲେହରେ ଅବତରଣ କରିପାରିବ, ସେ ନେଇ ବ୍ୟବସ୍ଥା ହେଉଛି। ବିଶେଷ ଭାବେ ସକାଳ ସମୟରେ ଯେପରି ଯାତ୍ରୀଙ୍କୁ ଅଧିକ ସୁବିଧା ମିଳିବ ସେ ନେଇ […]

elfie
ସେଲଫି ନେଉଥିଲେ, ଆଉ ତା' ପରେ…

ହାଇଦ୍ରବାଦ: ସେଲଫି ନେଉଥିବା ବେଳେ ଘଟିଲା ଅଘଟଣ। ଆଉ ଚାଲିଗଲା ଜୀବନ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆମେରିକାରେ। ଆମେରିକାରେ ରହୁଥିବା ଆନ୍ଧ୍ର ପ୍ରଦେଶର ଜଣେ ଯୁବତୀ ନିଜ ଭାବିପତିଙ୍କ ସେଲଫି ଉଠାଉଥିବା ବେଳେ ହଠାତ୍ ତାଙ୍କ ଗୋଡ଼ ଝରଣାରେ ଖସିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ପୋଲାଭାରାପୁ କମଳା ଏବଂ ତାଙ୍କ ଭାବିପତି ଆଟଲାଣ୍ଟାରେ ନିଜ ସମ୍ପର୍କୀୟଙ୍କୁ ଭେଟି ଘରକୁ ଫେରୁଥିଲେ। ଏହା ମଧ୍ୟରେ ଦୁହେଁ ବାଲ୍ଡ ରିଭର୍ ନିକଟରେ […]

କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଅଧିକ ବେଡ୍ ସଂରକ୍ଷିତ ରଖିବା ପାଇଁ ଘରୋଇ ହସ୍ପିଟାଲ୍‌କୁ ନିର୍ଦ୍ଦେଶ

ଭୁବନେଶ୍ୱର: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଓଡ଼ିଶାର ୫ଟି ସହରରେ ଥିବା ଘରୋଇ ହସ୍ପିଟାଲ୍‌ ଗୁଡ଼ିକରେ ଅଧିକ ବେଡ୍ ସଂରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୫ ମହାନଗର କଟକ, ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁର ଏବଂ ରାଉରକେଲାରେ ଥିବା ଘରୋଇ ହସ୍ପିଟାଲ୍ ଗୁଡ଼ିକ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ୩୦ରୁ ଅଧିକ ବେଡ୍ ଥିବା ହସ୍ପିଟାଲମାନଙ୍କ ଲାଗି ଏହି ନିର୍ଦ୍ଦେଶନାମା ଜାରି ହୋଇଛି।  କରୋନା ସଂକ୍ରମିତଙ୍କ […]

lockdown
ସେପ୍ଟେମ୍ବର ୨୫ରୁ ସାରା ଦେଶରେ ପୁଣି ଥରେ ଲକ୍‌ଡାଉନ୍‌ ? ଜାଣନ୍ତୁ ଭାଇରାଲ୍‌ ଖବରର ସତ୍ୟତା

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୫ରୁ ସାରା ଦେଶରେ ପୁଣି ଥରେ ଲକ୍‌ଡାଉନ୍‌ କରିବାକୁ National Disaster Management Authority (NDMA) କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ଖବର ମିଛ। ଏଥିରେ କୌଣସି ସତ୍ୟତା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର। ଏହା ଫେକ୍ ନ୍ୟୁଜ୍‌ ବୋଲି କହିଛି Press Information Bureau(PIB)। ଦେଶରେ ବଢୁଥିବା କରୋନା ସ୍ଥିତିକୁ ଦେଖି ସେପ୍ଟେମ୍ବର ୨୫ରୁ ପୁଣି ଥରେ ସାରା ଦେଶରେ ଲକ୍‌ଡାଉନ୍ ଘୋଷଣା ହୋଇପାରେ ବୋଲି ସୋସିଆଲ୍‌ ମିଡିଆରେ ଭାଇରାଲ […]

Adar Poonawalla
‘୨୦୨୪ ଶେଷ ଯାଏ ସମସ୍ତଙ୍କୁ ପର୍ଯ୍ୟାପ୍ତ ପରିମାଣରେ ମିଳିନପାରେ କରୋନା ଭ୍ୟାକ୍‌ସିନ୍’

ନୂଆଦିଲ୍ଲୀ: ୨୦୨୪ ଶେଷ ଯାଏ ହୁଏତ ବିଶ୍ୱର ସବୁ ଲୋକଙ୍କୁ ପର୍ଯ୍ୟାପ୍ତ ପରିମାଣରେ କୋଭିଡ୍‌-୧୯ ଭ୍ୟାକ୍‌ସିନ୍‌ ମିଳି ନ ପାରେ। Serum Institute of Indiaର ସିଇଓ ଅଦର ପୁନାଓ୍ୱାଲା ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି। ସେ ଆକଳନ କରିଛନ୍ତି, ଯଦି କୋଭିଡ୍‌-୧୯ ଭ୍ୟାକ୍‌ସିନ୍ ୨ଟି ଡୋଜ୍ ବିଶିଷ୍ଟ ହୋଇଥାଏ, ତେବେ ସାରା ବିଶ୍ୱର ଲୋକଙ୍କୁ ଭ୍ୟାକ୍‌ସିନ୍ ଦେବା ପାଇଁ ଦରକାର ୧୫ ବିଲିୟନ୍‌ ଡୋଜ୍। ଆଉ ଏତେ ପରିମାଣର ଭ୍ୟାକ୍‌ସିନ୍ ପ୍ରସ୍ତୁତ କରି ସମସ୍ତ ଲୋକଙ୍କୁ […]

onions
ଏଣିକି ଦେଶ ବାହାରକୁ ଯିବନି ପିଆଜ

ନୂଆଦିଲ୍ଲୀ: ଏଣିକି ଦେଶ ବାହାରକୁ ଯିବନି ପିଆଜ। କରୋନା ମହାମାରୀ ସଙ୍କଟ ଭିତରେ ଦେଶରେ ବଢ଼ି ଚାଲିଥିବା ପିଆଜ ଦରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସୋମବାର ଦିନ ଏଭଳି ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ମୁତାବକ, ଦେଶ ବାହାରକୁ ପିଆଜ ରପ୍ତାନୀ ଉପରେ ତୁରନ୍ତ ପ୍ରତିବନ୍ଧକ ଲଗା ଯାଇଛି। ଏନେଇ Directorate General of Foreign Trade (DGFT) ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଦକ୍ଷିଣ ଭାରତରେ ପ୍ରବଳ ବର୍ଷା ଯୋଗୁ ଚଳିତ ବର୍ଷ ପିଆଜ ଚାଷରେ […]

ତେଲ ଟ୍ୟାଙ୍କରରେ ଚାଲାଣ ହେଉଥିଲା ଏମିତି ଜିନିଷ, ଧରାପଡ଼ିଗଲା...

ରାୟଗଡ଼ା: ତେଲ ବୋଝେଇ ଟ୍ୟାଙ୍କରରେ ଗଞ୍ଜେଇ ଚୋରା ଚାଲାଣ। ତା’ପୁଣି ପ୍ୟାକେଟ୍ ପ୍ୟାକେଟ୍। ରାୟଗଡ଼ା ଜିଲ୍ଲାରେ ଏଭଳି ଅଭିନବ ଢଙ୍ଗରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଏସବୁ ଧରାପଡ଼ି ଯାଇଥିଲା। ସୂଚନା ଅନୁସାରେ, ଗତ ଶନିବାର ଚେକିଂ ଚାଲିଥିବା ବେଳେ ଏକ ତେଲ ବୋଝେଇ ଟ୍ୟାଙ୍କରରେ ସଠିକ କାଗଜପତ୍ର ନଥିବା ଯୋଗୁ ରାୟଗଡ଼ା ଆର୍‌ଟିଓ ଗାଡ଼ିଟିକୁ ଅଟକାଇଥିଲେ। ଯାଞ୍ଚ ବେଳେ ଟ୍ୟାଙ୍କର୍ ଭିତରେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡ଼ିଥିଲା। ଜବତ ହୋଇଥିବା […]

pradeep maharathy
ବିଜେଡି ବିଧାୟକ ପ୍ରଦୀପ ମହାରଥୀ କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର: ବିଜେଡି ବିଧାୟକ ପ୍ରଦୀପ ମହାରଥୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସୋସିଆଲ୍‌ ମିଡିଆରେ ସେ ନିଜେ ଏହି ସୂଚନା ଦେଇଛନ୍ତି। ଗତ କିଛି ଦିନ ଭିତରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଆବଶ୍ୟକସ୍ଥଳେ କରୋନା ଟେଷ୍ଟ୍‌ କରାଇ ନିଅନ୍ତୁ ବୋଲି ପ୍ରଦୀପ ମହାରଥୀ କହିଛନ୍ତି।

ଚୀନ୍‌ରୁ ଆମଦାନୀ ହେଉଥିବା ୫‌ ସାମଗ୍ରୀ ବ୍ୟାନ୍‌ କଲା ଆମେରିକା

ୱାଶିଂଟନ୍‌: ଚୀନ୍ ବିରୋଧରେ ଆମେରିକା ପୁଣି କଠୋର ହୋଇଛି। ଚୀନରୁ ଆମଦାନୀ ହେଉଥିବା ୫ ପ୍ରକାରର ସାମଗ୍ରୀ ଉପରେ ବ୍ୟାନ୍ ଲଗାଇଛି ଆମେରିକା। ଚୀନର ଜିନଜାଙ୍ଗ୍ ପ୍ରୋଭିନ୍ସରୁ ଆମଦାନୀ ହେଉଥିବା ୫ଟି ସାମଗ୍ରୀକୁ ବ୍ୟାନ୍ କରାଯାଇଛି। ଏହି ୫ ସାମଗ୍ରୀ ହେଲା- କଟନ, ହେୟାର ପ୍ରଡକ୍ଟସ୍‌, କମ୍ୟୁଟର ଉପକରଣ ଓ କିଛି ଟେକ୍ସଟାଇଲ୍। ଏ ସବୁ କ୍ଷେତ୍ରରେ ଚୀନ୍‌ରେ ବେଆଇନ୍‌ ଭାବେ ଶ୍ରମିକଙ୍କୁ ବନ୍ଧକ ରଖି କାମ କରାଯାଉଥିବାରୁ ଟ୍ରମ୍ପ ପ୍ରଶାସନ ଏଭଳି କଡ଼ା ନିଷ୍ପତ୍ତି ନେଇଥିବା […]

haribansa
ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ; କେମିତି ଥିଲା ସାମ୍ୱାଦିକତାରୁ ରାଜ୍ୟସଭା ଯାତ୍ରା

ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜୟ ହୋଇଛି ଏନ୍‌ଡିଏ। ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ୟୁପିଏ ପ୍ରାର୍ଥୀ ମନୋଜ ଝାଙ୍କୁ ହରାଇ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ ବିଜୟ ହୋଇଥିବା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ସୂଚନା ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂଙ୍କ ବିଷୟରେ କିଛି ଅଜଣା କଥା। – ଉତ୍ତରପ୍ରଦେଶ ବଲିୟାରେ ୧୯୫୬ ଜୁନ୍ ୩୦ରେ ଜନ୍ମଗ୍ରହଣ କରିଥିଲେ […]

corona testing
ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୩,୬୪୫ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୬୪୫ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। Corona Updates In Odisha: ଚିହ୍ନଟ ନୂଆ ୩,୬୪୫ ଆକ୍ରାନ୍ତଙ୍କ ମଧ୍ୟରୁ ୨,୧୫୧ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୪୯୪ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୫୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୮,୬୫୦ରେ ପହଞ୍ଚିଛି।

corona
ଓଡ଼ିଶାରେ କରୋନା ନେଲା ଆଉ ୮ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୮ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଟକରୁ ୩, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ସମ୍ବଲପୁର, ସୁବର୍ଣ୍ଣପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୬୪୫ ହୋଇଛି। ପଢ଼ନ୍ତୁ: ଦିନକରେ ଓଡ଼ିଶାରେ ୩,୬୪୫ ପଜିଟିଭ୍‌ ଚିହ୍ନଟ

ହଜିଗଲା ମାନବିକତା: ଚିକିତ୍ସା ପାଇଁ ବହୁ କାକୁତି ମିନତି କଲେ, ହେଲେ କେହି ଶୁଣିଲେନି...

ଢେଙ୍କାନାଳ: ହଜିଗଲା ମାନବିକତା। ରୋଗୀଙ୍କୁ ଚିକିତ୍ସା କରିବା ତ ଦୂରର କଥା ଆହା ପଦେ କହିବା ପାଇଁ ବି କେହି ବାହାରିଲେନି। ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏଭଳି କିଛି ଅଭାବନୀୟ ଦୃଶ୍ୟ। ମେଡିକାଲ ପରିସରରେ ତଳେ ପଡ଼ିଛନ୍ତି ଜଣେ ରୋଗୀ। ଆଉ ତାଙ୍କୁ ଚିକିତ୍ସା କରାଇବାକୁ ନେହୁରା ହେଉଛନ୍ତି ଜଣେ ମହିଳା। ମାତ୍ର ସେଠାରେ ଥିବା ସୁରକ୍ଷାକର୍ମୀ କି ଅନ୍ୟ କୌଣସି କର୍ମଚାରୀ ସହାୟତା ପାଇଁ ଆଗେଇ ଆସୁ ନାହାନ୍ତି। ମହିଳା ଜଣକ କୌଣସି […]

Puri
ବିନା ଭକ୍ତରେ ଜଗା ଯିବ ଗୁଣ୍ଡିଚା ଘର, ଛାତ ଉପରେ ବି ଶ୍ରୀଜିଉଙ୍କ ଦର୍ଶନ ଉପରେ ଲାଗିଲା ପ୍ରତିବନ୍ଧକ

ବିନାଭକ୍ତରେ ରଥଯାତ୍ରା ପାଇଁ ପୁରୀରେ ପ୍ରାଣପଣେ ଲାଗିଛି ପ୍ରଶାସନ। କରୋନା ସଂକ୍ରମଣ ଦୃଷ୍ଟିରୁ ଗଲାବର୍ଷ ଭଳି ଏଥର ବି ସ୍ଥିର ହେଉଛି ଗୋଟିଏ ପରେ ଗୋଟିଏ କଡ଼ା କଟକଣା