ଚୌଦ୍ୱାର: କଟକ ଚୌଦ୍ୱାର ଥାନା ଅଞ୍ଚଳରୁ ଏକ ନକଲି ଫ୍ୟାକ୍ଟ୍ରି ଠାବ ହୋଇଛି। ପୌରପାଳିକା ୯ ନମ୍ବର ୱାର୍ଡ ବେଉରା ସାହିରୁ ଚୌଦ୍ୱାର ପୋଲିସ୍ ଆଜି ଏହି ଫ୍ୟାକ୍ଟ୍ରିକୁ ଠାବ କରିଛି। ଏଠାରେ ନକଲି ପୂଜା ଘିଅ ଓ ଖାଇବା ସସ୍ ପ୍ରସ୍ତୁତ କରାଯାଇ ବଜାରକୁ ଛଡାଯାଉଥିବା ନେଇ ପୋଲିସ୍କୁ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏହାପରେ ଚୌଦ୍ୱାର ପୋଲିସ୍ ଆଜି ଅପହରାହ୍ଣରେ ଫ୍ୟାକ୍ଟ୍ରି ଉପରେ ଚଢ଼ଉ କରିଛି। ବିଭିନ୍ନ କମ୍ପାନୀର ଲୋଗ ଲଗାଯାଇ ଏଠାରୁ ନକଲି […]
ନୂଆଦିଲ୍ଲୀ: ଦେଶରେ ଦିନକରେ ୯୨ ହଜାରରୁ ଅଧିକ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହା ଚିନ୍ତାର ବିଷୟ ସୋଇଛି। ଦିନକରେ ୯୨ ହଜାର ୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ୧ ହଜାର ୧୩୬ ଜଣଙ୍କର ମୃତ୍ଯୁ ଘଟିଛି। ଏଥିସହ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୯,୭୨୨କୁ ବୃଦ୍ଧି ପାଇଛିି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮ ଲକ୍ଷ ୪୬ ହଜାର ୪୨୮ରେ ପହଞ୍ଚିଛି। ଦେଶରେ ବର୍ତ୍ତମାନ ଆକ୍ଟିଭ କେସ୍ ରହିଛି […]
ନୂଆଦିଲ୍ଲୀ: କୋଭିଡ୍ ଗାଇଡ୍ ଲାଇନ୍ ଭିତରେ ଆରମ୍ଭ ହୋଇଛି ସଂସଦର ମୌସୁମି ଅଧିବେଶନ। ତେବେ ଆରମ୍ଭରୁ ଗୃହକୁ ଏକ ଘଣ୍ଟା ପର୍ଯ୍ୟନ୍ତ ମୁଲତବି ରଖାଯାଇଥିଲା। ମୁଲତବି ପରେ ପୁଣି ଆରମ୍ଭ ହୋଇଛି ଗୃହ। କରୋନା ପାଇଁ ଚଳିତ ଅଧିବେଶନରେ ପ୍ରଶ୍ନ କାଳ ବାତିଲ ହୋଇଥିବା ବେଳେ ଗୃହ ଆରମ୍ଭରୁ କଂଗ୍ରେସ ସାଂସଦ ଅଧିର ରଂଜନ ଚୌଧୁରୀ ଓ କେ. ସୁରେଶ ପୂର୍ବ ଲଦାଖ ସ୍ଥିତିକୁ ନେଇ ମୁଲତବି ପ୍ରସ୍ତାବ ନୋଟିସ ଆଣିଥିଲେ । ସେହିପରି ନିିଟକୁୁ ନେଇ […]
ଭୁବନେଶ୍ୱର: ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ତାଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।ଉଭୟଙ୍କ କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ଟ୍ୱିଟ୍ କରି ମନ୍ତ୍ରୀ ନିଜେ ଏହି ସୂଚନା ଦେଇଛନ୍ତି। ‘ଆମେ ସୁସ୍ଥ ଅଛୁ ଓ ଗତ ୭ଦିନ ମଧ୍ୟରେ ଆମ୍ଭମାନଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ କରୋନ ଟେଷ୍ଟ କରାନ୍ତୁ’ ବୋଲି ମନ୍ତ୍ରୀ କହିଛନ୍ତି।
ନୂଆଦିଲ୍ଲୀ: ଭାରତ ଉପରେ ନଜର ରଖିଛି ଚୀନ ! ଦେଶର ୧୦ ହଜାର ଗୁୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ଉପରେ ଚୀନ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି। ଚୀନ ସରକାରଙ୍କ ଅଧିନରେ ଥିବା ଆଇଟି କମ୍ପାନୀ ଜେନ୍ ୱାଙ୍ଗ ଭାରତର ପ୍ରମୁଖ ବ୍ୟକ୍ତିଙ୍କ ଗତିବିଧି ସମ୍ପର୍କରେ ଟିକ୍ନିକ୍ ତଥ୍ୟ ସଂଗ୍ରହ କରୁଥିବା ସୂଚନା ମିଳିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ସଭାପତି ସୋନିଆ ଗାନ୍ଧି, ଡିଫେନ୍ସ ଷ୍ଟାଫ୍ର ମୁଖ୍ୟ ବିପୀନ ରାୱତ୍ଙ୍କ ସମେତ ଦେଶର ୧୫ […]
ଗୟା: ମରୁଭୂମିକୁ ଚାଷୋପଯୋଗୀ କରିବା, ପାହାଡ଼ କାଟି ରାସ୍ତା ତିଆରି କରିବା ପରି ଘଟଣା ଆମେ ଶୁଣିଛୁ। ଏମିତି ଆଉ ଏକ ଘଟଣା ଦେଖିବାକୁ ମିଳିଛି ବିହାରର ଗୟା ଜିଲ୍ଲା କୋଠିଲଓ୍ୱା ଗାଁରେ। ନିଜ ଜମିକୁ ପାଣି ମଡ଼ାଇବା ଲାଗି ସରକାରଙ୍କ ପାଖରେ ଗୁହାରି କରି ବିଫଳ ହେବାପରେ ଜଣେ ଚାଷୀ ୩ କିଲୋମିଟର ଲମ୍ବର କେନାଲ ଖୋଳିଛନ୍ତି। ଏହି କେନାଲ ଦ୍ଵାରା ସେ ଖାଲି ନିଜ ଜମିକୁ ପାଣି ନେଉନାହାନ୍ତି ବରଂ ସାରା ଗାଁର ଚାଷୀ […]
ବୌଦ୍ଧ: ପାଣିରେ ବୁଡ଼ି ଇଞ୍ଜିନିୟରଙ୍କ ମୃତ୍ୟୁ। ବୌଦ୍ଧ ଜିଲ୍ଲା ପାଲଝରରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଇଞ୍ଜିନିୟର ହେଲେ ତାମିଲନାଡୁର ଆର୍ ମୁକୁନ୍ଦମ୍। ସୂଚନା ଅନୁସାରେ, ପାଲଝର ନିକଟରେ ଥିବା ସାଲୁଙ୍କି ଡ୍ୟାମ୍କୁ ମୁକୁନ୍ଦମ୍ ତାଙ୍କ ୩ଜଣ ସହଯୋଗୀଙ୍କ ସହ ଗାଧୋଇବାକୁ ଯାଇଥିଲେ। ଅସାବଧାନତା ଯୋଗୁ ତାଙ୍କ ଫୋନ୍ ପାଣିରେ ପଡ଼ି ଯାଇଥିଲା। ଏହାପରେ ମୁକୁନ୍ଦମ୍ ମୋବାଇଲ୍ ଖୋଜିବାକୁ ପାଣିକୁ ଡେଇଁ ପଡ଼ିଥିଲେ। ତେବେ ବହୁ ସମୟ ଧରି ମୁକୁନ୍ଦମ୍ ପାଣିରୁ ନ ବାହାରିବାରୁ ବୌଦ୍ଧ […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଖୁଲାସା ହେଉଛି। ଏହି ମାମଲାରେ ଡ୍ରଗ୍ସ ଲିଙ୍କ୍କୁ ନେଇ Narcotics Control Bureau (NCB) ଏବେ ଏହାର ଯାଞ୍ଚ କରୁଛି। Aaj Takର ଏକ ରିପୋର୍ଟ ଅନୁସାରେ, ସୁଶାନ୍ତଙ୍କ ଫାର୍ମହାଉସ୍କୁ ନେଇ NCB ହାତରେ କିଛି ନୂଆ ତଥ୍ୟ ଲାଗିଛି। ନିଶା ସେବନ ପାଇଁ ବ୍ୟବହୃତ ଜିନିଷ ଓ କିଛି ଔଷଧ ସୁଶାନ୍ତଙ୍କ ଫାର୍ମହାଉସ୍ରୁ ମିଳିଥିବା ସୂଚନା ମିଳିଛି। […]
ନୂଆଦିଲ୍ଲୀ: ସଂସଦରେ ଉଠିଛି ବଲିଉଡରେ ଡ୍ରଗ୍ସ ଲିଙ୍କ୍ ପ୍ରସଙ୍ଗ। ପାକିସ୍ତାନ ଓ ଚୀନରୁ ଡ୍ରଗ୍ସ ଭାରତକୁ ସ୍ମଗଲିଂ ହେଉଛି। ଫିଲ୍ମ ଜଗତ ଏଥିରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ନେଇ ଶୂନ୍ୟକାଳରେ କହିଛନ୍ତି ବିଜେପି ସାଂସଦ ରବି କିଷାନ। ଡ୍ରଗ୍ସ ଦ୍ୱାରା ଯୁବ ପିଢ଼ୀଙ୍କ ଜୀବନକୁ ନଷ୍ଟ କରିବା ପାଇଁ ଏହି ଷଡ଼ଯନ୍ତ୍ର ହେଉଛି। ନେପାଳ ଦେଇ ଚୀନରୁ ଏବଂ ପଂଜାବ ଦେଇ ପାକିସ୍ତାନରୁ ଡ୍ରଗ୍ସ ଅଣାଯାଉଛି। ଯୁବ ବର୍ଗରେ ରୋଲ୍ ମଡେଲ୍ ଥିବା ବ୍ୟକ୍ତି ବି […]
ନୂଆଦିଲ୍ଲୀ: ଭାରତରେ ନିୟନ୍ତ୍ରଣରେ ରହିଛି କରୋନା ସ୍ଥିତି । ବିଶ୍ୱରେ ଅନ୍ୟ ଦେଶ ତୁଳନାରେ ଭାରତରେ ସ୍ଥିତି ଭଲ ଅଛି । ଏ ନେଇ ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ । ଦେଶରେ ୧୦ ଲକ୍ଷ ଜନସଂଖ୍ୟାରେ ମାତ୍ର ୩,୩୨୮ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। କୋଭିଡ୍ ପରିଚାଳନା ସଠିକ୍ ଭାବେ ଚାଲିଛି । ଦେଶରେ ସଂକ୍ରମଣ ହାର କମ ରହିଛି । କରୋନା ଜନିତ ମୃତ୍ୟୁ ହାର ୧ ଦଶମିକ […]
କଟକ: ବିଶିଷ୍ଟ ଶିଶୁ ସାହିତ୍ୟିକ ନଦୀୟା ବିହାରୀ ମହାନ୍ତିଙ୍କର ଆଜି ପରଲୋକ ହୋଇଛି। କଟକର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। କଟକ ଆକାଶବାଣୀ କେନ୍ଦ୍ରର ଲୋକପ୍ରିୟ କାର୍ଯ୍ୟକ୍ରମ ‘ଶିଶୁ ସଂସାର’ର ଉପସ୍ଥାପକ ବଡ଼ଭାଇ ନଦୀୟା ୨୦୧୩ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ହାସଲ କରିଥିଲେ। ସେ ଜଣେ ଜଣାଶୁଣା ଶିଶୁ ସାହିତ୍ୟିକ […]
ଭୁବନେଶ୍ୱର: ଲୋକାୟୁକ୍ତଙ୍କ ପାଖରେ ହାଜର ହେଲେ ଆଇଏଏସ୍ ହେମନ୍ତ ଶର୍ମା ଓ ଯାମିନୀ ଷଡ଼ଙ୍ଗୀ। କୋଭିଡ୍ ମୁକାବିଲା ନେଇ ମାସ୍କ ଓ ପିପିଇ କିଣା ଦୁର୍ନୀତି ଅଭିଯୋଗରେ ପକ୍ଷ ରଖିବାକୁ ଉଭୟ ହାଜର ହୋଇଛନ୍ତି। ତତ୍କାଳୀନ କ୍ରୟ କମିଟିର ମୁଖ୍ୟ ଅଛନ୍ତି ବରିଷ୍ଠ IAS ହେମନ୍ତ ଶର୍ମା। ତାଙ୍କ ସହ ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡ଼ଙ୍ଗୀ ମଧ୍ୟ ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇଛନ୍ତି। ଲୋକାୟୁଙ୍କ ଠାରେ ହାଜର ହୋଇ ଫେରିବା ପରେ ଆଇଏଏସ୍ ହେମନ୍ତ […]
ଭୁବନେଶ୍ୱର: କରୋନା ନେଲା ଆଉ ଜଣେ କୋଭିଡ ଯୋଦ୍ଧାଙ୍କ ଜୀବନ। ଭୁବନେଶ୍ୱର ଖଣ୍ଡଗିରି ଥାନାର ଏଏସଆଇ ଶିଶିର କୁମାର ସେଠୀଙ୍କ କରୋନାରେ ମୃତ୍ୟୁ ହୋଇଛି। ଏନେଇ ଡିସିପି ଭୁବନେଶ୍ୱର ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି। With deep sadness we inform that ASI Sisira Kumar Sethi who was working in Khandagiri PS has succumbed to Covid 19. He was an outstanding officer and has sacrificed […]
ନୂଆଦିଲ୍ଲୀ: କରୋନାରୁ ରକ୍ଷା କରିବା ପାଇଁ ସାଂସଦଙ୍କୁ ମିଳିଲା ସ୍ୱତନ୍ତ୍ର କୋଭିଡ୍ କିଟ୍। ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଏହା ପୂର୍ବରୁ ସମସ୍ତ ସାଂସଦଙ୍କୁ ଏହି କିଟ୍ ପଠାଇଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା। ଗତକାଲିଠାରୁ ଏହି କିଟ୍ ଦିଆଯାଇଥିବା ଜଣାପଡିଛି। ସାଂସଦଙ୍କୁ ଦିଆଯାଇଥିବା ଏହି କିଟକୁ ଡିଆରଡିଓ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ପ୍ରତ୍ୟେକ କିଟରେ ୪୦ଟି ଡିସ୍ପୋଜାଲ୍ ମାସ୍କ, ୫୦ ଏମ୍ଏଲର ୨୦ଟି ସାନିଟାଇଜର୍ ବୋତଲ, ଫେସ୍ ସିଲଡ୍, ୪୦ଟି ହ୍ୟାଣ୍ଡ […]
ବ୍ରହ୍ମପୁର: ଗଞ୍ଜାମ ଦିଗପହଣ୍ଡିରେ ବାଇକ୍ରେ କୁମ୍ଭୀର ନେବା ଘଟଣାରେ ନିଆଯାଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ। ଏହି ମାମଲାରେ ଦିଗପହଣ୍ଡି ବନବିଭାଗ ଡେପୁଟି ରେଞ୍ଜର ପ୍ରମୋଦ କୁମାର ଖଡ଼ଗରାୟଙ୍କୁ ସସପେଣ୍ଡ କରାଯାଇଥିବା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର ସୂଚନା ଦେଇଛନ୍ତି। ତେବେ ଉକ୍ତ ଘଟଣାରେ ସଂପୃକ୍ତ ଅନ୍ୟ କର୍ମଚାରୀଙ୍କ ନାଁରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କିଭଳି ଓ କେଉଁ ପରିସ୍ଥିତିରେ କୁମ୍ଭୀରକୁ ବାନ୍ଧି ନିଆଗଲା ସେ ନେଇ ତଦନ୍ତ ହେଉଛି। କୁମ୍ଭୀରକୁ ଉଦ୍ଧାର […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଲଗାତର ବୃଦ୍ଧି ପାଇବାରେ ଲାଗିଛି କରୋନା ମାମଲା। ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଜି ୩୫୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରେ କ୍ୱାରେଣ୍ଟିନ୍ରୁ ୧୧୩ ଓ ଲୋକାଲ କଣ୍ଟାକ୍ଟ କେସ୍ ୨୩୮ ରହିଛି। ତେବେ ଆଜି ୪୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଟ୍ୱିଟ୍ କରି ସୂଚନା ଦେଇଛି। Update on newly detected & cured #COVID19 cases in the […]
ନୂଆଦିଲ୍ଲୀ: ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ ପୁଣିଥରେ ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସେ ବାଚନିକ ଭୋଟରେ ନିର୍ବାଚିତ ହୋଇଛନ୍ତି। ଜେଡିୟୁ ନେତା ହରିବଂଶ ସିଂହ ବିରୋଧୀ ଦଳ ପକ୍ଷରୁ ଆରଜେଡି ପ୍ରାର୍ଥୀ ଏବଂ ସାଂସଦ ମନୋଜ ଝାଙ୍କୁ ହରାଇଛନ୍ତି। Harivansh Ji belongs to all sides of the aisle. He has conducted proceedings in an impartial manner. He has been an outstanding umpire and […]