Advertisment

Office Work Timing: ଅଫିସ୍‌ର ସାପ୍ତାହିକ କାର୍ଯ୍ୟ ସମୟ ୭୦ ଘଣ୍ଟା ରହିବା ଦରକାର !...ଅନୁଭୂତି ବଖାଣିଲେ ନାରାୟଣ ମୂର୍ତ୍ତି

କୋଲକାତାରେ ଆୟୋଜିତ ଇଣ୍ଡିଆନ ଚାମ୍ବର ଅଫ କମର୍ସର ଶତାବ୍ଦୀ ସମାରୋହରେ ଯୋଗ ଦେବାକୁ ଆସିଥିଲେ କୋଟିପତି ଉଦ୍ୟୋଗପତି ନାରାୟଣ ମୂର୍ତ୍ତି  । ସମାରୋହରେ ସେ ଯାହା କହିଥିଲେ ତାହା ଖାଲି ଏକ ସମ୍ବୋଧନ ନଥିଲା, ଆଜିର ଯୁବପିଢି ପାଇଁ ସଫଳତାର ଏକ ବାର୍ତ୍ତା ଥିଲା ।

author-image
Minati Mishra
ଅଦ୍ୟତନ ହୋଇଛି
ଅନୁଭୂତି ବଖାଣିଲେ ନାରାୟଣ ମୂର୍ତ୍ତି

ଅନୁଭୂତି ବଖାଣିଲେ ନାରାୟଣ ମୂର୍ତ୍ତି

ଅଫିସରେ ସାପ୍ତାହିକ କାର୍ଯ୍ୟ ସମୟ ୭୦ ଘଣ୍ଟା  କାହିଁକି ରହିବା ଦରକାର ? ଯୁବପିଢି କାହିଁକି ଅଧିକ ପରିଶ୍ରମ କରିବା ଉଚିତ ? ଇନ୍‌ଫୋସିସର ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ପୁଣି ଥରେ ଏହାର ଏହାର ଉତ୍ତର ରଖିଛନ୍ତି । ନିକଟରେ କୋଲକାତା ଯାତ୍ରା ଅବସରରେ ନାରାୟଣମୂର୍ତ୍ତି ସୁନ୍ଦର ଉଦାହରଣ ଏବଂ ନିଜ ଅନୁଭୂତିର କଥା କହି ଯୁବପିଢିଙ୍କୁ ପ୍ରେରଣାର ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି, ଯୁବଶକ୍ତି ହୃଦୟଙ୍ଗମ କରିବା ଉଚିତ ଯେ, ଆମକୁ ଖୁବ ପରିଶ୍ରମ କରିବାକୁ ପଡିବ ଏବଂ ଭାରତକୁ ଏକ ନମ୍ବର ଦେଶ କରିବା ପାଇଁ କାମ କରିବାକୁ ପହିବ ।’

Advertisment

କୋଲକାତାରେ ଆୟୋଜିତ ଇଣ୍ଡିଆନ ଚାମ୍ବର ଅଫ କମର୍ସର ଶତାବ୍ଦୀ ସମାରୋହରେ ଯୋଗ ଦେବାକୁ ଆସିଥିଲେ କୋଟିପତି ଉଦ୍ୟୋଗପତି ନାରାୟଣ ମୂର୍ତ୍ତି  । ସମାରୋହରେ ସେ ଯାହା କହିଥିଲେ ତାହା ଖାଲି ଏକ ସମ୍ବୋଧନ ନଥିଲା, ଆଜିର ଯୁବପୀଢି ପାଇଁ ସଫଳତାର ଏକ ବାର୍ତ୍ତା ଥିଲା ।  ସେ କହିଥିଲେ, ‘ଦିନେ ମୁଁ କହିଥିଲି, ଆମେ ସର୍ବଶ୍ରେଷ୍ଠ କମ୍ପାନୀ ପାଖକୁ ଯିବା ଏବଂ ଆମର ତୁଳନା ବିଶ୍ୱର ସର୍ବଶ୍ରେଷ୍ଠ କମ୍ପାନୀ ସହ କରିବା । ଭାରତୀୟଙ୍କ ପାଇଁ ବହୁତ କିଛି କରିବାକୁ ଅଛି । ଆମ ଆକଂକ୍ଷାକୁ ଉଚ୍ଚା ରଖିବାକୁ ପଡିବ । କାରଣ ୮୦୦ ମିଲିଅନ ଭାରତୀୟଙ୍କୁ ମାଗଣାରେ ରାଶନ ମିଳୁଛି । ଏହାର ଅର୍ଥ ହେଉଛି ୮୦୦ ମିଲିଅନ ଲୋକ ଏ ଦେଶରେ ଗରିବ । ଯଦି ଆମେ ଅଧିକ ପରିଶ୍ରମ କରିବାନି ତେବେ କିଏ ଏହାର କଡା ମୁକାବିଲା କରିବ ?’

ଜଣେ ଉଦ୍ୟୋଗପତି ହେବା ପାଇଁ ତାଙ୍କୁ ମିଳିଥିବା ପ୍ରେରଣାଦାୟୀ ଅନୁଭୂତିକୁ ମନେ ପକାଇଥିଲେ ନାରାୟଣ ମୂର୍ତ୍ତି  । ସେ କହିଥିଲେ, ’ଗୋଟିଏ ସମୟରେ ସେ ବାମପନ୍ଥୀ ଥିଲେ, ଯେତେବେଳେ ଜବାହରଲାଲ ନେହରୁ ପ୍ରଧାନମନ୍ତ୍ରୀ ଥିଲେ ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜି ବାସ୍ତବ ରୂପ ନେଇଥିଲା । ଅତୀତର  ସ୍ମୃତି ରୋମନ୍ଥନ କରି ନାରାୟଣ ସ୍ୱାମୀ କହିଥିଲେ,  ‘ବାପା ସେତେବେଳେ ଦେଶରେ ଦେଖା ଦେଇଥିବା ଅସାଧାରଣ ପ୍ରଗତି ଉପରେ ଆଲୋଚନା କରୁଥିଲେ  । ଆମେ ସମସ୍ତେ ମଧ୍ୟ ନେହରୁ ଏବଂ ସମାଜବାଦ ନୀତିରେ ପ୍ରଭାବିତ ହୋଇଥିଲୁ । ୭୦ ଦଶକର ପ୍ରାରମ୍ଭରେ ମୋତେ ପ୍ୟାରିସରେ କାମ କରିବାର ସୁଯୋଗ ମିଳିଥିଲା । ସେତେବେଳେ ମୁଁ ଦ୍ୱନ୍ଦ୍ୱରେ ଥିଲି । ପଶ୍ଚିମ ଦେଶ ସେତେବେଳେ ଭାରତକୁ ବହୁତ ଅପରିଷ୍କାର ଏବଂ ଦୁର୍ନୀତିଗ୍ରସ୍ତ ବୋଲି କହୁଥିଲେ । ମୋ ଦେଶ ଗରିବ ଥିଲା  । ରାସ୍ତାଘାଟ ଭଲ ନ ଥିଲା ।  ହେଲେ ପଶ୍ଚିମୀ ଦେଶରେ ସବୁକିଛି ଯଥେଷ୍ଟ ସମୃ୍ଦ୍ଧ ଥିଲା । ଟ୍ରେନ ଠିକ ସମୟରେ ଯାଉଥିଲା । ମୋତେ ଲାଗୁଥିଲା  ଏହା ଭୁଲ ହୋଇ ନ ପାରେ । ମୁଁ ଫ୍ରାନ୍ସ କମ୍ୟୁନିଷ୍ଟ ପାର୍ଟି ନେତାଙ୍କୁ ଭେଟିଲି । ସେ ମୋର ସବୁ ପ୍ରଶ୍ନର ଉତ୍ତର ରଖିଲେ । ହେଲେ ଉତ୍ତରରେ ମୁଁ  ସନ୍ତୁଷ୍ଟ ନ ଥିଲି ।’

Advertisment

‘ମୁଁ ସେଠାରେ ଅନୁଭବ କଲି, ଦେଶର ଦୁର୍ବଳ ଆର୍ଥିକ ସ୍ଥିତି ସହ ଲଢିବାର ଗୋଟିଏ ମାତ୍ର ରାସ୍ତା ହେଉଛି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା । ଚାକିରୀ ମିଳିଲେ ଲୋକଙ୍କର ରୋଜଗାର ବଢିପାରିବ । ଔଦ୍ୟୋଗିକ କ୍ଷେତ୍ରରେ ସରକାରଙ୍କର କୌଣସି ଭୂମିକା ନାହିଁ । କିନ୍ତୁ ମୁଁ ଅନୁଭବ କଲି ଯେ, ଔଦ୍ୟୋଗିକ କ୍ଷେତ୍ରଗୁଡିକ ନିଯୁକ୍ତି ସୁଯୋଗ ଦେଇ ଗୋଟିଏ ରାଷ୍ଟ୍ରକୁ ଗଢିପାରିବ,  ନିବେଶକଙ୍କ ପାଇଁ ସୁଯୋଗ ସୃଷ୍ଟି କରିପାରିବ ଆଉ ସେମାନେ ଟାକ୍ସ ଦେବେ ।’

ନାରାୟଣ ମୂର୍ତ୍ତି ଆହୁରି କହିଥିଲେ, ‘ଯଦି ଗୋଟିଏ ଦେଶ ପୁଂଜିବାଦକୁ ଆପଣାଇବ ତେବେ ଭଲ ରାସ୍ତା ତିଆରି କରି ପାରିବ । ରେଳ ବ୍ୟବସ୍ଥାର ଉନ୍ନତି କରିପାରିବ । ଭିତ୍ତିଭୂମିକୁ ବି ସୁଦୃଢ କରପାରିବ । ହେଲେ ଭାରତ ପରି ଗରିବ ରାଷ୍ଟ୍ରରେ ପୁଂଜିବାଦର ବ୍ୟାପକତା ନ ଥିଲା । ତେଣୁ ମୁଁ ଅନୁଭବ କଲି ଯେ, ମୋତେ ଫେରିବାକୁ ପଡିବ । ଉଦ୍ୟୋଗତାକୁ ପ୍ରୟୋଗ କରିବାକୁ ପଡିବ । ଆମକୁ ଉଦାର ପୁଞ୍ଜିବାଦକୁ ଆପଣାଇବାକୁ ପଡିବ ।’

ସେ କହିଥିଲେ, ‘ଆମ ଦେଶର ସଂସ୍କୃତି ୪ହଜାର ବର୍ଷର ପୁରୁଣା  । ଏହାକୁ ନେଇ ମୁଁ ଗର୍ବ ଅନୁଭବ କରେ । ଏ ସଂସ୍କୃତି ଅବିଶ୍ୱସନୀୟ ଭାବେ ଉଦାର । ପୁଞ୍ଜିବାଦକୁ ଆପଣାଅ । ପୁଞ୍ଜିବାଦ ସହ ଉଦାରବାଦ ଏବଂ ସମାଜବାଦକୁ  ଆପଣାଇ ଏହି ଦେଶକୁ ପୁଞ୍ଜିବାଦର ଏକ ସୁନ୍ଦର ଉଦାହରଣ ଭାବେ ଛିଡା କରାଅ ।’

ମଣିଷର ଚିନ୍ତନ ଶକ୍ତି ରହିଛି । ସେ ନିଜକୁ ପରିପ୍ରକାଶ କରିପାରେ । ଭଗବାନ ଯଦି ଆମକୁ ଚିନ୍ତନ  ଶକ୍ତି ଦେଇଛନ୍ତି ତେବେ ଆମଠାରୁ କମ ଭାଗ୍ୟଶାଳୀ ଲୋକଙ୍କ ବିଷୟରେ ଆମର ଚିନ୍ତା କରିବା ଦରକାର । ଆମେ ଏମିତି କିଛି କରିବା ଦରକାର, ଯେମିତି ବିଶ୍ୱର ଅନ୍ୟ ଦେଶ ଭାରତକୁ ସମ୍ମାନ କରିବେ । ଅନ୍ୟ ଦେଶ ଭାରତକୁ ତାର ଉତ୍ତମ ପ୍ରଦର୍ଶନ ପାଇଁ ସମ୍ମାନ ଦେବେ । ପ୍ରଦର୍ଶନ ତୁମ ପରିଚୟ ତିଆରି କରିବ ଏବଂ ଏହି ପରିଚୟ ପାଇଁ ତୁମକୁ ସମ୍ମାନ ମିଳିବ । ଆଉ ଏହି ସମ୍ମାନ ହଁ ହେବ ତୁମର ଶକ୍ତି । ମୁଁ ଚାହେଁ ଯୁବଶକ୍ତି ଜାଣିବା ଦରକାର ଯେ ପୂର୍ବପୁରୁଷଙ୍କ ସ୍ୱପ୍ନ ପୂରଣ କରିବାର ଗୁରୁ ଦାୟିତ୍ୱ ସେମାନଙ୍କ ଉପରେ ରହିଛି । ଏଥିପାଇଁ ଆମକୁ  ଅଧିକ ପରିଶ୍ରମ କରିବା ଦରକାର’ ବୋଲି ସେ କହିଥିଲେ ।

ସେ ଏକ ଉଦାହରଣ ଦେଇ କହିଥିଲେ, ‘ଜଣେ ଭଦ୍ରବ୍ୟକ୍ତି ମୋତେ କହିଥିଲେ, ଚାଇନା ଶ୍ରମିକମାନେ ଭାରତୀୟଙ୍କ ତୁଳନାରେ ୩.୫ ଗୁଣ ଅଧିକ ପରିଶ୍ରମ କରିପାରନ୍ତି । ଆମ ପାଇଁ  ଏପରି ବକବାସ କଥା ଲେଖିବା, ଦୁନିଆଠାରୁ ଦୂରରେ ରହିବା, ଗରିବ ହୋଇ ରହିବା ଖୁବ ସହଜ ହୋଇପାରେ । କିନ୍ତୁ ମୁଁ ଭାବି ପାରୁନି, ଆମେ ଭଲରେ ଅଛୁ ଏବଂ ଅଫିସ ଯିବୁ ନାହିଁ ବୋଲି କହିବା ଉଚିତ ହେବ । ଏଠାରେ ଉପସ୍ଥିତ ସମସ୍ତ ବ୍ୟକ୍ତିଙ୍କୁ ମୋର ଅନୁରୋଧ, କଠିନ ପରିଶ୍ରମ କର ଏବଂ ନିଜର ମୂଲ୍ୟ ବୁଝିବା ପାଇଁ ନିଜ ଜୀବନକୁ ସମର୍ପିତ କରି ଦିଅ ।  

Work Hours Extended India Employees On Pretext Of Development
Advertisment
Advertisment