ବିଷ୍ଣୁପଦ ସେଠୀ-ଚଞ୍ଚଲ ମୁଖାର୍ଜୀ ଲିଙ୍କର ଆସିଲା ବଡ଼ ଅପଡେଟ୍ । ଦିଲ୍ଲୀରେ ହାଜର ହୋଇପାରନ୍ତି IAS ବିଷ୍ଣୁପଦ ସେଠୀ । ଦିଲ୍ଲୀରେ ହାଜର ନେଇ CBIକୁ ବିଷ୍ଣୁପଦ ଚିଠି ଲେଖିଥିବା ସୂଚନା ମିଳିଛି । ତଦନ୍ତରେ ସହଯୋଗ କରି ସମସ୍ତ ତଥ୍ୟ ରଖିବେ ହେଲେ ଭୁବନେଶ୍ବର ନୁହେଁ ଦିଲ୍ଲୀରେ ହାଜର ପାଇଁ ସେ ଚିଠି ଲେଖିଥିବା ଜଣାପଡ଼ିଛି ।
ବ୍ରିଜ ଆଣ୍ଡ ରୁଫ କମ୍ପାନୀ ଜିଜିଏମ୍ ଙ୍କ ସହ ୧୫ ଲକ୍ଷ ଟଙ୍କା କାରବାର ମାମଲାରେ ବିଷ୍ଣୁପଦ ସେଠୀଙ୍କୁ ସମନ କରିଛି ସିବିଆଇ । ୧୦ ତାରିଖରେ ସମନ ଜାରି ହୋଇଥିବାବଏଳେ ୧୧ ତାରିଖରେ ହାଜର ପାଇଁ କୁହାଯାଇଥିଲା । ଏହା ମଧ୍ୟରେ ବିଷ୍ଣୁପଦଙ୍କ ତିନି ଡ୍ରାଇଭରଙ୍କୁ ସିବିଆଇ ଜେରା କରି ସାରିଛି ।
Also Read
ଅଧିକ ପଢ଼ନ୍ତୁ: କେଉଁ ଭୟରେ ପୀଡ଼ିତ ବିଜେଡି ? ସତ୍ତାରୁ ଯିବା ପରେ ବି ତୁଟୁନି କେନ୍ଦ୍ରୀୟ ବିଜେପି ମୋହ
ତେବେ ସବୁଠୁ ବଡ଼ ପ୍ରଶ୍ନ ଏବେ ଉଙ୍କି ମାରିଛି ରେଡ୍ର ମାତ୍ର ଦିନକ ପୂର୍ବରୁ ୫ ତାରିଖ ଦିନ କାହିଁକି ବିଷ୍ଣୁପଦ ସେଠୀଙ୍କୁ ଭେଟିଥିଲେ ଚଞ୍ଚଲ ମୁଖାର୍ଜୀ ? କେଉଁ ବିଷୟରେ ଭେଟିଥିଲେ, କ’ଣ ଆଲୋଚନା କରିଥିଲେ ? ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀ ପକ୍ଷରୁ ୪ ତାରିଖରେ ST-SC ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦଙ୍କୁ ଭେଟିବାକୁ ଅନୁମତି ମଗାଯାଇଥିଲା । ଏହା ପରଦିନ କଂପାନୀ କରୁଥିବା କାମର DPR ଏବଂ ଏଷ୍ଟିମେଟ୍ ନେଇ ଆଲୋଚନା ହୋଇଥିବା ସ୍ୱୀକାର କରିଛନ୍ତି ନିଜେ କଂପାନୀର ଜିଏମ୍ । ଅନ୍ୟପଟେ ଏତ ବାଦବିବାଦ ପରେ ବି କାହିଁକି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରୁନାହାନ୍ତି ସରକାର, ତାକୁ ନେଇ ବି ପ୍ରଶ୍ନ ଉଠିଲାଣି ।
୪ ତାରିଖ ଦିନ ST-SC ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ଭେଟିବାକୁ ବ୍ରିଜ୍ ଆଣ୍ଡ ରୁଫ୍ ପକ୍ଷରୁ ଅନୁମତି ପାଇଁ ହୋଇଥିଲା ଚିଠି। ଆଉ କଂପାନୀ ଜିଏମ୍ଙ୍କ ଅନୁସାରେ ୫ରେ ଉଭୟ GGM ଚଞ୍ଚଲ ମୁଖାର୍ଜୀ ଏବଂ ଜିଏମ୍ ବିକେ ସିଂ ବିଷ୍ଣୁପଦଙ୍କୁ ଭେଟିଥିଲେ । ତାଙ୍କ କହିବା କଥା ବୈଠକ ସଂପୂର୍ଣ୍ଣ ଅଫିସିଆଲ୍ ଥିଲା । ସଂସ୍ଥାକୁ ଦିଆଯାଇଥିବା ସ୍କୁଲ କାମର DPR ଏବଂ ଏଷ୍ଟିମେଟ୍ ସଂପର୍କରେ ଆଲୋଚନା ହୋଇଥିଲା। ତେବେ ଚଞ୍ଚଲ ମୁଖାର୍ଜୀଙ୍କ ବିଷ୍ଣୁପଦଙ୍କ ଲିଙ୍କ୍ ସଂପର୍କରେ ସେ ବିଶେଷ କିଛି ଜାଣିନଥିବା କହିଛନ୍ତି । ଏହା ସହ ତଦନ୍ତରେ ସିବିଆଇକୁ ସବୁ ପ୍ରକାର ଡକ୍ୟୁମେଣ୍ଟ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି । ଏପଟେ ଚଞ୍ଚଲ ମୁଖାର୍ଜୀ କହିଛନ୍ତି ମୋର କାହା ସହ କିଛି ସଂପର୍କ ନାହିଁ। ତେବେ ପ୍ରଶ୍ନ ଉଠୁଛି, କ’ଣ କେବଳ ପ୍ଲାନ ଆଉ ଏଷ୍ଟିମେଟ ଦେବାକୁ କଂପାନୀର GGM ଜଣେ ପ୍ରମୁଖ ସଚିବଙ୍କୁ ଭେଟିଥିଲେ। ହୋଇଥିଲା କି ଅନ୍ୟ କୌଣିସ ଡିଲ୍ ? ୭ ତାରିଖ ଦିନ ବିଷ୍ଣୁପଦ ସେଠୀ କେଉଁଠି ଥିଲେ, ରେଡ୍ ଜାଗାରେ ଥିଲେ କି ନାହିଁ ତା’ର ଖୋଳତାଡ଼ ପାଇଁ ତାଙ୍କ ଡ୍ରାଇଭରଙ୍କୁ ଡାକି ପଚାରି ସାରିଛି ସିବିଆଇ ।