• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ମୂଳା ଓ ଏହାର ପତ୍ର ଅତ୍ୟନ୍ତ ପୁଷ୍ଟିକର ପରିବା ବୋଲି ସମସ୍ତେ ଜାଣନ୍ତି । ଏମିତିରେ ଶୀତ ଦିନେ ବଜାରରେ ମୂଳା ଓ ଏହାର ପତ୍ର ପ୍ରବଳ ମାତ୍ରାରେ ମିଳିଥାଏ । ଏହି ଶୀତ ଦିନିଆ ପରିବା ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ହୋଇଥାଏ । ଏଥିରେ ଥିବା ପୋଷଣ ତତ୍ତ୍ବ ଅନେକ ରୋଗରୁ ରକ୍ଷା କରିଥାଏ । ତେବେ ଅନେକ ଲୋକ ମୂଳା ଖାଇବାକୁ ପସନ୍ଦ କରନ୍ତି । କିଛି ଲୋକ ମୂଳାକୁ ସାଲାଡ ରୂପେ ଖାଇଥାନ୍ତି ତ ଆଉ କେହି ମୂଳା ପତ୍ରକୁ ତରକାରୀ ଓ ଭଜା ଭାବେ ଖାଇବାକୁ ଭଲ ପାଆନ୍ତି । ଏମିତି ବି କିଛି ଲୋକ ଅଛନ୍ତି ଯାହାଙ୍କୁ ମୂଳା ଖାଇବା ଆଦୌ ପସନ୍ଦ ନୁହେଁ । ହେଲେ ଏହାର ଶରୀର ପ୍ରତି ଥିବା ଲାଭକୁ ଜାଣିଲେ ଆପଣ ବି ପ୍ରତିଦିନ ମୂଳା ପତ୍ର ଖାଇବା ଆରମ୍ଭ କରିବେ । 

ମୂଳା ପତ୍ରରେ ଅନେକ ପୋଷକ ତତ୍ତ୍ୱ ଥାଏ...

Also Read

ମୂଳା ପତ୍ରରେ ଭିଟାମିନ ଏ, ବି, ସି ସହିତ କ୍ୟାଲସିୟମ, ଆଇରନ, ମ୍ୟାଗ୍ନିସିୟମ, ଜିଙ୍କ, ପୋଟାସିୟମ, ଫସଫରସ ଭଳି ମିନେରାଲ ରହିଛି ଯାହା ଆମର ସ୍ବାସ୍ଥ୍ୟ ପକ୍ଷେ ଖୁବ୍ ଲାଭାଦୟକ ହୋଇଥାଏ ।

ଅଧିକ ପଢ଼ନ୍ତୁ: ଶୀତ ଲହରୀ ଯୋଗୁଁ ବାହାରକୁ ଯାଇ କରିହେଉନି କି ବ୍ୟାୟାମ… ଘରେ କରନ୍ତୁ ଏହିସବୁ ଯୋଗ

ହଜମ କରିବାରେ ସାହାଯ୍ୟ କରେ...

ମୂଳା ଅନେକ ପୋଷକ ତତ୍ତ୍ବର ଭଣ୍ଡାର ରହିଛି । ବିଶେଷ କରି ଏଥିରେ ଫାଇବର ଭରପୂର ମିଳିଥାଏ । ଏହା ଆପଣଙ୍କ ହଜମ କରିବା ପ୍ରକ୍ରିୟାକୁ ଉନ୍ନତ କରି କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ ।

ମଧୁମେହକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ...

ମଧୁମେହ ନିୟନ୍ତ୍ରଣ: ମଧୁମେହକୁ ନିୟନ୍ତ୍ରଣ କରିବାରେ ମୂଳା ପତ୍ର ବେଶ୍ ଉପଯୋଗୀ ହୋଇଥାଏ । ମୂଳା ପତ୍ରରେ ଭରପୂର ଫାଇବର ମିଳିଥାଏ । ଏହା ଇନସୁଲିନ ସ୍ତରକୁ ସନ୍ତୁଳିତ କରି ମଧୁମେହ ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ । ତେଣୁ ମଧୁମେହ ରୋଗୀଙ୍କୁ ନିୟମିତ ମୂଳା ପତ୍ର ଖାଇବାକୁ ପରାମର୍ଶ ଦିଆଯାଇଥାଏ ।

ହାଡକୁ ମଜଭୁତ କରେ...

ମୂଳା ପତ୍ରରେ କ୍ୟାଲସିୟମ ଓ ଅନ୍ୟ ଖଣିଜ ସାର ରହିଥାଏ । ଏହା ଆପଣଙ୍କ ହାଡକୁ ସୁସ୍ଥ ଓ ମଜଭୁତ ରଖିବାରେ ସହାୟକ ହୋଇଥାଏ । ତେଣୁ ମୂଳା ପତ୍ର ନିହାତ ଆବଶ୍ୟକ ରହିଛି। 

ଓଜନ ହ୍ରାସ କରିବାରେ ସାହାଯ୍ୟ କରେ...

ଓଜନ ନିୟନ୍ତ୍ରଣ କରିବାକୁ ଚାହୁଁଥିବା ବ୍ୟକ୍ତି ନିୟମିତ ମୂଳା ପତ୍ର ଖାଇବା ଭଲ । କାରଣ ଏଥିରେ କମ୍ କ୍ୟାଲୋରୀ ଓ ଅଧିକ ଫାଇବର ଥାଏ । ହାଇ ଫାଇବରଯୁକ୍ତ ଖାଦ୍ୟ ଅଧିକ ସମୟ ପର୍ଯ୍ୟନ୍ତ ପେଟକୁ ପୂର୍ଣ୍ଣ ରଖିଥାଏ ଓ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ । ଯାହାକି ଓଜନ ନିୟନ୍ତ୍ରଣରେ ସହାୟକ ହୋଇଥାଏ ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ...

ମୂଳା ପତ୍ରରେ ଥିବା ଜରୁରୀ ପୋଷଣ ତତ୍ତ୍ବ ଇମ୍ୟୁନିଟି ସିଷ୍ଟିମକୁ ମଜଭୁତ କରେ । ଫଳରେ ଶୀତ ଦିନେ ହେଉଥିବା ଥଣ୍ଡା, କାଶ ସମେତ ବିଭିନ୍ନ ସଂକ୍ରମଣରୁ ରକ୍ଷା ମିଳିଥାଏ । ଏହା ଆମର ମସ୍ତିଷ୍କ ଓ ହୃଦୟ ସ୍ବାସ୍ଥ୍ୟ ପକ୍ଷେ ଲାଭଦାୟକ ହୋଇଥାଏ । ମୂଳା ପତ୍ରରେ ନାଇଟ୍ରେଟ ଥାଏ ଯାହାକି ମସ୍ତିଷ୍କର କାର୍ଯ୍ୟପ୍ରଣାଳୀରେ ସୁଧାର ଆଣିପାରେ ।

ତ୍ବଚାକୁ ଚିକଣ ରଖେ...

ମୂଳା ପତ୍ରରେ ଭିଟାମିନ ସି, ଫରଫରସ, ଜିଙ୍କ୍‌ ରହିଥାଏ । ଏହା ଆପଣଙ୍କ ତ୍ବଚା ସୁସ୍ଥ ଓ ଚିକଣ ରଖିବାରେ ସହାୟକ ହୋଇଥାଏ । ଶୀତ ଦିନେ ମୂଳା ଖାଇଲେ ଦାଗ, ବ୍ରଣ ଭଳି ସମସ୍ୟା କମ୍ ହୋଇଥାଏ ।

ଅଧିକ ପଢ଼ନ୍ତୁ: ଆପଣଙ୍କ ଜଙ୍ଘ ବେଶି ମୋଟା ହୋଇଯାଉଛି କି… କରନ୍ତୁ ଏହି ୩ ବ୍ୟାୟାମ, ହେଇଯିବ ଟୋନ୍ଡ