• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

corona
କମୁଛି ଲୋକାଲ୍‌ କେସ୍‌, ୨୪ ଘଣ୍ଟାରେ ଓଡ଼ିଶାରେ ୧,୩୮୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୩୮୫ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ରୁ ସର୍ବାଧିକ ୧୫୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୩୮୫  ଆକ୍ରାନ୍ତଙ୍କ ମଧ୍ୟରୁ ୭୯୮  ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୫୮୭ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୯୭,୨୭୪ରେ ପହଞ୍ଚିଛି। Covid-19 Report […]

corona 1
୨୪ ଘଣ୍ଟାରେ କରୋନା ନେଲା ୧୪ ଜୀବନ

ଭୁବନେଶ୍ୱର: କରୋନା ନେଲା ଆଉ ୧୪ ଜଣଙ୍କ ଜୀବନ। ଗତକାଲି  ୧୨ ଜଣ କରୋନାରେ ପ୍ରାଣ ହରାଇଥିବାବେଳେ ଆଜି ଏହି ସଂଖ୍ୟା ବୃଦ୍ଧି ପାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧, ୩୭୮ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ମୟୂରଭଞ୍ଜ ଓ ଭୁବନେଶ୍ୱରର ୩ ଜଣ ଲେଖାଏ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ସୂଚନାଥାଉକି, ଆଜି ରାଜ୍ୟରେ ନୂଆ ପଜିଟିଭଙ୍କ […]

ରାଜରାସ୍ତାରେ ଗର୍ଜିଲେ ରାନୀ; କହିଲେ, ‘ଏଇଟା ଟ୍ରେଲର୍‌, ଆଗକୁ କ’ଣ ହେବ ଭାବନ୍ତୁ ...’

ଭୁବନେଶ୍ୱର: କରୋନା ସ୍ଥିତିରେ ଦୀର୍ଘ ୭ ମାସରୁ ଅଧିକ ସମୟ ଧରି ବନ୍ଦ ରହିଛି ଯାତ୍ରା ପରିବେଷଣ। ଏହି ସମୟରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଅନେକ କଳାକାର। ରୋଜଗାର ଅଭାବରୁ ଯାତ୍ରା ଜଗତ ବୁଡ଼ିବାକୁ ବସିଲାଣି। ତେଣୁ ଆଗକୁ ଯାତ୍ରା ପରିବେଷଣ ପାଇଁ ସରକାର ଅନୁମତି ଦେବାକୁ ଧାରଣା ଦେଇଛନ୍ତି ଯାତ୍ରା ଜଗତର କଳାକାର। ଯାତ୍ରା କଳାକାର ରାନୀ ପଣ୍ଡାଙ୍କ ନେତୃତ୍ୱରେ କଳାକାରମାନେ ଭୁବନେଶ୍ୱର ପିଏମ୍‌ଜି ଛକରେ ଧାରଣା ଦେଇଥିଲେ। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ମଧ୍ୟ […]

vaccine
ଜାନୁଆରୀ ସୁଦ୍ଧା ମିଳିବ କରୋନା ଟିକା କୋଭାସିଲ୍‌ଡ !

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ସୁଦ୍ଧା ଭାରତରେ ଉପଲବ୍ଧ ହୋଇପାରେ କରୋନା ଟିକା କୋଭାସିଲ୍‌ଡ । ଏହି ଟିକା ଅପେକ୍ଷାକୃତ କମ୍ ଦାମରେ ମିଳିପାରିବ ବୋଲି ଏହାର ପ୍ରସ୍ତୁତକର୍ତ୍ତା କମ୍ପାନୀ ସେରମ୍ ଇନଷ୍ଟିଚ୍ଯୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦର ପୁନାଓ୍ୱାଲା କହିଛନ୍ତି । ପୁଣେସ୍ଥିତ ଏହି ଫାର୍ମା କମ୍ପାନୀର ସିିିିିଇଓ ଏକ ସାକ୍ଷାତକାର ଅବସରରେ କହିଛନ୍ତି ଯଦି ଟିକା ଭୂତାଣୁ ବିରୋଧୀ ଓ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୁଏ ଏବଂ ନିୟନ୍ତ୍ରକ ସଂସ୍ଥା ଅନୁମତି ଦିଏ, ତେବେ ଏହା […]

boat 1
ଡଙ୍ଗାରେ ୧୦୦ରୁ ଅଧିକ ଯାତ୍ରୀ ଯାଉଥିଲେ, ମଝି ନଈରେ ବୁଡ଼ିଗଲା

ଭାଗଲପୁର: ବିହାର ଭାଗଲପୁରରେ ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ଯିବା ଯୋଗୁ ଅନେକ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି। ଡଙ୍ଗାରେ ୧୦୦ରୁ ଅଧିକ ଲୋକ ଥିଲେ ବୋଲି ସୂଚନା ମିଳିଛି। ଭାଗଲପୁର ନାଉଗାଚ୍ଛିଆ ଅଞ୍ଚଳରେ ଆଜି ସକାଳେ ଏହି ଅଘଟଣ ଘଟିଛି। ନିଖୋଜ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ଡଙ୍ଗାରେ ବାଇକ୍‌ ଓ ସାଇକେଲ୍‌ ମଧ୍ୟ ଲୋଡ୍‌ ହୋଇଥିଲା। ଏସମସ୍ତ ଯାତ୍ରୀ କାମ କରିବା ପାଇଁ ଯାଉ ଥିବାବେଳେ ଓଭରଲୋଡ୍‌ ଯୋଗୁ ନଦୀରେ […]

Bali-college-fee-pkg
ଟ୍ୟୁସନ ଫି ବାବଦରେ ଛାତ୍ରଛାତ୍ରୀ ଦେଲେ ନଡିଆ ଓ ସଜନା ପତ୍ର

ବାଲି: ଛାତ୍ରଛାତ୍ରୀଙ୍କ ଟ୍ୟୁସନ ଫି ବାବଦରେ ଏକ ବଡ ଧରଣର ନିଷ୍ପତ୍ତି ନେଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ଏଣିକି ଛାତ୍ରଛାତ୍ରୀମାନେ ଟ୍ୟୁସନ ଫି ବାବାଦରେ ଟଙ୍କା ନୁହେଁ ଦେବେ ନଡିଆ ଓ ସଜନା ପତ୍ର।  ବାଲିରେ ତେଗାଲାଲାଙ୍ଗଠାରେ ଥିବା ଏକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। କରୋନା ସମୟରେ ଅର୍ଥନୀତି ଖରାପ ପଡିଥିବାରୁ ଭେନସ ୱାନ ଏକାଡେମୀ ଏହି ଅଭିନବ ରାସ୍ତା ବାହାର କରିଛି । ପରିବାରର ଅର୍ଥନୀତି ଭୁଶୁଡି ଯାଇଥିବାରୁ ଛାତ୍ରଛାତ୍ରୀମାନେ ଟ୍ୟୁସନ୍ ଫି ଦେବାକୁ […]

highcourt
ଦୋଷୀ ସାବ୍ୟସ୍ତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶକ

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ। ଅଦାଲତ ଅବମାନନା ମାମଲାରେ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶକଙ୍କ ସହ ଯାଜପୁର, ଜଗତସିଂହପୁର ଓ ପୁରୀର ଜିଲ୍ଲା ଶିକ୍ଷାଧିକାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାରେ ଅବହେଳା, ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ପ୍ରଦୀପ କୁମାର ଦାଶ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏଥିସହ ଯାଜପୁର, ଜଗତସିଂହପୁର, ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି […]

aaaaaaaaaaaaaa
ଅର୍ଣ୍ଣବଙ୍କ ଗିରଫଦାରୀକୁ ସାରା ଦେଶରେ ବିରୋଧ, ରାସ୍ତାକୁ ଓହ୍ଲାଇଲେ ଲୋକେ

ମୁମ୍ବାଇ: ଅର୍ଣ୍ଣବଙ୍କ ଗିରଫଦାରୀକୁ ନେଇ ସାରା ଦେଶରେ ତେଜୁଛି ଅସନ୍ତୋଷ। ଅର୍ଣ୍ଣବଙ୍କ ପୌତୃକ ଘର ଗୌହାଟୀରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଲୋକେ। ହାତରେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ମହାରାଷ୍ଟ୍ର ସରକାରଙ୍କ ବିରୋଧରେ ନାରାବାଜୀ କରିଛନ୍ତି।   ଗଣତନ୍ତ୍ରକୁ ହତ୍ୟା କରାଯିବା ସହ ଅର୍ଣ୍ଣବଙ୍କ ବିରୋଧରେ ଅନ୍ୟାୟ ହୋଇଥିବା କହିଛନ୍ତି। ସେହିଭଳି କୋଲକାତା, ଦିଲ୍ଲୀ, ପାଟନା, ରାଞ୍ଚି ହାଇଦ୍ରାବାଦ୍ରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଲୋକେ । ଭୋପାଳରେ ସାଂସଦ ପ୍ରଜ୍ଞା ଠାକୁର ଅର୍ଣ୍ଣବଙ୍କ ସମର୍ଥନରେ ମଶାଲ […]

lockdown
ଆଜିଠୁ ଏଠାରେ ଆରମ୍ଭ ହେଲା ମାସିକିଆ ଲକ୍‌ଡାଉନ୍‌

ଲଣ୍ଡନ: ସାରା ଦୁନିଆରେ କରୋନା ଏହାର କାୟା ବିସ୍ତାର କରିବାରେ ଲାଗିଛି। କରୋନା ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଆଜିଠୁ ଇଂଲଣ୍ଡରେ ମାସେ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କଟକଣା ଲାଗୁ ହୋଇଛି। ଲକ୍‌ଡାଉନ୍‌ ନେଇ ନଭେମ୍ବର ୧ ତାରିଖରେ ଘୋଷଣା ହୋଇଥିଲା। ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଏହି ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଏହି ଲକ୍‌ଡାଉନ୍‌ ଅବଧି ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ରହିବ। ଲକଡାଉନ୍ ସମୟରେ ପବ୍, ରେଷ୍ଟୁରାଣ୍ଟ, ବ୍ୟବସାୟ ପ୍ରତିଷ୍ଠାନ ଉପରେ କଟକଣା ଲଗାଯାଇଛି। […]

bjd
ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ବିଜେଡିରୁ ସସ୍‌ପେଣ୍ଡ୍

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ବିଜେଡିରୁ ସସ୍‌ପେଣ୍ଡ୍ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ଲାଗି ତାଙ୍କୁ ଦଳରୁ ସସ୍‌ପେଣ୍ଡ୍ କରାଯାଇଛି। ଏ ନେଇ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଦଳରୁ ସସ୍‌ପେଣ୍ଡ୍ କରାଯାଇଛି।ପୂର୍ବରୁ ବାଲେଶ୍ୱରରୁ ବିଜେଡି ବିଧାୟକ ଥିଲେ ଜୀବନ ପ୍ରଦୀପ ଦାସ। ୨୦୧୯ରେ ବିଜେଡି ଟିକେଟ୍‌ରୁ ବାଲେଶ୍ୱରରେ ଲଢ଼ି ପରାଜିତ ହୋଇଥିଲେ ଜୀବନ ପ୍ରଦୀପ […]

hathras
ସିବିଆଇ ଜେରା ନେଇ ହାଥରସ ପୀଡିତାଙ୍କ ଭାଇ କଲେ ବଡ ଖୁଲାସା

ହାଥରସ:ଉତ୍ତରପ୍ରଦେଶ ହାଥରସ ଘଟଣାର ଯାଞ୍ଚ ସିବିଆଇ କରୁଛି। ସିବିଆଇ ପୁଣି ଥରେ ପୀଡିତାଙ୍କ ପରିବାରକୁ ପଚରାଉଚରା କରୁଛି। ସିବିଆଇ ଯାଞ୍ଚକୁ ନେଇ ପୀଡିତାଙ୍କ ଭାଇ ଏକ ବଡ ଖୁଲାସା କରିଛନ୍ତି।  ବୁଧବାର ମାନବାଧିକାର ସଂଗଠନ  ପିପିଲ୍ସ ଫର ସିଭିଲ ଲିବର୍ଟିର ପ୍ରତିନିଧିଙ୍କ ସହ ଆଲୋଚନାବେଳେ ପୀଡିତାଙ୍କ ଭାଇ ଏହି ଖୁଲାସା କରିଛନ୍ତି। ପୀଡିତାଙ୍କ ଭାଇ କହିଛନ୍ତି, ସିବିଆଇ ଟିମ୍‌ ତାଙ୍କୁ ପଚାରିଥିଲା ‘ତୁମେ ହିଁ ତୁମ ଭଉଣୀଙ୍କୁ ମାରିଛ।’ ତେବେ ପୀଡିତାଙ୍କ ଭାଇ ଉତ୍ତର ଦେଇଥିଲେ, ଯଦି […]

drown
ପୋଖରୀରେ ଗାଧୋଉ ଥିବାବେଳେ ବୁଡ଼ିଗଲେ ୨ ସାଙ୍ଗ

ଢେଙ୍କାନାଳ: ପୋଖରୀକୁ ଗାଧୋଇବାକୁ ଯାଇ ଥିବାବେଳେ ବୁଡ଼ିଗଲେ ଦୁଇ ନାବାଳିକା। ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ କରମୁଳ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ଦ୍ୱୟ ହେଳେ-ଅନିତା ମଲ୍ଲିକ ଓ ଅଙ୍କିତା ମଲ୍ଲିକ। ଏମାନେ ଦୁଇ ସାଙ୍ଗ ବୋଲି ଜଣାପଡ଼ିଛି। ଉଭୟଙ୍କ ବୟସ ୧୦ ବର୍ଷ। ଅନିତା ଓ ଅଙ୍କିତା ଗାଁର ଗୋଡ଼ିପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ ହଠାତ ଗୋଡ଼ ଖସି ଯିବାରୁ ଦୁହେଁ ପାଣି ଭିତରେ ବୁଡ଼ି ଯାଇଥିଲେ। ପରେ ଅଗ୍ନିଶମ […]

baiden
ଆମେରିକା ନିର୍ବାଚନ: ବହୁମତଠାରୁ ଅଳ୍ପ ଦୂରରେ ବାଇଡେନ୍‌

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଦୁଇ ପ୍ରତିନ୍ଦ୍ୱନ୍ଦ୍ୱୀ ଡୋନାଲଡ୍ ଟ୍ରମ୍ପ ଓ ଜୋ ବାଇଡେନଙ୍କ ମଧ୍ୟରେ ଚାଲିଛି କଡ଼ା ଟକ୍କର। ଶେଷ ଖବର ସୁଦ୍ଧା ଜୋ ବାଇଡେନ ୨୬୪ ଇଲେକ୍ଟୋରାଲ ଭୋଟ ସହ ଆଗରେ ଥିବା ବେଳେ ଡୋନାଲ୍ଡ ଟ୍ରମ୍ପ ୨୧୪ ଇଲେକ୍ଟୋରାଲ ଭୋଟ ସହ ପଛରେ ଅଛନ୍ତି । ବାଇଡେନ୍‌ ପ୍ରମୁଖ ସହର ମିଶିଗନ ଏବଂ ବିସ୍କୋସିନ୍‌ରୁ ଜିତିଛନ୍ତି। ମିଡିଆ ସୂଚନା ଅନୁଯାୟୀ, ଏହା ପରେ ବାଇଡେନ ବାହୁମତ ପାଇଁ ଆବଶ୍ୟକ ୨୭୦ ଇଲେକ୍ଟୋରାଲ ଭୋଟ […]

clerk died
କ୍ଲାସ୍‌ ରୁମ୍‌ରୁ ମିଳିଲା କିରାଣିଙ୍କ ଝୁଲନ୍ତା ମୃତଦେହ

ସମ୍ବଲପୁର: କଲେଜ କ୍ଲାସ୍‌ ରୁମ୍‌ରୁ ମିଳିଲା କିରାଣିଙ୍କ ଝୁଲନ୍ତା ମୃତଦେହ। ସମ୍ବଲପୁରର ଏକ କଲେଜ କ୍ଲାସ୍‌ ରୁମ୍‌ରୁ ଜଣେ କିରାଣିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଫ୍ୟାନ୍‌ରେ ତାଙ୍କ ମୃତଦେହ ଝୁଲୁଥିଲା। ଅଧିକ କାର୍ଯ୍ୟ ଚାପରେ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଧନୁପାଲି ପୋଲିସ୍‌ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।