ଭୁବନେଶ୍ୱର: ମାଟ୍ରିକ ଫଳାଫଳର ଖୁସି ଭିତରେ ଆସିଛି ଦୁଃଖର ଖବର। ପରୀକ୍ଷାରେ ଫେଲ୍ ବୋଲି ମିଛ ଖବର ଶୁଣି ଦୁଇ ଜଣ ଛାତ୍ରୀ ଜୀବନ ହାରିଥିବାବେଳେ ଆଉ ଜଣେ ଫେଲ୍ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ପୌରପରିଷଦ ବାଲିପଦାର ଜଣେ ଛାତ୍ରୀ ପରୀକ୍ଷା ଫଳ ବାହାରିବାର କେଇ ସମୟ ମଧ୍ୟରେ ଆତ୍ମହତ୍ୟା କରିଛନ୍ତି। କେହି ଜଣେ ତାଙ୍କୁ ଫେଲ୍ ହୋଇଥିବା କହିଥିଲେ। ଆଉ ଏହି ମିଛ ଖବର ପାଇ ଛାତ୍ରୀ ଜଣକ ଜୀବନ ହାରିଦେଇଥିବା […]
ମୁମ୍ବାଇ: ରିୟାଙ୍କ ସହିତ ଖୁସି ନଥିଲେ ଅଭିନେତା ସୁଶାନ୍ତ ସିଂହ ରାଜପୁତ। ରିୟା ସବୁବେଳେ ତାଙ୍କୁ ନାନା ହଇରାଣ କରୁଥିଲେ। ତେଣୁ ସୁଶାନ୍ତ ରିୟାଙ୍କ ସହିତ ବ୍ରେକ୍ଅପ୍ କରିବାକୁ ଚାହୁଁଥିଲେ। ଆଜି ବିହାର ପୁଲିସ୍ର ପ୍ରଶ୍ନରେ ଏପରି ଉତ୍ତର ଦେଇଛନ୍ତି ସୁଶାନ୍ତଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ। ଏନେଇ ଅଙ୍କିତା କହିଛନ୍ତି, ସେ ଯେତେବେଳେ ମଣିକର୍ଣ୍ଣିକା ଫିଲ୍ମରେ ଅଭିନୟ କରୁଥିଲେ, ସେତେବେଳେ ସୁଶାନ୍ତ ତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ମେସେଜ୍ କରିଥିଲେ। ଏହି ସମୟରେ ଦୁହେଁ ଦୀର୍ଘ […]
ଚେନ୍ନାଇ: ବହୁ ଲୋକପ୍ରିୟ ଫିଲ୍ମ ‘ବାହୁବଳି’ର ନିର୍ଦ୍ଦେଶକ ଏସ୍ଏସ୍ ରାଜମୌଲି ଓ ତାଙ୍କ ପରିବାର କରୋନାରେ ସଂକ୍ରମିତ ହୋଇଛନ୍ତି। ଏନେଇ ନିଜେ ରାଜମୌଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏଥିସହିତ କିଛିଦିନ ହେଲା ତାଙ୍କୁ ଜ୍ୱର ଲାଗି ରହିଥିବା ମଧ୍ୟ ଟ୍ୱିଟ୍ରେ ଜଣାଇଛନ୍ତି ବାହୁବଳି ନିର୍ଦ୍ଦେଶକ। କିଛିଦିନ ଜ୍ୱର ହେବା ପରେ ଔଷଧ ଖାଇବା ଦ୍ୱାରା ଜ୍ୱର ଟିକେ କମିଥିଲା। ଜ୍ୱର କମିବା ପରେ ରାଜମୌଲି କୋଭିଡ୍ ଟେଷ୍ଟ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ଟେଷ୍ଟ ପରେ […]
ମୁମ୍ବାଇ: ପୁଣି ଲକ୍ଡାଉନ୍ ବଢ଼ାଇଲେ ମହାରାଷ୍ଟ୍ର ସରକାର। ଅଗଷ୍ଟ ୩୧ ତାରିଖ ଯାଏ ରାଜ୍ୟରେ ଲକ୍ଡାଉନ ଅବଧିକୁ ବଢ଼ାଇ ଦେଇଛନ୍ତି ମହାରାଷ୍ଟ୍ରର ଉଦ୍ଧବ ସରକାର। ରାଜ୍ୟରେ ହୁହୁ ହୋଇ କରୋନା ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଆଜି ଗୋଟିଏ ଦିନରେ ମହାରାଷ୍ଟ୍ରରେ ୯,୨୧୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ବୁଧବାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ଟପିଛି। ତେବେ ଦେଶରେ ଅଗଷ୍ଟ ୧ ତାରିଖଠାରୁ ଅନ୍ଲକ୍-୩ […]
ଭୁବନେଶ୍ୱର: ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ନାଁରେ ଜଣେ ଯୁବତୀ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଶୁଟିଂ ସେଟ୍କୁ ଡାକି ପିଣ୍ଟୁ ଦୁର୍ବ୍ୟବହାର ଓ ଗାଳିଗୁଲଜ କରିଥିବା ନେଇ ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ଏ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ପିଣ୍ଟୁଙ୍କ ସମେତ ୩ ଜଣଙ୍କ ନାଁରେ ଥାନାରେ ମାମଲା ଦାଏର ହୋଇଛି। ପୋଲିସ FIR ଗ୍ରହଣ କରିଥିବା ବେଳେ ଆସନ୍ତା ୧୫ ଦିନ ମଧ୍ୟରେ ଏହି ୩ଜଣ ନୟାପଲ୍ଲୀ ଥାନାକୁ ଆସି […]
ଅନୁଗୁଳ: ଦୁଇଟି ଗଛରେ ଝୁଲୁଛି ୩ ଜଣଙ୍କ ମୃତଦେହ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଡିମିରିକୁଦା ଗାଁ ନିକଟ ଜଙ୍ଗଲରୁ ୩ଟି ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି। ଗୋଟିଏ ଗଛରେ ୨ଟି ମୃତଦେହ ଝୁଲୁ ଥିବାବେଳେ ସେହି ଗଛ ଠାରୁ ପ୍ରାୟ ୧୫ରୁ ୨୦ ଫୁଟ ଦୂର ଅନ୍ୟ ଏକ ଗଛରେ ଆଉ ଏକ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି। ମୃତକ ୩ଜଣଙ୍କ ମଧ୍ୟର ୨ଜଣ ଯୁବକ ଓ ଜଣେ ଯୁବତୀ ଅଛନ୍ତି। ସୂଚନା ଅନୁସାରେ, […]
ଭୁବନେଶ୍ୱର: ଚଳିତବର୍ଷ କୋଭିଡ କଟକଣା ମଧ୍ୟରେ ପାଳନ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ। ଭୁବନେଶ୍ୱର ୟୁନିଟ୍-୩ ପଡ଼ିଆରେ ପାଳନ ହେବ ସ୍ୱାଧୀନତା ଦିବସ। ସୀମିତ ସଂଖ୍ୟକ ଲୋକ ଓ କୋଭିଡ ଯୋଦ୍ଧାଙ୍କ ଉପସ୍ଥିତିରେ ପାଳନ ହେବ ଏହି ଦିବସ। ପୋଲିସ ବାହିନୀ ତରଫରୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦର୍ଶନ କରାଯିବ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟ ସଚିବ ଅସିତ୍ କମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ […]
ଭୁବନେଶ୍ୱର: ମୋଟିଭେସନାଲ୍ ସ୍ପିକର୍ ତଥା ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାର କ୍ରାଇମ୍ବ୍ରାଞ୍ଚ ତଦନ୍ତ ପାଇଁ ପୋଲିସ୍ ଡିଜି ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ପୋଲିସ ଡିଜି ଅଭୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଗତ ୭ ତାରିଖରେ ଲିଙ୍ଗରାଜ ଷ୍ଟେସନ୍ ଟ୍ରେନ୍ ଲାଇନରୁ ଆଦିତ୍ୟଙ୍କ ମୃତଦେହ ମିଳିଥିଲା। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ସସ୍ପେନ୍ସ ଜାରି ରହିଛି। ପଢ଼ନ୍ତୁ: ଆଦିତ୍ୟ ଦାସ ମୃତ୍ୟୁ ଘଟଣାରେ ଆଉ ୨ ଟ୍ରେନ୍ ଡ୍ରାଇଭରଙ୍କୁ […]
ନୂଆଦିଲ୍ଲୀ:କରୋନା ମହାମାରୀ ଏବଂ ଲକ୍ଡାଉନ୍ ଭିତରେ ସମସ୍ତେ ସମସ୍ୟା ଦେଇ ଗତି କରୁଛନ୍ତି। ଲକ୍ ଡାଉନ ଯୋଗୁ ଅନେକ ବ୍ୟବସାୟ କ୍ଷତିରେ ଚାଲିଛି। ତା ମଧ୍ୟରୁ ହୋଟେଲ ବ୍ୟବସାୟ ଗୋଟିଏ। ହୋଟେଲ ବ୍ୟବସାୟୀମାନେ ଏବେ ଚିନ୍ତାରେ। ଏପରି ସ୍ଥିତିରେ ଉତ୍ତର ପ୍ରଦେଶ ଅଲିଗଡ କ୍ୱାରେଣ୍ଟିନ ସେଣ୍ଟରେ ରହିଥିଲେ ୮୪ ଡାକ୍ତର । ଏମାନଙ୍କ ଖାଇବା ଦାୟିତ୍ୱ ନେଇଥିବା ହୋଟେଲ ମାଲିକ ୫୦ ଲକ୍ଷର ବିଲ୍ ଦେଇଛନ୍ତି। ବିଲ୍ ଦେଖିବା ପରେ ରାଜ୍ୟ ଚିକିତ୍ସା ବିଭାଗ ମୁଖ୍ୟ ସଚିବ […]
ବ୍ୟାଙ୍କ୍ରେ ଆପଣଙ୍କର କୌଣସି କାମ ରହିଯାଇଛି କି? ଯଦି ହଁ ତେବେ ଆଦୌ ବିଳମ୍ବ ନକରି ଯଥାଶୀଘ୍ର କାମ ସାରନ୍ତୁ। କାରଣ ୧୫ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ। ଠପ୍ ହୋଇଯିବ ପୂରା ବ୍ୟାଙ୍କ ସେବା। କାରଣ ଏହି ମାସରେ ଦିନେ ନୁହେଁ କି ଦୁଇ ଦିନ ବରଂ ପୂରା ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ୍
ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ପଡୁଛି ଅଧିକ ଚାପ ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ରଣନୀତି। ଫୋକସ୍ରେ ରହିଛି ହୋମ ଆଇସୋଲେସନ। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହାକୁ ଲାଗୁ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର। ତେବେ ଏହି ବ୍ୟବସ୍ଥା ଦ୍ୱାରା ସଂକ୍ରମଣକୁ ରୋକି ହେବ ନା ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ। ହୋମ୍ ଆଇସୋଲେସନ୍ […]
ଭୁବନେଶ୍ୱର: ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ନାଁରେ ଜଣେ ଯୁବତୀ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଶୁଟିଂ ସେଟ୍କୁ ଡାକି ପିଣ୍ଟୁ ଦୁର୍ବ୍ୟବହାର, ଟଣାଓଟରା ଓ ଗାଳିଗୁଲଜ କରିଥିବା ନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ପିଣ୍ଟୁ କହିଛନ୍ତି, ‘ସମ୍ପୃକ୍ତ ଯୁବତୀଙ୍କୁ ମୁଁ ଚିହ୍ନି ନାହିଁ କି ତାଙ୍କ ସହ କଥା ହୋଇନି।ଯୁବତୀଙ୍କୁ ଜୁନିଅର ଆର୍ଟିଷ୍ଟ ସପ୍ଲାୟର ଶୁଟିଂ ସେଟ୍କୁ ଆଣିଥିଲେ। ଆଣିଥିବା ବ୍ୟକ୍ତିଙ୍କ ସହ ଯୁବତୀଙ୍କର ପାଟିତୁଣ୍ଡ ହୋଇଥିବା ଜାଣିବାକୁ ପାଇଥିଲି।” […]
ନୂଆଦିଲ୍ଲୀ: ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦେବାର ତାରିଖକୁ ପୁଣି ବଢାଇ ଦିଆଯାଇଛି। ଏବେ ଆୟକର ଦାତାମାନେ ଆଇଟି ରିଟର୍ଣ୍ଣ ସେପ୍ଟେମ୍ବର ୩୦ ସୁଦ୍ଧା ଦେଇ ପାରିବେ। ଆୟକର ବିଭାଗ ପକ୍ଷରୁ କୁହାଯାଇଛି, କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆୟକରଦାତାଙ୍କ ସୁବିଧା ପାଇଁ CBDT (Central Board of Direct Taxes ) ରିଟର୍ଣ୍ଣର ଶେଷ ତାରିଖ ଘୁଞ୍ଚାଇ ଦିଆଯାଇଛି। ସୂଚନାଥାଉ କି, ଆୟକର ରିଟର୍ଣ୍ଣ ଭରିବାର ଶେଷ ତାରିଖ ଜୁଲାଇ ୩୧ ତାରିଖ […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୨୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଚିହ୍ନଟ ନୂଆ ୧,୨୦୩ ଆକ୍ରାନ୍ତଙ୍କ ମଧ୍ୟରୁ ୭୫୮ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୪୪୫ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ସର୍ବାଧିକ ୨୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୪, ଖୋର୍ଦ୍ଧାରୁ ୨, ନୟାଗଡ଼, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୬୯କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ, ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୨୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଚିହ୍ନଟ ନୂଆ […]
ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହେଉଛି କରୋନା ସ୍ଥିତି। ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୫୨ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ଚିହ୍ନଟ ହେଇଛନ୍ତି ୫୨ ହଜାର ୧୨୩ ଜଣ ନୂଆ ଆକ୍ରାନ୍ତ। ପ୍ରଥମ ଥର ପାଇଁ ଦିନକରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୭୭୫ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩୪ ହଜାର […]
ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ୍ ମୃତ୍ୟୁ ଘଟଣା ଦିନକୁ ଦିନ ରୋଚକ ମୋଡ ନେଉଛି। ମୁମ୍ବାଇ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି କହୁଥିବାବେଳେ ସୁଶାନ୍ତଙ୍କ ଫ୍ୟାନ୍ସ ତଥା ପରିବାର ଲୋକେ ଏହାକୁ ସହଜରେ ଗ୍ରହଣ କରୁନାହାନ୍ତି। ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ (Central Bureau of Investigation) ତଦନ୍ତ କରିବା ପାଇଁ ବିଭିନ୍ନ ମହଲରୁ ଚାପ ପଡ଼ୁଥିଲେ ବି ମୁମ୍ବାଇ ପୋଲିସ ସିବିଆଇ ତଦନ୍ତର ଆବଶ୍ୟକତା ନାହିଁ କହି ଏହାକୁ ଏଡ଼ାଇ ଦେଇଛି। ଏପରିକି ମହାରାଷ୍ଟ୍ର ଗୃହ ମନ୍ତ୍ରୀ […]
ମୁମ୍ବାଇ: ସୁଶାନ୍ତ ମୃତ୍ୟୁକୁ ନେଇ ଏବେ ବି ସସ୍ପେନ୍ସ ଲାଗି ରହିଛି। କେବେ ଖୋଲିବ ଏହି ଚର୍ଚ୍ଚିତ ଘଟଣାର ଗୁମର, ତା ଉପରେ ସାରା ଦେଶବାସୀଙ୍କ ନଜର। କିନ୍ତୁ ଏହି ଘଟଣାର ତଦନ୍ତ କରୁଥିବା ମୁମ୍ବାଇ ପୋଲିସ୍ ତଦନ୍ତକୁ ନେଇ ଉଠିଛି ଅନେକ ପ୍ରଶ୍ନ। ସୁଶାନ୍ତ ମୃତ୍ୟୁ ଘଟଣାକୁ ନେଇ ମହାରାଷ୍ଟ୍ର ସରକାରର ନିରବତା ଅନେକ ରହସ୍ୟକୁ ପଦାରେ ପକାଇଛି। ସୁଶାନ୍ତଙ୍କ ମୃତ୍ୟୁ ଏହା ହତ୍ୟା ନା ଆତ୍ମହତ୍ୟା? ଯଦି ଆତ୍ମହତ୍ୟା, ତେବେ ଏହାର କାରଣ କଣ? […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ତହସିଲଦାରଙ୍କ କାର୍ ଉପରକୁ ପଥରମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ କାର୍ ଡ୍ରାଇଭରଙ୍କ ସମେତ ସହ ଗାଡ଼ିରେ ଥିବା ଜଣେ RI ଓ ଆଉ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ତେବେ ତହସିଲଦାର ଅଶ୍ୱିନୀ ଦାଶ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପଥରମାଡ଼ରେ କାର୍ର କାଚ ଭାଙ୍ଗି ଯାଇଛି। ସୂଚନା ଅନୁସାରେ, ଗତକାଲି ତହସିଲଦାର କର୍ମଚାରୀଙ୍କ ସହ ଏକ ପଥର ଖଣିକୁ ଚଢ଼ଉ କରିବାକୁ ଯାଇଥିଲେ। ସେଠାରୁ […]
ଭାରତକୁ ଚତ୍ମକାର ଦେଶ ବୋଲି କୁହାଯାଇଥାଏ। ଆମ ଦେଶରେ ଏମିତି କିଛି ମନ୍ଦିର ଅଛି ଯାହା ବିଷୟରେ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ଆଜି ଆମେ ଦକ୍ଷିଣ ଭାରତର ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ପ୍ରତିବର୍ଷ ମୂର୍ତ୍ତିର ଆକାର ବଢ଼ିବାରେ ଲାଗିଛି। ଏହି ମନ୍ଦିରଟି ଶିବପାର୍ବତୀଙ୍କ ମନ୍ଦିର। କିନ୍ତୁ ସେହି ମନ୍ଦିରରେ ଥିବା ନନ୍ଦୀଙ୍କ ମୂର୍ତ୍ତିଟି ବଢ଼ିବାରେ ଲାଗିଛି। ଏପରିକି ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ନିଜେ ତଦାରଖ କରି ରିପୋର୍ଟ ଦେଇଛନ୍ତି। ତେବେ ଆସନ୍ତୁ […]
ଭୁବନେଶ୍ୱର: ଏକ ଓଡ଼ିଆ ୱେବ୍ସାଇଟ୍ ନାଁରେ ଥାନାରେ ଫେରାଦ ହେଲେ ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର। ତାଙ୍କ ଚରିତ୍ରକୁ କଦର୍ଥ କରି ଦର୍ଶାଇବା ସହ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ନେଇ ସେ ଏହି ୱେବ୍ସାଇଟ୍ ନାଁରେ ଅଭିଯୋଗ ଆଣିଛନ୍ତି। ଖାଲି ତାଙ୍କ ବିରୋଧରେ ନୁହେଁ ଏପରିକି ତାଙ୍କ ପରିବାର ଲୋକଙ୍କ ବିରୋଧରେ ମଧ୍ୟ ଆପତ୍ତିଜନକ ମନ୍ତବ୍ୟ ଦିଆଯାଇଥିବା ପ୍ରକୃତି ଅଭିଯୋଗ କରିଛନ୍ତି। ଏପରି କରିବା ଦ୍ୱାରା ସେ ମାନସିକ ଭାବେ ଭାରାକ୍ରାନ୍ତ ହୋଇଥିବା ଦର୍ଶାଇଛନ୍ତି। ପ୍ରକୃତି ଅଭିଯୋଗ […]