ଲକ୍ଷ୍ନୌ: ମୁମ୍ୱାଇ ମାୟାନଗରୀ ଛାଡ଼ି ଉତ୍ତର ପ୍ରଦେଶ ଆମେଠିରେ ନିଜର ଘର କରିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ଆମେଠିରୁ ଚଳିତଥର ଲୋକସଭା ନିର୍ବାଚନ ଜିତିବା ପରେ ନିଜ ଘରର ଠିକଣା ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି ଏହି ପୂର୍ବତନ ଟେଲି ସିରିଏଲ ଅଭିନେତ୍ରୀ। ଏଥିସହ ସେ ତାଙ୍କର ନାଁ ମୁମ୍ୱାଇ ପରିବର୍ତ୍ତେ ଆମେଠି ଭୋଟର ଲିଷ୍ଟରେ କରିବେ। ଗତକାଲିଠୁ ସ୍ମୃତି ନିଜ ନିର୍ବାଚନ ମଣ୍ଡଳୀକୁ ଦୁଇ ଦିନିଆ ଗସ୍ତରେ ଯାଇଛନ୍ତି । ଏବି ଅବସରରେ ସେ ୟୁପି ଉପମୁଖ୍ୟମନ୍ତ୍ରୀ […]
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସ୍ମିତା ପାଟିଲ୍ଙ୍କୁ କିଏ ବା ନଜାଣିଛି। ହିନ୍ଦୀ, ମରାଠୀ ଓ ମଲାୟାଲମ ଭାଷାରେ ୮୦ରୁ ଅଧିକ ଫିଲ୍ମ କରିଥିବା ତଥା ଦୁଇ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଓ ଥରେ ଫିଲ୍ମ ଫେୟାର ଆୱାର୍ଡ ପାଇଥିବା ସ୍ମିତା ମାତ୍ର ୩୧ ବର୍ଷ ବୟସରେ ଏ ଦୁନିଆ ଛାଡ଼ି ଚାଲି ଯାଇଥିଲେ। ଆହୁରି ଦୁଃଖର କଥା, ଯେଉଁ ବର୍ଷ ସେ ବାହା ହୋଇଥିଲେ, ସେହି ବର୍ଷ ହିଁ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସ୍ମିତାଙ୍କୁ ବାହା […]
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ଶୋପିଆନ ଜିଲ୍ଲାରେ ଆଜି ସକାଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। କିଗମ ଅଞ୍ଚଳରେ ଏହି ଏନ୍କାଉଣ୍ଟର ହୋଇଥିଲା। ଘଟଣାସ୍ଥଳରୁ ବହୁ ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ କରାଯାଇଛି। କୌଣସି ସୂତ୍ରରୁ ସୂଚନା ପାଇ ସୁରକ୍ଷାକର୍ମୀମାନେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହା ପରେ ଆତଙ୍କବାଦୀମାନେ ଲୁଚିଥିବା ସ୍ଥାନକୁ ସୁରକ୍ଷାକର୍ମୀମାନେ ଘେରି ଯାଇଥିଲେ ଓ ପାଲଟା ଜବାବ ଦେଇଥିଲେ। […]
ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଜଣେ ସହଯୋଗୀ ଶନିବାର ଦିନ ଏକ ଟ୍ୱିଟ୍ କରିଥିଲେ। ଏହି ଟ୍ୱିଟ୍କୁ ଦେଖି ସମସ୍ତେ ହସି ହସି ଗଡ଼ି ଯାଇଥିଲେ। ସେ ସଚିନ ତେନ୍ଦୁଲକରଙ୍କ ଏକ ଫଟୋ ଟ୍ୱିଟ୍ କରିଥିଲେ ଓ ଏହାର କ୍ୟାପ୍ସନ୍ରେ ୧୯୬୯ ମସିହାରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ବୋଲି ଲେଖିଥିଲେ। ଇମ୍ରାନ୍ଙ୍କ ସ୍ଥାନରେ ସଚିନଙ୍କ ଫଟୋ ଦେଖି ସମସ୍ତେ ହସିଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଏହି ସହଯୋଗୀଙ୍କ ନାଁ ନଇମ ଉଲ୍ ହକ୍। ସେ ପ୍ରଧାନମନ୍ତ୍ରୀଙ୍କର ସ୍ପେଶାଲ […]
ଭୁବନେଶ୍ୱର: ରାଜ୍ୟରେ ୩ଟି ମେଡିକାଲ କଲେଜରେ ସିଟ୍ ସଂଖ୍ୟା ବୃଦ୍ଧି କରାଯାଇଛି। କୋରାପୁଟ ମେଡିକାଲ କଲେଜ ଓ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ୨୫ ଲେଖାଏ ସିଟ୍ ବଢିଥିବାବେଳେ ବୁର୍ଲା ଭିମ୍ସାରରେ ଏମବିବିଏସ୍ରେ ୫୦ଟି ସିଟ୍ ସଂଖ୍ୟା ବୃଦ୍ଧି କରାଯାଇଛି। ଚଳିତ ଶିକ୍ଷାବର୍ଷଠାରୁ ବର୍ଦ୍ଧିତ ସିଟ୍ରେ ପିଲାଙ୍କ ନାମ ଲେଖାଯିବ ବୋଲି ଏମ୍ସିଆଇ ପକ୍ଷରୁ କୁହାଯାଇଛି। କୋରାପୁଟ ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର୍ କୃଷ୍ଣଚନ୍ଦ୍ର ବିଶ୍ୱାଳଙ୍କ ସୂଚନା ଅନୁଯାୟୀ କଲେଜରେ ସିଟ୍ ସଂଖ୍ୟା ୨୫ ବୃଦ୍ଧି କରାଯାଇଛି। […]
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ବହୁ ସଂଖ୍ୟାରେ ପଡିରହିଥିବା ବିଚାରାଧିନ ମାମଲାକୁ ନେଇ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଉଦ୍ବେଗ ପ୍ରକାଶ କରିଛନ୍ତି । ସମ୍ବିଧାନ ସଂଶୋଧନ ଜରିଆରେ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଏଥିସହ ହାଇକୋର୍ଟର ବିଚାରପତିଙ୍କ ଅବସର ବୟସ ସୀମା ୬୨ରୁ ୬୫ ବର୍ଷକୁ ବୃଦ୍ଧି କରିବା ପାଇଁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଧାରା ୧୨୮ ଓ ୨୨୪(କ) ମାଧ୍ୟମରେ ପୂର୍ବତନ […]
ଭୋପାଲ: ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ପାରିବାରିକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ସୃଷ୍ଟି ହୋଇଥିବା କଳି ଭୟଙ୍କର ରୂପ ନେଇଛି। ମାତ୍ର ୨ ଫୁଟ ଜମି ପାଇଁ ଜଣେ ବ୍ୟକ୍ତି ନିଜ ପରିବାରର ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ସାଗର ଜିଲ୍ଲା ବୀଣାରେ ଘଟିଥିବା ଏହି ଘଟଣାରେ ଅଭିଯୁକ୍ତ ମନୋହର ଅହିୱାର ତାଙ୍କର ଦୁଇ ଭାଇ ସଞ୍ଜୀବ, ମନୋଜ, ସମ୍ପର୍କୀୟ ଭଉଣୀ ତାରାବାଇ ପ୍ରିନ୍ସସେସ୍, ସଞ୍ଜୀବଙ୍କ ପତ୍ନୀ ରାଜକୁମାରୀ ଓ […]
ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ତାଙ୍କୁ ୨୩ ବର୍ଷ ତଳେ ଯୌନ ନିର୍ଯାତନା ଦେଇଥିଲେ ବୋଲି ଆମେରିକାର ଜଣେ ମହିଳା ସ୍ତମ୍ଭକାର ଇ ଜେନ୍ କ୍ୟାରୋଲ ଅଭିଯୋଗ ଆଣିଛନ୍ତି। ମ୍ୟାନ୍ହଟ୍ଟନ୍ଠାରେ ଏକ ଡିପାର୍ଟମେଣ୍ଟାଲ ଷ୍ଟୋର୍ର ଡ୍ରେସିଂ ରୁମ୍ରେ ଟ୍ରମ୍ପ ବଳପୂର୍ବକ ଏପରି କରିଥିଲେ ବୋଲି କ୍ୟାରୋଲ ଅଭିଯୋଗ କରିଛନ୍ତି। ଶୁକ୍ରବାର ନ୍ୟୁୟର୍କର ଏକ ମ୍ୟାଗାଜିନ୍ରେ ସେ ଏକଥା ପ୍ରକାଶ କରିଛନ୍ତି। ୧୯୯୬ ମସିହାରେ ଏହି ଘଟଣା ଘଟିଥିବା ସେ କହିଛନ୍ତି। ସେ କହିଛନ୍ତି ଟ୍ରାଏଲ ରୁମ୍ରେ […]
ସାଉଥାମ୍ପଟନ୍: ଚଳିତ ବିଶ୍ୱକପରେ ଦମଦାର ଫର୍ମରେ ଥିବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ଲଗାତାର ତୃତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୪୮ ବଲରେ କ୍ୟାରିୟରର ୫୨ତମ ଦିନିକିଆ ଅର୍ଦ୍ଧଶତକ ପୂରଣ କରିଛନ୍ତି। ଏହା ପୂର୍ବରୁ ବିରାଟ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ଅର୍ଦ୍ଧଶତକ ମାରିଥିଲେ। ଏହା ପରେ ବିରାଟ ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି। ବିରାଟ୍ ୬୭ ରନ୍ କରି ମହମ୍ମଦ ନବିଙ୍କ ଶିକାର ହୋଇଛନ୍ତି। ସେହିପରି ବିଜୟ ଶଙ୍କରଙ୍କୁ ରେହମତ ଶାହ […]
ଶ୍ରୀନଗର: ଜମ୍ମୁ-କଶ୍ମୀରର ବାରମୁଲ୍ଲାର ବୋନିୟାରରେ ଆଜି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳିବିନିମୟ ହୋଇଛି। ଏଥିରେ ପାକିସ୍ତାନରେ ସକ୍ରିୟ ଥିବା ଜୈଶ-ଏ-ମହମ୍ମଦର ଟପ୍ କମାଣ୍ଡର ଲୁକମାନ ନିହତ ହୋଇଛି। ଲୁକମାନ ପାକିସ୍ତାନର ନାଗରିକ ହୋଇଥିବା ବେଳେ ବାରୁମୁଲ୍ଲାରେ ଜୈଶର କମାଣ୍ଡର ଭାବେ ନିଯୁକ୍ତ ହୋଇଥିଲା। ଆଜି ସକାଳେ ବୋନିୟାରରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ରାଷ୍ଟ୍ରୀୟ ରାଇଫଲ୍ସ ଓ ଜମ୍ମୁ-କଶ୍ମୀରର ପୁଲିସ୍ର ସ୍ପେଶାଲ ଅପରେସନ ଗ୍ରୁପ୍ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ […]
ସାଉଥାମ୍ପଟନ୍: ଚଳିତ ବିଶ୍ୱକପରେ ଦମଦାର ଫର୍ମରେ ଥିବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ଲଗାତାର ତୃତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୪୮ ବଲରେ କ୍ୟାରିୟରର ୫୨ତମ ଦିନିକିଆ ଅର୍ଦ୍ଧଶତକ ପୂରଣ କରିଛନ୍ତି। ଏହା ପୂର୍ବରୁ ବିରାଟ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ଅର୍ଦ୍ଧଶତକ ମାରିଥିଲେ। ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଚଳିତ ସିଜନରେ ଭଲ ଫର୍ମରେ ଥିବା ରୋହିତ୍ ଶର୍ମା ମାତ୍ର […]
ବରଗଡ଼ (ଦୀପକ ଶର୍ମା): ମା’ ସହ ଝଗଡ଼ା କରିବା ପରେ ଜଣେ ଯୁବକ ନିଜ ମୁଣ୍ଡରେ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି। ଏ ଘଟଣା ଘଟିଛି ବରଗଡ଼ ଜିଲ୍ଲା ଅମ୍ୱାଭୋନା ଥାନା କଲମୀ ଗାଁରେ। ମୃତକଙ୍କ ନାଁ ରାକେଶ ବେହେରା(୨୪)। ରାକେଶ ତାଙ୍କ ମାଆଙ୍କ ସହ ମାମୁ ଘର ଗାଁ କଲମୀରେ ରହୁଥିଲେ। ସେ ଡ୍ରାଇଭର ଭାବେ କାମ କରୁଥିଲେ। ଗତକାଲି ରାତି ପ୍ରାୟ ୯ଟା ବେଳେ ରାକେଶ ତାଙ୍କର ଜଣେ ସାଙ୍ଗ ସହିତ ଘରକୁ ଆସିଥିଲେ। […]
ସାଉଥାମ୍ପଟନ୍: ଏଠାରେ ଚାଲିଥିବା ଭାରତ ଓ ଆଫଗାନିସ୍ତାନ ବିଶ୍ୱକପ୍ ମ୍ୟାଚରେ ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟକା ଲାଗିଛି । ଚଳିତ ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ଫର୍ମରେ ଥିବା ରୋହିତ୍ ଶର୍ମା ମାତ୍ର ୧ ରନ୍ କରି ଆଉଟ୍ ହୋଇଛନ୍ତି । ତାଙ୍କୁ ଆଫଗାନିସ୍ତାନ ସ୍ପିନର ମୁଜୀବ-ଉର୍-ରେହମାନ୍ କ୍ଲିନ୍ ବୋଲ୍ଡ କରିଛନ୍ତି । ରୋହିତଙ୍କ ଆଉଟ୍ ପରେ କ୍ୟାପଟେନ୍ ବିରାଟ୍ କୋହଲି ଓ ଓପ୍ନର ଲୋକେଶ ରାହୁଲ୍ ସ୍ଥିତି ସମ୍ଭାଳିଛନ୍ତି। ଭାରତ ୧୦ ଓଭର ସୁଦ୍ଧା ଗୋଟିଏ କ୍ଷତିରେ ୪୧ […]
ନୂଆଦିଲ୍ଲୀ: ଚଳିତ ବିଶ୍ୱକପ୍ରେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ୧୬ ବର୍ଷର ରେକର୍ଡ ଭାଙ୍ଗି ଯିବ କି? ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ସଚିନ୍ଙ୍କ ଏହି ରେକର୍ଡଟି କ’ଣ? ୧୬ ବର୍ଷ ତଳେ ଅର୍ଥାତ୍ ୨୦୦୩ ବିଶ୍ୱକପ୍ରେ ସେ ୬୭୩ ରନ୍ କରିଥିଲେ। ଏହି ବିଶ୍ୱକପ୍ରେ ଭାରତ ଫାଇନାଲ୍ରେ ହାରିଥିବା ବେଳେ ସଚିନ୍ ‘ମ୍ୟାନ୍ ଅଫ୍ ଦ ସିରିଜ୍’ ହୋଇଥିଲେ। ଏହା ପରେ ତିନୋଟି ବିଶ୍ୱକପ୍ ଖେଳା ଯାଇଥିଲେ ହେଁ ତାଙ୍କର ଏହି […]
ଅହମଦାବାଦ: ଆମ ଦେଶର ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷକଙ୍କ ଅବସ୍ଥା କ’ଣ, ଏହାର ଜ୍ୱଳନ୍ତ ଉଦାହରଣ ଗୁଜରାଟରେ ଦେଖିବାକୁ ମିଳିଛି। ବିଜ୍ଞାନର ପାଠ୍ୟକ୍ରମରେ ପୂର୍ଣ୍ଣ ମାର୍କ ୫୦ ହୋଇଥିବା ବେଳେ ଜଣେ ଛାତ୍ରଙ୍କୁ ଏଥିରେ ୬୬ ମାର୍କ ମିଳିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ୧୦ମ ଶ୍ରେଣୀର ଜଣେ ଛାତ୍ରଙ୍କ ସହ ଏମିତି ଘଟିଛି। ତେବେ ଶିକ୍ଷକଙ୍କ ଏଭଳି ଭୁଲକୁ ଗୁଜରାଟ ସେକେଣ୍ଡାରୀ ଓ ହାୟର ସେକେଣ୍ଡାରୀ ଏଡୁକେସନ ବୋର୍ଡ(ଜିଏସ୍ଏଚ୍ଏସ୍ଇବି) ରେଜଲ୍ଟ ପ୍ରକାଶ ପୂର୍ବରୁ ଠାବ କରିଥିଲା। […]
ମୁମ୍ବାଇ: ୮୦ ଦଶକରେ ପରଦା ଉପରେ ଛାତି ଥରାଇ ଦେଉଥିବା ଗର୍ଜନ ସହ ନାଲି ନାଲି ଆଖିର ଚାହାଣୀ ଦେଖିଲେ ପିଲାଠୁ ବଡ ପର୍ଯ୍ୟନ୍ତ ସମସ୍ତେ କ୍ଷଣକେ ଶଙ୍କି ଯାଉଥିଲେ। ଏପରି ବ୍ୟକ୍ତି ପ୍ରାୟତଃ ଅଧିକାଂଶ ହିନ୍ଦୀ ଫିଲ୍ମରେ ଖଳନାୟକ ଚରିତ୍ରକୁ ଜୀବନ୍ତ ଫୁଟାଇ ପାରୁଥିଲେ। ଯେତେବେଳେ ହିନ୍ଦୀ ଫିଲ୍ମରେ ଖଳନାୟକ ଭୂମିକା କେବଳ ହିରୋଠାରୁ ମାଡ ଖାଇବା ଲାଗି ହିଁ ରହୁଥିଲା, ସେହି ସମୟରେ ତାଙ୍କ ଏଣ୍ଟ୍ରି ଭିଲିଆନର ସଂଜ୍ଞା ବଦଳାଇ ଦେଇଥିଲା। ଆଜି ଆମେ ଏପରି […]
ନୂଆଦିଲ୍ଲୀ: ଜଣେ ଶିକ୍ଷକ ତାଙ୍କ ପତ୍ନୀ ଓ ତିନି ଛୁଆଙ୍କୁ ହତ୍ୟା କରିଛନ୍ତି। ପତ୍ନୀଙ୍କୁ ଛୁରୀ ଭୁସି ଓ ତିନି ଛୁଆଙ୍କୁ ତଣ୍ଟି ଚିପି ମାରି ଦେଇଛନ୍ତି। ଏଭଳି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି ଦେଶର ରାଜଧାନୀ ଦିଲ୍ଲୀର ମହରୌଲୀ ଅଞ୍ଚଳରେ। ଅଭିଯୁକ୍ତ ଶିକ୍ଷକଙ୍କ ନାଁ ଉପେନ୍ଦ୍ର ଶୁକ୍ଳା। ସେ ଘରୋଇ ଭାବେ ପିଲାଙ୍କୁ ଟ୍ୟୁସନ୍ କରୁଥିଲେ। ତାଙ୍କର ତିନି ମୃତ ଛୁଆଙ୍କ ମଧ୍ୟରେ ଦୁଇ ଜଣ ଝିଅ ଓ ଜଣେ ପୁଅ ଥିଲେ। ବଡ଼ […]
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଡାକ୍ତରଙ୍କ ଅବହେଳାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ଏଠାରେ ଡାକ୍ତର ଜଣେ ବୃଦ୍ଧଙ୍କୁ ମୃତ ଘୋଷଣା କରିବା ସହ ଶବଗୃହକୁ ପଠାଇ ଦେଇଥିଲେ। ହେଲେ ଶବ ବ୍ୟବଚ୍ଛେଦ ଗୃହରେ ଜଣାପଡ଼ିଲା ଯେ ସେ ଜୀବିତ ଅଛନ୍ତି। ଅବଶ୍ୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ସୂଚନା ଅନୁସାରେ, ଛତରପୁର ଅଞ୍ଚଳର କାଶୀରାମ ସୋନି (୭୨) ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଗୁରୁବାର ରାତିରେ ଡାକ୍ତର […]
ନୂଆଦିଲ୍ଲୀ: ଦିଲ୍ଲୀର ଅମନ ବିହାର ଅଞ୍ଚଳରେ ଜଣେ ମୌଲାନା ‘ଜୟ ଶ୍ରୀରାମ’ ନକହିବାରୁ ତାଙ୍କ ଉପରେ ଦୁର୍ବୃତ୍ତମାନେ କାର୍ ଚଢ଼ାଇ ଦେଇଛନ୍ତି। ତାଙ୍କ ନାଁ ମୌଲାନା ମହମ୍ମଦ ମୋମିନ୍। ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଛନ୍ତି। ଗତ ଗୁରୁବାର ସନ୍ଧ୍ୟାରେ ସେ ବୁଲିବାକୁ ବାହାରକୁ ଯାଇଥିବା ବେଳେ ଏହି ଘଟଣା ଘଟିଛି। ଏନେଇ ମୌଲାନା ମୋମିନ୍ କହିଛନ୍ତି,“ କାର୍ରେ ତିନି ଜଣ ଯୁବକ ଆସି ମୋତେ ‘ଜୟ ଶ୍ରୀରାମ’ କହିବାକୁ କହିଥିଲେ। ହେଲେ ମୁଁ କହିବାକୁ […]
କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ):ଗତକାଲି ହସ୍ପିଟାଲରେ ଜନ୍ମ ନେଇଥିଲା କନ୍ୟା ସନ୍ତାନ। ଘରକୁ ଲକ୍ଷ୍ମୀ ଆସିବାର ଖୁସିରେ ଆତ୍ମହରା ହୋଇଥିଲେ ପରିବାର ଲୋକେ। ଆଜି ସକାଳୁ ଖୁସି ମନରେ ନବଜାତ ଶିଶୁକୁ ଧରି ବାହାରିଥିଲେ ଘର ଅଭିମୁଖେ। ହେଲେ ଅଧା ରାସ୍ତାରୁ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ ମା’ ଓ ନବଜାତ ଶିଶୁକନ୍ୟା। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି କେନ୍ଦ୍ରାପଡାରେ ମାର୍ଶାଘାଇ ଥାନା ତେରଗାଁ ପାଟଣାରେ। ଏହି ଗାଁର ମାମା ମଲ୍ଲିକ ଗତକାଲି ପ୍ରସବ ପାଇଁ […]
ରାୟଗଡ଼ା: ବାଉଁଶରେ ତିଆରି ବିଭିନ୍ନ ସାମଗ୍ରୀ ଆପଣମାନେ ଘରେ ବ୍ୟବହାର କରନ୍ତି। ଘରର ସୋଫା ଠାରୁ ଆରମ୍ଭ କରି କାନ୍ଥ ଘଣ୍ଟା ପର୍ଯ୍ୟନ୍ତ, କିନ୍ତୁ ଆପଣ କେବେ ବାଉଁଶ ତିଆରି କୂଅ ଦେଖିଛନ୍ତି କି? ଯାହାକୁ ଅତି କମ୍ ମୂଲ୍ୟରେ ଚାଷୀମାନେ ଚାଷ କାମରେ ବ୍ୟବହାର କରିପାରିବେ। କେବଳ ସହରରେ ନୁହେଁ, ଗ୍ରାମାଞ୍ଚଳରେ ମଧ୍ୟ ନୂତନ ଜ୍ଞାନ କୌଶଳ ଉପରେ ତିଆରି ହୋଇଥିବା ଏହି କୂଅକୁ ନେଇ ଏବେ ଚର୍ଚ୍ଚା। ରାୟଗଡା ଜିଲ୍ଲା ବିଷମକଟକ ବ୍ଲକର ସିନ୍ଧିପଙ୍ଗା […]