କୋରାପୁଟ: କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅଫିସରେ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ବିଡିଓଙ୍କ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବିଡିଓ ତ୍ରିନାଥ ମାଝୀଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି ନିକଟସ୍ଥ ମୂଷାଗୁଡା ଗାଁର ଦିବ୍ୟାଙ୍ଗ ହିତାଧିକାରୀ ଚନ୍ଦ୍ର ଖରା। ଅଭିଯୋଗ ଅନୁସାରେ, ଚନ୍ଦ୍ର ନିଜ ପତ୍ନୀଙ୍କ ନାଁରେ ଆସିଥିବା ଘରର ଶୌଚାଳୟ ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ ବିଲ୍ ଅନୁଯାୟୀ ଅର୍ଥ ମଞ୍ଜୁର ଲାଗି ଅନୁରୋଧ କରିବାକୁ ବ୍ଲକ ଅଫିସକୁ ଯାଇଥିଲେ। ତେବେ ବିଲ୍ ବାବଦ ଅର୍ଥ ଅନ୍ୟ […]
ସାଉଥାମ୍ପଟନ୍: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ପାଇଁ ଏବେ ରେକର୍ଡ ଭାଙ୍ଗିବା ଏକ ସାଧାରଣ କଥା ହୋଇଗଲାଣି। ବିରାଟ ବ୍ୟାଟିଂ କରିବାକୁ ଓହ୍ଲାଇବା ମାତ୍ରକେ, କିଛି ନା କିଛି ରେକର୍ଡ ନିଜ ନାମରେ କରିଥାନ୍ତି। ଆସନ୍ତାକାଲି ବିଶ୍ୱକପରେ ଭାରତ ତା’ର ପରବର୍ତ୍ତୀ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ। ଚଳିତ ଟୁର୍ଣ୍ଣାମେଣ୍ଟରେ ବିରାଟଙ୍କ ବ୍ୟାଟରୁ ଏପର୍ଯ୍ୟନ୍ତ ଗୋଟିଏ ବି ଶତକ ବାହାରିନି। ଯଦି ବିରାଟ ଆସନ୍ତାକାଲି ଶତକ ମାରନ୍ତି, ତାହେଲେ ସେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ। ଅନ୍ତର୍ଜାତୀୟ […]
ନୂଆଦିଲ୍ଲୀ: ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଯୁବରାଜ ସିଂହ ପୁଣିଥରେ କ୍ରିକେଟ୍ ମଇଦାନରେ ପାଦ ଦେବେ। ଆସନ୍ତା ଜୁଲାଇ ୧୫ ତାରିଖରୁ ବ୍ରାମ୍ପଟନରେ ହେବାକୁଥିବା ଗ୍ଲୋବାଲ୍ ଟି-୨୦ କ୍ୟାନାଡାର ଦ୍ୱିତୀୟ ସଂସ୍କରଣ ପାଇଁ ଯୁବରାଜ ଟରଣ୍ଟୋ ନ୍ୟାଶନାଲ୍ସ ପାଇଁ ଚୁକ୍ତି କରିଛନ୍ତି। ଗୁରୁବାର ଖେଳାଳିମାନଙ୍କ ଡ୍ରାଫ୍ଟରେ ଯୁବରାଜଙ୍କୁ ମାର୍କି ଖେଳାଳି ଭାବେ ଟରଣ୍ଟୋ ନ୍ୟାଶନାଲ୍ସ କିଣିଛି। ଚଳିତ ମାସ ପ୍ରଥମ ସପ୍ତାହରେ ଯୁବରାଜ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ। ଅବସର ପରେ ସେ ବିଭିନ୍ନ ଦେଶରେ […]
ରାଞ୍ଚି: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ରାଞ୍ଚିଠାରେ ଏକ ବିଶାଳ ଯୋଗ ପ୍ରଦର୍ଶନ ଶିବିରର ଆୟୋଜନ କରାଯାଇଥିଲା। ଏହାର ନେତୃତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଥିଲେ। ଯୋଗ ପ୍ରଦର୍ଶନ ଶିବିର ଆରମ୍ଭ ହେବାର କିଛି ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ସମଗ୍ର ବିଶ୍ୱକୁ ଏକ ବାର୍ତ୍ତା ଦେଇଥିଲେ। ସେ କହିଥିଲେ ଯେ “ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ ପ୍ରଗତି ପାଇଁ ଯୋଗ ଆମର ଲକ୍ଷ୍ୟ ହେବା ଆବଶ୍ୟକ।” ଏହି ଅବସରରେ ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ […]
ଭୁବନେଶ୍ୱର: ଆଜି ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ ପାଇଛି। ବିଜ୍ଞାନ ଭଳି କଳାରେ ମଧ୍ୟ ବାଲେଶ୍ୱର ଜିଲ୍ଲା ବାଜି ମାରିଛି। ଅର୍ଥାତ୍ ରାଜ୍ୟରେ ବାଲେଶ୍ୱରର ପାସ୍ ହାର ସର୍ବାଧିକ ରହିଛି। ବାଲେଶ୍ୱରରେ ଏଥର ପାସ୍ ହାର ୭୫.୬୭% ରହିଛି। ଗତବର୍ଷ ପୁରୀରେ କଳା ପାସ୍ ହାର ସର୍ବାଧିକ ରହିଥିଲା। ଅନ୍ୟପକ୍ଷରେ ନବରଙ୍ଗପୁର ଜିଲ୍ଲାରେ କଳାରେ ପାସ୍ ହାର ସର୍ବନିମ୍ନ ୪୭.୪୬% ରହିଛି। ଗତଥର ବି ନବରଙ୍ଗପୁରରେ କଳା ପାସ୍ […]
ରାଞ୍ଚି: ୫ମ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଆଜି ରାଞ୍ଚିଠାରେ ଏକ ବିଶାଳ ଯୋଗ ଶିବିର ଆୟୋଜିତ ହୋଇଥିଲା। ଏହି ଯୋଗ ଶିବିରର ନେତୃତ୍ୱ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଥିଲେ। ତେବେ ଏହି ଶିବିରରେ ମୋଦି ମାତ୍ର ୪୦ ମିନିଟ୍ରେ ୨୪ଟି ଯୋଗାସନ କରି ସେଠାରେ ଉପସ୍ଥିତ ଥିବା ଯୁବ,ପିଲା ଓ ବରିଷ୍ଠ ନାଗରିକମାନଙ୍କୁ ଚମକାଇ ଦେଇଥିଲେ। ସ୍ଥାନୀୟ ‘ପ୍ରଭାତ ତାରା ମଇଦାନ’ ଠାରେ ଆୟୋଜିତ ଏହି ଯୋଗ ଶିବିରରେ ମୋଦି ଖୁବ୍ କମ୍ ସମୟରେ […]
ଅନୁଗୁଳ: ଅନୁଗୁଳ ଥାନା ରନ୍ତଲେଇରେ ଗତକାଲି ବଜ୍ରପାତରେ ଜଣେ ମହିଳା ଓ ତାଙ୍କର ପୁଅର ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାମ ଭଇନା ବାଲାନାଥ ଓ ତାଙ୍କ ପୁଅ ହେଉଛନ୍ତି, ନନ୍ଦୁ ବାଲାନାଥ। ସେମାନଙ୍କ ଘର ମହାରାଷ୍ଟ୍ର ବୋଲି ଜଣାପଡ଼ିଛି। ଗତକାଲି ରାତିରେ ଏହି ଘଟଣା ଘଟିଥିଲା। ମୃତକ ଦୁହେଁ ଯାଯାବର ସମ୍ପ୍ରଦାୟର ଲୋକ। ବଜ୍ରପାତରେ ଦୁହିଁଙ୍କର ମୃତ୍ୟୁ ହେବା ପରେ ପୁଲିସ୍ କିମ୍ୱା ପ୍ରଶାସନ ନିକଟରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି। ପୂର୍ବରୁ ମୃତ ମହିଳାଙ୍କ […]
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ ଡବଲ ମର୍ଡର ହୋଇଛି। ଅମ୍ବାଦଳା ଥାନା ଅନ୍ତର୍ଗତ ସୁକଲାଭଟାରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ଦୁଇ ଜଣ ହେଲେ ମକର ନାୟକ ଓ କରୁଣା ନାୟକ। ଦୁହେଁ ସମ୍ପର୍କୀୟ ଭାଇ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗୁଣି ଗାରେଡ଼ିକୁ ନେଇ ମକର ଓ କରୁଣାଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଆଜି ସକାଳେ ମକର ଜଙ୍ଗଲ ଯାଇଥିବା ବେଳେ କରୁଣା ଏକ ଠେଙ୍ଗାରେ ପିଟିପିଟି ତାଙ୍କୁ ହତ୍ୟା କରିଥିଲା। ମକରଙ୍କ ନିଜ […]
ନୂଆଦିଲ୍ଲୀ : ପାର୍ଲାମେଣ୍ଟରେ ପୁଣି ହେଲା ଟ୍ରିପଲ ତଲାକ ବିଲ୍ ଆଗତ ହୋଇଛି। କେନ୍ଦ୍ର ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ ମୁସଲମାନ ମହିଳା ବିବାହ ଅଧିକାର ସୁରକ୍ଷା ବିଲ୍-୨୦୧୯ ବା ଟ୍ରିପଲ ତଲାକ ବିଲ୍କୁ ସଂସଦରେ ଉପସ୍ଥାପନ କରିଛନ୍ତି। ଫେବ୍ରୁଆରୀରେ ଲାଗୁ ହୋଇଥିବା ଅଧ୍ୟାଦେଶ ବଦଳରେ ଏହି ବିଧେୟକ ଅଣାଯାଇଛି। ଗତ ଲୋକସଭାର କାର୍ଯ୍ୟକାଳ ସରିଥିବାରୁ ସରକାର ପୁଣିଥରେ ଏହି ବିଲ୍କୁ ଉପସ୍ଥାପନ କରିଛନ୍ତି। ତିନି ଥର ତଲାକ ଉଚ୍ଚାରଣ ଦ୍ୱାରା ମୁସଲମାନ ମହିଳାଙ୍କ କ୍ଷେତ୍ରରେ ହେଉଥିବା […]
ଭୁବନେଶ୍ୱର: ଓଲିଉଡ୍ ଅଭିନେତ୍ରୀ ସୂର୍ଯ୍ୟମୟୀ ଦେଖିବାକୁ ଖୁବ୍ ସୁନ୍ଦର। ଆଉ ତାଙ୍କ ପେଣ୍ଟିଂଗୁଡ଼ିକ ତାଙ୍କଠାରୁ ବି ସୁନ୍ଦର। ଆପଣମାନଙ୍କ ମଧ୍ୟରୁ କେହି କେହି ହୁଏତ ଜାଣି ନଥିବେ ଯେ ସୂର୍ଯ୍ୟମୟୀ ଜଣେ ଚିତ୍ରକର। ଭିନ୍ନ ଭିନ୍ନ ରଙ୍ଗକୁ ନେଇ କାନ୍ଭାସ୍ରେ ସେ ଖୁବ୍ ସୁନ୍ଦର ପେଣ୍ଟିଂ କରିପାରନ୍ତି। ନିକଟରେ ସେ ପେଣ୍ଟିଂ କରିବାର ଏକ ଝଲକ୍ ଆମକୁ ଦେଖିବାକୁ ମିଳିଥିଲା। ଆମ କ୍ୟାମେରା ସାମ୍ନାରେ ସେ ଜଗନ୍ନାଥଙ୍କର ଏକ ସୁନ୍ଦର ଚିତ୍ର କରିଥିଲେ। କଳା, ଧଳା, ହଳଦିଆ […]
ମୁମ୍ବାଇ: ରିଲିଜ୍ ହୋଇସାରିଛି ବଲିଉଡ୍ର ବହୁ ପ୍ରତୀକ୍ଷିତ ଫିଲ୍ମ ‘କବୀର୍ ସିଂହ’। ଫିଲ୍ମର ଟିଜର୍ ରିଲିଜ୍ ହେବା ଦିନ ଠାରୁ ଅଧିକ ଚର୍ଚ୍ଚାରେ ରହିଥିବା ଏହି ଫିଲ୍ମ ରିଲିଜ୍ ହେବା ଦିନ ହିଁ ଦର୍ଶକଙ୍କର ଭଲ ପ୍ରତିକ୍ରିୟା ମିଳିଛି। ପ୍ରେମ, ବିଚ୍ଛେଦ ଏବଂ ବର୍ବାଦ୍କୁ ନେଇ ତିଆରି ହୋଇଥିବା ଏହି ଫିଲ୍ମରେ ସାହିଦ୍ କପୁର୍ଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି। ସୋଶାଲ୍ ମିଡିଆରେ ଏହି ଫିଲ୍ମକୁ ଭଲ ପ୍ରତିକ୍ରିୟା ମିଳିବା ସହ ବକ୍ସ ଅଫିସ୍ରେ ଏହା […]
ମୁମ୍ୱାଇ: ଯୋଗ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଭଲ, ତାହା ଆଉ ଅଜଣା ହୋଇ ରହିନାହିଁ। ସାରା ବିଶ୍ୱ ଏହାର ଉପକାରିତା ବିଷୟରେ ଜାଣି ସାରିଲାଣି। ଆଜିକାର ଦୁନିଆରେ ଏକ ସୁସ୍ଥ ଓ ନିରୋଗ ଜୀବନ ପାଇଁ ଯୋଗ ଅପରିହାର୍ଯ୍ୟ ହୋଇଯାଇଥିବା ବେଳେ ବଲିଉଡ୍ର ଅନେକ ଅଭିନେତ୍ରୀ ଫିଟ୍ ଓ ୟଙ୍ଗ୍ ଦେଖାଯିବା ପାଇଁ ଏହାକୁ ଆପଣାଇ ନେଇଛନ୍ତି। ଆସନ୍ତୁ, ଆଜି ସେମାନଙ୍କ ସଂପର୍କରେ କିଛି ଜାଣିବା। ଶିଳ୍ପା ଶେଟ୍ଟୀ କୁନ୍ଦ୍ରା: ଯୋଗ କଥା ପଡ଼ିଲେ, ବଲିଉଡ୍ […]
ଜୟପୁର: ଦିନକୁ ଦିନ ସାଇବର ଅପରାଧ ବଢ଼ିବାରେ ଲାଗିଛି। ଇଣ୍ଟରନେଟ ବ୍ୟାଙ୍କିଂ ହେଉ କିମ୍ବା ୱେବସାଇଟରେ ଚିଟିଂ କେବଳ ସେତିକି ନୁହେଁ ସୋଶାଲ ମିଡିଆରେ ଭିଜୁଆଲ ଭାଇରାଲ କରି ଲୋକଙ୍କୁ ଟାର୍ଗେଟ କରୁଛନ୍ତି ଅପରାଧୀ। ଏସବୁକୁ ରୋକିବା ପାଇଁ ଦୃଢ ତଦନ୍ତ ବ୍ୟବସ୍ଥା ନଥିବାରୁ ଦୋଷୀ ଖସିଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଉ ତିନୋଟି ନୂଆ ସାଇବର ଥାନା ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ଜୟପୁର, ବାଲେଶ୍ୱର ଓ ଭୁବନେଶ୍ୱରରେ ଏହି ଥାନା ପ୍ରତିଷ୍ଠା କରାଯିବା […]
କରାଚୀ: ପୂର୍ବତନ ଟେଷ୍ଟ କ୍ରିକେଟର ମୋହସିନ୍ ଖାନ୍ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) କ୍ରିକେଟ୍ କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଇସ୍ତଫା ପ୍ରସ୍ତାବକୁ ପିସିବି ଅଧ୍ୟକ୍ଷ ଏହସାନ୍ ମନୀ ସ୍ୱୀକାର କରିଛନ୍ତି । ଏବେ ୱାସିମ୍ ଖାନ୍ ପାକିସ୍ତାନ କ୍ରିକେଟ୍ କମିଟିର ଅଧ୍ୟକ୍ଷ ହେବେ। ଇସ୍ତଫା ଦେବା ପରେ ମୋହସିନ୍ କହିଛନ୍ତି, “ମୋତେ ସୁଯୋଗ ଦେଇଥିବାରୁ ମୁଁ ପିସିବି ଅଧ୍ୟକ୍ଷ ଏହସାନ୍ ମନୀଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ସର୍ବଦା ପାକିସ୍ତାନ କ୍ରିକେଟର ଉନ୍ନତି ଚାହିଁଆସିଛି।” […]
ଲଣ୍ଡନ: ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ଜୁନ୍ ୩୦ ତାରିଖରେ ହେବାକୁଥିବା ଆଇସିସି ବିଶ୍ୱକପ୍ ମ୍ୟାଚରେ ପାରମ୍ପରିକ ନୀଳ ରଙ୍ଗର ଜର୍ସି ବଦଳରେ କମଳା ରଙ୍ଗର ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇବ। ଇଂଲଣ୍ଡ ବିପକ୍ଷ ହେବାକୁଥିବା ଏହି ମୁକାବିଲାରେ ଭାରତକୁ ବିକଳ୍ପ ଜର୍ସିର ବ୍ୟବହାର କରିବାକୁ ପଡ଼ିବ। ଆଇସିସି ନିୟମ ଅନୁଯାୟୀ, ଆୟୋଜକ ଟିମକୁ ଆଇସିସି ଇଭେଣ୍ଟରେ ତା’ର ନିଜ ଜର୍ସିର ରଙ୍ଗକୁ କାଏମ ରଖିବାକୁ ପଡ଼ିଥାଏ। ସାଧାରଣତଃ ଭାରତର ଜର୍ସି ମଧ୍ୟ […]
ସାଉଥାମ୍ପଟନ୍: ଚଳିତ ଆଇସିସି ବିଶ୍ୱକପରେ ଆହତ ଟିମ୍ ଇଣ୍ଡିଆ ପିଛା ଛାଡ଼ୁନି। ଶିଖର ଧୱନ୍ ଓ ଭୁବନେଶ୍ୱର କୁମାରଙ୍କ ପରେ ଏବେ ଆଉ ଜଣେ ଷ୍ଟାର୍ ଖେଳାଳି ଆହତ ହୋଇଛନ୍ତି। ସେ ହେଉଛନ୍ତି ଅଲରାଉଣ୍ଡର ବିଜୟ ଶଙ୍କର। ବୁଧବାର ବର୍ଷା ବାଧାପ୍ରାପ୍ତ ଟ୍ରେନିଂ ସେସନରେ ଯଶପ୍ରୀତ ବୁମ୍ରାଙ୍କ ଏକ ୟର୍କରରେ ଶଙ୍କର ଆହତ ହୋଇଛନ୍ତି। ବୁମ୍ରାଙ୍କ ଏହି ଦ୍ରୁତ ୟର୍କର ଦ୍ୱାରା ଶଙ୍କର ପାଦରୁ ଅଙ୍ଗୁଳିରେ ବାଜିଥିଲା। ଏହା ପରେ ଶଙ୍କର ସାମାନ୍ୟ ଯନ୍ତ୍ରଣା ଅନୁଭୂତ କରିବାରୁ […]
ଭାରତ: ଟିମ୍ ଇଣ୍ଡିଆ ମଧ୍ୟ ନ୍ୟୁଜିଲ୍ୟାଣ୍ଡ୍ ଭଳି ଚଳିତ ବିଶ୍ୱକପରେ ଅପରାଜେୟ ରହିଛି। ନ୍ୟୁଜିଲ୍ୟାଣ୍ଡ୍ ଏକ ମ୍ୟାଚ୍ ବର୍ଷା ଯୋଗୁ ଧୋଇ ହୋଇଯାଇଥିଲା। ଏହାବ୍ୟତୀତ ଭାରତ ଅନ୍ୟ ତିନୋଟି ମ୍ୟାଚରେ ଅଷ୍ଟ୍ରେଲିଆ, ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ଭାରତକୁ ଆହୁରି ୫ଟି ମୁକାବିଲା ଯଥା ଆଫଗାନିସ୍ତାନ, ୱେଷ୍ଟଇଣ୍ଡିଜ୍, ଇଂଲଣ୍ଡ, ବାଂଲାଦେଶ ଓ ଶ୍ରୀଲଙ୍କା ବିପକ୍ଷରେ ଖେଳିବାକୁ ଅଛି। ଏଥିମଧ୍ୟରୁ ଇଂଲଣ୍ଡ ବିପକ୍ଷ ମୁକାବିଲା ଭାରତ ପାଇଁ ସବୁଠାରୁ ଚ୍ୟାଲେଞ୍ଜିଂ ହେବ। ତେଣୁ ଏଥିରୁ ସ୍ପଷ୍ଟ […]
ନୂଆଦିଲ୍ଲୀ: ବସ୍ରେ କେବେ ନା କେବେ ଠିଆ ହୋଇ ଯାତ୍ରାର ଅନୁଭୂତି ସମସ୍ତଙ୍କର ଥିବ। କେହି କେହି ଏବେ ବି ମଝିରେ ମଝିରେ ସେପରି ସ୍ଥିତିରେ ଘରକୁ ଫେରୁଥିବେ। କିନ୍ତୁ ଭାବିଛନ୍ତି ବିମାନରେ ଆପଣ ଠିଆହୋଇ ଯାତ୍ରା କରିବେ? ଆଜ୍ଞା ହଁ ଗହଳି ପାଇଁ ନୁହେଁ ବିମାନରେ ଆଗୁଆ ବ୍ୟବସ୍ଥା ରହିବ। ଏହା ଖୁବ୍ ଶୀଘ୍ର ସମ୍ଭବ ହେବାକୁ ଯାଉଛି। ଜର୍ମାନୀରେ ଏକ ଏୟାରକ୍ରାଫ୍ଟ ଇଣ୍ଟେରିଅର୍ ପ୍ରଦର୍ଶନୀରେ ଏଭଳି ଡିଜାଇନ୍ର ସିଟ୍ ସାମ୍ନାକୁ ଆସିଛି। ଏଥିରେ ଯଦିଓ […]
ନୂଆଦିଲ୍ଲୀ: ଦୁର୍ଘଟଣାର ଦୀର୍ଘ ୧୭ ଦିନ ପରେ ଏଏନ୍-୩୨ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩ ଜଣ ବାୟୁସେନା ଅଧିକାରୀଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ଏହି ମୃତକଙ୍କ ମଧ୍ୟରେ ଓଡ଼ିଆ ପୁଅ ତଥା ଫ୍ଲାଇଟ୍ ଲ୍ୟୁଟନାଣ୍ଟ ସୁମିତ ମହାନ୍ତି ମଧ୍ୟ ରହିଛନ୍ତି। ବିମାନଟି ଅରୁଣାଚଳ ପ୍ରଦେଶର ଏକ ବିଚ୍ଛିନ୍ନାଞ୍ଚଳରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଦୀର୍ଘ ୯ ଦିନ ପରେ ବିମାନର ଧ୍ୱଂସାବଶେଷକୁ ୧୨ ହଜାର ଫୁଟ ଉପରକୁ ଠାବ କରାଯାଇଥିଲା। ଆଜି ଘଟଣା ସ୍ଥଳରୁ ସମସ୍ତ […]