• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

1234
ଦେବଦୂତ ସାଜିଲେ ଗ୍ରାମବାସୀ, ପ୍ଲାଷ୍ଟିକ ଜାଲ କାଟି ଉଦ୍ଧାର କଲେ ମାଙ୍କଡ଼ ଛୁଆ

ପୁରୀ: ଛୋଟ ମାଙ୍କଡ ଛୁଆଟିଏ। ଛନଛନ ପରିବା ବଗିଚା ଦେଖି ଲୋଭକୁ ସମ୍ବରଣ କରି ପାରି ନ ଥିଲା। ଖାଦ୍ୟର ଭଣ୍ଡାର ହାତମୁଠାରେ ପାଇ ମା’କୁ ଛାଡ଼ି ଧାଇଁ ଆସିଲା ଛୁଆ ମାଙ୍କଡଟି। ହେଲେ ସେ ଜାଣି ପାରି ନ ଥିଲା ସେଠି ତା ପାଇଁ ମରଣର ଜାଲ ବିଛା ଯାଇଛି ବୋଲି ! ପୁରୀ ଜିଲ୍ଲାର ଏକ କ୍ଷେତରେ ପରିବା ଫସଲକୁ ସୁରକ୍ଷା ଦେବା ପାଇଁ ପ୍ଲାଷ୍ଟିକ ଜାଲି ଘେରାଇଥିଲେ ଜମି ମାଲିକ। ଛନଛନ ପରିବା […]

123
ମହାପ୍ରଭୁଙ୍କର ମସ୍ତକରେ ଆଜି ଲାଗିବ ହୀରା ଖଚିତ ଚିତା

ପୁରୀ: ଆଜି ଚିତାଲାଗି ଅମାବାସ୍ୟା। ଏଥିପାଇଁ ଶ୍ରୀମନ୍ଦିରରେ ରୀତିନୀତି ଅନୁସାରେ ଚିତାଲାଗି ପାଇଁ ପ୍ରସ୍ତୁତି ଚାଲିଛି। ଠାକୁରଙ୍କ ନିର୍ଦ୍ଧାରିତ ନୀତିକାନ୍ତି ସରିବା ପରେ ଦଇତାପତି ସେବାୟତ ଓ ପତି ମହାପାତ୍ର ମହାପ୍ରଭୁଙ୍କ ମସ୍ତକରେ ହୀରା, ନୀଳା, ମାଣିକର ଦୁର୍ମୂଲ୍ୟ ଚିତା ଲଗାଇବେ। ସେବାୟତମାନେ ବାସୁଙ୍ଗା ପାଟରେ ଜଗନ୍ନାଥଙ୍କ ପାଇଁ ହଳଦିଆ ରଙ୍ଗ, ବଳଭଦ୍ରଙ୍କ ପାଇଁ ନୀଳ, ଦେବୀ ସୁଭଦ୍ରାଙ୍କ ପାଇଁ ନାଲିର ଶ୍ରୀପଟ, ଶ୍ରୀପଟି ଓ ଶ୍ରୀ ପେଚ ତିଆରି କରିବେ। ତା’ ପରେ ଆଜିର ଦିନରେ […]

tt
ଆଇନ୍‌ ପାସ୍‌ ହେବାର ଦିନକ ପରେ... ଟ୍ରିପଲ ତଲାକରେ ସ୍ତ୍ରୀଙ୍କୁ ଦେଲେ ଛାଡ଼ପତ୍ର

ଅହମଦାବାଦ: ମୁସଲିମ ସମ୍ପ୍ରଦାୟରେ ପ୍ରଚଳିତ ଇନ୍‌ଷ୍ଟାଣ୍ଡ ଟ୍ରିପଲ ତଲାକକୁ ବେଆଇନ୍‌ ଘୋଷଣା କରିବା ପାଇଁ ଆଗତ ବିଲ୍‌ ମଙ୍ଗଳବାର ରାଜ୍ୟସଭାରେ ପାସ୍‌ ହୋଇଥିଲା। ଟ୍ରିପଲ ତଲାକ ଦେବା ଏବେ ଏକ ଦଣ୍ଡନୀୟ ଅପରାଧ। ତେବେ ବିଲ୍‌ ପାସ୍‌ ହେବାର ଗୋଟିଏ ଦିନ ପରେ ଆଜି ଗୁଜରାଟର ଅହମଦାବାଦ୍‌ରୁ ଟ୍ରିପଲ ତଲାକ କହି ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିବା ଅଭିଯୋଗ ହୋଇଛି। ଟ୍ରିପଲ ତଲାକ ପାଇବା ପରେ ପତ୍ନୀ ଜଣଙ୍କ ଆତ୍ମହତ୍ୟା କରିବାକୁ ଉଦ୍ୟମ ମଧ୍ୟ […]

ranjan-gogoi
ଉନ୍ନାଓ ପୀଡିତାଙ୍କ ମା’ଙ୍କ ଚିଠିକୁ ନେଇ ତନାଘନା, ଚିଠି ମିଳି ନ ଥିବାରୁ କ୍ଷୋଭପ୍ରକାଶ କଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଦୁର୍ଘଟଣାରେ ଆହତ ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ ମାଙ୍କ ଚିଠିକୁ ନେଇ ଆରମ୍ଭ ହୋଇଛି ତନାଘନା । ପୀଡିତାଙ୍କ ମାଆ, ପ୍ରଧାନ ବିଚାରପତିଙ୍କ ନିକଟକୁ ଏକ ପତ୍ର ଲେଖିଥିଲେ ଜୁଲାଇ ୧୨ ତାରିଖରେ। ଏହି ଚିଠିରେ ତାଙ୍କ ପରିବାରକୁ ଧମକ ଦିଆଯାଉଥିବା ନେଇ ଅଭିଯୋଗ କରିଥିଲେ ପୀଡିତାଙ୍କ ମାଆ। ତେବେ ଏହି ଚିଠି କାହିଁକି ତାଙ୍କ ପାଖରେ ପହଞ୍ଚିନଥିଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ। ଏଥିପାଇଁ ସେ ସୁପ୍ରିମକୋର୍ଟ ସେକ୍ରେଟାରୀ ଜେନେରାଲଙ୍କୁ ସ୍ପଷ୍ଟୀକରଣ […]

bjp
ବିଜେପି ଦାବି କଲା, ଜଳବନ୍ଦୀ ଜୀବନରୁ ରାଜଧାନୀବାସୀଙ୍କୁ ମୁକ୍ତି ଦିଅ

ଭୁବନେଶ୍ୱର: ଭୁବନେଶ୍ୱରରେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ଜଳ ନିଷ୍କାସନ ବ୍ୟବସ୍ଥା। ଅଳ୍ପ ବର୍ଷାରେ ବି ବେହାଲ ହୋଇ ପଡ଼ୁଛି ରାଜଧାନୀ । ଏପରି ଜଳବନ୍ଦୀ ଜୀବନରୁ ରାଜଧାନୀବାସୀଙ୍କୁ ମୁକ୍ତି ଦେବାକୁ ଦାବି କରିଛି ବିଜେପି। ସହରରୁ ଜଳ ନିଷ୍କାସନ ବ୍ୟବସ୍ଥା ସୁଧାରିବା ଦାବି ନେଇ ବିକ୍ଷୋଭ କରିଛି ବିଜେପି। ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ବିଜେପି ନେତା ଓ କର୍ମୀ। ସେମାନେ ଅଭିଯୋଗ କରିଛନ୍ତି ଯେ,  ଚଳିତ ବର୍ଷାଋତୁରେ ସ୍ମାର୍ଟ ସିଟି ଅବସ୍ଥା ବେହାଲ୍ […]

minister
ମାଲକାନଗିରି ବନ୍ୟା ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ

ମାଲକାନଗିରି: ମାଲକାନଗିରିରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି। ଆଜି ମାଲକାନଗିରି ଜିଲ୍ଲା ଗସ୍ତ ଯାଇ ମନ୍ତ୍ରୀ ଆକାଶ ମାର୍ଗରୁ ସ୍ଥିତି ସମୀକ୍ଷା କରିଛନ୍ତି। ଏହି ଗସ୍ତବେଳେ ତାଙ୍କ ସହ ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ମଧ୍ୟ ଉପସ୍ଥିତ ଥିଲେ। ବର୍ଷା ପରର ପରିସ୍ଥିତି, କ୍ଷୟକ୍ଷତି ଏବଂ ଲୋକଙ୍କ ଅବସ୍ଥା ସମ୍ପର୍କରେ ସବିଶେଷ ତଥ୍ୟ ମନ୍ତ୍ରୀ ପରଖିବେ। ଗତ କିଛି ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶା  ମୁଖ୍ୟତଃ ମାଲକାନଗିରିରେ ପରିସ୍ଥିତି ସଙ୍ଗୀନ […]

keluni
ନିଜେ ଖୋଳିଲେ, ଜଳବନ୍ଦୀ ଜୀବନରୁ ମୁକ୍ତି ପାଇଲେ ଗ୍ରାମବାସୀ

ପୁରୀ: ଚାରି ଦିନ ଜଳବନ୍ଦୀ ରହିଲେ। ପ୍ରଶାସନକୁ ଗୁହାରି କରି କରି ଶୁଣିଲାନି। ଶେଷରେ ନିଜ ପାଇଁ ନିଜେ ବାହାରିଲେ। ନଦୀ ମୁହାଁଣ ଖୋଳି ଜଳ ନିଷ୍କାସନର ବ୍ୟବସ୍ଥା କଲେ। ଏହି ଘଟଣା ହେଉଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ତଣ୍ଡାହାର ଗାଁର । କେଳୁଣୀ ମୁହାଣ ବନ୍ଦ ହୋଇଯିବା ପରେ ବର୍ଷାଜଳ ନିଷ୍କାସନ ହୋଇ ପାରୁ ନ ଥିଲା। ଏପରିକି କାଦୁଆ ଓ ପ୍ରାଚୀ ନଦୀରେ ଜମି ରହିଥିବା ବର୍ଷା ଜଳ ମଧ୍ୟ ନିଷ୍କାସିତ ହୋଇ […]

123
ଉଦ୍ଧାର ହେଲେ ୧୫ ଶିଶୁ ଶ୍ରମିକ

ରାୟଗଡ଼ା:୧୫ ଶିଶୁ ଶ୍ରମିକଙ୍କୁ ଆଜି ରାୟଗଡ଼ା ପୋଲିସ ଉଦ୍ଧାର କରିଛି। ଅପରେସନ ମୁସ୍କାନ ଅଭିଯାନରେ ଏହି ଶିଶୁମାନଙ୍କୁ ବଭିନ୍ନ ଦୋକାନ, ହୋଟେଲରୁ ଉଦ୍ଧାର କରାଯାଇଛି। ଟାଉନ ଥାନା ପୋଲିସ ସହରର ବିଭିନ୍ନ ହୋଟେଲ, ଲଜ୍ ଓ ଫାଷ୍ଟ ଫୁଡ଼ ଦୋକାନ ଉପରେ ଚଢ଼ାଉ କରିଥିଲା। ଏହି ୧୫ ଜଣ ଶିଶୁ  ଜିଲ୍ଲାର କାଶୀପୁର, କୋଟାପେଟା, ରାୟଗଡ଼ା ସହରର ବୋଲି ଜଣା ପଡିଛି । ପୋଲିସ ଏମାନଙ୍କୁ ଉଦ୍ଧାର କରିବା ପରେ ଚାଇଲ୍ଡ ଲାଇନରେ ଜିମା ଦିଆଯାଇଛି ।  ଆଜି […]

ccd-letter
କଫି ବାଦ୍‌ଶାହଙ୍କ ଶେଷ ଚିଠିରେ କାହାର ସେ ଦସ୍ତଖତ ?

ବେଙ୍ଗାଲୁରୁ: ବହୁ ଖୋଜାଖୋଜି ପରେ ମିଳିଛି କାଫେ କଫି ଡେ’ ମାଲିକ ଭିଜି ସିଦ୍ଧାର୍ଥଙ୍କ ମୃତ ଦେହ। ସ୍ଥାନୀୟ ମାଛଧରାଳି ମୃତଦେହକୁ ଦେଖି ପୋଲିକୁ ଖବର ଦେଇଥିଲେ। ପୁଲିସ ଶବକୁ ଚିହ୍ନଟ କରିବା ପରେ ତାହା ନିଖୋଜ ସିଦ୍ଧାର୍ଥଙ୍କର ବୋଲି ସ୍ପଷ୍ଟ ହୋଇଛି। ସିଦ୍ଧାର୍ଥ ନେତ୍ରାବତୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି। ସୋମବାର ନିଖୋଜ ହେବା ପୂର୍ବରୁ ସିଦ୍ଧାର୍ଥ ଲେଖିଥିବା ଏକ ଚିଠି ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଆବେଗଭରା ଏହି ଚିଠିରେ ସିଦ୍ଧାର୍ଥ ଲେଖିଥିଲେ […]