ନୂଆଦିଲ୍ଲୀ: ଗତକାଲି ସଂସଦରେ ଧାରା ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିଛନ୍ତି। ଏହି ଧାରା ଅନୁସାରେ କଶ୍ମୀରର ଝିଅ ଅନ୍ୟ ରାଜ୍ୟର ପୁଅକୁ ବିବାହ କଲେ ନିଜର କଶ୍ମୀରର ନାଗରିକତା ହରାଉଥିଲେ। ଏହି ଧାରା ଉଚ୍ଛେଦ ହେବା ପରେ କେବଳ ବଲିଉଡ୍ ସେଲେବ୍ରିଟି ନୁହଁନ୍ତି, ଟେଲିଭିଜନ ଅଭିନେତ୍ରୀମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ଟେଲି ଅଭିନେତ୍ରୀ ଏକତା କୌଲ୍ ୩୭୦ ଉଠିବା ପରେ ସବୁଠାରୁ ଅଧିକ ଖୁସି ହୋଇଛନ୍ତି। ଏହାର କାରଣ ଏକତା କଶ୍ମୀରର ଝିଅ କିନ୍ତୁ […]
ମୁମ୍ୱାଇ: ବଲିଉଡ୍ ତଥା ଟେଲିଭିଜନର କଣ୍ଟ୍ରୋଭର୍ସି କୁଇନ୍ ରାକ୍ଷୀ ସାୱନ୍ତ ଲୁଚିଛପି ମୁମ୍ୱାଇର ଏକ ହୋଟେଲରେ ବିବାହ କରିଛନ୍ତି ବୋଲି ସୋଶାଲ ମିଡିଆରେ ଫଟୋ ଭାଇରାଲ୍ ହୋଇଥିଲା। ଚର୍ଚ୍ଚା ହେବାର ଗୋଟିଏ ଦିନ ପରେ ରାକ୍ଷୀ ଏହି ଖବରକୁ ମିଛ ବୋଲି କହିଥିଲେ। ଭାଇରାଲ୍ ହେଉଥିବା ବ୍ରାଇଡାଲ୍ ଫଟୋ ତାଙ୍କର ଏକ ବ୍ୟବସାୟିକ ଫଟୋଶୁଟ୍ ବୋଲି ସେ ମିଡିଆରେ ପ୍ରକାଶ କରିଥିଲେ। କିନ୍ତୁ ଗତକାଲି ରାକ୍ଷୀ ପୁଣିଥରେ ତାଙ୍କର ମତ ପରିବର୍ତ୍ତନ କରିଛନ୍ତି। ତାଙ୍କ ପ୍ୟାନ୍ସମାନଙ୍କୁ ତାଙ୍କ […]
ଭୁବନେଶ୍ୱର: ଲୁଣ ନ ପଡ଼ିଲେ ଖାଦ୍ୟର ସ୍ୱାଦ ରହେ ନାହିଁ। ଅଧିକ ଲୁଣ ବି ଶରୀର ପାଇଁ ଭଲ ନୁହେଁ। କାରଣ ଅଧିକ ଲୁଣ ଖାଇଲେ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ହୋଇଥାଏ। ଖାଦ୍ୟକୁ ବାଦ୍ ଦେଲେ, ଲୁଣର ଆଉ କିଛି ଉପକାରୀ ଗୁଣ ବି ଅଛି। କ’ଣ ସେହି ଉପକାରିତା ? ଆସନ୍ତୁ ଜାଣିବା। – ଏକ ବାଲ୍ଟି ହାଲ୍କା ଉଷୁମ୍ ପାଣିରେ ଦୁଇ ଚାମଚ ଲୁଣ ଓ ଏକ ଚାମଚ ନଡ଼ିଆ ତେଲ ମିଶାଇ ଗାଧୋଇଲେ […]
ଭୁବନେଶ୍ୱର : ଶ୍ରାବଣ ମାସର ପ୍ରଥମ ସୋମବାରରେ ମୋଦି ସରକାର ଚନ୍ଦ୍ରପୃଷ୍ଠକୁ ପଠାଇଲେ ଚନ୍ଦ୍ରାୟନ-୨। ଦ୍ୱିତୀୟ ସୋମବାରରେ ସଂସଦରେ ପାସ୍ କରାଇଲେ ବହୁ ପ୍ରତୀକ୍ଷିତ ତିନି ତଲାକ୍ ବିଲ୍ । ଆଜି ଥିଲା ତୃତୀୟ ସୋମବାର। ଅର୍ଥାତ୍ ଆଜି ବି ଥିଲା ମୋଦି ସରକାରଙ୍କର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଆଜି କଶ୍ମୀରରୁ ଉଚ୍ଛେଦ କଲେ ଧାରା ୩୭୦। ଲାଗୁଛି ଯେମିତି କ୍ଷମତାକୁ ଆସିବା ପରେ ମୋଦି ସରକାର ଗୋଟିଏ ପରେ ଗୋଟିଏ ମାଷ୍ଟର ଷ୍ଟ୍ରୋକ୍ ଖେଳି ଚାଲିଛନ୍ତି। […]
ନୂଆଦିଲ୍ଲୀ: ଧାରା ୩୭୦କୁ ହଟାଇବା ପାଇଁ ମୋଦି ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତା’କୁ ପୂରଣ କରିଛନ୍ତି। ଅର୍ଥାତ ଜମ୍ମୁ-କଶ୍ମୀରରେ ଭାରତର ଅନ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ଭଳି ନିୟମ ପ୍ରଣୟନ କରାଯିବ। ଏହି ନିଷ୍ପତ୍ତିକୁ ନେଇ ବିଭିନ୍ନ ମହଲରେ ଖୁସିର ପରିବେଶ ସୃଷ୍ଟି ହୋଇଛି। ମୋଦି ସରକାରଙ୍କ ଏହି ନିଷ୍ପତ୍ତିକୁ ବିଜେପିର ଭେଟରାନ ଲାଲକୃଷ୍ଣ ଆଡଭାନୀ ପ୍ରଶଂସା କରିଛନ୍ତି। ଶ୍ରୀ ଆଡଭାନୀ ପ୍ରଧାନମନ୍ତ୍ରୀ ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ କଶ୍ମୀର ସମ୍ପର୍କରେ ଏପରି […]
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଲାଗୁ ହେଉଥିବା ଧାରା ୩୭୦କୁ ଆଜି କେନ୍ଦ୍ର ସରକାର ରାଷ୍ଟ୍ରପତିଙ୍କ ସ୍ଵତନ୍ତ୍ର ଅନୁମୋଦନ କ୍ରମେ ଅଚଳ କରିଦେଇଛନ୍ତି। ତେବେ ଏହି ୩୭୦ ଧାରାକୁ ହଟାଇବା ପାଇଁ କେନ୍ଦ୍ର ସରକାର ୩୭୦ ଧାରାକୁ ହିଁ ବ୍ୟବହାର କରିଛନ୍ତି। ଧାରା ୩୭୦ର ସେକ୍ସନ ୩ ଅନୁଯାୟୀ, ଜମ୍ମୁ-କଶ୍ମୀରରେ ଲାଗୁ ହେଉଥିବା ସ୍ୱତନ୍ତ୍ର ରାଜ୍ୟମାନ୍ୟତା କେବଳ ରାଷ୍ଟ୍ରପତିଙ୍କ ହାତରେ ରହିଛି। ସେହିପରି ରାଷ୍ଟ୍ରପତି ହିଁ ସ୍ୱତନ୍ତ୍ର ଗେଜେଟ୍ ମାଧ୍ୟମରେ ଏହାକୁ ଯେକୌଣସି ମୁହୂର୍ତ୍ତରେ ଅକାମୀ କରିଦେଇପାରିବେ। ବିଜେପି ଲୋକସଭା […]
ମୁମ୍ବାଇ: ଯେବେ ବି ଫିଲ୍ମ ଇଣ୍ଡଷ୍ଟ୍ରୀରେ ‘ନାଗିନ୍’ ଚରିତ୍ର କଥା ଉଠେ, ସର୍ବପ୍ରଥମେ ସମସ୍ତଙ୍କ ମୁହଁରେ ଆସେ ଗୋଟିଏ ନାଁ। ଆଉ ସେ ହେଲେ ‘ଶ୍ରୀଦେବୀ’। ୧୯୮୬ ମସିହାରେ ରିଲିଜ୍ ହୋଇଥିବା ‘ନାଗିନା’ ଫିଲ୍ମରେ ନାଗିନ୍ ଚରିତ୍ରରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିଲେ ଶ୍ରୀଦେବୀ। ଏହି ଫିଲ୍ମରେ ସେ ସାପଙ୍କ ସହ ଷ୍ଟଣ୍ଟ୍ କରିଥିଲେ। ଏପରିକି ଏହି ଫିଲ୍ମ ପାଇଁ ସେ ନିଜ ଆଖିକୁ ବି ବାଜି ଲଗାଇ ଦେଇଥିଲେ। ସ୍ଥିତି ଏମିତି ହୋଇଥିଲା ଯେ, […]
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରିବା ପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ ଏକାଧିକ ବିରୋଧୀ ଦଳ ସମର୍ଥନ କରିଛନ୍ତି। ତେବେ ବିଜେପିର ସହଯୋଗୀ ଦଳ ନୀତୀଶ କୁମାରଙ୍କ ଜେଡିୟୁ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛି। ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଏ ସଂକ୍ରାନ୍ତ ସଂକଳ୍ପ ଆଣିଥିବା ବେଳେ ଜେଡିୟୁ ଏହାକୁ ବିରୋଧ କରିଥିଲା। ଏଥିସହ ଦଳର ସାଂସଦମାନେ ରାଜ୍ୟସଭାରେ କକ୍ଷତ୍ୟାଗ ମଧ୍ୟ କରିଥିଲେ। ଜେଡିୟୁ ମୁଖପାତ୍ର କେସି ତ୍ୟାଗୀ […]
ଶ୍ରୀନଗର: ଜମ୍ମୁ କଶ୍ମୀରରୁ ଧାରା-୩୭୦ ଉଚ୍ଛେଦ ହେବା ପରେ ଆଜି ସମସ୍ତଙ୍କ ମହଁରେ ଗୋଟିଏ କଥା। କଣ ସେହି ଧାରାରେ ? କି ସ୍ୱତନ୍ତ୍ରତା ସେଥିରେ ଅଛି ଯେଉଁଥିପାଇଁ ଆଜି ସାରା ଦେଶବାସୀଙ୍କ ମୁହଁରେ ଗୋଟିଏ ନାଁ-ଧାରା-୩୭୦। ଆସନ୍ତୁ ଜାଣିବା କ’ଣ ଅଛି ଏଇ ଧାରାରେ । ସମ୍ବିଧାନର ଧାରା ୩୭୦ ଅନୁସାରେ ସଂସଦ ଜମ୍ମୁ କଶ୍ମୀରର ସୁରକ୍ଷା, ବିଦେଶ ନୀତି ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ବାବଦରେ ଆଇନ ଆଣି ପାରିବେ। କିନ୍ତୁ ଅନ୍ୟ କୌଣସି […]
ଇସ୍ଲାମାବାଦ: ଆଜି ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି। ଏଥିସହ ଜମ୍ମୁ-କଶ୍ମୀରକୁ ରାଜ୍ୟ ବଦଳରେ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦେବାକୁ ସଂକଳ୍ପ ଆଗତ କରିଛନ୍ତି। ଏହାବାଦ୍ ଜମ୍ମୁ-କଶ୍ମୀରରୁ ଲଦାଖ ମଧ୍ୟ ଅଲଗା ହେବ। ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ଭାରତ ସରକାରଙ୍କ ଏହି ନିଷ୍ପତ୍ତିକୁ ପାକିସ୍ତାନ ରାଷ୍ଟ୍ରପତି ବିରୋଧ କରିଛନ୍ତି। ପାକିସ୍ତାନ ରାଷ୍ଟ୍ରପତି ଟ୍ୱିଟ୍ କରି କହିଛନ୍ତି, “ଭାରତ ସରକାର ପୁଣିଥରେ ଭାରତ […]
ନୂଆଦିଲ୍ଲୀ: ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଆଜି କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରରୁ ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି। ଏଥିସହ ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କରିବାକୁ ନିଷ୍ପତ୍ତି ମଧ୍ୟ ନେଇଛନ୍ତି। ଏହାକୁ ନେଇ ସାରା ଦେଶରେ ମିଶ୍ର ପ୍ରତିକ୍ରିୟା ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୭ ତାରିଖରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଜମ୍ମୁ-କଶ୍ମୀର ସମ୍ପର୍କରେ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ସେ ଦେଶବାସୀଙ୍କ ଜଣାଇବେ। ଏହାପୂର୍ବରୁ ମୋଦି ଏକ ସର୍ବଦଳୀୟ ବୈଠକ ମଧ୍ୟ ଡାକିବେ। ଏଥିସହ […]
ନୂଆଦିଲ୍ଲୀ:ଜମ୍ମୁ ଓ କଶ୍ମୀର ପ୍ରସଙ୍ଗରେ ମୋଦି ସରକାର ନେଇଛନ୍ତି ଏକ ଐତିହାସିକ ନିଷ୍ପତ୍ତି । ଜମ୍ମୁ ଓ କଶ୍ମୀର ଆଉ ଏଣିକ ରାଜ୍ୟ ନୁହେଁ, ହେବ କେନ୍ଦ୍ର ଶାସିତ ଅଞ୍ଚଳ। ଲଦାଖ ଅଲଗା କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପାଇବ। ଜମ୍ମୁ-କାଶ୍ମୀରରେ ବିଧାନସଭା ରହିବ ହେଲେ ଲଦାଖର ବିଧାନସଭା ରହିବ ନାହିଁ । ଆଜି ରାଜ୍ୟସଭାରେ ଏ ସମ୍ପର୍କିତ ପ୍ରସ୍ତାବକୁ ଆଗତ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ସୀମା ପାର ଆତଙ୍କବାଦ ସହ ଆଭ୍ୟନ୍ତରୀଣ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ରାସ୍ତାର କାତ୍ତିଆ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କଟକରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତାହତ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ବୋଲି ଜଣାପଡ଼ିଛି। ଆହତଙ୍କୁ ନିଶ୍ଚିନ୍ତକୋଇଲି ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକ […]
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରିବା ପାଇଁ ଆଜି କେନ୍ଦ୍ର ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ ପୂର୍ବରୁ ଜମ୍ମୁ-କଶ୍ମୀରକୁ ମିଳୁଥିବା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଆଉ ମିଳିବ ନାହିଁ। ଏହି ନିଷ୍ପତ୍ତିକୁ ଉଭୟ ସଂସଦ ଓ ସଂସଦ ବାହାରେ ତୀବ୍ର ବିରୋଧ କରାଯାଉଛି। ଏହାକୁ ନେଇ ଜମ୍ମୁ-କଶ୍ମୀରରେ ଆଇନ୍ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାରୁ ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ସରକାର ଆଉ ୮ ହଜାର ସୁରକ୍ଷାକର୍ମୀଙ୍କୁ ଜମ୍ମୁ-କଶ୍ମୀର ପଠାଇଛନ୍ତି। […]