• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

gajapati
ଖର୍ଚ୍ଚ ନ ହୋଇ ପଡ଼ି ରହିଛି ୭ କୋଟି ୬୨ଲକ୍ଷ ୬୦ହଜାର ଏସଡିସି ଫଣ୍ଡ: ଅଧ୍ୟକ୍ଷ ପଦ ଖାଲି

ଗଜପତି: ଗଜପତି ଜିଲ୍ଲାରେ ଖର୍ଚ୍ଚ ହୋଇପାରିନାହିଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବା ଏସଡିସିର ଫଣ୍ଡ। ଏସ୍‌ଡିସି ଅଧ୍ୟକ୍ଷ ପଦ ଖାଲି ପଡ଼ିଥିବାରୁ ଆସିଥିବା ଟଙ୍କା ଖର୍ଚ୍ଚ ନହୋଇ ପଡ଼ିରହିଛି। ସରକାର ଟଙ୍କା ଦେଉଥିଲେ ମଧ୍ୟ ଏହା ଖର୍ଚ୍ଚ ହୋଇପାରିନାହିଁ। ଆଦିବାସୀଙ୍କ ଉନ୍ନୟନ ତଥା ସେମାନଙ୍କ ସଂସ୍କୃତି ଓ ପରମ୍ପରାର ସୁରକ୍ଷା କରିବା ପାଇଁ ସରକାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବା ଏସ୍‌ଡିସି ଗଠନ କରିଥିଲେ। ହେଲେ ଜିଲ୍ଲା ଆଦିବାସୀଙ୍କ ସମସ୍ୟାର ସମସ୍ୟାର ସମାଧାନ କରାଯାଉ ନଥିବା ଲୋକେ […]

Chocolate Girl Pragyan Paramita
ଚର୍ଚ୍ଚାରେ ଚକୋଲେଟ୍ ଗାର୍ଲ: Odisha's Chocolate Girl Pragyan Paramita

ମୟୂରଭଞ୍ଜ: କିଏ ଡାକ ଟିକଟ ତ କିଏ ଖବର କାଗଜ, ପୁଣି କିଏ କାଗଜ ନୋଟ ସଂଗ୍ରହ କରୁଥିବା କଥା ଆପଣମାନଙ୍କ ନଜରକୁ ଆସିଥିବl ତେବେ ଭିନ୍ନ ଭିନ୍ନ ଦେଶର ଚକୋଲେଟ ଜରି ସଂଗ୍ରହ କରି ରେକର୍ଡ କରିବା ନିଶା ଶୁଣିଛନ୍ତି କି ? ଭାରତ ତଥା ବିଭିନ୍ନ ଦେଶରୁ ଚକୋଲେଟ ଜରି ସଂଗ୍ରହ କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳ ମେଣ୍ଢାଖାଇର ଅଞ୍ଚଳର ଝିଅ ପ୍ରଜ୍ଞା ପରମିତା ମନ୍ତ୍ରୀ […]

coronavirus
ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୫୮,୩୯୦କୁ ବୃଦ୍ଧି

ନୂଆଦିଲ୍ଲୀ: ଦିନକରେ ଦେଶରେ ୬୦ ହଜାର ୯୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ୮୪୮ ଜଣଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ଦେଶରେ କରୋନାଜନିତ ମୋଟ ମୃତ୍ୟୁସଂଖ୍ୟା ୫୮,୩୯୦ରେ ପହଞ୍ଚିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ୬୭ ହଜାର ୩୨୪କୁ ବୃଦ୍ଧି ପାଇଛି। ସେହିଭଳି ମୋଟ ଆକ୍ଟିଭ୍ କେସ୍- ୭,୦୪,୩୪୮ ରହିଛି। ଏପର୍ଯ୍ୟନ୍ତ କରୋନାରୁ ଦେଶରେ ୨୪,୦୪,୫୮୫ […]

pak
ପାକିସ୍ତାନକୁ ଧକ୍କା: ସ୍ୱତନ୍ତ୍ର ବୁଡ଼ାଜାହାଜ ଦେବାକୁ ମନା କରିଦେଲା ଜର୍ମାନ

ବର୍ଲିନ: ଆତଙ୍କବାଦକୁ ନେଇ ପାକିସ୍ତାନ ନିଜର ଚେହେରା ଯେତେ ସଫା କରିବାକୁ ଚାହୁଁଥିଲେ ମଧ୍ୟ ସେଥିରେ ବିଫଳ ହେଉଛି। ଆତଙ୍କବାଦଙ୍କୁ ପ୍ରୋତ୍ସାହନ ଦେଉଥିବା କାରଣରୁ ପାକିସ୍ତାନକୁ ମିଳିଛି ପୁଣି ଏକ ଶକ୍ତ ଧକ୍କା। ଜର୍ମାନ ଚାନ୍‌ସେଲର ଆଞ୍ଜଲା ମେର୍କେଲ ପାକିସ୍ତାନ ନାଭିକୁ ସ୍ୱତନ୍ତ୍ର ବୁଡ଼ାଜାହାଜ AIP ( Air-Independent Propulsion ) ଯୋଗାଇ ଦେବାକୁ ମନା କରି ଦେଇଛନ୍ତି। ନିଜର ନୌସେନାକୁ ଶକ୍ତିଶାଳୀ କରିବା ପାଇଁ ପାକିସ୍ତାନ ଏହି ସ୍ୱତନ୍ତ୍ର ବୁଡ଼ାଜାହାଜ ଯୋଗାଇ ଦେବାକୁ ଜର୍ମାନକୁ ଅନୁରୋଧ […]

kim jong
ପୁଣି କୋମାରେ ଉତ୍ତର କୋରିଆ ମୁଖ୍ୟ କିମ୍‌ ଜୋଙ୍ଗ ଉନ୍ ?

ନୂଆଦିଲ୍ଲୀ: ଉତ୍ତର କୋରିଆ ମୁଖ୍ୟ କିମ୍‌ ଜୋଙ୍ଗ ଉନ୍‌(Kim Jong-un)ଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ଗୁରୁତର ହୋଇଥିବା ଶୁଣିବାକୁ ମିଳିଛି। ଦକ୍ଷିଣ କୋରିଆ ପୂର୍ବତନ ରାଷ୍ଟ୍ରପତିଙ୍କର ଜଣେ ସହାୟକ ଚାଙ୍ଗ ସଙ୍ଗ-ମିନ୍‌ ଏ ନେଇ ସୂଚନା ଦେଇଛନ୍ତି। ସେ ଦାବି କରିଛନ୍ତି, କିମ୍‌ ଜୋଙ୍ଗ କୋମାରେ ଅଛନ୍ତି ଏବଂ ସେଥିପାଇଁ ତାଙ୍କର ଭଉଣୀ କିମ୍‌ ୟୋ-ଜୋଙ୍ଗଙ୍କୁ କ୍ଷମତା ଦିଆଯାଇଛି। ସାଉଥ୍‌ କୋରିଆ ମିଡିଆକୁ ଏକ ସାକ୍ଷାତ ଦେଇ ଏ ଚାଙ୍ଗ କହିଛନ୍ତି, ସେ କୋମାରେ ଅଛନ୍ତି। ତାଙ୍କ ପରେ […]

pitam-padhee
ଓଡ଼ିଶାର ପୁଣି ଜଣେ ବିଧାୟକଙ୍କୁ କରୋନା

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗି ବିଧାୟକ ପିତମ ପାଢ଼ୀ କରୋନାରେ ସଂକ୍ରମିତ ହୋଇଛନ୍ତି। ନିଜେ ବିଧାୟକ ଏନେଇ ତାଙ୍କ ଫେସବୁକ୍ ଆକାଉଣ୍ଟରେ ସୂଚନା ଦେଇଛନ୍ତି। କରୋନା ପଜିଟିଭ ଚିହ୍ଟଟ ହେବା ପରେ ସେ ହୋମ କ୍ୱାରେଣ୍ଟିନରେ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି ବିଧାୟକ। ଏଥିସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କରୋନା ଟେଷ୍ଟ କରାଇନେବା ପାଇଁ ପଟାଙ୍ଗି ବିଧାୟକ ପରାମର୍ଶ ଦେଇଛନ୍ତି। ଏହା ପୂର୍ବରୁ ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗି କରୋନାରେ ଆକ୍ରାନ୍ତ ହୋଇଥିଲେ। କରୋନା […]

cinbd
Corona Death in Odisha: ରାଜ୍ୟରେ ୨୪ ଘଣ୍ଟାରେ ଆଖି ବୁଜିଲେ ୯ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୯ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୨୮ ସୂଚନାଥାଉ କି, ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨, ୭୫୨ କରୋନା ରୋଗୀ।  ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ  ସୂଚନା […]

sameer-das
ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରକାଶିତ ହେବ ଯୁକ୍ତ ଦୁଇ କଳା ରେଜଲ୍ଟ

ଭୁବନେଶ୍ୱର: ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଯୁକ୍ତ ଦୁଇ କଳା ରେଜଲ୍ଟ ପ୍ରକାଶ ପାଇବ। +2 କଳା ସହିତ ଧନ୍ଦାମୂଳକ ପରୀକ୍ଷା ଫଳ ବି ପ୍ରକାଶ ପାଇବ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି। ପୂର୍ବରୁ ଅଗଷ୍ଟ ଶେଷରେ କଳା ରେଜଲ୍ଟ ବାହାରିବା ନେଇ ଘୋଷଣା କରାଯାଇଥିଲା। କିନ୍ତୁ CHSEର ୨ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ବିଳମ୍ବ ହୋଇଥିବା ସୂଚନା ମିଳିଛି। ପୂର୍ବରୁ […]

coronsaviryd
ରାଜ୍ୟରୁ ଚିହ୍ନଟ ହେଲେ ୨, ୭୫୨ କରୋନା ରୋଗୀ, ଖୋର୍ଦ୍ଧାରୁ ସର୍ବାଧିକ ୪୨୩

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦ ଜିଲ୍ଲାରୁ ଚିହ୍ନଟ ହେଲେ ୨, ୭୫୨ କରୋନା ରୋଗୀ।  ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ  ସୂଚନା ଦିଆଯାଇଛି। କ୍ୱରେଣ୍ଟିନ୍‌ରୁ ୧, ୭୦୮ ଏବଂ ଲୋକାଲ କେସ ୧୦୪୪ । ଖୋର୍ଦ୍ଧାରୁ ସବାଧିକ ୪୨୩ ଜଣ ଚିହ୍ନଟ ହୋଇଛନ୍ତି। କଟକରୁ ୨୪୭ ଏବଂ ଗଞ୍ଜାମରୁ ୨୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ଟିଭ କେସ୍‌ ୨୬, […]

rain
ମୌସୁମୀ ପରଠୁ ଏପର୍ଯ୍ୟନ୍ତ ୭ଟି ଲଘୁଚାପ ହେଲାଣି; କେବଳ ଅଗଷ୍ଟରେ ୫, ତଥାପି ବର୍ଷା କମ୍

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଆରମ୍ଭ ହୋଇଯାଇଛି। ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି।  ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ ଜିଲ୍ଲାରେ ବର୍ଷା ଜାରି ରହିଛି। ସେହିପରି ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଓ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ଦେବଗଡ଼, ସୁନ୍ଦରଗଡ଼, ସୁବର୍ଣ୍ଣପୁରରେ ମଧ୍ୟ ବର୍ଷା ହୋଇଛି। ରାଜ୍ୟରେ […]

chitrokonda
ନିଜ ଅଧିକାର ପାଇଁ ତାତିଲେ ସ୍ୱାଭିମାନ ଅଞ୍ଚଳବାସୀ; କୋଭିଡ କଟକଣା ଭୁଲିଗଲେ

ମାଲକାନଗିରି: କୋଭିଡ କଟକଣାକୁ ବେଖାତିର କରି ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ସିପିଆଇଏମ ପକ୍ଷରୁ ମେଳି ହୋଇଛି। ଗଜଳମାମୁଡ଼ିରେ ଚିତ୍ରକୋଣ୍ଡାର ଅଂଚଳରେ ବିଭିନ୍ନ ସମସ୍ୟାକୁ ନେଇ ମେଳି ଓ ଶୋଭାଯାତ୍ରା ହୋଇଛି। ବିଭିନ୍ନ ସମସ୍ୟାକୁ ନେଇ ସେମାନେ ସ୍ଲୋଗାନ ଦେଇଥିଲେ। ୯ ଟି ପଞ୍ଚାୟତର ୪୦ ପ୍ରତିଶତ ପରିବାର ରାସନ କାର୍ଡ ପାଇନାହାନ୍ତି। ଏନେଇ ବାରମ୍ବାର ଆବେଦନ କରିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତ ଚିତ୍ରକୋଣ୍ଡାବାସୀ। କରୋନା ମହାମାରୀ ସମୟରେ ପିଲାଙ୍କ ପାଠପଢ଼ା […]

flood
ରାଜ୍ୟରେ ବନ୍ୟା ଆଶଙ୍କାକୁ ନେଇ କ'ଣ କହିଲେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ?

ଭୁବନେଶ୍ୱର: ଏପଟେ ଲଘୁଚାପ ବର୍ଷା ଜାରି ରହିଥିଲେ ବି ରାଜ୍ୟରେ ବନ୍ୟାର ଆଶଙ୍କା ନାହିଁ। ଅନେକ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଥିବା କହିଛନ୍ତି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋର୍ତିମୟ ରଥ। ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ଆଜି ବର୍ଷା ହେବ। କିନ୍ତୁ ନଦୀରେ ବନ୍ୟା ଆଶଙ୍କା ନାହିଁ। ଅଧିକାଂଶ ନଦୀ ବିପଦ ସଙ୍କେତ ତଳେ ରହିଛି। କେବଳ ଜଳକା ନଦୀରେ ବିପଦ ସଂକେତ ପାଖା ପାଖି ନଦୀର ଜଳ ସ୍ତର […]

vlcsnap-error826-1
ଗରିବୀ ସାଙ୍ଗକୁ ରୋଗର ଦାଉ : ଖଟିଆରେ ପଡ଼ି ପଡ଼ି ଛଟପଟ୍ ହେଉଛନ୍ତି ବାବୁଲା ଦାସ୍

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ) : ଗରିବୀ ସାଙ୍ଗକୁ ରୋଗର ଦାଉ । ଜୀବନ ଜିଇଁବା ପାଇଁ ସଂଘର୍ଷ ଚାଲିଛି ।  ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଦୀର୍ଘ ଛ ମାସ ହେଲା ସ୍ନାୟୁ ରୋଗରେ ପୀଡିତ ହୋଇ ଗରିବ…

Corona Vaccine Update
Corona Vaccine Update: କରୋନାକୁ ମାତ୍‌ ଦେବ ଆମେରିକାର ନାଜାଲ ଭାକ୍ସିନ

ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନ୍ ପାଇଁ ବିଭିନ୍ନ ଦେଶ ପକ୍ଷରୁ ଟିକା ପ୍ରସ୍ତୁତ କରାଯାଉଥିବାବେଳେ ଆମେରିକାର ନାଜାଲ ଭ୍ୟାକସିନକୁ (Nasal Vaccine)  ନେଇ ଏବେ ସବୁଆଡେ ଚର୍ଚ୍ଚା । ପ୍ରାଥମିକ ପର୍ଯ୍ୟାୟରେ ମୂଷା ଠାରେ ଏହି ଟିକା ସଫଳତାର ସହ ପରୀକ୍ଷା ପରେ ଏହା ଶକ୍ତିଶାଳୀ କରୋନା ପ୍ରତିରୋଧୀ କ୍ଷମତା ସୃଷ୍ଟି କରୁଥିବା ସେଣ୍ଟ୍ ଲୁଇସ୍ ସ୍ଥିତ ଓ୍ୱାଶିଙ୍ଗଟନ ୟୁନିଭର୍ସିଟି ସ୍କୁଲ ଅଫ୍ ମେଡିସିନର ଗବେଷକ ମାନେ ଦାବି କରିଛନ୍ତି। ଆଗାମୀ ଦିନରେ ଏହା ମାଙ୍କଡ଼ ଜାତୀୟ ଜୀବ […]

jammu
ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା: ଆଜି ଦାଖଲ ହେବ ଚାର୍ଜସିଟ୍

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଏନଆଇଏ ପକ୍ଷରୁ ଆଜି ଚାର୍ଜସିଟ୍ ଦାଖଲ କରାଯିବ । ଏ ନେଇ ଆଜି ଏନଆଇଏ ଟିମ୍ ଜମ୍ମୁକୋର୍ଟରେ ପହଞ୍ଚିଛନ୍ତି । ଜୈସ ଏ ମହମ୍ମଦ ଆତଙ୍କବାଦୀ ସଂଗଠନ ମୁଖ୍ୟ ମାସୁଦ ଆଝାର ଓ ତାର ଭାଇ ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ବୋଲି ଚାର୍ଜସିଟରେ ଉଲ୍ଲେଖ ରହିଥିବା ସୂଚନା ମିଳିଛି । ଆତଙ୍କବାଦୀମାନେ କିପରି ଏଭଳି ଆକ୍ରମଣ କରିଥିଲେ, ଏଥିପାଇଁ କିପରି ପାକିସ୍ତାନରେ ଯୋଜନା ପ୍ରସ୍ତୁତ ହୋଇଥିଲା ଏନେଇ ବିସ୍ତୃତ […]

raina
ସୁଶାନ୍ତଙ୍କ ପାଇଁ ନ୍ୟାୟ ମାଗିଲେ ରାଇନା, ଶେୟାର କଲେ ଏମିତି ଇମୋଶନାଲ ଭିଡିଓ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ମନେ ପକାଇ ସୋସିଆଲ୍‌ ମଡିଆରେ ଭାବପ୍ରବଣଭରା ପୋଷ୍ଟ କଲେ କ୍ରିକେଟର୍ ସୁରେଶ ରାଇନା। ସୁଶାନ୍ତ ପ୍ରକୃତରେ ଆମମାନଙ୍କ ପାଇଁ ଏକ ପ୍ରରଣା ଥିଲେ। ସେ ସବୁବେଳେ ଲୋକମାନଙ୍କ ହୃଦୟରେ ରହିବେ ବୋଲି ଟ୍ୱିଟ୍ କରିଛନ୍ତି ରାଇନା। ଏଥିସହିତ ସୁଶାନ୍ତଙ୍କ ପାଇଁ  ସେ ନ୍ୟାୟ ଦାବି କରିଛନ୍ତି। ସେ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି “ଭାଇ, ତୁମେ ସବୁବେଳେ ଆମ ହୃଦୟରେ ରହିବ। ତୁମ ଫ୍ୟାନ୍‌ ତୁମକୁ ସବୁଠୁ ଅଧିକା ମନେ […]

cm-naveen
NEET ଓ JEE ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: NEET ଓ JEE ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ଘୁଞ୍ଚାଇବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ନବୀନ। କରୋନା ଯୋଗୁ ପରୀକ୍ଷା କେନ୍ଦ୍ର ଯାଇ ପରୀକ୍ଷା ଦେବା ନିରାପଦ ନୁହେଁ, ବିଭିନ୍ନ ସ୍ଥାନରେ ସଟ୍ ଡାଉନ୍ ଓ ଲକ୍ ଡାଉନ୍ ମଧ୍ୟ ଯାତାୟାତରେ ସମସ୍ୟା କରିବ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି। ଏଥିସହିତ ଓଡ଼ିଶାର […]

naveen
କୋଭିଡ ସହାୟତା ପ୍ୟାକେଜକୁ ଅନୁମୋଦନ; ଅଣୁ ଓ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ମିଳିବ ଋଣ

ଭୁବନେଶ୍ୱର: କରୋନାରେ କ୍ଷତିଗ୍ରସ୍ତ ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର କୋଭିଡ୍-୧୯ ସହାୟତା ପ୍ୟାକେଜ୍‌କୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ୟାକେଜ୍‌ରେ ଗ୍ରାମାଞ୍ଚଳର ଗରିବ, ଅତିଗରିବ ଓ ପ୍ରବାସୀଙ୍କ ପାଇଁ ୪ ପ୍ରକାର ବ୍ୟବସ୍ଥା ହୋଇଛି। ଅଣୁ ଓ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ ୫୦ ହଜାର ପର୍ଯ୍ୟନ୍ତ  ଋଣ ବ୍ୟବସ୍ଥା କରାଯାଇଛି। ଏସ୍ଏଚ୍‌ଜି ସଭ୍ୟା କିମ୍ବା ପରିବାରର ସଦସ୍ୟ ଏହି ଋଣ ନେଇପାରିବେ। କୃଷି, ଅଣକୃଷି କ୍ଷେତ୍ରରେ ଗଠିତ ଗୋଷ୍ଠୀଙ୍କୁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ […]