ୱାଶିଂଟନ୍: ଆମେରିକାର ଡେମୋକ୍ରାଟିକ୍ ପାର୍ଟିର ୨୦୨୦ ରାଷ୍ଟ୍ରପତି ପ୍ରାର୍ଥୀ ତଥା ଆମେରିକା କଂଗ୍ରେସର ପ୍ରଥମ ହିନ୍ଦୁ ମହିଳା ତୁଲସୀ ଗାବାର୍ଡ ‘ଗୁଗୁଲ୍’ ଉପରେ ୫୦ ମିଲିୟନ ଡଲାରର ମକଦ୍ଦମା ରୁଜୁ କରିଛନ୍ତି। ତାଙ୍କ ୨୦୨୦ ନିର୍ବାଚନ ପ୍ରଚାରରେ ଗୁଗୁଲ୍ ଭେଦଭାବ କରୁଥିବାରୁ ଓ ତାଙ୍କ ବାକ୍ ଅଧିକାର ଉପରେ ରୋକ ଲଗାଉଥିବାରୁ ତୁଲସୀ ଏଭଳି ମାମଲା ରୁଜୁ କରିଛନ୍ତି। ତୁଲସୀ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ। ୩୮ ବର୍ଷୀୟ ତୁଲସୀ ହାୱାଇରୁ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। […]
ଅନୁଗୋଳ (ବିରଜା ଦାଶ): ଜଣେ ନାବାଳିକା ଦୁଷ୍କର୍ମକାରୀ ତଥା ହତ୍ୟାକାରୀକୁ ଆଜି ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଅନୁଗୋଳ ‘ପକ୍ସୋ’ କୋର୍ଟ। ବିଚାରପତି ସୁରେଶ ଚନ୍ଦ୍ର ପ୍ରଧାନ ଏହି ମାମଲାର ବିଚାର କରି ଅଭିଯୁକ୍ତ ଅନାମ ଦେହୁରୀକୁ ଏହି ଦଣ୍ଡ ଦେଇଛନ୍ତି। ୩୬ ଜଣ ସାକ୍ଷୀଙ୍କ ବୟାନ ଆଧାରରେ କୋର୍ଟ ଏହି ରାୟ ଶୁଣାଇଛନ୍ତି। ଏମିତି ଥିଲା ଘଟଣା ଜାନୁଆରୀ ୨୦ ତାରିଖରେ ନାବାଳିକା ତାଙ୍କ ବାପାଙ୍କ ପାଖକୁ ଖାଦ୍ୟ ଧରି ଯାଉଥିଲା। ନାବାଳିକାକୁ ଏକୁଟିଆ ପାଇ ଅଭିଯୁକ୍ତ […]
ସମ୍ବଲପୁର: ସମ୍ବଲପୁରରେ ଜୟଶ୍ରୀ ନିଖୋଜ ମାମଲାର ୮ ବର୍ଷ ପରେ ପୁଣି ଥରେ ଆରମ୍ଭ ହୋଇଛି ଖୋଳତାଡ଼। ପୁଲିସ ଅଭିଯୁକ୍ତ ବସନ୍ତ ପଣ୍ଡାଙ୍କୁ ଗିରଫ କରିଛି। ଅଭିଯୁକ୍ତର ବୟାନ ଆଧାରରେ ଖୋଜାଖୋଜି କରିବା ପରେ ଖପୁରୀର କିଛି ଅଂଶକୁ ଜବତ କରାଯାଇଛି। ସାଇଣ୍ଟିଫିକ୍ ଟିମ୍ ଓ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଏହାକୁ ଯାଞ୍ଚ କରାଯାଉଛି। ୨୦୧୧ ଅକ୍ଟୋବର ୧୩ ତାରିଖରେ ଜୟଶ୍ରୀ ନିଖୋଜ ହୋଇଯାଇଥିଲେ । ଏନେଇ ମାମଲା ରୁଜୁ କରାଯାଇଥିଲା। ତେବେ ତଦନ୍ତରେ ଅଗ୍ରଗତି ନହେବାରୁ ଗତ […]
କଟକ: କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଭାଇ ଅନୁପ୍ରାସଙ୍କ ବିରୋଧରେ ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଏଯାଏ ପ୍ରମାଣିତ ହୋଇ ପାରିନାହିଁ । ଏନେଇ କଟକ ଡିସିପି ସୂଚନା ଦେଇଛନ୍ତି । ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି, ଏହି ମାମଲାରେ ମୋଟ୍ ୬ଜଣ ପ୍ରତ୍ୟକ୍ଷଦର୍ଶୀଙ୍କ ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି। ଏଥିସହ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯାଇଛି। ଏଥିରୁ ଅଭିଯୋଗକାରିଣୀଙ୍କ ସହ ଅନୁଭବ ଓ ଅନୁପ୍ରାସଙ୍କର କେବଳ ପାଟିତୁଣ୍ଡ ହୋଇଥିଲା ଏବଂ […]
ଭୁବନେଶ୍ୱର: ରାଜ୍ୟ ସଚିବାଳୟରେ ନବନିଯୁକ୍ତ ASOଙ୍କ ପ୍ରଶିକ୍ଷଣ ଶିବିର ଆଜିଠାରୁ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବା ସହ ମନୋନୀତ ୫୦୦ ଜଣ ASOଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ନବନିଯୁକ୍ତ ଏଏସ୍ଓଙ୍କୁ ଉଦ୍ବୋଧନ ଦେବା ସହ ସେମାନଙ୍କୁ ନିଷ୍ଠାର ଲୋକଙ୍କ ସେବା କରିବାକୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ସୂଚନାଥାଉ କି, ନବନିଯୁକ୍ତ ASOଙ୍କ ମଧ୍ୟରେ ୫ ଜଣ IITରୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆଜିର ଏହି ଉତ୍ସବରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର […]
ଯାଜପୁର: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଧାନ କ୍ଷେତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା କୋରାଇ ବ୍ଲକ ରହେମାନପୁର ଗାଁରେ ଏହି ଅଘଟଣ ଘଟିଛି। ମୃତକଙ୍କ ନାଁ ରବି ମଳିକ। ସୂଚନା ଅନୁସାରେ, ଗତକାଲି ଭୋର ସମୟରେ ରବି ବିଲକୁ ଧାନ କାଟିବା ପାଇଁ ଯାଇଥିବା ବେଳେ ବିଲରେ ଛିଡ଼ି ପଡିଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଧାନ […]
ସୋର: ସୋରରେ ସିରିଜ୍ ଦୁର୍ଘଟଣା। ଗୋଟିଏ ପରେ ଗୋଟିଏ ଏହିପରି ୩ଟି ଦୁର୍ଘଟଣା ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲା ସୋରରେ ଘଟିଛି। ସୂଚନା ଅନୁସାରେ, ରାତି ପ୍ରାୟ ୩ଟା ସମୟରେ ଛପୋଲିଆ ନିକଟରେ ଏକ କାର୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଏଥିରେ ୨ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଖବର ପାଇ ସେମାନଙ୍କୁ ଉଦ୍ଧାର କରିବାକୁ ପୁଲିସ୍ ଗାଡ଼ି ପହଞ୍ଚିଥିଲା। ଉଦ୍ଧାର କାର୍ଯ୍ୟ ଚାଲୁଥିବା ସମୟରେ ଛିଡ଼ା ହୋଇଥିବା ପୁଲିସ୍ ଗାଡିକୁ ଆଉ ଏକ […]