ଭୁବନେଶ୍ୱର: ସ୍ଥଳଭାଗ ଛୁଇଁଲା ଘୂର୍ଣ୍ଣିଝଡ଼ ‘ପେତାଇ’। ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ କାଟ୍ରେନିକୋଣା ନିକଟରେ ‘ପେତାଇ’ ସ୍ଥଳଭାଗ ଛୁଇଁଛି । ତେବେ ସ୍ଥଳଭାଗ ଛୁଇଁବା ପୂର୍ବରୁ ସମୁଦ୍ରରେ ଏହା ଦୁର୍ବଳ ହୋଇ ବାତ୍ୟା ରୂପରେ ସ୍ଥଳଭାଗ ଛୁଇଁଛି। ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ପେତାଇକୁ ମୁକାବିଲା କରିବା ପାଇଁ ଆନ୍ଧ୍ରପ୍ରଦେଶରେ ସରକାର ତତ୍ପର ହୋଇଛନ୍ତି। ୧୨ଟି NDRF ଟିମ୍ ମହଜୁଦ ରହିବା ସହ ୬ଟି ଜିଲ୍ଲାର ୩୫୦ ଗାଁର […]
ଯାଜପୁର: ଭିନ୍ନକ୍ଷମ ହେଲେ ବି ସେମାନେ ସକ୍ଷମ। ଆଉ ସେଥିପାଇଁ ଯାଜପୁର ଜିଲ୍ଲାର ଦୁର୍ଗମ ଝାଲପଡା ଗ୍ରାମରୁ ବାହାରି ସଂସଦ ଭବନରେ ଦେଖାଇ ପାରିଛନ୍ତି ନିଜର ଜଲୱା । ଦୁଇ ଦିବ୍ୟାଙ୍ଗ ଭାଇ ଭଉଣୀଙ୍କ ନୃତ୍ୟ ଦେଖି ସ୍ତବ୍ଧ ହୋଇଯାଇଛନ୍ତି ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ଅନ୍ୟମାନେ। ଏମାନେ ହେଲେ ସତ୍ୟବ୍ରତ ସାହୁ ଓ ତାଙ୍କ ଭଉଣୀ ସାଗରିକା। ଝାଲପଡ଼ା ବିପ୍ରଚରଣ ସାହୁଙ୍କ ତିନି ସନ୍ତାନ। ସାନ ପୁଅ-ଝିଅ ସତ୍ୟବ୍ରତ ଓ ସାଗରିକାକୁ ନେଇ ତାଙ୍କର ଚିନ୍ତା। ଦୁହେଁ ଭିନ୍ନକ୍ଷମ। […]
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତର ସବୁ ପ୍ରସ୍ତୁତି ଶେଷ ହୋଇଛି। ସୋମବାର ରାତିରେ ଭାରତୀୟ ଟିମ୍ ୱେଷ୍ଟଇଣ୍ଡିଜ୍ ଗସ୍ତ କରିବ। ତେବେ ଏହା ପୂର୍ବରୁ ଭାରତର ପୂର୍ବତନ ମହାନ୍ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କର ଗସ୍ତ ପାଇଁ ଟିମ୍ ଚୟନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି। ଗାଭାସ୍କର ସିଧାସଳଖ ଚୟନକମିଟି ଅଧ୍ୟକ୍ଷ ଏମଏସକେ ପ୍ରସାଦଙ୍କ ଉପରେ ଅଙ୍ଗୁଳି ଉଠାଇଛନ୍ତି। ବିଶ୍ୱକପ୍ ସେମିଫାଇନାଲରେ ଭାରତର ପରାଜୟ ପରେ ବିରାଟ୍ କୋହଲିଙ୍କୁ ସ୍ୱାଭାବିକ ଭାବେ କ୍ୟାପଟେନ୍ ପଦରେ ରଖିବା ନେଇ […]
ଭୁବନେଶ୍ୱର: ରାଜଧାନୀରେ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। ଏଟିଏମ୍ ଲୁଟ୍, ସୁନା ଅଳଙ୍କାର, ଟଙ୍କା, ବାଇକ୍, ମୋବାଇଲ୍ ଇତ୍ୟାଦି ଲୁଟ୍ ଚାଲିଥିବା ବେଳେ ଏହା ଭିତରେ ଲୁଟେରାମାନେ ଲୁଟ୍ ପାଇଁ ଆଉ ଏକ ଅଭିନବ ଉପାୟ ଆପଣାଇଛନ୍ତି। ମ୍ୟାଜିକ୍ ପେନ୍ରେ ଚାଲିଛି ଲକ୍ଷାଧିକ ଟଙ୍କା ଲୁଟ୍। ଆପଣ ନିଶ୍ଚୟ ଭାବୁଥିବେ କି ମ୍ୟାଜିକ୍ ପେନ୍ରେ କେମିତି କେହି ଜଣେ ଲୁଟ୍ କରିପାରିବ। ତାହା ବି ପୁଣି ଲକ୍ଷାଧିକ ଟଙ୍କା। ତେବେ ପଢ଼ନ୍ତୁ ଏହି ଘଟଣା। ଭୁବନେଶ୍ୱର ଲକ୍ଷ୍ମୀସାଗର […]
ନୂଆଦିଲ୍ଲୀ: ସୈନିକ ସ୍କୁଲ ଖୋଲିବ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ (ଆର୍ଏସ୍ଏସ୍)। ଆସନ୍ତା ବର୍ଷ ଏପ୍ରିଲରୁ ଏହି ସ୍କୁଲ ଆରମ୍ଭ ହେବ। ଏହି ସ୍କୁଲ ଖୋଲିବାର ମୂଳ ଉଦ୍ଦେଶ୍ୟ ଆଗାମୀ ଦିନରେ ଭଲ ଆର୍ମି ଅଫିସର ବାହାର କରିବା । ଏଥିପାଇଁ ପାଠ ପଢ଼ିବା ବେଳେ ସମସ୍ତ ପ୍ରକାର ପ୍ରଶିକ୍ଷଣ ଦିଆଯିବ। ଆରଏସଏସ ଦ୍ୱାରା ପରିଚାଳିତ ହେବାକୁ ଥିବା ଏହି ସ୍କୁଲର ନାମ ରାଜ୍ଜୁ ଭୈୟା ସୈନିକ ବିଦ୍ୟା ମନ୍ଦିର ରହିବ। ରାଜେନ୍ଦ୍ର ସିଂହ ଓରଫ ରାଜ୍ଜୁ ଭୈୟା […]
ସୁନ୍ଦରଗଡ଼: ସୁନ୍ଦରଗଡ଼ ଲେଫ୍ରିପଡା ଥାନା ଉଜ୍ଜଳପୁର ବାଇପାସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଦ୍ୱୟ ହେଲେ ଉଜ୍ଜଳପୁର ଭାଲୁପତ୍ର ଅଂଚଳର ନିରଞ୍ଜନ ସାହୁ ଓ ପ୍ରଦୀପ ଚୌଧୁରୀ । ଉଜ୍ଜ୍ୱଳପୁର ବାଇପାସ ନିକଟରେ ଏକ ଟ୍ରକ ଛିଡା ହୋଇଥିଲା। ରବିବାର ରାତି ପ୍ରାୟ ସାଢେ ୧୧ଟାରୁ ୧୨ଟା ମଧ୍ୟରେ ନିରଞ୍ଜନ ଓ ପ୍ରଦୀପ ବାଇକ୍ରେ ଘରକୁ ଫେରୁଥିଲେ। ଦ୍ରୁତ ଗତିରେ ଆସୁଥିବାବେଳେ ଛିଡା ହୋଇଥିବା ଏହି ଟ୍ରକ […]
ବେଙ୍ଗାଲୁରୁ: କର୍ଣ୍ଣାଟକରେ ନାଟକର ଆଜି ଶେଷ ଅଙ୍କ । ଆଜି ବିଧାନସଭାରେ ବହୁମତର ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ବି. ଏସ୍. ୟେଦୁରପ୍ପା । ତାଙ୍କ ପାଖରେ ଆବଶ୍ୟକ ସଂଖ୍ୟା ଅଛି ବୋଲି ସେ ବେଶ୍ ଦୃଢ଼ତାର ସହିତ କହିଛନ୍ତି । ଏହା ସହ କଂଗ୍ରେସ ଜେଡିଏସ୍ ସରକାର ଦ୍ୱାରା ଅର୍ଥ ବିଲ୍କୁ ସେ ଯଥାରୀତି ଗୃହରେ ଉପସ୍ଥାପନ କରିବେ ବୋଲି କହିଛନ୍ତି। ଆସ୍ଥା ଭୋଟରେ ବିଜେପି ବିଜୟୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। କାରଣ ବିଜେପିର ନିଜ ବିଧାୟକ […]
ନୂଆପଡ଼ା : ଗାଁକୁ ରାସ୍ତା ନାହିଁ। ତେଣୁ ପ୍ରସୂତିଙ୍କୁ ଷ୍ଟ୍ରେଚରରେ ଅଣ୍ଟେ ପାଣିରେ ନଦୀ ପାର କରାଇ ଡାକ୍ତରଖାନା ନେଲେ ଗାଁ ଲୋକ। ଏପରି ଘଟଣା ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ରେ ଘଟିଛି। ଗତକାଲି ଚିତାରମା ଗାଁର ବିଜେଶ୍ୱର ଚିନ୍ଦାଙ୍କ ପତ୍ନୀ ନିରୁ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ। ଗାଁକୁ ରାସ୍ତା ନାହିଁ ଓ ବର୍ଷା ଲାଗି ରହିଥିବାରୁ ପତ୍ନୀଙ୍କୁ ମେଡିକାଲ୍ କେମିତି ନେବେ? ଏହାକୁ ନେଇ ବିଜେଶ୍ୱର ଚିନ୍ତାରେ ପଡ଼ିଯାଇଥିଲେ। ଶେଷରେ କୌଣସି ଉପାୟ ନପାଇ ସେ ଗାଁ […]
ଝାରସୁଗୁଡ଼ା: ଗାଡ଼ି ଡିକି ଭାଙ୍ଗି ଟଙ୍କା ଲୁଟ୍ପାଟ୍ କରୁଥିବା ଏକ ଗ୍ୟାଙ୍ଗକୁ ଝାରସୁଗୁଡ଼ା ପୁଲିସ୍ ଗିରଫ କରିଛି। ଲୁଟପାଟ ସମୟର ସମସ୍ତ ଘଟଣା ସିସିଟିଭିରେ କଏଦ୍ ହୋଇଛି ଚୋରି ସମୟର ଭିଡିଓ ଫୁଟେଜ୍। ସୁନ୍ଦରଗଡ଼ ଟାଉନ ଥାନା ସୁନାରୀପଡ଼ା ଛକରେ ଗତ ୨୨ ତାରିଖ ଦିନ ୧୧ଟା ସମୟରେ ଏହି ଲୁଟପାଟ୍ ହୋଇଥିଲା। ସିସିଟିଭିରେ କଏଦ୍ ହୋଇଥିବା ଭିଡିଓରେ ୩ ଜଣ ଚୋର ପୂରା ଯୋଜନାବଦ୍ଧ ଭାବେ ଆସି ଟଙ୍କା ଚୋରି କରୁଥିବାର ଦେଖାଯାଉଛି। ଆଉ ଜଣେ […]
ଭୁବନେଶ୍ୱର: ବରିଷ୍ଠ ନାଗରିକଙ୍କ ସୁରକ୍ଷା ପ୍ରସଙ୍ଗ ନେଇ ଆଜି ବିଧାନସଭାରେ ଉଦ୍ବେଗ ପ୍ରକାଶ ପାଇଛି। ପ୍ରଶ୍ନକାଳରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ। ବିରୋଧୀଙ୍କ ପ୍ରଶ୍ନର ଉତ୍ତରରେ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ମାଆ ବାପାଙ୍କୁ ଅତ୍ୟାଚାର ନେଇ ରାଜ୍ୟରେ ୨୮୬ଟି ମାମଲା ରୁଜୁ ହୋଇଛି । ତା ମଧ୍ୟରୁ ୧୧୯ଟି ମାମଲା ଫଇସଲା ହୋଇଛି । ପୁରୀ ଜିଲ୍ଲାର ଜଣଙ୍କୁ ଏହି ମାମଲାରେ ଦଣ୍ଡିତ କରାଯାଇଥିବା ଶ୍ରୀ ପଣ୍ଡା […]
ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ବର୍ତ୍ତମାନ ଏହା ଗଭୀର ଅବପାତରେ ପରିଣତ ହୋଇ ଦକ୍ଷିଣ-ଦକ୍ଷିଣ ପୂର୍ବ ଚେନ୍ନାଇ ଠାରୁ ୧୦୪୦ କିଲୋମିଟର ଦୂରରେ ଓ ଦକ୍ଷିଣ-ଦକ୍ଷିଣ ପୂର୍ବ ମାଛଲିପଟନମ୍ (ଆନ୍ଧ୍ରପ୍ରଦେଶ) ଠାରୁ ୧୨୧୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଆଜି ଏହା ଘୂର୍ଣ୍ଣିଝଡ଼ ବା ବାତ୍ୟାର ରୂପ ନେବ ବୋଲି ଆଶଙ୍କା କରାଯାଉଛି। ଫଳରେ ଏହାର ପ୍ରଭାବରେ ଆସନ୍ତାକାଲି […]
ରାୟଗଡ଼ା:ଲଗାଣ ବର୍ଷା ଯୋଗୁ ବେହାଲ ହୋଇପଡ଼ିଛି ରାୟଗଡ଼ା । ପ୍ରବଳ ବର୍ଷା ଯୋଗୁ କଲ୍ୟାଣୀ ଓ ନାଗାବଳୀ ନଦୀରେ ଜଳସ୍ତର ବୃଦ୍ଧିପାଉଛି। ପ୍ରଖର ସ୍ରୋତରେ କଲ୍ୟାଣୀ ନଦୀର ପୋଲ ଧୋଇଯାଇଛି। କଲ୍ୟାଣସିଂହପୁରରେ କଲ୍ୟାଣୀ ନଦୀରେ ଥିବା ସ୍ଥାୟୀ ପୋଲ ୨୦୧୭ରେ ଭାଙ୍ଗିଯାଇଥିଲା । ଲୋକେ ଯାତାୟାତ ସୁବିଧା ପାଇଁ ଏକ ଅସ୍ଥାୟୀ ମାଟି ପୋଲ ନିର୍ମାଣ କରିଥିଲେ। ଏବେ ବନ୍ୟର ଯୋଗୁ ଏହି ଅସ୍ଥାୟୀ ପୋଲ ଭାସି ଯାଇଛି। ପୋଲ ଉପରେ ୫ ଫୁଟର ପାଣି ଚାଲୁଛି। ଫଳରେ ଯାତାୟାତ […]
ସୋନପୁର: ପୋଲିସ ହେପାଜତରୁ ଫେରାର୍ ହୋଇଯାଇଛି ଚୋର। ଚୋରକୁ ଧରି ଫେରିବା ବାଟରେ ପୁଲିସ ବାବୁଙ୍କୁ ଥକ୍କା ଲାଗିଲା। ଚୋରକୁ ଗାଡ଼ିରେ ବସାଇ ଯାଇଥିଲେ ଚା ପିଇବାକୁ। ଚା ପିଇ ସାରିବା ବେଳକୁ ଚୋର ଛୁ…। ଘଟଣା ଘଟିଛି ଦେଓଗାଁ ଥାନା ଅଞ୍ଚଳରେ। ଆଜି ବିଦ୍ୟୁତ ତାର ଚୋରି ଅଭିଯୋଗରେ ଦେଓଗାଁ ପୁଲିସ ସମ୍ବଲପୁର ଗଣ୍ଡେରପୁର ଗାଁରୁ ଜଣେ ଯୁବକଙ୍କୁ ଗିରଫ କରିଥିଲା। ଗିରଫ ଯୁବକଙ୍କ ନାଁ ଗୁଲେଠୁ ଭରାଗାଗର। ଅଭିଯୁକ୍ତ ଗୁଲେଠୁଙ୍କୁ ଧରି ଫେରିବା ବାଟରେ […]
ସୋର (ଶଶିକାନ୍ତ ବେହେରା): କେନାଲରେ ବୁଡ଼ି ୨ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ପରେ ବାଲେଶ୍ୱର ଖଇରା ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ଖଇରା ଥାନା ରଟିଣା ପ୍ରହଲ୍ଲାଦ ନୋଡାଲ ହାଇସ୍କୁଲର ଶିକ୍ଷକଙ୍କୁ ଗାଁ ଲୋକେ ଦୀର୍ଘ ୧୦ ଘଣ୍ଟା ଅଟକ ରଖିବା ପରେ ଛାଡ଼ିଛନ୍ତି । ଏହି ଖବର ପାଇ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଉତ୍ତ୍ୟକ୍ତ ଲୋକାଙ୍କୁ ବୁଝାଶୁଝା କରିବା ପରେ ପ୍ରତି ମୃତଛାତ୍ରଙ୍କ ପରିବାରକୁ ୮ ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ଉପଜିଲ୍ଲାପାଳ […]
ନବରଙ୍ଗପୁର: ସାବଧାନ ! ସହର ଭିତରେ ବୁଲୁଛନ୍ତି ଭାଲୁ। ଦୁଇ ଦୁଇଟି ଭାଲୁ। ୧୫ ଦିନ ହେଲା ସହରର ବିଭିନ୍ନ କଲୋନୀରେ, ଗଳିକନ୍ଦିରେ ବୁଲୁଛନ୍ତି। ଆମ ନବରଙ୍ଗପୁର ସହର କଥା କହୁଛୁ। ସହରରେ ୧୫ ଦିନ ହେଲାଣି ଭାଲୁ ଆତଙ୍କ ସୃଷ୍ଟି କରିଛି। ସହରର ଜମାଲ କଲୋନୀରେ ୨ଟି ଭାଲୁ ପଶିଯାଇ ଏଣେ ତେଣେ ବୁଲୁଛନ୍ତି । ଲୋକେ ଆତଙ୍କିତ ହୋଇପଡିଛନ୍ତି । ହେଲେ ବନ ବିଭାଗର ନିଘା ନାହିଁ। ତେଣୁ ନିଜ ସୁରକ୍ଷା ନିଜେ କରୁଛନ୍ତି […]
ବାଲେଶ୍ୱର: ଦୁଇଦିନ ହେଲା ବାଲିଆପାଳରେ ଥମୁନି ଉତ୍ତେଜନା । ନାବାଳକ ବିଜୟ ଦଳାଇର ଅକାଳ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଗାଁ ଲୋକେ । ଗତକାଲି ବିଜୟର ମୃତ ଦେହ ଉଦ୍ଧାର କରିବା ପରେ ତାକୁ ହତ୍ୟା କରାଯାଇଥିବା ଅଭିଯୋଗ କରି ତୁରନ୍ତ ଅଭିଯୁକ୍ତର ଗିରଫ ଦାବି କରିଥିଲେ ସ୍ଥାନୀୟ ଲୋକେ । ଏପରିକି ପୁଲିସର କାର୍ଯ୍ୟାନୁଷ୍ଠାନରେ ଅସନ୍ତୋଷ ପ୍ରକାଶ କରି ବାଲିଆପାଳ ଥାନା ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ। ଏହି […]